ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ସାହପୂର୍ଣ୍ଣ ଏବଂ ବର୍ଣ୍ଣାଢ୍ୟ ସ୍ୱାଗତ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ଡଚ୍ ସମାଜ ପ୍ରତି ଭାରତୀୟ ପ୍ରବାସୀମାନଙ୍କ ଅବଦାନ ଏବଂ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ବନ୍ଧୁତାର ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରିବାର ସେମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେ ସୁରିନାମୀ-ହିନ୍ଦୁସ୍ତାନୀ ସମୁଦାୟର ଭାରତ ସହ ଥିବା ଗଭୀର ଓ ଦୀର୍ଘସ୍ଥାୟୀ ଐତିହାସିକ ସମ୍ପର୍କକୁ ସ୍ମରଣ କରି, ପିଢ଼ି ପରେ ପିଢ଼ି ସେମାନଙ୍କ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଓ ଉତ୍ସବମୁଖର ଭାବେ ପାଳନ କରୁଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁ ସଂଖ୍ୟକ ଭାରତୀୟ ବୃତ୍ତିଗତ ଏବଂ ବିଶେଷକରି ନବସୃଜନ-ଚାଳିତ କ୍ଷେତ୍ରଗୁଡ଼ିକରେ, ଡଚ୍ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀଙ୍କ ବୃଦ୍ଧିଶୀଳ ସଂଖ୍ୟା ଉଭୟ ଦେଶର ସମକାଳୀନ ଭାଗୀଦାରିକୁ ଆହୁରି ସୁଦୃଢ଼ କରୁଛି। ସେ ଆହୁରି କହିଥିଲେ ଯେ, କ୍ରୀଡା ସମ୍ପର୍କ, ବିଶେଷକରି କ୍ରିକେଟ୍ ଓ ହକି ପରି ଖେଳ, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଜନ ସମ୍ପର୍କକୁ ନୂତନ ଉତ୍ସାହ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ନେଦରଲ୍ୟାଣ୍ଡ ସହିତ ଦ୍ୱିପାକ୍ଷିକ ସହଯୋଗ ନିରନ୍ତର ଭାବରେ ବିସ୍ତାରିତ ହେଉଛି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେଉଛି। ସେ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ବୃଦ୍ଧିଶୀଳ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ନେଦରଲ୍ୟାଣ୍ଡ ୟୁରୋପରେ ଭାରତର ସବୁଠାରୁ ବଡ଼ ରପ୍ତାନୀ ଗନ୍ତବ୍ୟସ୍ଥଳଗୁଡ଼ିକ ମଧ୍ୟରୁ ଗୋଟିଏ ଓ ଭାରତର ଅଗ୍ରଣୀ ନିବେଶ ଅଂଶୀଦାରମାନଙ୍କ ମଧ୍ୟରେ ଅନ୍ୟତମ। ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉଭୟ ପକ୍ଷ ପାଇଁ ନୂତନ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିବ।

ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଦେଶ ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟରେ ଭାରତରେ ହେଉଥିବା ବିକାଶ ଓ ପ୍ରଗତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଭାରତରେ ଭିତ୍ତିଭୂମି, ଉତ୍ପାଦନ, ସ୍ୱଚ୍ଛ ଶକ୍ତି ଓ ଡିଜିଟାଲ୍ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ମାଧ୍ୟମରେ ଦ୍ରୁତ ଓ ବ୍ୟାପକ ପରିବର୍ତ୍ତନ ଘଟୁଛି। ସେ ଜୋର ଦେଇ କହିଥିଲେ ଯେ, ଭାରତ ବିଶ୍ୱ ଅଭିବୃଦ୍ଧି ଏବଂ ସମୃଦ୍ଧିରେ ଯୋଗଦାନ ଦେବା ସହିତ ଆତ୍ମବିଶ୍ୱାସର ସହିତ ନିଜର ଭବିଷ୍ୟତକୁ ଗଢ଼ି ତୋଳିବାରେ ମଧ୍ୟ ସହାୟକ ହେଉଛି।
