“ମୁମ୍ବାଇ ସମାଚାର ହେଉଛି ଭାରତର ଦର୍ଶନ ଏବଂ ଅଭିବ୍ୟକ୍ତି”
“ସ୍ୱାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଭାରତର ନବନିର୍ମାଣ ପର୍ଯ୍ୟନ୍ତ ପାର୍ସୀ ଭଉଣୀ ଏବଂ ଭାଇମାନଙ୍କ ଅବଦାନ ବହୁତ ଅଧିକ”
“ଗଣମାଧ୍ୟମର ଯେତିକି ସମାଲୋଚନା କରିବାର ଅଧିକାର ଅଛି, ସମାନ ଭାବେ ସକାରାତ୍ମକ ଖବର ସାମ୍ନାକୁ ଆଣିବା ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ”
ମହାମାରୀର ମୁକାବିଲା ପାଇଁ ଭାରତୀୟ ଗଣମାଧ୍ୟମର ସକରାତ୍ମକ ଅବଦାନ ଭାରତକୁ ବହୁତ ସହାୟତା କରିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ଠାରେ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଉତ୍ସବକୁ ସ୍ମରଣ କରିବା ପାଇଁ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।

ଏହି ଐତିହାସିକ ଖବରକାଗଜର ୨୦୦ ତମ ବାର୍ଷିକୀ ଅବସରରେ ମୁମ୍ବାଇ ସମାଚାରର ସମସ୍ତ ପାଠକ, ସାମ୍ବାଦିକ ଏବଂ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସେ ଏହି କଥାକୁ ପ୍ରଶଂସା କରିଛନ୍ତି ଯେ ଏହି ଦୁଇ ଶତାବ୍ଦୀରେ ଅନେକ ପୀଢିର ଜୀବନ ଏବଂ ସେମାନଙ୍କର ଚିନ୍ତାଧାରା ମୁମ୍ବାଇ ସମାଚାର ଦ୍ୱାରା ଉପିସ୍ଥାପିତ ହୋଇଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ମୁମ୍ବାଇ ସମାଚାର ମଧ୍ୟ ସ୍ୱାଧୀନତା ଆନ୍ଦୋଳନକୁ ସ୍ଥାନ ଦେଇଛି ଏବଂ ସମସ୍ତ ବୟସର ପାଠକମାନଙ୍କ ପାଇଁ ସ୍ୱାଧୀନ ଭାରତରେ ୭୫ବର୍ଷ ପୂରଣ କରିଛି । ଭାଷାର ମାଧ୍ୟମ ନିଶ୍ଚିତ ଭାବରେ ଗୁଜୁରାଟୀ ଥିଲା, କିନ୍ତୁ ଚିନ୍ତା ଜାତୀୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲ ମଧ୍ୟ ମୁମ୍ବାଇ ସମାଚାର କଥା ଉଲ୍ଲେଖ କରୁଥିଲେ ଏବଂ ଭାରତର ସ୍ୱାଧୀନତାର ୭୫ ତମ ବର୍ଷରେ ଏହି ବାର୍ଷିକୀ ପାଳନ ହେବା ଖୁସିର କଥା ବୋଲି ସେ କହିଥିଲେ । ତେଣୁ, ଆଜି ଏହି ଅବସରରେ ଆମେ କେବଳ ଭାରତର ଉଚ୍ଚମାନର ସାମ୍ବାଦିକତା ଏବଂ ଦେଶପ୍ରେମର ଚିନ୍ତାଧାରା ସମ୍ବନ୍ଧୀୟ ସାମ୍ବାଦିକତାର ଉତ୍ସବ ପାଳନ କରୁନାହୁଁ, ବରଂ ଏହି ଘଟଣା ଆଜାଦି କା ଅମୃତ ମହୋତ୍ସବରେ ମଧ୍ୟ ଯୋଗ କରୁଛି । ସ୍ୱାଧୀନତା ସଂଗ୍ରାମ ତଥା ଜରୁରୀ ପରିସ୍ଥିତି ସମୟ ପରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ସାମ୍ବାଦିକତାର ଗୌରବମୟ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଯେତେବେଳେ ସହରଟି ବମ୍ବେ ହୋଇଗଲା, ବିଦେଶୀମାନଙ୍କ ପ୍ରଭାବରେ, ସେତେବେଳେ ମଧ୍ୟ ମୁମ୍ବାଇ ସମାଚାର ଏହାର ସ୍ଥାନୀୟ ସଂଯୋଗ ଏବଂ ମୂଳ ସହିତ ସମ୍ପର୍କ ଛାଡି ନଥିଲା । ଏହା ସେତେବେଳେ ମଧ୍ୟ ଏକ ସାଧାରଣ ମୁମ୍ବାଇ ଲୋକର ଖବରକାଗଜ ଥିଲା ଏବଂ ଆଜି ମଧ୍ୟ ସମାନ - ମୁମ୍ବାଇ ସମାଚାର ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁମ୍ବାଇ ସମାଚାର କେବଳ ଖବରର ମାଧ୍ୟମ ନୁହେଁ, ବରଂ ଏକ ଐତିହ୍ୟ । ମୁମ୍ବାଇ ସମାଚାର ହେଉଛି ଭାରତର ଦର୍ଶନ ଏବଂ ଅଭିବ୍ୟକ୍ତି । ସେ କହିଛନ୍ତି ଯେ ଏଥିରୁ ଆମକୁ ଗୋଟିଏ କଥା ଦେଖିବାକୁ ମିଳୁଛି କି ମୁମ୍ବାଇ ସମାଚାରରେ ଆସୁଥିବା ପ୍ରତ୍ୟେକ ଝଡ ସତ୍ୱେ ଭାରତ କିପରି ଦୃଢ ଭାବରେ ଠିଆ ହୋଇଛି ।

ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଯେତେବେଳେ ମୁମ୍ବାଇ ସମାଚାର ଆରମ୍ଭ ହେଲା, ଦାସତ୍ୱର ଅନ୍ଧକାର ଆହୁରି ଗଭୀର ହେବାକୁ ଲାଗିଲା । ସେହି ସମୟରେ ଗୁଜରାଟୀ ପରି ଭାରତୀୟ ଭାଷାରେ ଖବରକାଗଜ ପାଇବା ଏତେ ସହଜ ନଥିଲା । ମୁମ୍ବାଇ ସମାଚାର ସେହି ସମୟରେ ଭାଷା ସାମ୍ବାଦିକତାକୁ ବିସ୍ତାର କରିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହଜାର ହଜାର ବର୍ଷର ଭାରତର ଇତିହାସ ଆମକୁ ଅନେକ କିଛି ଶିକ୍ଷା ଦିଏ । ଏହି ଭୂମିର ସ୍ୱାଗତଯୋଗ୍ୟ ପ୍ରକୃତି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଯିଏ ଏଠାକୁ ଆସନ୍ତି, ମା ଭାରତୀ ସମସ୍ତଙ୍କୁ ତାଙ୍କ କୋଳରେ ବସିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଛନ୍ତି । ପାର୍ସୀ ସମ୍ପ୍ରଦାୟ ଅପେକ୍ଷା ଆଉ କ'ଣ ଭଲ ଉଦାହରଣ ହୋଇପାରେ ବୋଲି ସେ ପଚାରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଭାରତର ନବର୍ନିମାଣ ପର୍ଯ୍ୟନ୍ତ ପାର୍ସୀ ଭଉଣୀ ଏବଂ ଭାଇମାନଙ୍କ ଅବଦାନ ବହୁତ ଅଧିକ । ସଂଖ୍ୟା ହିସାବରେ ଏହି ଗୋଷ୍ଠି ଭାରତରେ ଅନ୍ୟତମ କ୍ଷୁଦ୍ର ସମ୍ପ୍ରଦାୟ, ଗୋଟିଏ ଅତି କ୍ଷୁଦ୍ର ସଂଖ୍ୟାଲଘୁ, କିନ୍ତୁ ଦକ୍ଷତା ଓ ସେବା ଆଧାରରେ ଏମାନେ ବହୁତ ବଡ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଖବରକାଗଜ ଏବଂ ଗଣମାଧ୍ୟମର କାର୍ଯ୍ୟ ହେଉଛି ଖବର ପ୍ରସାରଣ କରିବା, ଏବଂ ଜନସାଧାରଣଙ୍କୁ ଶିକ୍ଷିତ କରିବା ଏବଂ ଯଦି ସମାଜ ଏବଂ ସରକାରରେ କିଛି ତ୍ରୁଟି ଥାଏ, ତେବେ ତାହାକୁ ସାମ୍ନାକୁ ଆଣିବା ସେମାନଙ୍କର ଦାୟିତ୍ୱ । ଗଣମାଧ୍ୟମର ଯେତିକି ସମାଲୋଚନା କରିବାର ଅଧିକାର ଅଛି, ସମାନ ଭାବେ ସକାରାତ୍ମକ ସମ୍ବାଦକୁ ସାମ୍ନାକୁ ଆଣିବା ମଧ୍ୟ ଏହାର ଗୁରୁ ଦାୟିତ୍ୱ ଅଟେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କରୋନା ଅବଧିରେ ସାମ୍ବାଦିକମାନେ ଦେଶର ସ୍ୱାର୍ଥରେ କର୍ମଯୋଗୀ ପରି କାର୍ଯ୍ୟ କରିଥିଲେ, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ୧୦୦ ବର୍ଷର ଏହି ସବୁଠୁ ବଡ ସଙ୍କଟକୁ ମୁକାବିଲା କରିବାରେ ଭାରତୀୟ ଗଣମାଧ୍ୟମର ସକରାତ୍ମକ ଅବଦାନ ଭାରତକୁ ବହୁତ ସାହାଯ୍ୟ କରିଥିଲା । ଡିଜିଟାଲ୍ ପେମେଣ୍ଟ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଭଳି ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ସେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦେଶ ଏକ ସମୃଦ୍ଧ ପରମ୍ପରାର ଦେଶ ଯାହା ବିତର୍କ ଏବଂ ଆଲୋଚନା ମାଧ୍ୟମରେ ଆଗକୁ ବଢ଼ିବ । ହଜାରେ ବର୍ଷ ଧରି ଆମେ ସାମାଜିକ ବ୍ୟବସ୍ଥାର ଏକ ଅଂଶ ଭାବରେ ସୁସ୍ଥ ବିତର୍କ, ସୁସ୍ଥ ସମାଲୋଚନା ଏବଂ ସଠିକ୍ ଯୁକ୍ତି ଉପସ୍ଥାପନ କରିଛୁ । ବହୁତ କଠିନ ସାମାଜିକ ବିଷୟ ଉପରେ ଆମର ଖୋଲା ଏବଂ ସୁସ୍ଥ ଆଲୋଚନା ହୋଇଥାଏ । ଏହା ଭାରତର ଅଭ୍ୟାସ, ଯାହାକୁ ଆମକୁ ମଜବୁତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସାପ୍ତାହିକ ଭାବରେ ମୁମ୍ବାଇ ସମାଚାରର ମୁଦ୍ରଣ ଶ୍ରୀ ଫରଡୁନ୍‍ଜୀ ମାର୍ଜବାନଜୀଙ୍କ ଦ୍ୱାରା ୧ ଜୁଲାଇ ୧୮୨୨ ରେ ଆରମ୍ଭ ହୋଇଥିଲା । ଏହା ପରେ, ୧୮୩୨ ରେ ଏହା ଏକ ଦୈନିକ ହେଲା । ଖବରକାଗଜଟି ୨୦୦ ବର୍ଷ ଧରି କ୍ରମାଗତ ଭାବରେ ପ୍ରକାଶିତ ହୋଇ ଆସୁଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 14, 2026
August 14, 2026

From Solar Surge to $1 Trillion Exports — The Modi Multiplier Effect