“୧୦୦କୋଟି ଟିକାକରଣ କେବଳ ମାତ୍ର ସଂଖ୍ୟା ନୁହେଁ ବରଂ ଦେଶର ଶକ୍ତିର ପ୍ରତିଫଳନ”
“ଏହା ଭାରତ ଓ ପ୍ରତ୍ୟେକ ଦେଶବାସୀଙ୍କ ସଫଳତା”
“ଯେତେବେଳେ ରୋଗ କୌଣସି ବାଛବିଚାର ଦେଖେ ନାହିଁ ଟିକାକରଣ ପାଇଁ ମଧ୍ୟ କୌଣସି ତାରତମ୍ୟ ରହିବ ନାହିଁ । ସେ ଦୃଷ୍ଟିରୁ ଟିକାକରଣ ଅଭିଯାନରେ କୌଣସି ଭିଆଇପି ସଂସ୍କୃତି ଯେପରି ନ ରହେ ତାହା ସୁନିଶ୍ଚିତ କରାଯାଇଛି”
“ବିଶ୍ୱରେ ଭାରତର ଭେଷଜ କ୍ଷେତ୍ରରେ ଯେଉଁ ପ୍ରସିଦ୍ଧି ରହିଛି ତାହା ଆହୁରି ମଜବୁତ ହୋଇଛି”
“ଦେଶରେ ବୈଶ୍ୱିକ ମହାମାରୀ ବିରୁଦ୍ଧ ସଂଗ୍ରାମରେ ଜନସାଧାରଣଙ୍କ ଅଂଶୀଦାରୀତାକୁ ପ୍ରାଥମିକତା ଦେଇଛନ୍ତି ସରକାର” “ଭାରତର ସମଗ୍ର ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନ ସମ୍ଭୁତ, ବିଜ୍ଞାନଭିତ୍ତିକ ଓ ବିଜ୍ଞାନ ପରିଚାଳିତ”
“ଆଜି ଭାରତୀୟ କମ୍ପାନୀଗୁଡିକରେ ରେକର୍ଡ ପୁଞ୍ଜି ବିନିଯୋଗ ସହିତ ଯୁବସମାଜ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି ।
ଷ୍ଟାର୍ଟଅପ୍‌ରେ ରେକର୍ଡ ପୁଞ୍ଜିନିବେଶ ଯୋଗୁଁ ନୂତନ କାହାଣୀମାନ ସୃଷ୍ଟି ହେଉଛି”
“ଯେପରି ସ୍ୱଚ୍ଛ ଭାରତ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ସେହିଭଳି ଭାରତରେ ତିଆରି ଜିନିଷ କ୍ରୟ, ଭାରତୀୟମାନଙ୍କ ଦ୍ୱାରା ତିଆରି ଜିନିଷ କିଣିବା, ଭୋକାଲ ଫର ଲୋକାଲକୁ କାମରେ ଲଗାଯାଇଛି”
“ପ୍ରଚ୍ଛଦ ଯେତେ ଭଲ ସେଥିରେ କିଛି ଯାଏ ଆସେନା, ଅସ୍ତ୍ରୋପକରଣଭାବେ ଯେତେ ଆଧୁନିକ ହେଉ ପଛେ ଓ ଅସ୍ତ୍ରଶସ୍ତ୍ର ନିରାପତ୍ତାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦେଲେ ମଧ୍ୟ ଯୁଦ୍ଧବେଳେ ଅସ୍ତ୍ରଶସ୍ତ୍ରକୁ ଫୋପାଡି ଦିଆଯାଏ ନାହିଁ, ଲଗାମଛଡା ହେବାର କୌଣସି କାରଣ ନାହିଁ, ଆମର ପର୍ବପର୍ବାଣୀ ଖୁବ୍ ସତର୍କତାର ସହ ପାଳନ କରନ୍ତୁ”

