ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘାନାର ଏକ୍ରା ଠାରେ ନକୃହ୍ମା ମେମୋରିଆଲ ପାର୍କ ଗସ୍ତ କରିଛନ୍ତି । ସେଠାରେ ସେ ଘାନାର ସଂସ୍ଥାପକ ରାଷ୍ରପତି ତଥା ଆଫ୍ରିକୀ ସ୍ୱତନ୍ତ୍ରତା ଆନେ୍ଦାଳନର ଜଣେ ପ୍ରତିଷ୍ଠିତ ଅଗ୍ରଣୀ ଡା. କ୍ୱାମି ନକୃହ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହିତ ଘାନାର ଉପରାଷ୍ଟ୍ରପତି ମହାମହିମ ପ୍ରଫେସର ନାନା ଜାନେ ଓପୋକୁ-ଅଗ୍ୟମଙ୍ଗ ମଧ୍ୟ ଗସ୍ତରେ ଥିଲେ । ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରତା, ଏକତା ଓ ସାମାଜିକ ନ୍ୟାୟ ପାଇଁ ଡା. ନକୃହ୍ମାଙ୍କ ଅସୀମ ଯୋଗଦାନର ସମ୍ମାନରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କିଛି ସମୟ ନିରବ ପ୍ରାର୍ଥନା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଶ୍ରଦ୍ଧାଞ୍ଜଳି ଘାନାର ସମୃଦ୍ଧ ଇତିହାସ ପ୍ରତି ଭାରତର ପ୍ରଗାଢ଼ ସମ୍ମାନକୁ ଦର୍ଶାଉଛି ଏବଂ ଦୁଇ ଦେଶ ମଧ୍ୟରେ ଥିବା ମିତ୍ରତା ଓ ସଶକ୍ତ ସହଯୋଗକୁ ପୁଷ୍ଟି କରୁଛି ।


In Accra, paid homage to Dr. Kwame Nkrumah. He was a visionary statesman whose thoughts and ideals guide several people. He devoted himself towards the well-being of people of Ghana. pic.twitter.com/WY9pqEGezI
— Narendra Modi (@narendramodi) July 3, 2025


