India’s vibrant democracy and conducive ease of doing business environment make it an attractive investment destination: PM
India is playing the role of the pharmacy to the world. We’ve provided medicines to around 150 countries so far during this pandemic: PM
The Indian story is strong today and will be stronger tomorrow: PM Modi

କାନାଡାରେ ଆୟୋଜିତ “ଇନଭେଷ୍ଟ ଇଣ୍ଡିଆ” ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ ହେଉଛି ଏକମାତ୍ର ରାଷ୍ଟ୍ର ଯାହା ଏବେ ନିବେଶ ମାପଦଣ୍ଡର ସମସ୍ତ କ୍ଷେତ୍ରରେ ନିର୍ବିବାଦରେ ଉଜ୍ଜ୍ୱଳ ବିନ୍ଦୁ ଭାବେ ଦୃଶ୍ୟମାନ ହେଉଛି । ଭାରତରେ ରାଜନୈତିକ ସ୍ଥିରତା, ନିବେଶ ତଥା ବ୍ୟବସାୟ ଅନୁକୂଳ ନୀତି, ପ୍ରଶାସନିକ କ୍ଷେତ୍ରର ସ୍ୱଚ୍ଛତା, କୁଶଳୀ ତଥା ଅଭିଜ୍ଞ ଶ୍ରମ ଶକ୍ତିର ଭଣ୍ଡାର ଏବଂ ବିଶାଳ ବଜାର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଏବେ ପ୍ରତ୍ୟେକଙ୍କ ପାଇଁ ଭାରତ ସୁଯୋଗର ଭୂମି ପାଲଟିଛି ଏବଂ ସେଥି ମଧ୍ୟରେ ପୁଞ୍ଜି ନିବେଶକାରୀ, ଉତ୍ପାଦକ, ଅଭିନବତ୍ୱ ବାତାବରଣର ସମର୍ଥକ ଏବଂ ଭିତ୍ତିଭୂମି ନିର୍ମାଣକାରୀ କମ୍ପାନୀମାନଙ୍କ ପାଇଁ ବିଶେଷ ସୁଯୋଗ ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ କରୋନା ପରବର୍ତ୍ତୀ ବିଶ୍ୱରେ ଭାରତ ନିଜର ସହନଶୀଳତାକୁ ପ୍ରଦର୍ଶନ କରି ଏକ ସମାଧାନର ଭୂମି ଭାବେ ମୁଣ୍ଡ ଟେକିଛି । ଏହା ଉତ୍ପାଦନ, ଯୋଗାଣ ଚେନ୍ ସଂପର୍କୀତ ସକଳ ପ୍ରକାର ତଥା ବିଭିନ୍ନ ସମସ୍ୟାବଳୀକୁ ଅତି ସହଜରେ ଅତିକ୍ରମ କରିପାରିଛି । ସେ କହିଛନ୍ତିଯେ ଲଜିଷ୍ଟିକ୍ସ ପ୍ରକ୍ରିୟା ବ୍ୟାହତ ହେବା ସତ୍ତ୍ୱେ, ଦେଶର ପ୍ରାୟ 400 ନିୟୁତ କୃଷକ, ମହିଳା, ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବ୍ୟାଙ୍କ୍ ଜମାଖାତାକୁ ମାତ୍ର କିଛି ଦିନ ଭିତରେ ସିଧାସଳଖ ଅର୍ଥ ପହଞ୍ଚାଯାଇ ପାରିଥିଲା । କରୋନା ମହାମାରୀ ସତ୍ତ୍ୱେ ସୃଷ୍ଟ ବିବିଧ ପ୍ରକାର ଅସୁବିଧାକୁ ଅତିକ୍ରମ କରିବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଗୁରୁତ୍ୱ ଆରୋପ କରି କହିଛନ୍ତିଯେ ଏହା ସରକାରଙ୍କ ପରିଚାଳନାଗତ ସାମର୍ଥ୍ୟ ଏବଂ ବ୍ୟବସ୍ଥାର ସାମର୍ଥ୍ୟକୁ ପ୍ରମାଣିତ କରେ ଯେ ବିଗତ କିଛି ବର୍ଷ ମଧ୍ୟରେ ଏଭଳି ସୁଦୃଢ଼ ବ୍ୟବସ୍ଥା ଗ୍ରହଣର ବିକାଶ ଘଟାଯାଇପାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ସମଗ୍ର