ମାନ୍ୟବର ପ୍ରଧାନମନ୍ତ୍ରୀ ମାର୍କ କାର୍ନି,

ଉଭୟ ଦେଶର ପ୍ରତିନିଧିଗଣ,

ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର!

 

ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ପ୍ରଧାନମନ୍ତ୍ରୀ ଭାବରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଆମେ ଏହି ଗସ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବିବେଚନା କରୁଛୁ।

 

ଗତବର୍ଷ କାନାଡାରେ ଅନୁଷ୍ଠିତ ଜି୭ ବୈଠକରେ ସେ ମୋତେ ଓ ମୋର ପ୍ରତିନିଧିମଣ୍ଡଳକୁ ଭବ୍ୟ ସ୍ୱାଗତ କରିଥିଲେ। ଆଜି ସେହି ଆତ୍ମୀୟତା ସହିତ ତାଙ୍କୁ ସ୍ୱାଗତ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ବିଶ୍ୱରେ ବହୁତ କମ୍ ଲୋକ ଅଛନ୍ତି ଯାହାଙ୍କ ଜୀବନ ସାରଣୀରେ ଦୁଇଟି ଦେଶର କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ନେତୃତ୍ୱ ଅନ୍ତର୍ଭୁକ୍ତ।

 

ଆମର ପ୍ରଥମ ବୈଠକରୁ ହିଁ ଆମ ସମ୍ପର୍କରେ ଏକ ନୂତନ ଶକ୍ତି, ପାରସ୍ପରିକ ବିଶ୍ୱାସ ଓ ସକାରାତ୍ମକତା ସଂପ୍ରସାରିତ ହୋଇଛି। ସହଯୋଗର ପ୍ରତ୍ୟେକ କ୍ଷେତ୍ରରେ ବୃଦ୍ଧି ପାଉଥିବା ଗତିଶୀଳତା ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ଶ୍ରେୟ ଦେଉଛି।

ବନ୍ଧୁଗଣ,

ଭାରତ ଓ କାନାଡା ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଏକ ଅତୁଟ ବିଶ୍ୱାସ ରଖିଛନ୍ତି। ଆମେ ବିବିଧତାକୁ ଉତ୍ସବ ଭାବେ ପାଳନ କରୁଛୁ। ମାନବତାର କଳ୍ୟାଣ ଆମର ସାଧାରଣ ଦୃଷ୍ଟିକୋଣ ଅଟେ। ଏହି ଦୃଷ୍ଟିକୋଣ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। ଆଜି, ଆମେ ଏହି ଦୃଷ୍ଟିକୋଣକୁ ‘ପରବର୍ତ୍ତୀ ସ୍ତରର ସହଭାଗୀତା’ରେ ପରିଣତ କରିବା ବିଷୟରେ ଆଲୋଚନା କରିଛୁ।

 

ଆମର ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ଆମର ବ୍ୟାପାରକୁ ୫୦ ବିଲିୟନ୍ ଡଲାର୍ ପର୍ଯ୍ୟନ୍ତ ପହଞ୍ଚାଇବା। ଆର୍ଥିକ ସହଯୋଗର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବା ଆମର ପ୍ରାଥମିକତା। ତେଣୁ, ଆମେ ଶୀଘ୍ର ‘ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା’ (‘କମ୍ପ୍ରିହେନସିଭ୍ ଇକୋନୋମିକ୍ ପାର୍ଟନର୍ଶିପ୍ ଏଗ୍ରିମେଣ୍ଟ’)କୁ ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଉଭୟ ଦେଶରେ ନୂତନ ନିବେଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

 

କାନାଡିଆନ ପେନସନ ପାଣ୍ଠି ଭାରତରେ ୧୦୦ ବିଲିୟନ ଡଲାର ବିନିଯୋଗ କରିଛି। ଏହା ଭାରତର ବିକାଶ କାହାଣୀ ପ୍ରତି ସେମାନଙ୍କର ଗଭୀର ବିଶ୍ୱାସର ପ୍ରତୀକ।

 

ଆଜି ଆମେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବୁ। ସେମାନଙ୍କ ପରାମର୍ଶ ଆମର ଆର୍ଥିକ ସହଭାଗୀତାର ରୋଡମ୍ୟାପ୍ ନିର୍ଦ୍ଧାରଣ କରିବ।

 

ବନ୍ଧୁଗଣ,

ଆମେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ସ୍ୱାଭାବିକ ଅଂଶୀଦାର। କାନାଡା ଓ ଭାରତ ନବସୃଜନ ସହଭାଗୀତା ମାଧ୍ୟମରେ ଆମେ ଚିନ୍ତାଧାରାକୁ ବିଶ୍ୱସ୍ତରୀୟ ସମାଧାନରେ ପରିଣତ କରିବୁ।

 

ଗତ ମାସରେ ଭାରତରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ସଫଳତାରେ କାନାଡାର ମୂଲ୍ୟବାନ ଅବଦାନ ପାଇଁ ମୁଁ ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଏଆଇ, କ୍ୱାଣ୍ଟମ୍, ସୁପରକମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ସହଯୋଗ ବିସ୍ତାର କରିବୁ।

 

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ଆଜି ସ୍ୱାକ୍ଷରିତ ବୁଝାମଣାପତ୍ର ସ୍ଥିର ଯୋଗାଣ ଶୃଙ୍ଖଳକୁ ଆହୁରି ମଜଭୁତ କରିବ। ମହାକାଶ କ୍ଷେତ୍ରରେ, ଆମେ ଉଭୟ ଦେଶର ଷ୍ଟାର୍ଟଅପ୍ ଓ ଶିଳ୍ପଗୁଡ଼ିକୁ ସଂଯୋଗ କରିବୁ।

 

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ କାର୍ନିଙ୍କ ପାଇଁ, ପରିବେଶ କୌଣସି ଅଲଗା ଏଜେଣ୍ଡା ନୁହେଁ, ବରଂ ଅର୍ଥନୈତିକ ସ୍ଥିରତାର ଏକ ଅଂଶ। ଶକ୍ତି କ୍ଷେତ୍ରରେ, ଆମେ ଏକ ‘ପରବର୍ତ୍ତୀ ପିଢ଼ିର ସହଭାଗୀତା’ ଗଠନ କରୁଛୁ, ଯାହା ହାଇଡ୍ରୋକାର୍ବନ ସହିତ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ ଓ ଶକ୍ତି ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେବ।

 

ଆମକୁ ଖୁସି ଲାଗୁଛି ଯେ, କାନାଡା ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ଗ୍ଲୋବାଲ୍ ଜୈବ ଇନ୍ଧନ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଆମର ମିଳିତ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଆମେ ଚଳିତ ବର୍ଷ ଭାରତ-କାନାଡା ନବୀକରଣୀୟ ଶକ୍ତି ଏବଂ ସଂରକ୍ଷଣ ସମ୍ମିଳନୀ ଆୟୋଜନ କରିବୁ।

 

 

ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ, ଆମେ ଦୀର୍ଘକାଳୀନ ଇଉରେନିଅମ୍ ଯୋଗାଣ ସମ୍ବନ୍ଧୀୟ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛୁ। ଆମେ କ୍ଷୁଦ୍ର ମଡ୍ୟୁଲାର୍ ରିଆକ୍ଟର ଏବଂ ଉନ୍ନତ ରିଆକ୍ଟର ଉପରେ ମଧ୍ୟ ସଂଯୁକ୍ତଭାବେ କାମ କରିବୁ।

 

କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧି, କୃଷି-ପ୍ରଯୁକ୍ତିବିଦ୍ୟା ଏବଂ ଖାଦ୍ୟ ସୁରକ୍ଷା ଆମର ମିଳିତ ପ୍ରାଥମିକତା। ଏଥିପାଇଁ, ଭାରତରେ ‘ଇଣ୍ଡିଆ-କାନାଡା ପଲ୍ସ ପ୍ରୋଟିନ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା କରାଯିବ।

 

ବନ୍ଧୁଗଣ,

ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବଢୁଥିବା ସହଯୋଗ ଆମର ଗଭୀର ପାରସ୍ପରିକ ବିଶ୍ୱାସ ଏବଂ ଆମ ସମ୍ପର୍କର ପରିପକ୍ୱତାକୁ ପ୍ରତିଫଳିତ କରେ। ଆମେ ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ କ୍ଷେତ୍ର ସଚେତନତା ଏବଂ ସାମରିକ ଆଦାନପ୍ରଦାନକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବୁ। ଏହି ଲକ୍ଷ୍ୟରେ, ଆଜି ଆମେ ‘ଇଣ୍ଡିଆ-କାନାଡା ଡିଫେନ୍ସ ଡାଏଲଗ୍’ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ।

 

ବନ୍ଧୁଗଣ,

ଜନ ସମ୍ପର୍କ ହେଉଛି ଆମ ସମ୍ପର୍କର ପ୍ରେରଣାଦାୟକ ଶକ୍ତି। ଆଜି, ଆମେ ଏହାକୁ ଆହୁରି ମଜଭୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ଆଜି ଏଆଇ, ସ୍ୱାସ୍ଥ୍ୟସେବା, କୃଷି ଏବଂ ନବସୃଜନ କ୍ଷେତ୍ରରେ ଅନେକ ବିଶ୍ୱବିଦ୍ୟାଳୟ ମଧ୍ୟରେ ନୂତନ ସହଭାଗୀତାର ଘୋଷଣା କରାଯାଉଛି। ଆମେ କାନାଡାର ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ଭାରତରେ କ୍ୟାମ୍ପସ୍ ଖୋଲିବା ପାଇଁ ମଧ୍ୟ ସମ୍ମତି ଦେଇଛୁ।

 

ଆଦିବାସୀ ଓ ଜନଜାତି ସମ୍ପ୍ରଦାୟଗୁଡ଼ିକ ଆମର ସହଭାଗୀ ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସାଂସ୍କୃତିକ ଆଦାନ-ପ୍ରଦାନ ବୃଦ୍ଧି କରିବା ପାଇଁ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

 

ବନ୍ଧୁଗଣ,

ଭାରତ-ପ୍ରଶାନ୍ତ ମହାସାଗରରେ କାନାଡା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଭାରତ ମହାସାଗର ରିମ୍ ଆସୋସିଏସନରେ ଏକ ଡାଏଲଗ୍ ପାର୍ଟନର୍ ହେବା ପାଇଁ ସେମାନଙ୍କର ଆଗ୍ରହକୁ ଆମେ ସ୍ୱାଗତ କରୁଛୁ। ଏହା ଆମର ସାମୁଦ୍ରିକ ସହଯୋଗରେ ନୂତନ ଗଭୀରତା ଯୋଡିବ।

 

ଆମେ ସହମତ ଯେ ଆତଙ୍କବାଦ, ଉଗ୍ରବାଦ ଓ ମୌଳବାଦ କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ସମଗ୍ର ମାନବଜାତି ପାଇଁ ସାଧାରଣ ଭାବେ ଏକ ଗମ୍ଭୀର ସମସ୍ୟା। ଏହାର ବିରୁଦ୍ଧରେ ଆମର ଘନିଷ୍ଠ ସହଯୋଗ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଅତ୍ୟନ୍ତ ଆବଶ୍ୟକ।

 

ବିଶ୍ୱ ସାମ୍ନା କରୁଥିବା ଅନେକ ଉତ୍ତେଜନା ଉପରେ ଭାରତର ମତ ସଦାସର୍ବଦା ସ୍ପଷ୍ଟ ରହିଛି। ଆମେ ସର୍ବଦା ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆହ୍ୱାନ କରିଆସୁଛୁ। ଏଥିସହିତ ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡ଼ା ହୁଅନ୍ତି, ସେତେବେଳେ ଶାନ୍ତିର ସ୍ୱର ଆହୁରି ଶକ୍ତିଶାଳୀ ହୋଇଯାଏ।

 

ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। ଏହି ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆମେ ସମସ୍ତ ଦେଶ ସହ ମିଳି କାମ କରିବା ଜାରି ରଖିବୁ।

 

ମହାମହିମ,

ଆପଣଙ୍କ ଗସ୍ତ ଆମ ସହଯୋଗର ପ୍ରତ୍ୟେକ କ୍ଷେତ୍ରକୁ ନୂତନ ପ୍ରେରଣା ଦେଇଛି। ଭାରତ ପ୍ରତି ଆପଣଙ୍କର ଗଭୀର ପ୍ରତିବଦ୍ଧତା ଏବଂ ଦୃଷ୍ଟିକୋଣ ପାଇଁ ମୁଁ ପୁଣିଥରେ ଆପଣଙ୍କୁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

ଅନେକ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour