ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍‌ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍‌ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।

“ଆମର ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀରେ ଆମେ ଏକ ସାମଗ୍ରିକ ପଦକ୍ଷେପ ନେଉଛୁ । ଆଜି ଆମେ କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ସମାନଭାବେ ସୁଧାର ଉପରେ ଧ୍ୟାନ ଦେଉଛୁ”
“ ଦେଢଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରରେ କାର୍ଯ୍ୟ ଦ୍ରୁତଗତିରେ ଚାଲୁଛି । ବର୍ତ୍ତମାନ ସୁଦ୍ଧା ୮୫ହଜାରରୁ ଅଧିକ କେନ୍ଦ୍ର ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ଓ ରୋଗ ପରୀକ୍ଷା କରୁଛନ୍ତି”
“ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ସମାଧନ ନିମନ୍ତେ କୋୱିନ ପ୍ଲାଟଫର୍ମ ବିଶ୍ୱରେ ଭାରତର ମର୍ଯ୍ୟାଦା ରଖିପାରିଛି”
“ଆୟୁଷ୍ମାନ ଭାରତ ଡିଜିଟାଲ ହେଲ୍ପ ମିଶନ ଗ୍ରାହକ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମଧ୍ୟରେ ଏକ ସମନ୍ୱୟ ରକ୍ଷାକାରୀର କାର୍ଯ୍ୟ କରୁଛି । ଏଥିସହ ଦେଶରେ ସ୍ୱାସ୍ଥ୍ୟସେବା ଗ୍ରହଣ ଓ ପ୍ରଦାନ ସହଜ ହୋଇଛି”
“ଦୂରଦୂରାନ୍ତ ସ୍ୱାସ୍ଥ୍ୟ ସେବା ଓ ଟେଲି ମେଡିସିନ୍ ଗ୍ରାମ ଓ ସହର ମଧ୍ୟରେ ଥିବା ସ୍ୱାସ୍ଥ୍ୟସେବା ପହୁଁଚ ପାର୍ଥକ୍ୟ ହ୍ରାସ କରିବ”
“ଏକ ସାମଗ୍ରୀକ ପଦକ୍ଷେପ ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗ୍ରହଣ କରିଛୁ । ଆଜି ଆମର ନଜର କେବଳ ସ୍ୱାସ୍ଥ୍ୟ ନୁହଁ, ସମାନଭାବେ ସୁଧାର ଉପରେ ମଧ୍ୟ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍‌ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍‌ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।

ପ୍ରଥମେ ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳ କରାଇବା ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାତ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ତ୍ୱରାନ୍ୱିତ କରିବା ନିମନ୍ତେ ବଜେଟ୍‌ରେ ଉଦ୍ୟମ କରାଯାଇଛି । “ଏକ ସାମଗ୍ରୀକ ପଦକ୍ଷେପ ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗ୍ରହଣ କରିଛୁ । ଆଜି ଆମର ନଜର କେବଳ ସ୍ୱାସ୍ଥ୍ୟ ନୁହଁ, ସମାନଭାବେ ସୁଧାର ଉପରେ ମଧ୍ୟ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ ।”

 ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ନିଆଯାଉଥିବା ତିନଗୋଟି ବିଷୟ ଉପରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ପ୍ରଥମଟି ହେଲା ଆଧୁନିକ ଡାକ୍ତରୀ ବିଜ୍ଞାନ ସହ ସଂଶ୍ଳିଷ୍ଟ ଭିତ୍ତିଭୂମି ଓ ମାନବ ସମ୍ବଳ । ଦ୍ୱିତୀୟରେ ପାରମ୍ପରିକ ଭାରତୀୟ ଭେଷଜ ପଦ୍ଧତି ଆୟୁଷ ଉପରେ ଗବେଷଣାକୁ ଗୁରୁତ୍ୱ ଓ ସ୍ୱାସ୍ଥ୍ୟସେବା ଯତ୍ନରେ ସେମାନଙ୍କ ସକ୍ରିୟ ଯୋଗଦାନ। ତୃତୀୟରେ ଆଧୁନିକ ବୈଷୟିକ ଜ୍ଞାନ  ଜରିଆରେ ପ୍ରତ୍ୟେକ ନାଗରିକଙ୍କୁ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟସେବା । “ଆମର ଉଦ୍ୟମ ହେଉଛି ବ୍ଲକ ଓ ଜିଲ୍ଲାସ୍ତରରେ ଗ୍ରାମ ନିକଟରେ ସଫଳ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବା । ଭିତ୍ତିଭୂମିର ରକ୍ଷଣାବେକ୍ଷଣ ସହ ସମୟାନୁଯାୟୀ ଏହାକୁ ଉନ୍ନୀତ କରିବା । ଏଥିପାଇଁ ଘରୋଇ ଓ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଅଧିକ ଶକ୍ତିର ସହ ଅ।ଗେଇ ଆସିବା ଦରକାର ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ଲାଗି ଦେଶର ଦେଢଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୮୫ହଜାରରୁ ଅଧିକ କେନ୍ଦ୍ର ଦୈନିକ ଚେକ ଅପ୍‌,ଟିକାକରଣ ଓ ପରୀକ୍ଷା ଇତ୍ୟାଦି କରୁଛନ୍ତି । ଚଳିତବର୍ଷ ବଜେଟ୍‌ରେ ମାନସିକ ସ୍ୱାସ୍ଥ୍ୟସେବାକୁ ମଧ୍ୟ ସେଥିରେ ଯୋଡାଯାଇଛି ।

