2025 ସୁଦ୍ଧା ପେଟ୍ରୋଲରେ 20 ପ୍ରତିଶତ ଇଥାନୋଲ ମିଶ୍ରଣ ଲକ୍ଷ୍ୟ ହାସଲ ହେବ : ପ୍ରଧାନମନ୍ତ୍ରୀ
ବ୍ୟବହୃତ ସମ୍ପଦର ପୁନଃଚକ୍ରଣ କରିବା ନିମନ୍ତେ ସରକାର 11ଟି ସେକ୍ଟରର ଚିହ୍ନଟ କରିଛନ୍ତି: ପ୍ରଧାନମନ୍ତ୍ରୀ
ପୁନେରେ ଇ-100 ପାଇଲଟ ପ୍ରକଳ୍ପର ଶୁଭାରମ୍ଭ ସହ ଦେଶବ୍ୟାପୀ ଇଥାନୋଲ ବିତରଣ ଆରମ୍ଭ

ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ଯୋଗେ ଉଦ୍‍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ପୁନେର ଜଣେ କୃଷକଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ସେହି କୃଷକ ଜୈବ କୃଷି ଓ କୃଷି କ୍ଷେତ୍ରରେ ଜୈବଇନ୍ଧନ ବ୍ୟବହାର ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ “୨୦୨୦-୨୦୨୫ ମଧ୍ୟରେ ଭାରତରେ ଇଥାନୋଲ ବ୍ଲେଣ୍ଡିଂ ନିମନ୍ତେ ବିଶେଷଜ୍ଞ କମିଟି ଦ୍ୱାରା ପ୍ରସ୍ତୁତ ରୋଡ଼ ମ୍ୟାପ୍‍ ରିପୋର୍ଟ”କୁ ଉନ୍ମୋଚନ କରିଥିଲେ । ସେହିଭଳି ପୁନେର ଇ-୧୦୦ ନାମକ ଏକ ମହତ୍ତ୍ୱାକାଂକ୍ଷୀ ପାଇଲଟ୍‍ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ଜରିଆରେ ସାରା ଦେଶରେ ଇଥାନୋଲ ଉତ୍ପାଦନ ଓ ବିତରଣ କରାଯାଇପାରିବ । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଶୀର୍ଷକ “ଉତ୍ତମ ପରିବେଶ ନିମନ୍ତେ ଜୈବଇନ୍ଧନକୁ ପ୍ରୋତ୍ସାହନ ଯୋଗାଣ” ରଖାଯାଇଛି । କେନ୍ଦ୍ର କ୍ୟାବିନେଟ୍‍ର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଶ୍ରୀ ପ୍ରକାଶ ଜାଭଡେକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 

ଏହି କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବିଶ୍ୱ ପରିବେଶ ଦିବସ ଅବସରରେ ଇଥାନୋଲ କ୍ଷେତ୍ରର ବିକାଶ ନିମନ୍ତେ ଏଭଳି ବିସ୍ତୃତ ରୋଡ଼ମ୍ୟାପ ପ୍ରସ୍ତୁତ ଓ ଜାରି କରି ଭାରତ ଏକ ବିରାଟ ପଦକ୍ଷେପ ନେଇଛି । ସେ କହିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତ ପାଇଁ ଇଥାନୋଲ ଏକ ପ୍ରମୁଖ ସମ୍ପଦରେ ପରିଣତ ହୋଇଛି । ସେ କହିଲେ ଯେ ଇଥାନୋଲ ଉପରେ ପ୍ରାଧାନ୍ୟ ଦିଆଯିବା ଦ୍ୱାରା ପରିବେଶ ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ୁଛି ତଥା ଦେଶର କୃଷକମାନଙ୍କ ଜୀବନ ଉପରେ ମଧ୍ୟ ଏହାର ସକାରାତ୍ମକ ସୁଫଳ ପଡ଼ିବ । ପ୍ରଧାନମନ୍ତ୍ରୀ ନିଜର ମତ ପୋଷଣ କରି କହିଲେ ଯେ ୨୦୨୫ ମସିହା ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନୋଲ ମିଶ୍ରଣ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସରକାର ତାହା ଅବଶ୍ୟ ପୂରଣ କରିବାକୁ ଯାଉଛନ୍ତି । ପୂର୍ବରୁ ଏହି ଲକ୍ଷ୍ୟ ୨୦୩୦ ମସିହା ସୁଦ୍ଧା ହାସଲ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ତାହାକୁ ପାଞ୍ଚବର୍ଷ ଆଗୁଆ କରାଯାଇଛି । ୨୦୧୪ ମସିହା ପର୍ଯ୍ୟନ୍ତ ଭାରତରେ ହାରାହାରି ୧.