Women’s role in space science is rising, the sector is a favourite among youth: PM
Spend a day experiencing life as a scientist: PM Modi
India is rapidly making its mark is Artificial Intelligence: PM Modi
This Women’s Day, I am launching a unique initiative dedicated to our Nari Shakti: PM Modi
India is moving rapidly towards becoming a global sporting powerhouse: PM Modi
Cut down oil usage by 10%, this can have a big impact in fight against obesity: PM Modi
Gratitude to our tribal communities, who actively participate in wildlife conservation: PM Modi
Approach your exams with a positive spirit and without any stress: PM to students

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।

ବନ୍ଧୁଗଣ, ଆଗାମୀ କିଛିଦିନ ମଧ୍ୟରେ ଆମେ ଜାତୀୟ ବିଜ୍ଞାନ ଦିବସ ପାଳନ କରିବାକୁ ଯାଉଛୁ । ଆମ ପିଲାମାନଙ୍କର, ଯୁବବର୍ଗଙ୍କ ବିଜ୍ଞାନରେ ଗଭୀର ରୁଚି ରହିଥିବା କଥା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାକୁ ନେଇ ମୋ ପାଖରେ ଗୋଟିଏ ଆଇଡିଆ ରହିଛି, ଯାହାକୁ ଆପଣ “One Day as a Scientist” ବୋଲି କହିପାରନ୍ତି । ଅର୍ଥାତ୍, ଆପଣ ନିଜର ଗୋଟିଏ ଦିନ ବୈଜ୍ଞାନିକ ରୂପେ ଅତିବାହିତ କରି ଦେଖନ୍ତୁ । ଆପଣ ନିଜ ସୁବିଧା ଅନୁସାରେ, ନିଜ ଇଚ୍ଛା ଅନୁସାରେ ଯେ କୌଣସି ଦିନଟିକୁ ଚୟନ କରନ୍ତୁ । ସେ ଦିନ ଆପଣ କୌଣସି ଗବେଷଣାଗାର, ପ୍ଲାନେଟୋରିୟମ୍ କିମ୍ବା ମହାକାଶ କେନ୍ଦ୍ର ଭଳି ସ୍ଥାନକୁ ନିଶ୍ଚୟ ଯାଆନ୍ତୁ । ଏହାଦ୍ୱାରା ବିଜ୍ଞାନକୁ ନେଇ ଆପଣଙ୍କ ମନରେ ଜିଜ୍ଞାସା ଆହୁରି ବୃଦ୍ଧି ପାଇବ । ମହାକାଶ ଓ ବିଜ୍ଞାନ ଭଳି ଅନ୍ୟ ଏକ କ୍ଷେତ୍ର ରହିଛି, ଯେଉଁଠି ଭାରତ ଦୃତ ଗତିରେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗିଛି । ଏହି କ୍ଷେତ୍ର ହେଉଛି ଏ.ଆଇ. - ଆର୍ଟିଫିଶିଆଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ନିକଟରେ ଏ.ଆଇ. ସମ୍ପର୍କିତ ଗୋଟିଏ ବଡ଼ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମୁଁ ପ୍ୟାରିସ୍ ଯାଇଥିଲି । ସେଠାରେ ବିଶ୍ୱବାସୀ ଏହି କ୍ଷେତ୍ରରେ ଭାରତର ଅଗ୍ରଗତିକୁ ନେଇ ବହୁତ ପ୍ରଶଂସା କରୁଥିଲେ । ଆମ ଦେଶର ଲୋକେ ଆଜି ଏ.ଆଇ.ର ବ୍ୟବହାର କେଉଁ ପ୍ରକାର କରୁଛନ୍ତି, ଏହାର ଉଦାହରଣ ମଧ୍ୟ ଆମକୁ ଦେଖିବାକୁ ମିଳୁଛି । ଏଇ ଯେମିତି, ତେଲଙ୍ଗାନାର ଆଦିଲାବାଦରେ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ହେଉଛନ୍ତି ଥୋଡ଼ାସମ୍ କୈଳାଶ ଜୀ । ଡିଜିଟାଲ୍ ଗୀତ-ସଙ୍ଗୀତରେ ତାଙ୍କର ଋଚି ଆମର ଅନେକ ଆଦିବାସୀ ଭାଷାକୁ ଜୀବିତ ରଖିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି । ସେ ଏ.ଆଇ. ଟୁଲ୍ସ ସାହାଯ୍ୟରେ କୋଲାମୀ ଭାଷାରେ ସ୍ୱର ସଂଯୋଜନା କରି ଚମତ୍କାର କାର୍ଯ୍ୟ କରିଦେଖାଇଛନ୍ତି । ସେ ଏ.ଆଇ.ର ବ୍ୟବହାର କୋଲାମୀ ବ୍ୟତୀତ ଅନ୍ୟ କେତେକ ଭାଷାରେ ଗୀତ ପ୍ରସ୍ତୁତ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଟ୍ରାକଗୁଡ଼ିକ ଆମ ଆଦିବାସୀ ଭାଇଭଉଣୀମାନଙ୍କୁ ଖୁବ ଭଲ ଲାଗୁଛି । ମହାକାଶ କ୍ଷେତ୍ର ହେଉ କି ଏ.ଆଇ., ଆମ ଯୁବବର୍ଗର ଏଥିରେ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ଗୋଟିଏ ନୂତନ ବିପ୍ଳବକୁ ଜନ୍ମ ଦେଉଛି । ନୂଆ ନୂଆ ଜ୍ଞାନକୌଶଳର ପ୍ରୟୋଗ ଓ ବ୍ୟବହାର କରିବାରେ ଭାରତର ଲୋକେ କାହାଠୁ କମ ନୁହନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ହେଉଛି ଆନ୍ତର୍ଜାତିକ ମହିଳା ଦିବସ । ଏହା ଆମର ନାରୀଶକ୍ତିକୁ ସମ୍ମାନ ଜଣାଇବାର ଗୋଟିଏ ବିଶେଷ ଅବସର । ଦେବୀ ମହାତ୍ମ୍ୟରେ କୁହାଯାଇଛି –

