9.75 କୋଟି ହିତାଧିକାରୀ ଚାଷୀ ପରିବାରଙ୍କ ଆକାଉଣ୍ଟକୁ ସିଧାସଳଖ 19,500 ଟଙ୍କା ହସ୍ତାନ୍ତର
ଓଡ଼ିଶାର 29,44,984 ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ 588 କୋଟି 99 ଲକ୍ଷ 68 ହଜାର ଟଙ୍କା ହସ୍ତାନ୍ତର
2047ରେ ଦେଶ ସ୍ବାଧୀନତାର 100 ବର୍ଷ ପୂରଣ କରିବା ଅବସରରେ ଭାରତର ସ୍ଥିତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ଆମର କୃଷି ଏବଂ କୃଷକମାନଙ୍କର ଏକ ପ୍ରମୁଖ ଭୂମିକା ରହିବ : ପ୍ରଧାନମନ୍ତ୍ରୀ
ଚାଷୀଙ୍କ ଠାରୁ ଏମଏସପି ଦରରେ ସର୍ବାଧିକ କ୍ରୟ, ଧାନ ଚାଷୀଙ୍କ ଆକାଉଣ୍ଟକୁ 1,70,000 କୋଟି ଟଙ୍କା ଏବଂ ଗହମ ଚାଷୀଙ୍କ ଆକାଉଣ୍ଟକୁ 85,000 ହଜାର ଟଙ୍କା ସିଧାସଳଖ ହସ୍ତାନ୍ତର : ପ୍ରଧାନମନ୍ତ୍ରୀ
ଜାତୀୟ ଖାଇବା ତେଲ ଅଭିଯାନ-ଅଏଲ ପାମ୍ ବା ଏନଏମଇଓ-ଓପି ସହିତ ଦେଶ ଖାଇବା ତେଲ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ସଂକଳ୍ପ ନେଇଛି, ଖାଇବା ତେଲ ଇକୋସିଷ୍ଟମରେ ଦେଶ 11,000 କୋଟି ଟଙ୍କାରୁ ଅଧିକ ନିବେଶ କରିବ : ପ୍ରଧାନମନ୍ତ୍ରୀ
ପ୍ରଥମ ଥର ପାଇଁ, କୃଷି ରପ୍ତାନି କ୍ଷେତ୍ରରେ ଭାରତ ଶୀର୍ଷ 10ଟି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି : ପ୍ରଧାନମନ୍ତ୍ରୀ
ଦେଶର କୃଷି ନୀତିରେ ବର୍ତ୍ତମାନ କ୍ଷୁଦ୍ର ଚାଷୀମାନଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି : ପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ପରବର୍ତ୍ତୀ କିସ୍ତି ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ହିତାଧିକାରୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହାଫଳରେ 9.75 କୋଟି ହିତାଧିକାରୀ ଚାଷୀ ପରିବାର ଆକାଉଣ୍ଟକୁ 19,500 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ନବମ କିସ୍ତି। ପିଏମ-କିସାନ ଯୋଜନାର ଲାଭ ଓଡ଼ିଶାର 29 ଲକ୍ଷ 44 ହଜାର 984 ଜଣ ହିତାଧିକାରୀ ଚାଷୀ ପରିବାର ପାଇବେ। ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 588 କୋଟି 99 ଲକ୍ଷ 68 ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିହନ ବୁଣା ଋତୁ ବିଷୟରେ ଆଲୋଚନା କରିଥିଲେ ଏବଂ ଆଜି ମିଳିଥିବା ଅର୍ଥ ଚାଷୀଙ୍କୁ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ସେ ମଧ୍ୟ 1 ଲକ୍ଷ କୋଟି ଟଙ୍କାର କର୍ପସ ସହିତ କିଷାନ ଭିତ୍ତିଭୂମି ପାଣ୍ଠି ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ଆଜି ଏହି ଯୋଜନାକୁ ଏକ ବର୍ଷ ପୂର୍ତ୍ତି ହେଉଛି। ମିଶନ ହନି-ବି (ମହୁମାଛି ପାଳନ) ଏବଂ ନାଫେଡ କେନ୍ଦ୍ର ଜରିଆରେ ଜମ୍ମୁ ଓ କଶ୍ମୀରର କେଶର ବିକ୍ରି କରାଯିବା ଭଳି ଯୋଜନା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ମହୁ ମିଶନ ଜରିଆରେ ପାଖାପାଖି 700 କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ମହୁ ରପ୍ତାନି କରାଯାଇଛି ଯାହାଫଳରେ ଚାଷୀଙ୍କ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି ହୋଇପାରିଛି।

