“ଆମେ ଯେତେବେଳେ ଏକାଠି ହେବା ସେତେବେଳେ ଆମେ ବଳବାନ ଓ ଉନ୍ନତ ବୋଲି କୋଭିଡ ଆମକୁ ଶିକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ”
“ମାନବିକତା କିପରି ସବୁଠାରୁ ବଡ ହୋଇପାରିଛି ତାହା ପିଢି ପରେ ପିଢି ମନେ ରଖିବ”
“ଗରିବଙ୍କୁ କେବଳ ସରକାର ଉପରେ ନିର୍ଭରଶୀଳ ରଖି ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ହେବ ନାହିଁ । ଗରିବ ସରକାରଙ୍କୁ ବିଶ୍ୱସ୍ତ ଅଂଶୀଦାର ଭାବିଲେ ହିଁ ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ କରିହେବ”
“ଯେତେବେଳେ ଗରିବଙ୍କୁ ସଶକ୍ତ କରିବା ପାଇଁ କ୍ଷମତା ଉପଯୋଗ ହେବ ସେମାନେ ଦାରିଦ୍ର‌ ବିରୁଦ୍ଧରେ ସଂଗ୍ରାମ ପାଇଁ ଶକ୍ତି ପାଇବେ”
“ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ସବୁଠାରୁ ସରଳ ଓ ସଫଳ ଉପାୟ ହେଲା ପ୍ରକୃତି ସହ ସମାନୁପାତି ଜୀବନ ଶୈଳୀ”
“ମହାତ୍ମା ଗାନ୍ଧୀ ଥିଲେ ବିଶ୍ୱର ମହାନ୍ ପରିବେଶବିତ୍‌, ସେ ପ୍ରଦୂଷଣ ମୁକ୍ତ ଜୀବନ ଜିଇଁଥିଲେ । ସେ ସବୁବେଳେ ଜଗତକଲ୍ୟାଣକୁ ସବୁଠାରୁ ଆଗରେ ରଖିଥିଲେ”
“ଗାନ୍ଧୀଜୀ ନ୍ୟାସତ୍ୱ (ଟ୍ରଷ୍ଟିସିପ୍‌) ଉପରେ ବିଶ୍ୱାସ କରୁଥିଲେ ଓ ଆମେ ସମସ୍ତ ଧରିତ୍ରୀମାତାର ଟ୍ରଷ୍ଟି ଓ ତାହାର ଯତ୍ନ ନେବା ଆମର ଦାୟିତ୍ୱ ବୋଲି କହୁଥିଲେ”
“ଜି-୨୦ ମଧ୍ୟରେ ଭାରତ ଏକ ମାତ୍ର ଦେଶ ଯିଏ ପ୍ୟାରିସ ରାଜିନାମାର ପ୍ରତିଶ୍ରୁତି ରାସ୍ତାରେ ଅଛି”

ନମସ୍କାର,

ଏହି ଯୁବ ଏବଂ ଶକ୍ତିବାନ ସଭାକୁ ସମ୍ବୋଧିତ କରିବା ମୋ ପାଇଁ ଆନନ୍ଦର କଥା । ମୋ ସମ୍ମୁଖରେ ଏକ ବୈଶ୍ୱିକ ପରିବାର ରହିଛି । ଯାହା ଆମ ପୃଥିବୀର ସମସ୍ତ ସୁନ୍ଦର ବିବିଧତାରେ ପରିପୂର୍ଣ୍ଣ ।

ବୈଶ୍ୱିକ ନାଗରିକ ଅଭିଯାନ, ଦୁନିଆକୁ ଏକତ୍ରିତ କରିବା ପାଇଁ ସଙ୍ଗୀତ ଏବଂ ସୃଜନଶୀଳତାର ଉପଯୋଗ କରିଥାଏ । ଖେଳ ପରି ସଙ୍ଗୀତରେ ମଧ୍ୟ ଲୋକମାନଙ୍କୁ ଏକତା ସୂତ୍ରରେ ଗୁନ୍ଥିବାର ଅନ୍ତର୍ନିହିତ କ୍ଷମତା ରହିଥାଏ। ମହାନ୍ ହେନେରୀ ଡେଭିଡ୍ ଥୋରୋ ଥରେ କହିଥିଲେ ଏବଂ ମୁଁ ତାହା ଉଦ୍ଧୃତ କରୁଛି:

