PM receives feedback and conducts thorough review of the States, highlights regions in need of greater focus and outlines strategy to meet the challenge
PM asks CMs to focus on 60 districts with high burden of cases
PM asks States to increase testing substantially and ensure 100% RT-PCR tests in symptomatic RAT negative cases
Limit of using the State Disaster Response Fund for COVID specific infrastructure has been increased from 35% to 50%: PM
PM exhorts States to assess the efficacy of local lockdowns
Country needs to not only keep fighting the virus, but also move ahead boldly on the economic front: PM
PM lays focus on testing, tracing, treatment, surveillance and clear messaging
PM underlines the importance of ensuring smooth movement of goods and services, including of medical oxygen, between States

ସଂକ୍ରମଣର ସ୍ଥିତି ଏବଂ ଏହାର ପ୍ରତିକାର ପଦକ୍ଷେପ ସଂକ୍ରାନ୍ତରେ ସମୀକ୍ଷା ଲାଗି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଦ୍ୱିତୀୟ ବାର୍ଷିକୀ ଦିବସ ଉପରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ କି ଏହି ଦୁଇ ବର୍ଷ ମଧ୍ୟରେ 1.25 କୋଟିରୁ ଅଧିକ ଗରିବ ରୋଗୀ ଏହି ଯୋଜନା ଦ୍ୱାରା ମାଗଣାରେ ଚିକିତ୍ସା ସୁବିଧା ପାଇଛନ୍ତି । ଗରିବ ଲୋକଙ୍କ ଚିକିତ୍ସାରେ ନିରନ୍ତର ଭାବେ ନିୟୋଜିତ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ ପ୍ରଶଂସା କରିଥିଲେ ।

ରାଜ୍ୟଗୁଡ଼ିକର ସମୀକ୍ଷା

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ପ୍ରଦେଶ ସରକାର ଏବଂ ଲୋକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁ ରାଜ୍ୟରେ ସ୍ଥିତି ଅନେକାଂଶରେ ସୁଧୁରିଛି । ରାଜ୍ୟ ଆଗାମୀ ଦିନରେ ଫଳପ୍ରଦ ପରୀକ୍ଷା ଏବଂ ଚିହ୍ନଟ ଉପରେ ଏହିଭଳି ଭାବେ ଗୁରୁତ୍ୱ ଦେଇଚାଲିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ଏବଂ ଗୃହ ସଙ୍ଗରୋଧରେ ରହୁଥିବା ରୋଗୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଲୋକଙ୍କ ଜୀବନ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଅଧିକ କରୋନା ମାମଲା ଥିବା ମହାରାଷ୍ଟ୍ରର 20 ଜିଲ୍ଲା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଆବଶ୍ୟକ । ସେହିଭଳି ବର୍ତ୍ତମାନ ତୁଳନାରେ ରାଜ୍ୟରେ ଆରଟି-ପିସିଆର୍ ପରୀକ୍ଷା 5 ଗୁଣା ବଢ଼ାଇବା ଲାଗି ସେ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଚିହ୍ନଟ ଲାଗି ମହାରାଷ୍ଟ୍ର ଏକ ବୈଜ୍ଞାନିକ ବ୍ୟବସ୍ଥା ବିକାଶ କରିଛି, ଯାହା କି ରାଜ୍ୟ ପାଇଁ ବିଶେଷ ଫଳପ୍ରଦ ହୋଇପାରିଛି । ସେ କହିଥିଲେ କି ରାଜ୍ୟର 9ଟି ଜିଲ୍ଲାରେ ମୃତ୍ୟୁ ହାର ଅଧିକ ରହିଛି, ଯାହା ଉପରେ ଅଧିକ ଦୃଷ୍ଟି ନିକ୍ଷେପ କରାଯିବା ଜରୁରି । ଏହାର ପ୍ରତିକାର ସ୍ୱରୂପ ଆରଟି-ପିସିଆର ପରୀକ୍ଷା 3 ଗୁଣା ବଢ଼ାଇବା, ଫଳପ୍ରଦ ନିରୀକ୍ଷଣ ଏବଂ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଉପରେ ଅଧିକ ମନୋନିବେଶ ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ । ଏମିତି କି ମାସ୍କ ପରିଧାନ ଏବଂ ପରିମଳ ବାବଦରେ ଲୋକଙ୍କର କିଭଳି ମନୋବୃତ୍ତି ରହୁଛି, ତାହା ମୂଲ୍ୟାୟନ କରିବାକୁ ସେ କହିଥିଲେ । ଦିଲ୍ଲୀରେ ରହିଥିବା ସ୍ଥିତି ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନତା, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ସ୍ଥିତି ନିୟନ୍ତ୍ରଣକୁ ଆସିପାରିଛି ।

