ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାନୁଭବ ସିରିଲ ରାମାଫୋସାଙ୍କ ଦ୍ୱାରା ଆୟୋଜିତ ଜି୨୦ ନେତୃ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାରେ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ୧୨ତମ ଅବସର। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଦୁଇଟିଯାକ ଅଧିବେଶନରେ ଉଦ୍‌ବୋଧନ ଦେଇଛନ୍ତି। ସେ ଏହି ଅବସରରେ ତାଙ୍କର ଭବ୍ୟ ଆତିଥେୟତା ଏବଂ ଶିଖର ସମ୍ମିଳନୀର ସଫଳ ଆୟୋଜନ ନିମନ୍ତେ ରାଷ୍ଟ୍ରପତି ରାମାଫୋସାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

 

ଉନ୍ମୋଚନ ଅଧିବେଶନରେ "ସମାବେଶୀ ଏବଂ ପୋଷଣୀୟ ଆର୍ଥିକ ବିକାଶରେ କାହାକୁ ପଛରେ ନ ଛାଡ଼ିବା' ଶୀର୍ଷକ ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ କୁଶଳୀ ସ୍ଥାନରନ୍ତଣ, ପର୍ଯ୍ୟଟନ, ଖାଦ୍ୟ ନିରାପତ୍ତା, କୃତ୍ରିମ ପ୍ରଜ୍ଞା, ଡିଜିଟାଲ ଅର୍ଥନୀତି, ନବାସାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହି ଗୋଷ୍ଠୀ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ, ସେ ଉଲ୍ଲେଖ କରିଥିଲେ ଯେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିବା କେତେକ ଐତିହାସିକ ନିଷ୍ପତ୍ତିକୁ ଆଗକୁ ଆଗେଇ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ ସୂଚାଇଥିେ ଯେ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମକୁ ବିକାଶର ନୂଆ ନୂଆ ମାପଦଣ୍ଡ ଦୃଷ୍ଟିରୁ ଦେଖିବା ଉଚିତ, ଯାହା ଫଳରେ ବିକାଶ କ୍ଷେତ୍ରରେ ଥିବା ଅସନ୍ତୁଳନକୁ ମେଣ୍ଟାଯାଇ ପାରିବ ଏବଂ ପ୍ରାକୃତିକ ସମ୍ପଦର ମାତ୍ରାତିରିକ୍ତ ଉତ୍ତୋଳନକୁ ମଧ୍ୟ ରୋକାଯାଇ ହେବ। ବିଶେଷ କରି ଯେତେବେଳେ ଜି- ୨୦ ଶିଖର ସମ୍ମିଳନୀ ପ୍ରଥମ ଥର ପାଇଁ ଆଫ୍ରିକା ଭୂଇଁରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ "ସାମଗ୍ରିକ ମାନବିକତା'ର ଚିନ୍ତାଧାରା ଯାହା କି ଭାରତର ସଭ୍ୟତାଗତ ପ୍ରଜ୍ଞା ଉପରେ ଆଧାରିତ ତାହା ଅଧିକ ମାତ୍ରାରେ ଉପଯୋଗ କରାଯିବା ଉଚିତ। ସାମଗ୍ରିକ ମାନବବାଦକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମାନବ, ସମାଜ ଏବଂ ପ୍ରକୃତିର ସାମଗ୍ରିକ ଚିନ୍ତାଧାରାକୁ ହିଁ ଆଧାର କରି ଆଗକୁ ଅଗ୍ରସର ହୋଇଥାଏ ଏବଂ ସେଥି ନିମନ୍ତେ ପ୍ରଗତି ପଥରେ ସକଳ ପ୍ରକାର ସମନ୍ୱୟ ରକ୍ଷା କରାଯାଇଥାଏ ଏବଂ ଏହା ଧରିତ୍ରୀ ଅବଶ୍ୟ ହାସଲ କରିପାରିବ।

 

ଅଭିବୃଦ୍ଧି, ବିକାଶ ଏବଂ ସାମଗ୍ରିକ କଲ୍ୟାଣ ସମ୍ପର୍କରେ ଭାରତର ଆଭିମୁଖ୍ୟକୁ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜି-୨୦ ନିକଟରେ ଛଅଗୋଟି ଚିନ୍ତାଧାରାକୁ ବିଚାର ନିମନ୍ତେ ଉପସ୍ଥାପନ କରିଥିଲେ। ସେହିସବୁ ପ୍ରସ୍ତାବଗୁଡ଼ିକ ହେଲା:

