ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଲେନିକ ରିପବ୍ଲିକର ପ୍ରଧାନମନ୍ତ୍ରୀ ମହାମାନ୍ୟ କିରିଆକୋସ ମିତସୋତାକିସଙ୍କ ଠାରୁ ଫୋନ କଲ୍ ପାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମ ଦିନ ଅବସରର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମିତସୋତାକିସ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ ।
ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା, ଜାହାଜ ଚଳାଚଳ, ପ୍ରତିରକ୍ଷା, ସୁରକ୍ଷା, ଯୋଗାଯୋଗ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ ହୋଇଥିବାରୁ ଦୁଇ ନେତା ତାହାକୁ ସ୍ୱାଗତ କରିଥିଲେ । ଭାରତ-ଗ୍ରୀସ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଉଭୟ ନେତା ପ୍ରତିବଦ୍ଧତା ଦୋହରାଇଲେ ।
ପାରସ୍ପରିକ ସ୍ୱାର୍ଥ ଥିବା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶୀଘ୍ର ଚୂଡ଼ାନ୍ତ ହେବା ଏବଂ ୨୦୨୬ରେ ଭାରତ ଅଧ୍ୟକ୍ଷତାରେ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ସଫଳତା ନେଇ ଗ୍ରୀସର ସମର୍ଥନ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମିତସୋତାକିସ ।
ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ମତ ବିନିମୟ କଲେ ।
ନିୟମିତ ସମ୍ପର୍କରେ ରହିବା ପାଇଁ ଉଭୟ ନେତା ସହମତ ହେଲେ ।
A pleasure speaking with Prime Minister Mitsotakis today. Grateful for his warm birthday wishes. India-Greece Strategic Partnership continues to grow across trade, investment, connectivity, defence, security and people-to-people linkages. We reaffirmed our commitment to early…
— Narendra Modi (@narendramodi) September 19, 2025