ଯେତେବେଳେ ମୁଁ ସଙ୍ଗୀତ ଶୁଣେ, ସେତେବେଳେ ମୁଁ କୌଣସି ବିପଦକୁ ଡରି ନ ଥାଏ । ମୋ ଭିତରେ ଅସୁରକ୍ଷିତର ଭାବନା ରହେନାହିଁ , ମୋତେ କେହି ଶତ୍ରୁ ଦେଖାଯାଆନ୍ତି ନାହିଁ, ମୁଁ ସମୟର ସବୁଠାରୁ ପୁରୁଣା କାଳଖଣ୍ଡ ତଥା ସମୟର ଅଧୁନାତନ ଅବଧି ସହ ନିଜେ ଯୋଡି ହୋଇଥିବା ଅନୁଭବ କରିଥାଏ ।

ସଙ୍ଗୀତର ଆମ ଜୀବନ ଉପରେ ଶାନ୍ତିପୂର୍ଣ୍ଣ ପ୍ରଭାବ ପଡିଥାଏ । ଏହା ମନ ଏବଂ ସମ୍ପୂର୍ଣ୍ଣ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଭାରତରେ ଅନେକ ସଙ୍ଗୀତ ପରମ୍ପରା ରହିଛି । ପ୍ରତ୍ୟେକ ରାଜ୍ୟରେ, ପ୍ରତ୍ୟେକ କ୍ଷେତ୍ରରେ, ସଙ୍ଗୀତର ବିଭିନ୍ନ ଶୈଳୀ ରହିଛି । ମୁଁ ଆପଣ ସମସ୍ତଙ୍କୁ ଭାରତ ଆସିବାକୁ ତଥା ଆମର ସଙ୍ଗୀତର ଜୀବଂତତା ଏବଂ ବିବିଧତାର ଅନ୍ୱେଷଣ କରିବା ପାଇଁ ନିମନ୍ତ୍ରିତ କରୁଛି ।

ବନ୍ଧୁଗଣ ,

ପାଖାପାଖି ଦୁଇବର୍ଷ ହେବ, ମାନବ ଜାତି ପୁରା ଜୀବନ କାଳ ମଧ୍ୟରେ ଆସିଥିବା ବୈଶ୍ୱିକ ମହାମାରୀ ସହ ସଂଗ୍ରାମ କରୁଛି, ମହାମାରୀ ସହିତ ସଂଗ୍ରାମ କରିବାର ସାଧାରଣ ଅନୁଭବ ଆମକୁ ଶିକ୍ଷା ଦେଇଛି , ଯେତେବେଳେ ଆମେ ଏକାସଙ୍ଗରେ ଥାଉ, ସେତେବେଳେ ଆମେ ଅଧିକ ଶକ୍ତ ଏବଂ ଉନ୍ନତ ସ୍ଥିତିରେ ରହିଥାଉଁ। ମୁଁ ଏହି ସାମୂହିକ ଭାବନାର ଝଲକ୍ ସେତେବେଳେ ଦେଖିଲି ଯେତେବେଳେ ଆମର କୋଭିଡ-୧୯ର ଯୋଦ୍ଧାମାନେ, ଡାକ୍ତରମାନେ, ନର୍ସ, ଚିକିତ୍ସାକର୍ମୀମାନେ ମହାମାରୀ ବିରୁଦ୍ଧରେ ଲଢିବାରେ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେଇଥିଲେ । ମୁଁ ଏହି ଭାବନା ଆମର ବୈଜ୍ଞାନିକ ଏବଂ ନବୋନ୍ମେଷିମାନଙ୍କଠାରେ ଦେଖିଲି, ଯେତେବେଳେ ସେମାନେ ରେକର୍ଡ ସମୟ ମଧ୍ୟରେ ନୂଆ ଭ୍ୟାକ୍ସିନ ତିଆରି କଲେ । ପିଢି ପରେ ପିଢି ଏହି ପ୍ରକ୍ରିୟାକୁ ମନେ ରଖିବ । ଯେଉଁଥିରେ ମାନବର ସହନଶୀତଳା ଅନ୍ୟ ସବୁ ବିଷୟ ଊର୍ଦ୍ଧ୍ୱରେ ଥିଲା ।