ବିଦ୍ୟାଃ ସମସ୍ତାଃ ତବ ଦେବୀ ଭେଦାଃ

ସ୍ତ୍ରୀୟଃ ସମସ୍ତା ସକଲା ଜଗତ୍ସୁ ।

ଅର୍ଥାତ୍ ସମସ୍ତ ବିଦ୍ୟା, ଦେବୀଙ୍କର ହିଁ ଭିନ୍ନ ଭିନ୍ନ ସ୍ୱରୁପର ପରିପ୍ରକାଶ ଏବଂ ଜଗତର ସମସ୍ତ ନାରୀ-ଶକ୍ତିରେ ମଧ୍ୟ ତାଙ୍କରି ପ୍ରତିରୂପ ରହିଛି । ଆମ ସଂସ୍କୃତିରେ କନ୍ୟାମାନଙ୍କ ସମ୍ମାନ ସର୍ବୋପରି । ଦେଶର ମାତୃଶକ୍ତି ଆମର ସ୍ୱାଧୀନତା ସଂଗ୍ରାମରେ ଏବଂ ସମ୍ବିଧାନ ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମ୍ବିଧାନ ସଭାରେ ଆମର ଜାତୀୟ ପତାକା ଉପସ୍ଥାପନ କରି ହଂସା ମେହେତା ଜୀ ଯାହା କହିଥିଲେ, ମୁଁ ତାଙ୍କରି ସ୍ୱରରେ ଆପଣ ସମସ୍ତଙ୍କ ସହ ତାହା ଶେୟାର କରୁଛି ।

# AUDIO :

It is in the fitness of things that this first flag that will fly over this august house should be a gift from the women of India. We have dawn the saffron colour; we have fought, suffered and sacrificed in the cause of our country’s freedom. 4 We have today attained our goal. In presenting this symbol of our freedom, we once more offer our services to the nation. We pledge ourselves to work for a great India, for building up a nation that will be a nation among nations. We pledge ourselves for a working for a greater cause to maintain the freedom that we have achieved.

ବନ୍ଧୁଗଣ, ହଂସା ମେହେତା ଆମ ଜାତୀୟ ପତାକା ନିର୍ମାଣ ଠାରୁ ଆରମ୍ଭ କରି ଏହା ପାଇଁ ବଳିଦାନ ଦେଇଥିବା ଦେଶର ସମସ୍ତ ମହିଳାମାନଙ୍କ ଅବଦାନକୁ ଉପସ୍ଥାପିତ କରିଥିଲେ । ସେ କହିଥିଲେ ଯେ, ଆମ ତ୍ରିରଙ୍ଗାରେ ରହିଥିବା ଗେରୁଆ ରଙ୍ଗ ଯୋଗୁଁ ଏହି ଭାବନା ଜାଗ୍ରତ ହେଉଛି । ଆମ ନାରୀଶକ୍ତି ଭାରତକୁ ସଶକ୍ତ ଏବଂ ସମୃଦ୍ଧ କରିବାରେ ନିଜର ବହୁମୂଲ୍ୟ ଯୋଗଦାନ ଦେବ ବୋଲି ତାଙ୍କର ବିଶ୍ୱାସ ରହିଥିଲା । ଆଜି ତାଙ୍କ କଥା ସତ୍ୟ ପ୍ରମାଣିତ ହେଉଛି । ଯେକୌଣସି କ୍ଷେତ୍ରକୁ ଦେଖିଲେ ସେଥିରେ ମହିଳାମାନଙ୍କ ବ୍ୟାପକ ଅବଦାନ ଆପଣଙ୍କ ଦୃଷ୍ଟିଗୋଚର ହେବ । ବନ୍ଧୁଗଣ, ଏଥର ମହିଳା ଦିବସରେ ମୁଁ ଏଭଳି କିଛି ଆରମ୍ଭ କରିବାକୁ ଯାଉଛି, ଯାହା ଆମ ନାରୀଶକ୍ତି ପ୍ରତି ସମର୍ପିତ ହେବ । ଏହି ବିଶେଷ ଅବସରରେ ମୁଁ ମୋର Social Media Account, ଯେମିତିକି ଏକ୍ସ, ଇନଷ୍ଟାଗ୍ରାମକୁ ଦିନକ ପାଇଁ କିଛି ପ୍ରେରଣାଦାୟୀ ମହିଳାମାନଙ୍କୁ ସମର୍ପିତ କରିବାକୁ ଯାଉଛି । ଏଭଳି ମହିଳା, ଯେଉଁମାନେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଛନ୍ତି, Innovation କରିଛନ୍ତି, ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମାର୍ଚ୍ଚ ୮ ତାରିଖ ଦିନ ସେମାନେ ନିଜ କାର୍ଯ୍ୟ ଏବଂ ଅନୁଭୂତିକୁ ଦେଶବାସୀଙ୍କ ସହ ବାଣ୍ଟିବେ । ଏହା ପଛେ ମୋ ପ୍ଲାଟଫର୍ମ ହୋଇଥାଉ, କିନ୍ତୁ ସେଠାରେ ତାଙ୍କ ଅଭିଜ୍ଞତା, ତାଙ୍କ ଆହ୍ୱାନ ଏବଂ ଉପଲବ୍ଧି ସମ୍ପର୍କରେ ଆଲୋଚନା ହେବ । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କୁ ଏହି ସୁଯୋଗ ମିଳୁ, ତାହେଲେ ନମୋ ଆପରେ ସୃଷ୍ଟି କରାଯାଇଥିବା ବିଶେଷ ଫୋରମ୍ ମାଧ୍ୟମରେ ଏହି ପ୍ରୟୋଗର ଅଂଶୀଦାର ହୁଅନ୍ତୁ ଏବଂ ମୋ ଏକ୍ସ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ନିଜ କଥା ସାରା ବିଶ୍ୱ ଆଗରେ ଉପସ୍ଥାପିତ କରନ୍ତୁ, ତେବେ ଆସନ୍ତୁ, ଏଥର ମହିଳା ଦିବସରେ ଆମେ ସମସ୍ତେ ମିଶି ଅଦମ୍ୟ ନାରୀଶକ୍ତିକୁ ସେଲିବ୍ରେଟ୍ କରିବା, ସମ୍ମାନ ଜଣାଇବା, ପ୍ରଣାମ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କ ମଧ୍ୟରୁ ଅନେକେ ଏମିତି ଥିବେ, ଯିଏ ଉତ୍ତରାଖଣ୍ଡରେ ହୋଇଥିବା ଜାତୀୟ କ୍ରୀଡ଼ାର ରୋମାଞ୍ଚକାରୀ ମୁହୂର୍ତ୍ତର ମଜା ଉଠାଇଥିବେ । ସାରା ଦେଶର ୧୧,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ଏହି ଆୟୋଜନ ଦେବଭୂମୀର ଏକ ନୂତନ ସ୍ୱରୂପ ଉପସ୍ଥାପିତ କଲା । ଉତ୍ତରାଖଣ୍ଡ ଏବେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଏକ ଅନନ୍ୟ ଶକ୍ତି ଭାବେ ସମ୍ମୁଖକୁ ଆସୁଛି । ଉତ୍ତରାଖଣ୍ଡର ଖେଳାଳୀମାନେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଉତ୍ତରାଖଣ୍ଡ ଏଥର ସପ୍ତମ ସ୍ଥାନରେ ରହିଲା । ଏହା ହିଁ ତ କ୍ରୀଡ଼ାର ଶକ୍ତି, ଯାହା ଲୋକମାନଙ୍କୁ ଏବଂ ସାମୂହିକ ଭାବେ ସାରା ରାଜ୍ୟର କାୟାକଳ୍ପ ପରିବର୍ତ୍ତନ କରିଥାଏ । ଏହାଦ୍ୱାରା ଭବିଷ୍ୟତ ପିଢ଼ି ପ୍ରେରିତ ହେବା ସଙ୍ଗେ ସଙ୍ଗେ culture of excellence ମଧ୍ୟ ବୃଦ୍ଧି ପାଇଥାଏ।

