9.75 କୋଟି ହିତାଧିକାରୀ ଚାଷୀ ପରିବାରଙ୍କ ଆକାଉଣ୍ଟକୁ ସିଧାସଳଖ 19,500 ଟଙ୍କା ହସ୍ତାନ୍ତର
ଓଡ଼ିଶାର 29,44,984 ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ 588 କୋଟି 99 ଲକ୍ଷ 68 ହଜାର ଟଙ୍କା ହସ୍ତାନ୍ତର
2047ରେ ଦେଶ ସ୍ବାଧୀନତାର 100 ବର୍ଷ ପୂରଣ କରିବା ଅବସରରେ ଭାରତର ସ୍ଥିତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ଆମର କୃଷି ଏବଂ କୃଷକମାନଙ୍କର ଏକ ପ୍ରମୁଖ ଭୂମିକା ରହିବ : ପ୍ରଧାନମନ୍ତ୍ରୀ
ଚାଷୀଙ୍କ ଠାରୁ ଏମଏସପି ଦରରେ ସର୍ବାଧିକ କ୍ରୟ, ଧାନ ଚାଷୀଙ୍କ ଆକାଉଣ୍ଟକୁ 1,70,000 କୋଟି ଟଙ୍କା ଏବଂ ଗହମ ଚାଷୀଙ୍କ ଆକାଉଣ୍ଟକୁ 85,000 ହଜାର ଟଙ୍କା ସିଧାସଳଖ ହସ୍ତାନ୍ତର : ପ୍ରଧାନମନ୍ତ୍ରୀ
ଜାତୀୟ ଖାଇବା ତେଲ ଅଭିଯାନ-ଅଏଲ ପାମ୍ ବା ଏନଏମଇଓ-ଓପି ସହିତ ଦେଶ ଖାଇବା ତେଲ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ସଂକଳ୍ପ ନେଇଛି, ଖାଇବା ତେଲ ଇକୋସିଷ୍ଟମରେ ଦେଶ 11,000 କୋଟି ଟଙ୍କାରୁ ଅଧିକ ନିବେଶ କରିବ : ପ୍ରଧାନମନ୍ତ୍ରୀ
ପ୍ରଥମ ଥର ପାଇଁ, କୃଷି ରପ୍ତାନି କ୍ଷେତ୍ରରେ ଭାରତ ଶୀର୍ଷ 10ଟି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି : ପ୍ରଧାନମନ୍ତ୍ରୀ
ଦେଶର କୃଷି ନୀତିରେ ବର୍ତ୍ତମାନ କ୍ଷୁଦ୍ର ଚାଷୀମାନଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି : ପ

ନମସ୍କାର,

ଗତ କିଛି ଦିନ ହେବ ମୁଁ ସରକାରଙ୍କ ଅଲଗା ଅଲଗା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରୁଛି । ସରକାର ଯେଉଁ ଯୋଜନାସବୁ ପ୍ରସ୍ତୁତ କରିଛନ୍ତି, ସେସବୁର ଲାଭ ଲୋକମାନଙ୍କ ନିକଟରେ କିଭଳି ପହଂଚି ପାରୁଛି, ଏବଂ ଏସବୁ ଆମେ ଏବେ ଆହୁରି ଭଲ ଭାବେ ଜାଣିପାରୁଛୁ । ଜନତା ଜନାର୍ଦନ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେବା ଦ୍ୱାରା ଏହି ଲାଭ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସମସ୍ତ ସହଯୋଗୀବୃନ୍ଦ, ସମଗ୍ର ଦେଶରେ ଅନେକ ରାଜ୍ୟରୁ ଏଠି ଉପସ୍ଥିତ ହୋଇଥିବା ସମ୍ମାନନୀୟ ମୁଖ୍ୟମନ୍ତ୍ରୀଗଣ, ଉପରାଜ୍ୟପାଳ ଏବଂ ଉପ-ମୁଖ୍ୟମନ୍ତ୍ରୀବୃନ୍ଦ, ରାଜ୍ୟ ସରକାରମାନଙ୍କର ମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ସମଗ୍ର ଦେଶରୁ ସାମିଲ ହୋଇଥିବା କୃଷକ ଏବଂ ଭାଇ ଓ ଭଉଣୀମାନେ,