୫ ପ୍ରତିଶତ ଇଥାନୋଲ ପେଟ୍ରୋଲରେ ମିଶ୍ରଣ ଘଟାଯିବା ସମ୍ଭବପର ହୋଇପାରୁଥିଲା ଯାହା ଏବେ ୮.୫ ପ୍ରତିଶତ ଛୁଇଁଛି । ୨୦୧୩-୧୪ ମସିହାରେ ମାତ୍ର ୩୮ କୋଟି ଲିଟର ଇଥାନୋଲ କ୍ରୟ କରାଯାଉଥିଲା । ଏବେ ତାହା ୩୨୦ କୋଟି ଲିଟରରୁ ଅଧିକ ସ୍ତରରେ ପହଞ୍ôଚଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଇଥାନୋଲ କ୍ରୟରେ ଘଟିଥିବା ଏହି ଆଠଗୁଣ ବୃଦ୍ଧିରୁ ଦେଶର ଆକୁଚାଷୀମାନେ ହିଁ ସର୍ବାଧିକ ଲାଭବାନ ହୋଇ ପାରିଛନ୍ତି ।

ପ୍ରଧାନମନ୍ତ୍ରୀ ମତ ପୋଷଣ କରି କହିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତ କେବଳ ଏଭଳି ଆଧୁନିକ ଚିନ୍ତାଧାରା ଏବଂ ଏକବିଂଶ ଶତାବ୍ଦୀର ନୀତିରୁ ହିଁ ତା’ର ଶକ୍ତି ସଂଗ୍ରହ କରିପାରିବ । ଏଭଳି ଚିନ୍ତାଧାରା ସହିତ ସରକାର ନିରବଚ୍ଛିନ୍ନ ଭାବେ ପ୍ରତ୍ୟେକ କ୍ଷେତ୍ରରେ ନୀତିଗତ ନିଷ୍ପତ୍ତିମାନ ଗ୍ରହଣ କରିଚାଲିଛନ୍ତି । ସେ କହିଲେ ଯେ ଦେଶରେ ଇଥାନୋଲ ଉତ୍ପାଦନ ବୃଦ୍ଧି ଏବଂ କ୍ରୟ କରିବା ସକାଶେ ଆବଶ୍ୟକ ଭିତ୍ତିଭୂମିର ନିର୍ମାଣ ସକାଶେ ସରକାର ଯଥେଷ୍ଟ ଗୁରୁତ୍ୱ ଆରୋପ କରିଆସୁଛନ୍ତି । ମାତ୍ର ୩- ୪ଟି ରାଜ୍ୟରେ ହିଁ ଇଥାନୋଲ ଉତ୍ପାଦନ ୟୁନିଟ୍‍ଗୁଡ଼ିକ ଅଧିକତର ଭାବେ ରହିଛି ଏବଂ ସେଠାରେ ବ୍ୟାପକ ମାତ୍ରାରେ ଆଖୁଚାଷ କରାଯାଇଥାଏ । କିନ୍ତୁ ଏବେ ସମଗ୍ର ଦେଶରେ ଖାଦ୍ୟ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀମାନ ପ୍ରତିଷ୍ଠା କରାଯାଉଛି ଏବଂ ତାହାର ସମ୍ପ୍ରସାରଣ ଘଟିଚାଲିଛି । ଆଧୁନିକ ପ୍ରଯୁକ୍ତି ଆଧାରିତ ଏହିସବୁ ପ୍ଲାଣ୍ଟଗୁଡ଼ିକ ଦେଶରେ ପ୍ରତିଷ୍ଠା ହେବା ଯୋଗୁ କୃଷି ବର୍ଜ୍ୟରୁ ମଧ୍ୟ ଇଥାନୋଲ ଉତ୍ପାଦନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଜଳବାୟୁ ନ୍ୟାୟର ଜଣେ ସୁଦୃଢ଼ ପ୍ରବପ୍ତା ଏବଂ ଏହି ଦିଗରେ ମହତ୍ତ୍ୱାକା„ୀ ବୈଶ୍ୱିକ ପରିକଳ୍ପନା- ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଗଠନ କରି ଏହି ଆଭିମୁଖ୍ୟକୁ ସାକାର କରିବା ଦିଗରେ ଆଗକୁ ଅଗ୍ରସର ହେଉଛି । ଏହା ଦ୍ୱାରା ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ଼ର ପରିକଳ୍ପନା ସାକାର ହେବା ସହିତ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମିର ପ୍ରୟାସ ନିମନ୍ତେ ସହଯୋଗ ମଧ୍ୟ ବାସ୍ତବତାର ରୂପ ଗ୍ରହଣ କରିପାରିବ । ସେ କହିଳେ ଯେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ସୂଚକାଂକର ପ୍ରଥମ ଦଶଟି ରାଷ୍ଟଙ୍କ ଭିତରେ ଭାରତ ଏବେ ସ୍ଥାନ ପାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଯେଉଁସବୁ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି ସେ ସଂପର୍କରେ ଭାରତ ସଂପୂର୍ଣ୍ଣ ଅବଗତ ରହିଛି ଏବଂ ଏହାର ମୁକାବିଲା ଦିଗରେ ସକ୍ରିୟତାର ସହ କାର୍ଯ୍ୟ କରୁଛି । 

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ନିମନ୍ତେ ତାଙ୍କ ସରକାର ଗ୍ରହଣ କରିଥିବା କଠିନ ଏବଂ ସରଳ କାର୍ଯ୍ୟପନ୍ଥା ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ । କଠିନ କାର୍ଯ୍ୟପନ୍ଥା ମଧ୍ୟରେ, ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ବିଗତ ୬- ୭ ବର୍ଷ ମଧ୍ୟରେ ଆମର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାରେ ପ୍ରାୟ ୨୫୦ପ୍ରତିଶତ ବୃଦ୍ଧି ଘଟିଛି । ଭାରତ ଏବେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ଦୃଷ୍ଟିରୁ ବିଶ୍ୱର ପ୍ରଥମ ପାଞ୍ଚଟି ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ ଭାବେ ପରିଗଣିତ ହେଉଛି । ବିଶେଷ କରିୠତ ଛଅ ବର୍ଷ ମଧ୍ୟରେ ସୌର ଶକ୍ତି ଉତ୍ପାଦନ କ୍ଷମତାରେ ପ୍ରାୟ ୧୫ଗୁଣ ବୃଦ୍ଧି ଘଟିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସେହିଭଳି ଏହି ଦିଗରେ କୋହଳ ନୀତି ଅବଲମ୍ବନ ଦିଗରେ ମଧ୍ୟ ଭାରତ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଏବେ ଏହି କାର୍ଯ୍ୟକ୍ରମରେ ଦେଶର ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି ଏବଂ ପରିବେଶ ଅନୁକୂଳ ଅଭିଯାନରେ ନେତୃତ୍ୱ ଗ୍ରହଣ କରୁଛନ୍ତି । ସେମାନେ ଥରେ ବ୍ୟବହାରକ୍ଷମ ପ୍ଲାଷ୍ଟିକକୁ ବର୍ଜନ କରୁଛନ୍ତି, ବେଳାଭୂମି ସଫେଇ ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ୩୭ କୋଟି ଏଲଇଡ଼ି ବଲବ୍‍ ଏବଂ ୨୩ ଲକ୍ଷ ଶକ୍ତି ସଂରକ୍ଷଣକ୍ଷମ ପଙ୍ଖା ଦେଶରେ ବଣ୍ଟନ କରିବାର ପ୍ରଭାବ ବ୍ୟାପକ ମାତ୍ରାରେ ଅନୁଭୂତ ହୋଇଛି ଯଦିଚ ଏହା ବିଶେଷ ଭାବେ ଜନସାଧାରଣରେ ଆଲୋଚିତ ହୋଇନଥାଏ । ପ୍ରଧାନମନ୍ତ୍ରୀ କହିଲେ ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯିବା ଦ୍ୱାରା, ସୌଭାଗ୍ୟ ଯୋଜନାରେ କୋଟି କୋଟି ଲୋକଙ୍କ ଘରକୁ ବିଜୁଳି ସଂଯୋଗ କରାଯିବା ଦ୍ୱାରା କାଠ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ ପାଇଛି ଓ ଜାଳେଣି କାଠର ବ୍ୟବହାର ବ୍ୟାପକ ମାତ୍ରାରେ କମିଛି । ଏହା ପ୍ରଦୂଷଣକୁ ହ୍ରାସ କରିବା ସହିତ ଲୋକମାନଙ୍କ ସ୍ୱାସ୍ଥ୍ୟରକ୍ଷା ଏବଂ ପର୍ଯ୍ୟାବରଣ ସୁରକ୍ଷା ଦିଗରେ ଏହା ବ୍ୟାପକ ମାତ୍ରାରେ ସକ୍ଷମ ହୋଇପାରିଛି । ପ୍ରଧାନମନ୍‍୍ରତୀ କହିଲେ ଯେ ଭାରତ ସମଗ୍ର ବିଶ୍ୱ ନିକଟରେ ଏକ ଅଭିନବ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ଯେ ପରିବେଶ ସୁରକ୍ଷା ନିମନ୍ତେ ବିକାଶ କାର୍ଯ୍ୟକ୍ରମକୁ ବନ୍ଦ୍‍ ରଖିବାର କୌଣସି ଆବଶ୍ୟକତା ନାହିଁ । ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅର୍ଥନୀତି ଓ ପର୍ଯ୍ୟାବରଣ ଉଭୟ ହାତ ଧରାଧରି ହୋଇ ପ୍ରଗତି ପଥରେ ଆଗକୁ ଆଗେଇ ପାରିବେ । ଏବଂ ଭାରତ ଏହି ମାର୍ଗକୁ ହିଁ ଆପଣାଇଛି । ସେ କହିଲେ ଯେ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଆମର ଜଙ୍ଗଲର ମାତ୍ରା ଗତ କିଛି ବର୍ଷ ଭିତରେ ୧୫ ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି । ଆମ ଦେଶରେ ଗତ କିଛି ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଚିତାବାଘ ସଂଖ୍ୟାରେ ମଧ୍ୟ ୬୦ ପ୍ରତିଶତ ବୃଦ୍ଧି ଘଟିଛି । 

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱଚ୍ଛ ଓ ସକ୍ରିୟ ଶକ୍ତି ବ୍ୟବସ୍ଥା, ସହନଶୀଳ ସହରାଞ୍ଚଳ ଭିତ୍ତିଭୂମି ଓ ଯୋଜନାବଦ୍ଧ ପରିବେଶ-ପୁନଃସଂସ୍ଥାପନ କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସେ କହିଲେ ଯେ ଏହି ସମସ୍ତ ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ ଯାହାକି ପରିବେଶ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ, ଦେଶରେ ନିବେଶର ନୁତନ ସୁଯୋଗ ସୃଷ୍ଟି ହୋଇପାରିଛି । ଦେଶର ଲକ୍ଷ ଲକ୍ଷ ଯୁବକଯୁବତୀ ମଧ୍ୟ କର୍ମନିଯୁକ୍ତିର ସୁଯୋଗ ପାଇପାରୁଛନ୍ତି । ସେ କହିଲେ ଯେ ଭାରତ ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ ଯୋଜନା ମାଧ୍ୟମରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ନିମନ୍ତେ ଏକ ସାମଗ୍ରିକ କାର୍ଯ୍ୟାକ୍ରମ ଗ୍ରହଣ କରିଛି । ସେ କହିଲେ ଯେ ଜଳପଥ ଓ ବିବିଧ ମଡ଼େଲର ସଂଯୋଗୀକରଣ କେବଳ ସବୁଜ ପରିବହନର ଅଭିଯାନକୁ ସୁଦୃଢ଼ କରିବ ନାହିଁ ଅପରନ୍ତୁ ଏହା ଦେଶର ଲଜିଷ୍ଟିକ୍ସ ସକ୍ରିୟତାକୁ ମଧ୍ୟ ସୁଦୃଢ଼ କରିବ । ବର୍ତ୍ତମାନ ଦେଶର ମେଟ୍ରୋ ରେଳସେବା ୫ଟି ନଗରୀରୁ ୧୮ଟି ନଗରୀରେ ପହଞ୍ôଚଛି ଯାହାକି ବ୍ୟକ୍ତିଗତ ଯାନବାହନ ବ୍ୟବହାରକୁ ବ୍ୟାପକ ମାତ୍ରାରେ କମାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଦେଶର ରେଳବାଇ ନେଟୱାର୍କର ଅଧିକତର ଭାଗକୁ ବିଦ୍ୟୁତିକରଣ କରାଯାଇଛି । ଦେଶର ବିମାନବନ୍ଦରଗୁଡ଼ିକୁ ମଧ୍ୟ ସୌରଶକ୍ତିରୁ ବିଦ୍ୟୁତ୍‍ ଯୋଗାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି । ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ ସେ କହିଥିଲେ ଯେ ୨୦୧୪ ମସିହାରେ ଦେଶର କେବଳ ସାତଟି ବିମାନ ବନ୍ଦରରେ ସୌରଶକ୍ତି ଚାଳିତ ବ୍ୟବସ୍ଥା ଥିଲା ଯଦ୍ୟପି ଏବେ ଏହି ସଂଖ୍ୟ ୫୦ରୁ ଅଧିକକୁ ବୃଦ୍ଧି ପାଇଛି । ୮୦ରୁ ଅଧିକ ବିମାନ ବନ୍ଦରମାନଙ୍କରେ ଏଲଇଡ଼ି ଲାଇଟ୍‍ ଖଞ୍ଜାଯାଇଛି ଯାହାକି ଶକ୍ତି ସଂରକ୍ଷଣ ଓ ସକ୍ରିୟତା ବଢ଼ାଇଛି । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେଭାଡ଼ିଆ ଠାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏକ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ କହିଲେ ଯେ ଏହାକୁ ଏକ ଇଲେକ୍ଟ୍ରିକ୍‍ ଯାନ ଚାଳିତ ସହରରେ ପରିଣତ କରାଯିବ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଯାଉଛି ଯଦ୍ୱାରା ସେଠାରେ ଭବିଷ୍ୟତରେ କେବଳ ବ୍ୟାଟେରୀଚାଳିତ ବସ୍‍, ଦୁଇଚକିଆ ଓ ଚାରିଚକିଅ ଯାନ ଚାଲିପାରିବ । ସେ କହିଳେ ଯେ ଜଳଚକ୍ରଣର ଜଳବାୟୁ ପରିବର୍ତ୍ତନ ସହିତ ପ୍ରତ୍ୟକ୍ଷ ସଂପର୍କ ରହିଛି ଏବଂ ଏଥିରେ ସାମାନ୍ୟ ଅସନ୍ତୁଳନ ଘଟିଲେ ତାହା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବ୍ୟାହତ କରିବ । ତେଣୁ ଏବେ ଏକ ସାମଗ୍ରିକ କାର୍ଯ୍ୟକ୍ରମ ଜରିଆରେ ଦେଶର ଜଳସଂପଦ ସୃଷ୍ଟି, ସଂରକ୍ଷଣ ଓ ବ୍ୟବହାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଜଳ ଜୀବନ ମିଶନ ଜରିଆରେ ଏହାକୁ ରୂପାୟନ କରାଯାଉଛି । ଗୋଟିଏ ପଟେ ଦେଶର ପ୍ରତ୍ୟେକ ପରିବାରଙ୍କୁ ପାଇପ ଯୋଗେ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବାବେଳେ ଅପରପକ୍ଷେ ଭୂତଳ ଜଳସ୍ତର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ବର୍ଷାଜଳ ସଂଗ୍ରହ ଭଳି ଅଭିଯାନକୁ ଆପଣା ଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଏଭଳି ୧୧ଟି କ୍ଷେତ୍ରକୁ ଚିହ୍ନଟ କରିଛନ୍ତି ଯେଉଁଠାରେ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ପୁନଃଚକ୍ରଣ ଦ୍ୱାର ସମ୍ପଦର ଉତ୍ତମ ଉପଯୋଗ କରାଯାଇପାରିବ । ସେ କହିଲେ ଯେ “କଚରାରୁ କଞ୍ଚନ”ଉତ୍ପାଦନ ନିଗରେ ବିଗତ କିଛି ବର୍ଷ ମଧ୍ୟରେ ଅନେକ ପ୍ରୟାସ କରାଯାଇଛି ଏବଂ ଏହାକୁ ଏବେ ଅତି ଦ୍ରୁତ ଗତିରେ ମିଶନ ମୋଡ଼ରେ ଆଗକୁ ଆଗେଇ ନିଆଯାଉଛି । ଏ ସଂପର୍କୀତ କାର୍ଯ୍ୟଯୋଜନା ଯାହାରକି ସମସ୍ତ ପ୍ରକାର ନିୟନ୍ତ୍ରକ ଓ ବିକାଶ ସମ୍ପର୍କୀତ ବ୍ୟବସ୍ଥା ରହିବ, ତାହା ଆଗାମୀ କିଛି ମାସ ମଧ୍ୟରେ ରୂପାୟନ ହେବାକୁ ଯାଉଛି । ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଳବାୟୁ ସଂରକ୍ଷଣ ନିମନ୍ତେ ଆମର ପରିବେଶର ସୁରକ୍ଷା ନିମନ୍ତେ ସବୁମତେ ପ୍ରୟାସ କରାଯିବା ଆବଶ୍ୟକ । ଏହା ସାକାର ହେଲେ ହିଁ ଆମେ ଆମର ଭବିଷ୍ୟତ ବଂଶଧରମାନଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିପାରିବା । ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକ ମିଳିତ ଭାବେ ଜଳ, ବାୟୁ ଓ ଭୂମିର ସନ୍ତୁଳଳ ରକ୍ଷା କରିବା ଦିଗରେ କାର୍ଯ୍ୟ କରିବା ଉଚିତ । 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets President of the United Arab Emirates on the sidelines of the G7 Summit
June 17, 2026

Prime Minister Shri Narendra Modi today met with the President of the United Arab Emirates, His Highness Sheikh Mohamed bin Zayed Al Nahyan on the sidelines of the G7 Summit in Evian, France. This was the third meeting between the two leaders in 2026, reflecting the strong and vibrant India-UAE Comprehensive Strategic Partnership.

The two leaders reviewed the progress and positive developments in bilateral cooperation, including in the areas of technology, trade, investment, energy, and defence flowing from the visits of President His Highness Sheikh Mohamed Bin Zayed Al Nahyan to India in January 2026 and that of Prime Minister Shri Narendra Modi to the UAE in May 2026. The two leaders also exchanged views on regional and global developments of mutual interest.

Prime Minister underscored the importance of dialogue, diplomacy, and respect for international law, sovereignty, and territorial integrity in advancing enduring peace, security, and stability in the West Asia region. The two sides called for continued free, safe, and unimpeded navigation, trade and commerce through the Strait of Hormuz.

Prime Minister conveyed his invitation to President Sheikh Mohamed bin Zayed Al Nahyan to attend the BRICS Summit to be hosted by India later this year.