ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୭ ଜୁଲାଇ ୨୦୨୫ରେ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ନେତାମାନେ ବୈଶ୍ୱିକ ଶାସନରେ ସଂସ୍କାର, ବିଶ୍ୱର ଦକ୍ଷିଣ ଭାଗରେ ସ୍ୱର ଉତ୍ତୋଳନ ବୃଦ୍ଧି, ଶାନ୍ତି ଓ ସୁରକ୍ଷା, ବହୁପାକ୍ଷିକତାକୁ ସୁଦୃଢ଼ ​​କରିବା, ବିକାଶ ପ୍ରସଙ୍ଗ ତଥା କୃତ୍ରିମ ବୁଦ୍ଧିମତ୍ତା ସମେତ ବ୍ରିକ୍ସ ଏଜେଣ୍ଡାର ବିଭିନ୍ନ ପ୍ରସଙ୍ଗ ଉପରେ ଫଳପ୍ରଦ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ତାଙ୍କର ଭବ୍ୟ ଆତିଥ୍ୟ ଏବଂ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ "ବୈଶ୍ୱିକ ଶାସନ ସଂସ୍କାର ଏବଂ ଶାନ୍ତି ଓ ସୁରକ୍ଷା" ଶୀର୍ଷକ ଉଦଘାଟନୀ ଅଧିବେଶନରେ ସମ୍ବୋଧିତ କରିଥିଲେ । ପରେ, ପ୍ରଧାନମନ୍ତ୍ରୀ "ବହୁମୁଖୀ, ଅର୍ଥନୈତିକ ବ୍ୟାପାର ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ ​​କରିବା" ଶୀର୍ଷକ ଏକ ଅଧିବେଶନରେ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅଧିବେଶନରେ ବ୍ରିକ୍ସ ଅଂଶୀଦାର ଏବଂ ନିମନ୍ତ୍ରିତ ଦେଶମାନେ ଅଂଶଗ୍ରହଣ କରିଥିଲେ ।

 

ବୈଶ୍ୱିକ ଶାସନ ଏବଂ ଶାନ୍ତି ଓ ସୁରକ୍ଷା ଉପରେ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ଦକ୍ଷିଣ ଭାଗରେ ସ୍ୱର ଉତ୍ତୋଳନ ବୃଦ୍ଧି କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃଦୋହରାଇଲେ । ସେ ଉଲ୍ଲେଖ କରିଥିଲେ ଯେ, ବିକାଶଶୀଳ ଦେଶଗୁଡ଼ିକୁ ଜଳବାୟୁ, ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧତା ଦୃଷ୍ଟିରୁ ସ୍ଥାୟୀ ବିକାଶ ପାଇଁ ଅଧିକ ସହଯୋଗର ଆବଶ୍ୟକତା ରହିଛି । ବିଂଶ ଶତାବ୍ଦୀର ବିଶ୍ୱ ସଂଗଠନଗୁଡ଼ିକ ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ଅସମର୍ଥ ବୋଲି ସେ ଉଲ୍ଲେଖ କରିଥିଲେ । ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ କେତେକ ସଂସ୍କାରର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏକ ବହୁଧ୍ରୁବୀୟ ଏବଂ ସମାବେଶୀ ବିଶ୍ୱ ବ୍ୟବସ୍ଥା ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସାମୟିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ, ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ଭଳି ବୈଶ୍ୱିକ ନେତ୍ୱତ୍ୱ ଆଧାରିତ ପ୍ରତିଷ୍ଠାନଗୁଡ଼ିକୁ ଜରୁରୀ ସଂସ୍କାର କରିବାକୁ ପଡିବ । ସେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏଥିସହିତ ଶିଖର ଘୋଷଣାନାମାରେ ଏହି ପ୍ରସଙ୍ଗରେ ଏକ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ନେତାମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।

ଶାନ୍ତି ଏବଂ ସୁରକ୍ଷା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଆତଙ୍କବାଦ ମାନବଜାତି ପାଇଁ ଏକ ଗମ୍ଭୀର ସମସ୍ୟା । ଏହି ପରିପ୍ରେକ୍ଷୀରେ, ସେ ଉଲ୍ଲେଖ କରିଥିଲେ ଯେ, ୨୦୨୫ ମସିହା ଏପ୍ରିଲ ମାସରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ଆକ୍ରମଣ ନଥିଲା, ବରଂ ସମଗ୍ର ମାନବଜାତି ଉପରେ ଏକ ଆକ୍ରମଣ ଥିଲା । ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଯେଉଁମାନେ ଆତଙ୍କବାଦୀଙ୍କୁ ପାଣ୍ଠି, ପ୍ରୋତ୍ସାହନ କିମ୍ବା ସୁରକ୍ଷିତ ଆଶ୍ରୟ ପ୍ରଦାନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ସେ ଜୋର ଦେଇଥିଲେ ଯେ, ଆତଙ୍କବାଦ ସହିତ ମୁକାବିଲା କରିବାରେ କୌଣସି ଦ୍ୱନ୍ଦ୍ୱଯୁକ୍ତ ମାନଦଣ୍ଡ ରହିବା ଉଚିତ୍ ନୁହେଁ । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଅତ୍ୟନ୍ତ କଠୋର ଶବ୍ଦରେ ନିନ୍ଦା କରିବା ପାଇଁ ସେ ବ୍ରିକ୍ସ ନେତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆତଙ୍କବାଦ ବିରୁଦ୍ଧରେ ବୈଶ୍ୱିକ ଲଢ଼େଇକୁ ସୁଦୃଢ କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକୁ ଆହ୍ୱାନ କରି, ଏହି ବିପଦର ମୁକାବିଲା କରିବାରେ ଶୂନ୍ୟ ସହନଶୀଳତା ରହିବା ଉଚିତ ବୋଲି ସେ ଜୋର ଦେଇଥିଲେ ।

