ଦିଲ୍ଲୀରେ ଓଡ଼ିଶା ପର୍ବରେ ଅଂଶଗ୍ରହଣ କରି ଆନନ୍ଦିତ, ଏହି ରାଜ୍ୟ ଭାରତର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ବରଦାନ ସଦୃଶ ପାଇଥିବା ନିଜର ସାଂସ୍କୃତିକ ଐତିହ୍ୟ ପାଇଁ ସମଗ୍ର ଦେଶ ଓ ବିଶ୍ୱରେ ପ୍ରଶଂସିତ ହୋଇଛି : ପ୍ରଧାନମନ୍ତ୍ରୀ
ଓଡ଼ିଶାର ସଂସ୍କୃତି ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ସଶକ୍ତ କରିଛି, ଯେଉଁଥିରେ ରାଜ୍ୟର ପୁଅ ଝିଅମାନେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି: ପ୍ରଧାନମନ୍ତ୍ରୀ
ଭାରତର ସାଂସ୍କୃତିକ ସମୃଦ୍ଧିରେ ଓଡ଼ିଆ ସାହିତ୍ୟର ଅବଦାନ ସମ୍ପର୍କରେ ଅନେକ ଉଦାହରଣ ଆମେ ଦେଖିପାରୁଛୁ: ପ୍ରଧାନମନ୍ତ୍ରୀ
ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି, ସ୍ଥାପତ୍ୟ ଓ ବିଜ୍ଞାନ ସବୁବେଳେ ସ୍ୱତନ୍ତ୍ର ରହି ଆସିଛି, ଏହି ସ୍ଥାନର ପ୍ରତ୍ୟେକ ପରିଚୟକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ଆମକୁ ନିରନ୍ତର ଅଭିନବ ପଦକ୍ଷେପ ନେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
ଓଡ଼ିଶାର ବିକାଶ ପାଇଁ ଆମେ ସବୁ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ, ଏଠାରେ ବନ୍ଦର ଭିତ୍ତିକ ଶିଳ୍ପ ବିକାଶର ପ୍ରଚୁର ସମ୍ଭାବନା ରହିଛି: ପ୍ରଧାନମନ୍ତ୍ରୀ
ଓଡ଼ିଶା ଭାରତର ଖଣି ଓ ଧାତବ ଶକ୍ତିକେନ୍ଦ୍ର ଯାହା ଏହାକୁ ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରରେ ଦୃଢ଼ ସ୍ଥିତିରେ ପହଞ୍ଚାଇଛି
ଓଡ଼ିଶାରେ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ
ଆଜି ଓଡିଶାର ନିଜସ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ ଏବଂ ଓଡ଼ିଆ ଭାଗବତର ଲେଖକ ଶ୍ରୀଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓଡ଼ିଶା ସର୍ବଦା ସନ୍ଥ ଓ ପଣ୍ଡିତଙ୍କ ବାସସ୍ଥଳୀ ହୋଇ ରହିଆସିଛି ବୋଲି ଶ୍ରୀ ମୋଦୀ କହିଥିଲେ। ଶାରଳା ମହାଭାରତ, ଓଡ଼ିଆ ଭାଗବତ ଭଳି ମହାନ ସାହିତ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ସାଧୁ ସନ୍ଥ ଓ ପଣ୍ଡିତମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ। ଓଡ଼ିଆ ଭାଷାରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ବ୍ୟାପକ ସାହିତ୍ୟ କୃତି ରହିଛି ବୋଲି ସେ କହିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଏକ ଗାଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକଦା ମହାପ୍ରଭୁ ଜଗନ୍ନାଥ ଯୁଦ୍ଧର ନେତୃତ୍ୱ ନେଇଥିଲେ ଏବଂ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ମାଣିକ ଗଉଡ଼ୁଣୀ ନାମ୍ନୀ ଜଣେ ଭକ୍ତଙ୍କ ହାତରୁ ଦହି ଖାଇଥିଲେ । ଏହା ମହାପ୍ରଭୁଙ୍କ ସରଳତାକୁ ପ୍ରଦର୍ଶିତ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ପ୍ରଭୁଙ୍କ ମହିମାକୁ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଉପରୋକ୍ତ କାହାଣୀରୁ ଅନେକ ଶିକ୍ଷା ମିଳିଥାଏ। ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଯଦି ଆମେ ଭଲ ଉଦ୍ଦେଶ୍ୟରେ କାମ କରୁ ତେବେ ଭଗବାନ ନିଜେ ସେହି କାମର ନେତୃତ୍ୱ ନିଅନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଭଗବାନ ସର୍ବଦା ଆମ ସହିତ ଅଛନ୍ତି ଏବଂ ଆମେ କୌଣସି ବିପଜ୍ଜନକ ପରିସ୍ଥିତିରେ ଏକାକୀ ଅଛୁ ବୋଲି ଆମେ କେବେ ଅନୁଭବ କରିବା ଉଚିତ୍‌ ନୁହେଁ ।

 

‘‘ଯେତେ କଷ୍ଟ ସହିବାକୁ ହେଲେ ବି ଜଗତକୁ ଉଦ୍ଧାର କରିବାକୁ ହେବ’’ ବୋଲି ଓଡ଼ିଆ କବି ଭୀମ ଭୋଇଙ୍କ ପଦ୍ୟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହିଁ ଓଡ଼ିଶାର ସଂସ୍କୃତି। ଶ୍ରୀ ମୋଦୀ କହିଥିଲେ ଯେ, ପୁରୀ ଧାମ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ଦୃଢ଼ କରିଛି। ଓଡ଼ିଶାର ବୀର ସନ୍ତାନମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଦେଶକୁ ଦିଗଦର୍ଶନ ଦେଇଥିଲେ । ପାଇକ ବିଦ୍ରୋହର ସହିଦଙ୍କ ଋଣ ଆମେ କେବେ ବି ପରିଶୋଧ କରିପାରିବା ନାହିଁ ବୋଲି ସେ କହିଥିଲେ। ପାଇକ ବିଦ୍ରୋହ ଉପରେ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଜାରି କରିବାର ସୁଯୋଗ ମିଳିବା ତାଙ୍କ ସରକାରଙ୍କ ସୌଭାଗ୍ୟ ବୋଲି ଶ୍ରୀ ମୋଦୀ କହିଥିଲେ।

