ଜାମନଗରରେ ହୁ ପାରମ୍ପରିକ ଔଷଧ ପାଇଁ ବିଶ୍ଵସ୍ତରୀୟ କେନ୍ଦ୍ର ପ୍ରତିଷ୍ଠିତ ହେବା ଭାରତର ସୌଭାଗ୍ୟ ଏବଂ ଗର୍ବର ବିଷୟ : ପ୍ରଧାନମନ୍ତ୍ରୀ
ଯୋଗ ସାରା ବିଶ୍ୱରେ ମାନବଜାତିକୁ ସ୍ୱାସ୍ଥ୍ୟ, ସନ୍ତୁଳନ ଏବଂ ସମନ୍ୱୟର ଜୀବନ ଆଡକୁ ମାର୍ଗଦର୍ଶନ କରିଛି : ପ୍ରଧାନମନ୍ତ୍ରୀ
ଭାରତର ପଦକ୍ଷେପ ଏବଂ ୧୭୫ ରୁ ଅଧିକ ରାଷ୍ଟ୍ରର ସହଯୋଗ ମାଧ୍ୟମରେ, ମିଳିତ ଜାତିସଂଘ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଛି ; ବର୍ଷ ବର୍ଷ ଧରି, ଯୋଗ ସାରା ବିଶ୍ୱରେ ବ୍ୟାପକତା ଲାଭ କରିଛି, ବିଶ୍ୱର ପ୍ରତ୍ୟେକ କୋଣରେ ଜୀବନକୁ ସ୍ପର୍ଶ କରୁଛି : ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ହୁ ଦକ୍ଷିଣ- ପୂର୍ବ ଏସିଆ କ୍ଷେତ୍ରୀୟ କାର୍ଯ୍ୟାଳୟର ଉଦଘାଟନ ଆଉ ଏକ ମାଇଲଖୁଣ୍ଟ ; ଭାରତ ପକ୍ଷରୁ ଏକ ବିନମ୍ର ଉପହାର ଭାବରେ ପ୍ରଦାନ କରାଯାଇଥିବା ଏହି ବିଶ୍ୱସ୍ତରୀୟ କେନ୍ଦ୍ର ଗବେଷଣାକୁ ଆଗକୁ ବଢାଇବ, ନିୟମାବଳୀକୁ ମଜବୁତ କରିବ ଏବଂ କ୍ଷମତା ନିର୍ମାଣକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ
ଆୟୁର୍ବେଦ ଏହା ଶିକ୍ଷା ଦେଇଥାଏ ଯେ ସନ୍ତୁଳନ ହେଉଛି ସ୍ୱାସ୍ଥ୍ୟର ମୂଳ ତତ୍ତ୍ଵ, ଯେତେବେଳେ ଶରୀର ଏହି ସନ୍ତୁଳନକୁ ବଜାୟ ରଖିଥାଏ ସେତେବେଳେ ହିଁ ଜଣେ ପ୍ରକୃତରେ ସୁସ୍ଥ ବୋଲି ବିବେଚନା କରାଯାଇପାରିବ : ପ୍ରଧାନମନ୍ତ୍ରୀ
ସନ୍ତୁଳନ ପୁନଃସ୍ଥାପନ କରିବା ଆଉ କେବଳ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ ନୁହେଁ - ଏହା ଏକ ବିଶ୍ୱସ୍ତରୀୟ ଅବଶ୍ୟକତା ପାଲଟିଛି ଏବଂ ଏହାକୁ ସମାଧାନ କରିବା ପାଇଁ ଆମେ ତ୍ୱରିତ ଗତି ଏବଂ ଦୃଢ଼ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ
ଶାରୀରିକ ପରିଶ୍ରମ ବିନା ସମ୍ବଳ ଏବଂ ସୁବିଧାର ବର୍ଦ୍ଧିତ ସହଜତା ମାନବ ସ୍ୱାସ୍ଥ୍ୟ ପାଇଁ ଅପ୍ରତ୍ୟାଶିତ ଆହ୍ଵାନକୁ ସୃଷ୍ଟି କରୁଛି : ପ୍ରଧାନମନ୍ତ୍ରୀ
ପାରମ୍ପରିକ ସ୍ୱାସ୍ଥ୍ୟସେବାକୁ ତତ୍କାଳ ଆବଶ୍ୟକତା ଠାରୁ ଅଧିକ ଆକାରରେ ଦେଖିବା ଉଚିତ, ଭବିଷ୍ୟତ ପାଇଁ ମଧ୍ୟ ପ୍ରସ୍ତୁତ ହେବା ଆମର ସାମୂହିକ ଦାୟିତ୍ୱ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱସ୍ତରୀୟ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଗତ ତିନି ଦିନ ଧରି, ପାରମ୍ପରିକ ଔଷଧ କ୍ଷେତ୍ରରେ ବିଶ୍ୱର ବିଶେଷଜ୍ଞମାନେ ଗମ୍ଭୀର ଏବଂ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଉଦ୍ଦେଶ୍ୟରେ ଭାରତ ଏକ ଦୃଢ଼ ମଞ୍ଚ ଭାବରେ କାର୍ଯ୍ୟ କରୁଥିବାରୁ ସେ ଖୁସି ପ୍ରକାଶ କରି ଏହି ପ୍ରକ୍ରିୟାରେ ‘ହୁ’ର ସକ୍ରିୟ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ହୁ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।