ଡାକ୍ତରୀ ମାନବ ସମୂଳ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ୱାସ୍ଥ୍ୟ ସେବାର ଚାହିଦା ବୃଦ୍ଧି ପାଇବା ସହ ଆମେ ସେହି ଅନୁସାରେ କୁଶଳୀ ବୃତ୍ତି ଗତ ସ୍ୱାସ୍ଥ୍ୟ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ । ସେଥିପାଇଁ ବଜେଟରେ ଗତବର୍ଷ ତୁଳନାରେ ସ୍ୱାସ୍ଥ୍ୟଶିକ୍ଷା ବିକାଶ ଉପରେ ଯଥେଷ୍ଟ ଅଧିକ ବ୍ୟୟ ବରାଦ କରାଯାଇଛି ।” ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଗୋଷ୍ଠୀଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂସ୍କାରକୁ ଆଗେଇନେବା ଓ ବୈଷୟିକ ସହଯୋଗ ସହ କମ୍ ବ୍ୟୟ ସାପେକ୍ଷ ଓ ଗୁଣାତ୍ମକ ମେଡିକାଲ ଶିକ୍ଷା ଦେବା ଉପରେ ଆହ୍ୱାନ ଜଣାଇଥିଲେ  ।

ଆଧୁନିକ ଓ ଭବିଷ୍ୟତରେ ମେଡିକାଲ କ୍ଷେତ୍ରରେ ବୈଷୟିକ ଜ୍ଞାନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କୋୱିନ ଭଳି ପ୍ଲାଟଫର୍ମର ପ୍ରଶଂସା କରିଥିଲେ । ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନ କ୍ଷେତ୍ରରେ ଏହା ଭାରତର ମର୍ଯ୍ୟାଦା ବିଶ୍ୱରେ ରଖିପାରିଛି । ସେହିପରି ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ  ଗ୍ରାହକ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିପାରିଛି । “ଏହା ଫଳରେ ଦେଶ ମଧ୍ୟରେ ରୋଗୀ ସେବା  ନେବା ଓ ପାଇବା ସହଜ ସାଧ୍ୟ ହେବ । କେବଳ ସେତିକି ନୁହେଁ ଏହା ମଧ୍ୟ ଭାରତରେ ସ୍ପଳ୍ପ ବ୍ୟୟ ସାପେକ୍ଷ  ଓ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପାଇଁ ପଥ ପରିସ୍କାର କରିବ ବୋଲି ଆୟୁଷ୍ମାନ ଭାରତ ଡିିଜିଟାଲ ସ୍ୱାସ୍ଥ୍ୟ ମିଶନର ସୁବିଧା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

 ବୈଶ୍ୱିକ ମହାମାରୀ କାଳରେ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବା ଓ ଟେଲି ମେଡିସିନର ସକାରାତ୍ମକ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ସ୍ୱାସ୍ଥ୍ୟସେବାର ତାରତମ୍ୟ ଦୂର କରିବାରେ ସାହାଯ୍ୟ କରିଛି । ପ୍ରତ୍ୟେକ ଗ୍ରାମରେ ଅପଟିକାଲ ଫାଇବର  ଓ ୫ଜି ନେଟୱାର୍କ ନେଇ ପ୍ରଧାନମନ୍ତ୍ରୀ ଘରୋଇ କ୍ଷେତ୍ର ଏ ଦିଗରେ ନିଜର ଅଂଶୀଦାରିତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ମେଡିକାଲ କ୍ଷେତ୍ରରେ ଡ୍ରୋନର ଉପଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱଆରୋପ କରିଥିଲେ ।

 ଆୟୁଷର ବିଶ୍ୱବ୍ୟାପୀ ଆଦର ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତରେ ତାର ଏକମାତ୍ର ପାରମ୍ପରିକ ଭେଷଜ କେନ୍ଦ୍ର ସ୍ଥାପନ କରିବାକୁ ଯାଉଥିବା ନେଇ ଶ୍ରୀ ମୋଦୀ ଖୁସି ପ୍ରକଟ କରିଥିଲେ । “ବର୍ତ୍ତମାନ ଆୟୁଷକୁ ନେଇ ନିଜ ଓ ବିଶ୍ୱପାଇଁ କିପରି ଉନ୍ନତ ପନ୍ଥା ଦେଖିବାକୁ ହେବ ତାହା ଦେଖାଯିବା ଆବଶ୍ୟକ ବୋଲି କହିଥିଲେ।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi