ଅଭିନବ ଚିନ୍ତାଧାରା, ଉର୍ଜ୍ଜା ଓ ଉଦ୍ଦେଶ୍ୟ ସହ ଯୁବଶକ୍ତି ରାଷ୍ଟ୍ରନିର୍ମାଣରେ ଆଗୁଆ ରହିଛି : ପ୍ରଧାନମନ୍ତ୍ରୀ
ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଯୁବପିଢିଙ୍କୁ ଅନୁପ୍ରାଣିତ କରିଚାଲିଛି
ଯୁବପିଢ଼ି ଉପରେ ସ୍ପଷ୍ଟ ଧ୍ୟାନ ଦେଇ, ଆମେ ବିଭିନ୍ନ ଯୋଜନା ପ୍ରଣୟନ କରିଛୁ; ଏହାପରେ ହିଁ ଭାରତରେ ଷ୍ଟାର୍ଟଅପ୍ ବିପ୍ଳବ ପ୍ରକୃତରେ ଆଗକୁ ବଢିଥିଲା: ପ୍ରଧାନମନ୍ତ୍ରୀ
ସଂସ୍କୃତି, ବିଷୟବସ୍ତୁ ଏବଂ ସୃଜନଶୀଳତା ଚାଳିତ ନାରଙ୍ଗୀ ଅର୍ଥନୀତି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଭିବୃଦ୍ଧି ଅନୁଭବ କରୁଛି: ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧିରେ, ଆମେ ଆରମ୍ଭ କରିଥିବା ବିଭିନ୍ନ ପ୍ରକାରର ସଂସ୍କାର ଏବେ ଏକ 'ସଂସ୍କାର ଏକ୍ସପ୍ରେସ'ରେ ପରିଣତ ହୋଇଛି; ଏହି ସଂସ୍କାରର ମୂଳରେ ଆମର ଯୁବଶକ୍ତି ଅଛି: ପ୍ରଧାନମନ୍ତ୍ରୀ
ଭାରତର ଯୁବପିଢ଼ି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ନୂଆଦିଲ୍ଲୀରେ 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬'ର ସମାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ଆଜିର ଯୁବ ନାଗରିକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇନଥିଲେ ଏବଂ ଯେତେବେଳେ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ସମୟ ବିତିବା ସତ୍ତ୍ୱେ, ଯୁବ ପିଢ଼ି ପ୍ରତି ତାଙ୍କର ବିଶ୍ୱାସ ସ୍ଥିର ଏବଂ ଅଟଳ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, "ମୁଁ ସର୍ବଦା ତୁମର ସାମର୍ଥ୍ୟ, ତୁମର ପ୍ରତିଭା, ତୁମର ଉର୍ଜ୍ଜାରୁ ଶକ୍ତି ଆହରଣ କରିଛି ଏବଂ ଆଜି ଦେଖନ୍ତୁ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତ ପରିକଳ୍ପନାର ନିୟନ୍ତ୍ରଣ ନେଉଛନ୍ତି।"
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୨୦୪୭ ପର୍ଯ୍ୟନ୍ତ ସମୟ, ଯେତେବେଳେ କି ଭାରତ ତା'ର ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେହି ଅବଧି ଉଭୟ ଦେଶ ଏବଂ ତା'ର ଯୁବପିଢ଼ି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ। ସେ କହିଥିଲେ ଯେ ଯୁବ ଭାରତୀୟଙ୍କ ଶକ୍ତି ଏବଂ ଦକ୍ଷତା, ଭାରତର ଶକ୍ତିକୁ ଆକାର ଦେବା ସହ ସେମାନଙ୍କ ସଫଳତା ଦେଶକୁ ନୂତନ ଉଚ୍ଚତାରେ ପହଞ୍ଚାଇବ। 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ’ର ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତର ସ୍ୱପ୍ନ ହାସଲ କରିବାରେ ଯୁବ ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ସହିତ ମେଳ ଖାଉଛି। "ଆମେ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିରେ ପ୍ରତିବର୍ଷ ଜାନୁଆରୀ ୧୨ ତାରିଖରେ ଜାତୀୟ ଯୁବ ଦିବସ ପାଳନ କରୁ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଜାନୁଆରୀ ୧୨ ତାରିଖକୁ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ପାଇଁ ବାଛିଛୁ। ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ଏକ ମହାନ ମାର୍ଗଦର୍ଶିକା" ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ।
ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଉପରେ ସନ୍ତୋଷ ପ୍ରକାଶ କରି ଶ୍ରୀ ମୋଦୀ ଏହାକୁ ଏକ ଶକ୍ତିଶାଳୀ ମଞ୍ଚ ଭାବରେ ବର୍ଣ୍ଣନା କରିଥିଲେ ଯାହା ଭାରତର ବିକାଶ ଏଜେଣ୍ଡା ଗଠନରେ ଯୁବପିଢ଼ିଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣକୁ ସକ୍ଷମ କରିଥାଏ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ, "ଏହି ପ୍ରୟାସରେ କୋଟି କୋଟି ଯୁବକ ଯୋଗଦାନ କରିବା, ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ, ୩୦ ଲକ୍ଷରୁ ଅଧିକ ଯୁବକ ବିକଶିତ ଭାରତ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବା ଏବଂ ଦେଶର ବିକାଶ ପାଇଁ ସେମାନଙ୍କର ଚିନ୍ତାଧାରା ବାଣ୍ଟିବା ସହିତ, ଯୁବଶକ୍ତିର ଏତେ ବଡ଼ ପରିମାଣର ଯୋଗଦାନ ଅଭୂତପୂର୍ବ।"
ମିଳିଥିବା ଉତ୍ତମ ମତାମତଗୁଡିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ବିଶେଷକରି 'ମହିଳା ନେତୃତ୍ୱାଧୀନ ବିକାଶ' ଏବଂ 'ଗଣତନ୍ତ୍ରରେ ଯୁବ ଅଂଶଗ୍ରହଣ' ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଉପସ୍ଥାପିତ ବିଚାରଗୁଡିକୁ ବିଶେଷ ଭାବରେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଦିଆଯାଇଥିବା ଉପସ୍ଥାପନା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହା ଏକ ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ଭାରତର 'ଅମୃତ ପିଢି'ଙ୍କ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରେ। ପ୍ରଧାନମନ୍ତ୍ରୀ ଭାରତର ‘ଜେନ-ଜି’ଙ୍କ ସୃଜନଶୀଳତା ଏବଂ ନବସୃଜନଶୀଳ ମନୋଭାବ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଆଲୋଚନାର ସଫଳ ପରିଚାଳନା ପାଇଁ ସମସ୍ତ ଯୁବ ଅଂଶଗ୍ରହଣକାରୀ ଏବଂ 'ମେରା ଯୁବା ଭାରତ' ସଂଗଠନର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ୨୦୧୪ ପୂର୍ବ ସମୟକୁ ସ୍ମରଣ କରି ଏହାକୁ ନୀତିଗତ ଜଡ଼ତା, ଅତ୍ୟଧିକ ନାଲିଫିତା ଏବଂ ଯୁବପିଢ଼ି ପାଇଁ ସୀମିତ ସୁଯୋଗର ଯୁଗ ଭାବରେ ବର୍ଣନା କରିଥିଲେ। ନିଷ୍ପତ୍ତି ଗ୍ରହଣରେ ବିଳମ୍ବ ଏବଂ ନୀତିଗୁଡ଼ିକର ଦୁର୍ବଳ କାର୍ଯ୍ୟକାରିତା ଯୋଗୁଁ ସେତେବେଳେ ଯୁବପିଢ଼ିଙ୍କୁ ଚାକିରି, ପରୀକ୍ଷା ଏବଂ ବ୍ୟବସାୟ ଆରମ୍ଭ କରିବା ପାଇଁ ଅନେକଗୁଡ଼ିଏ ଜଟିଳ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡୁଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଜି ଯାହା ଅଜବ ମନେହେଉଛି ତାହା ଏକ ଦଶନ୍ଧି ପୂର୍ବେ ଏକ ନିତିଦିନିଆ ବାସ୍ତବତା ଥିଲା । ଏବେ ଶାସନରେ ଅଣାଯାଇଥିବା ସଂସ୍କାର କିପରି ଭାରତର ଯୁବପିଢ଼ିଙ୍କ ଅଭିଜ୍ଞତାକୁ ପରିବର୍ତ୍ତନ କରିଛି ତାହା ଉପରେ ସେ  ଆଲୋକପାତ କରିଥିଲେ।
ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପରିବର୍ତ୍ତନର ଏକ ଉଦାହରଣ ଭାବରେ ଉଲ୍ଲେଖ କରି କହିଥିଲେ ଯେ ଦଶନ୍ଧି ଧରି ବିଶ୍ବସ୍ତରରେ ଷ୍ଟାର୍ଟଅପ୍ ସଂସ୍କୃତିରେ ଅଭିବୃଦ୍ଧି ସତ୍ତ୍ୱେ, ୨୦୧୪ ପୂର୍ବରୁ ଭାରତରେ ଷ୍ଟାର୍ଟଅପ୍ଗୁଡ଼ିକୁ ବହୁତ ସୀମିତ ଧ୍ୟାନ ଦିଆଯାଉଥିଲା। "୨୦୧୪ ପର୍ଯ୍ୟନ୍ତ, ଦେଶରେ ୫୦୦ ରୁ କମ୍ ପଞ୍ଜୀକୃତ ଷ୍ଟାର୍ଟଅପ୍ ଥିଲେ। ଷ୍ଟାର୍ଟଅପ୍ ସଂସ୍କୃତିର ଅଭାବ ସହ ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ସରକାରୀ ହସ୍ତକ୍ଷେପ ରହୁଥିଲା । ଆମର ଯୁବ ପ୍ରତିଭା, ସେମାନଙ୍କର ସମ୍ଭାବନା, ସେମାନଙ୍କର ସ୍ୱପ୍ନ ପୂରଣ କରିବାର ସୁଯୋଗ ପାଇ ନଥିଲେ " ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଭାରତର ଯୁବପିଢ଼ିଙ୍କ ଦକ୍ଷତା ଉପରେ ତାଙ୍କର ବିଶ୍ୱାସ କଥା ଉଲ୍ଲେଖ କରି କହିଛନ୍ତି ଯେ ଏହି ଆତ୍ମବିଶ୍ୱାସ ଯୁବ ଉଦ୍ଭାବକମାନଙ୍କୁ ସଶକ୍ତ କରିବା ଉପରେ କେନ୍ଦ୍ରିତ ଏକ ନୂତନ ବିକାଶ ଆଭିମୁଖ୍ୟକୁ ଜନ୍ମ ଦେଇଛି। ସେ ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ବ୍ୟବସାୟ କରିବାର ସହଜତା ଏବଂ ଟିକସ ତଥା ଅନୁପାଳନର ସରଳୀକରଣ ଭଳି ପ୍ରମୁଖ ସଂସ୍କାର ଓ ପଦକ୍ଷେପଗୁଡ଼ିକ ସମ୍ପର୍କରେ କହିଥିଲେ, ଯାହା ପୂର୍ବରୁ ସରକାରୀ-ଆଧିପତ୍ୟ ଥିବା କ୍ଷେତ୍ରଗୁଡ଼ିକୁ ଉଦ୍ୟୋଗିତା ପାଇଁ ଖୋଲି ଦେଇ ଭାରତର ଷ୍ଟାର୍ଟଅପ୍ ବିପ୍ଳବକୁ ଇନ୍ଧନ ଯୋଗାଇଛି।
 

ମହାକାଶ କ୍ଷେତ୍ରକୁ ଏକ ପ୍ରମୁଖ ଉଦାହରଣ ଭାବରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, "୫-୬ ବର୍ଷ ପୂର୍ବେ, ମହାକାଶ କ୍ଷେତ୍ରକୁ ଆଗକୁ ନେବାର ଦାୟିତ୍ୱ କେବଳ ଇସ୍ରୋ ଉପରେ ଥିଲା। ଆମେ ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଖୋଲିଥିଲୁ, ସହାୟକ ଭିତ୍ତିଭୂମି ଏବଂ ପ୍ରତିଷ୍ଠାନ ସୃଷ୍ଟି କରିଥିଲୁ।" ମହାକାଶ କ୍ଷେତ୍ରକୁ ଘରୋଇ ଅଂଶଗ୍ରହଣ ପାଇଁ ଖୋଲିବା ଦ୍ୱାରା ୩୦୦ରୁ ଅଧିକ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଛି। ସେ ସ୍କାଏରୁଟ୍ ଏରୋସ୍ପେସ୍ ଏବଂ ଅଗ୍ନିକୁଲ୍ କସମସର ସଫଳତା ବିଷୟ ଉଲ୍ଲେଖ କରିଥିଲେ । ଯୁବ-ନେତୃତ୍ୱାଧୀନ ନବସୃଜନ କିପରି ଭାରତକୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ବିଶ୍ୱ ନେତାରେ ପରିଣତ କରୁଛି ତାହାର ଏହା ଏକ ପ୍ରମାଣ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କଠୋର ନିୟମକାନୁନକୁ ସରଳ କରାଯାଇବା ଦ୍ୱାରା ଡ୍ରୋନ୍ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି, ଯାହା ପୂର୍ବରୁ ଜଟିଳ ଆଇନ ଓ ଲାଇସେନ୍ସିଂ ଦ୍ଵାରା ଭାରାକ୍ରାନ୍ତ ଥିଲା । “ନିୟମଗୁଡ଼ିକୁ ସରଳ କରାଯିବାର ଫଳରେ ଡ୍ରୋନ୍ ପ୍ରଯୁକ୍ତିରେ ଯୁବ ନେତୃତ୍ୱାଧୀନ ବିକାଶ ସମ୍ଭବ ହୋଇଛି, ଯାହା ‘ମେକ୍ ଇନ୍ ଇଣ୍ଡିଆ’ ଡ୍ରୋନ୍ ଏବଂ ‘ନମୋ ଡ୍ରୋନ୍ ଦିଦି’ ପରି ପଦକ୍ଷେପ ମାଧ୍ୟମରେ ଜାତୀୟ ସୁରକ୍ଷା ଓ କୃଷିକୁ ଲାଭାନ୍ବିତ କରୁଛି,” ବୋଲି ସେ ଯୋଗ କରିଥିଲେ।
ସେ ପ୍ରତିରକ୍ଷା କ୍ଷେତ୍ରରେ ପ୍ରମୁଖ ସଂସ୍କାର ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ପୂର୍ବରୁ ସରକାରୀ କ୍ଷେତ୍ରର ଉଦ୍ୟୋଗ ଦ୍ୱାରା ପ୍ରାଧାନ୍ୟ ପାଇଥିଲା। “ଆଜି, ଭାରତରେ ୧୦୦୦ ରୁ ଅଧିକ ପ୍ରତିରକ୍ଷା ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି। ଜଣେ ଯୁବକ ଡ୍ରୋନ୍ ନିର୍ମାଣ କରୁଛନ୍ତି, ଅନ୍ୟ ଜଣେ ଡ୍ରୋନ୍ ନିରୋଧୀ ସିଷ୍ଟମ୍ ବିକଶିତ କରୁଛନ୍ତି, ଆଉ କେହି ଜଣେ ଏଆଇ-ଚାଳିତ କ୍ୟାମେରା ତିଆରି କରୁଛନ୍ତି, ପୁଣି ଅନ୍ୟମାନେ ରୋବୋଟିକ୍ସରେ କାମ କରୁଛନ୍ତି,” ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ନୂତନ ପିଢ଼ିର ସୃଷ୍ଟିକର୍ତ୍ତାଙ୍କୁ ପୋଷଣ କରିବା ଏବଂ ସଂସ୍କୃତି, ବିଷୟବସ୍ତୁ ଏବଂ ସୃଜନଶୀଳତା ଉପରେ କେନ୍ଦ୍ରିତ ଭାରତର ‘ନାରଙ୍ଗୀ ଅର୍ଥନୀତି’ର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, “ଭାରତ ‘ନାରଙ୍ଗୀ ଅର୍ଥନୀତି’ ଅର୍ଥାତ୍ ସଂସ୍କୃତି, ବିଷୟବସ୍ତୁ ଏବଂ ସୃଜନଶୀଳତାରେ ଅଭୂତପୂର୍ବ ଅଭିବୃଦ୍ଧି ଦେଖୁଛି। ଭାରତ ମିଡିଆ, ଫିଲ୍ମ, ଗେମିଂ, ସଙ୍ଗୀତ, ଡିଜିଟାଲ୍ ବିଷୟବସ୍ତୁ ଏବଂ ଭିଆର-ଏକ୍ସଆର ଭଳି କ୍ଷେତ୍ରଗୁଡ଼ିକରେ ଏକ ପ୍ରମୁଖ ଗ୍ଲୋବାଲ ହବ ଭାବରେ ଉଭା ହେଉଛି।” ଶ୍ରୀ ମୋଦୀ ଆହୁରି କହିଛନ୍ତି, "'ବିଶ୍ୱ ଅଡିଓ-ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ' (ଓ୍ବେଭ୍ସ) ଯୁବ କ୍ରିଏଟରମାନଙ୍କ ପାଇଁ ଏକ ପ୍ରମୁଖ ଲଞ୍ଚପ୍ୟାଡ୍ ପାଲଟିଛି। ଅନ୍ୟ ପ୍ରକାରେ କହିଲେ, କ୍ଷେତ୍ର ନିର୍ବିଶେଷରେ, ଆଜି ଭାରତରେ ଅସୀମ ସୁଯୋଗର ଦ୍ୱାର ଖୋଲିଯାଉଛି।" ସେ ଯୁବପିଢ଼ିଙ୍କୁ ସାହସିକ ଭାବରେ ସେମାନଙ୍କର ଚିନ୍ତାଧାରା ଅନୁସରଣ କରିବାକୁ ଆହ୍ୱାନ କରିଥିଲେ ଏବଂ ସେମାନଙ୍କ ପ୍ରତି ସରକାରଙ୍କ ନିରନ୍ତର ସମର୍ଥନର ଆଶ୍ୱାସନା ଦେଇଥିଲେ।
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧିରେ ଆରମ୍ଭ ହୋଇଥିବା ସଂସ୍କାର ଏଜେଣ୍ଡାର କେନ୍ଦ୍ରରେ ଯୁବପିଢ଼ି ଅଛନ୍ତି ଏବଂ ଏହା ତ୍ବରାନ୍ବିତ ହୋଇଛି। ସେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କର ରିହାତି ଭଳି  ପଦକ୍ଷେପଗୁଡିକୁ ଉଲ୍ଲେଖ କରିଥିଲେ, ଯାହା ପ୍ରକ୍ରିୟାଗୁଡ଼ିକୁ ସରଳ କରିଥାଏ ଏବଂ ଯୁବ ବୃତ୍ତିଗତ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସଞ୍ଚୟ ବୃଦ୍ଧି କରିଥାଏ। ଏଆଇ ଏବଂ ଉନ୍ନତ ଉତ୍ପାଦନ ଦ୍ୱାରା ପରିଚାଳିତ ଶକ୍ତିର ବର୍ଦ୍ଧିତ ଚାହିଦା ଉପରେ ଗୁରୁତ୍ୱାରୋପ କରି, ସେ ଉଲ୍ଲେଖ କରିଥିଲେ ଯେ ବେସାମରିକ ପରମାଣୁ ଶକ୍ତିରେ ସଂସ୍କାରଗୁଡ଼ିକ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା, ବଡ଼ ପରିମାଣରେ ନିଯୁକ୍ତି ସୃଷ୍ଟି କରିବା ଏବଂ ଅର୍ଥନୀତିରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲକ୍ଷ୍ୟରେ କରାଯାଇଛି।
ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ କର୍ମଶକ୍ତି ଅଭାବ ଉପରେ ଆଲୋକପାତ କରିଥିଲେ ଏବଂ ଭାରତର ଯୁବପିଢ଼ିଙ୍କୁ ଅନ୍ତର୍ଜାତୀୟ ସୁଯୋଗ ପାଇଁ ପ୍ରସ୍ତୁତ କରିବା ପାଇଁ ଭାରତର ରଣନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। "ଆମର ପ୍ରୟାସ ହେଉଛି ଭାରତର ଯୁବପିଢ଼ି ବିଶ୍ୱବ୍ୟାପୀ ଉଦୀୟମାନ ସୁଯୋଗ ପାଇଁ ପ୍ରସ୍ତୁତ ହେବା ନିଶ୍ଚିତ କରିବା। ତେଣୁ, ଦକ୍ଷତା ବିକାଶ ସହିତ ଜଡିତ କ୍ଷେତ୍ରରେ ନିରନ୍ତର ସଂସ୍କାର କରାଯାଉଛି", ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ନୂତନ ଜାତୀୟ ଶିକ୍ଷା ନୀତି ପରେ, ବର୍ତ୍ତମାନ ଉଚ୍ଚଶିକ୍ଷା ସହିତ ଜଡିତ ନିୟମାବଳୀ ସଂଶୋଧନ କରାଯାଉଛି। “ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲୁଛନ୍ତି। ସମ୍ପ୍ରତି ହଜାର ହଜାର କୋଟି ଟଙ୍କା ନିବେଶରେ ପ୍ରଧାନମନ୍ତ୍ରୀ ସେତୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅଧୀନରେ, ହଜାର ହଜାର ଆଇଟିଆଇକୁ ଉନ୍ନତ କରାଯିବ ଯାହା ଦ୍ୱାରା ଯୁବପିଢ଼ିଙ୍କୁ ଶିଳ୍ପର ବର୍ତ୍ତମାନ ଏବଂ ଭବିଷ୍ୟତ ଆବଶ୍ୟକତା ଅନୁଯାୟୀ ତାଲିମ ଦିଆଯାଇପାରିବ” ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।