 

"ଏହା ଭାରତର ସୌଭାଗ୍ୟ ଏବଂ ଗର୍ବର ବିଷୟ ଯେ ଜାମନଗରରେ ହୁ ପାରମ୍ପରିକ ଔଷଧ ପାଇଁ ବିଶ୍ଵସ୍ତରୀୟ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି", ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ସେ ମନେ ପକାଇଥିଲେ ଯେ ୨୦୨୨ ମସିହାରେ ପ୍ରଥମ ପାରମ୍ପରିକ ଔଷଧ ଶିଖର ସମ୍ମିଳନୀ ସମୟରେ, ବିଶ୍ୱ ଭାରତକୁ ଏହି ଦାୟିତ୍ୱ ଅତ୍ୟନ୍ତ ଆତ୍ମବିଶ୍ୱାସର ସହିତ ପ୍ରଦାନ କରିଥିଲା। ଏହା ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ଯେ କେନ୍ଦ୍ରର ବିଶ୍ୱସନୀୟତା ଏବଂ ପ୍ରଭାବ ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି, ଏବଂ ଏହି ଶିଖର ସମ୍ମିଳନୀର ସଫଳତା ଏହାର ସର୍ବୋତ୍ତମ ଉଦାହରଣ। ସେ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ପାରମ୍ପରିକ ଜ୍ଞାନ ଏବଂ ଆଧୁନିକ ପଦ୍ଧତିର ସଙ୍ଗମକୁ ଭେଟି ଦେଉଛି, ଏବଂ ଏହା ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛି ଯାହା ଚିକିତ୍ସା ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ଭବିଷ୍ୟତକୁ ସାହାଯ୍ୟ କରିପାରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଶିଖର ସମ୍ମିଳନୀ ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନାକୁ ସୁଗମ କରିଛି, ଯାହା ମିଳିତ ଗବେଷଣାକୁ ପ୍ରୋତ୍ସାହିତ କରିବା, ନିୟମାବଳୀକୁ ସରଳ କରିବା ଏବଂ ତାଲିମ ଏବଂ ଜ୍ଞାନ ବଣ୍ଟନକୁ ଆଗକୁ ବଢ଼ାଇବା ପାଇଁ ନୂତନ ରାସ୍ତା ଖୋଲିଛି। ଭବିଷ୍ୟତରେ ପାରମ୍ପରିକ ଔଷଧକୁ ସୁରକ୍ଷିତ ଏବଂ ଅଧିକ ବିଶ୍ୱସନୀୟ କରିବାରେ ଏପରି ସହଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

 

ଶିଖର ସମ୍ମିଳନୀ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇଥିବା ସହମତି ଉପରେ ବିଶ୍ୱସ୍ତରୀୟ ସହଭାଗୀତାର ଶକ୍ତିକୁ ପ୍ରତିଫଳିତ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ , ଗବେଷଣାକୁ ସୁଦୃଢ଼ କରିବା, ପାରମ୍ପରିକ ଔଷଧ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରିବା ଏବଂ ବିଶ୍ୱବ୍ୟାପୀ ବିଶ୍ୱାସଯୋଗ୍ୟ ନିୟାମକ ଢାଞ୍ଚା ସୃଷ୍ଟି କରିବା ଦ୍ୱାରା ପାରମ୍ପରିକ ଔଷଧକୁ ବହୁଳ ଭାବରେ ସଶକ୍ତ କରାଯିବ। ଏକ୍ସପୋରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିଦ୍ୟା, ଏଆଇ- ଆଧାରିତ ଉପକରଣ, ଗବେଷଣା ନବସୃଜନ ଏବଂ ଆଧୁନିକ ସୁସ୍ଥତା ଭିତ୍ତିଭୂମି ପ୍ରଦର୍ଶନ କରାଯାଇଥିଲା, ଯାହା ମିଳିତ ଭାବରେ ପରମ୍ପରା ଏବଂ ପ୍ରଯୁକ୍ତି ବିଦ୍ୟା ମଧ୍ୟରେ ଏକ ନୂତନ ସହଯୋଗ ପ୍ରଦର୍ଶନ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଯେତେବେଳେ ପରମ୍ପରା ଏବଂ ପ୍ରଯୁକ୍ତି ଏକାଠି ହୁଏ, ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟକୁ ଅଧିକ ପ୍ରଭାବଶାଳୀ କରିବାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଏ ଏବଂ ବିଶ୍ୱ ଦୃଷ୍ଟିକୋଣରୁ ଏହି ଶିଖର ସମ୍ମିଳନୀର ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

 

"ଯୋଗ ପାରମ୍ପରିକ ଔଷଧ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ସମଗ୍ର ବିଶ୍ୱକୁ ସ୍ୱାସ୍ଥ୍ୟ, ସନ୍ତୁଳନ ଏବଂ ସମନ୍ୱୟର ପଥ ଦେଖାଇଛି", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ସ୍ମରଣ କରିଥିଲେ ଯେ , ଭାରତର ପ୍ରୟାସ ଏବଂ ୧୭୫ ରୁ ଅଧିକ ଦେଶର ସମର୍ଥନ ମାଧ୍ୟମରେ, ମିଳିତ ଜାତିସଂଘ ଜୁନ ୨୧  ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଥିଲା। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଯୋଗ ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚିଛି। ଯୋଗର ପ୍ରୋତ୍ସାହନ ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ପ୍ରଶଂସା କରିଥଲେ। ସେ ଉଲ୍ଲେଖ କରିଥିଲେ ଯେ, ଆଜି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି, ଯେଉଁମାନଙ୍କୁ ଏକ ସମ୍ମାନିତ ଜୁରି ଦ୍ୱାରା ଏକ କଠୋର ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନେ ଯୋଗ ପ୍ରତି ସମର୍ପଣ, ଶୃଙ୍ଖଳା ଏବଂ ଜୀବନବ୍ୟାପୀ ପ୍ରତିବଦ୍ଧତାର ପ୍ରତୀକ ଅଟନ୍ତି ଏବଂ ସେମାନଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣା ସ୍ୱରୂପ କାର୍ଯ୍ୟ କରେ। ପ୍ରଧାନମନ୍ତ୍ରୀ ତାଙ୍କର ହୃଦୟସ୍ପର୍ଶୀ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ସମ୍ମାନିତ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ପ୍ରଶଂସା କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଶିଖର ସମ୍ମିଳନୀର ଫଳାଫଳକୁ ସ୍ଥାୟୀ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ଜାଣି ସେ ଖୁସି। ସେ ପାରମ୍ପରିକ ଔଷଧ ବିଶ୍ୱ ପାଠାଗାରକୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ ଆରମ୍ଭ କରିବା ଉପରେ ଆଲୋକପାତ କରିଥିଲେ, ଯାହା ପାରମ୍ପରିକ ଔଷଧ ସମ୍ବନ୍ଧୀୟ ବିଜ୍ଞାନଭିତ୍ତିକ ତଥ୍ୟ ଏବଂ ନୀତିଗତ ଦସ୍ତାବିଜକୁ ଗୋଟିଏ ସ୍ଥାନରେ ସଂରକ୍ଷଣ କରିବ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ , ଏହି ପଦକ୍ଷେପ ପ୍ରତ୍ୟେକ ଦେଶକୁ ସମାନ ଭାବରେ ଉପଯୋଗୀ ସୂଚନା ପହଞ୍ଚାଇବାକୁ ସହଜ କରିବ। ସେ ମନେ ପକାଇଥିଲେ ଯେ ଏହି ପାଠାଗାରର ଘୋଷଣା ପ୍ରଥମ ହୁ ବିଶ୍ୱ ସମ୍ମିଳନୀ ସମୟରେ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ କରାଯାଇଥିଲା ଏବଂ ଆଜି ସେହି ପ୍ରତିବଦ୍ଧତା ସାକାର ହୋଇଛି।