ବର୍ତ୍ତମାନ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଅବଦାନକୁ ସମଗ୍ର ଦେଶ ସ୍ମରଣ କରୁଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ କହିଥିଲେ, ସରକାର ତାଙ୍କର ୧୨୫ତମ ଜୟନ୍ତୀକୁ ବ୍ୟାପକ ଭାବେ ପାଳନ କରୁଛନ୍ତି। ଓଡ଼ିଶା ଅତୀତରୁ ଆଜି ପର୍ଯ୍ୟନ୍ତ ଦେଶକୁ ଯେଉଁ ଦକ୍ଷ ନେତୃତ୍ୱ ଦେଇଛି ସେଥିପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ରେଖାପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ତାଙ୍କ ପ୍ରେରଣାରେ ଆଜି ଭାରତରେ ଆଦିବାସୀ କଲ୍ୟାଣ ପାଇଁ ହଜାର ହଜାର କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହୋଇଛି ଏବଂ ଏହି ଯୋଜନାଗୁଡ଼ିକ କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ଭାରତର ଆଦିବାସୀ ସମାଜକୁ ଉପକୃତ କରୁଛି।

 

ଓଡ଼ିଶା ନାରୀ ଶକ୍ତିର ଭୂମି ଏବଂ ମାତା ସୁଭଦ୍ରାଙ୍କ ରୂପରେ ଏହାର ଶକ୍ତି ବିରାଜମାନ କରିଛି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ମହିଳାମାନେ ପ୍ରଗତି କଲେ ହିଁ ଓଡ଼ିଶାର ପ୍ରଗତି ହେବ । କିଛିଦିନ ତଳେ ତାଙ୍କୁ ଓଡ଼ିଶାର ମା’ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା, ଯାହା ଓଡ଼ିଶାର ମହିଳାମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।

ଭାରତର ସାମୁଦ୍ରିକ ଶକ୍ତିକୁ ଏକ ନୂତନ ଦିଗ ଦେବାରେ ଓଡ଼ିଶାର ଅବଦାନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ କହିଥିଲେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଶାର କଟକସ୍ଥିତ ମହାନଦୀ କୂଳରେ ଭବ୍ୟ ଢଙ୍ଗରେ ଆୟୋଜିତ ହୋଇଥିବା ବାଲିଯାତ୍ରା ଗତକାଲି ଶେଷ ହୋଇଛି। ବାଲିଯାତ୍ରା ଭାରତର ସାମୁଦ୍ରିକ ଶକ୍ତିର ପ୍ରତୀକ । ଅତୀତର ନାବିକମାନଙ୍କ ସାହସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଭଳି ଆଧୁନିକ ଜ୍ଞାନକୌଶଳର ଅଭାବ ସତ୍ତ୍ୱେ ସେମାନେ ସମୁଦ୍ରରେ ଯାତାୟାତ ଏବଂ ପାର ହେବା ପାଇଁ ଯଥେଷ୍ଟ ସାହସୀ ଥିଲେ । ଇଣ୍ଡୋନେସିଆର ବାଲି, ସୁମାତ୍ରା, ଜାଭା ଭଳି ସ୍ଥାନକୁ ବ୍ୟବସାୟୀମାନେ ଜାହାଜରେ ଯାତ୍ରା କରୁଥିଲେ, ଯାହା ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ସହ ବିଭିନ୍ନ ସ୍ଥାନରେ ସଂସ୍କୃତିର ପ୍ରଚାରପ୍ରସାର କରିବାରେ ସହାୟକ ହୋଇଥିଲା । ବିକଶିତ ଭାରତର ସଂକଳ୍ପ ହାସଲରେ ଆଜି ଓଡ଼ିଶାର ସାମୁଦ୍ରିକ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଶାକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ଦୀର୍ଘ ୧୦ ବର୍ଷ ଧରି ନିରନ୍ତର ପ୍ରୟାସ ପରେ ଆଜି ଓଡ଼ିଶାପାଇଁ ଏକ ନୂଆ ଭବିଷ୍ୟତର ଆଶା ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାବାସୀଙ୍କ ଅଭୂତପୂର୍ବ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ ଏହା ରାଜ୍ୟର ଆଶାକୁ ନୂଆ ସାହସ ଦେଇଛି। ସରକାର ବଡ଼ ସ୍ୱପ୍ନ ଦେଖିଥିଲେ ଏବଂ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଯାହା ଆଜି ସାକାର ହେବାକୁ ଯାଉଛି ବୋଲି ସେ କହିଥିଲେ। ୨୦୩୬ ମସିହାରେ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ମାନ୍ୟତାର ଶତବାର୍ଷିକୀ ପାଳନ କରାଯିବ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଓଡ଼ିଶାକୁ ଦେଶର ଅନ୍ୟତମ ଶକ୍ତିଶାଳୀ, ସମୃଦ୍ଧ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ରହିଛି।

 

