“ଖେଳାଳୀମାନଙ୍କ ଦୃଷ୍ଟାନ୍ତମୂଳକ କ୍ରୀଡା ନୈପୁଣ୍ୟ ଯୋଗୁଁ ଦେଶ ଏକ ଉତ୍ସାହଜନକ ସଫଳତାର ନିଦର୍ଶନ ସ୍ୱରୂପ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରୁଛି”
“କ୍ରୀଡାବିତମାନେ ଦେଶର ଯୁବକଯୁବତୀଙ୍କୁ ଅନୁପ୍ରାଣୀତ କରିବା ଦ୍ୱାରା ସେମାନେ କ୍ରୀଡା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭଲ କରୁଛନ୍ତି”
“ଆପଣମାନେ ଦେଶର ଚିନ୍ତାଧାରା ଓ ଲକ୍ଷ୍ୟକୁ ଏକତା ସୂତ୍ରରେ ବାନ୍ଧି ରଖିଛନ୍ତି ଯାହା ଆମ ସ୍ୱାଧୀନତା ସଂଗ୍ରାମର ଏକ ବିରାଟ ଶକ୍ତି ଥିଲା”
“ତ୍ରିରଙ୍ଗାର ଶକ୍ତି ୟୁକ୍ରେନରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ଏହା କେବଳ ଭାରତୀୟମାନଙ୍କ ନିମନ୍ତେ ରକ୍ଷା କବଚ ଭାବେ କାମ କରିନଥିଲା ବରଂ ଯୁଦ୍ଧକ୍ଷେତ୍ରରୁ ନିରାପଦରେ ଆସିବାକୁ ଅନ୍ୟ ଦେଶର ନାଗରିକମାନଙ୍କୁ ମଧ୍ୟ ସାହାଯ୍ୟ କରିଥିଲା”
“ଆମ ଉପରେ ବିଶ୍ୱର ଏକ ସର୍ବୋତ୍ତମ କ୍ରୀଡା ବାତାବରଣ ସୃଷ୍ଟି କରିବାର ଦାୟୀତ୍ୱ ରହିଛି ଯାହା ବିବିଧ, ସାମଗ୍ରିକ ଓ ଗତିଶୀଳ, କୌଣସି ମେଧାବୀ ପଛରେ ରହିବେ ନାହିଁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଚିତ୍ତାକର୍ଷକ ପ୍ରଦର୍ଶନ ନିମନ୍ତେ ଖେଳାଳୀ ଓ ପ୍ରଶିକ୍ଷକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଭାରତ ବିଭିନ୍ନ କ୍ରୀଡା ବିଭାଗରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ହାସଲ କରିଛି । ସିଡବ୍ଲୁଜି-୨୦୨୨ରେ ଭାରତୀୟ କ୍ରୀଡାବିତମାନଙ୍କ ଅଭୂତପୂର୍ବ ସଫଳତା ନିମନ୍ତେ କ୍ରୀଡାବିତ ଓ ପ୍ରଶିକ୍ଷକମାନଙ୍କୁ ସ୍ୱାଗତ ଜଣାଇଥିଲେ । ଖେଳାଳୀମାନଙ୍କ ଦୃଷ୍ଟାନ୍ତମୂଳକ କ୍ରୀଡା ନୈପୁଣ୍ୟ ଯୋଗୁଁ ଦେଶ ଏକ ଉତ୍ସାହଜନକ ସଫଳତାର ନିଦର୍ଶନ ସ୍ୱରୂପ ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କ୍ରୀଡାକ୍ଷେତ୍ରର ଗତ ଚାରି ସପ୍ତାହ ମଧ୍ୟରେ ଭାରତ କିପରି ଦୁଇଟି ପ୍ରମୁଖ ସଫଳତା ହାସଲ କରିଛି ପ୍ରଧାନମନ୍ତ୍ରୀ ତା ଉପରେ ଆଲୋକପାତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ କ୍ରୀଡାନୈପୁଣ୍ୟ ପରେ ଦେଶ ପ୍ରଥମ ଥର ପାଇଁ ଚେସ ଅଲିମ୍ପାଏଡ ଆୟୋଜନ କରିଛି । କ୍ରୀଡାବିତମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନେ ଯେତେବେଳେ ବର୍ମିଂହାମରେ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହେଉଥିଲେ, ସେତେବେଳେ ଦେଶବାସୀ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହି ଆପଣମାନଙ୍କ କ୍ରୀଡା ଦକ୍ଷତା ଅବଲୋକନ କରୁଥିଲେ । ଅନେକ ଲୋକ ଖେଳର ତାଜା ସ୍ଥତି ନେଇ ଅବଗତ ରହିବା ପାଇଁ ଆଲାର୍ମ ଦେଇ ନିଦ୍ରା ଯାଉଥିଲେ ।” ଯେତେବେଳେ ଭାରତୀୟ ଦଳ ଏଠାରୁ ବିଦାୟ ନେଇ ଖେଳିବାକୁ ଗଲେ ସେହିପରି ଆଜି ଆମ ସେମାନଙ୍କ ବିଜୟ ଉତ୍ସବ ପାଳୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିରାଟ କ୍ରୀଡା ଦକ୍ଷତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂଖ୍ୟା କେବେ ପୁରା କାହାଣୀ ଉପସ୍ଥାପିତ କରିପାରେ ନାହିଁ । କାରଣ ଅନେକ ପଦକ କାଣିଚାଏ ସମ୍ଭାବ୍ୟ ପାର୍ଥକ୍ୟ ଯୋଗୁଁ ଯେଉଁ ହାତଛଡା ହୋଇଛି ଆମର ଦୃଢ଼ ପ୍ରତିଜ୍ଞ କ୍ରୀଡାବିତ ମାନେ ତାହାକୁ ଭବିଷ୍ୟତରେ ସୁଧାରି ନେବେ । ଗତଥର ତୁଳନାରେ ଭାରତ ଏଥର ଚାରିଟି ନୂତନ ଖେଳରେ ବିଜୟୀ ହୋଇଛି । ଲନ ବଲଠାରୁ ଆରମ୍ଭ କରି ଦୌଡକୁଦ ପର୍ଯ୍ୟନ୍ତ ଅମ ଖେଳାଳୀମାନେ ଅପୂର୍ବ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ଏହି ଦକ୍ଷତା ସହ ଭବିଷ୍ୟତରେ ନୂଆ ନୂଆ ଖେଳ ପ୍ରତି ଦେଶରେ ଯୁବକଯୁବତୀ ମାନଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମୁଷ୍ଟିଯୁଦ୍ଧ, ଜୁଡଡ ଓ କୁସ୍ତିରେ ଆମର ଝିଅମାନଙ୍କ ସଫଳତାର ତଥା ସେମାନଙ୍କ ସିଡବ୍ଲୁଜି-୨୦୨୨ରେ ପ୍ରାଧାନ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ୩୧ଟି ପଦକ ଯେଉଁମାନେ ପ୍ରଥମଥର ପାଇଁ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ଦ୍ୱାରା ହାସଲ ହେବା ଆମ ଯୁବାଶକ୍ତିର ଆତ୍ମବିଶ୍ୱାସକୁ ପ୍ରମାଣିତ କରିଛି ।

କ୍ରୀଡାବିତମାନେ ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପକୁ କେବଳ ପଦକ ଦେଇ ଶକ୍ତିଶାଳୀ କରିନାହାନ୍ତି ବରଂ ଏହକୁ ଉତ୍ସବମୁଖର ହୋଇ ପାଳନ କରିବାକୁ ସୁଯୋଗ ମଧ୍ୟ ଦେଇଛନ୍ତି । ଖେଳାଳୀମାନେ ଦେଶର କ୍ରୀଡା ବ୍ୟତିତ ଅନ୍ୟକ୍ଷେତ୍ରରେ ମଧ୍ୟ ସଫଳ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆମଣମାନେ ଦେଶର ଚିନ୍ତାଧାରା ଓ ଲକ୍ଷ୍ୟକୁ ଏକତା ସୂତ୍ରରେ ଗୁନ୍ଥି ରଖିଛନ୍ତି ଯାହା ଅମ ସ୍ୱାଧୀନତା ସଂଗ୍ରାମର ଏକ ବିରାଟ ଶକ୍ତି ଥିଲା” ବୋଲି ସେ କହିଥିଲେ । ଆମ ମହାନ ସ୍ୱାଧୀତା ସଂଗ୍ରାମୀମାନଙ୍କ କାମ କରିବା ଶୈଳୀ ଅଲଗା ଥିଲେ ମଧ୍ୟ ସ୍ୱାଧୀନତା ସେମାନେ ସମସ୍ତଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ବାଲି ସେ କହିଥିଲେ । ସେହିପରି ଆମ ଖେଳାଳୀମାନେ ଦେଶର ଗରିମା ବୃଦ୍ଧି ନିମନ୍ତେ ଏଥିରେ ପ୍ରବେଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାର ଶକ୍ତି ୟୁକ୍ରେନରେ ଦେଖିବାକୁ ମିଳିଥିଲା ବୋଲି ମନ୍ତବ୍ୟ ଦେଇ ଏହା କେବଳ ଭାରତୀୟମାନଙ୍କ ପାଇଁ ସୁରକ୍ଷା କବଚ ହୋଇନଥିଲା ବରଂ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କ ପାଇଁ ମଧ୍ୟ ଯୁଦ୍ଧ କ୍ଷେତ୍ରରୁ ନିରାପଦ ସ୍ଥାନକୁ ଯିବାରେ ସହାୟକ ହୋଇଥିଲା ବୋଲି ସେ କହିଥିଲେ ।

ଯେଉଁ ଖେଳାଳୀମାନେ ଖୋଲୋ ଇଣ୍ଡିଆ ସ୍ତରରୁ ଉଠି ଆନ୍ତର୍ଜାତିକ ସ୍ତରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ସେ ଖେଳାଳୀମାନଙ୍କ ଦକ୍ଷତାରେ ଖୁସୀ ପ୍ରକଟ କରିଥିଲେ । ସେ ମଧ୍ୟ ଅଲିମ୍ପିକ୍ ମଞ୍ଚ ଯୋଜନା ଲକ୍ଷ୍ୟର ସକାରାତ୍ମକ ପ୍ରଭାବ ଉପରେ କହିଥିଲେ । ନୂତନ ମେଧା ଚିହ୍ନଟ ନେଇ ସେମାନଙ୍କୁ ସେ ମଞ୍ଚ ପର୍ଯ୍ୟନ୍ତ ନେଇ ଯିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । “ଆମ ପାଇଁ ବିଶ୍ୱର ଏକ ସର୍ବୋତ୍ତମ କ୍ରୀଡା ବାତାବରଣ ସୃଷ୍ଟି କରିବାର ଦାୟୀତ୍ୱ ରହିଛି, ଯାହା ବିବିଧ, ସାମଗ୍ରିକ ଓ ଗତିଶୀଳ ହେବା ଆବଶ୍ୟକ  । କୌଣସି ମେଧାବୀ ପଛରେ ରହିଯିବେ ନାହିଁ” ବୋଲି ସେ ଗୁରତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶିକ୍ଷକ, କ୍ରୀଡା ପ୍ରଶାସକ ଓ ସହାୟକ କର୍ମଚାରୀଙ୍କ ଖେଳାଳୀଙ୍କ ସଫଳତା ପଛରେ ଭୂମିକା ରହିଥିବା ସ୍ୱୀକାର କରିଥିଲେ ।

ପ୍ରଧାନମନ୍ତ୍ରୀ ଖେଳାଳୀମାନଙ୍କୁ ଆଗାମୀ ଏସୀୟ କ୍ରୀଡା ଓ ଅଲିମ୍ପିକ୍ସ ନିମନ୍ତେ ଭଲ ଭାବେ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ଆଜାଦୀ ଅମ୍ରିତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଗତ ବର୍ଷ ଖେଳାଳୀ ଓ ପ୍ରଶିକ୍ଷକମାନଙ୍କୁ ଦେଶର ୭୫ଟି ଶିକ୍ଷାନୁଷ୍ଠାନ ଗସ୍ତକରି ପିଲାମାନଙ୍କ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ । ମିଟ ଦି ଚମ୍ପିଆନ ଅଭିଯାନ ଜରିଆରେ ଅନେକ କ୍ରୀଡାବିତ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । କ୍ରୀଡାବିତମାନଙ୍କୁ ନିଜର ଆଦର୍ଶ ବିବେଚନା କରୁଥିବା ଦେଶର ଯୁବ ସମାଜ ନିମନ୍ତେ ଏହି ଅଭିଯାନକୁ ଆଗେଇ ନେବାକୁ ଶ୍ରୀ ମୋଦୀ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନଙ୍କ ସ୍ୱୀକୃତି, ସାମର୍ଥ୍ୟ ଓ ଗ୍ରହଣୀୟତା ଦେଶର ଯୁବପୀଢ଼ି ପାଇଁ କାର୍ଯ୍ୟରେ ଲାଗିବା ଉଚିତ ।” ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କୁ ସେମାନଙ୍କ ବିଜୟ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଶୁଭକାମନା କରି ତାଙ୍କର ବକ୍ତବ୍ୟ ସମାପନ କରିଥିଲେ ।

ପ୍ରମୁଖ କ୍ରୀଡା ପ୍ରତିଯୋଗୀତାରେ ଦେଶର ପ୍ରତିନିଧିତ୍ୱ କରୁଥିବା କ୍ରୀଡାବିତମାନଙ୍କ ସମ୍ବର୍ଦ୍ଧିତ କରିବା ଧାରାର ଏହା ଏକ ଅଂଶବିଶେଷ । ୨୦୨୦ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ଖେଳାଳୀମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଥିଲେ । ଏପରିକି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୦ କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କ ପ୍ରସ୍ତୁତି ନେଇ ବୁଝାସୁଝା କରିବା ସହ ସେମାନଙ୍କୁ ସେମାନଙ୍କ ସଫଳତା ଓ କର୍ମନିଷ୍ଠତା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

ସିଡବ୍ଲୁଜି ୨୦୨୨ ବମିଂହାମଠାରେ ଜୁଲାଇ ୨୫ରୁ ଅଗଷ୍ଟ ୮ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୯ଟି ବିଭିନ୍ନ କ୍ରୀଡା ଶ୍ରେଣୀରେ ଦେଶର ମୋଟ ୨୧୫ ଜଣ ପ୍ରତିଯୋଗୀ ୧୪୧ଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଭାରତ ବିଭିନ୍ନ ବିଭାଗରେ ମୋଟ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics exports up 11.62% to $5.09 billion in May

Media Coverage

India’s electronics exports up 11.62% to $5.09 billion in May
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights India's defence transformation over the last decade
June 17, 2026

The Prime Minister, Shri Narendra Modi has highlighted the significant transformation witnessed in India’s defence capabilities over the last decade.

Shri Modi said that India’s defence capabilities have undergone a major transformation, guided by the vision of self-reliance and powered by innovation, technology and indigenous manufacturing.

The Prime Minister noted that the progress made in the defence sector over the last 12 years reflects India’s growing focus on strengthening national security through self-reliance.

The Prime Minister further stated that India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

The Prime Minister wrote on X;

“India’s defence capabilities have witnessed significant transformation over the last decade, guided by the vision of self-reliance and powered by innovation, technology and indigenous manufacturing.

This thread gives a glimpse of the strides India has made in the defence sector over the last 12 years.

#12YearsOfSurakshitBharat”

“This thread explains how India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

#12YearsOfSurakshitBharat”