୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦଶ କୋଟି ହିତାଧିକାରୀ ଚାଷୀ ପରିବାରକୁ ହସ୍ତାନ୍ତରିତ
ପ୍ରଧାନମନ୍ତ୍ରୀ ମଧ୍ୟ ୩୫୧ଟି ଏଫପିଓକୁ ହସ୍ତାନ୍ତରକଲେ ୧୪କୋଟି ଟଙ୍କାର ଅଂଶଧନ । ଏହାଦ୍ୱାରା ୧.୨୪ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ
“ଆମର କ୍ଷୁଦ୍ର ଚାଷୀମାନଙ୍କ ଶକ୍ତି ବୃଦ୍ଧିରେ ଏଫପିଓ ମାନେ ଏକ ବିରାଟ ଭୂମିକା ଗ୍ରହଣ କରିଛନ୍ତି”
“ଦେଶର କୃଷକମାନଙ୍କ ଆତ୍ମବିଶ୍ୱାସ ହିଁ ଦେଶ ଶକ୍ତିର ଚାବିକାଠି”
“୨୦୨୧ର ସଫଳତାରୁ ଉତ୍ସାହ ପାଇଁ ଆମେ ନୂତନ ଯାତ୍ରାର ସୋପାନ ଚଢିବାକୁ ହେବ”
“ଦେଶ ଆଗରେ” ଏହି ଉଦ୍ଦୀପନାକୁ ନେଇ ଦେଶ ପାଇଁ କିଛି କରିବା ଚିନ୍ତାଧାର ଆଜି ପ୍ରତ୍ୟେକ ଭାରତୀୟର ମନୋଭାବ ପାଲଟିଛି । ସେଥିପାଇଁ ଆଜି ଆମ ଉଦ୍ୟମ ଓ ସଂକଳ୍ପରେ ଏକ ଐକ୍ୟ ଭାବନା ରହିଛି । ଆଜି ଆମ ନୀତିରେ ଏକ ଦୃଢତା ରହିଛି ଏବଂ ନିଷ୍ପତ୍ତିରେ ଦୂରଦୃଷ୍ଟି ମଧ୍ୟ ଅଛି”
“ଭାରତୀୟ କୃଷମାନଙ୍କ ନିମନ୍ତେ ପିଏମ୍ କିଷାନ ସମ୍ମାନନିଧି ଏକ ବିରାଟ ସହାୟତା । ଆଜିର ହସ୍ତାନ୍ତରଣକୁ ମିଶାଇଲେ ୧. ୮୦ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଖାତାକୁ ଯାଇଛି”

ନିଜର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପକୁ ବଜାୟ ରଖି କୃଷକମାନଙ୍କୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୧.୨୦୨୨) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପି.ଏମ୍‌-କିଷାନ) ଯୋଜନା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଦଶମ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପହଂଚିବ । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟି ଟଙ୍କାର ଅଂଶଧନ  ବାବଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏଥିପାଇଁ ୧. ୨୪ ଲକ୍ଷ କୃଷକ ଉପକୃତ ହେବେ । ଏହି ଅବରସରେ ପ୍ରଧାନମନ୍ତ୍ରୀ କୃଷକ ସଂଗଠନମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ ରାଜ୍ୟର କୃଷିମନ୍ତ୍ରୀ ଓ କୃଷକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।

ଉତ୍ତରାଖଣ୍ଡର ଏଫପିଓମାନଙ୍କ ସହ ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କ ଦ୍ୱାରା କରାଯାଇଥିବା ଜୈବକ କୃଷି ଓ ଜୈବିକ କୃଷିଜାତ ସାମଗ୍ରୀର ପ୍ରମାଣନ ଉପରେ ପଚାରି ବୁଝିଥିଲେ । ଏଫପିଓମାନଙ୍କ ଦ୍ୱାରା ଜୈବକୃଷିଯାତ ସାମଗ୍ରୀର ବିପ୍ପଣନ ସମ୍ପର୍କରେ ମଧ୍ୟ କଥାବାର୍ତ୍ତା ହୋଇଥିଲେ ।