ଶହେ କୋଟି ଟିକାକରଣର ମାଇଲଖୁଣ୍ଟ ଛୁଇଁବା ପରେ ଆଜି(ତା୨୨-୧୦-୨୦୨୧) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶହେ କୋଟି ଟିକାକରଣ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାକୁ ଏକ ଅସାଧାରଣ ପଦକ୍ଷେପଭାବେ ବର୍ଣ୍ଣନା କରିଛନ୍ତି । ସେ ଏହି ସଫଳତାର ଶ୍ରେୟ ୧୩୦କୋଟି ଦେଶବାସୀଙ୍କୁ ଦେବା ସହ ଭାରତରେ ଏହି ସଫଳତା ପ୍ରତ୍ୟେକ ଦେଶବାସୀଙ୍କ ସଫଳତା ବୋଲି କହିଛନ୍ତି । ଶହେ କୋଟି ଟିକାକରଣ କେବଳ ଏକ ସଂଖ୍ୟା ନୁହେଁ ଏହା ଦେଶର ସଫଳତାର ପ୍ରତିଫଳନ ଓ ଇତିହାସରେ ଏକ ନୂତନ ଅଧ୍ୟାୟର ସୃଷ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ନବଭାରତର ଏକ ଛବି ଯାହା କଷ୍ଟକର ଲକ୍ଷ୍ୟ ସ୍ଥିର କଲେ ଓ ତାହାକୁ ହାସଲ କରିବା ମଧ୍ୟ ଜାଣେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆଜି ଅନେକ ଲୋକ ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ବିଶ୍ୱର ଅନ୍ୟାନ୍ୟ ଦେଶ ସହ ତୁଳନା କରୁଛନ୍ତି । ଯେଉଁ ଗତିରେ ଭାରତ ଶହେ କୋଟି (ଏକ ବିଲିୟନ) ଟିପିଛି ତାହା ମଧ୍ୟ ପ୍ରଶଂସିତ ହୋଇଛି । ଏହି ବିଶ୍ଳେଷଣରେ ଏହାର ଆରମ୍ଭ ନେଇ କୌଣସି ବିଷୟ ଆଲୋଚିତ ହୋଇନାହିଁ । ସେ କହିଛନ୍ତି ଯେ ଉନ୍ନତ ରାଷ୍ଟ୍ରମାନଙ୍କର ଟିକା ବିକଶିତ କରିବାରେ ଯୁଗବ୍ୟାପୀ ବିଶେଷଜ୍ଞତା ଓ ଗବେଷଣା ରହିଛି । ଭାରତ ବିଶେଷକରି ଏହି ସବୁ ଦେଶଗୁଡିକ ଉପରେ ଆଗରୁ ନିର୍ଭରଶୀଳ ଥିଲା । ଯେତେବେଳେ ଶତାବ୍ଦୀର ସବୁଠାରୁ ବଡ ବୈଶ୍ୱିକ ମହାମାରୀର ଆବିର୍ଭାବ ହେଲା ଏହାକୁ ଭାରତରେ ମୁକାବିଲା କରିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲା ।  ସେଗୁଡିକ ମଧ୍ୟରେ ଥିଲା ଭାରତ ଅନ୍ୟ ଦେଶରୁ ଟିକା ମଗାଇବା ବାବଦ ଅର୍ଥ ପଇଠ କରିପାରିବ  ତ? ଭାରତବାସୀ ଟିକା ନେବେ ତ? ମହାମାରୀକୁ ରୋକିବାରେ ଭାରତ ପର୍ଯ୍ୟାପ୍ତ ଟିକାକରଣ କରିପାରିବ ତ? ଶହେ କୋଟି ଟିକାକରଣ କରି ଭାରତ ଏହାର ଉତ୍ତର ଦେଲା ବୋଲି ସେ କହିଛନ୍ତି । ଭାରତ ଶହେ କୋଟି ଲୋକଙ୍କ ଟିକାକରଣ କରିବା ସହ ସମସ୍ତଙ୍କୁ ମାଗଣାରେ ଏହା ଦେଇପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଓ ବିଶ୍ୱରେ ଏକ ଭେଷଜ ପେଣ୍ଠ ହୋଇପାରିଥିବା ଯେଉଁ ସୁନାମ ଅଛି ତାହା ଆହୁରି ଦୃଢ ହୋଇଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ବୈଶ୍ୱିକ ମହାମାରୀ ପ୍ରାରମ୍ଭରେ ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ଏପରି ମହାମାରୀକୁ କିପରି ମୁକାବିଲା କରାଯିବ, ସେଥିନେଇ ଜନସାଧାରଣ ବେଶ୍ ଚିନ୍ତିତ ଥିଲେ । ଅନେକ କାଇଦା କଟକଣାକୁ ନେଇ ପ୍ରଶ୍ନମାନ ଉଠିଥିଲା । ସେ କହିଛନ୍ତି ଯେ ଗଣତନ୍ତ୍ର ଅର୍ଥ ହେଲା ସମସ୍ତଙ୍କୁ ସାଥିରେ ନେଇ ଚଳିବା, ସବ୍‌କା ସାଥ । ଦେଶ ମାଗଣା ଟିକା ଓ ସମସ୍ତଙ୍କ ପାଇଁ ଟିକା ଅଭିଯାନ ଆରମ୍ଭ କଲା । ଗରିବ-ଧନୀ, ଗ୍ରାମ-ସହର ନିର୍ବିଶେଷରେ ଟିକାକରଣ କରାଗଲା । ଦେଶର ଗୋଟିଏ ମନ୍ତ୍ର,. ତାହା ହେଲା ଯଦି