ଆଗାମୀ 75ତମ ସ୍ବାଧୀନତା ଦିବସ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଗର୍ବର ମୁହୂର୍ତ୍ତ ହେବା ସହିତ ନୂତନ ସଂକଳ୍ପ ନେବା ଲାଗି ଏକ ସମୟ ମଧ୍ୟ। ଆସନ୍ତା 25 ବର୍ଷ ମଧ୍ୟରେ ଆପଣ ଭାରତକୁ କେଉଁ ସ୍ଥିତିରେ ଦେଖିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ନିଷ୍ପତ୍ତି ନେବାର ଆସିଥିବା ସୁଯୋଗ ଆମକୁ ଗ୍ରହଣ କରିବାକୁ ହେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ 2047ରେ ଦେଶ ସ୍ବାଧୀନତାର 100 ବର୍ଷ ପୂରଣ କରିବା ଅବସରରେ ଭାରତର ସ୍ଥିତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ଆମର କୃଷି ଏବଂ କୃଷକମାନଙ୍କର ଏକ ପ୍ରମୁଖ ଭୂମିକା ରହିବ। ନୂତନ ଆହ୍ବାନର ମୁକାବିଲା କରିବା ଏବଂ ନୂତନ ସୁଯୋଗର ସୁବିଧା ନେବା ଲାଗି ଭାରତୀୟ କୃଷିକୁ ମାର୍ଗ ଦର୍ଶାଇବାର ଆବଶ୍ୟକତା ରହିଛି। ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁଯାୟୀ ଭାରତୀୟ କୃଷିରେ ପରିବର୍ତ୍ତନ ପାଇଁ ସେ ଆହ୍ବାନ କରିଥିଲେ।  ମହାମାରୀ ସମୟରେ ରେକର୍ଡ ଉତ୍ପାଦନ ପାଇଁ ସେ ଚାଷୀମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଏହି କଷ୍ଟକର ସମୟରେ ଚାଷୀଙ୍କ ସମସ୍ୟା ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ସରକାର ବିହନ, ସାର ଏବଂ ବଜାର ସୁବିଧାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିଛନ୍ତି। ସାରା ଦେଶରେ ୟୁରିଆ ମିଳିପାରୁଛି ଏବଂ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବହୁଗୁଣରେ ବୃଦ୍ଧି ପାଇଥିଲା, ସରକାର ତୁରନ୍ତ 12,000 କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ ଯାହାଫଳରେ ଦରବୃଦ୍ଧିର ବୋଝ ଚାଷୀଙ୍କ ଉପରେ ପଡ଼ିବ ନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖରିଫ ହେଉ କିମ୍ବା ରବି ଋତୁ ସରକାର ଏମଏସପି ଦରରେ ଚାଷୀଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପରିମାଣର ଫସଲ କ୍ରୟ କରିଛନ୍ତି।  ଏଥିସହିତ ଧାନ ଚାଷୀଙ୍କ ଆକାଉଣ୍ଟକୁ 1,70,000 କୋଟି ଟଙ୍କା ଏବଂ ଗହମ ଚାଷୀଙ୍କ ଆକାଉଣ୍ଟକୁ 85,000 ହଜାର ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ, କିଛି ବର୍ଷ ପୂର୍ବେ ଦେଶରେ ଡାଲିର ଅଭାବ ଦେଖାଦେଇଥିଲା, ଏହି ସମୟରେ ଡାଲି ଉତ୍ପାଦନ ବୃଦ୍ଧି ନିମନ୍ତେ ସେ ଚାଷୀଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ ଏହାର ଫଳସ୍ବରୂପ, ଦେଶରେ ଗତ 6 ବର୍ଷ ମଧ୍ୟରେ ଡାଲି ଉତ୍ପାଦନ 50 ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଜାତୀୟ ଖାଇବା ତେଲ ଅଭିଯାନ-ଅଏଲ ପାମ୍ ବା ଏନଏମଇଓ-ଓପି ସହିତ ଦେଶ ଖାଇବା ତେଲ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ସଂକଳ୍ପ ନେଇଛି। ଖାଇବା ତେଲ ଇକୋସିଷ୍ଟମରେ ଦେଶ 11,000 କୋଟି ଟଙ୍କାରୁ ଅଧିକ ନିବେଶ କରିବ।