ବନ୍ଧୁଗଣ, ଆଜି ସମଗ୍ର ଦେଶରେ ଏସବୁ କ୍ରୀଡ଼ା ପ୍ରଦର୍ଶନ ସମ୍ପର୍କରେ ବହୁତ ଚର୍ଚ୍ଚା ଚାଲିଛି । ଏସବୁ କ୍ରୀଡ଼ା ମଧ୍ୟରେ ସବୁଠୁ ଅଧିକ ସ୍ୱର୍ଣ୍ଣପଦକ ଜିଣିଥିବା ସର୍ଭିସେସର ଦଳକୁ ମୋର ବହୁତ ବହୁତ ଅଭିନନ୍ଦନ । ରାଷ୍ଟ୍ରୀୟ କ୍ରୀଡ଼ାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି । ଆମର ବହୁତ ଖେଳାଳି ‘ଖେଲୋ ଇଣ୍ଡିଆ’ ଅଭିଯାନରୁ ବାହାରିଛନ୍ତି । ହିମାଚଳ ପ୍ରଦେଶର ସାୱନ ବରୱାଲ, ମହାରାଷ୍ଟ୍ରର କିରଣ ମାତ୍ରେ, ତେଜସ୍ ଶିର୍‌ସେ, ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ, ସମସ୍ତେ ଦେଶକୁ ନୂଆ ଆଶା ଦେଇଛନ୍ତି । ଉତ୍ତରପ୍ରଦେଶର ଜାଭଲିନ ଫିଙ୍ଗାଳି ସଚିନ୍ ଯାଦବ, ହରିୟାଣାର ହାଇଜମ୍ପର୍‌ ପୂଜା ଓ କର୍ଣ୍ଣାଟକର ସନ୍ତରଣକାରୀ ଧିନିଧି ଦେସିଂଘୁ ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ଏମାନେ ତିନିଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥରର ରାଷ୍ଟ୍ରୀୟ କ୍ରୀଡ଼ାରେ କିଶୋର ବୟସର ଚାମ୍ପିଅନଙ୍କ ସଂଖ୍ୟା ବିସ୍ମୟକର । ୧୫ ବର୍ଷର ସୁଟର ଗେଭିନ ଏଣ୍ଟନି, ୟୁପିର ହ୍ୟାମର୍‌ ଥ୍ରୋ ଖେଳାଳି ୧୬ ବର୍ଷର ଅନୁଷ୍କା ଯାଦବ, ମଧ୍ୟପ୍ରଦେଶର ୧୯ ବର୍ଷର ପୋଲ୍‌ଭଲ୍ଟର ଦେବ କୁମାର ମୀନା ପ୍ରମାଣିତ କରିଛନ୍ତି ଯେ ଭାରତର କ୍ରୀଡ଼ା ଭବିଷ୍ୟତ ବହୁତ ପ୍ରତିଭାବାନ ପିଢ଼ି ହାତରେ ରହିଛି । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ଏହା ମଧ୍ୟ ଦେଖାଇ ଦେଲା ଯେ କେବେ ପରାଜୟକୁ ମାନୁନଥିବା ଲୋକେ ନିଶ୍ଚିତ ଭାବେ ବିଜୟୀ ହୁଅନ୍ତି । ସହଜରେ କିଏ ଚାମ୍ପିଅନ୍‌ ହୁଏନାହିଁ । ମୋତେ ଖୁସି ଲାଗୁଛି ଯେ ଆମର ଯୁବ ଆଥ୍‌ଲେଟ୍‌ମାନଙ୍କ ନିଷ୍ଠା ଓ ଶୃଙ୍ଖଳା ଯୋଗୁଁ ଭାରତ ଆଜି ଗ୍ଲୋବାଲ୍‌ ସ୍ପୋର୍ଟିଙ୍ଗ୍‌ ପାୱାର୍‌ହାଉସ୍‌ ହେବା ଦିଗରେ ଦ୍ରୁତ ଅଗ୍ରସର ହେଉଛି ।