ପ୍ରଧାନମନ୍ତ୍ରୀ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇ କହିଥିଲେ ଯେ, ବିଦେଶରେ ବସବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ପଛରେ ଭାରତ ସରକାର ଦୃଢ଼ ଭାବରେ ଛିଡ଼ା ହୋଇ ରହିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ସଦା ପ୍ରତିବଦ୍ଧ। ସେ ନେଦରଲ୍ୟାଣ୍ଡରେ ସେମାନଙ୍କର ଅଭିଜ୍ଞତାକୁ ବ୍ୟବହାର କରି ବିକଶିତ ଭାରତ ଗଠନ ଯାତ୍ରାରେ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ସେମାନଙ୍କୁ ଆହ୍ୱାନ କରିଥିଲେ।

ନେଦରଲ୍ୟାଣ୍ଡ ହେଉଛି ମହାଦେଶୀୟ ୟୁରୋପରେ ସର୍ବାଧିକ ସଂଖ୍ୟକ ଭାରତୀୟ ବଂଶୋଦ୍ଭବଙ୍କ ଆବାସସ୍ଥଳ, ଯେଉଁଥିରେ ସୁରିନାମୀ-ହିନ୍ଦୁସ୍ତାନୀ ସମ୍ପ୍ରଦାୟର ପ୍ରାୟ ୨,୦୦,୦୦୦ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ସୁରିନାମୀ-ହିନ୍ଦୁସ୍ତାନୀ ପ୍ରବାସୀମାନଙ୍କ ପାଇଁ ଓସିଏଲ (ଓଭରସିଜ୍ ସିଟିଜେନସିପ୍ ଅଫ୍ ଇଣ୍ଡିଆ) ଯୋଗ୍ୟତାକୁ ୪ର୍ଥ ପିଢ଼ିରୁ ୬ଷ୍ଠ ପିଢ଼ି ପର୍ଯ୍ୟନ୍ତ ଉଦାରୀକରଣ କରାଯାଇଥିବା ବିଷୟକୁ ଉଲ୍ଲେଖ କରିଥିଲେ।
मानवता का इतिहास साक्षी है कि समय के साथ अनेक संस्कृतियां मिट गईं।
— PMO India (@PMOIndia) May 16, 2026
लेकिन भारत का diverse culture, आज भी अपने लोगों के दिलों में धड़कता है: PM @narendramodi
13 वर्ष मुख्यमंत्री के रूप में... 12 वर्ष प्रधानमंत्री का सेवाकाल... Democratic World में 25 वर्षों तक... करोड़ों-करोड़ वोटर्स का लगातार समर्थन... ये मेरे लिए बहुत ही बड़े सौभाग्य की बात है।
— PMO India (@PMOIndia) May 16, 2026
मेरे लिए ये सिर्फ एक आंकड़ा नहीं है... ये मेरी बहुत बड़ी पूंजी है: PM @narendramodi
जब भारत में Aspirations Unlimited हैं, तो Efforts भी Limitless हो रहे हैं: PM @narendramodi
— PMO India (@PMOIndia) May 16, 2026
भारत chip making में, semiconductor sector में भी बड़े कदम उठा रहा है।
— PMO India (@PMOIndia) May 16, 2026
अभी भारत में 12 semiconductor plants पर काम चल रहा है। इनमें से दो plants में production भी शुरु हो चुका है।
यानि अब chip भी, designed in India, made in India होगी: PM @narendramodi
भारत की aspiration driven journey, हमारी democracy को सशक्त कर रही है: PM @narendramodi
— PMO India (@PMOIndia) May 16, 2026
भारत... अपने हर citizen की democratic participation को value करता है।
— PMO India (@PMOIndia) May 16, 2026
और mother of democracy के रूप में, ये हम सभी के लिए बहुत गर्व की बात है: PM @narendramodi