ଦେଶ କଠୋର ଲକ୍ ଡାଉନ୍ ଅବସ୍ଥା ମଧ୍ୟ ଦେଇ ଗତି କରୁଥିଲା ସେତେବେଳେ ଭାରତ ବିଶ୍ୱର ପ୍ରାୟ 150ରୁ ଉର୍ଦ୍ଧ୍ଵ ରାଷ୍ଟ୍ରକୁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଥିଲା ଏବଂ ସମଗ୍ର ବିଶ୍ୱରେ ଫାର୍ମା କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଦର୍ଶିତ କରିପାରିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ କୃଷି ରପ୍ତାନୀ କ୍ଷେତ୍ରରେ 23% ଅଭିବୃଦ୍ଧି ଘଟିଛି । ସେ କହିଲେ ଯେ କରୋନା ମହାମାରୀ ପୂର୍ବରୁ, ଭାରତ ପିପିଇ କିଟ୍ କ୍ୱଚିତ୍ ଉତ୍ପାଦନ କରୁଥିଲା କିନ୍ତୁ ଆଜି ପ୍ରତି ମାସରେ ଦେଶରେ ନିୟୁତ ନିୟୁତ ସଂଖ୍ୟକ ପିପିଇ କିଟ୍ ଉତ୍ପାଦିତ ହେଉନାହିଁ ଅପରନ୍ତୁ ଏହା ବିଦେଶକୁ ମଧ୍ୟ ରପ୍ତାନୀ କରାଯାଇପାରୁଛି । ପ୍ରଧାନମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ ପୂର୍ବକ କହିଲେ ଯେ କୋଭିଡ଼-19ର ପ୍ରତିଷେଧକ ଟୀକା ବାହାରିବା ମାତ୍ରେ ଏହାର ଉତ୍ପାଦନ ବୃଦ୍ଧି ଏବଂ ସମଗ୍ର ବିଶ୍ୱକୁ ଏହାର ଯୋଗାଣକୁ ସୁନିଶ୍ଚିତ କରିବା ସକାଶେ ଭାରତ ସଂକଳ୍ପବଦ୍ଧ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ସଫଳତାର ଗାଥାକୁ ବିସ୍ତୃତ ଭାବେ ବର୍ଣ୍ଣନା କହି କହିଲେ ଯେ ଦେଶ ଦିନକୁ ଦିନ ଅଧିକରୁ ଅଧିକ ସୁଦୃଢ଼ ହୋଇଚାଲିଛି ଏବଂ ସରକାର ଏହି ଦିଗରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସେ ତାଲିକା ଉପସ୍ଥାପନ କରିଥିଲେ । ଏହା ଫଳରେ ଭାରତରେ ଏକ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି ବୋଲି ସେ ମତ ପୋଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଏଫଡ଼ିଆଇ ବ୍ୟବସ୍ଥାର ସରଳୀକରଣ, ମୌଦ୍ରିକ ପୁଞ୍ଜି ଏବଂ ପେନସନ ପାଣ୍ଠି ସକାଶେ ଏକ ଅନୁକୂଳ ଟିକସ ବ୍ୟବସ୍ଥାକରଣ,  ବଣ୍ଡ୍ ମାର୍କେଟକୁ ସୁଦୃଢ଼ ଭାବେ ବିକଶିତ କରିବା ନିମନ୍ତେ ବ୍ୟାପକ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଚାମ୍ପିଅନ ସେକ୍ଟର ସକାଶେ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିବା ତାଙ୍କ ସରକାରଙ୍କ ଦ୍ୱାରା ନିଅଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେ କହିଲେ ଯେ ଫାର୍ମା, ମେଡ଼ିକାଲ ଡିଭାଇସ୍ ଏବଂ ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ବିଭିନ୍ନ ସ୍କିମ୍ କାର୍ଯ୍ୟକାରୀ କରିବା ଏବଂ ନିବେଶକମାନଙ୍କ ହାତ ଧରି ସେମାନଙ୍କ ପାଇଁ ସମସ୍ତ ପ୍ରକାର ସଫଳ ବ୍ୟବସ୍ଥା