ମୋର ପ୍ରିୟ ଦେଶବାସୀଗଣ, ଡେରାଡୁନରେ ରାଷ୍ଟ୍ରୀୟ କ୍ରୀଡ଼ାର ଉଦ୍‌ଘାଟନ ଅବସରରେ ମୁଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠାଇଥିଲି, ଯାହା ଦେଶରେ ଏକ ନୂଆ ଚର୍ଚ୍ଚା ଆରମ୍ଭ କରିଛି । ଏହି ବିଷୟଟି ହେଉଛି ‘ଓବେସିଟି’ ବା ମେଦବହୁଳତା । ଏକ ଫିଟ୍‌ ଓ ସୁସ୍ଥ ଦେଶ ହେବାପାଇଁ ଆମକୁ ମେଦବହୁଳତା ସମସ୍ୟାକୁ ଦୂର କରିବାକୁ ହେବ । ଏକ ଅନୁଧ୍ୟାନ ଅନୁଯାୟୀ ଆଜି ପ୍ରତ୍ୟେକ ଆଠ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ସମସ୍ୟା ଭୋଗୁଛନ୍ତି । ବିଗତ ବର୍ଷଗୁଡ଼ିକରେ ମେଦବହୁଳତାର ମାମଲା ଦୁଇଗୁଣ ହୋଇଯାଇଛି, କିନ୍ତୁ ଏହାଠାରୁ ମଧ୍ୟ ଅଧିକ ଚିନ୍ତାର କଥା ହେଲା ପିଲାଙ୍କ ଭିତରେ ବି ମେଦବହୁଳତା ସମସ୍ୟା ଚାରିଗୁଣ ବଢ଼ିଯାଇଛି । ଡବ୍ଲୁ୍ୟଏଚ୍ଓର ତଥ୍ୟ କହୁଛି ଯେ ୨୦୨୨ରେ ସମଗ୍ର ପୃଥିବୀରେ ପ୍ରାୟ ଅଢ଼େଇ ଶହ କୋଟି ଲୋକ ଅଧିକ ଓଜନର ଥିଲେ, ଅର୍ଥାତ ସେମାନଙ୍କର ଆବଶ୍ୟକତାଠୁ ବହୁତ ଅଧିକ ଓଜନ ଥିଲା । ଏହି ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ଓ ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି ଯେ ଅନ୍ତତଃ ଏପରି ହେଉଛି କାହିଁକି ? ଅଧିକ ଓଜନ ବା ମେଦ ବହୁଳତା ଅନେକ ପ୍ରକାରର ଅସୁବିଧାକୁ, ରୋଗକୁ ମଧ୍ୟ ଜନ୍ମ ଦେଇଥାଏ । ଆମେ ସମସ୍ତେ ମିଶି ଛୋଟ ଛୋଟ ପ୍ରୟାସ ଦ୍ୱାରା ଏହି ଆହ୍ୱାନର ମୁକାବିଲା କରିପାରିବା, ଯେଉଁଭଳି ମୁଁ ଗୋଟିଏ ଉପାୟ କହିଥିଲି “ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍‌ କରିବା’’ । ଆପଣ ସ୍ଥିର କରିନିଅନ୍ତୁ ଯେ ପ୍ରତ୍ୟେକ ମାସରେ ଦଶ ପ୍ରତିଶତ ତେଲ କମ୍‌ ବ୍ୟବହାର କରିବେ । ତେଲ କିଣିବା ସମୟରେ ଏବେ ଦଶ ପ୍ରତିଶତ କମ୍‌ ହିଁ କିଣିବେ । ଏହା ମେଦହୁଳତା କମ୍‌ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ମୁଁ ଆଜି ‘ମନ୍‌ କୀ ବାତ୍‌’ରେ ଏ ବିଷୟରେ କେତେକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା ଜୀଙ୍କଠୁ ଆରମ୍ଭ କରିବା, ଯିଏ ନିଜେ ସଫଳତାର ସହ ମେଦବହୁଳତାକୁ ନିୟନ୍ତ୍ରଣ କରି ଦେଖାଇଛନ୍ତି ।

ନୀରଜ ଚୋପ୍ରାଙ୍କ ଅଡ଼ିଓ......

ସମସ୍ତଙ୍କୁ ନମସ୍କାର, ମୁଁ ନୀରଜ ଚୋପ୍ରା ଆଜି ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ‘ମନ୍‌ କୀ ବାତ୍‌’ରେ ଏଥର ଓବେସିଟି ସମ୍ପର୍କରେ ଆଲୋଚନା କରିଛନ୍ତି, ଯାହା ଆମ ଦେଶର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ମୁଁ ଏକଥା ସହ ନିଜକୁ ମଧ୍ୟ ଯୋଡ଼ିପାରୁଛି, କାହିଁକିନା ଯେତେବେଳେ ମୁଁ ଗ୍ରାଉଣ୍ଡ୍‌କୁ ଯିବା ଆରମ୍ଭ କରିଥିଲି ତ ସେହି ସମୟରେ ମଧ୍ୟ ମୋର ବହୁତ ମେଦବହୁଳତା ରହିଥିଲା ଆଉ ଯେତେବେଳେ ମୁଁ ତାଲିମ ନେବା ଆରମ୍ଭ କଲି, ଭଲ ଖାଦ୍ୟ ଖାଇବା ଆରମ୍ଭ କଲି ତ ସ୍ୱାସ୍ଥ୍ୟରେ ବହୁତ ସୁଧାର ଆସିଲା । ଏହାପରେ ଯେତେବେଳେ ମୁଁ ଜଣେ ପ୍ରଫେସନାଲ୍‌ ଆଥଲେଟ୍‌ ହୋଇଗଲି ତ ସେଥିରେ ମଧ୍ୟ ତାହା ମୋତେ ବହୁତ ସାହାଯ୍ୟ କଲା । ଏଥିସହ ମୁଁ କହିବାକୁ ଚାହୁଁଛି ଯେ ଯେଉଁ ବାପାମାଆମାନେ ଅଛନ୍ତି ସେମାନେ ନିଜେ ମଧ୍ୟ କିଛି ନା କିଛି ଆଉଟ୍‌ଡୋର୍‌ ସ୍ପୋର୍ଟସ୍‌ ଖେଳନ୍ତୁ ଆଉ ନିଜ ପିଲାଙ୍କୁ ମଧ୍ୟ ନେଇଯାଆନ୍ତୁ ଆଉ ଏକ ଭଲ ସୁସ୍ଥ ଜୀବନଶୈଳୀ ତିଆରି କରନ୍ତୁ, ଭଲ ଖାଆନ୍ତୁ ଏବଂ ନିଜ ଶରୀରକୁ ଏକ ଘଣ୍ଟା ବା ଦିନକ ଭିତରେ ଆପଣ ଯେତେ ବି ସମୟ ଦେଇପାରିବେ ବ୍ୟାୟାମ ପାଇଁ ଦିଅନ୍ତୁ । ମୁଁ ଆଉ ଗୋଟିଏ କଥା କହିବାକୁ ଚାହିଁବି, ନିକଟରେ ଆମର ପ୍ରଧାନମନ୍ତ୍ରୀ ଜୀ କହିଥିଲେ ଯେ ଖାଦ୍ୟରେ ବ୍ୟବହାର ହେଉଥିବା ତେଲକୁ ଦଶ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରନ୍ତୁ, କାହିଁକିନା ଅନେକ ସମୟରେ ଆମେ ବହୁତ ତେଲିଆ ଜିନିଷ ଖାଇ ଦେଉ, ଯାହାଦ୍ୱାରା ମେଦବହୁଳତା ଉପରେ ବହୁତ ପ୍ରଭାବ ପଡ଼ିଥାଏ । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଏସବୁ ଜିନିଷରୁ ଦୂରରେ ରହନ୍ତୁ ଆଉ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣମାନଙ୍କୁ ଅନୁରୋଧ କରୁଛି ଏବଂ ଏକାଠି ମିଳିମିଶି ଆମେ ନିଜ ଦେଶକୁ ମଧ୍ୟ ଉପରକୁ ଉଠାଇବା, ଧନ୍ୟବାଦ ।