ଏଫପିଓ ସେମାନେ କିପରି ଜୈବସାର ସଂଗ୍ରହ କରିଛନ୍ତି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରାକୃତିକ ଓ ଜୈବିକ କୃଷି ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ଓ ଏହା ଚାଷୀକୁ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ କୃଷକର ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ରାଜସ୍ଥାନରୁ ଏଫପିଓ ମହୁ ଉତ୍ପାଦନ ଉପରେ କଥା ହୋଇଥିଲେ । ନାଫେଡ ସହାୟତାରେ ଏହି ଏଫପିଓ ସେମାନଙ୍କ ପାଇଁ ବେଶ୍ ଉପକାରୀ ହୋଇଛି ବୋଲି କହିଥିଲେ ।

ଚାଷୀମାନଙ୍କ ସମୃଦ୍ଧି ପାଇଁ ଏଫପିଓ ଏକ ଭିତ୍ତିଭୂମି ଭାବେ କାର୍ଯ୍ୟ କରୁଥିବାରୁ ଉତ୍ତରପ୍ରଦେଶ ଏଫପିଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଏଫପିଓ ମାନଙ୍କ ଜରିଆରେ ସଦସ୍ୟମାନେ ବିହନ, ଜୈବିକ ସାର, ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଇତ୍ୟାଦି ପାଇପାରିଛନ୍ତି ବୋଲି କହିଥିଲେ । ଏଫପିଓ ମାନେ ମଧ୍ୟ କୃଷକମାନଙ୍କୁ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି ବୋଲି କହିଥିଲେ। ସେମାନେ ଇ-ନାମ ସୁବିଧା ପାଉଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ଥିବା ଲକ୍ଷ୍ୟକୁ ସାକାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦେଶରେ ଚାଷୀମାନଙ୍କ ଆତ୍ମବିଶ୍ୱାସ ହିଁ ଦେଶ ସଶକ୍ତି ହେବାର ଚାବିକାଠି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ତାମିଲନାଡୁ ଏଫପିଓ କହିଥିଲେ ଯେ ନାବାର୍ଡର ସହଯୋଗରେ ସେମାନେ ଅଧିକ ଅର୍ଥ ପାଇବା ପାଇଁ ଏଫପିଓ ଗଠନ କରିଥିଲେ ତାହା ସମ୍ପୂର୍ଣ୍ଣଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି । ସେ ଅଞ୍ଚଳରେ ଜଳବାୟୁ ଯୋଗୁ ମିଲେଟ ପରି ଖାଦ୍ୟଶସ୍ୟ ଉତ୍ପାଦିତ ହେଉଛି ବୋଲି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ନାରୀଶିକ୍ଷାର ସଫଳତା ସେମାନଙ୍କ ଅଦମନୀୟ ଇଚ୍ଛା ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ମିଲେଟ ଜାତୀୟ ଫସଲର ଲାଭ ଉଠାଇବାକୁ ମଧ୍ୟ ଚାଷୀମାନଙ୍କୁ କହିଥିଲେ ।

ଗୁଜରାଟର ଏଫପିଓ ପ୍ରାକୃତିକ ଚାଷ ଉପରେ କହିବା ସହ ଗୋବର ବ୍ୟବହାର ଦ୍ୱାରା ଖର୍ଚ୍ଚ କମ୍ ହେବା ସହ ମାଟି ଉପରେ ବେଶୀ ଚାପ ପଡିବ ନାହିଁ ବୋଲି କହିଥିଲେ । ଏଥିରୁ ଆଦିବାସୀ ଜନସାଧାରଣ ଉପକୃତ ହେଉଛନ୍ତି ବୋଲି କହିଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମାତ୍ର ବୈଷ୍ଣୋଦେବୀ ପୀଠରେ ହୋଇଥିବା ଦଳାଚକଟାରେ ମୃତବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆହତ ବ୍ୟକ୍ତିଙ୍କ ଚିକିତ୍ସା ନେଇ ସେ ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଙ୍କ ସହ କଥା ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ ।  

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ନୂଆବର୍ଷରେ ପଦାର୍ପଣ କରିଛୁ । ଆମେ ବିଗତବର୍ଷର ସଫଳତାରୁ ଉତ୍ସାହ ପାଇଁ ନୂତନବର୍ଷରେ ଯାତ୍ରା ଆରମ୍ଭ କରିବା । ପ୍ରଧାନମନ୍ତ୍ରୀ ଦେଶର ବୈଶ୍ୱିକ ମହାମାରୀ କିପରି ମୁକାବିଲା କରିଛି ତାହାର ସ୍ମୃତିଚାରଣ କରି କିପରି  ଟିକାକରଣ ହେବା ସହ ସମାଜରେ ବଂଚିତ ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥିଲା ତା’ର ବର୍ଣ୍ଣନା କରିଥିଲେ । ସେମାନଙ୍କ ପାଇଁ ଦେଶ ୨ଲକ୍ଷ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରି ଖାଦ୍ୟ ସାମଗ୍ରୀ ଯୋଗାଇଥିଲା । ସରକାର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ନୂତନ ଅମ୍ଳଜାନ କାରଖାନା, ନୂତନ ମେଡିକାଲ କଲେଜ, ସୁଧାର କେନ୍ଦ୍ର, ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଓ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ଜରିଆରେ ମେଡିକାଲି ଭିତ୍ତିଭୂମିର ପୁନର୍ଗଠନ କରାଯାଉଛି ବୋଲି କହିଥିଲେ ।

ଦେଶ ସବ୍‌କା ସାଥ, ସବ୍‌କା ବିକାଶ ଓ ସବ୍‌କା ପ୍ରୟାସ ମନ୍ତ୍ରକୁ ପାଥେୟ କରି ଆଗେଇ ଚାଲିଛି । ଅନେକ ଲୋକ ସେମାନଙ୍କ ଜୀବନକୁ ପାଣି ଛଡାଇ ଦେଶ ଗଠନରେ ଲାଗିଛନ୍ତି । ସେମାନେ ଆଗରୁ ମଧ୍ୟ ସେ କାର୍ଯ୍ୟ କରୁଥିଲେ, ମାତ୍ର ଏବେ ଏହାକୁ ସ୍ୱୀକୃତି ମିଳିଛି । “ଚଳିତ ବର୍ଷ ଆମେ  ସ୍ୱାଧୀନତାର ୭୫ବର୍ଷ ସମ୍ପୂର୍ଣ୍ଣ କରିବୁ । ଏହା ହିଁ  ସମୟ ଯେ ଆମେ ଦେଶର ସଂକଳ୍ପକୁ ଶକ୍ତିଶାଳୀ ଭାବେ ସାକାର କରିବୁ ଓ ନୂତନ  ସାହସର ସହ ଆଗେଇବୁ” ବୋଲି ସେ କହିଥିଲେ । ସମ୍ମିଳିତ ଉଦ୍ୟମ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯେତେବେଳେ ୧୩୦କୋଟି ଭାରତୀୟ ଗୋଟିଏ ପାଦ ଆଗାନ୍ତି, ତାହା କେବଳ ଗୋଟିଏ ପାଦ ନୁହେଁ ୧୩୦କୋଟି ପାଦ ଆଗେଇବା  ସହ ସମାନ” ।

ଅର୍ଥନୀତି ଉପରେ ସେ କହିଥିଲେ ଯେ ଅନେକ କ୍ଷେତ୍ରରେ ଭାରତୀୟ ଅର୍ଥନୀତି କୋଭିଡ ପୂର୍ବ ଅବସ୍ଥାରୁ ଭଲ ଦେଖାଯାଉଛି । ସେ କହିଥିଲେ ଯେ “ଆଜି ଦେଶର ଅଭିବୃଦ୍ଧି ହାର ଶତକଡା ଆଠଭାଗ ହୋଇଛି । ରେକର୍ଡ ପରିମାଣ ବିଦେଶୀ ପୁଞ୍ଜିନିବେଶ ହୋଇଛି । ଆମର ବୈଦେଶିକ ମୁଦ୍ରା ସଞ୍ଚୟ ରେକର୍ଡ ପରିମାଣରେ ପହଞ୍ଚିଛି।ଜିଏସ୍‌ଟି ସଂଗ୍ରହରେ ମଧ୍ୟ ପୁରୁଣା ରେକର୍ଡ ଭଙ୍ଗ ହୋଇଛି । ରପ୍ତାନୀ ବିଶେଷକରି କୃଷି କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି ହୋଇଛି ।” ୟୁପିଆଇ୨୦୨୧ରେ  ୭୦ ଲକ୍ଷ କୋଟିର ଦେଣନେଣ ହୋଇଛି । ଦେଶରେ ୫୦ହଜାରରୁ ଅଧିକ ଷ୍ଟାର୍ଟଅପ କାର୍ଯ୍ୟ କରୁଥିବାବେଳେ, ଗତ ଛଅମାସରେ ଦଶହଜାର ଷ୍ଟାର୍ଟଅଫ କାର୍ଯ୍ୟକାରୀ ହୋଇଛି ।

୨୦୨୧ ମସିହା ହିଁ ଭାରତୀୟ ସାଂସ୍କୃତିକ ଐତିହ୍ୟ ମଜବୁତ ହୋଇଛି । କେଦାରନାଥ ଧାମ ଓ କାଶୀ ବିଶ୍ୱନାଥ ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ, ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ପୁନର୍ବିନ୍ୟାସ,  ଦେବୀ ଅନ୍ନପୂର୍ଣ୍ଣାଙ୍କ ଚୋରୀ ମୂର୍ତ୍ତିର ପୁନଃସ୍ଥାପନ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଏବଂ ଧୋଳବୀରା ଓ ଦୁର୍ଗାପୂଜା ଉତ୍ସବକୁ ବିଶ୍ୱ ଐତିହ୍ୟ ମର୍ଯ୍ୟାଦା ଇତ୍ୟାଦି ଭାରତୀୟ ଐତିହ୍ୟକୁ ଦୃଢୀଭୂତ କରିବା ସହ ଏହାର ପର୍ଯ୍ୟଟନ ଓ ଧାର୍ମିକ ଯାତ୍ରା ବିଭବକୁ ବୃଦ୍ଧି କରିଛି ।

୨୦୨୧ ମାତୃଶକ୍ତି ପାଇଁ ମଧ୍ୟ ଆଶାର କିରଣ  ସଂଚାର କରିଛି । ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ସହ ସୈନିକ ବିଦ୍ୟାଳୟ ମଧ୍ୟ ଝିଅମାନଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି । ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରାଯାଇ ପୁଅମାନଙ୍କ ସହ ସମାନ କରାଯାଇଛି । ୨୦୨୧ ରେ ଭାରତୀୟ କ୍ରୀଡାବିତ୍‌ମାନେ ମଧ୍ୟ ଦେଶ ପାଇଁ ଗୌରବ ଆଣିଛନ୍ତି । ଦେଶର କ୍ରୀଡା ଭିତ୍ତିଭୂମି ବିକାଶ ଲାଗି ଅଭୂତପୂର୍ବ ପୁଞ୍ଜିବିନିଯୋଗ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଜଳବାୟୁ ପରବର୍ତ୍ତନ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ନେତୃତ୍ୱ ନେଇ ଭାରତ ୨୦୭୦ ମସିହା ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟଧାର୍ଯ୍ୟ କରିଛି । ସମୟ ପୂର୍ବରୁ ଅକ୍ଷୟ ଶକ୍ତି ବିକାଶକ୍ଷେତ୍ରରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଆଜି ଭାରତ ଉଦ୍‌ଯାନ ମିଶନ କ୍ଷେତ୍ରରେ ନେତୃତ୍ୱ ନେଇ ଇଲେକ୍‌ଟ୍ରିକ ଯାନ ତିଆରି କରୁଛି । ପିଏମ୍ ଗତିଶକ୍ତି ଜାତୀୟ ବୃହତ ଯୋଜନା ଦେଶର ଭିିତ୍ତିଭୂମି   ନିର୍ମାଣ କ୍ଷେତ୍ରରେ ଏକ ନୂତନ  ଶକ୍ତି ଦେଇଛି । “ମେକ୍ ଇନ୍ ଇଣ୍ଡିଆ”କୁ ନୂତନ ଗତି ଦେବା ପାଇଁ ଦେଶ ଚିପ୍ସ ପ୍ରସ୍ତୁତି ଓ ସେମି କଂଟକ୍ଟର ନିର୍ମାଣ ଭଳି ଦେଶ ନୂତନ କ୍ଷେତ୍ରରେ  ଗତିଶୀଳତା ଦେଖାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଦେଶର ମତିଗତି ନେଇ  କହିଥିଲେ ଯେ ‘ଦେଶ ଆଗ’ ନେଇ ଯେଉଁ ଉଦ୍ଦୀପନା ସୃଷ୍ଟି ହୋଇଛି ତାହା ଆଜି ପ୍ରତ୍ୟେକ ଭାରତୀୟଙ୍କ ମନୋଭାବରେ ପରିଣତ ହୋଇଛି । ଆଜି ଆମ ଉଦ୍ୟମ ଓ ସଂକଳ୍ପରେ ଐକ୍ୟବଦ୍ଧତା ପରିଲକ୍ଷିତ ହୋଇଛି । କାମ ହାସଲ ପାଇଁ ବ୍ୟସ୍ତତା ବେଶ୍ ଦୃଶ୍ୟମାନ । ଆଜି ଆମ ନୀତିରେ ନିରବଚ୍ଛିନ୍ନ ମନୋଭାବ ଓ ନିଷ୍ପତ୍ତିରେ ଦୂରଦୃଷ୍ଟି ବେଶ୍ ସୁସ୍ପଷ୍ଟ”

ପିଏମ୍ କିଷାନ ସମ୍ମାନନିଧି ଭାରତୀୟ କୃଷକମାନଙ୍କ ନିମନ୍ତେ ଏକ ବିରାଟ ସହାୟତା । ଆଜିର ହସ୍ତାନ୍ତରଣକୁ ହିସାବକୁ ନେଲେ ୧.୮୦ ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଖାତାକୁ ହସ୍ତାନ୍ତର ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଫପିଓମାନଙ୍କ ଜରିଆରେ କ୍ଷୁଦ୍ରଚାଷୀମାନେ ସାମୁହିକ ଶକ୍ତି ପାଇବା ଅନୁଭବ କରୁଛନ୍ତି । ଏହି ସୁବିଧା ମଧ୍ୟରେ ମୂଲଚାଲ ଶକ୍ତି ବୃଦ୍ଧି, ଉଦଭାବନ, ସ୍କେଲ, ବିପଦଆପଦ ପରିଚାଳନା ଓ ବଜାରସ୍ଥିତି ଅନୁସାରେ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏଫପିଓ ଦ୍ୱାରା ମିଳୁଥିବା ସୁବିଧାକୁ ଲକ୍ଷ୍ୟ କରି ସରକାର ସେମାନଙ୍କୁ ପ୍ରତ୍ୟେକସ୍ତରରେ ସଶକ୍ତ କରୁଛନ୍ତି । ଏହି ଏଫପିଓ ଗୁଡିକ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ପାଉଛନ୍ତି । ଫଳତଃ ଜୈବିକ କୃଷି ଏଫପିଓ, ତୈଳବୀଜ ଏଫପିଓ, ବାଉଁଶ ପୁଞ୍ଜ ଓ ମହୁ ଏଫପିଓ ଦେଶବ୍ୟାପୀ ଆସିବାରେ ଲାଗିଛନ୍ତି । ଆଜି ଆମ କୃଷକମାନେ “ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ, ବଜାର ଉଭୟ ଦେଶ ଓ ବୈଶ୍ୱିକ ଯୋଜନା ଯୋଗୁଁ ଲାଭାନ୍ୱିତ ହେଉଛନ୍ତି । ଏଗାରହଜାର କୋଟି ଟଙ୍କା ବଜେଟ ବ୍ୟୟ ବରାଦ ହୋଇଥିବା ଜାତୀୟ ତାଳତେଲ ମିଶନ ଯୋଗୁଁ ତେଲ ଆମଦାନୀ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇଛି ।

