2025 ସୁଦ୍ଧା ପେଟ୍ରୋଲରେ 20 ପ୍ରତିଶତ ଇଥାନୋଲ ମିଶ୍ରଣ ଲକ୍ଷ୍ୟ ହାସଲ ହେବ : ପ୍ରଧାନମନ୍ତ୍ରୀ
ବ୍ୟବହୃତ ସମ୍ପଦର ପୁନଃଚକ୍ରଣ କରିବା ନିମନ୍ତେ ସରକାର 11ଟି ସେକ୍ଟରର ଚିହ୍ନଟ କରିଛନ୍ତି: ପ୍ରଧାନମନ୍ତ୍ରୀ
ପୁନେରେ ଇ-100 ପାଇଲଟ ପ୍ରକଳ୍ପର ଶୁଭାରମ୍ଭ ସହ ଦେଶବ୍ୟାପୀ ଇଥାନୋଲ ବିତରଣ ଆରମ୍ଭ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତୀନ ଗଡ଼କରୀ ମହାଶୟ, ନରେନ୍ଦ୍ର ସିଂହ ତୋମର ମହାଶୟ, ପ୍ରକାଶ ଜାବଡେକର ମହାଶୟ, ପୀୟୂଷ ଗୋୟଲ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଗୁଜରାଟ ଖେଡ଼ାର ସାଂସଦ ଦେବୁସିଂହ ଜେସିଂଭାଇ ଚୌହାନ ମହାଶୟ, ୟୁପିର ହରଦୋଇର ସାଂସଦ ଭାଇ ଜୟପ୍ରକାଶ ରାୱତ ମହାଶୟ, ପୁଣେର ମେୟର ମୁରଲୀଧର ମହୋଲ ମହାଶୟ, ପିମ୍ପିରୀ ଚିଞ୍ଚୱାଡ଼ ମହାନଗର ନିଗମର ମେୟର ଭଉଣୀ ଉଷା ମହାଶୟା, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆମର କୃଷକ ସାଥୀ, ଯେତେବେଳେ ମୁଁ ସେମାନଙ୍କ ସହିତ କଥା ହେଉଥିଲି ସେତେବେଳେ ସେମାନେ କିପରି ଜୈବ-ଇନ୍ଧନ ସହିତ ଜଡ଼ିତ ବ୍ୟବସ୍ଥାଗୁଡ଼ିକୁ ସେମାନେ କିପରି ସହଜ ଭାବେ ଆପଣାଉଛନ୍ତି, ଆଉ କେତେ ଭଲ ଭାବେ ନିଜର କଥା କହୁଥିଲେ। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସ୍ପଷ୍ଟି ଦୃଷ୍ଟିଗୋଚର ହେଉଥିଲା। ସ୍ୱଚ୍ଛ ଉର୍ଜ୍ଜା-ସ୍ୱଚ୍ଛ ଶକ୍ତିର ଦେଶରେ ଯେଉଁ ଏତେ ବଡ଼ ଅଭିଯାନ ଚାଲୁ ରହିଛି, ତାହାର ବହୁତ ବଡ଼ ଲାଭ ଦେଶର କୃଷି କ୍ଷେତ୍ରକୁ ମଧ୍ୟ ମିଳିବା ହେଉଛି ସ୍ୱାଭାବିକ। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ, ଭାରତ ଏକ ବଡ଼ ପଦକ୍ଷେପ ଉଠାଇଛି। ଇଥେନଲ କ୍ଷେତ୍ରର ବିକାଶ ପାଇଁ ଏକ ବିସ୍ତୃତ ରୋଡ଼ମ୍ୟାପ୍‍ ଆଜି ମୋତେ ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଛି। ସାରା ଦେଶରେ ଇଥେନଲର ଉତ୍ପାଦନ ଏବଂ ବିତରଣ ସହିତ ଜଡ଼ିତ ମହତ୍ୱାକାଂକ୍ଷୀ ଇ-100 ପାଇଲଟ ପ୍ରକଳ୍ପକୁ ମଧ୍ୟ ପୁଣେରେ ଶୁଭାରମ୍ଭ କରାଯାଇଛି। ମୁଁ ପୁଣେବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ପୁଣେର ମେୟରଙ୍କୁ ଅଭିନନ୍ଦନ ଜଣାଉଛି। ଆମେ ନିଜର ସ୍ଥିରିକୃତ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟରେ ହାସଲ କରି ପାରିଲେ, ଏଥିପାଇଁ ମୁଁ ବହୁତ-ବହୁତ ଶୁଭକାମନା ଜଣାଉଛି।

ସାଥୀଗଣ,

ଯଦି ଆପଣ ଅନୁଧ୍ୟାନ କରିବେ, ତେବେ ଆଜିଠାରୁ 7-8 ବର୍ଷ ପୂର୍ବେ ଦେଶରେ ଇଥେନଲର ଚର୍ଚ୍ଚା ବହୁତ କମ୍‍ କେବେ-କେବେ ହେଉଥିଲା। କେହି ତାହା ବିଷୟରେ ଆଲୋଚନା କରୁ ନଥିଲେ। ଆଉ ଯଦି ମଧ୍ୟ ଆଲୋଚନା କରୁଥିଲେ ତେବେ ଚିରାଚରିତ ଭାବେ କଥା ହେଉଥିଲେ ଏମିତି ହିଁ ହୋଇ ଯାଉଥିଲା। କିନ୍ତୁ ଏବେ ଇଥେନଲ, ଏକବିଂଶ ଶତାବ୍ଦୀରେ ଭାରତର ବଡ଼ ପ୍ରାଥମିକତା ଗୁଡ଼ିକ ସହିତ ଯୋଡ଼ି ହୋଇ ଯାଇଛି। ଇଥେନଲ ଉପରେ ଅଧିକ ଦୃଷ୍ଟି ଦେବା ଦ୍ୱାରା ପର୍ଯ୍ୟାବରଣ ସହିତ ଏକ ଉନ୍ନତ ପ୍ରଭାବ ମଧ୍ୟ କୃଷକମାନଙ୍କ ଜୀବନରେ ପଡ଼ୁଛି। ଆଜି ଆମେ ପେଟ୍ରୋଲରେ 20 ପ୍ରତିଶତ ଇଥେନଲ ମିଶ୍ରଣର ଲକ୍ଷ୍ୟକୁ 2025ସୁଦ୍ଧା  ପୂରଣ କରିବା ପାଇଁ ସଂକଳ୍ପ ନେଇଛୁ। ପୂର୍ବରୁ ଯେତେବେଳେ ଲକ୍ଷ୍ୟ ବିଷୟରେ ଚିନ୍ତା କରାଯାଇଥିଲା, ସେତେବେଳେ ଚିନ୍ତା କରାଯାଉଥିଲା ଯେ 2030 ସୁଦ୍ଧା ଆମେ କରି ପାରିବୁ। କିନ୍ତୁ ବିଗତ କିଛି ଦିନ ମଧ୍ୟରେ ଯେପରି ସଫଳତା ମିଳିଛି, ଜନସାଧାରଣଙ୍କ ସହଯୋଗ ମିଳିଛି, ଲୋକମାନଙ୍କ ମଧ୍ୟରେ ସଚେତନତା ଆସିଛି। ଆଉ ପ୍ରତ୍ୟେକ ଏହାର ମହତ୍ୱକୁ ବୁଝିବାରେ ଲାଗିଛନ୍ତି, ଆଉ ଏହି କାରଣରୁ ଏବେ ଆମେ 2030ରେ ଯାହା କରିବାକୁ ଚାହୁଁଥିଲୁ, ତାହାକୁ 5 ବର୍ଷ କମ୍‍ କରି 2025 ସୁଦ୍ଧା କରିବାର ନିଷ୍ପତି ନେଇଛୁ। 5 ବର୍ଷ ପୂର୍ବରୁ।

