ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ପଞ୍ଚବିଂଶତମ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଏସସିଓ ବିକାଶ ରଣନୀତି, ବିଶ୍ୱ ଶାସନ ସଂସ୍କାର, ଆତଙ୍କବାଦ ବିରୋଧୀ ପ୍ରୟାସ, ଶାନ୍ତି ଓ ସୁରକ୍ଷା, ଆର୍ଥିକ ଓ ବିତ୍ତୀୟ ସହଯୋଗ ଏବଂ ନିରନ୍ତର ବିକାଶ ଉପରେ ଫଳପ୍ରଦ ଆଲୋଚନା ହୋଇଛି।

 

ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏସସିଓ ଢାଞ୍ଚା ଅଧୀନରେ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଉଲ୍ଲେଖ କରିଥିଲେ ଯେ ଭାରତ ତିନୋଟି ସ୍ତମ୍ଭ - ସୁରକ୍ଷା, ସମ୍ପର୍କ ଏବଂ ସୁଯୋଗ ଅଧୀନରେ ବ୍ୟାପକ କାର୍ଯ୍ୟ କରିବାକୁ ଚାହୁଁଛି। ଶାନ୍ତି, ସୁରକ୍ଷା ଓ ସ୍ଥିରତାକୁ ପ୍ରଗତି ଓ ସମୃଦ୍ଧିର ଆଧାର ରୂପେ ଅଭିହିତ କରି, ସେ ସଦସ୍ୟ ଦେଶଗୁଡ଼ିକୁ ଆତଙ୍କବାଦର ସମସ୍ତ ସ୍ୱରୂପକୁ ମୁକାବିଲା କରିବା ପାଇଁ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ମୌଳବାଦ ବିରୋଧରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଦସ୍ୟ ଦେଶମାନଙ୍କୁ ଦୃଢ଼ ଏକତା ପାଇଁ ଧନ୍ୟବାଦ ଜଣାଇ ସେ ଆତଙ୍କବାଦ ମୁକାବିଲା କରିବାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ୍ ନୁହେଁ ବୋଲି ଗୁରୁତ୍ୱାରୋପ କରିଥିଲେ। ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଉତ୍ତରଦାୟୀ କରିବା ଲାଗି ସେ ଜୋର ଦେଇଥିଲେ।

 

ବିକାଶ ଏବଂ ବିଶ୍ୱାସକୁ ପ୍ରୋତ୍ସାହିତ କରିବାରେ ଯୋଗାଯୋଗର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଚାବାହାର ବନ୍ଦର ଏବଂ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ଭଳି ପ୍ରକଳ୍ପଗୁଡ଼ିକୁ ଦୃଢ଼ ଭାବରେ ସମର୍ଥନ କରେ। ସେ ଷ୍ଟାର୍ଟ-ଅପ୍, ନବସୃଜନ, ଯୁବ ସଶକ୍ତିକରଣ ଏବଂ ସହଭାଗୀ ଐତିହ୍ୟ କ୍ଷେତ୍ରରେ ସୁଯୋଗ ବିଷୟରେ ମଧ୍ୟ କହିଥିଲେ, ଯାହାକୁ ଏସସିଓ ଢାଞ୍ଚା ଅଧୀନରେ ଆଗକୁ ବଢ଼ାଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଲୋକମାନଙ୍କ ମଧ୍ୟରେ ଉନ୍ନତ ସମ୍ପର୍କ ଏବଂ ସାଂସ୍କୃତିକ ବୁଝାମଣାକୁ ବଢ଼ାଇବା ଲାଗି ଏହି ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ସଭ୍ୟତାଗତ ଆଲୋଚନା ମଞ୍ଚ ଆରମ୍ଭ କରିବାକୁ ପ୍ରସ୍ତାବ ରଖିଥିଲେ।

ପ୍ରଧାନମନ୍ତ୍ରୀ ଗୋଷ୍ଠୀର ସଂସ୍କାର-ମୁଖୀ ଏଜେଣ୍ଡା ପ୍ରତି ସମର୍ଥନ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚାଲାଣ ଏବଂ ସାଇବର ସୁରକ୍ଷା ମୁକାବିଲା ପାଇଁ କେନ୍ଦ୍ର ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ। ସେ ଜାତିସଂଘ ସମେତ ବହୁପାକ୍ଷିକ ପ୍ରତିଷ୍ଠାନଗୁଡ଼ିକୁ ସଂସ୍କାର ଆଣିବା ପାଇଁ ରାଷ୍ଟ୍ରଗୋଷ୍ଠୀ ଦ୍ୱାରା ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।

 

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତାଙ୍କର ଉଦାର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଏସସିଓର ପରବର୍ତ୍ତୀ ସଭାପତିତ୍ୱ ଗ୍ରହଣ କରିବା ପାଇଁ କିର୍ଗିଜସ୍ତାନକୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ଶିଖର ସମ୍ମିଳନୀର ଶେଷରେ, ଏସସିଓ ସଦସ୍ୟ ଦେଶଗୁଡ଼ିକ ତିଆନଜିନ୍ ଘୋଷଣାନାମାକୁ ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ ଏଠାରେ ଦେଖିହେବ [ଲିଙ୍କ]

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026