“ଆମେ ଯେତେବେଳେ ଏକାଠି ହେବା ସେତେବେଳେ ଆମେ ବଳବାନ ଓ ଉନ୍ନତ ବୋଲି କୋଭିଡ ଆମକୁ ଶିକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ”
“ମାନବିକତା କିପରି ସବୁଠାରୁ ବଡ ହୋଇପାରିଛି ତାହା ପିଢି ପରେ ପିଢି ମନେ ରଖିବ”
“ଗରିବଙ୍କୁ କେବଳ ସରକାର ଉପରେ ନିର୍ଭରଶୀଳ ରଖି ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ହେବ ନାହିଁ । ଗରିବ ସରକାରଙ୍କୁ ବିଶ୍ୱସ୍ତ ଅଂଶୀଦାର ଭାବିଲେ ହିଁ ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ କରିହେବ”
“ଯେତେବେଳେ ଗରିବଙ୍କୁ ସଶକ୍ତ କରିବା ପାଇଁ କ୍ଷମତା ଉପଯୋଗ ହେବ ସେମାନେ ଦାରିଦ୍ର‌ ବିରୁଦ୍ଧରେ ସଂଗ୍ରାମ ପାଇଁ ଶକ୍ତି ପାଇବେ”
“ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ସବୁଠାରୁ ସରଳ ଓ ସଫଳ ଉପାୟ ହେଲା ପ୍ରକୃତି ସହ ସମାନୁପାତି ଜୀବନ ଶୈଳୀ”
“ମହାତ୍ମା ଗାନ୍ଧୀ ଥିଲେ ବିଶ୍ୱର ମହାନ୍ ପରିବେଶବିତ୍‌, ସେ ପ୍ରଦୂଷଣ ମୁକ୍ତ ଜୀବନ ଜିଇଁଥିଲେ । ସେ ସବୁବେଳେ ଜଗତକଲ୍ୟାଣକୁ ସବୁଠାରୁ ଆଗରେ ରଖିଥିଲେ”
“ଗାନ୍ଧୀଜୀ ନ୍ୟାସତ୍ୱ (ଟ୍ରଷ୍ଟିସିପ୍‌) ଉପରେ ବିଶ୍ୱାସ କରୁଥିଲେ ଓ ଆମେ ସମସ୍ତ ଧରିତ୍ରୀମାତାର ଟ୍ରଷ୍ଟି ଓ ତାହାର ଯତ୍ନ ନେବା ଆମର ଦାୟିତ୍ୱ ବୋଲି କହୁଥିଲେ”
“ଜି-୨୦ ମଧ୍ୟରେ ଭାରତ ଏକ ମାତ୍ର ଦେଶ ଯିଏ ପ୍ୟାରିସ ରାଜିନାମାର ପ୍ରତିଶ୍ରୁତି ରାସ୍ତାରେ ଅଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ ସିଟିଜେନ ଲାଇଭରେ ନିଜର ଭିଡିଓ ବକ୍ତବ୍ୟ ରଖିଥିଲେ । ଏହି ୨୪ଘଣ୍ଟିଆ ସମାରୋହ ସେପ୍ଟେମ୍ବର ୨୫ ଓ ୨୬ତାରିଖ ଦିନ ହେଉଥିବାବେଳେ ଏଥିରେ ମୁମ୍ବାଇ ସମେତ ନ୍ୟୁୟର୍କ, ପ୍ୟାରିସ, ରିଓଡି ଜେନିରୋ, ସିଡନୀ, ଲସ୍ ଆଞ୍ଜେଲ୍ସ, ଲାଗୋସ ଓ ସିଓଲରେ ଏକ ସଙ୍ଗେ କାର୍ଯ୍ୟକ୍ରମମାନେ ହେଉଛି ।

ବୈଶ୍ୱିକ ମହାମାରୀର ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଏକାଠି ରହିଲେ ଅଧିକ ଶକ୍ତି ପ୍ରଦର୍ଶନ କରିପାରିବା । ଆମର କୋଭିଡ-୧୯ ଯୋଦ୍ଧା, ଡାକ୍ତର, ସେବିକା, ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ବୈଶ୍ୱିକ ମହାମାରୀର ଯେପରି ସଂଗଠିତ ମୁକାବିଲା କଲେ, ତା’ର ଏକ ଝଲକ ଆମେ ପାଇସାରିଛୁ । ରେକର୍ଡ ସମୟ ମଧ୍ୟରେ ଟୀକା ଉଦ୍‌ଭାବନ କରି ଏହାକୁ ଆମ ବୈଜ୍ଞାନିକ ପ୍ରମାଣିତ କରିଛନ୍ତି ।