ସାଥୀଗଣ,

ଏତେ ବଡ଼ ନିଷ୍ପତିର ସାହସ, ବିଗତ 7 ବର୍ଷରେ ଦେଶ ଯେଉଁ ଲକ୍ଷ୍ୟ ପ୍ରାପ୍ତ କରିଛି, ଦେଶ ଯେଉଁ ପ୍ରୟାସ କରିଛି, ଆଉ ସେଥିରେ ଯେଉଁ ସଫଳତା ମିଳିଛି। ସେହି କାରଣରୁ ଆଜି ଏହି ନିଷ୍ପତି ନେବାର ସାହସ ଆସିଛି। 2014 ପର୍ଯ୍ୟନ୍ତ ଭାରତରେ ହାରାହାରି କେବଳ ଏକ ରୁ ଦେଢ଼ ପ୍ରତିଶତ ଇଥେନଲର ହିଁ ମିଶ୍ରଣ ହୋଇ ପାରୁଥିଲା। ଆଜି ଏହା ପ୍ରାୟ ସାଢ଼େ ଆଠ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି। ବର୍ଷ 2013-14ରେ ଯେତେବେଳେ ଦେଶରେ 38 କୋଟି ଲିଟର ଇଥେନଲ କିଣା ଯାଉଥିଲା, ସେତେବେଳେ ଆଜି ପ୍ରାୟ 320 କୋଟି ଲିଟରରୁ ଅଧିକ ଇଥେନଲ କିଣା ଯାଉଛି। ଅର୍ଥାତ ପ୍ରାୟ 8 ଗୁଣ ଅଧିକ ଇଥେନଲ କିଣା ଯାଇଛି। ବିଗତ ବର୍ଷରେ ହିଁ ତୈଳ କମ୍ପାନୀମାନେ ପ୍ରାୟ 21 ହଜାର କୋଟି ଟଙ୍କାର ଇଥେନଲ କିଣିଛନ୍ତି। ଏହାର ଏକ ବଡ଼ ଅଂଶ ଯେଉଁ 21,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, ତାହାର ଏକ ବଡ଼ ଅଂଶ ଆମ ଦେଶର କୃଷକଙ୍କ ପକେଟକୁ ଯାଇଛି। ବିଶେଷ ଭାବେ ଆମର ଆଖୁ ଚାଷୀଙ୍କୁ ଏହାଦ୍ୱାରା ବହୁତ ଲାଭ ହୋଇଛି। ବର୍ଷ 2025 ପର୍ଯ୍ୟନ୍ତ ଯେତେବେଳେ ପେଟ୍ରୋଲରେ 20 ପ୍ରତିଶତ ଇଥେନଲ ମିଶ୍ରଣ ହେବାକୁ ଲାଗିବ, ତେବେ ଆପଣ ଅନୁମାନ ଲଗାଇ ପାରୁଛନ୍ତି ଯେ କୃଷକମାନଙ୍କୁ କେତେ ଅଧିକ ମାତ୍ରାରେ ତୈଳ କମ୍ପାନୀମାନଙ୍କ ଠାରୁ ସିଧାସଳଖ ଅର୍ଥ ମିଳିବ। ଏହାଦ୍ୱାରା, ଅଧିକ ଚିନି ଉତ୍ପାଦନ ସହିତ ଜଡ଼ିତ ଯେଉଁ ଆହ୍ୱାନ ରହିଛି, କାରଣ କେବେ-କେବେ ଅଧିକ ଉତ୍ପାଦନ ହୋଇ ଯାଇଥାଏ। ତେବେ ବିଶ୍ୱରେ କିଣିଲା ବାଲା କେହି ନଥାନ୍ତି। ଦେଶରେ ମଧ୍ୟ ଦର ହ୍ରାସ ପାଇଥାଏ। ଆଉ ବହୁତ ବଡ଼ ଆହ୍ୱାନ ସୃଷ୍ଟି ହୋଇଥାଏ। କେଉଁଠାରେ ରଖିବା, ସେ ନେଇ ମଧ୍ୟ ସଙ୍କଟ ସୃଷ୍ଟି ହୋଇଥାଏ। ଏଭଳି ସମସ୍ତ ଆହ୍ୱାନକୁ କମ୍‍ କରିବାରେ ଏବଂ ଏହାର ସିଧାସଳଖ ଲାଭ ଆଖୁଚାଷୀଙ୍କ ସୁରକ୍ଷା ସହିତ ଯୋଡି ହୋଇଥାଏ। ବହୁତ ଲାଭ ମିଳିବାକୁ ଯାଉଛି।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଭାରତକୁ, ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା, ଆଧୁନିକ ନୀତିଗୁଡ଼ିକ ଦ୍ୱାରା ହିଁ ଉର୍ଜ୍ଜା ମିଳିବ। ଏହି ଚିନ୍ତାଧାରା ସହିତ ଆମ ସରକାର ପ୍ରତ୍ୟେକ କ୍ଷେତ୍ରରେ ନିରନ୍ତର ନୀତିଗତ ନିଷ୍ପତି ନେଉଛନ୍ତି। ଆଜି ଦେଶରେ ଇଥେନଲର ଉତ୍ପାଦନ ଏବଂ କ୍ରୟ ପାଇଁ ଆବଶ୍ୟକ ଭିତିଭୂମି ନର୍ମାଣ ଉପରେ ବହୁତ ଗୁରୁତ୍ୱ ଦିଆଯାଉଛି। ଏପର୍ଯ୍ୟନ୍ତ ଇଥେନଲ ପ୍ରସ୍ତୁତ କରୁଥିବା ଅଧିକାଂଶ ଶାଖା ଆଉ ପ୍ରାୟତଃ 4-5 ସେହି ରାଜ୍ୟରେ ହିଁ ଥିଲା, ଯେଉଁଠାରେ ଅଧିକ ଚିନି ଉତ୍ପାଦନ ହୋଇଥାଏ। ସାରା ଦେଶକୁ ଏହାର ସମ୍ପ୍ରସାରଣ କରିବା ପାଇଁ ଯେଉଁ ନଷ୍ଟ ବା ପଚାସଢ଼ା ଶସ୍ୟ ରହି ଯାଇଥାଏ, ଫସଲର ଅବଶିଷ୍ଟାଂଶ ତାହାର ଉପଯୋଗ କରାଯାଉଥିଲା। ଖାଦ୍ୟଶସ୍ୟ ଆଧାରିତ ବିଶୋଧନାଗାର ପ୍ରତିଷ୍ଠା କରାଯାଉଥିଲା, କୃଷି ଅବଶିଷ୍ଟାଂଶରୁ ଇଥେନଲ ପ୍ରସ୍ତୁତ କରିବା ପାଇଁ ଦେଶରେ ଆଧୁନିକ ଟେକ୍ନୋଲୋଜି ଆଧାରିତ ପ୍ଲାଂଟ ମଧ୍ୟ ପ୍ରତିଷ୍ଠା କରାଯାଉଛି।

ସାଥୀଗଣ,

ଜଳବାୟୁ ପରିବର୍ତନର ବିପଦ ସହିତ ମୁକାବିଲା କରିବା ପାଇଁ ବିଶ୍ୱ ସ୍ତରରେ ପ୍ରୟାସ ଚାଲିଛି, ସେଥିରେ ଭାରତ ଏକ ଆଶାର କିରଣ ଭାବେ ଉଭା ହୋଇଛି। ଏକ ବିଶ୍ୱସ୍ତ ମାନବ ଜାତିର କଲ୍ୟାଣ ପାଇଁ, ଏକ ବିଶ୍ୱସ୍ତ ସାଥୀ ଭାବେ ଆଜି ଭାରତ ନିଜର ପରିଚୟ ସୃଷ୍ଟି କରିଛି। ଯେଉଁ ବିଶ୍ୱ କେବେ ଭାରତକୁ ଏକ ଆହ୍ୱାନ ରୂପେ ଦେଖୁଥିଲା, ଜଳବାୟୁ ପରିବର୍ତନ, ଭାରତର ଏତେ ବଡ଼ ଜନସଂଖ୍ୟା, ଲୋକମାନଙ୍କୁ ଲାଗୁଥିଲା ଯେ ଯେପରି ସଂକଟ ଏହିଠାରୁ ହିଁ ଆସିବ। ଆଜି ସ୍ଥିତି ପରିବର୍ତନ ହୋଇ ଯାଇଛି। ଆଜି ଆମ ଦେଶ ଜଳବାୟୁ କ୍ଷେତ୍ରରେ ନ୍ୟାୟ ପାଇଁ ଆଗଭର ହୋଇ ବାହାରୁଛି, ଏକ ବିକରାଳ ସଙ୍କଟ ବିରୁଦ୍ଧରେ ବଡ଼ ଶକ୍ତି ହୋଇ ବାହାରିଛି। ୱାନ୍‍ ସନ୍‍, ୱାନ୍‍ ୱାର୍ଲ୍ଡ, ୱାନ ଗ୍ରୀଡ଼, ଏକ ସୂର୍ଯ୍ୟ, ଏକ ବିଶ୍ୱି, ଆଉ ଏକ ଗ୍ରୀଡ଼ର ବ୍ୟବସ୍ଥାର ଦୃଷ୍ଟିଭଙ୍ଗୀକୁ ସାକାର କରିବା ଭଳି ଅନ୍ତର୍ଜାତୀୟ ସୌର ମେଣ୍ଟ, ତାହାର ନିର୍ମାଣ ହେଉ, କିମ୍ବା ବିପର୍ଯ୍ୟୟ ପ୍ରଶମନ ଭିତିଭୂମି ସହଯୋଗର ପ୍ରାରମ୍ଭ ହେଉ, ଭାରତ ଏକ ବୃହତ ବୈଶ୍ୱିକ ଦୃଷ୍ଟିଭଙ୍ଗୀ ସହିତ ଆଗକୁ ବଢ଼଼ୁଛି। ଜଳବାୟୁ ପରିବର୍ତନ ପ୍ରଦର୍ଶନ ସୂଚକାଙ୍କରେ ଭାରତ ବିଶ୍ୱର ଶ୍ରେଷ୍ଠ ୧୦ଟି ପ୍ରମୁଖ ରାଷ୍ଟ୍ର ମଧ୍ୟରେ ଆଜି ନିଜର ସ୍ଥାନ ସୃଷ୍ଟି କରି ପାରିଛି।

ସାଥୀଗଣ,

ଜଳବାୟୁ ପରିବର୍ତନ କାରଣରୁ ଯେଉଁ ସବୁ ଆହ୍ୱାନ ଗୁଡ଼ିକ ସାମ୍ନାକୁ ଆସୁଛି, ଭାରତ ସେସବୁ ପ୍ରତି ସତର୍କ ରହିଛି ଏବଂ ଆହୁରି ସକ୍ରିୟତାର ସହିତ କାର୍ଯ୍ୟ ମଧ୍ୟ କରୁଛି। ଆମେ ଗୋଟିଏ ପକ୍ଷରେ ବିଶ୍ୱର ଦକ୍ଷିଣରେ ଶକ୍ତିକୁ ନ୍ୟାୟ ପ୍ରଦାନ କରିବାରେ ସମ୍ବେଦନଶୀଳ ଏବଂ ବିଶ୍ୱର ଉତରରେ, ଉତରଦାୟିତ୍ୱରେ ଯତ୍ନବାନ ଅଛୁ, ତେବେ ଅନ୍ୟ ପକ୍ଷରେ ନିଜର ଭୂମିକାକୁ ସମ୍ପୂର୍ଣ୍ଣ ଗମ୍ଭୀରତାର ସହ ତୁଲାଉଛୁ । ଭାରତ ଶକ୍ତି ବ୍ୟବହାରର ଏପରି ଏକ ମାର୍ଗକୁ ବାଛିଚି ଯେଉଁଥିରେ ଆମର ନୀତି ଏବଂ ନିଷ୍ପତି ମଧ୍ୟରେ କଠିନ ଏବଂ ମୃଦୁ ଉପାଦାନ ଦୁଇଟି ଯାକର ସମାନ ମହତ୍ୱ ରହିଛି। ଯଦି ମୁଁ ଏହି କଠିନ ଉପାଦାନର କଥା କହିବି, ତେବେ ଭାରତ ଦ୍ୱାରା ସ୍ଥିର କରାଯାଇଥିବା ବଡ଼-ବଡ଼ ଲକ୍ଷ୍ୟ ହେଉ, ତାକୁ ଲାଗୁ କରିବା ପାଇଁ ଅତି ଅଦୃଶ୍ୟ ଗତି ହେଉ, ଏହାକୁ ବିଶ୍ୱ ବହୁତ ହିଁ ସୂକ୍ଷ୍ମ ଭାବେ ନୀରିକ୍ଷଣ କରୁଛି । 6-7 ବର୍ଷରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଆମର ଦକ୍ଷତା 250 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତିର ଦକ୍ଷତା କ୍ଷେତ୍ରରେ ଭାରତ ଆଜି ବିଶ୍ୱର ଶ୍ରେଷ୍ଠ 5ଟି ରାଷ୍ଟ୍ର ମଧ୍ୟରେ ରହିଛି। ଏଥିରେ ମଧ୍ୟ ସୌରଶକ୍ତିର ଦକ୍ଷତା ବିଗତ 6 ବର୍ଷରେ ପ୍ରାୟ 15 ଗୁଣା ବଢ଼଼ିଛି। ଆଜି ଭାରତ, ଗୁଜରାଟର କଚ୍ଛ ମରୁଭୂମିରେ ବିଶ୍ୱର ସର୍ବବୃହତ ସୌର ଏବଂ ବିନର ହାଇବ୍ରିଡ଼ ଏନର୍ଜି ପାର୍କ ପ୍ରତିଷ୍ଠା କରୁଛି। ତେବେ ଭାରତ 14 ଗିଗାୱାଟର ପୁରୁଣା କୋଇଲା ପ୍ଲାଂଟକୁ ମଧ୍ୟ ବନ୍ଦ କରି ଦେଇଛି। ଦେଶ ନମନୀୟ ଆଭିମୁଖ୍ୟ ସହିତ ଐତିହାସିକ ପଦକ୍ଷେପ ଉଠାଇଛି। ଆଜି ଦେଶର ସାଧାରଣ ମଣିଷ, ସକ୍ରିୟ ପରିବେଶ ଅଭିଯାନ ସହିତ ଯୋଡ଼ି ହୋଇ ଯାଇଛି।

ଆମେ ଦେଖୁଛୁ ଯେ କିଭଳି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସମ୍ବନ୍ଧରେ ସଚେତନତା ସୃଷ୍ଟି ହୋଇଛି। ଲୋକମାନେ ନିଜସ୍ୱ ଶୈଳୀରେ ଟିକେ-ଟିକେ ପ୍ରୟାସ ମଧ୍ୟ କରୁଛନ୍ତି। ଏବେ ଆହୁରି କରିବାର ଆବଶ୍ୟକତା ରହିଛି। କିନ୍ତୁ କଥା ପହଞ୍ଚିଯାଇଛି, ପ୍ରୟାସ ଆରମ୍ଭ ହୋଇ ସାରିଛି। ଆମ ସମୁଦ୍ର କୂଳର ସଫାଇ ଦେଖନ୍ତୁ, ଯୁବକମାନେ ପଦକ୍ଷେପ ନେଇ ଏହା କରୁଛନ୍ତି। ଅବାପୁଣି ସ୍ୱଚ୍ଛ ଭାରତ ଭଳି ଅଭିଯାନ ହେଉ, ଏହାକୁ ଦେଶର ସାଧାରଣ ନାଗରିକମାନେ, ଏହାକୁ ନିଜ କାନ୍ଧକୁ ନେଇଛନ୍ତି, ଦେଶବାସୀ ଏହାକୁ ନିଜର ଦାୟିତ୍ୱ ବୋଲି ଭାବି ନେଇଛନ୍ତି ଆଉ ମୋର ଦେଶବାସୀମାନେ ଆଜି ଏହାକୁ ଆଗକୁ ବଢ଼଼ାଇଛନ୍ତି। ଦେଶରେ 37 କୋଟିରୁ ଅଧିକ ଏଲଇଡି ବଲବ ଏବଂ 23 ଲକ୍ଷରୁ ଅଧିକ ଶକ୍ତି ଦକ୍ଷତା ଯୋଗ୍ୟ ପଙ୍ଖା ଯୋଗାଇ ଦେବାରୁ ପରିବେଶ ରକ୍ଷାର ଯେଉଁ କାର୍ଯ୍ୟ ହୋଇଛି, ବହୁ ସମୟରେ ଏହାର ଚର୍ଚ୍ଚା କରିବାର ଅଭ୍ୟାସ ଏବେ ଲୋକମାନେ ଛାଡି ଦେଇଛନ୍ତି। କିନ୍ତୁ ଏହା ବହୁତ ବଡ଼ ଚର୍ଚ୍ଚାର ବିଷୟ ହେବା ଆବଶ୍ୟକ। ସେହିଭଳି ଉଜ୍ଜ୍ୱଳା ଯୋଜନା ଅଧୀନରେ କୋଟି-କୋଟି ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିବା ଦ୍ୱାରା, ସୌଭାଗ୍ୟ ଯୋଜନା ଅଧୀନରେ ବିଜୁଳି ସଂଯୋଗ ମିଳିବା ଦ୍ୱାରା, ଯେଉଁମାନେ ପୂର୍ବରୁ ଚୂଲିରେ କାଠ ଜଳାଇ ଧୂଆଁ ସହିତ ନିଜର ଜୀବନ ବିତାଉଥିଲେ, ଆଜି ସେମାନଙ୍କୁ ଏହି କାଠ ଜଳାଇବା ପାଇଁ ନିର୍ଭରଶୀଳତା ବହୁ ସଂଖ୍ୟାରେ ହ୍ରାସ ପାଇଛି। ଏହା ଦ୍ୱାରା ପ୍ରଦୂଷଣ କମ୍‍ ହେବା ସହିତ ସ୍ୱାସ୍ଥ୍ୟ ଆଉ ସେଥିରେ ଆମ ମାଆମାନଙ୍କର, ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟାବରଣ ସଂରକ୍ଷଣ ଦିଗରେ ମଧ୍ୟ ବଡ଼ ସହାୟତା ମିଳିଛି। କିନ୍ତୁ ଏହାର ମଧ୍ୟ ଅଧିକ ଆଲୋଚନା ହୋଇ ପାରୁ ନାହିଁ। ଭାରତ ନିଜର ଏହି ପ୍ରୟାସ ଦ୍ୱାରା କୋଟି-କୋଟି ଟନ୍‍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକି ପାରିଛି, ଏବଂ ଜଳବାୟୁ ପରିବର୍ତନ ନୀତି ମୁକାବିଲା ଦିଗରେ ଭାରତକୁ ଆଜି ଅଗ୍ରଣୀ କରାଇଛି। ସେହିପରି 3 ଲକ୍ଷରୁ ଅଧିକ ଶକ୍ତି ଦକ୍ଷତା ପମ୍ପଗୁଡ଼ିକ, ତାହା ମାଧ୍ୟମରେ ମଧ୍ୟ ଦେଶ ଆଜି ଲକ୍ଷ-ଲକ୍ଷ ଟନ୍‍ ଅଙ୍ଗାରକାମ୍ଳ ବାୟୁରେ ମିଶିବାକୁ ରୋକି ପାରିଛି।

ସାଥୀଗଣ,

ଆଜି ଭାରତ, ବିଶ୍ୱ ସାମ୍ନାରେ ଏକ ଉଦାହରଣ ପ୍ରସ୍ତୁତ କରୁଛି ଯେ, ଯେତେବେଳେ ପରିବେଶର ରକ୍ଷାର କଥା ହେଉ, ତେବେ ଜରୁରୀ ନୁହେଁ ଯେ ଏପରି କିଛି କରି ବିକାଶ କାର୍ଯ୍ୟକୁ ଅବରୋଧ କରି ଦିଆଯାଏ। ଅର୍ଥନୀତି ଏବଂ ପରିବେଶ ଉଭୟ ଏକ ସଙ୍ଗେ ଚାଲି ପାରିବ, ଆଗକୁ ବଢ଼଼ି ପାରିବ, ଆଉ ଭାରତ ଏହି ପଥକୁ ବାଛି ନେଇଛି। ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ହିଁ ବିଗତ କିଛି ବର୍ଷରେ ଆମର ଜଙ୍ଗଲ ମଧ୍ୟ, ଆମ ଜଙ୍ଗଲର ବ୍ୟାପକତା 15 ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି। ବିଗତ କିଛି ବର୍ଷରେ ଆମ ଦେଶରେ ବାଘଙ୍କ ସଂଖ୍ୟା ଦୁଇ ଗୁଣା ହୋଇ ଯାଇଛି। ଚିତାବାଘଙ୍କ ସଂଖ୍ୟାରେ ମଧ୍ୟ ପ୍ରାୟ 60 ପ୍ରତିଶତ ବୃଦ୍ଧି ହୋଇଛି । ଏଇ ସବୁ ମଧ୍ୟରେ, ପେଞ୍ଚ ଜାତୀୟ ଉଦ୍ୟାନରେ ବନ୍ୟଜନ୍ତୁ ଅନୁକୂଳ କରିଡର ମଧ୍ୟ ସମ୍ବେଦନଶୀଳତାର ଆଉ ଏକ ଉଦାହରଣ ଭାବେ ଆଜି ଚର୍ଚ୍ଚାର ବିଷୟ ହୋଇଛି।

ସାଥୀଗଣ,

ସ୍ୱଚ୍ଛ ଏବଂ ଶକ୍ତି ଦକ୍ଷତାର ବ୍ୟବସ୍ଥା, ସ୍ଥିର ସହରୀ ଭିତିଭୂମି ଏବଂ ଯୋଜନାବଦ୍ଧ ଇକୋ ପୁନଃସ୍ଥାପନ, ଆତ୍ମନିର୍ଭର ଭାରତ ଅଭିଯାନର ଏକ ବହୁତ ବଡ଼ ଅଂଶ ହୋଇଛି। ସେ ସବୁଜ ଆବରଣ ଯୁକ୍ତ ହାଇୱେ ଏକ୍ସପ୍ରେସ ହେଉ, ସୌର ଶକ୍ତିରେ ଚାଲିବା ଭଳି ମେଟ୍ରୋ ହେଉ, ଇଲେକଟ୍ରିକ୍‍ ଯାନ ଉପରେ ଫୋକସ ହେଉ ଅବା ପୁଣି ଉଦଯାନରେ ଚାଲିବା ଭଳି ବାହାନ ସହିତ ଜଡିତ ଗବେଷଣାକୁ ପ୍ରୋତ୍ସାହନ ହେଉ, ଏହି ସମସ୍ତ ବିଷୟ ଉପରେ ଏକ ବିସ୍ତୃତ ରଣନୀତି ସହିତ କାର୍ଯ୍ୟ ହେଉଛି। ପରିବେଶ ସହିତ ଜଡିତ ଏହି ସମସ୍ତ ପ୍ରୟାସ ଗୁଡିକ ଯୋଗୁଁ ଦେଶରେ ନିବେଶର ସୁଯୋଗ ସୃଷ୍ଟି ହେବା ସହିତ, ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ମିଳୁିଛି।