ଆଜି ଦେଶର ପ୍ରାୟ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ୧୯ ହଜାର ୫୦୦ କୋଟିରୁ ଅଧିକ ଅର୍ଥ ସିଧାସଳଖ ସେମାନଙ୍କୁ ହସ୍ତାନ୍ତରଣ କରାଯାଇଛି । ଏବଂ ମୁଁ ଦେଖୁଛି ଅନେକ ନିଜର ମୋବାଇଲରେ ଚେକ୍ କରୁଛନ୍ତି ଏହି ରାଶି ପହଂଚିଛି କି ନାହିଁ? ଏବଂ ପୁଣି ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଆଜି ଯେତେବେଳେ ବର୍ଷା ଋତୁର ସମୟ ଏବଂ ରୁଆରୋଇ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି, ତାହେଲେ ଏହି ଅର୍ଥ କ୍ଷୁଦ୍ର କୃଷକମାନଙ୍କର ବହୁତ କାମରେ ଲାଗିବ । ଆଜି ୧ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମୀ ପାଣ୍ଠିକୁ ମଧ୍ୟ ଏକ ବର୍ଷ ପୂରଣ ହୋଇଯାଇଛି । ଏହା ମାଧ୍ୟମରେ ହଜାର ହଜାର କୃଷକ ସଂଗଠନଙ୍କୁ ସହାୟତା ମିଳୁଛି ।

ଭାଇ ଓ ଭଉଣୀମାନେ,

କୃଷକମାନଙ୍କୁ ଅତିରିକ୍ତ ଆୟ ପାଇଁ ସମ୍ବଳ ଯୋଗାଇ ଦେବା ସକାଶେ, ନୂଆ ନୂଆ କୃଷିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ସମ୍ପୁର୍ଣ୍ଣ ରୂପେ ପ୍ରତିଶୃତିବଦ୍ଧ । ମିଶନ୍ ମଧୁମଖି ମଧ୍ୟ ଏହିଭଳି ଏକ ଅଭିଯାନ ଅଟେ । ମିଶନ୍ ମଧୁମଖୀ ମାଧ୍ୟମରେ ଗତ ବର୍ଷ ଆମେ ପ୍ରାୟ ୭୦୦ କୋଟି ଟଙ୍କାର ମହୁ ରପ୍ତାନୀ କରିଛୁ, ଯାହାଦ୍ୱାରା କୃଷକମାନଙ୍କର ଅତିରିକ୍ତ ଆୟ ହୋଇପାରିଛି । ଜମ୍ମୁ  କଶ୍ମୀରର କେଶର ତ ଏମିତି ମଧ୍ୟ ବିଶ୍ୱପ୍ରସିଦ୍ଧ ଅଟେ । ଏବେ ସରକାର ଏହି ନିଷ୍ପତି ନେଇଛନ୍ତି ଯେ ଜମ୍ମୁ କଶ୍ମୀରର କେଶର ସମଗ୍ର ଦେଶରେ ନାଫେଡର ଦୋକାନରେ ଉପଲବ୍ଧ ହେବ । ଏହାଦ୍ୱାରା ଜମ୍ମୁ କଶ୍ମୀରରେ କେଶର ଚାଷକୁ ଖୁବ୍ ପ୍ରୋତ୍ସାହନ ମିଳିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଆପଣ ସମସ୍ତଙ୍କ ସହିତ ଏହି ଆଲୋଚନା ଏଭଳି ସମୟରେ ହେଉଛି, ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ଆଜିଠାରୁ କିଛି ଦିନ ମଧ୍ୟରେ ଅଗଷ୍ଟ ୧୫ ଆସୁଛି । ଏଥର ଦେଶ ଏହାର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ମହତ୍ୱପୂର୍ଣ୍ଣ ଅବସର ଆମ ପାଇଁ ଏମିତି ତ ଗୌରବର ବିଷୟ, ଏହା ନୂଆ ନୂଆ ସଙ୍କଳ୍ପ, ନୂଆ ନୂଆ ଲକ୍ଷ୍ୟର ମଧ୍ୟ ଏକ ବହୁତ ବଡ ଅବସର ।