ଶ୍ରୀ ମୋଦୀ କହିଥିଲେ, ଏକ ସମୟ ଥିଲା ଯେତେବେଳେ ଓଡ଼ିଶା ଭଳି ରାଜ୍ୟ ସମେତ ଭାରତର ପୂର୍ବ ଭାଗକୁ ପଛୁଆ ବୋଲି ବିବେଚନା କରାଯାଉଥିଲା । ସେ ଭାରତର ପୂର୍ବ ଭାଗକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ୍ ଭାବେ ବିବେଚନା କରିଥିଲେ। ତେଣୁ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଛନ୍ତି ଏବଂ ଆଜି ସମଗ୍ର ପୂର୍ବ ଭାରତରେ ଯୋଗାଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଥିଲେ। ୧୦ ବର୍ଷ ପୂର୍ବେ କେନ୍ଦ୍ର ସରକାର ଯେତିକି ବଜେଟ୍ ଦେଉଥିଲେ, ଆଜି ଓଡ଼ିଶାକୁ ୩ ଗୁଣ ଅଧିକ ବଜେଟ୍ ମିଳୁଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାର ବିକାଶ ପାଇଁ ୩୦ ପ୍ରତିଶତ ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସରକାର ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

 

‘‘ବନ୍ଦର ଭିତ୍ତିକ ଶିଳ୍ପ ବିକାଶ ପାଇଁ ଓଡ଼ିଶାରେ ପ୍ରଚୁର ସମ୍ଭାବନା ରହିଛି’’, ପ୍ରଧାନମନ୍ତ୍ରୀ କହିଥିଲେ । ଧାମରା, ଗୋପାଳପୁର, ଅସ୍ତରଙ୍ଗ, ପାଲୁର ଓ ସୁବର୍ଣ୍ଣରେଖାଠାରେ ବନ୍ଦରର ବିକାଶ କରି ବାଣିଜ୍ୟକୁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଥିଲେ। ଓଡ଼ିଶାକୁ ଭାରତର ଖଣି ଓ ଧାତବ ଶକ୍ତି କେନ୍ଦ୍ର ବୋଲି ଅଭିହିତ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଏହା ଇସ୍ପାତ, ଆଲୁମିନିୟମ୍ ଏବଂ ଶକ୍ତି କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିଛି। ଏହି ସବୁ କ୍ଷେତ୍ର ଉପରେ ଧ୍ୟାନ ଦେଲେ ଓଡ଼ିଶାରେ ସମୃଦ୍ଧିର ନୂଆ ବାଟ ଖୋଲାଯାଇପାରିବ ବୋଲି ସେ କହିଛନ୍ତି।

ଓଡ଼ିଶାରେ କାଜୁ, ଝୋଟ, କପା, ହଳଦୀ ଓ ତୈଳବୀଜ ଉତ୍ପାଦନ ପ୍ରଚୁର ପରିମାଣରେ ହେଉଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଉତ୍ପାଦଗୁଡ଼ିକ ଯେପରି ବଡ଼ ବଜାରରେ ପହଞ୍ଚିପାରିବ ଏବଂ ଏହା ଦ୍ୱାରା କୃଷକମାନେ ଲାଭବାନ ହେବେ ସେଥିପାଇଁ ସରକାରଙ୍କ ପ୍ରୟାସ ରହିଛି । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ବ୍ୟାପକ ସମ୍ପ୍ରସାରଣ ର ସୁଯୋଗ ରହିଛି ଏବଂ ବିଶ୍ୱ ବଜାରରେ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଏକ ବ୍ରାଣ୍ଡ୍ ରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ।

 

 

ଓଡ଼ିଶାକୁ ନିବେଶକଙ୍କ ପସନ୍ଦର ସ୍ଥାନରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ବ୍ୟବସାୟକୁ ସୁଗମ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଉତ୍କର୍ଷ ଉତ୍କଳ ମାଧ୍ୟମରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରାଯାଉଛି । ଓଡ଼ିଶାରେ ନୂଆ ସରକାର ଗଠନ ହେବା ମାତ୍ରେ ପ୍ରଥମ ୧୦୦ ଦିନ ମଧ୍ୟରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ଓଡ଼ିଶାର ନିଜସ୍ୱ ଦୂରଦୃଷ୍ଟି ଏବଂ ଏକ ରୋଡମ୍ୟାପ୍ ରହିଛି, ଯାହା ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପ୍ରୟାସ ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶାର ସାମର୍ଥ୍ୟକୁ ସଠିକ ଦିଗରେ ଉପଯୋଗ କରି ଏହାକୁ ବିକାଶର ନୂତନ ଉଚ୍ଚତାରେ ପହଞ୍ଚାଇ ହେବ ବୋଲି ଶ୍ରୀ ମୋଦୀ କହିଥିଲେ। ଓଡ଼ିଶା ଏହାର ରଣନୀତିକ ଅବସ୍ଥିତିରୁ ଉପକୃତ ହୋଇପାରିବ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ଓଡ଼ିଶାରୁ ଖୁବ୍‌ ସହଜ । ‘‘ଓଡ଼ିଶା ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ପାଇଁ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର’’ ବୋଲି ଅଭିହିତ କରି ଶ୍ରୀ ମୋଦୀ କହିଥିଲେ, ଆଗାମୀ ଦିନରେ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ । ରାଜ୍ୟରୁ ରପ୍ତାନି ବୃଦ୍ଧି ଲକ୍ଷ୍ୟ ଉପରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ଓଡ଼ିଶାରେ ସହରୀକରଣକୁ ପ୍ରୋତ୍ସାହିତ କରିବାର ପ୍ରଚୁର ସମ୍ଭାବନା ରହିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଏ ଦିଗରେ ଠୋସ୍ ପଦକ୍ଷେପ ନେଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ବହୁ ସଂଖ୍ୟକ ଗତିଶୀଳ ଏବଂ ଭଲ ଭାବରେ ସଂଯୁକ୍ତ ସହର ନିର୍ମାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନୂଆ ଭିତ୍ତିଭୂମି ର ବିକାଶ ଦ୍ବାରା ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ।