 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିକଶିତ କରିବା ପାଇଁ ଆତ୍ମବିଶ୍ୱାସ ଜରୁରୀ। ମୈକାଲେଙ୍କ ଔପନିବେଶିକ ଯୁଗର ଶିକ୍ଷା ନୀତିଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ତାହା ଭାରତୀୟମାନଙ୍କ ମଧ୍ୟରେ ନିଜସ୍ୱ ଐତିହ୍ୟ, ଉତ୍ପାଦ ଏବଂ କ୍ଷମତା ପ୍ରତି ହୀନମନ୍ୟତା ସୃଷ୍ଟି କରିଥିଲା । ଏହି ମାନସିକତାରୁ ବାହାରି ଆସିବା ପାଇଁ ଭାରତର ଯୁବପିଢ଼ିଙ୍କୁ ସାମୂହିକ ଭାବରେ ସଂକଳ୍ପ ନେବାକୁ ଆହ୍ୱାନ କରି ଶ୍ରୀ ମୋଦୀ କହିଥିଲେ, “ଦଶ ବର୍ଷ ମଧ୍ୟରେ ମୈକାଲେଙ୍କ ଏହି ଦୁରାଭିସନ୍ଧିପୂର୍ଣ୍ଣ ନୀତି ୨୦୦ ବର୍ଷ ପୂରଣ କରିବ, ତେଣୁ ଦେଶର ପ୍ରତ୍ୟେକ ଯୁବକ ଭାରତକୁ ଏହି ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ।”
ପ୍ରଧାନମନ୍ତ୍ରୀ ଭାରତର ନିଜସ୍ୱ ଐତିହ୍ୟକୁ ଗୁରୁତ୍ୱ ଦେବା ସହ ବିଶ୍ୱସ୍ତରୀୟ ଜ୍ଞାନ ପ୍ରତି ମୁକ୍ତ ରହିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ବେଦର ଏକ ଶ୍ଲୋକ “ଆନୋ ଭଦ୍ର: କୃତଭୋ ଯନ୍ତୁ ବିଶ୍ୱତ:” ଉଦ୍ଧୃତ କରିଥିଲେ, ଯାହାର ଅର୍ଥ ହେଉଛି ଶୁଭ, ଲାଭଦାୟକ ଏବଂ ଉତ୍ତମ ଚିନ୍ତାଧାରା ସବୁ ଦିଗରୁ ଆମ ପାଖକୁ ଆସୁ। "ଆପଣମାନେ ସାରା ବିଶ୍ୱର ସର୍ବୋତ୍ତମ ପ୍ରଚଳନରୁ ଶିଖନ୍ତୁ, କିନ୍ତୁ ନିଜ ଐତିହ୍ୟ ଏବଂ ଭାବନାକୁ  ଅବମୂଲ୍ୟାନ କରିବାର ପ୍ରବୃତ୍ତି ଆପଣମାନଙ୍କୁ କେବେବି କବଳିତ ନ କରୁ”, ଶ୍ରୀ ମୋଦୀ କହିଥିଲେ,  । 
 

ଶ୍ରୀ ମୋଦୀ ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ କହିଥିଲେ ଯେ ସେ  ବିଶ୍ୱସ୍ତରୀୟ ଚିନ୍ତାଧାରା ଗ୍ରହଣ କରିଥିଲେ, କିନ୍ତୁ ଭାରତ ସମ୍ପର୍କରେ ଥିବା ଭ୍ରାନ୍ତ ଧାରଣାକୁ ଆହ୍ବାନ କରି ଏକ ଉନ୍ନତ ଦୃଷ୍ଟିକୋଣ ପ୍ରେରଣା ଦେଇଥିଲେ। ସେ ଯୁବପିଢ଼ିଙ୍କୁ ଶକ୍ତି ସହିତ ଆଗକୁ ବଢ଼ିବା, ଫିଟନେସ୍ ବଜାୟ ରଖିବା ଏବଂ ଆନନ୍ଦକୁ ଆଲିଙ୍ଗନ କରିବାକୁ ଉତ୍ସାହିତ କରି ସେମାନଙ୍କ ସମ୍ଭାବନା ଉପରେ ଅଟଳ ବିଶ୍ୱାସ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, "ମୋର ଆପଣମାନଙ୍କ ଉପରେ, ଆପଣଙ୍କ କ୍ଷମତା ଏବଂ ଶକ୍ତି ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଏହି ବକ୍ତବ୍ୟ ସହିତ, ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଜାତୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା ଜଣାଉଛି।" 
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”