 

ଏହି ବିଷୟ ଉପରେ ଆହୁରି ବିସ୍ତାର ଭାବରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପଶ୍ଚିମ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ମତଭେଦ ଏକ ଗଭୀର ଚିନ୍ତାର ବିଷୟ । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ସର୍ବଦା ଏହିପରି ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ସମାଧାନ ପାଇଁ ଆହ୍ୱାନ ଦେଇଆସିଛି ଏବଂ ଏହିପରି ପ୍ରୟାସରେ ଯୋଗଦାନ ଦେବାକୁ ସର୍ବଦା ପ୍ରସ୍ତୁତ ରହିଛି ।

"ବହୁମୁଖୀ, ଅର୍ଥନୈତିକ ବ୍ୟାପାର ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ ​​କରିବା" ଶୀର୍ଷକ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ବିବିଧତା ଏବଂ ବହୁଧ୍ରୁବୀୟତା ବ୍ରିକ୍ସର ମୂଲ୍ୟବୋଧ ଭିତ୍ତିକ ଶକ୍ତି । ସେ କହିଥିଲେ ଯେ ଯେତେବେଳେ ବିଶ୍ୱ କ୍ରମଶଃ ଚାପ ମଧ୍ୟରେ ରହିଥିଲା ଏବଂ ବିଶ୍ୱ ସମ୍ପ୍ରଦାୟ ଅନିଶ୍ଚିତତା ଓ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା, ସେତେବେଳେ ବ୍ରିକ୍ସର ପ୍ରାସଙ୍ଗିକତା ଅତ୍ୟନ୍ତ ସ୍ପଷ୍ଟ ଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିକ୍ସ ଏକ ବହୁଧ୍ରୁବୀୟ ବିଶ୍ୱ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହି ପରିପ୍ରେକ୍ଷୀରେ, ସେ ଚାରୋଟି ପରାମର୍ଶ ପ୍ରଦାନ କରିଥିଲେ: ପ୍ରଥମତଃ, ବ୍ରିକ୍ସ ନୂତନ ବିକାଶ ବ୍ୟାଙ୍କର ପ୍ରକଳ୍ପ ପ୍ରଦାନ ପାଇଁ ଚାହିଦା ଆଧାରିତ ନୀତି ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱକୁ ଅନୁସରଣ କରିବା ଉଚିତ; ଦ୍ୱିତୀୟତଃ, ଏହି ଦଳ ଏକ ବିଜ୍ଞାନ ଓ ଗବେଷଣା ଭଣ୍ଡାର ସ୍ଥାପନ କରିବାକୁ ବିଚାର କରିବ ଯାହା ବିଶ୍ୱର ଦକ୍ଷିଣ ଭାଗ ଦେଶଗୁଡ଼ିକ ପାଇଁ ଲାଭଦାୟକ ହୋଇପାରିବ; ତୃତୀୟତଃ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଏବଂ ସ୍ଥିର କରିବା ଉପରେ ଧ୍ୟାନ ଦିଆଯିବା ଉଚିତ; ଏବଂ ଚତୁର୍ଥରେ ଏହି ଦଳ ଦାୟିତ୍ୱବାନ AI ପାଇଁ କାମ କରିବା ଉଚିତ - AI ର କାର୍ଯ୍ୟ କୌଶଳକୁ ଅନୁଧ୍ୟାନ କରିବା ସହିତ, ଏହି କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବା ଉଚିତ ।

 

ନେତାମାନଙ୍କ ଅଧିବେଶନର ଶେଷରେ, ସଦସ୍ୟ ଦେଶଗୁଡ଼ିକ 'ରିଓ ଡି ଜେନେରିଓ ଘୋଷଣାନାମା'କୁ ଗ୍ରହଣ କରିଥିଲେ।

 

Click here to read full text speech of Reform of Global Governance

Click here to read full text speech of Peace and Security

Click here to read full text speech of Strengthening Multilateral, Economic-Financial Affairs and Artificial Intelligence

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Years In Govt, Still Popular Among Citizens’: Meloni Praises PM Modi’s Vision, Pragmatism

Media Coverage

‘Years In Govt, Still Popular Among Citizens’: Meloni Praises PM Modi’s Vision, Pragmatism
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the sacred legacy of our motherland and praying for universal prosperity
May 21, 2026

Prime Minister Shri Narendra Modi today shared a Sanskrit Subhashitam, noting that our motherland has been the sacred land of spiritual practice and worship, as well as courage, strength, and universal welfare. Shri Modi expressed his earnest wish that this holy land of great heritage and ancient culture may always keep everyone replete with happiness and prosperity.

The Prime Minister posted on X:

"हमारी मातृभूमि साधना और उपासना के साथ-साथ साहस, शक्ति और सर्व-कल्याण की पुण्यभूमि रही है। महान विरासत और प्राचीन संस्कृति की यह पावन धरती हर किसी को सदैव सुख-समृद्धि से परिपूर्ण रखे, यही कामना है।

यस्यां पूर्वे पूर्वजना विचक्रिरे यस्यां देवा असुरानभ्यवर्तयन् ।
गवामश्वानां वयसश्च विष्ठा भगं वर्चः पृथिवी नो दधातु ।।"

May the land where our ancestors performed great and benevolent deeds, and where the gods defeated the unjust forces, that motherland, full of livestock and power, grant us vast space and prosperity.