 

ଉଚ୍ଚଶିକ୍ଷା କ୍ଷେତ୍ର ଉପରେ ଦୃଷ୍ଟିପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଓଡ଼ିଶା ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ଆଶା । ରାଜ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ରହିଛି, ଯାହା ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହେବା ପାଇଁ ପ୍ରେରଣା ଦେଇଛି। ଏହି ପ୍ରୟାସ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଛନ୍ତି।

ସାଂସ୍କୃତିକ ସମୃଦ୍ଧି ହେତୁ ଓଡ଼ିଶା ସବୁବେଳେ ସ୍ୱତନ୍ତ୍ର ରହିଆସିଛି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଓଡ଼ିଶାର କଳା ସମସ୍ତଙ୍କୁ ଆକର୍ଷିତ କରିଥାଏ, ତାହା ଓଡ଼ିଶୀ ନୃତ୍ୟ ହେଉ କି ଓଡ଼ିଶାର ଚିତ୍ରକଳା ହେଉ କିମ୍ବା ପଟ୍ଟଚିତ୍ରରେ ଦେଖାଯାଉଥିବା ଜୀବନ୍ତ ସ୍ୱରୂପ ହେଉ କିମ୍ବା ଆଦିବାସୀ କଳାର ପ୍ରତୀକ ସଉରା ଚିତ୍ରକଳା। ଓଡ଼ିଶାର ସମ୍ବଲପୁରୀ, ବୋମକାଇ ଓ କୋଟପାଡ଼ ବୁଣାକାରଙ୍କ କାରିଗରୀ ଅତ୍ୟନ୍ତ ଚମତ୍କାର। କଳା ଓ କାରିଗରୀକୁ ଆମେ ଯେତେ ଅଧିକ ବିସ୍ତାର ଓ ସଂରକ୍ଷଣ କରିବୁ, ଓଡ଼ିଆ ଲୋକଙ୍କ ପ୍ରତି ସମ୍ମାନ ସେତେ ଅଧିକ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଓଡ଼ିଶାର ସ୍ଥାପତ୍ୟ ଓ ବିଜ୍ଞାନର ସମୃଦ୍ଧ ଐତିହ୍ୟକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଣାର୍କର ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ଓ ମୁକ୍ତେଶ୍ୱର ଭଳି ପ୍ରାଚୀନ ମନ୍ଦିରର ବିଜ୍ଞାନ, ସ୍ଥାପତ୍ୟ ଓ ବିଶାଳତା ସମସ୍ତଙ୍କୁ ସେମାନଙ୍କ ଉତ୍କୃଷ୍ଟତା ଓ କାରିଗରୀ ଦ୍ୱାରା ଆଶ୍ଚର୍ଯ୍ୟ କରିଛି ।

ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ଏକ ବିପୁଳ ସମ୍ଭାବନାର ପ୍ରଦେଶ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସମ୍ଭାବନାଗୁଡ଼ିକୁ ଉଜାଗର କରିବା ପାଇଁ ଏକାଧିକ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ରାଜ୍ୟ ସହିତ ଦେଶରେ ମଧ୍ୟ ଓଡ଼ିଶାର ଐତିହ୍ୟ ଓ ଏହାର ପରିଚୟକୁ ସମ୍ମାନ ଦେଉଥିବା ସରକାର ରହିଛି। ଗତବର୍ଷ ଓଡ଼ିଶାରେ ଜି-୨୦ର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ ସରକାର ସୂର୍ଯ୍ୟ ମନ୍ଦିରର ଭବ୍ୟ ଦୃଶ୍ୟକୁ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଓ କୂଟନୀତିଜ୍ଞଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେହିପରି ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ସହିତ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିସରର ଚାରିଟି ଯାକ ଦ୍ୱାର ଖୋଲାଯାଇଥିବାରୁ ସେ ଆନନ୍ଦିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଓଡ଼ିଶାର ପ୍ରତ୍ୟେକ ପରିଚୟ ବିଷୟରେ ବିଶ୍ୱକୁ ଜଣାଇବା ପାଇଁ ଅଧିକ ଅଭିନବ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବାଲିଯାତ୍ରାକୁ ଅଧିକ ଲୋକପ୍ରିୟ କରିବା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଏହାର ପ୍ରଚାର ପ୍ରସାର ପାଇଁ ବାଲିଯାତ୍ରା ଦିବସ ଘୋଷଣା କରାଯାଇ ପାଳନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଏକ ପ୍ରସ୍ତାବ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶୀ ନୃତ୍ୟ ଭଳି କଳା ପାଇଁ ଓଡ଼ିଶୀ ଦିବସ ପାଳନ କରିବା ସହିତ ବିଭିନ୍ନ ଆଦିବାସୀ ଐତିହ୍ୟକୁ ପାଳନ କରିବାର ଦିଗରେ ମଧ୍ୟ ଅନୁସନ୍ଧାନ କରାଯାଇପାରିବ। ସ୍କୁଲ ଓ କଲେଜରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ, ଯାହା ପର୍ଯ୍ୟଟନ ଏବଂ କ୍ଷୁଦ୍ର ଶିଳ୍ପ ସହ ଜଡ଼ିତ ସୁଯୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ମୋଦୀ କହିଥିଲେ। ଆଗାମୀ ଦିନରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ ହେବାକୁ ଯାଉଛି ଏବଂ ଏହା ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ବୋଲି ସେ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ସାରା ବିଶ୍ୱରେ ଲୋକମାନେ ନିଜ ମାତୃଭାଷା ଓ ସଂସ୍କୃତିକୁ ଭୁଲି ଯିବାର ଧାରା ବଢ଼ି ଚାଲିଛି । କିନ୍ତୁ ଓଡ଼ିଆ ସମ୍ପ୍ରଦାୟ ଯେଉଁଠି ବି ରହୁଛନ୍ତି, ନିଜ ସଂସ୍କୃତି, ଭାଷା ଓ ପର୍ବପର୍ବାଣୀକୁ ନେଇ ସବୁବେଳେ ବେଶ୍ ଉତ୍ସାହିତ ରହିବା ଖୁସିର ବିଷୟ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ମାତୃଭାଷା ଏବଂ ସଂସ୍କୃତିର ଶକ୍ତି କିପରି ନିଜ ମାତୃଭୂମି ସହିତ ଯୋଡ଼ି ଲୋକଙ୍କୁ ଯୋଡ଼ି ରଖିଥାଏ ତାହା ତାଙ୍କର ସଦ୍ୟତମ ଗୁୟାନା ଗସ୍ତ ଦ୍ୱାରା ପୁନର୍ବାର ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରାୟ ଦୁଇ ଶହ ବର୍ଷ ପୂର୍ବେ ଶହ ଶହ ଶ୍ରମିକ ଭାରତ ଛାଡି ଯାଇଥିଲେ, କିନ୍ତୁ ସେମାନେ ରାମଚରିତ ମାନସକୁ ସାଙ୍ଗରେ ନେଇଥିଲେ ଏବଂ ଆଜି ମଧ୍ୟ ସେମାନେ ଭାରତ ମାଟି ସହ ଯୋଡ଼ି ହୋଇ ରହିଛନ୍ତି । ଆମ ଐତିହ୍ୟକୁ ସଂରକ୍ଷିତ କରି ରଖିଲେ ବିକାଶ ଓ ପରିବର୍ତ୍ତନ ହେଲେ ମଧ୍ୟ ଏହାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ଓଡ଼ିଶାକୁ ନୂଆ ଉଚ୍ଚତାରେ ପହଞ୍ଚାଇ ହେବ ବୋଲି ସେ କହିଛନ୍ତି।