ସାଥୀଗଣ,

ସାଧାରଣତଃ ଏହି ଧାରଣା ଥାଏ ଯେ, ବାୟୁ ପଦୂଷଣ କେବଳ ଉଦ୍ୟୋଗ ଯୋଗୁଁ ହିଁ ହୋଇଥାଏ। କିନ୍ତୁ ତଥ୍ୟ ଏହା ହେଉଛି ଯେ ବାୟୁ ପଦୂଷଣରେ ପରିବହନ, ଅସ୍ୱଚ୍ଛ ଇନ୍ଧନ, ଡିଜେଲ ଜେନେରେଟର ଭଳି ଅନେକ ଗୁଡିଏ ଦିଗ ସେଥିରେ ନିଜର କିଛି ନା କିଛି ଯୋଗଦାନ ଦେଇଥାଏ। ଆଉ ଏଥିପାଇଁ, ଭାରତ ନିଜର ଜାତୀୟ ସ୍ୱଚ୍ଛ ବାୟୁ ଯୋଜନା ଜରିଆରେ ଏହି ସମସ୍ତ ଦିଗରେ ସାମଗ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି। ଜଳ ପଥରେ ମଲ୍ଟିମଡେଲ ଯୋଗାଯୋଗକୁ ନେଇ ଯେଉଁ କାର୍ଯ୍ୟ ଆଜି ହେଉଛି, ତାହା ସବୁଜ ପରିବହନ ମିଶନକୁ ସଶକ୍ତ କରିବା ସହିତ ଦେଶର ଲଜିଷ୍ଟିକ ଦକ୍ଷତାକୁ ମଧ୍ୟ ଉନ୍ନତ କରିବ। ଦେଶର ଶହ ଶହ ଜିଲ୍ଲାରେ ସିଏନଜି ଆଧାରିତ ଭିତିଭୁମି ପ୍ରସ୍ତୁତ କରିବା ହେଉ, ଫାସଟ୍ୟାଗ୍‍ ଭଳି ଆଧୁନିିକ ବ୍ୟବସ୍ଥା ହେଉ, ଏହାଦ୍ୱାରା ପ୍ରଦୂଷଣ ହ୍ରାସ କରିବାରେ ବହୁତ ସହାୟତା ମିଳୁଛି। ଆଜି ଦେଶରେ ମେଟ୍ରୋ ରେଳର ସେବା 5ଟି ସହରରୁ ବୃଦ୍ଧି ପାଇ 18 ସହର ପର୍ଯ୍ୟନ୍ତ ପହଞ୍ଚି ସାରିଛି । ସହର ଉପକଣ୍ଠରେ ରେଳବାଇର ବିକାଶ ଦିଗରେ ମଧ୍ୟ ଯେଉଁ କାର୍ଯ୍ୟ ହୋଇଛି, ତାହାଦ୍ୱାରା ବ୍ୟକ୍ତିଗତ ବାହନର ବ୍ୟବହାର ହ୍ରାସ ପାଇଛି।

ସାଥୀଗଣ,

ଆଜି ଦେଶର ରେଳ ନେଟୱାର୍କର ଏକ ବୃହତ ଅଂଶ ବିଦ୍ୟୁତ କରଣ କରାଯାଇ ସାରିଛି। ଦେଶର ବିମାନ ବନ୍ଦରକୁ ମଧ୍ୟ ଦ୍ରୁତ ଗତିରେ ସୌରଶକ୍ତି ଆଧାରିତ କରାଯାଉଛି । 2014 ପୂର୍ବରୁ କେବଳ 7ଟି ବିମାନ ବନ୍ଦରରେ ସୌରଶକ୍ତିର ସୁବିଧା ଥିଲା, ଯେତେବେଳେ କି ଆଜି ଏହି ସଂଖ୍ୟା 50 ରୁ ଅଧିକ ହୋଇ ସାରିଛି। ଶକ୍ତି ଦକ୍ଷତା ପାଇଁ 50ରୁ ଅଧିକ ବିମାନବନ୍ଦରରେ ଏଲଇଡି ଲାଇଟ ଲଗାଇବାର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି। ଭବିଷ୍ୟତର ପ୍ରସ୍ତୁତି ସହିତ ଜଡ଼ିତ ଆଉ ଏକ ଉଦାହରଣ ମୁଁ ଆପଣମାନଙ୍କ ଆଗରେ କହିବାକୁ ଚାହିଁବି।

ଷ୍ଟାଚ୍ୟୁ ଅଫ୍‍ ୟୁନିଟି, ଗୁଜରାଟରେ ସର୍ଦ୍ଦାର ବଲ୍ଲଭ ଭାଇଙ୍କର ବିଶ୍ୱର ସବୁଠାରୁ ବୃହତ ଉଚ୍ଚା ସ୍ମାରକ ନିର୍ମାଣ ହୋଇଛି। ଷ୍ଟାଚ୍ୟୁ ଅଫ୍‍ ୟୁନିଟି ଯେଉଁ ସ୍ଥାନରେ ଅଛି, ସେହି ସୁନ୍ଦର କେୱାଡିଆ ସହରକୁ ଇଲେକ୍ଟ୍ରିକ୍‍ ଯାନ ସହର ଭାବରେ ବିକଶିତ କରିବା ଉପରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି। ଭବିଷ୍ୟତରେ କେୱାଡିଆରେ ବ୍ୟାଟେରୀ ଆଧାରିତ ବସ୍‍, ବିକଶିତ କରିବା ଉପରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି। ଭବିଷ୍ୟତରେ କେୱାଡିଆରେ ବ୍ୟାଟେରୀ ଆଧାରିତ ବସ୍‍, ଦୁଇଚକିଆ ଏବଂ ଚାରିଚକିଆ ଯାନ ହିଁ ଚାଲିବ। ଏଥିପାଇଁ ସେଠାରେ ଆବଶ୍ୟକ ଭିତିଭୂମି ଉପଲବ୍ଧ କରାଯାଉଛି।