ନୀରଜ ଜୀ ବହୁତ ବହୁତ ଧନ୍ୟବାଦ । ଜଣାଶୁଣା ଆଥଲେଟ୍‌ ନିଖତ୍‌ ଜରିନ୍‌ ଜୀ ମଧ୍ୟ ଏ ବିଷୟରେ ନିଜ ମତ ରଖିଛନ୍ତି:

ଅଡିଓ....

ହାଏ...ମୋ ନାଁ ନିଖତ୍‌ ଜରିନ ଆଉ ମୁଁ ଦୁଇ ଥରର ୱାଲ୍‌ର୍ଡ ବକ୍ସିଙ୍ଗ୍‌ ଚାମ୍ପିଅନ୍‌ । ଯେପରିକି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ‘ମନ୍‌ କୀ ବାତ୍‌’ରେ ଓବେସିଟିକୁ ନେଇ କହିଛନ୍ତି ଏବଂ ମୁଁ ଭାବୁଛି ଯେ ଏହା ଏକ ଜାତୀୟ ସମସ୍ୟା । ଆମକୁ ନିଜର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାର ଅଛି, କାରଣ ମେଦବହୁଳତା ଯେତେ ଶୀଘ୍ର ବ୍ୟାପିଚାଲିଛି ଆମର ଭାରତରେ, ତାକୁ ଆମେ ରୋକିବା ଦରକାର, ଆଉ ଚେଷ୍ଟା କରିବା ଦରକାର ଯେ ଆମଦ୍ୱାରା ଯେତିକି ହୋଇପାରିବ ସେତିକି ସୁସ୍ଥ ଜୀବନଶୈଳୀକୁ ଆପଣାଇବା । ମୁଁ ନିଜେ ଜଣେ ଆଥଲେଟ୍‌ ହୋଇ ଚେଷ୍ଟା କରେ ଯେ ମୁଁ ନିୟମିତ ସ୍ୱାସ୍ଥ୍ୟକର ଆହାର ଗ୍ରହଣ କରେ, କାରଣ ଯଦି ମୁଁ ଭୁଲ୍‌ରେ ବି ଅସ୍ୱାସ୍ଥ୍ୟକର ଭୋଜନ ଖାଇଦିଏ କିମ୍ବା ମୁଁ ତେଲିଆ ଜିନିଷ ଖାଇଦିଏ ତେବେ ସେଥିଯୋଗୁଁ ମୋର ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ିଥାଏ ଆଉ ମୁଁ ରିଙ୍ଗ୍‌ରେ ଶୀଘ୍ର ଥକିଯାଏ । ତେଣୁ ମୁଁ ଚେଷ୍ଟା କରିଥାଏ ଯେ ମୁଁ ଯେତିକି ହୋଇପାରିବ ଖାଇବା ତେଲ ଭଳି ଜିନିଷକୁ କମ୍‌ ବ୍ୟବହାର କରିବି ଏବଂ ତା’ ପରିବର୍ତ୍ତେ ସ୍ୱାସ୍ଥ୍ୟକର ଆହାର ଉପରେ ଧ୍ୟାନ ଦେବି ଆଉ ଦୈନିକ ଶାରୀରିକ ବ୍ୟାୟାମ କରିବି । ଏହାଦ୍ୱାରା ମୁଁ ସବୁବେଳେ ଫିଟ୍‌ ରହିଥାଏ ଏବଂ ମୁଁ ଭାବୁଛି ଯେ ଆମ ଭଳି ସାଧାରଣ ଲୋକ, ଯେଉଁମାନେ ସବୁଦିନ କାମକୁ ଯାଆନ୍ତି ଏବଂ ମୁଁ ଭାବୁଛି ପ୍ରତ୍ୟେକ ଲୋକଙ୍କୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର ଆଉ କିଛି ନା କିଛି ଦୈନିକ ଶାରୀରିକ କାର୍ଯ୍ୟ କରିବା ଆବଶ୍ୟକ; ଯାହାଦ୍ୱାରା ଆମେ ହୃଦ୍‌ଘାତ ଓ କର୍କଟ ଭଳି ରୋଗଗୁଡ଼ିକରୁ ଦୂରରେ ରହିପାରିବା ଓ ନିଜକୁ ନିଜେ ସୁସ୍ଥ ରଖିବା, କାହିଁକିନା ଆମେ ସୁସ୍ଥ ତ ଭାରତ ସୁସ୍ଥ ।

ସତରେ ନିଖତ୍‌ ଜୀ କେତେକ ବହୁତ ଭଲ କଥା କହିଲେ । ଆସନ୍ତୁ ଏବେ ଶୁଣିବା ଡ. ଦେବୀ ଶେଟ୍ଟି ଜୀ କ’ଣ କହୁଛନ୍ତି । ଆପଣ ସମସ୍ତେ ଜାଣନ୍ତି, ସେ ଜଣେ ବହୁତ ପ୍ରତିଷ୍ଠିତ ଡାକ୍ତର । ସେ ଏ ବିଷୟକୁ ନେଇ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ଅଡିଓ....

ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ବହୁତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ମେଦବହୁଳତା ନେଇ ସଚେତନତା ସୃଷ୍ଟି କରୁଥିବାରୁ ଧନ୍ୟବାଦ ଜଣାଉଛି । ଆଜି ମେଦବହୁଳତା କେବଳ ଛୋଟିଆ ସମସ୍ୟା ହୋଇ ରହିନାହିଁ; ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହୋଇସାରିଛି । ଆଜିର ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ ମୋଟା ହୋଇଯାଉଛନ୍ତି । ଆଜି ମେଦବହୁଳତାର ମୁଖ୍ୟ କାରଣ ହୋଇଛି ନିମ୍ନମାନର ଖାଦ୍ୟ ଖାଇବା, ବିଶେଷକରି ଭାତ, ରୁଟି ଓ ଚିନି ଭଳି କାର୍ବୋହାଇଡ୍ରେଟ୍‌ ଅଧିକ ଥିବା ଜିନିଷ ଖାଇବା ଏବଂ ଖାଦ୍ୟରେ ବହୁତ ପରିମାଣର ତେଲ ବ୍ୟବହାର କରିବା । ମେଦବହୁଳତା ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଫ୍ୟାଟି ଲିଭର୍‌ ଓ ଅନ୍ୟାନ୍ୟ ବଡ଼ ବଡ଼ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଥାଏ । ତେଣୁ ଯୁବପିଢ଼ିଙ୍କୁ ମୋର ଉପଦେଶ ହେଲା, ବ୍ୟାୟାମ ଆରମ୍ଭ କର, ଆହାର ଉପରେ ନିୟନ୍ତ୍ରଣ ରଖ ଓ ସର୍ବଦା ନିଜକୁ କର୍ମପ୍ରବଣ କର ଏବଂ ନିଜ ଓଜନ ଉପରେ ଦୃଷ୍ଟି ରଖ । ଆଉ ଥରେ ମୁଁ ଆପଣମାନଙ୍କର ସମସ୍ତଙ୍କର ସୁଖୀ ସୁସ୍ଥ ଭବିଷ୍ୟତ କାମନା କରି ରହୁଛି । ଈଶ୍ୱର ମଙ୍ଗଳ କରନ୍ତୁ ।

ବନ୍ଧୁଗଣ, ଖାଦ୍ୟରେ ତେଲର କମ୍ ବ୍ୟବହାର ଏବଂ ମେଦବହୁଳତା ଦୂର କରିବା ଖାଲି ବ୍ୟକ୍ତିଗତ ରୁଚି ନୁହେଁ ବରଂ ପରିବାର ପ୍ରତି ଆମର ଏକ ଦାୟିତ୍ୱ ମଧ୍ୟ । ଖାଦ୍ୟପେୟରେ ତେଲର ବହୁଳ ବ୍ୟବହାର ହୃଦରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗର କାରଣ ହୋଇପାରେ । ନିଜ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ଆମେମାନେ ଆମର ଭବିଷ୍ୟତକୁ ସୁଦୃଢ଼, ସୁସ୍ଥ ତଥା ରୋଗମୁକ୍ତ କରିପାରିବା । ସେଥିପାଇଁ ଆଉ ଡେରି ନ କରି ଏ ଦିଗରେ ଆମକୁ ପ୍ରୟାସ କରିବାକୁ ପଡ଼ିବ । ଏହାକୁ ଆମେ ଜୀବନରେ ପ୍ରତିଫଳିତ କରିବା ଉଚିତ । ଆମେ ସମସ୍ତେ ମିଶି ଖେଳ ଖେଳରେ ଏହାକୁ ବହୁତ ପ୍ରଭାବଶାଳୀ ଢଙ୍ଗରେ କରିପାରିବା । ଯେମିତିକି ମୁଁ ‘ମନ୍ କି ବାତ୍’ର ଆଜିର ଅଧ୍ୟାୟ ପରେ ୧୦ ଜଣ ଲୋକଙ୍କୁ ଅନୁରୋଧ କରିବି, ଆହ୍ୱାନ କରିବି କି ଆପଣମାନେ ନିଜ ଖାଦ୍ୟରେ ତେଲକୁ ୧୦ ପ୍ରତିଶତ କମ୍ କରିପାରିବେ କି ? ତା’ସଙ୍ଗେ ସଙ୍ଗେ ଏକଥା ମଧ୍ୟ ଅନୁରୋଧ କରିବି ଯେ ଆପଣ ମଧ୍ୟ ଆହୁରି ୧୦ ଜଣ ଲୋକଙ୍କୁ ଏହିଭଳି ଆହ୍ୱାନ ଦିଅନ୍ତୁ । ମୋର ବିଶ୍ୱାସ, ଏହାଦ୍ୱାରା ମେଦବହୁଳତା ସହିତ ଲଢ଼ିବା ବହୁତ ସହଜ ହେବ ।

