When India got independence, it had great capability in defence manufacturing. Unfortunately, this subject couldn't get requisite attention: PM Modi
We aim to increase defence manufacturing in India: PM Modi
A decision has been taken to permit up to 74% FDI in the defence manufacturing through automatic route: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରତିରକ୍ଷା ମାନୁଫାକ୍ଚରିଂରେ ଆତ୍ମନିର୍ଭର ଭାରତ ଉପରେ ଆୟୋଜିତ ସେମିନାରକୁ ସମ୍ବୋଧିତ କରିଛନ୍ତି । ପ୍ରତିରକ୍ଷା ମାନୁଫାକ୍ଚରିଂ (ବିନିର୍ମାଣ)ରେ ଆତ୍ମନିର୍ଭର ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଲେ, ପ୍ରତିରକ୍ଷା ଉତ୍ପାଦନକୁ ତ୍ୱରାନ୍ୱିତ କରିବା, ନୂଆ ଟେକ୍ନୋଲୋଜିର ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଭୂମିକାକୁ ଗୁରୁତ୍ୱ ଦେବା ଆମର ଲକ୍ଷ୍ୟ ।

ମିଶନ ମୋଡରେ କାର୍ଯ୍ୟ ଏବଂ ପଦକ୍ଷେପ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଲେ, ଆଜିର ସେମିନାର ନିଶ୍ଚିତ ଭାବେ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଲେ, ଯେତେବେଳେ ଭାରତ ସ୍ୱାଧୀନ ହେଲା, ଭାରତରେ ପ୍ରତିରକ୍ଷା ଉତ୍ପାଦନ ପାଇଁ ଏକ ବିଶାଳ ସମ୍ଭାବନା ଓ ଇକୋସିଷ୍ଟମ ଥିଲା କିନ୍ତୁ କୌଣସି ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇ ନଥିଲା । ପ୍ରଧାନମନ୍ତ୍ରୀ କହିଲେ, ଏବେ ପରିସ୍ଥିତି ବଦଳୁଛି, ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ଲଗାତର ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଏ ଦିଗରେ ଲାଇସେନ୍ସିଂ ପ୍ରକ୍ରିୟାରେ ସୁଧାର, ଏକ ସମତୁଲ କ୍ଷେତ୍ର ସୃଷ୍ଟି କରିବା, ରପ୍ତାନି ପ୍ରକ୍ରିୟାର ସରଳୀକରଣ ଭଳି ନିଆଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକ ଆଧୁନିକ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ୱାସ ସୁଦୃଢ଼ ହେବା ଉଚିତ । ଦଶନ୍ଧି ଦଶନ୍ଧି ଧରି ପଡ଼ି ରହିଥିବା ସିଡିଏସ୍ ନିଯୁକ୍ତି ଭଳି ପଦକ୍ଷେପ ଏବେ ନିଆଯାଇଛି, ଯାହାକି ନୂଆ ଭାରତର ଆତ୍ମବିଶ୍ୱାସକୁ ଦର୍ଶାଉଛି । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କୁ ନିଯୁକ୍ତି ଫଳରେ 3 ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରହୁଛି ଏବଂ ପ୍ରତିରକ୍ଷା ପ୍ରକ୍ୟୁରମେଂଟକୁ ତ୍ୱରାନ୍ୱିତ କରୁଛି । ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ଅଟୋମେଟିକ୍ ରୁଟରେ 74% ଏଫଡିଆଇକୁ ଅନୁମତି, ନୂଆ ଭାରତର ଆତ୍ମବିଶ୍ୱାସର ପ୍ରତିଫଳନ କରୁଛି ବୋଲି ସେ ବର୍ଣ୍ଣନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତିରକ୍ଷା ମୂଳଧନ ବ୍ୟୟବରାଦର ଏକ ଅଂଶ ଘରୋଇ ପ୍ରକ୍ୟୁରମେଂଟ ପାଇଁ ଆବଂଟନ, 101 ସାମଗୀର ଘରୋଇ ପ୍ରକ୍ୟୁରମେଂଟ ଭଳି ପଦକ୍ଷେପ ଘରୋଇ ପ୍ରତିରକ୍ଷା ଶିଳ୍ପକୁ ଗତି ଦେବ । ସେ ପୁନଶ୍ଚ କହିଲେ ଯେ ପ୍ରକ୍ୟୁରମେଂଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ପରୀକ୍ଷା ବ୍ୟବସ୍ଥାର ଷ୍ଟ୍ରିମଲାଇନ୍ ପାଇଁ ସରକାର କାର୍ଯ୍ୟ କରୁଛି । ଗୋଳାବାରୁଦ କାରଖାନାଗୁଡ଼ିକର କର୍ପୋରେଟାଇଜେସନ୍ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ, ଏହା ଶେଷ ହେବାପରେ ଉଭୟ ଶ୍ରମଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ର ମଜବୁତ ହେବ ।