ମାନବିକ ସମ୍ବେଦନା ଯେପରି ଅନ୍ୟ ସବୁଠାରୁ ଆଗରେ ରହିଛି ଏହା ପିଢି ପରେ ପିଢି ମନେ ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କୋଭିଡକୁ ଛାଡି ଦାରିଦ୍ର‌୍ୟ ସବୁଠାରୁ ନିରବଚ୍ଛିନ୍ନ ଆହ୍ୱାନ ଭାବେ ରହି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଗରିବ ଲୋକମାନଙ୍କୁ କେବଳ ସରକାରଙ୍କ ଉପରେ ନିର୍ଭର ରଖି ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ ଜାରି ରଖାଯାଇପାରିବ ନାହିଁ । ଯେତେବେଳେ ଗରିବ ଲୋକ ସରକାରଙ୍କୁ ନିଜର ବିଶ୍ୱସ୍ତ ବନ୍ଧୁଭାବେ ଗ୍ରହଣ କରିବେ ସେତେବେଳେ ଯାଇ ଏହା ବିରୁଦ୍ଧରେ ସଂଗ୍ରାମ କରିହେବ । “ବିଶ୍ୱସ୍ତ ଅଂଶୀଦାରମାନେ ହିଁ ଦୃଢ ଭିତ୍ତିଭୂମି ନେଇ ସବୁଦିନ ପାଇଁ ଦାରିଦ୍ର‌୍ୟର ନିଷ୍ଠୁର ବଳୟରୁ ମୁକ୍ତି ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଗରିବଙ୍କୁ ସଶକ୍ତ କରିବାକୁ କ୍ଷମତାର ପ୍ରୟୋଗ କରାଯାଏ, ସେମାନେ ଦାରିଦ୍ର‌୍ୟ ବିରୁଦ୍ଧରେ ଲଢିବାକୁ ଶକ୍ତି ପାଇଥାନ୍ତି । ବ୍ୟାଙ୍କ ଖାତା ନ ଥିବା ଲୋକଙ୍କୁ ବ୍ୟାଙ୍କ ଖାତା, ଲକ୍ଷ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ସୁବିଧା, ୫୦କୋଟି ଭାରତୀୟଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଗରିବଙ୍କୁ ସଶକ୍ତ କରିବାର ଏକ ଦୃଷ୍ଟାନ୍ତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଗ୍ରାମଞ୍ଚଳ ଓ ସହରରେ ୩୦କୋଟି ଘର ବାସହୀନଙ୍କୁ ଯୋଗାଯାଇଥିବା ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଘର କେବଳ ଗୋଟିଏ ଆଶ୍ରୟସ୍ଥଳ ନୁହଁ ବରଂ ମୁଣ୍ଡ ଉପରେ ଛାତ ଜନସାଧାରଣଙ୍କ ମର୍ଯ୍ୟାଦାର ପ୍ରତୀକ । ପରବର୍ତ୍ତୀ ପିଢୀ ପାଇଁ ଭିତ୍ତଭୂମି ସୃଷ୍ଟି ପରିପ୍ରେକ୍ଷୀରେ ପ୍ରତ୍ୟେକ ଘରକୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ପାନୀୟ ଜଳ ଯୋଗାଣ, ୮୦କୋଟି ନାଗରିକଙ୍କୁ ମାଗଣା ଖାଦ୍ୟଶସ୍ୟ ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ ପାଇଁ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁଠାରୁ ସହଜ ଓ ସଫଳ ଉପାୟରେ ଏହାର ମୁକାବିଲା ଜୀବନ ଶୈଳୀ ପରିବର୍ତ୍ତନ କରି ପ୍ରକୃତି ସହ ନିଜକୁ ସାମିଲ କରାଯାଇପାରିବ । ମହାତ୍ମାଗାନ୍ଧୀଙ୍କୁ ବିଶ୍ୱର ମହାନ୍ ପରିବେଶବିତ୍ ଭାବେ ବର୍ଣ୍ଣନା କରି ବାପୁ କିପରି ତାଙ୍କ ଜୀବନଶୈଳୀରେ ସ୍ୱଚ୍ଛ ପରିବେଶର ଚିତ୍ର ଛାଡି ଯାଇଛନ୍ତି ଓ ବିଶ୍ୱ କଲ୍ୟାଣକୁ ସବୁବେଳେ ଅଗ୍ରାଧିକାର ଦେଉଥିଲେ ବୋଲି କହିଥିଲେ । ମହାତ୍ମାଗାନ୍ଧୀଙ୍କ ଟ୍ରଷ୍ଟିସିପ ନ୍ୟାସତ୍ୱ ଉପରେ ଆଲୋକପାତ କରିବ କହିବା ସହ ଆମେ ପୃଥିବୀର ଜଣେ ଜଣେ ଟ୍ରଷ୍ଟି ଓ ଧରିତ୍ରୀ ମାତାର ସେବା ପ୍ରତ୍ୟେକଙ୍କ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଜି-୨୦ ମଧ୍ୟରେ ଭାରତ ଏକମାତ୍ର ଦେଶ ଯେ ପ୍ୟାରିସ ରାଜିନାମାର ପ୍ରତିଶ୍ରୁତି ଅନୁସାରେ ଚାଲିଛି । ବିଶ୍ୱକୁ ଆନ୍ତର୍ଜାତିକ ସୌର ଚୁକ୍ତି ଓ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ବନ୍ଧନରେ ବାନ୍ଧି ପାରି ନିଜକୁ ଗର୍ବିତ ମନେ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA