ଡିଜିଟାଲ ମାଧ୍ୟମରେ ସଶକ୍ତ ଯୁବକ ଏହି ଦଶନ୍ଧିକୁ ‘ଭାରତର ଡେକେଡ୍’ରେ ପରିଣତ କରିବେ : ପ୍ରଧାନମନ୍ତ୍ରୀ
ଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତର ପ୍ରମୁଖ ଆଧାର : ପ୍ରଧାନମନ୍ତ୍ରୀ
ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଦ୍ରୁତ ଲାଭ, ସମ୍ପୂର୍ଣ୍ଣ ଲାଭ, ଡିଜିଟାଲ ଇଣ୍ଡିଆର ଅର୍ଥ ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ : ପ୍ରଧାନମନ୍ତ୍ରୀ
କରୋନା କାଳରେ ଭାରତର ଡିଜିଟାଲ ସମାଧାନ ସାରା ବିଶ୍ବର ଧ୍ୟାନ ଆକର୍ଷଣ କରିଛି : ପ୍ରଧାନମନ୍ତ୍ରୀ
10 କୋଟିରୁ ଊର୍ଦ୍ଧ୍ବ ପରିବାରଙ୍କ ଆକାଉଣ୍ଟରେ ଜମା ହୋଇଛି 1.35 ଲକ୍ଷ କୋଟି : ପ୍ରଧାନମନ୍ତ୍ରୀ
ଏକ ରାଷ୍ଟ୍ର-ଏକ ଏମଏସପି ଭାବନାକୁ ବାସ୍ତବ ରୂପ ଦେଇଛି ଡିଜିଟାଲ ଇଣ୍ଡିଆ : ପ୍ରଧାନମନ୍ତ୍ରୀ

ଡିଜିଟାଲ ଇଣ୍ଡିଆ’ ଅଭିଯାନକୁ ଛଅ ବର୍ଷ ପୂରଣ ହେବା ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନବୋନ୍ମେଷ ପାଇଁ ଉତ୍ସାହ ପ୍ରକଟ କରିବା ସହିତ ଦ୍ରୁତ ଗତିରେ ଏହିସବୁ ନବୋନ୍ମେଷକୁ ଗ୍ରହଣ କରିବା ଲାଗି ସାମର୍ଥ୍ୟକୁ ପ୍ରକଟ କରିଛି। ଡିଜିଟାଲ ଇଣ୍ଡିଆ ହେଉଛି ଭାରତର ସଂକଳ୍ପ। ଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତର ପ୍ରମୁଖ ଆଧାର। ଡିଜିଟାଲ ଇଣ୍ଡିଆ ହେଉଛି ଏକ ଦୃଢ଼ ଭାରତୀୟ ଅବତାର ଯାହା ଏକବିଂଶ ଶତାବ୍ଦୀରେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ତାଙ୍କର ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନର ମନ୍ତ୍ରକୁ ଦୋହରାଇଥିଲେ ଏବଂ ଡିଜିଟାଲ ଇଣ୍ଡିଆ କିଭଳି ଭାବେ ସରକାର ଓ ଜନସାଧାରଣ, ବ୍ୟବସ୍ଥା ଓ ସୁବିଧା, ସମସ୍ୟା ଓ ସମାଧାନ ମଧ୍ୟରେ ଶୂନ୍ୟସ୍ଥାନକୁ ହ୍ରାସ କରିବା ଲାଗି ସାଧାରଣ ନାଗରିକମାନଙ୍କୁ ସଶକ୍ତ କରିଛି ତାହା ବର୍ଣ୍ଣନା କରିଥିଲେ। ବିଶେଷ କରି ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଡିଜିଲକର କିଭଳି ଭାବେ ସହାୟକ ହୋଇଛି ତାହାର ଉଦାହରଣ ସେ ଦେଇଥିଲେ। ସାରା ଦେଶରେ ବିଦ୍ୟାଳୟ ପ୍ରମାଣପତ୍ର, ଚିକିତ୍ସା ଦସ୍ତାବିଜ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ର ଡିଜିଟାଲ ମାଧ୍ୟମରେ ସଂରକ୍ଷିତ କରି ରଖାଯାଉଥିବା ସେ କହିଥିଲେ। ସେ କହିଥିଲେ ଯେ ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର ହାସଲ କରିବା, ଇଲେକ୍ଟ୍ରି ବିଲ ପଇଠ କରିବା, ପାଣି ବିଲ୍ ପଇଠ କରିବା, ଆୟକର ରିଟର୍ଣ୍ଣ ଦାଖଲ କରିବା ଆଦି ସେବା ମିଳିବା ଏବେ ସହଜ ଓ ଶୀଘ୍ର ହୋଇଛି। ତା’ଛଡ଼ା ଗ୍ରାମାଞ୍ଚଳରେ ଇ-ଜନସେବା କେନ୍ଦ୍ର (ସିଏସସି)ଗୁଡ଼ିକ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ଡିଜିଟାଲ ଇଣ୍ଡିଆ ଜରିଆରେ ହିଁ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଭଳି ଯୋଜନାକୁ ବାସ୍ତବ ରୂପ ଦିଆଯାଇ ପାରିଛି। ସବୁ ରାଜ୍ୟ ନିଜ ନିଜ ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଥିବା କାରଣରୁ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶଂସା କରିଥିଲେ।

ଡିଜିଟାଲ ଇଣ୍ଡିଆ ଯେପରି ଭାବେ  ହିତାଧିକାରୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ତାହାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।  ସେ ସ୍ବନିଧି ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସ୍ବାମୀତ୍ବ ଯୋଜନାରେ ମାଲିକାନା ଅଧିକାରକୁ ସୁରକ୍ଷିତ ରଖିବାର ସମସ୍ୟାର ସମାଧାନ ହୋଇଥିବା କହିଥିଲେ। ଦୂରବର୍ତ୍ତୀ ଇଲାକାରେ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ଇ-ସଞ୍ଜିବନୀ ଯୋଜନାର ଉପାଦେୟତା ବିଷୟରେ ସେ ଉଲ୍ଲେଖ କରିଥିଲେ ଏବଂ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ଏକ ପ୍ରଭାବୀ ବ୍ୟବସ୍ଥା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା କାଳରେ ଭାରତ ପ୍ରସ୍ତୁତ କରିଥିବା ଡିଜିଟାଲ ସମାଧାନ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସାରା ବିଶ୍ବର ଧ୍ୟାନ ଆକୃଷ୍ଟ କରିପାରିଛି। ବିଶ୍ବର ସର୍ବବୃହତ ଡିଜିଟାଲ କଣ୍ଟାକ୍ଟ ଟ୍ରେସିଂ ଆପ୍ ଆରୋଗ୍ୟ ସେତୁ କରୋନା ସଂକ୍ରମଣ ନିରାକରଣ କ୍ଷେତ୍ରରେ ବହୁ ମାତ୍ରାରେ ସହାୟକ ହୋଇଛି ବୋଲି ସେ କହିଥିଲେ। ଟିକାକରଣ ପାଇଁ ଭାରତର କୋଓ୍ବିନ୍ ଆପ୍ ପ୍ରତି ମଧ୍ୟ ବହୁ ରାଷ୍ଟ୍ର ଆଗ୍ରହ ପ୍ରକଟ କରିଛନ୍ତି। ଟିକାକରଣ ପ୍ରକ୍ରିୟା ପାଇଁ ଏପରି ନିରୀକ୍ଷକ ଉପକରଣ ଆମର ବୈଷୟିକ ଦକ୍ଷତାର ପ୍ରମାଣ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସୁଯୋଗ, ସମସ୍ତଙ୍କ ପାଇଁ ସୁବିଧା ଏବଂ ସମସ୍ତଙ୍କର ଅଂଶଗ୍ରହଣ। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସରକାରୀ ବ୍ୟବସ୍ଥାର ଉପଲବ୍ଧତା। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଏକ ପାରଦର୍ଶୀ, ଭେଦଭାବମୁକ୍ତ ବ୍ୟବସ୍ଥା ଏବଂ ଦୁର୍ନୀତି ବିରୋଧରେ ଏକ ପ୍ରହାର। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସମୟ, ଶ୍ରମ ଓ ଅର୍ଥ ବଞ୍ଚାଇବାର ଏକ ମାଧ୍ୟମ। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଦ୍ରୁତ ଲାଭ, ସମ୍ପୂର୍ଣ୍ଣ ଲାଭ। ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ଅଭିଯାନ କରୋନା କାଳରେ ଦେଶକୁ ସହାୟକ ହୋଇଛି। ଲକଡାଉନ କାରଣରୁ ଯେତେବେଳେ ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ନାଗରିକମାନଙ୍କୁ ସହାୟତା ଅର୍ଥ ପଠାଇବା ଲାଗି ସମର୍ଥ ହେଉନଥିଲେ, ଭାରତ ଏହାର ନାଗରିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହଜାର ହଜାର କୋଟି ଟଙ୍କା ପଠାଇଥିଲା। ଡିଜିଟାଲ କାରବାର ଚାଷୀଙ୍କ ଜୀବନରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ, 1.35 ଲକ୍ଷ କୋଟି ଟଙ୍କା 10 କୋଟିରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଡିଜିଟାଲ ଇଣ୍ଡିଆ ମଧ୍ୟ ଏକ ରାଷ୍ଟ୍ର ଏକ ଏମ୍‌ଏସ୍‌ପି ଭାବନାକୁ ବାସ୍ତବ ରୂପ ଦେଇଛି।

ଡିଜିଟାଲ ଇଣ୍ଡିଆ ପାଇଁ ବ୍ୟାପକ ଭାବେ ଏବଂ ଦ୍ରୁତ ଗତିରେ ଭିତ୍ତିଭୂମି ନିର୍ମାଣ କରାଯିବା ଉପରେ ଅଧିକ ଗୁରୁତ୍ବାରୋପ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ।  ସେ ଉଲ୍ଲେଖ କରିଥିଲେ ଯେ 2.5 ଲକ୍ଷ ଜନସେବା କେନ୍ଦ୍ର ଜରିଆରେ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ପହଞ୍ଚିପାରିଛି। ଭାରତ ନେଟ୍ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ଲାଗି ମିଶନ ମୋଡରେ କାମ ଚାଲିଛି। ପିଏମ ବାଣୀ ମାଧ୍ୟମରେ ଆକ୍ସନ ପଏଣ୍ଟ ପ୍ରସ୍ତୁତ କରାଯାଉଛି ଯାହାଫଳରେ ଗ୍ରାମୀଣ ଯୁବକମାନେ ଭଲ ସେବା ଏବଂ ଶିକ୍ଷା ନିମନ୍ତେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସହିତ ଯୋଡ଼ି ହୋଇପାରିବେ। ସେ କହିଥିଲେ ଯେ ସାରା ଦେଶରେ ଛାତ୍ରଛାତ୍ରୀମାନଙ୍କୁ ଶସ୍ତା ଟାବଲେଟ୍ ଓ ଡିଜିଟାଲ ଡିଭାଇସ୍ ଯୋଗାଇ ଦିଆଯାଉଛି। ଏହି ଲକ୍ଷ୍ୟକୁ ସାକାର କରିବା ଲାଗି ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକୁ ଉତ୍ପାଦନ ସହ ଜଡ଼ିତ ସବସିଡି ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ କାରଣରୁ ବିଗତ 6-7 ବର୍ଷରେ ବିଭିନ୍ନ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପାଖାପାଖି 17 ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦଶନ୍ଧି, ପ୍ରଯୁକ୍ତି ଓ ବିଶ୍ବ ଡିଜିଟାଲ ଅର୍ଥବ୍ୟବସ୍ଥାରେ ଭାରତର ଭାଗୀଦାରୀକୁ, ଭାରତର କ୍ଷମତାକୁ ଯଥେଷ୍ଟ ବଢ଼ାଇବାକୁ ଯାଉଛି। 5-ଜି ପ୍ରଯୁକ୍ତି ବିଶ୍ବରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବ ଏବଂ ଭାରତ ଏଥିପାଇଁ ପ୍ରସ୍ତୁତି କରୁଛି। ପ୍ରଧାନମନ୍ତ୍ରୀ ବିଶ୍ବାସ ପ୍ରକଟ କରି କହିଥିଲେ ଯେ ଡିଜିଟାଲ ସଶକ୍ତିକରଣ କାରଣରୁ ଯୁବକମାନେ ଆପଣମାନଙ୍କୁ ନୂତନ ଉଚ୍ଚତାକୁ ନେଇ ଚାଲିବେ। ଏହି ଦଶକକୁ ‘ଭାରତର ଟେକେଡ୍’ (ଭାରତର ପ୍ରଯୁକ୍ତି ଦଶନ୍ଧି)ରେ ପରିଣତ ହେବାରେ ସହାୟତା କରିବେ।

ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ଉତ୍ତର ପ୍ରଦେଶ ବଳରାମପୁରର ଛାତ୍ରୀ ସୁଶ୍ରୀ ସୁହାନୀ ସାହୁ ଦୀକ୍ଷା ଆପ୍ ଉପଯୋଗ କରିବା ସଂକ୍ରାନ୍ତରେ ନିଜର ଅନୁଭୂତି ବଖାଣିଥିଲେ। ସେ କହିଥିଲେ ଯେ ଲକଡାଉନ ସମୟରେ ତାଙ୍କର ପାଠପଢ଼ା ପାଇଁ ଏହି ଆପ୍ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଥିଲା। ମହାରାଷ୍ଟ୍ରର ହିଂଗୋଲୀର ଶ୍ରୀ ପ୍ରହ୍ଲାଦ ବୋରଘଡ଼ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ ଯେ କିପରି ଭାବେ ଇ-ନାମ ଆପ୍ ମାଧ୍ୟମରେ ତାଙ୍କୁ ଭଲ ଦରରେ ନିଜର ଫସଲ ବିକ୍ରି କରିବାର ସୁବିଧା ମିଳିଲା ଓ ତାଙ୍କର ପରିବହନ ଖର୍ଚ୍ଚ ମଧ୍ୟ ସଞ୍ଚୟ ହୋଇପାରିଲା। ବିହାରର ପୂର୍ବ ଚମ୍ପାରଣରେ ନେପାଳ ସୀମାକୁ ଲାଗି ରହିଥିବା ଏକ ଗ୍ରାମର ଶ୍ରୀ ଶୁଭମ୍ କୁମାର ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିଜର ଅନୁଭୂତି ବଖାଣି କହିଥିଲେ ଯେ କିପରି ଭାବେ ସେ ନିଜ ଜେଜେମା’ଙ୍କୁ ଇ-ସଞ୍ଜିବନୀ ଆପ୍ ମାଧ୍ୟମରେ ଡାକ୍ତରଙ୍କ ଚିକିତ୍ସା ପରାମର୍ଶ ପାଇଁ ସୁବିଧା କରାଇପାରିଥିଲେ ଏବଂ ଏଥିପାଇଁ ତାଙ୍କୁ ଲକ୍ଷ୍ନୌ ଯିବାକୁ ମଧ୍ୟ ପଡ଼ିନଥିଲା। ଇ-ସଞ୍ଜିବନୀ ଆପ୍ ମାଧ୍ୟମରେ ପରିବାରକୁ ପରାମର୍ଶ ଦେଇଥିବା ଲକ୍ଷ୍ନୌର ଡାକ୍ତର ଭୂପେନ୍ଦ୍ର ସିଂ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ ଯେ କିଭଳି ଭାବେ ଏହି ଆପ୍ ଚିକିତ୍ସା ପରାମର୍ଶ ପ୍ରଦାନ କରିବାକୁ ଅଧିକ ସହଜ କରିଛି। ପ୍ରଧାନମନ୍ତ୍ରୀ ଡାକ୍ତର ଦିବସ ଅବସରରେ ତାଙ୍କୁ ଶୁଭକାମନା ଜଣାଇଥିଲେ ଏବଂ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଉନ୍ନତ ସୁବିଧା ସହିତ ଇ-ସଞ୍ଜିବନୀ ଆପ୍‌କୁ ଆହୁରି ଉନ୍ନତ କରାଯିବ।

ଉତ୍ତର ପ୍ରଦେଶ ବାରାଣସୀର ସୁଶ୍ରୀ ଅନୁପମା ଦୁବେ ମହିଳା ଇ-ହାଟ ମାଧ୍ୟମରେ ପାରମ୍ପରିକ ସିଲ୍କ ଶାଢ଼ିକୁ ବିକ୍ରି କରିବା ବିଷୟରେ ନିଜର ଅଭିଜ୍ଞତା ବଖାଣିଥିଲେ ଏବଂ ସେ ଏହା ମଧ୍ୟ କହିଥିଲେ ଯେ କିଭଳି ଭାବେ ସେ ସିଲ୍କ ଶାଢ଼ୀ ପାଇଁ ନୂଆ ଡିଜାଇନ ପ୍ରସ୍ତୁତ କରିବା ଲାଗି ଡିଜିଟାଲ ପ୍ୟାଡ୍ ଓ ଷ୍ଟାଇଲସ୍‌ ଭଳି ନବୀନତମ ଜ୍ଞାନକୌଶଳର ପ୍ରୟୋଗ କରୁଛନ୍ତି। ଉତ୍ତରାଖଣ୍ଡର ଡେରାଡୁନରେ ରହୁଥିବା ପ୍ରବାସୀ ଶ୍ରୀ ହରି ରାମ ଏକ ରାଷ୍ଟ୍ର ଏକ ରାସନ କାର୍ଡ ମାଧ୍ୟମରେ ସହଜରେ ରାସନ ପାଇବା ଲାଗି ନିଜର ଅନୁଭୂତି ବଖାଣିବା ସମୟରେ ଅତ୍ୟନ୍ତ ଉତ୍ସାହିତ ଜଣାପଡ଼ିଥିଲେ। ହିମାଚଳ ପ୍ରଦେଶର ଧର୍ମପୁରରୁ ଶ୍ରୀ ମେହର ଦତ୍ତଶର୍ମା ନିଜ ଅନୁଭୂତି ବଖାଣି କହିଥିଲେ ଯେ କିଭଳି ଭାବେ  ଜନ ସେବା କେନ୍ଦ୍ରର ଇ-ଷ୍ଟୋର୍ସ ଜରିଆରେ ନିକଟସ୍ଥ ସହରକୁ ନଯାଇ ମଧ୍ୟ ସେ ନିଜର ଉପାନ୍ତ ଗ୍ରାମରେ ବିଭିନ୍ନ ପ୍ରକାରର ସାମଗ୍ରୀ ପାଇପାରୁଛନ୍ତି। ମଧ୍ୟପ୍ରଦେଶ ଉଜ୍ଜ୍ବୈନୀର ନାଜମୀଁ ଶାହ କହିଥିଲେ ଯେ ପିଏମ ସ୍ବନିଧି ଯୋଜନା କିଭଳି ଭାବେ ମହାମାରୀ ପରେ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ ଭାବେ ପୁଣିଥରେ ଛିଡ଼ା ହେବା ଲାଗି ସହାୟକ ହୋଇଥିଲା। ମେଘାଳୟର କେପିଓ କର୍ମଚାରୀ ଶ୍ରୀମତୀ ଓ୍ବାଣ୍ଡାମାଫି ସିମଲିୟେହ କହିଥିଲେ ଯେ ସେ ଇଣ୍ଡିଆ ବିପିଓ ଯୋଜନା ପାଇଁ ବହୁମାତ୍ରାରେ କୃତଜ୍ଞ କାରଣ ସେ କୋଭିଡ-19 ମହାମାରୀ ସମୟରେ ଅତ୍ୟନ୍ତ ସୁରକ୍ଷିତ ପରିବେଶରେ କାମ କରିବା ଲାଗି ସକ୍ଷମ ହୋଇପାରିଛନ୍ତି।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Ayushman Bharat Digital Mission Crosses 90 Crore ABHA Registrations, Nearly Half Are Women

Media Coverage

India's Ayushman Bharat Digital Mission Crosses 90 Crore ABHA Registrations, Nearly Half Are Women
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”