ଆରଟି-ପିସିଆର ଟେଷ୍ଟ ବୃଦ୍ଧି ସାଙ୍ଗକୁ ଆଣ୍ଟିଜେନ ଟେଷ୍ଟରେ ସମସ୍ତ ଲକ୍ଷଣ ଥାଇ ନେଗେଟିଭ ଆସୁଥିବା ଲୋକଙ୍କର ଆରଟି-ପିସିଆର୍ ଟେଷ୍ଟ ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ କି ସଂକ୍ରମଣକୁ ପ୍ରଥମେ ନିୟନ୍ତ୍ରଣ କରିବାରେ ପଞ୍ଜାବ ସଫଳ ହୋଇଥିଲା, କିନ୍ତୁ ଏବେ ରାଜ୍ୟରେ କୋଭିଡ ଯୋଗୁ ଅଧିକ ମୃତ୍ୟୁ ଘଟୁଛି । ରୋଗୀମାନେ ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବା ଏହାର ପ୍ରମୁଖ କାରଣ ବୋଲି ସେ ଉଲ୍ଲେଖ କରିଥିଲେ । ଚ୍ୟାଲେଞ୍ଜର ମୁକାବିଲା ଲାଗି ରାଜ୍ୟ ଏକ ସଚେତନତା ଅଭିଯାନ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ସେ କହିଥିଲେ । ତେବେ ପଜିଟିଭ ହାର ଏବଂ ମୃତ୍ୟୁ ହାର ହ୍ରାସ କରିବାରେ ଏହି ରାଜ୍ୟ ସମର୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାମିଲନାଡୁ ବ୍ୟାପକ ମାତ୍ରାରେ ପରୀକ୍ଷା ଓ ଟ୍ରେସିଙ୍ଗ ରଣନୀତି ଆପଣାଇଥିଲା । ଫଳରେ ଏଠାରେ ଦୈନିକ ମାମଲା ସଂଖ୍ୟା ହ୍ରାସ ପାଇଥିଲା । ସେହି ଦିଗରୁ ଏହା ଦୃଷ୍ଟାନ୍ତ ସାଜିପାରିଛି । ତେବେ ରାଜ୍ୟର 7 ଜିଲ୍ଲାରେ ମୃତ୍ୟୁ ହାର କମାଇବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ । ସେ କହିଥିଲେ ଯେ ଟେଲିମେଡିସିନ ପାଇଁ ରାଜ୍ୟ ଇ-ସଞ୍ଜୀବନୀ ଆପ୍ଲିକେସନର ଭଲ ବ୍ୟବହାର କରିଛି । ଏ ଦିଗରେ ତାମିଲନାଡୁର ଅନୁଭୂତି ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଲାଭଜନକ ହେବ ବୋଲି ସେ କହିଥିଲେ । ଉତ୍ତର ପ୍ରଦେଶ ଦେଶର ସବୁଠୁ ଜନବହୁଳ ରାଜ୍ୟ ହୋଇଥିବା ବେଳେ ଏଠାକୁ ଅନେକ ସଂଖ୍ୟାରେ ଶ୍ରମିକ ଫେରିଛନ୍ତି । ତଥାପି ରାଜ୍ୟ ପରୀକ୍ଷା ପରିମାଣ ବୃଦ୍ଧି କରି ସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛି । ଆଗକୁ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ କଣ୍ଟାକ୍ଟ ଟ୍ରେସିଙ୍ଗ ଉପରେ ଆହୁରି ମନୋନିବେଶ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେ କହିଥିଲେ ରାଜ୍ୟର 16ଟି ଜିଲ୍ଲାରେ ପ୍ରତିଦିନ 100ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏହି ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାକୁ ସେ କହିଥିଲେ । ମାସ୍କ ପିନ୍ଧିବା ଏବଂ ‘ଦୋ ଗଜ୍ ଦୂରି’ ବାବଦରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ ।