ବିଗତବର୍ଷରେ କୃଷି କ୍ଷେତ୍ରରେ ହୋଇଥିବା ସଫଳତା ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଖାଦ୍ୟଶସ୍ୟ ଉତ୍ପାଦନ ୩୦୦ ନିୟୁତ ଟନ୍‌ରେ ପହଂଚିଛି । ସେହିପରି ଉଦ୍ୟାନ କୃଷି ଓ ଫୁଲଚାଷ ଉତ୍ପାଦନ  ୩୩୦ ନିୟୁତ ଟନ ହୋଇଥିବାବେଳେ, ଦୁଗ୍ଧ ଉତ୍ପାଦନରେ ଶତକଡା ୪୫ଭାଗ ଛଅ ସାତବର୍ଷରେ ବୃଦ୍ଧି ଘଟିଛି । ପ୍ରାୟ ୬୦ଲକ୍ଷ ହେକ୍ଟର ଜମି ଅଣୁଜଳସେଚନ ଅଧୀନକୁ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକଲକ୍ଷ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି । ତେବେ ଏଥିରେ ପ୍ରିମିୟମ ୨୧ହଜାରକୋଟି ଟଙ୍କା ରହିଥିଲା। ମାତ୍ର ସାତବର୍ଷ ମଧ୍ୟରେ ଇଥାନଲ ଉତ୍ପାଦନ ୪୦କୋଟି ଲିଟରରୁ ୩୪୦କୋଟି ଲିଟରକୁ ବୃଦ୍ଧି ପାଇଛି । ବାୟୋଗ୍ୟାସ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ଗୋବର୍ଦ୍ଧା ଯୋଜନା ସମ୍ପର୍କରେ କହିଥିଲେ ଯେ ଯଦି ଗୋବରର ମୂଲ୍ୟ ଧାର୍ଯ୍ୟ ହୁଅନ୍ତା ତେବେ ଦୁଗ୍ଧ ଦେଉ ନ ଥିବା ପ୍ରାଣୀମାନେ ଆଉ କୃଷକମାନଙ୍କ ନିମନ୍ତେ ବୋଝ ହୋଇ ରହନ୍ତେ ନାହିଁ । ସରକାର କାମଧେନୁ କମିଶନ ଆରମ୍ଭ କରି ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମିକୁ ମଜବୁତ କରିଥିବା ସେ ପ୍ରକାଶ କରିଥିଲେ ।

 

ପ୍ରଧାନମନ୍ତ୍ରୀ ପୁଣିଥରେ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମାଟିର ଉର୍ବରତା ରକ୍ଷା କରିବାକୁ ହେଲେ ରାସାୟନିକ ସାର ମୁକ୍ତ କୃଷି ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ । ପ୍ରାକୃତିକ ଚାଷ ସେ ଦିଗରେ ଏକ ମୁଖ୍ୟ ପଦକ୍ଷେପ । ପ୍ରତ୍ୟେକ ଚାଷୀ ପ୍ରାକୃତିକ ଚାଷର ପଦ୍ଧତି ଓ ସୁବିଧା ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉପସଂହାରରେ କୃଷକମାନେ ଚାଷରେ ଉଦଭାବନାତ୍ମକ ପନ୍ଥା ଗ୍ରହଣ କରି ସ୍ୱଚ୍ଛତା ଅବଲମ୍ବନ ପାଇଁ ଆହ୍ୱାନ ଦେଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.