ବିଭିନ୍ନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀମାନେ ବିଶ୍ୱ ସହଭାଗୀତାର ଏକ ଉତ୍ତମ ଉଦାହରଣ ଉପସ୍ଥାପନ କରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଅଂଶୀଦାର ଭାବରେ ମାନଦଣ୍ଡ, ସୁରକ୍ଷା ଏବଂ ନିବେଶ ଭଳି ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ଆଲୋଚନା ଦିଲ୍ଲୀ ଘୋଷଣା ପାଇଁ ପଥ ପ୍ରଶସ୍ତ କରିଛି, ଯାହା ଆଗାମୀ ବର୍ଷ ପାଇଁ ଏକ ସହଭାଗୀ ରୋଡମ୍ୟାପ୍ ଭାବରେ କାର୍ଯ୍ୟ କରିବ ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ବିଭିନ୍ନ ଦେଶର ବିଶିଷ୍ଟ ମନ୍ତ୍ରୀମାନଙ୍କ ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ଦିଲ୍ଲୀରେ, ହୁ ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଛି ଏବଂ ସେ ଏହାକୁ ଭାରତ ପକ୍ଷରୁ ଏକ ବିନମ୍ର ଉପହାର ବୋଲି ବର୍ଣ୍ଣନା କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାର୍ଯ୍ୟାଳୟ ଗବେଷଣା, ନିୟନ୍ତ୍ରଣ ଏବଂ ଦକ୍ଷତା ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

 

ଭାରତ ସାରା ବିଶ୍ୱରେ ଆରୋଗ୍ୟ ସହଭାଗୀତା ଉପରେ ଧ୍ୟାନ ଦେଉଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ ଦୁଇଟି ନିର୍ଦ୍ଦିଷ୍ଟ ସହଯୋଗର ରୂପରେଖା ଦେଇଛନ୍ତି, ପ୍ରଥମଟି ହେଉଛି ଦକ୍ଷିଣ ଏବଂ ଦକ୍ଷିଣ -ପୂର୍ବ ଏସିଆକୁ ପରିସରଭୁକ୍ତ କରି ବିମ୍ସଟେକ ଦେଶମାନଙ୍କ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା, ଏବଂ ଦ୍ୱିତୀୟଟି ହେଉଛି ବିଜ୍ଞାନ, ପାରମ୍ପରିକ ଅଭ୍ୟାସ ଏବଂ ସ୍ୱାସ୍ଥ୍ୟକୁ ସମନ୍ୱିତ କରିବା ପାଇଁ ଜାପାନ ସହିତ ଏକ ସହଯୋଗ।

ପ୍ରଧାନମନ୍ତ୍ରୀ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ, 'ସନ୍ତୁଳନ ପୁନରୁଦ୍ଧାର : ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ବିଜ୍ଞାନ ଏବଂ ଅଭ୍ୟାସ' ସାମଗ୍ରିକ ସ୍ୱାସ୍ଥ୍ୟର ମୂଳ ଚିନ୍ତାଧାରାକୁ ପ୍ରତିଫଳିତ କରେ ବୋଲି ଆଲୋକପାତ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ଆୟୁର୍ବେଦ ସ୍ୱାସ୍ଥ୍ୟ ସହିତ ସନ୍ତୁଳନକୁ ସମନ୍ଵିତ କରିଥାଏ, ଏବଂ ଯେଉଁମାନଙ୍କର ଶରୀର ଏହି ସନ୍ତୁଳନ ବଜାୟ ରଖେ କେବଳ ସେମାନେ ପ୍ରକୃତରେ ସୁସ୍ଥ। ସେ ଉଲ୍ଲେଖ କରିଥିଲେ ଯେ ଆଜି ମଧୁମେହ, ହୃଦଘାତ ଏବଂ ଡିପ୍ରେସନ ଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ, ଅନେକ ରୋଗର ପ୍ରକୃତ କାରଣ ପ୍ରାୟତଃ ଜୀବନଶୈଳୀ ଏବଂ ଅସନ୍ତୁଳନ, ଯେଉଁଥିରେ କାର୍ଯ୍ୟ-ଜୀବନ ଅସନ୍ତୁଳନ, ଖାଦ୍ୟ ଅସନ୍ତୁଳନ, ନିଦ୍ରା ଅସନ୍ତୁଳନ, ଅନ୍ତନଳୀ ମାଇକ୍ରୋବାୟୋମ୍ ଅସନ୍ତୁଳନ, କ୍ୟାଲୋରୀ ଅସନ୍ତୁଳନ ଏବଂ ଭାବପ୍ରବଣ ଅସନ୍ତୁଳନ ଅନ୍ତର୍ଭୁକ୍ତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଅସନ୍ତୁଳନ ବିଶ୍ୱବ୍ୟାପୀ ଅନେକ ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ଵାନ ସୃଷ୍ଟି କରୁଛି, ଅଧ୍ୟୟନ ଏବଂ ତଥ୍ୟ ଏହାକୁ ନିଶ୍ଚିତ କରେ, ଏବଂ ସ୍ଵୀକାର କରିଛନ୍ତି ଯେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଆହୁରି ଭଲ ଭାବରେ ବୁଝନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ 'ସନ୍ତୁଳନ ପୁନରୁଦ୍ଧାର' କେବଳ ଏକ ବିଶ୍ୱ ପ୍ରସଙ୍ଗ ନୁହେଁ ବରଂ ଏକ ବିଶ୍ୱସ୍ତରୀୟ ଆବଶ୍ୟକତା, ଏବଂ ସେ ଏହାର ସମାଧାନ ପାଇଁ ଦ୍ରୁତ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ।

ଏକବିଂଶ ଶତାବ୍ଦୀରେ ଜୀବନରେ ସନ୍ତୁଳନ ବଜାୟ ରଖିବାର ଆହ୍ଵାନ ଆହୁରି ବ୍ୟାପକ ହେବାକୁ ଯାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ , କୃତ୍ରିମ ଜ୍ଞାନ କୌଶଳ ଏବଂ ରୋବୋଟିକ୍ସ ସହିତ ଏକ ନୂତନ ପ୍ରଯୁକ୍ତିବିଦ୍ୟା ଯୁଗର ଆଗମନ ମାନବ ଇତିହାସର ସବୁଠାରୁ ବଡ଼ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରେ ଏବଂ ଆଗାମୀ ବର୍ଷଗୁଡ଼ିକରେ ଜୀବନଶୈଳୀରେ ଅଭୂତପୂର୍ବ ଭାବରେ ପରିବର୍ତ୍ତନ ହେବ। ସେ ସଚେତନ ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ଶାରୀରିକ ଶ୍ରମ ବିନା ସମ୍ବଳ ଏବଂ ସୁବିଧାର ବୃଦ୍ଧି ପାଉଥିବା ସହଜତା ସହିତ ଏପରି ହଠାତ୍ ଜୀବନଶୈଳୀ ପରିବର୍ତ୍ତନ ମାନବ ଶରୀର ପାଇଁ ଅପ୍ରତ୍ୟାଶିତ ଆହ୍ଵାନ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ପାରମ୍ପରିକ ସ୍ୱାସ୍ଥ୍ୟସେବା କେବଳ ବର୍ତ୍ତମାନର ଆବଶ୍ୟକତା ଉପରେ ଧ୍ୟାନ ଦେବା ଉଚିତ ନୁହେଁ ବରଂ ଭବିଷ୍ୟତର ଦାୟିତ୍ୱକୁ ମଧ୍ୟ ସମ୍ବୋଧିତ କରିବା ଉଚିତ, ଯାହା ସମସ୍ତଙ୍କ ପାଇଁ ଏକ ସହଭାଗୀ କର୍ତ୍ତବ୍ୟ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ପାରମ୍ପରିକ ଔଷଧ ବିଷୟରେ ଆଲୋଚନା କରାଯାଏ, ସୁରକ୍ଷା ଏବଂ ପ୍ରମାଣ ସମ୍ପର୍କରେ ଏକ ସ୍ୱାଭାବିକ ପ୍ରଶ୍ନ ଉଠେ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛି। ସେ ଉଲ୍ଲେଖ କରିଥିଲେ ଯେ, ଏହି ଶିଖର ସମ୍ମିଳନୀ ସମୟରେ ଅଶ୍ୱଗନ୍ଧାର ଉଦାହରଣ ଉପସ୍ଥାପିତ ହୋଇଥିଲା। ଶତାବ୍ଦୀ ଧରି ଭାରତର ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାରେ ଅଶ୍ୱଗନ୍ଧା ବ୍ୟବହାର ହୋଇଆସୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ ସୂଚାଇଥିଲେ ଯେ କୋଭିଡ- ୧୯ ସମୟରେ ଏହାର ବିଶ୍ୱବ୍ୟାପୀ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଏବଂ ଏହା ଅନେକ ଦେଶରେ ବ୍ୟବହାର ହେବା ଆରମ୍ଭ ହୋଇଥିଲା। ଭାରତ ଏହାର ଗବେଷଣା ଏବଂ ପ୍ରମାଣ-ଆଧାରିତ ବୈଧତା ମାଧ୍ୟମରେ ଅଶ୍ୱଗନ୍ଧାକୁ ଏକ ବିଶ୍ୱସନୀୟ ଉପାୟରେ ଆଗକୁ ବଢ଼ାଉଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଏହି ଶିଖର ସମ୍ମିଳନୀରେ ଅଶ୍ୱଗନ୍ଧା ଉପରେ ଏକ ବିଶେଷ ବିଶ୍ୱବ୍ୟାପୀ ଆଲୋଚନା ଆୟୋଜନ କରାଯାଇଥିଲା। ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଏହାର ସୁରକ୍ଷା, ଗୁଣବତ୍ତା ଏବଂ ବ୍ୟବହାର ଉପରେ ଗଭୀର ଭାବରେ ବିଚାର ବିମର୍ଶ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ , ଭାରତ ଏପରି ସମୟ-ପରୀକ୍ଷିତ ଔଷଧିକୁ ବିଶ୍ୱବ୍ୟାପୀ ଜନସ୍ୱାସ୍ଥ୍ୟର ଏକ ଅଂଶ କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ପୂର୍ବରୁ ଏକ ଧାରଣା ଥିଲା ଯେ ପାରମ୍ପରିକ ଔଷଧ କେବଳ ସୁସ୍ଥତା କିମ୍ବା ଜୀବନଶୈଳୀ ପର୍ଯ୍ୟନ୍ତ ସୀମିତ , କିନ୍ତୁ ଆଜି ଏହି ଧାରଣା ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ପାରମ୍ପରିକ ଔଷଧ ଜଟିଳ ପରିସ୍ଥିତିରେ ମଧ୍ୟ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରିବ ଏବଂ ଭାରତ ଏହି ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି। ସେ ଖୁସି ପ୍ରକାଶ କରିଥିଲେ ଯେ ଆୟୁଷ ମନ୍ତ୍ରଣାଳୟ ଏବଂ ହୁ-ପାରମ୍ପରିକ ଔଷଧ କେନ୍ଦ୍ର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଉଭୟ ଭାରତରେ ସମନ୍ୱିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ପ୍ରୟାସ କରିଛନ୍ତି, ଯାହା ଅଧୀନରେ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ଆଧୁନିକ କର୍କଟ ଚିକିତ୍ସା ସହିତ ଯୋଡାଯିବ। ଏହି ପଦକ୍ଷେପ ପ୍ରମାଣ -ଆଧାରିତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ରକ୍ତହୀନତା , ଆର୍ଥରାଇଟିସ୍ ଏବଂ ମଧୁମେହ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଉପରେ କ୍ଲିନିକାଲ୍ ଅଧ୍ୟୟନ କରୁଛନ୍ତି। ସେ କହିଥିଲେ ଯେ ଭାରତରେ ଅନେକ ଷ୍ଟାର୍ଟ-ଅପ୍ ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି, ଯୁବଶକ୍ତି ପ୍ରାଚୀନ ପରମ୍ପରାରେ ଯୋଗଦାନ କରିଛି। ଏହି ସମସ୍ତ ପ୍ରୟାସ ମାଧ୍ୟମରେ ପାରମ୍ପରିକ ଔଷଧ ସ୍ପଷ୍ଟ ଭାବରେ ନୂତନ ଉଚ୍ଚତାକୁ ଉଠୁଛି ବୋଲି ସେ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ ପାରମ୍ପରିକ ଔଷଧ ଆଜି ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଅଂଶ ଦୀର୍ଘ ସମୟ ଧରି ଏହା ଉପରେ ନିର୍ଭର କରିଆସିଛି, ତଥାପି ଏହାର ଅପାର ସମ୍ଭାବନା ସତ୍ତ୍ୱେ ପାରମ୍ପରିକ ଔଷଧକୁ ପ୍ରକୃତରେ ଉପଯୁକ୍ତ ସ୍ଥାନ ମିଳିନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଜ୍ଞାନ ମାଧ୍ୟମରେ ବିଶ୍ୱାସ ଜିତିବାକୁ ପଡିବ ଏବଂ ଏହାର ବ୍ୟାପକତାକୁ ଆହୁରି ବିସ୍ତାର କରିବାର ଏହି ଦାୟିତ୍ୱ କୌଣସି ଏକ ରାଷ୍ଟ୍ରର ନୁହେଁ ବରଂ ସମସ୍ତଙ୍କର ଏକ ମିଳିତ କର୍ତ୍ତବ୍ୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ଶିଖର ସମ୍ମିଳନୀର ଗତ ତିନି ଦିନ ମଧ୍ୟରେ ଦେଖିବାକୁ ମିଳିଥିବା ଅଂଶଗ୍ରହଣ, ଆଲୋଚନା ଏବଂ ପ୍ରତିବଦ୍ଧତା ଏହି ବିଶ୍ୱାସକୁ ଆହୁରି ଗଭୀର କରିଛି ଯେ ବିଶ୍ୱ ଏହି ଦିଗରେ ଏକାଠି ଆଗକୁ ବଢ଼ିବାକୁ ପ୍ରସ୍ତୁତ। ସେ ସମସ୍ତଙ୍କୁ ବିଶ୍ୱାସ, ସମ୍ମାନ ଏବଂ ଦାୟିତ୍ୱ ସହିତ ପାରମ୍ପରିକ ଔଷଧକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ ଏବଂ ସମ୍ମିଳନୀର ସଫଳତା ପାଇଁ ପୁଣି ଥରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ‘ହୁ’ର ମହାନିର୍ଦ୍ଦେଶକ ଡଃ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା, ଶ୍ରୀ ପ୍ରତାପ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଦ୍ୱିତୀୟ ହୁ ବିଶ୍ୱସ୍ତରୀୟ ପାରମ୍ପରିକ ଔଷଧ ସମ୍ମିଳନୀ କାର୍ଯ୍ୟକ୍ରମ ଏକ ବିଶ୍ୱସ୍ତରୀୟ, ବିଜ୍ଞାନ-ଆଧାରିତ ଏବଂ ଲୋକ-କେନ୍ଦ୍ରିକ ପାରମ୍ପରିକ ଔଷଧ ଏଜେଣ୍ଡା ଗଠନ କରିବାରେ ଭାରତର ବର୍ଦ୍ଧିତ ନେତୃତ୍ୱ ଏବଂ ଅଗ୍ରଣୀ ପଦକ୍ଷେପକୁ ଗୁରୁତ୍ୱାରୋପ କରେ।

