“ଗୁଜୁରାଟର ଶିକ୍ଷକମାନଙ୍କ ସହ ମୋର ଅଭିଜ୍ଞତା ଜାତୀୟ ସ୍ତରରେ ମଧ୍ୟ ନୀତି ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିଛି”
“ଅନେକ ବିଶ୍ୱ ନେତା ସେମାନଙ୍କର ଭାରତୀୟ ଶିକ୍ଷକଙ୍କୁ ଉଚ୍ଚ ସମ୍ମାନର ସହିତ ସ୍ମରଣ କରନ୍ତି”
“ମୁଁ ଜଣେ ଶାଶ୍ୱତ ଛାତ୍ର ଏବଂ ସମାଜରେ ଯାହା କିଛି ଘଟେ, ତାହାକୁ ଅତି ସୂକ୍ଷ୍ମ ଭାବରେ ନିରୀକ୍ଷଣ କରିବା ଶିଖିଛି”
“ଆଜିର ଆତ୍ମବିଶ୍ୱାସୀ ଏବଂ ଭୟହୀନ ଛାତ୍ର ଶିକ୍ଷକମାନଙ୍କୁ ପାରମ୍ପାରିକ ଶିକ୍ଷାଦାନରୁ ବାହାରକୁ ଆସିବା ପାଇଁ ଆହ୍ୱାନ ଦେଉଛନ୍ତି”
“ଜିଜ୍ଞାସୁ ଛାତ୍ରମାନଙ୍କ ଆହ୍ୱାନଗୁଡିକ ଶିକ୍ଷକମାନେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧିର ସୁଯୋଗ ଭାବରେ ଦେଖିବା ଉଚିତ ଯେହେତୁ ସେମାନେ ଆମକୁ ଶିଖିବା, ଅଣଶିକ୍ଷା ଏବଂ ପୁନଃଶିକ୍ଷା କରିବାର ସୁଯୋଗ ଦିଅନ୍ତି”
“ପ୍ରଯୁକ୍ତିବିଦ୍ୟା ସୂଚନା ପ୍ରଦାନ କରିପାରିବ କିନ୍ତୁ ଏକ ଦୃଷ୍ଟିକୋଣ ନୁହେଁ”
“ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଆଜି ଭାରତ ନୂତନ ବ୍ୟବସ୍ଥା ସୃଷ୍ଟି କରୁଛି ଏବଂ ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇଛି”
“ଆଞ୍ଚଳିକ ଭାଷାରେ ଶିକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଯାହା ଶିକ୍ଷକମାନଙ୍କ ଜୀବନରେ ମଧ୍ୟ ଉନ୍ନତି ଆଣିବ”
“ବିଦ୍ୟାଳୟର ଜନ୍ମଦିନ ପାଳନ କରିବା ଦ୍ୱାରା ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ ପାଇବ”
“ଶିକ୍ଷକମାନଙ୍କ ଦ୍ୱାରା ଛ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଖିଳ ଭାରତୀୟ ଶିକ୍ଷା ଅଧିବେଶନରେ ଅଂଶଗ୍ରହଣ କରିଥିଲେ, ଯାହା ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ୨୯ ତମ ଦ୍ୱିବାର୍ଷିକ ସମ୍ମିଳନୀ ଅଟେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି "ଶିକ୍ଷକ ହେଉଛନ୍ତି ପରିବର୍ତ୍ତିତ ଶିକ୍ଷାର ହୃଦୟ”। 

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେହି ସମୟର ସମସ୍ତ ଶିକ୍ଷକଙ୍କ ବିପୁଳ ଅବଦାନ ଉପରେ ଆଲୋକପାତ କରିଥିଲେ ଯେଉଁ ସମୟରେ ଅମୃତ କାଳରେ ବିକାଶିତ ଭାରତର ସଂକଳ୍ପ ନେଇ ଭାରତ ଆଗକୁ ବଢୁଛି । ପ୍ରାଥମିକ ଶିକ୍ଷକଙ୍କ ସହାୟତାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶିକ୍ଷା କ୍ଷେତ୍ରକୁ ରୂପାନ୍ତର କରିବାର ଅଭିଜ୍ଞତା ଉପରେ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲଙ୍କ ସୂଚନା ଅନୁଯାୟୀ ବିଦ୍ୟାଳୟର ଅଧାର ପାଠ ଛାଡୁଥିବା ହାର ୪୦ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜୁରାଟର ଶିକ୍ଷକମାନଙ୍କ ସହ ତାଙ୍କର ଅଭିଜ୍ଞତା ତାଙ୍କୁ ଜାତୀୟ ସ୍ତରରେ ତଥା ନୀତିଗତ ଢାଞ୍ଚା ତିଆରି କରିବାରେ ସାହାଯ୍ୟ କରିଛି । ଝିଅମାନଙ୍କ ପାଇଁ ବିଦ୍ୟାଳୟରେ ମିଶନ ମୋଡରେ ଶୌଚାଳୟ ର୍ନିମାଣ କରିବାର ଉଦାହରଣ ସେ ଦେଇଥିଲେ । ଆଦିବାସୀ ଅଞ୍ଚଳ କ୍ଷେତ୍ରରେ ବିଜ୍ଞାନ ଶିକ୍ଷା ଆରମ୍ଭ କରିବା ବିଷୟରେ ମଧ୍ୟ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ବିଶ୍ୱର ନେତାମାନେ ଭାରତୀୟ ଶିକ୍ଷକମାନଙ୍କ ପ୍ରତି ଯେଉଁ ସମ୍ମାନ ପ୍ରଦର୍ଶନ କରୁଛନ୍ତି ତାହା ବିଷୟରେ କହିଥିଲେ । ସେ କହିଛନ୍ତି ଯେ ଯେତେବେଳେ ସେ ବିଦେଶୀ ମାନ୍ୟଗଣଙ୍କୁ ଭେଟନ୍ତି ସେତେବେଳେ ସେ ଅନେକ ସମୟରେ ଶୁଣିବାକୁ ପାଆନ୍ତି । ଭୁଟାନ ଏବଂ ସାଉଦି ଆରବର ରାଜା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ କିପରି ସେମାନଙ୍କ ଭାରତୀୟ ଶିକ୍ଷକମାନଙ୍କ ବିଷୟରେ ଉଚ୍ଚକୋଟୀର କଥାବାର୍ତ୍ତା କରିଥିଲେ ତାହା ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

 

ଜଣେ ଶାଶ୍ୱତ ଛାତ୍ର ହୋଇଥିବାରୁ ଗର୍ବିତ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାଜରେ ଯାହା ଘଟୁଛି ତାହାକୁ ସେ ନୀରିକ୍ଷଣ କରିବା ଶିଖିଛନ୍ତି । ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କ ସହ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ । ସେ କହିଛନ୍ତି ଏକବିଂଶ ଶତାବ୍ଦୀର ପରିବର୍ତ୍ତନ ସମୟରେ ଭାରତର ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ଏବଂ ଛାତ୍ରମାନେ ପରିବର୍ତ୍ତନ ହେଉଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ସମ୍ବଳ ଏବଂ ଭିତ୍ତିଭୂମି ସହିତ ଆହ୍ୱାନ ରହିଥିଲା ଯଦିଓ ଛାତ୍ରମାନେ ଅନେକ ଆହ୍ୱାନକୁ ଗ୍ରହଣ କରିନଥିଲେ । ବର୍ତ୍ତମାନ ଭିତ୍ତିଭୂମି ଏବଂ ସମ୍ବଳ ଆହ୍ୱାନଗୁଡିକ ଧୀରେ ଧୀରେ ସମାଧାନ କରାଯାଉଥିବାବେଳେ ଛାତ୍ରଛାତ୍ରୀଙ୍କ ଆଗ୍ରହ ନାହିଁ । ଏହି ଆତ୍ମବିଶ୍ୱାସୀ ଏବଂ ଭୟହୀନ ଯୁବକ ଛାତ୍ରମାନେ ଶିକ୍ଷକଙ୍କୁ ଆହ୍ୱାନ କରନ୍ତି ଏବଂ ପାରମ୍ପାରିକ ବ୍ୟବସ୍ଥା ବାହାରେ ଆଲୋଚନାକୁ ନୂତନ ଉଚ୍ଚତାକୁ ନେଇଯାଆନ୍ତି । ଛାତ୍ରମାନଙ୍କର ଏକାଧିକ ସୂଚନା ଉତ୍ସ ଥିବାରୁ ଶିକ୍ଷକମାନେ ଅପଡେଟ୍ ରହିବାକୁ ବାଧ୍ୟ ହୁଅନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଶିକ୍ଷକମାନଙ୍କ ଦ୍ୱାରା ଏହି ଚ୍ୟାଲେଞ୍ଚ ଗୁଡିକୁ କିପରି ସମାଧାନ କରାଯିବ ସେ ବିଷୟରେ ଆମର ଭବିଷ୍ୟତ ଶିକ୍ଷା ବ୍ୟବସ୍ଥାରେ ପୂର୍ବାନୁମାନ କରାଯାଇଛି । ସେ କହିଛନ୍ତି ଯେ ଏହି ଆହ୍ୱାନଗୁଡିକୁ ଶିକ୍ଷକମାନେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧିର ସୁଯୋଗ ଭାବରେ ଦେଖିବା ଉଚିତ୍‍ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ଆହ୍ୱାନଗୁଡିକ ଆମକୁ ଶିଖିବା, ନଶିଖିବା ଏବଂ ପୁନଃ ଶିକ୍ଷା କରିବାର ସୁଯୋଗ ଦେଇଥାଏ । 

ସେ ଶିକ୍ଷକମାନଙ୍କୁ ଶିକ୍ଷାବିତ ହେବା ସହିତ ଛାତ୍ରମାନଙ୍କର ମାର୍ଗଦର୍ଶକ ଏବଂ ପରାମର୍ଶଦାତା ହେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ବିଶ୍ୱର କୌଣସି ପ୍ରଯୁକ୍ତିବିଦ୍ୟା କିପରି କୌଣସି ବିଷୟର ଗଭୀର ବୁଝାମଣା ପାଇପାରିବ ନାହିଁ ଏବଂ ଯେତେବେଳେ ସୂଚନା ଅଧିକ ହୋଇଯାଏ, ମୁଖ୍ୟ ବିଷୟ ଉପରେ ଧ୍ୟାନ ଦେବା ଛାତ୍ରମାନଙ୍କ ପାଇଁ ଏକ ଆହ୍ୱାନ ହୋଇଯାଏ । ଶ୍ରୀ ମୋଦୀ ଏହି ବିଷୟର ଗଭୀର ଶିକ୍ଷା ମାଧ୍ୟମରେ ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ତେଣୁ ଏକବିଂଶ ଶତାବ୍ଦୀରେ ଛାତ୍ରମାନଙ୍କ ଜୀବନରେ ଶିକ୍ଷକଙ୍କ ଭୂମିକା ପୂର୍ବ ଅପେକ୍ଷା ଅଧିକ ଅର୍ଥପୂର୍ଣ୍ଣ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ପିତାମାତାଙ୍କର ଇଚ୍ଛା ଯେ ସେମାନଙ୍କ ପିଲାମାନଙ୍କୁ ସବୁଠାରୁ ଭଲ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷା ଦିଆଯାଉ ଏବଂ ସେମାନଙ୍କ ଉପରେ ସେମାନଙ୍କ ଭରସା ସମ୍ପୂର୍ଣ୍ଣ ରୂପେ ରହିଥାଏ ।

.

ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ଚିନ୍ତାଧାରା ଏବଂ ଆଚରଣ ଦ୍ୱାରା ପ୍ରଭାବିତ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଛାତ୍ରମାନେ କେବଳ ଶିକ୍ଷା ଦିଆଯାଉଥିବା ବିଷୟକୁ ବୁଝିନଥାନ୍ତି ବରଂ ଧୈର୍ଯ୍ୟ, ସାହସ, ସ୍ନେହ ଏବଂ ନିରପେକ୍ଷତା ସହିତ କିପରି ଯୋଗାଯୋଗ କରିବେ ଏବଂ ସେମାନଙ୍କ ମତାମତକୁ ଆଗକୁ ବଢ଼ାଇବେ ତାହା ମଧ୍ୟ ଶିଖୁଛନ୍ତି । ପ୍ରଧାନମନ୍ତ୍ରୀ ପ୍ରାଥମିକ ଶିକ୍ଷକମାନଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ପରିବାର ବ୍ୟତୀତ ସେମାନେ ପ୍ରଥମ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ପିଲାଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଣେ ଶିକ୍ଷକ ଦାୟିତ୍ୱକୁ ହୃଦୟଙ୍ଗମ କରିବା ଦ୍ୱାରା ଦେଶର ଭବିଷ୍ୟତ ପୀଢି ଆହୁରି ମଜବୁତ ହେବ ।

ନୂତନ ଜାତୀୟ ଶିକ୍ଷା ନୀତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏହି ନୀତି ପ୍ରଣୟନରେ ଲକ୍ଷ ଲକ୍ଷ ଶିକ୍ଷକଙ୍କ ଅବଦାନରେ ଗର୍ବ ଅନୁଭବ କରିଛନ୍ତି । ସେ କହିଛନ୍ତି ଯେ ଆଜି ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଭାରତ ନୂତନ ଢାଞ୍ଚା ସୃଷ୍ଟି କରୁଛି ଏବଂ ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ପୁରାତନ ଅପ୍ରାସଙ୍ଗିକ ଶିକ୍ଷା ବ୍ୟବସ୍ଥାକୁ ବଦଳାଉଛି ଯାହା ଛାତ୍ରମାନଙ୍କୁ କେବଳ ବହି ଜ୍ଞାନରେ ସୀମିତ ରଖିଥିଲା । ଏହି ନୂତନ ନୀତି ବ୍ୟବହାରିକ ବୁଝାମଣା ଉପରେ ଆଧାରିତ । ପ୍ରଧାନମନ୍ତ୍ରୀ ପିଲାଦିନରୁ ଶିଖିବାର ବ୍ୟକ୍ତିଗତ ଅଭିଜ୍ଞତାକୁ ମନେ ପକାଇ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷକଙ୍କ ବ୍ୟକ୍ତିଗତ ଯୋଗଦାନର ସକରାତ୍ମକ ଲାଭ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତ ୨୦୦ ବର୍ଷରୁ ଅଧିକ ସମୟ ଧରି ବ୍ରିଟିଶମାନଙ୍କ ଦ୍ୱାରା ଶାସିତ ହୋଇଥିଲେ ମଧ୍ୟ ଇଂରାଜୀ ଭାଷା କେବଳ ଅଳ୍ପ ସଂଖ୍ୟକ ଲୋକଙ୍କ ମଧ୍ୟରେ ସୀମିତ ଥିଲା । ସେ ଉଲ୍ଲେଖ କରିଛନ୍ତି ଯେ ପ୍ରାଥମିକ ଶିକ୍ଷକମାନେ ଯେଉଁମାନେ ଆଞ୍ଚଳିକ ଭାଷାରେ ସେମାନଙ୍କ ବ୍ୟବସାୟ ଶିଖିଥିଲେ ସେମାନେ ଇଂରାଜୀ ଶିକ୍ଷାକୁ ଅଧିକ ପସନ୍ଦ କରାଯାଉଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଆଞ୍ଚଳିକ ଭାଷାରେ ଶିକ୍ଷାର ପ୍ରବର୍ତ୍ତନ ଦ୍ୱାରା ବର୍ତ୍ତମାନର ସରକାର ଏହାକୁ ପରିବର୍ତ୍ତନ କରିଥିଲେ, ଯାହା ଦ୍ୱାରା ଆଞ୍ଚଳିକ ଭାଷାକୁ ପସନ୍ଦ କରୁଥିବା ଶିକ୍ଷକଙ୍କ ଚାକିରୀକୁ ବଞ୍ଚାଇ ଦିଆଗଲା । ଆଞ୍ଚଳିକ ଭାଷାରେ ଶିକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଯାହା ଶିକ୍ଷକଙ୍କ ଜୀବନରେ ମଧ୍ୟ ଉନ୍ନତି ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେଉଁଠାରେ ଲୋକମାନେ ଶିକ୍ଷକ ହେବାକୁ ଆଗକୁ ଆସିବେ । ବୃତ୍ତି ଭାବରେ ଶିକ୍ଷକଙ୍କ ସ୍ଥିତିକୁ ଆକର୍ଷଣୀୟ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ପ୍ରତ୍ୟେକ ଶିକ୍ଷକ ନିଜ ହୃଦୟରୁ ମୂଳରୁ ଜଣେ ଶିକ୍ଷକ ହେବା ଉଚିତ୍‍ ।

ମୁଖ୍ୟମନ୍ତ୍ରୀ ଥିବା ସମୟର ପ୍ରଧାନମନ୍ତ୍ରୀ ତାଙ୍କର ଦୁଇଟି ବ୍ୟକ୍ତିଗତ ଇଚ୍ଛାକୁ ମନେ ପକାଇଥିଲେ । ପ୍ରଥମେ, ତାଙ୍କ ସ୍କୁଲ ସାଙ୍ଗମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଡାକିବା ଏବଂ ଦ୍ୱିତୀୟରେ ତାଙ୍କର ସମସ୍ତ ଶିକ୍ଷକଙ୍କୁ ସମ୍ମାନିତ କରିବା । ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ମଧ୍ୟ ସେ ତାଙ୍କ ଶିକ୍ଷକମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ବ୍ୟକ୍ତିଗତ ବନ୍ଧନ ହ୍ରାସ ହେବାର ଧାରାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଯଦିଓ, ସେ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଏହି ବନ୍ଧନ ଏବେବି ଶକ୍ତିଶାଳୀ । ସେହିଭଳି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛାଡିବା ପରେ ବିଦ୍ୟାଳୟକୁ ଭୁଲିଯାଉଥିବାରୁ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ମଧ୍ୟରେ ଦୂରତା ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଛାତ୍ରଛାତ୍ରୀ, ଏପରିକି ପରିଚାଳନା କମିଟି ମଧ୍ୟ ଅନୁଷ୍ଠାନର ପ୍ରତିଷ୍ଠା ତାରିଖ ବିଷୟରେ ଅବଗତ ନୁହଁନ୍ତି । ସେ କହିଛନ୍ତି ଯେ ବିଦ୍ୟାଳୟର ଜନ୍ମଦିନ ପାଳନ କରିବା ଦ୍ୱାରା ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ ପାଇବ ।

 

ବିଦ୍ୟାଳୟରେ ଦିଆଯାଉଥିବା ଭୋଜନର ଗୁରୁତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ସମାଜ ଏକାଠି ହେଉଛନ୍ତି ଯାହା ଦ୍ୱାରା ବିଦ୍ୟାଳୟରେ କୌଣସି ପିଲା ଭୋକରେ ରହିବେ ନାହିଁ । ସେ ମଧ୍ୟ ଗ୍ରାମରୁ ବୃଦ୍ଧମାନଙ୍କୁ ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରମାନଙ୍କୁ ଖାଦ୍ୟ ପରିବେଷଣ କରିବାକୁ ଆମନ୍ତ୍ରଣ କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ପିଲାମାନେ ପରମ୍ପରାକୁ ଅନୁକରଣ କରିବେ ଏବଂ ଦିଆଯାଉଥିବା ଖାଦ୍ୟ ବିଷୟରେ ଜାଣିବା ପାଇଁ ଏକ ପାରସ୍ପରିକ ଅଭିଜ୍ଞତା ପାଇପାରିବେ ।

ପିଲାମାନଙ୍କ ମଧ୍ୟରେ ସ୍ୱଚ୍ଛତା ଅଭ୍ୟାସ କରିବାର ମହତ୍ୱ ବିଷୟରେ କହି ପ୍ରଧାନମନ୍ତ୍ରୀ ଏକ ଆଦିବାସୀ ଅଞ୍ଚଳରେ ଜଣେ ଶିକ୍ଷକଙ୍କ ଅବଦାନକୁ ମନେ ପକାଇଲେ, ଯିଏ କି ତାଙ୍କ ପୁରୁଣା ଶାଢୀର କିଛି ଅଂଶ କାଟି ସେମାନଙ୍କ ପିଲାମାନଙ୍କ ପାଇଁ ରୁମାଲ ତିଆରି କରି ପାରିବେ ଏବଂ ମୁହଁ କିମ୍ବା ନାକ ପୋଛିଦେବା ଏହାକୁ ବ୍ୟବହାର କରାଯାଇପାରିବ । ସେ ଏକ ଆଦିବାସୀ ବିଦ୍ୟାଳୟରୁ ଏକ ଉଦାହରଣ ମଧ୍ୟ ସେୟାର କରିଥିଲେ ଯେଉଁଠାରେ ଶିକ୍ଷକ ଛାତ୍ରମାନଙ୍କ ସାମଗ୍ରିକ ରୂପକୁ ଆକଳନ କରିବା ପାଇଁ ଏକ ଦର୍ପଣ ରଖିଥିଲେ । ଏହି ପରିବର୍ତ୍ତନ ପିଲାମାନଙ୍କ ଆତ୍ମବିଶ୍ୱାସ ବଢାଇବାରେ ଏକ ବଡ଼ ପାର୍ଥକ୍ୟ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅଭିଭାଷଣକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଶିକ୍ଷକମାନଙ୍କ ଦ୍ୱାରା ହୋଇଥିବା ଏକ ଛୋଟ ପରିବର୍ତ୍ତନ ଯୁବ ଛାତ୍ରମାନଙ୍କ ଜୀବନରେ ସ୍ମରଣୀୟ ପରିବର୍ତ୍ତନ ଆଣିପାରେ । ସେ କହିଛନ୍ତି ଯେ ସମସ୍ତ ଶିକ୍ଷକ ଭାରତର ପରମ୍ପରାକୁ ଆଗକୁ ବଢାଇବେ ଯାହା ଶିକ୍ଷକଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବ ଏବଂ ବିକାଶି ଭାରତର ସ୍ୱପ୍ନକୁ ସାକାର କରିବ ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ, ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ରାମପାଲ ସିଂହ, ସାଂସଦ ଏବଂ ଗୁଜୁରାଟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to brave soldiers on Kargil Vijay Diwas
July 26, 2026

Prime Minister Shri Narendra Modi today stated that on Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India.

The Prime Minister noted that their valour in the face of the most formidable conditions will forever remain a source of national pride. He observed that their unwavering patriotism and devotion to duty will continue to inspire generations.

In a post on X, the Prime Minister shared:

"On Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India. Their valour in the face of the most formidable conditions will forever remain a source of national pride. Their unwavering patriotism and devotion to duty will continue to inspire generations."