ଏହି ଅବସରରେ ଆମକୁ ଏହା ସ୍ଥିର କରିବାକୁ ପଡିବ ଯେ ଆଗାମୀ ୨୫ ବର୍ଷରେ ଆମେ ଭାରତକୁ କେଉଁ ସ୍ଥାନରେ ଦେଖିବାକୁ ଚାହୁଁଛୁ । ଦେଶ ଯେତେବେଳେ ୨୦୪୭ ମସିହାରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଭାରତର ସ୍ଥିତି କ’ଣ ହେବ, ଏହା ସ୍ଥିର କରିବାରେ ଆମର କୃଷି, ଆମର ଗାଁ, ଆମର କୃଷକମାନଙ୍କର ବହୁତ ବଡ ଭୂମିକା ରହିଛି । ଏହି ସମୟରେ ଭାରତର କୃଷିକୁ ଏଭଳି ଏକ ଦିଗ ପ୍ରଦାନ କରିବାକୁ ହେବ, ଯାହା ନୂଆ ନୂଆ ଆହ୍ୱାନର ସମ୍ମୁଖୀନ କରିପାରିବ ଏବଂ ନୂଆ ନୂଆ ସୁଯୋଗର ପର୍ଯ୍ୟାପ୍ତ ଲାଭ ଉଠାଇପାରିବ ।

ଭାଇ ଓ ଭଉଣୀମାନେ,

ଏହି କାଳଖଣ୍ଡରେ ବହୁତ ଦୃତ ଗତିରେ ଘଟି ଚାଲିଥିବା ପରିବର୍ତନଗୁଡିକର ଆମେ ସମସ୍ତେ ସାକ୍ଷୀ । ସେସବୁ ଋତୁ ଏବଂ ପ୍ରକୃତି ସହ ଜଡିତ ପରିବର୍ତନ ହେଉ, ଖାଦ୍ୟପେୟ ସହିତ ସଂଶ୍ଳିଷ୍ଟ ପରିବର୍ତନ ହେଉ ଅବା ମହାମାରୀ କାରଣରୁ ସମଗ୍ର ବିଶ୍ୱରେ ହେଉଥିବା ପରିବର୍ତନ ହେଉ । ଆମେ ଗତ ଦେଢ ବର୍ଷ ମଧ୍ୟରେ କରୋନା ମହାମାରୀ କାଳରେ ଏହାକୁ ଅନୁଭବ ମଧ୍ୟ କରିଛୁ । ଏହି କାଳଖଣ୍ଡରେ ଦେଶରେ ହିଁ ଖାଦ୍ୟପେୟର ଅଭ୍ୟାସକୁ ନେଇ ବହୁତ ସଚେତନତା ଆସିଛି । ଖାଦ୍ୟଶସ୍ୟର, ପନିପରିବା ଏବଂ ଫଳମୂଳର, ମସଲାର, ଜୈବିକ ଉତ୍ପାଦର ଚାହିଦା ଏବେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଭାରତୀୟ କୃଷିକୁ ମଧ୍ୟ ଏବେ ଏହି ପରିବର୍ତିତ ଆବଶ୍ୟକତା ଏବଂ ପରିବର୍ତନଶୀଳ ଚାହିଦା ଅନୁଯାୟୀ ବଦଳିବାକୁ ହିଁ ପଡିବ । ଏବଂ ମୁଁ ସଦାସର୍ବଦା ବିଶ୍ୱାସ କରେ ଯେ ଆମ ଦେଶର କୃଷକ ଏହିସବୁ ପରିବର୍ତନକୁ ନିଶ୍ଚିତ ଭାବେ ଆପଣାଇ ନେବ ।

ବନ୍ଧୁଗଣ,

ଏହି ମହାମାରୀ କାଳରେ ମଧ୍ୟ ଆମେ ଭାରତର କୃଷକମାନଙ୍କ ସାମର୍ଥ୍ୟକୁ ଦେଖିଛୁ । ରେକର୍ଡ ଉତ୍ପାଦନ ମଧ୍ୟରେ କୃଷକଙ୍କ ଅସୁବିଧା କିଭଳି ଦୂର କରାଯାଇପାରିବ ସେ ବିଷୟରେ ମଧ୍ୟ ସରକାର ପ୍ରୟାସ କରିଛନ୍ତି । ସରକାର କୃଷି ଏବଂ ଏଥସହ ଜଡିତ ପ୍ରତ୍ୟେକ କ୍ଷେତ୍ରକୁ ବିହନ, ସାରଠାରୁ ଆରମ୍ଭ କରି ନିଜର ଉତ୍ପାଦକୁ ବଜାର ପର୍ଯ୍ୟନ୍ତ ପହଂଚାଇବା ସକାଶେ ଯଥାସମ୍ଭବ ପ୍ରୟାସ କରିଛନ୍ତି, ଉପାୟ କରିଛନ୍ତି । ନିରନ୍ତର ଭାବେ ୟୁରିଆ ଯୋଗାଇ ଦିଆଯାଇଛି । ଡିଏପି, ଯାହାର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି କରୋନା କାରଣରୁ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା, ତାହାର ବୋଝ ମଧ୍ୟ ସରକାର କୃଷକମାନଙ୍କ ଉପରେ ପଡିବାକୁ ଦେଇ ନଥିଲେ । ସରକାର ଏଥିପାଇଁ ତୁରନ୍ତ ୧୨,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ ।

