ଅଭିନନ୍ଦନ ପାଇଁ ରାଷ୍ଟ୍ରପତି ଟୋକାୟେବ୍‌ଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ
ରଣନୀତିକ ଭାଗିଦାରୀକୁ ଆଗକୁ ବଢ଼ାଇବା ପାଇଁ ଦୁଇ ନେତା ପ୍ରତିବଦ୍ଧତା ଦୋହରାଇଲେ
ପ୍ରଧାନମନ୍ତ୍ରୀ କାଜାଖସ୍ତାନରେ ଏସ୍‌ସିଓ ସମ୍ମିଳନୀର ସଫଳତା ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଦେଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାଖସ୍ତାନର ରାଷ୍ଟ୍ରପତି ଶ୍ରୀ କାସିମ-ଜୋମାର୍ଟ ଟୋକାୟେବ୍‌ଙ୍କ ସହ ଟେଲିଫୋନ୍‌ରେ ବର୍ତ୍ତାଳାପ କରିଛନ୍ତି ।

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳ ପରିଚାଳନା ଏବଂ ଐତିହାସିକ ଭାବେ ଲଗାତର ତୃତୀୟ ଥର ପାଇଁ ପୁନଃ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ଟୋକାୟେବ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ତାଙ୍କର ଆନ୍ତରିକ ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଦୁଇ ନେତା ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ଆଗକୁ ବଢ଼ାଇବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଆସ୍ତାନାଠାରେ ହେବାକୁ ଥିବା ଏସ୍‌ସିଓ ସମ୍ମିଳନୀର ସଫଳତା ପାଇଁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ଏବଂ ଆଞ୍ଚଳିକ ସହଯୋଗର ବିକାଶରେ କାଜାଖସ୍ତାନର ନେତୃତ୍ୱର ଅବଦାନ ରହିଛି ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ।

ଦୁଇ ନେତା ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026