ରୋଗ କିଛି ବାଛବିଚାର ନ କରୁଛି, ଟିକାକରଣରେ ତାହା ହେବ କାହିଁକି ? ଟିକାକରଣ ଅଭିଯାନରେ ଭିଆଇପି ସଂସ୍କୃତି ଯେପରି ପ୍ରାଧାନ୍ୟ ବିସ୍ତାର ନ କରେ ତାହା ସୁନିଶ୍ଚିତ କରାଯାଇଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଶ୍ନ ଉଠିଥିଲା ଭାରତରେ ଅଧିକାଂଶ ଲୋକ ଟିକାକରଣ କେନ୍ଦ୍ରକୁ ଟିକା ନେବାକୁ ଆସିବେ ନାହିଁ । ଟିକା ପ୍ରତି ଉଦାସୀନ ମନୋଭାବ ଏବେ ମଧ୍ୟ ବିଶ୍ୱର ଅନେକ ଉନ୍ନତ ରାଷ୍ଟ୍ରରେ ରହିଛି । ମାତ୍ର ଭାରତବାସୀ ଶହେ କୋଟି ମାତ୍ରା ନେଇ ଏହି ଆଶଙ୍କାର ଉତ୍ତର ଦେଇ ସାରିଛନ୍ତି । ସେ କହିଛନ୍ତି ଯେ ଅଭିଯାନ ସାମୁହିକ ଉଦ୍ୟମ ଉପରେ ପର୍ଯ୍ୟବସିତ ଓ ଯେତେବେଳେ  ସମସ୍ତଙ୍କ ଉଦ୍ୟମ ଏକାଠି କାର୍ଯ୍ୟ କରେ ସେତେବେଳେ ଫଳାଫଳ ମଧ୍ୟ ଚକିତ କରିଦେବା ଭଳି ହୋଇଥାଏ । ଦେଶରେ ବୈଶ୍ୱିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ସରକାର ଜନ ଭାଗିଦାରୀତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନ ଗର୍ଭ ସମ୍ଭୂତ । ବୈଜ୍ଞାନିକ ଭିତ୍ତିଭୂମି ଉପରେ ବିକଶିତ ଓ ବୈଜ୍ଞାନିକ ପଦ୍ଧତିରେ ଚାରିଆଡେ ପହଞ୍ଚିଛି । ସେ କହିଛନ୍ତି ଆମ ପାଇଁ ଏକା ଗର୍ବର ବିଷୟ ଯେ ଭାରତରେ ଟିକାକରଣ ଅଭିଯାନ ବିଜ୍ଞାନ ସମ୍ଭୂତ, ବିଜ୍ଞାନ ଭିତ୍ତିକ ଓ ବିଜ୍ଞାନ ଦ୍ୱାରା ପରିଚାଳିତ । ଟିକା ପ୍ରସ୍ତୁତ ହେବା ପରଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତି ଦ୍ୱାରା ପରିଚାଳିତ  ହୋଇଥିଲା । ଟିକା ଉତ୍ପାଦନ ବୃଦ୍ଧି ମଧ୍ୟ ଏକ ଆହ୍ୱାନ ଥିଲା । ତାପରେ ବିଭିନ୍ନ ରାଜ୍ୟକୁ ଟିକା ପଠାଇବା ଓ ଦୂରଦୂରାନ୍ତରୁ ଏହା ସମୟାନୁଯାୟୀ ପହଞ୍ଚାଇବାଇବା ଆଉ ଏକ ସମସ୍ୟା ଥିଲା । ମାତ୍ର ବୈଜ୍ଞାନିକ ପଦ୍ଧତି ଓ ନୂତନ ଉଦ୍‌ଭାବନ ବଳରେ ଏ ସମସ୍ୟାର ସମାଧାନ କରାଗଲା । ଅସାଧାରଣ ଗତିରେ ସମ୍ବଳ ସଂଗ୍ରହ କରାଗଲା । କୋୱିନ ପ୍ଲାଟଫର୍ମ ଯାହା ଭାରତରେ ତିଆରି, ଜନସାଧାରଣଙ୍କୁ ସୁବିଧା ଦେବା ସହ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟକୁ ମଧ୍ୟ ସହଜ କଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବିଦେଶର ଅନେକ ବିଶେଷଜ୍ଞ ଓ ସଂସ୍ଥା ଭାରତୀୟ ଅର୍ଥନୀତି ନେଇ ବେଶ୍ ଆଶାବାଦୀ। ଏବେ ଦେଶର ଅଧିକ ପୁଞ୍ଜିନିବେଶ ହେବା ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇଛି । ଷ୍ଟାର୍ଟଅପ୍‌‌ରେ ରେକର୍ଡ ପୁଞ୍ଜି ନିବେଶ ଯୋଗୁଁ ଅନେକ ନୂତନ କାହାଣୀର ମଧ୍ୟ ଆବିର୍ଭାବ ହୋଇଛି । ଗୃହ ନିର୍ମାଣ କ୍ଷେତ୍ରରେ ମଧ୍ୟ ନୂତନ ଶକ୍ତି ସଂଚାର ହୋଇଛି । ଗତ କିଛି ମାସ ମଧ୍ୟରେ ନିଆଯାଇଥିବା ଅନେକ ପଦକ୍ଷେପ ଯୋଗୁଁ ଦେଶର ଆର୍ଥିକ କ୍ଷେତ୍ରରେ ଅନେକ ଅଭିବୃଦ୍ଧି ଘଟିବ । ବୈଶ୍ୱିକ ମହାମାରୀ କାଳରେ ଆମ କୃଷି କ୍ଷେତ୍ର  ବେଶ୍ ମଜବୁତ ହୋଇଥିବା ସେ କହିଛନ୍ତି । ଆଜି ସରକାର ଦ୍ୱାରା ରେକର୍ଡ ପରିମାଣ ଶସ୍ୟ ଆହରଣ କରାଯାଇଛି । ଏହି ଅର୍ଥ ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ।

ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଭାରତ ନିର୍ମିତ ସବୁ ପ୍ରକାର ସାମଗ୍ରୀ କ୍ରୟ କରିବାକୁ ନିବେଦନ କରିଛନ୍ତି । କାରଣ ଏହା ଭାରତୀୟମାନଙ୍କ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇଛି । ଏହା ସମସ୍ତଙ୍କ ଉଦ୍ୟମ ବଳରେ  ସଫଳ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଯେପରି ଏକ ଜନ ଆନ୍ଦୋଳନରେ ପରିଣତ ହେଲା, ସେହିଭଳି ଭାରତରେ ତିଆରି ସାମଗ୍ରୀ କିଣିବା, ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣିବା ଓ ଭୋକାଲ ଫର ଲୋକାଲ ହେବା ଦେଶବାସୀଙ୍କ ଅଭ୍ୟାସରେ ପଡିଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଲକ୍ଷ୍ୟ ସ୍ଥିର କରିବା ସହ ତାହାକୁ ହାସଲ କରିବା ମଧ୍ୟ ଜାଣିଛି । ମାତ୍ର ଏଥିପାଇଁ ଆମକୁ ସର୍ବଦା ସତର୍କ ରହିବାକୁ ହେବ । ସେ କହିଛନ୍ତି ଯେ ପ୍ରଚ୍ଛଦ ଯେତେ ଭଲ ହେଉ ସେଥିରେ କିଛି ଯାଏ ଆସେ ନାହିଁ । ଅସ୍ତ୍ରୋପକରଣ ଯେତେ ଅଧିକ ଆଧୁନିକ ହେଉ, ଅସ୍ତ୍ରଶସ୍ତ୍ର ନିରାପତ୍ତାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦେଲେ ମଧ୍ୟ ଯୁଦ୍ଧବେଳେ ଅସ୍ତ୍ରଶସ୍ତ୍ର ଫୋପାଡି ଦିଆଯାଏ ନାହିଁ  । ଲଗାମଛଡା ହେବାର କୌଣସି କାରଣ ନାହିଁ । ଆମର ପର୍ବପର୍ବାଣୀ ଖୁବ ସାବଧାନତାର ସହ ପାଳନ କରିବା ପାଇଁ ଶ୍ରୀ ମୋଦୀ ଅନୁରୋଧ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi: I forgive those who abused me & my mother, our job to guide them

Media Coverage

PM Modi: I forgive those who abused me & my mother, our job to guide them
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Yash Vir Singh on winning Bronze in Men’s Javelin at Commonwealth Games 2026
August 01, 2026

The Prime Minister, Shri Narendra Modi has congratulated Yash Vir Singh on winning the Bronze medal in the Men’s Javelin event at the Glasgow Commonwealth Games 2026.

The Prime Minister said that Yash Vir Singh produced an impressive throw, reflecting his zeal and dedication.

Shri Modi expressed confidence that his achievement would inspire many young athletes and wished him the very best for his future endeavours.

The Prime Minister wrote on X;

“Congratulations to Yash Vir Singh for winning the Bronze in the Men’s Javelin event! He produced an impressive throw, reflecting his zeal and dedication. His achievement will inspire many young athletes. All the best to him for the endeavours ahead.

#CWG2026”