ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଶ୍ରୀ ହରିଚନ୍ଦ ଠାକୁରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବଂଚିତ ବର୍ଗର ଲୋକଙ୍କ ଉତ୍ଥାନ ଏବଂ ସମାନତା, କରୁଣା ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଠାକୁରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଶ୍ରୀ ମୋଦୀ ମତୁଆ ଧର୍ମ ମେଳା-୨୦୨୫ ପାଇଁ ଶୁଭକାମନା ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ଶ୍ରୀ ଶ୍ରୀ ହରିଚନ୍ଦ ଠାକୁରଙ୍କ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ସେବା ଓ ଆଧ୍ୟାତ୍ମିକତା ସହ ଜଡ଼ିତ ହୋଇ ରହିବା କାରଣରୁ ଅସଂଖ୍ୟ ଲୋକଙ୍କ ହୃଦୟରେ ସେ ଅଛନ୍ତି । ସେ ତାଙ୍କ ଜୀବନକୁ ବଂଚିତ ବର୍ଗର ଲୋକଙ୍କ ଉତ୍ଥାନ ଏବଂ ସମାନତା, କରୁଣା ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ କରିଥିଲେ । ମୁଁ ପଶ୍ଚିମବଙ୍ଗର ଠାକୁରନଗର ଏବଂ ବାଂଲାଦେଶର ଓରକାଣ୍ଡି ଗସ୍ତକୁ କେବେ ଭୁଲି ପାରିବି ନାହିଁ, ସେଉଁଠାରେ କି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲି ।

ମତୁଆ ଧର୍ମ ମେଳା ୨୦୨୫ ପାଇଁ ମୋର ଶୁଭକାମନା । ଏଥିରେ ମତୁଆ ଧର୍ମର ଉକ୍ରୃଷ୍ଟ ସଂସ୍କୃତିକୁ ପ୍ରଦର୍ଶିତ କରାଯିବ । ଆମ ସରକାର ମତୁଆ ସମୁଦାୟର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛି ଏବଂ ଆଗାମୀ ଦିନରେ ସେମାନଙ୍କ କଲ୍ୟାଣ ପାଇଁ ଅଧିକ ପ୍ରୟାସ ଜାରି ରହିବ । ଜୟ ହରିବୋଲ!

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tariff cut to open door wider for exports, lift rupee, fund inflows: Nirmala Sitharaman

Media Coverage

Tariff cut to open door wider for exports, lift rupee, fund inflows: Nirmala Sitharaman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 4, 2026
February 04, 2026

Under PM Modi's Leadership: Digital Revolution, Trade Victories, and Economic Powerhouse Moments Redefining India