ସାଥୀଗଣ,

ଜଳବାୟୁ ପରିବର୍ତନ ଦ୍ୱାରା ଜଳଚକ୍ରର ମଧ୍ୟ ସିଧାସଳଖ ସମ୍ବନ୍ଧ ରହିଥାଏ। ଜଳଚକ୍ରରେ ସନ୍ତୁଳନ ବିଗିଡ଼ିଥାଏ ତେବେ ଏହାର ସିଧାସଳଖ ପ୍ରଭାବ ଜଳ ନିରାପତା ଉପରେ ପଡ଼ିଥାଏ। ଆଜି ଦେଶରେ ଜଳ ନିରାପତାକୁ ନେଇ ଯେତେ କାର୍ଯ୍ୟ ହେଉଛି, ତାହା ପୂର୍ବରୁ କେବେ ହୋଇ ନଥିଲା। ଦେଶରେ ଜଳସ୍ରୋତର ନିର୍ମାଣ ଏବଂ ସଂରକ୍ଷଣକୁ ନେଇ ଉପଯୋଗ ପର୍ଯ୍ୟନ୍ତ ଏକ ସାମଗ୍ରିକ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରାଯାଉଛି। ଜଳ ଜୀବନ ମିଶନ ମଧ୍ୟ ଏହାର ଏକ ବହୁତ ବଡ଼ ମାଧ୍ୟମ ହୋଇଛି। ଆଉ ମୁଁ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହିଁବି ଯେ ଜଳ ଜୀବନ ମିଶନରେ ଚଳିତ ଥର ଏକ କାର୍ଯ୍ୟକ୍ରମ ଚାଲୁ ରହିଛି। ଯାହାଦ୍ୱାରା ମୋତେ ଦେଶର ନାଗରିକମାନଙ୍କର ସହଯୋଗ ଆବଶ୍ୟକ। ତାହା ହେଉଛି ବର୍ଷ ଜଳ ସଞ୍ଚୟ, ବର୍ଷାଜଳକୁ ଧରି ରଖ, ଆମକୁ ବର୍ଷା ପାଣିକୁ ଅଟକାଇ ରଖିବାର ଅଛି, ସଞ୍ଚୟ କରିବାର ଅଛି।

ଭାଇ ଓ ଭଉଣୀମାନେ,

ପ୍ରାୟ 7 ଦଶକରେ ଦେଶର ପାଖାପାଖି 3 କୋଟି ଗ୍ରାମୀଣ ପରିବାର ପର୍ଯ୍ୟନ୍ତ ପାଇପ୍‍ ଯୋଗେ ଜଳ ପହଞ୍ଚା ଯାଇଥିଲା, ଏବେ 2 ବର୍ଷରୁ ମଧ୍ୟ କମ୍‍ ସମୟରେ 4 କୋଟିରୁ ଅଧିକ ପରିବାର ପର୍ଯ୍ୟନ୍ତ ପାଇପ୍‍ ଯୋଗେ ପାଣି ପହଞ୍ଚା ଯାଇ ସାରିଛି। ଗୋଟିଏ ପଟେ ପାଇପ ଯୋଗେ ପ୍ରତ୍ୟେକ ଘରକୁ ଯୋଡି ଦିଆଯାଉଛି, ଅନ୍ୟ ପକ୍ଷରେ ଅଟଳ ଭୂଜଳ ଯୋଜନା ଏବଂ ବର୍ଷା ଜଳକୁ ଧରି ରଖିବାର ଅଭିଯାନ(କ୍ୟାଚ୍‍ ଦ ରେନ୍‍) ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧି ଉପରେ ଦୃଷ୍ଟି ଦିଆଯାଉଛି।

ସାଥୀଗଣ,

ବିକାଶ ଏବଂ ପରିବେଶ ସନ୍ତୁଳନ, ଏହା ଆମର ପୁରାତନ ପରମ୍ପରାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଆମର ଆତ୍ମନିର୍ଭର ଭାରତର ମଧ୍ୟ ଶକ୍ତି ଭାବେ ପ୍ରତିପାଦିତ କରୁଛି। ଜୀବ ଏବଂ ପ୍ରକୃତିର ସମ୍ପର୍କରେ ସନ୍ତୁଳନ, ବ୍ୟଷ୍ଟି ଏବଂ ସମଷ୍ଟିର ସନ୍ତୁଳନ, ଜୀବ ଏବଂ ଶିବଙ୍କ ମଧ୍ୟରେ ସନ୍ତୁଳନ ସଦା ସର୍ବଦା ଆମର ଶାସ୍ତ୍ର ଆମକୁ ଶିଖାଇଛି । ଆମର ଏଠାରେ କୁହାଯାଇଛି ଯେ ୟତ୍‍ ପିଣ୍ଡେ ତତ୍‍ ବ୍ରହ୍ମାଣ୍ଡେ। ଅର୍ଥାତ ଯାହା ପିଣ୍ଡ ଅବା ଜୀବରେ ଅଛି, ତାହା ବ୍ରହ୍ମାଣ୍ଡରେ ଅଛି। ଆମେ ଯାହା ମଧ୍ୟ ନିଜ ପାଇଁ କରୁଛେ, ତାହାର ସିଧାସଳଖ ପ୍ରଭାବ ଆମର ପରିବେଶ ଉପରେ ମଧ୍ୟ ପଡ଼ିଥାଏ। ଏଥିପାଇଁ ନିଜ ସମ୍ବଳକୁ ଦକ୍ଷତାକୁ ନେଇ ମଧ୍ୟ ଭାରତର ପ୍ରୟାସ ବୃଦ୍ଧି ପାଉଛି। ଆଜି ଯେଉଁ ବୃତାକାର ଅର୍ଥନୀତିର କଥା କୁହାଯାଉଛି, ସେଥିରେ ଏଭଳି ଉତ୍ପାଦ ଏବଂ ପ୍ରକ୍ରିୟା ଉପରେ ଦୃଷ୍ଟି ଦିଆଯାଉଛି ଯାହାଦ୍ୱାରା ସଂସାଧନଗୁଡ଼ିକ ଉପରେ କମ୍‍ ରୁ ଅତି କମ୍‍ ଚାପ ପଡ଼ୁ। ସରକାର ମଧ୍ୟ ଏଭଳି 11ଟି କ୍ଷେତ୍ରକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ଆମେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ସଂସାଧନଗୁଡ଼ିକୁ ପୁନଃଚକ୍ରଣ କରି ସଦୁପଯୋଗ କରି ପାରିବା। ବର୍ଜ୍ୟରୁ ସମ୍ପଦ, ଅର୍ଥାତ ଅଳିଆ ଆବର୍ଜନାରୁ ସମ୍ପଦ ସୃଷ୍ଟି କରିବାର ଅଭିଯାନ ଉପରେ ବିଗତ କିଛି ବର୍ଷରେ ଅନେକ କାର୍ଯ୍ୟ ହୋଇଛି ଆଉ ଏବେ ଏହାକୁ ମିଶନ ମୋଡ଼ରେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼଼ାଯାଉଛି। ଘରୁ ଏବଂ କ୍ଷେତରୁ ବାହାରୁଥିବା ଆବର୍ଜନା ହେଉ, ଧାତବ ଆବର୍ଜନା ହେଉ, ଲିଥିୟମ ଆୟନ ବ୍ୟାଟେରି ହେଉ, ଏଭଳି ଅନେକ କ୍ଷେତ୍ରରେ ପୁନଃଚକ୍ରଣକୁ ନୂତନ ଟେକ୍ନୋଲୋଜି ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି। ଏହା ସହିତ ଜଡ଼ିତ କାର୍ଯ୍ୟ ଯୋଜନା, ଯେଉଁଥିରେ ନିୟନ୍ତ୍ରଣ ଏବଂ ବିକାଶ ସହିତ ଜଡ଼ିତ ସମସ୍ତ ଦିଗ ଥିବ ଏହାକୁ ଆଗାମୀ ମାସରେ କାର୍ଯ୍ୟକାରୀ କରାଯିବ।

ସାଥୀଗଣ,

ଜଳବାୟୁର ରକ୍ଷା ପାଇଁ, ପର୍ଯ୍ୟାବରଣର ରକ୍ଷା ପାଇଁ ଆମର ପ୍ରୟାସଗୁଡ଼ିକ ସଂଗଠିତ ହେବାର ବହୁତ ଆବଶ୍ୟକତା ରହିଛି। ଦେଶର ଜଣେ-ଜଣେ ନାଗରିକ ଯେତେବେଳେ ଜଳ, ବାୟୁ ଏବଂ ମାଟିର ସନ୍ତୁଳନ ବଜାୟ ରଖିବା ପାଇଁ ଏକଜୁଟ ହୋଇ ପ୍ରୟାସ କରିବେ, ସେତେବେଳେ ଆମେ ନିଜର ଆଗାମୀ ପିଢ଼ୀ ପାଇଁ ଏକ ସୁରକ୍ଷିତ ପରିବେଶ ଦେଇ ପାରିବା। ଆମର ପୂର୍ବପୁରୁଷଙ୍କ କାମନା ଥିଲା- ଆଉ ବହୁତ ଭଲ କଥା ଆମର ପୂର୍ବପୁରୁଷମାନେ ଆମପାଇଁ କହି ଯାଇଛନ୍ତି। ଆମର ପୂର୍ବପୁରୁଷଙ୍କର ଆମଠାରୁ କ’ଣ କାମନା ଥିଲ। ବହୁତ ଭଲ କଥା ସେମାନେ କହିଛନ୍ତି- ପୃଥ୍ୱୀଃ ପୁଃ ଚ ଉର୍ବୀ ଭବ। ଅର୍ଥାତ ସମ୍ପୂର୍ଣ୍ଣ ପୃଥ୍ୱୀ, ସମ୍ପୂର୍ଣ୍ଣ ପରିବେଶ, ଆମ ସମସ୍ତଙ୍କ ପାଇଁ ହେଉଛି ଉତମ, ଆମର ସ୍ୱପ୍ନକୁ ସୁଅବସର ମିଳୁ, ଏହି ଶୁଭକାମନା ସହିତ ଆଜି ବିଶ୍ୱ ପରିବେଶ ଦିବସରେ ଏହା ସହିତ ସାମିଲ ସମସ୍ତ ମହାନୁଭବ ମାନଙ୍କୁ ମୁଁ ଅନେକ-ଅନେକ ଶୁଭକାମନା ଜଣାଉଛି। ଆପଣ ନିଜର ଯତ୍ନ ନିଅନ୍ତୁ, ନିଜକୁ ନିଜେ ସୁସ୍ଥ ରଖନ୍ତୁ, ନିଜ ପରିବାରର ଲୋକଙ୍କୁ ସୁସ୍ଥ ରଖନ୍ତୁ। ଆଉ କୋଭିଡ଼ କଟକଣାରେ କୌଣସି କୋହଳ ଭାବ ପୋଷଣ କରନ୍ତୁ ନାହିଁ, ଏହି ଆଶା ସହିତ ବହୁତ-ବହୁତ ଧନ୍ୟବାଦ, କୃତଜ୍ଞତା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Bankim Chandra Chattopadhyay on His Jayanti
June 26, 2026

The Prime Minister, Shri Narendra Modi, today, paid tributes to the great Bankim Chandra Chattopadhyay on his Jayanti, remembering him as a towering literary luminary whose writings ignited the spirit of patriotism and cultural pride among generations of Indians.

Highlighting the significance of the year, Shri Modi noted that India is commemorating the 150th anniversary of Vande Mataram. He remarked that through Vande Mataram, Bankim Chandra Chattopadhyay gifted the Indian freedom movement and the nation one of its most enduring sources of inspiration.

The Prime Minister posted on X:

Tributes to the great Bankim Chandra Chattopadhyay on his Jayanti.

A towering literary luminary, his writings awakened a spirit of patriotism and cultural pride among generations of Indians. His rich literary work continues to illuminate minds and strengthen our collective resolve towards nation-building.

This is a time when we are marking the 150th anniversary of Vande Mataram. Through Vande Mataram, he gifted the freedom movement and our nation one of its most enduring inspirations.

মহান বঙ্কিম চন্দ্র চট্টোপাধ্যায়ের জয়ন্তীতে তাঁর প্রতি শ্রদ্ধাঞ্জলি।

এক সুবিশাল সাহিত্যিক আলোকবর্তিকা হিসেবে, তাঁর লেখা প্রজন্মান্তরের ভারতীয়দের মধ্যে দেশপ্রেম এবং সাংস্কৃতিক গৌরবের চেতনা জাগ্রত করেছিল। তাঁর সমৃদ্ধ সাহিত্যকর্ম মনকে উদ্ভাসিত করে চলেছে এবং জাতি গঠনের প্রতি আমাদের সম্মিলিত সংকল্পকে শক্তিশালী করছে।

এখন আমরা বন্দে মাতরমের ১৫০তম বার্ষিকী উদযাপন করছি। বন্দে মাতরমের মাধ্যমে, তিনি স্বাধীনতা আন্দোলন এবং আমাদের জাতিকে অন্যতম দীর্ঘস্থায়ী অনুপ্রেরণা উপহার দিয়েছিলেন।