ପ୍ରଧାନମନ୍ତ୍ରୀ ଗବେଷଣା, ମାନକୀକରଣ ଏବଂ ବିଶ୍ୱ ସହଯୋଗ ମାଧ୍ୟମରେ ପାରମ୍ପରିକ ଔଷଧ ଏବଂ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ମୁଖ୍ୟଧାରାରେ ସାମିଲ କରିବା ଉପରେ ନିରନ୍ତର ଗୁରୁତ୍ୱାରୋପ କରିଆସୁଛନ୍ତି। ଏହି ଦୃଷ୍ଟିକୋଣ ଅନୁଯାୟୀ, କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଆୟୁଷ କ୍ଷେତ୍ର ପାଇଁ ଏକ ମାଷ୍ଟର ଡିଜିଟାଲ୍ ପୋର୍ଟାଲ, ମାଇଁ ଆୟୁଷ ସମନ୍ୱିତ ସେବା ପୋର୍ଟାଲ ସମେତ ଅନେକ ଐତିହାସିକ ଆୟୁଷ ପଦକ୍ଷେପ ଆରମ୍ଭ କରିଥିଲେ। ସେ ଆୟୁଷ ମାର୍କ ମଧ୍ୟ ଉନ୍ମୋଚନ କରିଥିଲେ, ଯାହାକୁ ଆୟୁଷ ଉତ୍ପାଦ ଏବଂ ସେବାର ଗୁଣବତ୍ତା ପାଇଁ ଏକ ବିଶ୍ୱ ମାନଦଣ୍ଡ ଭାବରେ ପରିକଳ୍ପିତ କରାଯାଇଛି।