ଭୂତାଣୁର ମୁକାବିଲା ପାଇଁ ଅଧିକ ପାଣ୍ଠି

ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଦିନକୁ 10 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଛି ଏବଂ ଅନେକ ସଂଖ୍ୟକ ଲୋକ ଦ୍ରୁତ ବେଗରେ ଆରୋଗ୍ୟ ଲାଭ କରୁଛନ୍ତି । କୋଭିଡ-19ର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏଥିସହ ଚିହ୍ନଟ, ଟ୍ରେସିଙ୍ଗ, ଉତ୍ତମ ତାଲିମ ଉପରେ ମନୋନିବେଶ ପାଇଁ ସେ ପରାମର୍ଶ ଦେଇଥିଲେ । ସେ ଘୋଷଣା କରିଥିଲେ ଯେ କୋଭିଡ କୈନ୍ଦ୍ରିକ ଭିତ୍ତିଭୂମି ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବିନିଯୋଗ ସୀମା 35 %ରୁ 50%କୁ ବୃଦ୍ଧି କରାଯାଇଛି । ଭୂତାଣୁ ସହ ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ଏହା ଅନେକ ମାତ୍ରାରେ ସହାୟକ ହେବ ।

ଏହାବ୍ୟତୀତ କରୋନା ଭୂତାଣୁ ସଂକ୍ରମଣକୁ କମାଇବା ପାଇଁ ରାଜ୍ୟଗୁଡ଼ିକ 1-2 ଦିନ ସ୍ଥାନୀୟ ଲକଡାଉନ କରି ଏହାର ଫାଇଦା ମୂଲ୍ୟାୟନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଭଳି ନିଷ୍ପତ୍ତି ଅର୍ଥନୈତିକ କାର୍ଯ୍ୟକଳାପ ଉପରେ କି ପ୍ରଭାବ ପକାଉଛି, ତାହା ବି ପରଖିବା ଆବଶ୍ୟକ । ସେ ଆହୁରି କହିଥିଲେ କି ଭୂତାଣୁ ସହ ଦେଶ କେବଳ ଲଢ଼ିଲେ ଯଥେଷ୍ଟ ହେବନାହିଁ, ବରଂ ଆର୍ଥିକ ଦିଗକୁ ଦୃଷ୍ଟିରେ ରଖି ସାହସର ସହ ଆଗକୁ ବଢ଼ିବା ଜରୁରି ।

ପରୀକ୍ଷାଟ୍ରେସିଙ୍ଗଚିକିତ୍ସାନିରୀକ୍ଷଣ ଏବଂ ସୂଚନା ପ୍ରଦାନ

ପ୍ରଧାନମନ୍ତ୍ରୀ ଫଳପ୍ରଦ ପରୀକ୍ଷା, ଟ୍ରେସିଙ୍ଗ, ଚିକିତ୍ସା, ନିରୀକ୍ଷଣ ଏବଂ ସ୍ପଷ୍ଟ ସୂଚନା ପ୍ରଦାନ ଉପରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ସଂକ୍ରମଣର ଲକ୍ଷଣବିହୀନ ପ୍ରକୃତି ଯୋଗୁ ଫଳପ୍ରଦ ମେସେଜିଙ୍ଗ୍ର ଆବଶ୍ୟକତା ରହିଛି । ପରୀକ୍ଷାର ଦକ୍ଷତା ନେଇ ଯେଉଁ ସନେ୍ଦହ ରହିଛି, ତାହା ଏହା ଦ୍ୱାରା ଦୂରେଇ ପାରିବ । ପ୍ରତଦିନ ମାସ୍କ ପିନ୍ଧିବା ଯେମିତି ଅଭ୍ୟାସରେ ପରିଣତ ହୁଏ, ତାହା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ ।