ଯୋଗାଇଦେବା, ଏକ ସମର୍ପିତ କ୍ଷମତାପ୍ରାପ୍ତ ସେକ୍ରେଟାରୀ ଗୋଷ୍ଠୀ ଗଠନ ଆଦି ତାଙ୍କ ସରକାରଙ୍କ ଅନ୍ୟତମ ବଳିଷ୍ଠ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ସକାରାତ୍ମକ ଭାବେ ସଂପତ୍ତିର ମୌଦ୍ରିକରଣ ବ୍ୟବସ୍ଥାକୁ ବିମାନବନ୍ଦର, ରେଳବାଇ, ଜାତୀୟ ରାଜପଥ, ଶକ୍ତି ସରବରାହ ଲାଇନ ଇତ୍ୟାଦି କ୍ଷେତ୍ରରେ ପ୍ରବର୍ତ୍ତନ କରାଯାଇଛି । ରିଅଲ୍ ଇଷ୍ଟେଟ୍ ନିବେଶ ଟ୍ରଷ୍ଟ୍ ଏବଂ ଭିତ୍ତିଭୂମି ନିବେଶ ଟ୍ରଷ୍ଟମାନ ଗଠନ କରାଯିବା ଦ୍ୱାରା ଉଭୟ ସରକାରୀ ତଥା ଘରୋଇ ସମ୍ପତ୍ତିମାନଙ୍କର ମୌଦ୍ରିକରଣ ସଂପୂର୍ଣ୍ଣ ଭାବେ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆଜି ଭାରତ ଦ୍ରୁତ ପରିବର୍ତ୍ତନର ମାନସିକତା ତଥା ବଜାର ବ୍ୟବସ୍ଥାରେ ସଂସ୍କାର ସହ ଆଗକୁ ଅଗ୍ରସର ହେଉଛି । ଏହା କମ୍ପାନୀ ଆଇନ ଅଧୀନରେ ଥିବା ବିଭିନ୍ନ ଅପରାଧକୁ ଏଡାଇ ଏକ ନିୟନ୍ତ୍ରଣମୁକ୍ତ ଏବଂ ଅପରାଧମୁକ୍ତ ଯାତ୍ରା ପଥରେ ଆଗକୁ ଅଗ୍ରସର ହେଉଛି । ସେ କହିଲେ ଯେ ଭାରତ ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ ମାନ୍ୟତାରେ ଭାରତ 81ତମ ସ୍ଥାନରୁ ଖସି 48ରେ ପହଞ୍ଚିଛି । ସେହିଭଳି ବିଶ୍ୱ ଇଜ୍ ଅଫ୍ ଡୁଇଂ ବିଜିନେସ୍ ମାନ୍ୟତାରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ 142ତମ ସ୍ଥାନରୁ ଖସି ଏବେ 63ତମ ସ୍ଥାନରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏଭଳି ଉନ୍ନତି କାରଣରୁ, ଭାରତ 2019 ମସିହା ଜାନୁଆରୀ ଠାରୁ 2020 ମସିହା ଜୁଲାଇ ମାସ ମଧ୍ୟରେ ବିଭିନ୍ନ ଆନୁଷ୍ଠାନିକ ନିବେଶକମାନଙ୍କ ଠାରୁ  70 ବିଲିଅନ୍ ଆମେରିକୀୟ ଡଲାର ଆହରଣ କରିପାରିଛି । 2013 ମସିହା ଠାରୁ 2017 ମଧ୍ୟରେ ଚାରିବର୍ଷରେ ଦେଶକୁ ମିଳିଥିବା ମୋଟ ନିବେଶ ସହ ଏହା ପାଖାପାଖି ସମାନ ବୋଲି କୁହାଯାଇପାରେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ କହିଲେ ଯେ ଭାରତ ଉପରେ ବୈଶ୍ୱିକ ନିବେଶକ ଗୋଷ୍ଠୀଙ୍କ ଏଭଳି ଆସ୍ଥା ପ୍ରକଟ ଜାରି ରଖିବା ଏହି କଥାକୁ ପ୍ରମାଣିତ କରେ ଯେ 2019ରେ ଭାରତକୁ ଏଫଡ଼ିଆଇର ମାତ୍ରାରେ 20% ବୃଦ୍ଧି ଘଟିଛି ଯେତେବେଳେ କି ବୈଶ୍ୱିକ ଏଫଡ଼ିଆଇ ପ୍ରବାହ 1% ହ୍ରାସ ପାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ ଚଳିତ ବର୍ଷ ପ୍ରଥମ ଛଅ ମାସ ମଧ୍ୟରେ 20 ବିଲିଅନ ଆମେରିକୀୟ ଡଲାର ହାସଲ କରିସାରିଛି ଏବଂ ତାହା ସମଗ୍ର ବିଶ୍ୱରୁ ଆସିଛି ଯେତେବଳେ କି କୋଭିଡ଼-19 ଜନିତ ପରିସ୍ଥିତି ସାରା ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଥିଲା । ସେ କହିଲେ ଯେ କୋଭିଡ଼-19 ବୈଶ୍ୱିକ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ସକାଶେ ଭାରତ ଅଭିନବ ପନ୍ଥା ଆପଣାଇଛି । ଗରିବ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ରିଲିଫ ତଥା ପ୍ରୋତ୍ସାହନ ପ୍ୟାକେଜ୍ ଯୋଗାଇ ଦିଆଯାଇଛି ଏବଂ ସେହିଭଳି ଏଭଳି ପରିସ୍ଥିତିର ସୁଯୋଗ ନେଇ ଢ଼ାଞ୍ଚାଗତ ସଂସ୍କାର ମଧ୍ୟ ଅଣାଯାଇଛି ଯାହାକି ଅଧିକ ଉତ୍ପାଦିକା ଓ ସମୃଦ୍ଧିକୁ ସୁନିଶ୍ଚିତ କରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ ଶିକ୍ଷା, ଶ୍ରମ ଏବଂ କୃଷି କ୍ଷେତ୍ରରେ ତ୍ରିମୁଖୀ ସଂସ୍କାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାର ସାମଗ୍ରିକ ପ୍ରଭାବ ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଉପରେ ପଡ଼ିବା ସୁନିଶ୍ଚିତ । ସେ କହିଲେଯେ ଶ୍ରମ ଓ କୃଷି କ୍ଷେତ୍ରରେ ଥିବା ପୁରୁଣା ଆଇନମାନଙ୍କରେ ସଂସ୍କାର ଘଟାଇ ଭାରତ ପ୍ରଗତିର ପଥକୁ ସୁନିଶ୍ଚିତ କରିଛି । ଏହିସବୁ ସଂସ୍କାରିତ ଆଇନ୍ ଘରୋଇ ସେକ୍ଟରକୁ ଏଭଳି କ୍ଷେତ୍ରରେ ବ୍ୟାପକ ଭାବେ ଅଂଶଗ୍ରହଣର ସୁଯୋଗକୁ ସୁନିଶ୍ଚିତ କରିଛି ଏବଂ ଏଥି ସହିତ ସରକାରଙ୍କ ନିରାପତ୍ତା ଜାଲକୁ ମଧ୍ୟ ସୁଦୃଢ଼ କରିପାରିଛି । ଏହା ଦ୍ୱାରା ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ପାଇଁ ତଥା କଠିନ ପରିଶ୍ରମ କରୁଥିବା ଲୋକମାନଙ୍କ ସକାଶେ ଫାଇଦା ସୁନିଶ୍ଚିତ ହୋଇପାରିଛି । ସେ କହିଳେ ଯେ ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଆମର ଯୁବଶକ୍ତିଙ୍କ ଠାରେ ନିହିତ ଥିବା ପ୍ରଜ୍ଞାକୁ ଅଧିକ ଉପଯୋଗୀ କରିବ ଏବଂ ଭାରତକୁ ଅଧିକରୁ ଅଧିକ ବିଦେଶୀ ବିଶ୍ୱବିଦ୍ୟାଳୟମାନ ଆସିବାକୁ ଆଗ୍ରହ ପ୍ରକଟ କରିବେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରମ ଆଇନରେ ଅଣାଯାଇଥିବା ସଂସ୍କାର ବହୁ ସଂଖ୍ୟକ ଶ୍ରମ ସଂହିତାକୁ କମାଇଛି ଏବଂ ଏହା ଦ୍ୱାର ଉଭୟ କର୍ମନିଯୋକ୍ତା ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ଏହା ଇଜ୍ ଅଫ୍ ଡୁଇଂ ବିଜିନେସକୁ ଅଧିକ ବୃଦ୍ଧି କରିବାରେ ସହାୟକ ହୋଇପାରିବ । ସେହିଭଳି କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରକୁ ସୁଦୂରପ୍ରସାରୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା କେବଳ କୃଷକମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବନାହିଁ ଅପରନ୍ତୁ ଏହା ରପ୍ତାନୀକୁ ମଧ୍ୟ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ କହିଲେ ଯେ ଏଭଳି ସକଳ ପ୍ରକାର ସଂସ୍କାର ଆତ୍ମ ନିର୍ଭର ଭାରତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ ଏବଂ ଦେଶ ଆତ୍ମ ନିର୍ଭର ହେବା ଦିଗରେ ଏହା କାର୍ଯ୍ୟ କରିବ । ବୈଶ୍ୱିକ କଲ୍ୟାଣ ଓ ସମୃଦ୍ଧି ପାଇଁ ଆମର ଅବଦାନ ଅଧିକ ହେଉ ବୋଲି ଆମେ କାମନା କରୁ । ଏହି ପ୍ରସଙ୍ଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଶିକ୍ଷା କ୍ଷେତ୍ରରେ ସହଭାଗୀତ ପାଇଁ, ଉତ୍ପାଦନ ଓ ସେବା କ୍ଷେତ୍ରରେ ନିବେଶ ସକାଶେ ଏବଂ କୃଷି କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ହେଉଛି ପ୍ରକୃଷ୍ଟ କ୍ଷେତ୍ର ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ-କାନାଡା ଦ୍ୱିପାକ୍ଷିକ ସଂପର୍କ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଆହୁରି ଅନେକ ସମାନ ସ୍ୱାର୍ଥ ଉପରେ ପରିଚାଳିତ । ସେ କହିଲେ ଯେ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ବାଣିତ୍ୟ ଏବଂ ନିବେଶର ସଂପର୍କ ଆମର ବିବିଧ କ୍ଷେତ୍ରୀୟ ଘନିଷ୍ଠତାର ସୂଚନା ଦିଏ ଏବଂ ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ । କାନାଡ଼ା ବିଶ୍ୱର ସର୍ବବୃହତ୍ ତଥା ସବୁଠାରୁ ଅଭିଜ୍ଞ ଭିତ୍ତିଭୂମି ନିବେଶକଙ୍କ ସ୍ଥାନ ବୋଲି ଗୁରୁତ୍ୱର ସହ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେଯେ କାନାଡାର ପେନସନ୍ ଫଣ୍ଡ୍ ଭାରତରେ ସର୍ବପ୍ରଥମେ ପ୍ରତ୍ୟକ୍ଷ ଭାବେ ନିବେଶ କରିଥିବା କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ।  ସେମାନଙ୍କ ମଧ୍ୟରୁ ଅନେକେ ଅଦ୍ୟାବଧି ଭାରତରେ ଜାତୀୟ ରାଜପଥ, ବିମାନ ବନ୍ଦର, ଲଜିଷ୍ଟିକ୍ସ, ଟେଲିକମ୍ ଏବଂ ରିଅଲ୍ ଇଷ୍ଟେଟ୍ ଆଦି କ୍ଷେତ୍ରରେ ଥିବା ବ୍ୟାପକ ନିବେଶ ସୁଯୋଗକୁ ଆବିଷ୍କାର କରି ସାରିଛନ୍ତି । ସେ କହିଲେ ଯେ କାନାଡ଼ାର ପରିପକ୍ୱ ନିବେଶକଗଣ ଯେଉଁମାନେ କି ଢ଼େର୍ ବର୍ଷ ଧରି ଭାରତରେ କାର୍ଯ୍ୟ କରୁଛନ୍ତି ସେମାନେ ହେଉଛନ୍ତି ଆମର ଶ୍ରେଷ୍ଠ ଦୂତ । ସେମାନଙ୍କର ଅଭିଜ୍ଞତା, ବ୍ୟବସାୟ ସଂପ୍ରସାରଣ ଓ ବ୍ୟାପକକରଣ କରିବା ନିମନ୍ତେ ସେମାନଙ୍କର ଯୋଜନା ହେଉଛି କାନାଡ଼ାର ଅନ୍ୟ କମ୍ପାନୀମାନଙ୍କ ସକାଶେ ନିର୍ଭରଯୋଗ୍ୟ ପ୍ରମାଣ ଯଦ୍ୱାରା ସେମାନେ ଏଠାକୁ ଆସିବାକୁ ଆଗ୍ରହ ପ୍ରକଟ କରିବେ । ଭାରତରେ କାନାଡ଼ାର ନିବେଶକମାନଙ୍କ ସକାଶେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”