ବନ୍ଧୁଗଣ,

କୋଭିଡ ବ୍ୟତିରେକ, ଆମ ସମ୍ମୁଖରେ ଅନ୍ୟାନ୍ୟ ଆହ୍ୱାନଗୁଡିକ ମଧ୍ୟ ରହିଛି । ତନ୍ମଧ୍ୟରେ ଗୋଟିଏ ହେଉଛି ଦାରିଦ୍ର‌୍ୟ ଯାହା ଏବେ ତିଷ୍ଠି ରହିଛି । ଗରିବ ଲୋକମାନଙ୍କୁ ସରକାରଙ୍କ ଉପରେ ଅଧିକ ନିର୍ଭରଶୀଳ କରାଇ ଦାରିଦ୍ର‌୍ୟ ବିରୋଧରେ ସଂଗ୍ରାମ କରାଯାଇପାରିବ ନାହିଁ ।ଦାରିଦ୍ର‌୍ୟ ବିରୋଧରେ ସେତେବେଳେ ଲଢାଯାଇପାରିବ ଯେତେବେଳେ ଗରିବ ଲୋକମାନେ ସରକାରଙ୍କୁ ଏକ ବିଶ୍ୱସନୀୟ ସାଥୀଭାବେ ଦେଖିବା ଆରମ୍ଭ କରିବେ । ଏଭଳି ଏକ ବିଶ୍ୱସନୀୟ ସାଥୀ ଯିଏ ଗରିବ ମାନଙ୍କୁ ଦାରିଦ୍ରର କୁଚକ୍ରକୁ ସବୁଦିନ ପାଇଁ ଭାଙ୍ଗିଦେବା ସକାଶେ ସଶକ୍ତ ମୌଳିକ ଢାଞ୍ଚା ପ୍ରଦାନ କରିବ ।

ବନ୍ଧୁଗଣ,

ଯେତେବେଳେ କ୍ଷମତାର ଉପଯୋଗ ଗରିବମାନଙ୍କୁ ସଶକ୍ତ କରିବା ସକାଶେ କରାଯାଏ ତାହା ଦାରିଦ୍ର‌୍ୟ ବିରୋଧରେ ଲଢ଼ିବା ପାଇଁ ଶକ୍ତିପ୍ରଦାନ କରିଥାଏ ଏବଂ ଏଥିପାଇଁ ଆମେ କରିଥିବା ପ୍ରୟାସଗୁଡିକ ମଧ୍ୟରେ ବ୍ୟାଙ୍କସେବାରୁ ଲାଭ ପାଇବାରୁ ବଂଚିତ ହୋଇଥିବା ଲୋକମାନେ ବ୍ୟାଙ୍କିସେବାରୁ ସୁବିଧା ପ୍ରଦାନ କରିବା, ଲକ୍ଷ ଲକ୍ଷ ଲୋକମାନଙ୍କୁ ସାମାଜିକ ସୁରକ୍ଷା କଭରେଜ ପ୍ରଦାନ କରିବା, ୫୦କୋଟି (୫୦୦ ମିଲିୟନ) ଭାରତୀୟ ମାନଙ୍କୁ ମାଗଣାରେ ଏବଂ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଅନ୍ତର୍ଭୁକ୍ତ । ଆପଣମାନେ ଏହା ଜାଣି ଖୁସି ହେବେ ଯେ ଆମ ସହର ଏବଂ ଗାଁରେ ବାସହୀନଙ୍କ ପାଇଁ ପାଖାପାଖି ୩କୋଟି (୩୦୦ମିଲିୟନ) ଘର ତିଆରି ହୋଇଛି । ଗୋଟିଏ ଘର କେବଳ ମାତ୍ର ଏକ ଆଶ୍ରୟସ୍ଥଳୀ ନୁହେଁ । ମୁଣ୍ଡ ଉପରେ ଛାତଟିଏ ରହିଛି ବୋଲି ଲୋକମାନଙ୍କୁ ସମ୍ମାନର ଅନୁଭୂତି ମିଳିଥାଏ । ଭାରତରେ ପ୍ରତ୍ୟେକ ଘରେ ପିଇବା ପାଣିର ସଂଯୋଗ ଉପଲବ୍ଧ କରାଇବା ପାଇଁ ଏକ ଜନ-ଆନ୍ଦୋଳନ ହେଉଛି । ସରକାର ଅତ୍ୟାଧୁନିକ ମୌଳିକ ଭିତ୍ତିଭୂମି ପାଇଁ ଏକ ଟ୍ରିଲିୟନ ଡଲାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଗତବର୍ଷ ବହୁ ମାସରୁ ଏବଂ ଏବେ ମଧ୍ୟ ଆମର ୮୦କୋଟି (୮୦୦ ମିଲିୟନ) ନାଗରିକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଏ ସମସ୍ତ ପଦକ୍ଷେପ ଏବଂ ଅନ୍ୟ ପ୍ରୟାସ ଗରିବୀ ବିରୋଧରେ ଲଢିବାକୁ ଶକ୍ତି ପ୍ରଦାନ କରିବ ।