ବନ୍ଧୁଗଣ, Asiatic Lion, Hangul, Pygmy Hogs ଏବଂ Lion tailed Macaque ଏହି ଚାରୋଟି ମଧ୍ୟରେ କ’ଣ ସମାନତା ଦେଖିବାକୁ ମିଳେ ଆପଣମାନେ ଜାଣନ୍ତି କି? ତା’ର ଉତ୍ତର ହେଲା ଏସବୁ ପୃଥିବୀର ଅନ୍ୟ କୌଣସିଠାରେ ଦେଖାଯାନ୍ତି ନାହିଁ । କେବଳ ଆମ ଦେଶରେ ହିଁ ଦେଖାଯାନ୍ତି । ବାସ୍ତବରେ ଆମ ଦେଶରେ ବନସ୍ପତି ଏବଂ ଜୀବଜନ୍ତୁମାନଙ୍କ ମଧ୍ୟରେ ଗୋଟିଏ Vibrant Eco-system ରହିଛି ଏବଂ ଏହି ବନ୍ୟଜୀବମାନେ ଆମର ଇତିହାସ ଏବଂ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଅନେକ ଜୀବଜନ୍ତୁ ଆମ ଦେବୀଦେବତାମାନଙ୍କର ବାହନ ଭାବରେ ଦେଖିବାକୁ ମିଳନ୍ତି । ମଧ୍ୟଭାରତରେ ଅନେକ ଜନଜାତି ବାଘେଶ୍ୱରଙ୍କ ପୂଜା କରନ୍ତି । ମହାରାଷ୍ଟ୍ରରେ ‘ବାଘୋବା’ ପୂଜନର ପରମ୍ପରା ରହିଆସିଛି । ଭଗବାନ ଆୟପ୍ପାଙ୍କର ମଧ୍ୟ ବାଘ ସହିତ ବହୁତ ଗଭୀର ସମ୍ପର୍କ ରହିଛି । ସୁନ୍ଦରବନରେ ବୋନବିବିଙ୍କ ପୂଜାଅର୍ଚ୍ଚନା ହୁଏ, ଯାହାଙ୍କର ବାହନ ହେଉଛି ବାଘ । କର୍ଣ୍ଣାଟକରେ ହୁଲି ୱେଶା, ତାମିଲନାଡୁର ପୁଲି ଏବଂ କେରଳର ପୁଲିକଲି ଭଳି ଅନେକ ସାଂସ୍କୃତିକ ନୃତ୍ୟ ଅଛି, ଯାହା ପ୍ରକୃତି ଏବଂ ବନ୍ୟଜୀବମାନଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ । ମୁଁ ଆମର ଆଦିବାସୀ ଭାଇଭଉଣୀମାନଙ୍କ ପ୍ରତି ମଧ୍ୟ ଗଭୀର କୃତଜ୍ଞତା ଜ୍ଞାପନ କରିବି । କାରଣ ସେମାନେ ବନ୍ୟଜନ୍ତୁ ସୁରକ୍ଷା ସହ ଜଡ଼ିତ କାମରେ ଉତ୍ସାହର ସହିତ ଭାଗ ନେଉଛନ୍ତି । କର୍ଣ୍ଣାଟକର ବିଆର୍ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ବାଘଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଏହାର ଶ୍ରେୟ ସୋଲିଗା ଜନଜାତିକୁ ଯାଉଛି, ଯେଉଁମାନେ ବାଘକୁ ପୂଜା କରନ୍ତି । ଏମାନଙ୍କ ଯୋଗୁଁ ଏହି ଅଞ୍ଚଳରେ ପଶୁ-ମଣିଷ ସଂଘର୍ଷ ନାହିଁ କହିଲେ ଚଳେ । ଗୁଜୁରାଟରେ ବି ଲୋକମାନଙ୍କର ଗିର୍ ଅଭୟାରଣ୍ୟରେ ଏସିଆଟିକ୍ ସିଂହର ସୁରକ୍ଷା ଏବଂ ସଂରକ୍ଷଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ପ୍ରକୃତି ସହିତ ସହାବସ୍ଥାନ କ’ଣ ସେମାନେ ଏହା ଦୁନିଆକୁ ଦେଖାଇଦେଇଛନ୍ତି । ବନ୍ଧୁଗଣ, ଏହିଭଳି ପ୍ରୟାସ ଯୋଗୁଁ ଗତ କେତେବର୍ଷ ମଧ୍ୟରେ ବାଘ, କଲରାପତରିଆ ବାଘ, Asiatic Lions, ଗଣ୍ଡା ଏବଂ ବାରାସିଂହାମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି ଏବଂ ଭାରତରେ ବନ୍ୟଜୀବମାନଙ୍କର ବିବିଧତା କେତେ ସୁନ୍ଦର ତାହା ମଧ୍ୟ ପ୍ରଣିଧାନଯୋଗ୍ୟ । Asiatic Lions ଦେଶର ପଶ୍ଚିମ ଭାଗରେ ଦେଖିବାକୁ ମିଳୁଥିବା ବେଳେ ପୂର୍ବ, ମଧ୍ୟ ଏବଂ ଦକ୍ଷିଣ ଭାଗରେ ବାଘ ଦେଖିବାକୁ ମିଳିଥାନ୍ତି । ସେହିଭଳି ଗଣ୍ଡା ଉତ୍ତର-ପୂର୍ବ ଭାଗରେ ଦେଖାଯାଆନ୍ତି । ଭାରତର ପ୍ରତ୍ୟେକ ଭାଗ କେବଳ ପ୍ରକୃତି ପାଇଁ ସମ୍ବେଦନଶୀଳ ସେକଥା ନୁହେଁ, ବରଂ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ । ମୁଁ ଅନୁରାଧା ରାଓ ଜୀଙ୍କ ବିଷୟରେ ଜାଣିବାକୁ ପାଇଛି, ଅନେକ ପୀଢ଼ି ଧରି ଆଣ୍ଡାମାନ ନିକୋବର ଦ୍ୱୀପ ସହିତ ତାଙ୍କର ସମ୍ପର୍କ ରହିଛି । ଅନୁରାଧା ଜୀ କମ୍ ବୟସରୁ ପଶୁ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଦେଇଥିଲେ । ତିନି ଦଶନ୍ଧି ଧରି ସେ ହରିଣ ଏବଂ ମୟୂର ସୁରକ୍ଷାକୁ ଏକ ମିଶନ ଭାବେ ଗ୍ରହଣ କରିଛନ୍ତି । ଏଠାକାର ଲୋକମାନେ ତ ତାଙ୍କୁ ‘ଡିଅର ଓମ୍ୟାନ୍’ ଭାବରେ ଡାକନ୍ତି । ଆସନ୍ତା ମାସର ଆରମ୍ଭରେ ଆମ୍ଭେମାନେ ବନ୍ୟପ୍ରାଣୀ ଦିବସ ପାଳନ କରିବା । ମୋର ଅନୁରୋଧ ଆପଣ ନିଶ୍ଚିତ ବନ୍ୟଜୀବ ସଂରକ୍ଷଣ ସହିତ ଜଡ଼ିତ ଲୋକମାନଙ୍କର ଉତ୍ସାହବର୍ଦ୍ଧନ କରନ୍ତୁ । ମୋ ପାଇଁ ଏହା ଖୁସିର ବିଷୟ ଯେ ଏବେ ଏ କ୍ଷେତ୍ରରେ କେତେକ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ଆସିଛନ୍ତି ।