ବନ୍ଧୁଗଣ,

ଖରିଫ ହେଉ ବା ରବି ହେଉ ସରକାର କୃଷକମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଆଜି ପର୍ଯ୍ୟନ୍ତ ସର୍ବାଧିକ କ୍ରୟ କରିଛନ୍ତି । ଏହା ମାଧ୍ୟମରେ, ଧାନ ଚାଷୀଙ୍କ ଖାତାରେ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଏବଂ ଗହମ ଚାଷୀଙ୍କ ଖାତାରେ ପ୍ରାୟ ୮୫ ହଜାର କୋଟି ଟଙ୍କା ସିଧାସଳଖ ପହଂଚିଛି । କୃଷକ ଏବଂ ସରକାରଙ୍କ ଏହି ଭାଗିଦାରୀ କାରଣରୁ ଆଜି ଭାରତର ଅନ୍ନ ଭଣ୍ଡାର ଭରପୁର ହୋଇଯାଇଛି । କିନ୍ତୁ ବନ୍ଧୁଗଣ, ଆମେ ଦେଖିଛୁ ଯେ କେବଳ ଗହମ, ଚାଉଳ, ଚିନିରେ ହିଁ ଆତ୍ମନିର୍ଭରତା ଯଥେଷ୍ଟ ନୁହେଁ, ବରଂ ଡାଲି ଓ ତେଲରେ ମଧ୍ୟ ଆତ୍ମନିର୍ଭରତା ବହୁତ ଆବଶ୍ୟକ ଅଟେ । ଏବଂ ଭାରତର କୃଷକ ଏହା କରି ଦେଖାଇପାରିବେ । ମୋର ମନେଅଛି ଯେ କିଛି ବର୍ଷ ପୂର୍ବେ ଯେତେବେଳେ ଦେଶରେ ଡାଲିର ପରିମାଣ ହ୍ରାସ ପାଇଥିଲା, ସେତେବେଳେ ମୁଁ ଦେଶର କୃଷକମାନଙ୍କୁ ଡାଲି ଉତ୍ପାଦନ ବୃଦ୍ଧି କରାଇବା ପାଇଁ ଅନୁରୋଧ କରିଥିଲି । ମୋର ସେହି ଅନୁରୋଧକୁ ଦେଶର କୃଷକମାନେ ସ୍ୱୀକାର କରିଥିଲେ । ପରିଣାମ ଏହା ହୋଇଥିଲା ଯେ ଗତ ୬ ବର୍ଷ ମଧ୍ୟରେ ଦେଶରେ ଡାଲିର ଉତ୍ପାଦନରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁ କାର୍ଯ୍ୟ ଆମେ ଡାଲିଜାତୀୟ ଶସ୍ୟରେ କରିପାରିଛୁ କିମ୍ବା ଅତୀତରେ ଗହମ ଓ ଧାନରେ କରିପାରିଛୁ ଏବେ ଆମକୁ ସେହି ସମାନ ସଙ୍କଳ୍ପ ଖାଇବା ତେଲର ଉତ୍ପାଦନ ପାଇଁ ମଧ୍ୟ ନେବାକୁ ପଡିବ । ଖାଇବା ତେଲରେ ଆମ ଦେଶ ଆତ୍ମନିର୍ଭର ହେଉ, ଏଥିପାଇଁ ଆମକୁ ଦୃତ ଗତିରେ କାର୍ଯ୍ୟ କରିବାକୁ ପଡିବ ।