- ଜି-୨୦ ବୈଶ୍ୱିକ ପାରମ୍ପରିକ ଜ୍ଞାନ ଭଣ୍ଡାର ଗଠନ: ଏହା ଭବିଷ୍ୟତ ପିଢ଼ିଙ୍କ ଉପକାର ନିମନ୍ତେ ମାନମତାର ସାମୂହିକ ପ୍ରଜ୍ଞାକୁ ଉପଯୋଗ କରିବାରେ ସହାୟକ ହେବ।

- ଜି-୨୦ ଆଫ୍ରିକା କୌଶଳ ସମ୍ବର୍ଦ୍ଧକ କାର୍ଯ୍ୟକ୍ରମ ଗଠନ: ଏହି କାର୍ଯ୍ୟକ୍ରମ ଆଫ୍ରିକାର ଯୁବଗୋଷ୍ଠୀଙ୍କୁ କୁଶଳୀ କରିବା ସକାଶେ ଏକ ନିୟୁତ ସ୍ୱୀକୃତ ଟ୍ରେନର ପୁଲ୍ ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ। ଏହା ସ୍ଥାନୀୟ ଦକ୍ଷତା ସୃଷ୍ଟି ଏବଂ ଏହି ମହାଦେଶର ଦୀର୍ଘ କାଳୀନ ବିକାଶ ଯୋଜନା ନିମନ୍ତେ କାର୍ଯ୍ୟକ୍ରମ ସୃଷ୍ଟି କରିପାରିବ।

- ଜି-୨୦ ବୈଶ୍ୱିକ ସ୍ୱାସ୍ଥ୍ୟ ରେସପନ୍ସ ଟିମ୍ ଗଠନ: ଏହା ପ୍ରତ୍ୟେକ ଜି-୨୦ ସଦସ୍ୟ ରାଷ୍ଟ୍ରଙ୍କ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନଙ୍କ ନେଇ ଗଠିତ ହେବ ଏବଂ ବିଶ୍ୱର ଯେକୌଣସି ଭାଗରେ ବୈଶ୍ୱିକ ସ୍ୱାସ୍ଥ୍ୟ ସଂକଟର ମୁକାବିଲା ନିମନ୍ତେ ମୁତୟନ କରାଯାଇପାରିବ।

- ଜି-୨୦ ମୁକ୍ତ ଉପଗ୍ରହ ଡାଟା ସହଭାଗିତା ଗୋଷ୍ଠୀ ସ୍ଥାପନ: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ମହାକାଶ ଏଜେନ୍ସିଗୁଡ଼ିକର ଉପଗ୍ରହ ଡାଟାକୁ ସମସ୍ତ ବିକାଶଶୀଳ ରାଷ୍ଟ୍ରଙ୍କ କୃଷି, ମତ୍ସ୍ୟ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ କାର୍ଯ୍ୟକ୍ରମ ନିମନ୍ତେ ଉପଲବ୍ଧ କରାଯିବ।

- ଜି-୨୦ କ୍ରିଟିକାଲ ଖଣିଜ ସଂପଦ ସର୍କୁଲାରିଟି ଉପକ୍ରମ ଗଠନ: ଏହି ଉପକ୍ରମ ପୁନଃ ଚକ୍ରଣ ପ୍ରକ୍ରିୟା, ସହରାଞ୍ଚଳ ଖନନ, ପୁରୁଣା ବ୍ୟାଟେରୀ ପ୍ରକଳ୍ପ ଏବଂ ବିଭିନ୍ନ ପ୍ରକାର ନବାଚାରକୁ ପ୍ରୋତ୍ସାହନ ଯୋଗାଇବା ସହିତ ଯୋଗାଣ ଶୃଙ୍ଖଳ ନିରାପତ୍ତାକୁ ସୁଦୃଢ଼ କରିବାରେ ସହାୟକ ହେବ ଏବଂ ବିକାଶର ସ୍ୱଚ୍ଛ ମାର୍ଗ ଉନ୍ମୋଚନ କରିବ।

- ଚୋରା ମାଦକ ଦ୍ରବ୍ୟ କାରବାର ସହିତ ଆତଙ୍କବାଦର ମୁକାବିଲା ନିମନ୍ତେ ଜି-୨୦ ଉପକ୍ରମ ଗଠନ: ଏହା ଚୋରା ମାଦକ ଦ୍ରବ୍ୟ କାରବାରର ମୁକାବିଲା କରିବା ସହିତ ଡ୍ରଗ- ଆତଙ୍କ ଅର୍ଥନୀତିକୁ ମଧ୍ୟ ଭଙ୍ଗ କରିବ।

 

ପ୍ରଧାନମନ୍ତୀ ଶ୍ରୀ ମୋଦୀ ମଧ୍ୟ "ଏକ ସହନଶୀଳ ବିଶ୍ୱ – ଜି- ୨୦ର ବିପର୍ଯ୍ୟୟ ରିସ୍କ ହ୍ରାସ: ଜଳବାୟୁ ପରବର୍ତ୍ତନ; ଉଚିତ ଶକ୍ତି ପର୍ଯ୍ୟାନ୍ତରଣ; ଖାଦ୍ୟ ବ୍ୟବସ୍ଥାକୁ ଅବଦାନ' ଶୀର୍ଷକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ରିସ୍କ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀକୁ ପ୍ରଶଂସା ପୂର୍ବକ ଏହାକୁ ଆଗେଇ ନେବା ସକାଶେ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବିପର୍ଯ୍ୟୟ ସହନଶୀଳ ଆଭିମୁଖ୍ୟ "ମୁକାବିଲା କୈନ୍ଦ୍ରିକ' ପରିବର୍ତ୍ତେ "ବିକାଶ କୈନ୍ଦ୍ରିକ' ହେବା ଉଚିତ ଯାହାକି ଭାରତ ଦ୍ୱାରା ଗଠିତ ବିପର୍ଯ୍ୟୟ ସହନଶୀଳ ସଂସାଧନ ସହଯୋଗ ଗଠନକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ସକାଶେ ପ୍ରସ୍ତୁତ କାର୍ଯ୍ୟକ୍ରମକୁ ଅଧିକ ସାମୂହିକ ପ୍ରୟାସ ଜରିଆରେ ଆଗକୁ ଆଗେଇ ନେବା ସକାଶେ ଆହ୍ୱାନ ଜଣାଇଥିଲେ ଯାହା ଫଳରେ ଏହା ଖାଦ୍ୟ ନିରାପତ୍ତାକୁ ଅଧିକୁ ମଜଭୁତ କରିପାରିବ। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ ମିଲେଟର ମୂଲ୍ୟ ପୁଷ୍ଟି ନିରାପତ୍ତା ଏବଂ ପର୍ଯ୍ୟାବରଣ ପୋଷଣୀୟତା ରକ୍ଷାକୁ ପ୍ରୋତ୍ସାହନ ଯୋଗାଇବ। ଖାଦ୍ୟ ନିରାପତ୍ତା ଉପରେ ଦକ୍ଷିଣ ଗୋଲାର୍ଦ୍ଧ ନୀତି ଉପରେ ଆଲୋକପାତ କରି ସେ କହିଥବଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ତାହା ଗ୍ରହଣ କରାଯାଇଥିଲା ଏବଂ ଏଭଳି ଆଭିମୁଖ୍ୟ ଜି-୨୦ର ଖାଦ୍ୟ ନିରାପତ୍ତା ରୋଡମ୍ୟାପ ଗଠନ କରିବା ଦିଗରେ ଅଧିକ ଉପକାରସିଦ୍ଧ ସାବ୍ୟସ୍ତ ହୋଇପାରିବ। ସେହିଭଳି ବିକଶିତ ରାଷ୍ଟ୍ରମାନେ ସେମାନଙ୍କର ଜଳବାୟୁ କାର୍ଯ୍ୟକ୍ରମ ପ୍ରତିବଦ୍ଧତା ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ। ଏହି କ୍ରମରେ ସେମାନେ ବିକାଶଶଳୀ ରାଷ୍ଟ୍ରମାନଙ୍କୁ ସମୟବଦ୍ଧ ଭାବରେ ସୁଲଭତାର ସହିତ ଅର୍ଥ ଏବଂ ପ୍ରଯୁକ୍ତି ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବୈଶ୍ୱିକ ଗଭର୍ଣ୍ଣାନ୍ସ ଢାଞ୍ଚାରେ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ଅଧିକ ମାତ୍ରାରେ ଗ୍ରହଣୀୟ ହେବା ସକାଶେ ଆହ୍ୱାନ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ ଜି- ୨୦ର ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଅବସରରେ ଆଫ୍ରିକୀୟ ସଂଘକୁ ଏହି ଗୋଷ୍ଠୀର ସ୍ଥାୟୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା ଯାହାକି ଏ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏଭଳି ସମାବେଶୀ ଭାବନା ଜି-୨୦ ଗୋଷ୍ଠୀ ବାହାରେ ସୁଦ୍ଧା ପ୍ରତିଫଳିତ ହେବା ଉଚିତ। ଦୁଇଟିଯାକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ମନ୍ତବ୍ୟକୁ ଏଠାରେ ଦେଖାଯାଇପାରିବ। [Session 1; Session 2]

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India