ବନ୍ଧୁଗଣ, ବର୍ତ୍ତମାନ ବୋର୍ଡ ପରୀକ୍ଷାର ସମୟ । ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଅର୍ଥାତ୍ Exam Warriors ମାନଙ୍କୁ ତାଙ୍କର ପରୀକ୍ଷା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ କୌଣସି ଚାପ ନ ନେଇ ସକାରାତ୍ମକ ମନୋବୃତ୍ତି ସହିତ ପରୀକ୍ଷା ଦିଅନ୍ତୁ । ପ୍ରତିବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଁ ଆମର Exam Warriors ମାନଙ୍କ ସହିତ ପରୀକ୍ଷା ସମ୍ବନ୍ଧିତ ଭିନ୍ନ ଭିନ୍ନ ବିଷୟରେ କଥା ହୁଏ । ମୁଁ ବହୁତ ଖୁସି ଯେ ଏବେ ଏହି କାର୍ଯ୍ୟକ୍ରମ ଏକ ସଂସ୍ଥାଗତ ରୂପ ନେବାକୁ ଯାଉଛି, Institutionalise ହେଉଛି । ଏହାସହିତ ନୂଆ ନୂଆ ବିଶେଷଜ୍ଞମାନେ ମଧ୍ୟ ଯୋଗଦେବାରେ ଲାଗିଛନ୍ତି । ଏହି ବର୍ଷ ଆମେ ଗୋଟିଏ ନୂଆ ଫର୍ମାଟରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବାର ପ୍ରୟାସ କଲୁ । ବିଶେଷଜ୍ଞମାନଙ୍କ ସହିତ ୮ଟି ଅଲଗା ଅଲଗା ଅଧ୍ୟାୟ ମଧ୍ୟ ସାମିଲ କରାଗଲା । ଆମେ ମୋଟାମୋଟି ପରୀକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ଖାଦ୍ୟପେୟ ଭଳି ବିଷୟରେ ମଧ୍ୟ ଚର୍ଚ୍ଚା କଲୁ । ଗତବର୍ଷ ଟପରମାନେ ମଧ୍ୟ ନିଜ ନିଜର ବିଚାର ଏବଂ ଅନୁଭୂତି ସମସ୍ତଙ୍କ ସହିତ ବାଣ୍ଟିଥିଲେ । ଅନେକ ଯୁବକ ତାଙ୍କର ବାପା-ମାଆ ଏବଂ ଶିକ୍ଷକମାନେ ମଧ୍ୟ ଏ ବିଷୟରେ ମୋତେ ପତ୍ର ଲେଖିଛନ୍ତି । ସେମାନେ କହିଛନ୍ତି ଯେ, ଏହି ଫର୍ମାଟ ସେମାନଙ୍କୁ ବହୁତ ଭଲ ଲାଗିଲା, କାରଣ ଏଥିରେ ସବୁ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରାଗଲା । ଇନଷ୍ଟାଗ୍ରାମରେ ମଧ୍ୟ ଆମର ଯୁବବନ୍ଧୁମାନେ ଏହି ଅଧ୍ୟାୟଗୁଡ଼ିକୁ ବହୁସଂଖ୍ୟାରେ ଦେଖିଛନ୍ତି । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ଆୟୋଜିତ ହେବା ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ବହୁତ ପସନ୍ଦ ହୋଇଛି । ମୋର ଯେଉଁ ଯୁବବନ୍ଧୁମାନେ ‘ପରୀକ୍ଷା ପେ ଚର୍ଚ୍ଚା’ର ଏହି ଅଧ୍ୟାୟଗୁଡ଼ିକୁ ଏଯାଏଁ ଦେଖିପାରିନାହାନ୍ତି ସେମାନେ ଏହାକୁ ନିଶ୍ଚିତ ଦେଖନ୍ତୁ । ଏହିସବୁ ଅଧ୍ୟାୟଗୁଡ଼ିକ NamoAppରେ ମଧ୍ୟ ଉପଲବ୍ଧ । ଆମ Exam Warriors ମାନଙ୍କୁ ପୁଣିଥରେ ମୋର ସନ୍ଦେଶ ହେଉଛି “Be happy and stress free”.

ମୋର ପ୍ରିୟ ସାଥୀଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । ଆଗାମୀ ମାସରେ ପୁଣି ନୂଆ ନୂଆ ବିଷୟ ସହିତ ‘ମନ୍ କି ବାତ୍’ କରିବା । ଆପଣମାନେ ମୋତେ ନିଜର ପତ୍ର, ନିଜର ସନ୍ଦେଶ ପ୍ରେରଣ କରନ୍ତୁ । ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister’s State Visit to Uzbekistan
August 30, 2026

MoUs and Agreements

Sl. No.

Title

1.

Cultural Exchange Programme between the Government of the Republic of India and the Government of the Republic of Uzbekistan for the years 2026-30.

2.

Letter of Intent between the Ministry of External Affairs of the Republic of India and the Cultural Heritage Agency of the Republic of Uzbekistan for the conservation and restoration of ancient buddhist sites of Fayaz Tepa and KaraTepa located in Termez, Uzbekistan.

3.

Memorandum of Understanding on Cooperation in the field of archival work between the National Archives under the Ministry of Culture of India and the Agency "Uzarchive" under the Ministry of Justice of the Republic of Uzbekistan.

4.

Memorandum of Understanding between the Government of the Republic of India and the Government of the Republic of Uzbekistan on cooperation in the field of Ayurveda and other traditional systems of medicine.

5.

Memorandum of Understanding between the Ministry of Mines of the Republic of India and Ministry of Mining Industry and Geology of the Republic of Uzbekistan on Cooperation in the fields of Geology and Mineral Resources.

6.

Partnership Program on cooperation between the Ministry of Tourism of the Republic of India and the Tourism Committee of the Republic of Uzbekistan in the field of tourism for 2026-28.

7.

Memorandum of Understanding between The Sushma Swaraj Institute of Foreign Service, Ministry of External Affairs, Republic of India and the Diplomatic Academy at the University of World Economy and Diplomacy, Ministry of Foreign Affairs of the Republic of Uzbekistan.

8.

Memorandum of Understanding (MoU) between the Ministry of Finance of the Republic of India and the Ministry of Economy and Finance of the Republic of Uzbekistan for an Economic and Financial Dialogue.

9.

Agreement between the Ministry of Environment and Forest and Climate Change of the Republic of India and National Committee on Ecology and Climate Change of the Republic of Uzbekistan on cooperation in the field of environmental protection.

10.

Memorandum of Understanding between the Government of the Republic of India and the Government of the Republic of Uzbekistan on Cooperation in the Field of Higher Education and Scientific Research.

11.

Cooperation Agreement between the Gujarat state of the Republic of India and the Samarkand region of the Republic of Uzbekistan of establishment of partnership relations.

Announcements

Sl. No.

Title

1.

Elevating the India-Uzbekistan Strategic Partnership to a Comprehensive Strategic Partnership

2.

Grant of USD 1 million for afforestation in the Aral Sea region

3.

 Lal Bahadur Shastri Scholarship for Hindi Language (100 Scholarships)

4.

ICCR Sanskrit Chair at Tashkent State University of Oriental Studies

5.

Commercial Agreement between NPCI International Payments Ltd (NIPL) with National Interbank Processing Centre JSC (NIPC), Uzbekistan to enable UPI Apps of India to scan national QR - UZQR for making merchant payments in Uzbekistan.