ଏହାବ୍ୟତୀତ ରାଜ୍ୟଗୁଡ଼ିକ ମଧ୍ୟରେ ସାମଗ୍ରୀ ଏବଂ ସେବାର ସହଜ ପରିବହନ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଅକ୍ସିଜେନ ହାସଲ କ୍ଷେତ୍ରରେ କିଛି ରାଜ୍ୟ ନିକଟରେ ଅସୁବିଧାର ସମ୍ମୁଖୀନ ହୋଇଥିବା ସେ ଦର୍ଶାଇଥିଲେ । ମେଡିକାଲ ଅକ୍ସିଜେନ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ବୈଠକରେ ଗୃହମନ୍ତ୍ରୀ କହିଥିଲେ ଯେ ଭୂତାଣୁ ସହ ଲଢ଼େଇ ପାଇଁ ଲକଡାଉନ ବେଳେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି । ଭୂତାଣୁର ମୁକାବିଲା ପାଇଁ ଉଭୟ ରାଜ୍ୟ ଏବଂ ଜିଲ୍ଲାଗୁଡ଼ିକ ପ୍ରସ୍ତୁତି କରିବା ଆବଶ୍ୟକ । ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ । ଏହି ବୈଠକରୁ ତାହା ପାଇଁ କିଛି ସୂତ୍ର ସହାୟକ ହୋଇପାରିବ ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ସଚିବ ଏ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ ଦେଶରେ 62% ସକ୍ରିୟ ମାମଲା ଏହି 7ଟି ରାଜ୍ୟରେ ରହିଛି । କୋଭିଡ ମୃତ୍ୟୁର ପାଖାପାଖି 77% ମୃତ୍ୟୁ ମଧ୍ୟ ଏହି 7ଟି ରାଜ୍ୟରେ ହୋଇଛି । ଏହିସବୁ ରାଜ୍ୟର ଜିଲ୍ଲାଗୁଡ଼ିକର ପରୀକ୍ଷା, ମୃତ୍ୟୁ ହାର ଏବଂ ପଜିଟିଭ ହାର ବାବଦରେ ସେ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ଉଦବୋଧନ

ଏଭଳି ସଂକଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ମୁଖ୍ୟମନ୍ତ୍ରୀମାନେ ପ୍ରଶଂସା କରିଥିଲେ । ସେମାନଙ୍କ ରାଜ୍ୟରେ ଥିବା ସ୍ଥିତି ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ମତାମତ ପ୍ରଦାନ କରିଥିଲେ । ସଂକ୍ରମଣ ବୃଦ୍ଧି ଯୋଗୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜ ଏବଂ ତାହାର ପ୍ରତିକାର ପାଇଁ ହୋଇଥିବା ପ୍ରସ୍ତୁତି ବାବଦରେ ମଧ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଆଲୋଚନା କରିଥିଲେ ।

ଜନ ସଚେତନତା ସୃଷ୍ଟି, ମୃତ୍ୟୁ ହାର ନିୟନ୍ତ୍ରଣ କରିବା ଲାଗି ହେଉଥିବା ପ୍ରଚେଷ୍ଟା, କୋଭିଡ ପରବର୍ତ୍ତୀ କ୍ଲିନିକ, ପରୀକ୍ଷା ପରିମାଣ ବୃଦ୍ଧି ଦିଗରେ ରାଜ୍ୟ ସରକାରମାନେ କରୁଥିବା ଉଦ୍ୟମ ବାବଦରେ ମୁଖ୍ୟମନ୍ତ୍ରୀମାନେ ଦର୍ଶାଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"One Earth, One Family": Oman lauds India's vision for peace, dialogue at BRICS Summit 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Women’s Cricket Team on winning Asia Cup
September 14, 2026

The Prime Minister, Shri Narendra Modi, has congratulated the Indian Women’s Cricket Team on winning the Asia Cup.

The Prime Minister said that the team’s confidence, consistency and remarkable spirit were on full display throughout the tournament.

Shri Modi expressed hope that this triumph would inspire millions of youngsters across the country to play more and shine.

In a post on X, Shri Modi said;

“A proud moment for Indian cricket!

Congratulations to the Women’s team on winning the Asia Cup. Their confidence, consistency and remarkable spirit were on full display throughout the tournament.

May this triumph inspire millions of youngsters across the country to play more and shine.”