ଆଜି, ଦେଶ ଭାରତ ଛାଡ଼ ଆନ୍ଦୋଳନର ସ୍ମୃତିଚାରଣ କରୁଛି, ଏହି ଐତିହାସିକ ଦିବସରେ ଏହି ସଂକଳ୍ପ ଆମ ଭିତରେ ଏକ ନୂତନ ଉତ୍ସାହ ଭରିଛି, ସେ କହିଥିଲେ। ସେ କହିଥିଲେ ଯେ, ଜାତୀୟ ଖାଇବା ତେଲ ଅଭିଯାନ-ଅଏଲ ପାମ୍ ମିଶନ ଜରିଆରେ ଖାଇବା ତେଲ ଇକୋସିଷ୍ଟମରେ 11,000 କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ। ଗୁଣବତ୍ତାଯୁକ୍ତ ବିହନ ଠାରୁ ଆରମ୍ଭ କରି ଜ୍ଞାନକୌଶଳ ପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ଆଜି ଆଲୋକପାତ କରି କହିଥିଲେ ଯେ, ପ୍ରଥମ ଥର ପାଇଁ ଭାରତ କୃଷିଜାତ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ବିଶ୍ବର ଶୀର୍ଷ 10ଟି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି। କରୋନା କାଳରେ ଦେଶ କୃଷିଜାତ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ନୂତନ ରେକର୍ଡ କରିପାରିଛି। ଆଜି, ଯେତେବେଳେ ଭାରତ ବଡ଼ କୃଷି ରପ୍ତାନିକାରୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି, ଆମର ଖାଇବା ତେଲ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ କ୍ଷୁଦ୍ର ଚାଷୀମାନଙ୍କୁ ବର୍ତ୍ତମାନ ଦେଶର କୃଷି ନୀତିରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଏହି ଭାବନା ସହିତ, ବିଗତ କିଛି ବର୍ଷ ମଧ୍ୟରେ, କ୍ଷୁଦ୍ର ଚାଷୀଙ୍କୁ ସୁବିଧା ଓ ସୁରକ୍ଷା ଦେବା ଲାଗି ଗମ୍ଭୀର ପ୍ରୟାସ କରାଯାଉଛି। ପିଏମ କିସାନ ସମ୍ମାନ ନିଧି ଅନ୍ତର୍ଗତ ବର୍ତ୍ତମାନସୁଦ୍ଧା ଚାଷୀମାନଙ୍କୁ 1 ଲକ୍ଷ 60 ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇସାରିଛି। ଏଥିମଧ୍ୟରୁ 1 ଲକ୍ଷ କୋଟି ଟଙ୍କା ମହାମାରୀ ସମୟରେ କ୍ଷୁଦ୍ର ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। କରୋନା ସମୟରେ 2 କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଚାଷୀଙ୍କୁ ଦିଆଯାଇଛି, ଏମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଚାଷୀ। ଦେଶରେ ଆଗାମୀ ଦିନରେ ବିକଶିତ ହେବାକୁ ଥିବା କୃଷି ଭିତ୍ତିଭୂମି ଓ ଯୋଗାଯୋଗ ଭିତ୍ତିଭୂମି ଦ୍ବାରା ଏପରି ଚାଷୀ ଲାଭବାନ ହେବେ। ଫୁଡ ପାର୍କ, କିଷାନ ରେଲ ଏବଂ ଭିତ୍ତିଭୂମି ପାଣ୍ଠି ମଧ୍ୟ କ୍ଷୁଦ୍ର ଚାଷୀଙ୍କୁ ସହାୟକ ହେବ। ବିଗତ କିଛି ବର୍ଷ ମଧ୍ୟରେ ଭିତ୍ତିଭୂମି ପାଣ୍ଠି ଅଧୀନରେ 6 ହଜାରରୁ ଅଧିକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ କ୍ଷୁଦ୍ର ଚାଷୀଙ୍କୁ ବଜାର ସୁବିଧା ଦେଇଛି ଏବଂ ଏଫପିଓ ଜରିଆରେ ସେମାନଙ୍କର ମୂଲଚାଲ କ୍ଷମତା ବଢ଼ାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s passenger vehicle sales jump 35% to 4.5 lakh in August as Maruti, M&M drive growth

Media Coverage

India’s passenger vehicle sales jump 35% to 4.5 lakh in August as Maruti, M&M drive growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.