ବନ୍ଧୁଗଣ ,

ଆମ ସମ୍ମୁଖରେ ଜଳବାୟୁ ପରିବର୍ତ୍ତନର ବିପଦ ରହିଛି । ଦୁନିଆକୁ ଏହା ସ୍ୱୀକାର କରିବାକୁ ହେବ ଯେ, ବୈଶ୍ୱିକ ବାତାବରଣରେ  କୌଣସି ପରିବର୍ତ୍ତନର ଆରମ୍ଭ ସବୁଠାରୁ ପ୍ରଥମେ ନିଜଠାରୁ ହିଁ ଆରମ୍ଭ ହୋଇଥାଏ, ଜଳବାୟୁ ପରିବର୍ତ୍ତନକୁ କମ୍ କରିବାର ସବୁଠାରୁ ସରଳ ଏବଂ ସବୁଠାରୁ ସଫଳ ତରିକା ହେଉଛି ପ୍ରକୃତି ଅନୁରୂପ ଜୀବନଶୈଳୀକୁ ଆପଣାଇବା ।   

ମହାନ୍ ମହାତ୍ମା ଗାନ୍ଧୀ ଶାନ୍ତି ଏବଂ ଅହିଂସା ସମ୍ପର୍କରେ ନିଜ ବିଚାରଧାରା  ପାଇଁ ବ୍ୟାପକ ଭାବେ ଜଣାଣୁଣା। କିନ୍ତୁ, କ’ଣ ଆପଣମାନେ ଜାଣିଛନ୍ତି କି ସେ ଦୁନିଆଁର ମହାନ୍‌ ପର୍ଯ୍ୟାବରଣବିତ୍ ମାନଙ୍କ ମଧ୍ୟରେ ଅନ୍ୟତମ। ସେ ଶୂନ୍ୟ କାର୍ବନ ନିର୍ଗମନ ଜୀବନଶୈଳୀକୁ ଆପଣାଇଥିଲେ । ସେ ଯାହା ବି କିଛି କରିଥିଲେ, ସବୁଥିରେ ଆମ ଗ୍ରହର ମଙ୍ଗଳକୁ ଅନ୍ୟ ସମସ୍ତ ବିଷୟଠାରୁ ଉର୍ଦ୍ଧ୍ୱରେ ରଖିଥିଲେ । ସେ ଟ୍ରଷ୍ଟିସିପ୍‌ର ସିଦ୍ଧାନ୍ତ କଥା କହୁଥିଲେ, ଯେଉଁ ଅନୁସାରେ ଆମେ ସମସ୍ତେ ଏହି ଗ୍ରହର ଟ୍ରଷ୍ଟି ଏବଂ ତାହାର ଦେଖାରେଖା କରିବା ଆମ କର୍ତ୍ତବ୍ୟ ।

ଆଜି ଭାରତ ଜି-୨୦ ସହିତ ଜଡିତ ଥିବା ଏକମାତ୍ର ଏମିତି ରାଷ୍ଟ୍ର, ଯିଏ ପ୍ୟାରିସ ବୁଝାମଣା ସହିତ ସମ୍ପୃକ୍ତ ନିଜର ପ୍ରତିଶ୍ରୁତି ପ୍ରତି ସମ୍ପୂର୍ଣ୍ଣଭାବେ ସମର୍ପିତ ଅଟେ । ଆନ୍ତର୍ଜାତିକ ସୌର ବୁଝାମଣା ଏବଂ ବିପର୍ଯୟ ମୁକାବଲା ପାଇଁ ମୌଳିକ ଭିତ୍ତିଭୂମି ସକାଶେ ମିଳିତ ବ୍ୟାନର ତଳେ ସମସ୍ତ ବିଶ୍ୱକୁ ଏକତ୍ରିତ କରିବା କାର୍ଯ୍ୟ କରିଥିବାରୁ ଭାରତ ଗର୍ବିତ ଅଟେ ।