ଭାଇ ଓ ଭଉଣୀମାନେ,

ଖାଇବା ତେଲରେ ଆତ୍ମନିର୍ଭରତା ପାଇଁ ଏବେ ରାଷ୍ଟ୍ରୀୟ ଖାଇବା ତେଲ ମିଶନ୍‌, ଅଏଲ ପାମ୍‌ର ସଙ୍କଳ୍ପ ନିଆଯାଇଛି । ଆଜି ଦେଶ ଭାରତ ଛାଡ ଆନ୍ଦୋଳନକୁ ମନେ ପକାଉଛି, ତେଣୁ ଏହି ଐତିହାସିକ ଦିନରେ ଏହି ସଙ୍କଳ୍ପ ଆମ ଭିତରେ ନୂତନ ଶକ୍ତିର ସଂଚାର କରୁଛି । ଏହି ମିଶନ ମାଧ୍ୟମରେ ଖାଇବା ତେଲ ସହ ସଂଶ୍ଳିଷ୍ଟ ବାତାବରଣ ଉପରେ ୧୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରାଯିବ । କୃଷକମାନଙ୍କୁ ଉତମ ବିହନଠାରୁ ଆରମ୍ଭ କରି ଜ୍ଞାନକୌଶଳ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ସୁବିଧା କିପରି ମିଳିପାରିବ ସରକାର ତାହା ସୁନିଶ୍ଚିତ କରିବେ । ଏହି ମିଶନ୍ ଅଧିନରେ ପାମୋଲିନ୍ ତୈଳବୀଜର ଚାଷକୁ ପ୍ରୋତ୍ସାହନ ଦେବା ସହ ଆମର ଅନ୍ୟ ଯେଉଁ ପାରମ୍ପରିକ ତୈଳବୀଜ ଫସଲଗୁଡିକ ରହିଛି, ସେଗୁଡିକର ଚାଷ ମଧ୍ୟ ବ୍ୟାପକ କରାଯିବ ।

ବନ୍ଧୁଗଣ,

ଆଜି ଭାରତ କୃଷି ରପ୍ତାନୀ କ୍ଷେତ୍ରରେ ପ୍ରଥମ ଥର ପାଇଁ ବିଶ୍ୱର ପ୍ରଥମ ୧୦ଟି ଦେଶ ମଧ୍ୟରେ ସାମିଲ ହୋଇଛି । କରୋନା କାଳରେ ହିଁ ଦେଶ କୃଷି ରପ୍ତାନୀର ନୂଆ ରେକର୍ଡ ସୃଷ୍ଟି କରିଛି । ଆଜି ଯେତେବେଳେ ଭାରତକୁ ଏକ ବୃହତ କୃଷି ରପ୍ତାନିକାରୀ ରାଷ୍ଟ୍ରର ପରିଚୟ ମିଳୁଛି ସେତେବେଳେ ଆମେ ନିଜର ଖାଇବା ତେଲର ଆବଶ୍ୟକତା ପୂରଣ ପାଇଁ ରପ୍ତାନୀ ଉପରେ ନିର୍ଭର କରୁଛୁ, ଏହା ଆଦୌ ଉଚିତ୍ ନୁହେଁ । ଏଥିରେ ମଧ୍ୟ ଆମଦାନୀ ହୋଇଥିବା ପାମୋଲିନ୍ ତେଲର ଭାଗ ୫୫ ପ୍ରତିଶତରୁ ଅଧିକ । ଏହି ସ୍ଥିତିକୁ ଆମକୁ ବଦଳାଇବାକୁ ପଡିବ । ଖାଇବା ତେଲ କିଣିବା ପାଇଁ ଆମେ ଯେଉଁ ହଜାର ହଜାର କୋଟି ଟଙ୍କା ବିଦେଶରେ ଅନ୍ୟମାନଙ୍କୁ ଦେବାକୁ ପଡୁଛି, ତାହା ଆମ ଦେଶର କୃଷକଙ୍କୁ ହିଁ ମିଳିବା ଉଚିତ୍ । ଭାରତରେ ପାମୋଲିନ୍ ତୈଳବୀଜର ଚାଷ ନିମନ୍ତେ ସମସ୍ତ ଆବଶ୍ୟକୀୟ ସମ୍ଭାବନା ମହଜୁଦ୍ ଅଛି । ଉତର ପୂର୍ବ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ, ବିଶେଷଭାବରେ ଏହାକୁ ବୃଦ୍ଧି କରାଯାଇପାରିବ । ଏହା ସେହି ଅଂଚଳ ଅଟେ ଯେଉଁଠାରେ ଅତି ସହଜରେ ପାମୋଲିନ୍‌ର ଚାଷ କରାଯାଇପାରିବ । ପାମୋଲିନ୍ ତୈଳବୀଜର ଉତ୍ପାଦନ ମଧ୍ୟ କରାଯାଇପାରିବ ।