ଏହି ଅବସରରେ, ପ୍ରଧାନମନ୍ତ୍ରୀ ଯୋଗରେ ତାଲିମ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ରିପୋର୍ଟ ଏବଂ "ଫ୍ରମ୍ ରୁଟ୍ସ  ଟୁ ଗ୍ଲୋବାଲ୍ ରିଚ୍: ୧୧ ଇୟର୍ସ ଅଫ୍ ଟ୍ରାନ୍ସଫର୍ମେଶନ୍ ଇନ୍ ଆୟୁଷ" ପୁସ୍ତକ ଉନ୍ମୋଚନ କରିଥିଲେ। ସେ ଅଶ୍ୱଗନ୍ଧା ଉପରେ ଏକ ସ୍ମାରକୀ ଡାକ ଟିକେଟ୍ ମଧ୍ୟ ଉନ୍ମୋଚନ କରିଥିଲେ, ଯାହା ଭାରତର ପାରମ୍ପରିକ ଔଷଧୀୟ ଐତିହ୍ୟର ବିଶ୍ୱବ୍ୟାପକତାକୁ ପ୍ରତିଧ୍ୱନିତ କରେ।

ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ନୂତନ ହୁ-ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ କମ୍ପ୍ଲେକ୍ସର ମଧ୍ୟ ଉଦଘାଟନ କରିଥିଲେ, ଯେଉଁଥିରେ ହୁ ଭାରତ କଣ୍ଟ୍ରି ଅଫିସ ମଧ୍ୟ ରହିବ, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଭାରତର ସହଭାଗୀତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ପ୍ରଧାନମନ୍ତ୍ରୀ ୨୦୨୧ - ୨୦୨୫ ବର୍ଷ ପାଇଁ ଯୋଗର ପ୍ରୋତ୍ସାହନ ଏବଂ ବିକାଶରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତକାରୀମାନଙ୍କୁ ସମ୍ମାନିତ କରିଥିଲେ, ଯୋଗ ପ୍ରତି ସେମାନଙ୍କର ନିରନ୍ତର ସମର୍ପଣ ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଚାରକୁ ସ୍ୱୀକୃତି ଦେଇଥିଲେ। ଏହି ପୁରସ୍କାରଗୁଡ଼ିକ ଯୋଗକୁ ସନ୍ତୁଳନ, କଲ୍ୟାଣ ଏବଂ ସଦ୍ଭାବ ପାଇଁ ଏକ କାଳଜୟୀ ଅଭ୍ୟାସ ଭାବରେ ପୁନଃନିର୍ମାଣ କରନ୍ତି, ଯାହା ଏକ ସୁସ୍ଥ ଏବଂ ସୁଦୃଢ଼ ନୂତନ ଭାରତ ଗଠନରେ ଯୋଗଦାନ କରେ।

ପ୍ରଧାନମନ୍ତ୍ରୀ ଟ୍ରାଡିସନାଲ ମେଡିସିନ୍ ଡିସ୍କଭରୀ ସ୍ପେସ୍ ମଧ୍ୟ ପରିଦର୍ଶନ କରିଥିଲେ, ଏହା ଏକ ପ୍ରଦର୍ଶନୀ ଯାହା ଭାରତ ଏବଂ ବିଶ୍ୱର ପାରମ୍ପରିକ ଔଷଧ ଜ୍ଞାନ ପ୍ରଣାଳୀର ବିବିଧତା, ଗଭୀରତା ଏବଂ ସମସାମୟିକ ପ୍ରାସଙ୍ଗିକତାକୁ ପ୍ରଦର୍ଶିତ କରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି ଶିଖର ସମ୍ମିଳନୀ ୧୭ ରୁ ୧୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ "ସନ୍ତୁଳନ ପୁନରୁଦ୍ଧାର : ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ବିଜ୍ଞାନ ଏବଂ ଅଭ୍ୟାସ" ବିଷୟବସ୍ତୁ ଉପରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଛି। ଏହି ଶିଖର ସମ୍ମିଳନୀରେ ବିଶ୍ୱ ନେତା, ନୀତି ନିର୍ଦ୍ଧାରକ, ବୈଜ୍ଞାନିକ, ଅଭ୍ୟାସକାରୀ, ଆଦିବାସୀ ଜ୍ଞାନ ଧାରକ ଏବଂ ନାଗରିକ ସମାଜ ପ୍ରତିନିଧିମାନଙ୍କ ମଧ୍ୟରେ ସମାନ, ସ୍ଥାୟୀ ଏବଂ ପ୍ରମାଣ-ଚାଳିତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଗକୁ ବଢାଇବା ଉପରେ ସହଯୋଗଭିତ୍ତିକ ଆଲୋଚନା ହୋଇଥିଲା।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Semiconductor Market Set to Hit $300 Billion, Projected Sixfold Growth by 2035

Media Coverage

India Semiconductor Market Set to Hit $300 Billion, Projected Sixfold Growth by 2035
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Anutin Charnvirakul on his election as Prime Minister of the Kingdom of Thailand
March 20, 2026

Prime Minister Shri Narendra Modi today extended his heartiest congratulations to Mr. Anutin Charnvirakul on his election as the Prime Minister of the Kingdom of Thailand.

The Prime Minister expressed his keen interest in working closely with the new Thai leadership to further strengthen the multifaceted India-Thailand Strategic Partnership. Shri Modi noted that the ties between the two nations are deeply rooted in a shared civilizational heritage, close cultural connections, and vibrant people-to-people ties. He further affirmed that India and Thailand remain united in their shared aspirations for peace, progress, and prosperity for their respective peoples.

The Prime Minister wrote on X:

"Heartiest congratulations to Mr. Anutin Charnvirakul on his election as Prime Minister of the Kingdom of Thailand. I look forward to working closely with him. Together, we will further deepen the multifaceted India-Thailand Strategic Partnership. Our ties are rooted in shared civilisational heritage, close cultural connect and vibrant people-to-people ties. India and Thailand remain united in our shared aspirations for peace, progress and prosperity for our peoples."