ଆଧୁନିକ ଉପକରଣରେ ଆତ୍ମନିର୍ଭରଶୀଳତା ପାଇଁ ଟେକ୍ନୋଲୋଜି ଅପଗ୍ରେଡେସନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଡିଆରଡିଓ ବ୍ୟତୀତ ସରକାର ଘରୋଇ କ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ମଧ୍ୟ ଗବେଷଣା ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରୁଛନ୍ତି । ବିଦେଶୀ ପାର୍ଟନରଙ୍କ ସହ ଯୌଥ ଉଦ୍ୟୋଗ ଜରିଆରେ ସହ-ଉତ୍ପାଦନ ପାଇଁ ମଧ୍ୟ ଗୁରୁତ୍ୱାରୋପ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ରିଫର୍ମ, ପରଫର୍ମ ଆଣ୍ଡ ଟ୍ରାନ୍ସଫର୍ମ ମନ୍ତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ, ବୌଦ୍ଧିକ ସମ୍ପତି, ଟିକସ ବ୍ୟବସ୍ଥା, Insolvency and Bankruptcy, ମହାକାଶ ଓ ଆଣବିକ ଶକ୍ତି ଭଳି କ୍ଷେତ୍ରରେ ପ୍ରମୁଖ ସଂସ୍କାର ପଦକ୍ଷେପ ଜାରି ରହିଛି ।

ଭିତ୍ତିଭୂମି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁରେ ଚାଲିଥିବା 2ଟି ପ୍ରତିରକ୍ଷା କରିଡର ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁ ସରକାରଙ୍କ ସହଭାଗିତାରେ ଷ୍ଟେଟ୍ ଅଫ୍ ଦି ଆର୍ଟ ଭିତ୍ତିଭୂମି ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ । ଏଥିପାଇଁ ଆଗାମୀ 5 ବର୍ଷରେ 20 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉଦ୍ୟୋଗୀ ମୁଖ୍ୟତଃ ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍ ସହ ଜଡ଼ିତ ଥିବା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶୁଭାରମ୍ଭ ହୋଇଥିବା ଆଇଡେକ୍ସ କାର୍ଯ୍ୟକ୍ରମରୁ ବେଶ ସକାରାତ୍ମକ ଫଳ ଦେଖିବାକୁ ମିଳୁଛି । ଏହି ପ୍ଲାଟଫର୍ମ ଜରିଆରେ 50ରୁ ଅଧିକ ଷ୍ଟାର୍ଟଅପ୍ ସାମରିକ ବ୍ୟବହାର ଉଦ୍ଦେଶ୍ୟରେ ଟେକ୍ନୋଲୋଜି ଓ ଉତ୍ପାଦ ବିକାଶ କରିଛନ୍ତି ବୋଲି ସେ କହିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗ୍ଲୋବାଲ ଅର୍ଥନୀତିକୁ ଅଧିକ ସଶକ୍ତ, ଅଧିକ ସ୍ଥିର ଏବଂ ବିଶ୍ୱରେ ଶାନ୍ତି ଆଣିବା ପାଇଁ ଏକ ଦକ୍ଷ ଭାରତ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ହିଁ ପ୍ରତିରକ୍ଷା ମାନୁଫାକ୍ଚରିଂରେ ଆତ୍ମନିର୍ଭରତା ପଛର ମୂଳ ଲକ୍ଷ୍ୟ । ନିଜର ବହୁ ବନ୍ଧୁ ରାଷ୍ଟ୍ରଙ୍କୁ ବିଶ୍ୱସନୀୟ ପ୍ରତିରକ୍ଷା ଯୋଗାଣ କରିବା ନେଇ ଭାରତରେ ସମ୍ଭାବନା ରହିଛି । ଏହା ଭାରତର ରଣନୈତିକ ସହଭାଗିତା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ‘ନିଟ୍ ନିରାପତା ଯୋଗାଣକାରୀ’ ଭାବେ ଭାରତର ଭୂମିକାକୁ ମଜଭୂତ କରିବ ।

ପ୍ରତିରକ୍ଷା ଉତ୍ପାଦନ ଓ ରପ୍ତାନି ପ୍ରୋତ୍ସାହନ ନୀତି ଚିଠା ନେଇ ଆସିଥିବା ମତାମତ ଓ ସୁପାରିସ ଏହି ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସହାୟକ ହେବ ।

ଆତ୍ମନିର୍ଭର, ଆତ୍ମନିର୍ଭର ଭାରତ ପାଇଁ ରହିଥିବା ସମସ୍ୟା ଦୂର ପାଇଁ ସାମୁହିକ ପଦକ୍ଷେପ ସହାୟକ ହେବ ବୋଲି କହି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଶେଷ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
But where is India’s economic growth?

Media Coverage

But where is India’s economic growth?
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."