ବନ୍ଧୁଗଣ,

ଖାଇବା ତେଲରେ ଆତ୍ମନିର୍ଭରତାର ଏହି ମିଶନର ଅନେକ ସୁଫଳ ରହିଛି । ଏହାଦ୍ୱାରା କୃଷକମାନଙ୍କୁ ତ ପ୍ରତ୍ୟକ୍ଷ ଭାବେ ଫାଇଦା ମିଳିବ, ଗରିବ ଏବଂ ମଧ୍ୟମ ବର୍ଗର ପରିବାରଗୁଡିକୁ ସୁଲଭ ଏବଂ ଉତମ ଗୁଣବତାର ତେଲ ମଧ୍ୟ ମିଳିପାରିବ । କେବଳ ଏତିକି ନୁହେଁ, ଏହି ମିଶନ୍ ବୃହତ ସ୍ତରରେ ରୋଜଗାର ସୃଷ୍ଟି କରିବ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ମଜବୁତ୍ କରିବ । ବିଶେଷକରି ଫ୍ରେସ୍ ଫ୍ରୁଟ ବଂଚ୍ ପ୍ରୋସେସିଂ ସହିତ ଜଡିତ ଉଦ୍ୟୋଗଗୁଡିକୁ ବିସ୍ତାର କରିବ । ଯେଉଁସବୁ ରାଜ୍ୟରେ ପାମୋଲିନ୍ ତୈଳବୀଜ ଚାଷ ହେବ, ସେଠାରେ ପରିବହନଠାରୁ ଆରମ୍ଭ କରି ଫଳ ପ୍ରକ୍ରିୟାକରଣ ୟୁନିଟଗୁଡିକରେ ଯୁବପିଢୀକୁ ବେଶ ରୋଜଗାର ମିଳିପାରିବ ।

ଭାଇ ଓ ଭଉଣୀମାନେ,

ପାମୋଲିନ୍ ତୈଳବୀଜ ଚାଷର ବହୁତ ବଡ ଲାଭ ଦେଶର ଛୋଟ ଛୋଟ କୃଷକମାନଙ୍କୁ ମିଳିବ । ପାମୋଲିନ ତୈଳବୀଜର ହେକ୍ଟର ପିଛା ଉତ୍ପାଦନ ପରିମାଣ ଅନ୍ୟାନ୍ୟ ତୈଳବୀଜ ତୁଳନାରେ ବହୁତ ଅଧିକ ଅଟେ । ଅର୍ଥାତ୍ ଅଏଲ ପାମ୍ ମିଶନ୍ ଦ୍ୱାରା ଖୁବ୍ ଛୋଟ ଜାଗାରେ ଅଧିକ ଫସଲ ଅମଳ କରି କ୍ଷୁଦ୍ର ଚାଷୀ ଅଧିକ ଲାଭ ହାସଲ କରିପାରିବେ ।

ବନ୍ଧୁଗଣ,

ଏକଥା ଆପଣମାନେ ଭଲଭାବେ ଜାଣିଛନ୍ତି ଯେ ଦେଶର ୮୦ ପ୍ରତିଶତରୁ ଅଧିକ କୃଷକଙ୍କ ନିକଟରେ ୨ ଏକର ପର୍ଯ୍ୟନ୍ତ ହିଁ ଜମି ରହିଛି । ଆଗାମୀ ୨୫ ବର୍ଷରେ ଦେଶର କୃଷିକୁ ସମୃଦ୍ଧ କରିବାରେ ଏହି ଛୋଟ ଛୋଟ ଚାଷୀଙ୍କର ବହୁତ ବଡ ଭୂମିକା ରହିବ । ତେଣୁ ଏବେ ଦେଶର କୃଷି ନୀତିଗୁଡିକରେ ଏହି ଛୋଟ ଛୋଟ ଚାଷୀମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । ଏହି ବିଚାରଧାରା ସହିତ ବିଗତ ବର୍ଷମାନଙ୍କରେ କ୍ଷୁଦ୍ର ଚାଷୀମାନଙ୍କୁ ସୁବିଧା ଓ ସୁରକ୍ଷା ଯୋଗାଇଦେବା ନିମନ୍ତେ ଏକ ଗମ୍ଭୀର ପ୍ରୟାସ କରାଯାଉଛି । ପିଏମ୍ କିଷାନ ସମ୍ମାନନିଧି ଅଧିନରେ ଏପର୍ଯ୍ୟନ୍ତ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା କୃଷକମାନଙ୍କୁ ଦିଆଯାଇଛି । ଏଥିରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ତ କେବଳ କରୋନାର ସଙ୍କଟ କାଳରେ ହିଁ କ୍ଷୁଦ୍ର ଚାଷୀମାନଙ୍କ ନିକଟରେ ପହଂଚିଛି । କେବଳ ଏତିକି ନୁହେଁ, କରୋନା କାଳରେ ହିଁ ୨ କୋଟିରୁ ଅଧିକ କିଷାନ୍ କ୍ରେଡିଟ୍ କାର୍ଡ ଜାରି କରାଯାଇଛି । ଯେଉଁଥିରୁ ଅଧିକାଂଶ କ୍ଷୁଦ୍ର ଚାଷୀମାନଙ୍କର । ଏହି କାର୍ଡ ମାଧ୍ୟମରେ କୃଷକମାନେ ହଜାର ହଜାର କୋଟି ଟଙ୍କାର ଋଣ ମଧ୍ୟ ନେଇଛନ୍ତି । କଳ୍ପନା କରନ୍ତୁ, ଯଦି ଏହି ସହାୟତା କ୍ଷୁଦ୍ର ଚାଷୀମାନଙ୍କୁ ମିଳି ନଥାନ୍ତା, ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ଏହି ବିପତିରେ ସେମାନଙ୍କର ସ୍ଥିତି କ’ଣ ହୋଇଥାଆନ୍ତା । ଛୋଟ ଛୋଟ ଆବଶ୍ୟକତା ପାଇଁ ସେମାନଙ୍କୁ କାହା କାହା ଦୁଆରକୁ ଯିବାକୁ ପଡି ନଥାନ୍ତା ।

ଭାଇ ଓ ଭଉଣୀମାନେ,

ଆଜି ଯେଉଁ କୃଷି ଭିତିଭୂମୀ ପ୍ରସ୍ତୁତ ହେଉଛି, ଯେଉଁ ସଂଯୋଗର ମୌଳିକ ଢାଂଚା ପ୍ରସ୍ତୁତ ହେଉଛି କିମ୍ବା ଯେଉଁ ବଡ ବଡ ଫୁଡ ପାର୍କ ପ୍ରତିଷ୍ଠା କରାଯାଉଛି, ଏସବୁର ବହୁତ ବଡ ଲାଭ କ୍ଷୁଦ୍ର ଚାଷୀମାନଙ୍କର ହିଁ ହେଉଛି । ଆଜି ଦେଶରେ ସ୍ୱତନ୍ତ୍ର କିଷାନ୍ ରେଳ ଚଳାଚଳ କରୁଛି । ଏହିସବୁ ଟ୍ରେନ୍ ଦ୍ୱାରା ହଜାର ହଜାର ଚାଷୀ ନିଜର ଉତ୍ପାଦକୁ ସ୍ୱଳ୍ପ ମୂଲ୍ୟରେ, ବହୁତ କମ୍ ପରିବହନ ବାବଦ ଖର୍ଚ୍ଚରେ, ଦେଶର ବଡ ବଡ ମଣ୍ଡି ପର୍ଯ୍ୟନ୍ତ ପହଂଚାଇ ଅଧିକ ଦରରେ ବିକ୍ରୀ କରୁଛନ୍ତି । ଏହିଭଳି ଯେଉଁ ସ୍ୱତନ୍ତ୍ର ଭିତିଭୂମୀ ପାଣ୍ଠି ରହିଛି, ତାକୁ ବିନିଯୋଗ କରାଯାଇ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଆଧୁନିକ ଭଣ୍ଡାରଣ ସୁବିଧା ମଧ୍ୟ ପ୍ରସ୍ତୁତ କରାଯାଉଛି । ଗତ ବର୍ଷ ସାଢେ ୬ ହଜାରରୁ ଅଧିକ ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଯେଉଁମାନଙ୍କ ପ୍ରକଳ୍ପ ମଞ୍ଜୁର ହୋଇଛି ସେଥିରେ କୃଷକ ମଧ୍ୟ ଅଛନ୍ତି, କୃଷକମାନଙ୍କ ସମିତି ଏବଂ କୃଷକ ଉତ୍ପାଦକ ସଂଘ ମଧ୍ୟ ରହିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଅଛନ୍ତି ଏବଂ ଷ୍ଟାର୍ଟ ଅପ୍‌ଗୁଡିକ ମଧ୍ୟ ରହିଛନ୍ତି । ନିକଟରେ ଆଉ ଏକ ବଡ ନିଷ୍ପତି ସ୍ୱରୂପ ଯେଉଁସବୁ ରାଜ୍ୟରେ ସରକାରୀ ମଣ୍ଡି ରହିଛି ସେହି ମଣ୍ଡିଗୁଡିକୁ ଏହି ପାଣ୍ଠିରୁ କିପରି ସହାୟତା ମିଳିପାରିବ ସରକାର ତାହା ସ୍ଥିର କରିଛନ୍ତି । ଏହି ପାଣ୍ଠିର ଉପଯୋଗ କରି ଆମର ସରକାରୀ ମଣ୍ଡିଗୁଡିକୁ ଅଧିକ ଉତମ, ଅଧିକ ମଜବୁତ ଏବଂ ଅଧିକ ଆଧୁନିକ କରାଯିବା ଦିଗରେ ପଦକ୍ଷେପ ନିଆଯିବ ।

ଭାଇ ଓ ଭଉଣୀମାନେ,

ଭିତିଭୂମୀ ପାଣ୍ଠି ହେଉ ଅବା ପୁଣି ୧୦ ହଜାର କୃଷକ ଉତ୍ପାଦକ ସଂଘର ନିର୍ମାଣ, ଏହା ହିଁ ପ୍ରୟାସ ଯେ କ୍ଷୁଦ୍ର ଚାଷୀମାନଙ୍କର ସାମର୍ଥ୍ୟ କିପରି ବୃଦ୍ଧି କରାଯିବ । କ୍ଷୁଦ୍ର ଚାଷୀମାନଙ୍କୁ ବଜାରର ଉପଲବ୍ଧତା ଅଧିକ ହେଉ ଏବଂ ବଜାରରେ ମୂଲଚାଲ କରିବା ପାଇଁ ସେମାନଙ୍କର କ୍ଷମତାରେ ମଧ୍ୟ ବୃଦ୍ଧି ଘଟୁ । ଯେତେବେଳେ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ, ସରକାରୀ ତନ୍ତ୍ର ସହିତ, ଶହ ଶହ କ୍ଷୁଦ୍ର ଚାଷୀ ଏକାଠି ହେବେ ତାହାହେଲେ ଯାଇ ସେମାନଙ୍କର ଶକ୍ତି ଶହ ଶହ ଗୁଣ ବୃଦ୍ଧି ପାଇବ । ଏହାଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ହେଉ ଅବା ପୁଣି ଉତ୍ପାଦନ, ଏଥିରେ କୃଷକମାନଙ୍କର ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ସେମାନେ ନିଜେ ମଧ୍ୟ ସ୍ୱାଧୀନ ଭାବେ ସିଧାସଳଖ ବିଦେଶୀ ବଜାରରେ ନିଜର ଉତ୍ପାଦ ବିକ୍ରୀବଟା କରିପାରିବେ । ବନ୍ଧନରୁ ମୁକ୍ତ ହେବା ଦ୍ୱାରା ହିଁ ଦେଶର କୃଷକ ଆହୁରି ଦୃତ ଗତିରେ ବଢିପାରିବେ । ଏହି ବିଚାରଧାରା ସହିତ ଆମକୁ ଆଗାମୀ ୨୫ ବର୍ଷର ଏକ ସଙ୍କଳ୍ପକୁ ସିଦ୍ଧ କରିବାକୁ ପଡିବ । ତୈଳବୀଜରେ ଆତ୍ମନିର୍ଭରତାର ମିଶନରେ ଆମକୁ ଏବେଠାରୁ ଯୋଡି ହୋଇଯିବାକୁ ପଡିବ । ପୁଣି ଆଉଥରେ ପିଏମ୍ କିଷାନ୍ ସମ୍ମାନନିଧିର ସମସ୍ତ ହିତାଧିକାରୀମାନଙ୍କୁ ମୋର ଶୁଭେଚ୍ଛା । ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”