ପାଟନାର ଦିନକର ଗୋଲାମ୍ବରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାରର ଗର୍ବ ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କ ସଶକ୍ତ ରଚନାଗୁଡ଼ିକ ସର୍ବଦା ମା’ ଭାରତୀଙ୍କ ସେବା ପାଇଁ ଲୋକଙ୍କୁ ପ୍ରେରଣା ଦେଇ ଆସିଛି । ପାଟନାରେ ଆଜି ଏହି କିମ୍ବଦନ୍ତୀ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏକ ସୌଭାଗ୍ୟ ବୋଲି ସେ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ବିହାର ମାଟିର ଗୌରବ ରାମଧାରୀ ସିଂହ ଦିନକରଜୀଙ୍କ ଓଜସ୍ୱୀ ରଚନା ସର୍ବଦା ଦେଶବାସୀଙ୍କୁ ମା’ ଭାରତୀଙ୍କ ସେବା ପାଇଁ ପ୍ରେରିତ କରିଆସିଛି । ଆଜି ପାଟନାରେ ଦିନକର ଗୋଲାମ୍ବରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହେଲି ।”
बिहार की धरती के गौरव राष्ट्रकवि रामधारी सिंह दिनकर जी की ओजस्वी रचनाओं ने देशवासियों को मां भारती की सेवा के लिए सदैव प्रेरित किया है। आज पटना में दिनकर गोलंबर पर उन्हें श्रद्धांजलि अर्पित करने का सौभाग्य प्राप्त हुआ। pic.twitter.com/vERCOEU5hi
— Narendra Modi (@narendramodi) November 2, 2025