ଆଜିର ଆଧୁନିକ ଯୁଗରେ ଆମର ମୂଳଦୁଆକୁ ସୁଦୃଢ଼ କରିବା ସହିତ ଆଧୁନିକ ପରିବର୍ତ୍ତନକୁ ସମାବେଶୀ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ମହୋତ୍ସବ ଭଳି କାର୍ଯ୍ୟକ୍ରମ ଏଥିପାଇଁ ଏକ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ପର୍ବ ଭଳି କାର୍ଯ୍ୟକ୍ରମକୁ ଆହୁରି ବିସ୍ତାର କରାଯିବା ଉଚିତ ଏବଂ ଏହା କେବଳ ଦିଲ୍ଲୀରେ ସୀମିତ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏଥିରେ ଯେପରି ଅଧିକରୁ ଅଧିକ ଲୋକ ସାମିଲ ହେବେ ଏବଂ ସ୍କୁଲ ଓ କଲେଜର ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇବ ସେଥିପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଦିଲ୍ଲୀରେ ଥିବା ଅନ୍ୟ ରାଜ୍ୟର ଲୋକମାନେ ଅଂଶଗ୍ରହଣ କରି ଓଡ଼ିଶାକୁ ଅଧିକ ନିକଟରୁ ଜାଣିବାକୁ ସେ ଅନୁରୋଧ କରିଥିଲେ ।

 

ଅଭିଭାଷଣ ଶେଷ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆଗାମୀ ଦିନରେ ଏହି ପର୍ବର ରଙ୍ଗ ଓଡ଼ିଶା ତଥା ଭାରତର କୋଣ ଅନୁକୋଣରେ ପହଞ୍ଚିବ ଏବଂ ଜନଭାଗିଦାରୀ ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ରେ ପରିଣତ ହେବ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଓଡ଼ିଶା ପର୍ବ ହେଉଛି ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ସେମାନେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମୂଲ୍ୟବାନ ସମର୍ଥନ ପ୍ରଦାନ କରିବାରେ ନିୟୋଜିତ ହୋଇଛନ୍ତି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଓଡ଼ିଶା ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନଶୈଳୀକୁ ପ୍ରଦର୍ଶିତ କରିଛି । ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞ ଏବଂ ବିଶିଷ୍ଟ ପେସାଦାରଙ୍କ ଦ୍ୱାରା ଏକ ଜାତୀୟ ସେମିନାର ବା ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଯାଇଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
I assure every woman of this nation that every obstacle in the path of women’s reservation will be removed: PM Modi
April 18, 2026

आज मैं एक बेहद महत्वपूर्ण विषय पर विशेष कर देश की माता बहनों और बेटियों से बात करने के लिए आया हूं! आज भारत का हर नागरिक देख रहा है कि कैसे भारत की नारी शक्ति की उड़ान को रोक दिया गया। उनके सपनों को बेरहमी से कुचल दिया गया है। हमारे भरसक प्रयास के बावजूद हम सफल नहीं हो पाए, नारी शक्ति वंदन अधिनियम में संशोधन नहीं हो पाया! और मैं इसके लिए सभी माताओं-बहनों, उनसे मैं क्षमा प्रार्थी हूं।

साथियों,

हमारे लिए देश हित सर्वोपरि है, लेकिन जब कुछ लोगों के लिए दल हित सब कुछ हो जाता है, दल हित, देश हित से बड़ा हो जाता है, तो नारी शक्ति को, देश हित को, इसका खामियाजा उठना पड़ता है। इस बार भी यही हुआ है। कांग्रेस, डीएमके, टीएमसी और समाजवादी पार्टी जैसे दलों की स्वार्थी राजनीति का नुकसान देश के नारी शक्ति को उठाना पड़ा है।

साथियों,

कल देश की करोड़ों महिलाओं की नजर संसद पर थी, देश की नारी शक्ति देख रही थी, मुझे भी यह देखकर बहुत दुख हुआ, कि जब ये नारी हित का प्रस्ताव गिरा, तो कांग्रेस, डीएमके, टीएमसी, सपा, जैसी परिवारवादी पार्टियां, खुशी से तालियां बजा रही थीं। महिलाओं से उनके अधिकार छिनकर ये लोग मेजें थपथपा रहे थे। उन्होंने जो किया वो केवल टेबल पर थाप नहीं थी, वो नारी के स्वाभिमान पर उसके आत्मसम्मान पर चोट थी और नारी सब भूल जाती है, अपना अपमान कभी नहीं भूलती, इसलिए संसद में कांग्रेस और उसके सहयोग के उन सबके व्यवहार की कसक हर नारी के मन में हमेशा रहेगी। देश की नारी जब भी अपने क्षेत्र में इन नेताओं को देखेगी, तो वो याद करेगी कि इन्हीं लोगों ने, इन्हीं लोगों ने, संसद में महिला आरक्षण को रोकने का जश्न मनाया था, खुशियां मनाई थीं। कल संसद में नारी शक्ति वंदन संशोधन का जिन दलों ने विरोध किया है, उनसे मैं दो टूक कहूंगा, ये लोग नारी शक्ति को फॉर ग्रांटेड ले रहे हैं, वो ये भूल रहे हैं, कि 21वीं सदी की नारी देश की हर घटना पर नजर रख रही है, वो उनकी की मंशा भाप रही है और सच्चाई भी भली भांति जान चुकी है। इसलिए महिला आरक्षण विरोध करके जो पाप विपक्ष ने किया है, इसकी उन्हें सजा जरूर मिलेगी। इन दलों ने संविधान निर्माताओं की भावनाओं का भी अपमान किया है और जनता द्वारा इसकी सजा से भी वो बच नहीं पाएंगे।

साथियों,

सदन में नारी शक्ति वंदन संशोधन किसी से भी कुछ छिनने का नहीं था। नारी शक्ति वंदन संशोधन हर किसी को कुछ ना कुछ देने का था, देने के लिए संशोधन का था। ये 40 साल से लटके हुए नारी के हक को, 2029 के अगले लोकसभा चुनाव से उसका हक देने का संशोधन था।

नारी शक्ति वंदन संशोधन 21वीं सदी के भारत की नारी को नए अवसर देने, नई उड़ान देने, उसके सामने से बाधाएं हटाने का महायज्ञन था। देश की 50% यानी आधी आबादी को उसका अधिकार देने का साफ नियत के साथ, ईमानदारी के साथ किया गया एक पवित्र प्रयास था। नारी को भारत की विकास यात्रा में सहयात्री बनाने और सबको जोड़ने का प्रयास था। नारी शक्ति वंदन संशोधन समय की मांग है। नारी शक्ति वंदन संशोधन उत्तर, दक्षिण, पूर्व, पश्चिम, सभी राज्यों की हर राज्य की शक्ति में समान वृद्धि का प्रयास था। ये संसद में सभी राज्यों की आवाज को अधिक शक्ति देने का प्रयास था। राज्य छोटा हो, राज्य बड़ा हो, राज्य की आबादी कम हो या राज्य की आबादी ज्यादा हो। सब की समान अनुपात में शक्ति बढ़ाने की कोशिश थी। लेकिन इस ईमानदार प्रयास की कांग्रेस और उसके सहयोगियों ने सदन में पूरे देश के सामने भ्रूण हत्या कर दी है, भ्रूण हत्या कर दी है। ये कांग्रेस, टीएमसी, समाजवादी पार्टी, टीएमके जैसे दल, इस भ्रूण हत्या के गुनहगार हैं। ये देश के संविधान के अपराधी हैं, ये देश की नारी शक्ति के अपराधी हैं।

साथियों,

कांग्रेस महिला आरक्षण के विषय से ही नफरत करती है, उसने हमेशा से ही महिला आरक्षण को रोकने के लिए षड्यंत्र किए हैं। इस दिशा में पहले जितनी बार भी प्रयास हुए, हर बार कांग्रेस ने इसमें रो़ड़े अटकाए हैं। इस बार भी कांग्रेस और उसके साथियों ने महिला आरक्षण को रोकने के लिए एक के बाद एक नए झूठ का सहारा लिया। कभी संख्या को लेकर, कभी किसी और तरीके से, कांग्रेस और उसके साथियों ने देश को गुमराह करने की कोशिश की। ऐसा करके इन दलों ने भारत के नारी शक्ति के सामने अपना असली चेहरा सामने ला दिया है। अपना मुखौटा उतर दिया है।

साथियों,

मुझे व्यक्तिगत तौर पर आशा थी कि कांग्रेस अपनी दशकों पुरानी गलती सुधारेंगी। कांग्रेस अपने पापों का प्रायश्चित करेगी, लेकिन कांग्रेस ने इतिहास रचने का, महिलाओं के पक्ष में खड़े होने का, अवसर खो दिया। कांग्रेस खुद देश के अधिकांश हिस्सों में अपना वजूद खो चुकी है। कांग्रेस परजीवी की तरह क्षेत्रीय दलों के पीठ पर सवार होकर खुद को जिंदा रखे हुए है। लेकिन कांग्रेस, ये भी नहीं चाहती कि क्षेत्रीय दलों की ताकत बढ़े, इसलिए कांग्रेस ने इस संशोधन का विरोध करवारकर अनेक क्षेत्रीय दलों के भविष्य को अंधकार में धकेलना का राजनीतिक षड्यंत्र किया है।

साथियों,

कांग्रेस, समाजवादी पार्टी, डीएमके, टीएमसी और दूसरी पार्टियां, इतने वर्षों से हर बार वही बहाने, वही कुतर्क गढ़ते आए हैं, बनाते आए हैं, कोई ना कोई टेक्निकल पेंच फंसाकर, ये महिलाओं के अधिकारों पर डाका डालते रहे हैं। देश राजनीति का यह भद्दा पैटर्न बराबर समझ चुका है, और उसके पीछे की वजह भी जान चुका है।

भाइयों बहनों,

नारी शक्ति वंदन अधिनियम के विरोध की एक बड़ी वजह है, इन परिवारवादी पार्टियों का डर। इन्हें डर है, अगर महिलाएं सशक्त हो गईं, तो इन परिवारवादी पार्टियों का नेतृत्व खतरे में पड़ जाएगा। ये कभी नहीं चाहेंगे कि उनके परिवार के बाहर की महिलाएं आगे बढ़ें। आज पंचायतों में, लोकल बॉडीज में, जिन हजारों लाखों महिलाओं ने अपनी क्षमता को साबित किया है, जब आगे बढ़कर लोकसभा और विधानसभाओं में आना चाहती हैं, देश की सेवा करना चाहती हैं, परिवारवादियों के भीतर उनसे असुरक्षा की भावना बैठी हुई है। परिसीमन के बाद महिलाओं के लिए कहीं ज्यादा सीटें होंगी, महिलाओं का कद बढ़ेगा, इसीलिए, इन लोगों ने नारी शक्ति वंदन संशोधन का विरोध किया है। देश की नारीशक्ति कांग्रेस और उसके सहयोगियों को इस पाप के लिए कभी माफ नहीं करेगी।

मेरे प्रिय देशवासियों,

कांग्रेस और उसके साथी दल, डिलिमिटेशन पर लगातार, लगातार झूठ बोल रहे हैं। ये इस बहाने विभाजन की आग को सुलगाना चाहते हैं। क्योंकि, बांटो और राज करो, काँग्रेस ये पॉलिटिक्स अंग्रेजों से विरासत में सीखकर आई है। और, कांग्रेस आज भी उसी के सहारे चल रही है। कांग्रेस ने हमेशा देश में दरार पैदा करने वाली भावनाओं को हवा दी है। इसलिए, ये झूठ फैलाया गया कि डिलिमिटेशन यानी परिसीमन से कुछ राज्यों को नुकसान होगा! जबकि, सरकार ने पहले दिन से स्पष्ट किया है, कि न किसी

राज्य की भागीदारी का अनुपात बदलेगा, न किसी का representation कम होगा। बल्कि,सभी राज्यों की सीटें समान अनुपात में ही बढ़ेंगी। फिर भी काँग्रेस,DMK,TMC और समाजवादी पार्टी जैसे दल इसे मानने को तैयार नहीं हुए।

साथियों,

ये संशोधन बिल सभी दलों, और सभी राज्यों के लिए एक मौका था, एक अवसर था। ये बिल पास होता तो तमिलनाडु, बंगाल, यूपी, केरलम, हर राज्य की सीटें बढ़तीं। लेकिन अपनी स्वार्थी राजनीति की वजह से इन दलों ने, अपने राज्य के लोगों को भी धोखा दे दिया। जैसे कि, DMK के पास मौका था कि वो और ज्यादा तमिल लोगों को सांसद, विधायक बना सकती थी, तमिलनाडु की आवाज़ और मजबूत कर सकती थी! लेकिन, उसने वो मौका खो दिया। TMC के पास भी बंगाल के लोगों को आगे बढ़ाने का मौका था। लेकिन TMC ने भी ये मौका गवां दिया। समाजवादी पार्टी के पास भी मौका था कि वो महिला विरोधी छवि होने के दाग को कुछ कम कर सके। लेकिन सपा भी इसमें चूक गई। समाजवादी पार्टी लोहिया जी को तो पहले ही भूल चुकी है। सपा ने नारीशक्ति वंदन संशोधन का विरोध करके, लोहिया जी के सारे सपनों को पैरों तले रौंद दिया है। सपा महिला आरक्षण विरोधी है, ये यूपी की और देश की महिलाएं कभी नहीं भूलेंगी।

साथियों,

महिलाओं के आरक्षण का विरोध करके, कांग्रेस ने फिर एक बात सिद्ध कर दी है। कांग्रेस, एक एंटी रिफॉर्म पार्टी है। 21वीं सदी के विकसित भारत के लिए, जो भी निर्णय, जो भी रिफॉर्म्स ज़रूरी हैं, जो भी निर्णय देश ले रहा है, कांग्रेस उन सबका विरोध करती है, उसे खारिज कर देती है, उस काम के अंदर खलल डालती है। यही कांग्रेस का इतिहास है और यही कांग्रेस की नेगेटिव पॉलिटिक्स है।

साथियों,

ये वही कांग्रेस है, जिसने जनधन-आधार-मोबाइल की त्रिशक्ति का विरोध किया। कांग्रेस ने, डिजिटल पेमेंट्स का विरोध किया, कांग्रेस ने, GST का विरोध किया, कांग्रेस ने, सामान्य वर्ग के गरीबों को आरक्षण का विरोध किया, कांग्रेस ने, ट्रिपल तलाक के विरुद्ध कानून का विरोध किया। कांग्रेस ने, आर्टिकल 370 हटाने का विरोध किया। हमारा संविधान, हमारे कोर्ट, जिस यूनिफॉर्म सिविल कोड, समान नागरिक आचार संहिता को, यूसीसी को ज़रूरी बताते हैं, कांग्रेस उसका भी विरोध करती है। Reform का नाम सुनते ही कांग्रेस, विरोध की तख्ती लेकर दौड़ पड़ती है। ऐसा कोई भी काम जिससे देश मजबूत होता है, कांग्रेस उसमें बाधाएं खड़ी करने के लिए पूरी शक्ति लगा देती है। कांग्रेस, वन नेशन वन इलेक्शन का विरोध करती है, कांग्रेस, देश से घुसपैठियों को भगाने का विरोध करती है, कांग्रेस, मतदाता सूची के शुद्धिकरण, SIR का विरोध करती है, कांग्रेस, वक्फ बोर्ड में Reform का विरोध करती है।

साथियों,

कांग्रेस ने, शरणार्थियों को सुरक्षा देने वाले CAA कानून तक का विरोध किया। इस पर झूठ बोलकर-अफवाहें फैलाकर देश में बवंडर खड़ा कर दिया। कांग्रेस, माओवादी-नक्सली हिंसा को समाप्त करने के देश के प्रयासों में भी रुकावटें डालती है। कांग्रेस का एक ही पैटर्न रहा है, कोई भी Reform आए तो झूठ बोलो, भ्रम फैलाओ। इतिहास साक्षी है, कांग्रेस ने हमेशा यही नेगेटिव रास्ता चुना है।

साथियों,

जो भी कार्य देश के लिए जरूरी फैसला होता है, कांग्रेस इसको कार्पेट के नीचे डाल देती है। कांग्रेस के इसी रवैये की वजह से भारत विकास की उस ऊंचाई पर नहीं पहुंच पाया, जिसका भारत हकदार है। आजादी के समय, उस दौर में हमारे साथ और भी कई देश आजाद हुए थे। ज्यादातर देश हमसे बहुत आगे निकल गए, और इसकी वजह थी, कि कांग्रेस हर Reform को रोककर बैठी रही। लटकाना-भटकाना- अटकाना यही कांग्रेस का सिद्धांत रहा है, यही कांग्रेस का वर्क कल्चर रहा है। कांग्रेस ने पड़ोसी देशों के साथ सीमा-विवादों को लटकाया, कांग्रेस ने पाकिस्तान के साथ पानी के बंटवारे से जुड़े विवादों को लटकाया, कांग्रेस ने ओबीसी आरक्षण के निर्णय को 40 साल तक लटकाए रखा। कांग्रेस ने सैनिकों के लिए वन रैंक वन पेंशन को 40 साल तक रोके रखा।

साथियों,

कांग्रेस के इस रवैये ने हमेशा देश का बहुत बड़ा नुकसान किया है। कांग्रेस के हर विरोध, हर अनिर्णय, हर छल-प्रपंच का खामियाजा देश ने भुगता है, देश की पीढ़ियों ने भुगता है। आज देश के सामने जितनी भी बड़ी चुनौतियां हैं, वो कांग्रेस के इसी रवैये से उपजी हुई हैं। इसलिए, ये लड़ाई सिर्फ एक कानून की नहीं है, ये लड़ाई, कांग्रेस की उस एंटी-रिफॉर्म मानसिकता के साथ है, जिसमें सिर्फ नेगेटिविटी है, नकारात्मकता है। और मुझे इसमें कोई संदेह नहीं है, कि देश की सभी बहनें-बेटियां, कांग्रेस की इस मानसकिता को करारा जवाब देकर रहेगी।

साथियों,

कुछ लोग देश की महिलाओं के सपने टूटने को सरकार की नाकामी बता रहे हैं। लेकिन, ये विषय कामयाबी या नाकामयाबी क्रेडिट का था ही नहीं। मैंने संसद में भी कहा था, आधी आबादी को उनका हक मिल जाने दीजिये, मैं इसका क्रेडिट, विज्ञापन छपवाकर विपक्ष के सभी लोगों को दे दूँगा। लेकिन, महिलाओं को दक़ियानूसी सोच से देखने वाले फिर भी अपने झूठ पर अड़े रहे, कायम रहे!

साथियों,

नारीशक्ति को भागीदारी दिलाने की लड़ाई दशकों से चल रही है। वर्षों से मैं भी इसके लिए प्रयास करने वालों में से एक हूं। कितनी ही महिलाएं ये विषय मेरे सामने उठाती रही हैं। कितनी ही बहनों ने पत्र के द्वारा मुझे सारी बातें बताई हैं। मेरे देश की माताएं-बहनें-बेटियां, मैं जानता हूं, आज आप सब दुखी हैं। मैं भी आपके इस दुःख में दुःखी हूँ। आज भले ही, बिल पास कराने के लिए जरूरी 66 परसेंट वोट हमें नहीं मिला हो, लेकिन मैं जानता हूं, देश की 100 परसेंट नारीशक्ति का आशीर्वाद हमारे साथ है। मैं देश की हर नारी को विश्वास दिलाता हूं, हम महिला आरक्षण के रास्ते में आने वाले हर रुकावट को खत्म करके रहेंगे, हटाकर के रहेंगे। हमारा हौसला भी बुलंद है, हमारी हिम्मत भी अटूट है और हमारा इरादा भी अडिग है। महिला आरक्षण का विरोध करने वाली पार्टियां, ये देश की नारी शक्ति को संसद और विधानसभाओं में उनकी भागीदारी बढ़ाने से कभी भी रोक नहीं पाएंगे, सिर्फ वक्त का इंतजार है। नारी शक्ति के सशक्तीकरण का बीजेपी-एनडीए का संकल्प अक्षुण्ण है। कल हमारे पास संख्याबल नहीं था, लेकिन इसका मतलब ये नहीं है कि हम हार गए। हमारा आत्मबल अजेय है। हमारा प्रयास रुकेगा नहीं, हमारा प्रयास थमेगा नहीं। हमारे पास आगे अभी और मौके आएंगे, हमें आधी आबादी के सपनों के लिए, देश के भविष्य के लिए, इस संकल्प को पूरा करना ही है। आप सबका बहुत-बहुत धन्यवाद।