ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଭାରତୀୟମାନଙ୍କୁ ପ୍ରେରଣା ଏବଂ ଆବେଗରେ ଭରି ଚାଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାତୃଭୂମିର ସମ୍ମାନ ରକ୍ଷା ପାଇଁ ତାଙ୍କର ବଳିଦାନ ଏବଂ ସଂଘର୍ଷକୁ ଚିରକୃତଜ୍ଞ ରାଷ୍ଟ୍ର କେବେ ଭୂଲି ପାରିବ ନାହିଁ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ଭାରତ ମାଆର ଅମର ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବରସରରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କର ବୀରତ୍ୱ ଏବଂ ପରାକ୍ରମର ଗାଥା ଆଜି ମଧ୍ୟ ଦେଶବାସୀଙ୍କୁ ଉତ୍ସାହ ତଥା ଆଗେବରେ ଭରି ଦେଇଥାଏ । ମାତୃଭୂମିର ସମ୍ମାନ ରକ୍ଷା ପାଇଁ ତାଙ୍କର ବଳିଦାନ ଏବଂ ସଂଘର୍ଷକୁ କୃତଜ୍ଞ ରାଷ୍ଟ୍ର କେବେ ଭୂଲି ପାରିବ ନାହିଁ ।”
मां भारती की अमर वीरांगना रानी लक्ष्मीबाई को उनकी जयंती पर आदरपूर्ण श्रद्धांजलि। आजादी के पहले संग्राम में उनकी वीरता और पराक्रम की कहानी आज भी देशवासियों को जोश और जुनून से भर देती है। मातृभूमि के स्वाभिमान की रक्षा के लिए उनके त्याग और संघर्ष को कृतज्ञ राष्ट्र कभी भुला नहीं…
— Narendra Modi (@narendramodi) November 19, 2025