ବନ୍ଧୁଗଣ,

ଆମେ ସମସ୍ତ ମାନବ ଜାତିର ବିକାଶ ପାଇଁ ଭାରତର ବିକାଶରେ ବିଶ୍ୱାସ ରଖୁ । ମୁଁ ଋଗ୍ ବେଦକୁ ଉଦ୍ଧୃତ କରି ନିଜର କଥା ଶେଷ କରିବାକୁ ଚାହିୁଁଛି, ଯାହା ହୁଏତ ଦୁନିଆର ସର୍ବପୁରାତନ ଶାସ୍ତ୍ର ମଧ୍ୟରେ ଅନ୍ୟତମ । ଏହାର ଛନ୍ଧ ବିଶ୍ୱ ନାଗରିକମାନଙ୍କ ବିକାଶରେ ସ୍ୱର୍ଣ୍ଣିମ ମାନଦଣ୍ଡ ଅଟେ ।

ଋଗ୍ ବେଦରେ କୁହାଯାଇଛି:

ସଂଗଚ୍ଛଛସ୍ୱ ସଂବଦ୍‌ସ୍ୱଂସଂଗମନଂସିଯାନତାମ୍

ଦେବା ଭାଗଂୟଥାପୂର୍ବୋ ସ ଜ୍ଞାନାନା ଉପାସତେ ।।

ସମାନୋମନ୍ତ୍ର: ସମିତି: ସମାନୀସମାନଂନ୍‌: ସହା ଚିତ୍ ମେସାମ୍ ।

ସମାନଂମନ୍ତ୍ରମ୍ ଅଭିମନ୍ତ୍ରୟବ: ସମାନେନବହବିସାଯୋହୋମି ।।

ସମାନିବ ଆକୁତି: ସମାନାହୃଦାନିବ  ।

ସମାନମସ୍ତୁ ବମୋନୁୟମଥାବ: ସୁସାହସତୀ।।

 

ଏହାର ଅର୍ଥ ହେଉଛି:

ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏକ ସ୍ୱରରେ କହିବା, ଆଗକୁ ବଢିବା ;

ଆମେ ସମସ୍ତେ ଏକମତ ହେବା ଏବଂ ଯାହା କିଛି ଆମ ପାଖରେ ଅଛି, ତାହାକୁ ଆମେ ଠିକ୍ ସେହି ପ୍ରକାରରେ ବାଣ୍ଟିବା, ଯେପରିକି ଭଗବାନ ଅନ୍ୟମାନଙ୍କ ସହ କରିଥାନ୍ତି ।

ଆସନ୍ତୁ ଆମେ ଗୋଟିଏ ସାଧାରଣ ଉଦ୍ଦେଶ୍ୟ ଏବଂ ସାଧାରଣ ବିଚାର ରଖିବା, ଆସନ୍ତୁ ଆମେ ଏମିତି ଏକ ଏକତା ପାଇଁ ପ୍ରାର୍ଥନା କରିବା ।

ଆସନ୍ତୁ, ଏହି ଉଦ୍ଦେଶ୍ୟ ଓ ଆକାଂକ୍ଷାକୁ ବାଣ୍ଟିବା, ଯାହା ଆମ ସମସ୍ତଙ୍କୁ ଏକଜୁଟ କରିବ ।

ବନ୍ଧୁଗଣ,

ଏକ ବୈଶ୍ୱିକ ନାଗରିକ ପାଇଁ ଏହାଠାରୁ ଭଲ ଘୋଷଣାପତ୍ର କ’ଣ ହୋଇପାରେ ? ଆମେ ସମସ୍ତେ ଏକ ଦୟାଳୁ, ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ଦୁନିଆଁ ପାଇଁ ମିଳିମିଶି କାମ କରୁଥିବା ।

ଧନ୍ୟବାଦ ।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ନମସ୍କାର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA