India's friendship will stand with Myanmar in full support and solidarity: PM Modi
India has a robust development cooperation programme with Myanmar: Prime Minister
MOU on Cooperation in Power Sector will help create the framework for advancing India-Myanmar linkages in the sector: PM Modi
As close and friendly neighbours, the security interests of India and Myanmar are closely aligned: Prime Minister Modi
India-Myanmar enjoy a cultural connect that is centuries old: PM Modi

ମହାମହିମ, ରାଷ୍ଟ୍ର ପରାମର୍ଶଦାତା

ସମ୍ମାନୀୟ ପ୍ରତିନିଧିମଣ୍ଡଳ

ଗଣମାଧ୍ୟମର ସଦସ୍ୟଗଣ

ମହାମହିମ ଆଙ୍ଗ୍ ସାନ୍ ସୁ କିଙ୍କ ଭାରତକୁ ପ୍ରଥମ ସରକାରୀ ଗସ୍ତରେ ତାଙ୍କୁ ସ୍ଵାଗତ କରି ମୋତେ ଅତ୍ୟନ୍ତ ଖୁସି । ମହାମହିମ, ଭାରତର ଲୋକଙ୍କ ପାଇଁ ଆପଣ ଅପରିଚିତ ନୁହଁନ୍ତ । ଦିଲ୍ଲୀର ଦୃଶ୍ୟ, ଧ୍ଵନି ଓ ଗୁଞ୍ଜରଣ ଆପଣଙ୍କ ପାଇଁ ମଧ୍ୟ ସୁପରିଚିତ । ମହାମହିମ ଆପଣଙ୍କୁ ଆପଣଙ୍କ ଦ୍ଵିତୀୟ ଘରେ ସ୍ଵାଗତ କରୁଛି । ଆପଣ ଜଣେ ପ୍ରତିଷ୍ଠିତ ନେତା ।

ଆପଣଙ୍କ ସ୍ପଷ୍ଟ ଦୃଷ୍ଟିକୋଣ, ପରିପକ୍ଵ ନେତୃତ୍ଵ, ସଂଘର୍ଷ ଓ ମିଆଁମାରରେ ଗଣତନ୍ତ୍ର ସ୍ଥାପନ କରିବାରେ ଆପଣଙ୍କ ସଫଳତା ସମଗ୍ର ବିଶ୍ଵକୁ ଅନୁପ୍ରାଣିତ କରିଛି । ଭାରତରେ ଆପଣଙ୍କୁ ସ୍ଵାଗତ କରିବା ବାସ୍ତବରେ ଆମ ପାଇଁ ସମ୍ମାନର କଥା । କିଛଦିନ ପୂର୍ବରୁ ଗୋଆରେ ଆୟୋଜିତ ବିମଷ୍ଟେକ ଓ ବ୍ରିକ୍ସ-ବିମଷ୍ଟେକ ସମ୍ମିଳନୀରେ ଆପଣ ସାମିଲ ହୋଇଥିବାରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି ।

ମହାମହିମ,

ଆପଣଙ୍କ ଦୃଢ଼ ନେତୃତ୍ଵରେ ମିଆଁମାର ଏକ ନୂଆ ଯାତ୍ରା ଆରମ୍ଭ କରିଛି । ଏହା ଆଶା ଓ ଅଧିକ ପ୍ରତିଜ୍ଞାର ଯାତ୍ରା ।

ଆପଣଙ୍କ ସୁଦୃଢ ଓ ଲୋକପ୍ରିୟତା ଆପଣଙ୍କ ଦେଶକୁ ଏସବୁ କ୍ଷେତ୍ରରେ ବିକାଶ ଆଡକୁ ନେଇଯାଉଛି :

କୃଷି, ଭିତ୍ତିଭୂମି ଓ ଉଦ୍ୟୋଗ,

ଶିକ୍ଷାର ସୁଦୃଢ଼ ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ
ପ୍ରଶାସନର ଆଧୁନିକ ସଂସ୍ଥାର ନିର୍ମାଣ ,

ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ-ଏସିଆ ସହ ଅଧିକ ସୁଦୃଢ଼ତାରେ ଯୋଡ଼ି ହେବା ଓ
ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା ।

ମହାମହିମ,

ମୁଁ ଆପଣଙ୍କୁ ଆଶ୍ଵସ୍ତ କରିବାକୁ ଚାହୁଁଛି ଯେ ଯେଭଳି ଭାବେ ଆପଣ ମିଆଁମାରକୁ ଏକ ଆଧୁନିକ, ସୁରକ୍ଷିତ, ଆର୍ଥିକ ଭାବେ ସମୃଦ୍ଧ ଓ ଉତ୍ତମ ଯୋଗାଯୋଗ ଥିବା ରାଷ୍ଟ୍ର ଗଠନରେ ଆଗେଇ ନେଉଛନ୍ତି, ଭାରତ ଓ ଏହାର ବନ୍ଧୁତ୍ଵପୂର୍ଣ୍ଣ ସମର୍ଥନ ଦୃଢ଼ ଭାବେ ଆପଣଙ୍କ ସହ ଛିଡ଼ା ହେବେ ।

ବନ୍ଧୁଗଣ

ରାଷ୍ଟ୍ର ପରାମର୍ଶଦାତା ଓ ମୁଁ ଏବେ ଆମର ଭାଗିଦାରୀର ସମ୍ପୂର୍ଣ୍ଣ ଦିଗ ଉପରେ ବିସ୍ତୃତ ଓ ସକରାତ୍ମକ ବିଚାରବିମର୍ଶ କଲୁ । ଭାରତ ଓ ମିଆଁମାର ମଧ୍ୟରେ ବିକାଶ କ୍ଷେତ୍ରରେ ବେଶ୍ ଅଧିକ ସହଯୋଗ କାର୍ଯ୍ୟକ୍ରମ କାଏମ ରହିଛି । କାଲାଦନ ଓ ବହୁମୂଖୀ ହାଇୱେ ଭଳି ମେଗା ଯୋଗାଯୋଗ ପରିଯୋଜନାରୁ ମାନବ ସମ୍ବଳ ବିକାଶ, ସ୍ଵାସ୍ଥ୍ୟ ସୁବିଧା, ପ୍ରଶିକ୍ଷଣ ଓ ସାମର୍ଥ୍ୟ ସୃଷ୍ଟିର କ୍ଷେତ୍ର ପର୍ଯ୍ୟନ୍ତ ଆମେ ମିଆଁମାର ସହ ନିଜର ସମ୍ବଳ ଓ ବିଶେଷଜ୍ଞତାକୁ ଆଦାନପ୍ରଦାନ କରିଛୁ । ଭାରତ ପକ୍ଷରୁ ପ୍ରାୟ 1.75 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ବିକାଶ ସହାୟତା ମିଆଁମାର ଲୋକଙ୍କ ପାଇଁ ଦିଆଯାଇଛି ଓ ଏହି ସହାୟତା ମିଆଁମାର ସରକାର ଓ ସେଠାର ଲୋକଙ୍କ ପ୍ରାଥମିକତା ଅନୁସାରେ ଦିଆଯାଇଛି । ଆମର ଆଜି ଆଲୋଚନା ସମୟରେ ଆମେ କୃଷି, ବିଦ୍ୟୁତ, ଅକ୍ଷୟ ଶକ୍ତି ସମେତ କେତେକ କ୍ଷେତ୍ରରେ ବୁଝାମଣାକୁ ଆଗେଇ ନେବାରେ ସହମତ ହୋଇଛୁ । ମଞ୍ଜିର ଗୁଣବତ୍ତା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ-ମିଆଁମାର ମିଳିତ ପ୍ରୟାସରେ ଅନେକ ବିହନ କିସମର ବିକାଶ ଓ ମଞ୍ଜି ଉତ୍ପାଦନ କେନ୍ଦ୍ର ବିକଶିତ କରାଯିବ । ଆମେ ଡାଲିର ବ୍ୟବସାୟ ପାଇଁ ପରସ୍ପର ଲାଭଦାୟକ ପ୍ରଣାଳୀ ବିକାଶ କରିବା ଦିଗରେ କାମ କରିବୁ । ଆମେ ମଣିପୁରର ମୋରେହରୁ ମିଆଁମାରର ଟାମୁରେ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବୃଦ୍ଧିର ପ୍ରସ୍ତାବ ଦେଇଛୁ । ଆମେ ମିଆଁମାର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସ୍ଥଳରେ ଏକ ଏଲ୍ଇଡି ବିଦ୍ୟୁତ ପରିଯୋଜନାରେ ମଧ୍ୟ ଭାଗିଦାର ହେବୁ । ବିଦ୍ୟୁତ କ୍ଷେତ୍ରରେ ଏବେ ଯେଉଁ ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି, ସେଥିରେ ଏହି ମହତ୍ଵପୂର୍ଣ୍ଣ କ୍ଷେତ୍ରରେ ଆମର ସମ୍ପର୍କକୁ ଆଗେଇ ନେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ସହାୟକ ହେବ ।

ବନ୍ଧୁଗଣ

ଘନିଷ୍ଠ ଓ ବନ୍ଧୁତ୍ଵପୂର୍ଣ୍ଣ ପଡ଼ୋଶୀ ଭାବେ ଭାରତ ଓ ମିଆଁମାର ସୁରକ୍ଷା ସମ୍ବନ୍ଧୀୟ ସ୍ଵାର୍ଥ ପରସ୍ପର ସହ ଅତ୍ୟଧିକ ଜଡ଼ିତ । ଦୁଇ ଦେଶର ସୀମାବର୍ତ୍ତୀ କ୍ଷେତ୍ରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପରସ୍ପରର ରଣନୀତିକ ସ୍ଵାର୍ଥର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସହଯୋଗ କାଏମ କରିବାକୁ ଆମେ ସହମତ ହୋଇଛୁ । ଆମ ଦୁଇ ଦେଶର ସମାଜ ମଧ୍ୟରେ ବହୁ ଶତାବ୍ଦୀ ଧରି ସାଂସ୍କୃତିକ ସମ୍ପର୍କ ରହିଆସିଛି । ମିଆଁମାରରେ ନିକଟରେ ଅତୀତରେ ଭୂମିକମ୍ପରେ କ୍ଷତିଗ୍ରସ୍ତ ପାଗୋଡ଼ାଗୁଡ଼ିକର ପୁନଃନିର୍ମାଣ ପାଇଁ ସହାୟତା ନିମନ୍ତେ ଭାରତ ପ୍ରସ୍ତାବ ଦେଇଛି । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଖୁବଶୀଘ୍ର ଦୁଇ ପୁରୁଣା ମନ୍ଦିର ଓ ବୋଧଗୟାରେ କିଙ୍ଗ ମିଣ୍ଡନ ଓ କିଙ୍ଗ ବାଝଗିଡ଼ର ଶିଳାଲେଖାକୁ ପୁନଃ ସ୍ଥାପିତ କରିବା ପାଇଁ କାମ ଆରମ୍ଭ କରିବ ।

ମହାମହିମ,

ମିଆଁମାରକୁ ଶାନ୍ତି, ରାଷ୍ଟ୍ରୀୟ ସୌହାର୍ଦ୍ଧ, ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ଆଗେଇ ନେବାକୁ ଆପଣଙ୍କର ପ୍ରତିବଦ୍ଧତା ଓ ନେତୃତ୍ଵକୁ ମୁଁ ପୁଣିଥରେ ପ୍ରଶଂସା କରୁଛି । ଏକ ବିଶ୍ଵସନୀୟ ସହଯୋଗୀ ଓ ବନ୍ଧୁ ଭାବେ ଭାରତ କାନ୍ଧରେ କାନ୍ଧ ମିଶାଇ ଚାଲିବ । ମୁଁ ଆପଣଙ୍କୁ ଓ ମିଆଁମାର ଲୋକମାନଙ୍କର ସମସ୍ତ ସଫଳତା କାମନା କରୁଛି ।

ଧନ୍ୟବାଦ,

ବହୁତ ବହୁତ ଧନ୍ୟବାଦ ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's GDP to grow 6.4% in FY27, fastest among G-20 nations: Moody's

Media Coverage

India's GDP to grow 6.4% in FY27, fastest among G-20 nations: Moody's
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Chhattisgarh for special celebration of ‘Bastar Pandum’ festival
February 10, 2026

The Prime Minister, Shri Narendra Modi has congratulated the people of Chhattisgarh for special celebration of ‘Bastar Pandum’ festival, between February 7 and 9 in Chhattisgarh. During the festival, the rich culture, traditions, and tribal heritage of Bastar were showcased in a magnificent way. Shri Modi stated that such events play a vital role in preserving our cultural heritage and empowering local communities.

"Earlier, whenever the name of Bastar was mentioned, images of Maoism, violence, and backwardness in development would come to mind. But now the situation has completely changed. Today, Bastar is known not only for its development but also for the growing self-confidence of its local people. My only wish is that the coming time for this region be filled with the spirit of peace, progress, and cultural pride", Shri Modi stated.

Responding to a post by Union Minister, Shri Amit Shah on X, Shri Modi said:

"7 से 9 फरवरी के बीच छत्तीसगढ़ में ‘बस्तर पंडुम’ का विशेष आयोजन किया गया। इस उत्सव के दौरान बस्तर की समृद्ध संस्कृति, परंपरा और जनजातीय विरासत का भव्य रूप दिखा। इस प्रयास से जुड़े अपने सभी परिवारजनों को मेरी हार्दिक बधाई। ऐसे आयोजन हमारी सांस्कृतिक विरासत को संरक्षित करने और स्थानीय समुदायों को सशक्त बनाने में अहम भूमिका निभाते हैं।

पहले जब बस्तर का नाम लिया जाता था तो माओवाद, हिंसा और विकास में पिछड़ेपन की छवि उभरती थी। लेकिन अब हालात बिल्कुल बदल चुके हैं। आज बस्तर विकास के साथ-साथ स्थानीय लोगों के बढ़ते आत्मविश्वास के लिए जाना जाता है। मेरी यही कामना है कि यहां का आने वाला समय शांति, प्रगति और सांस्कृतिक गौरव की भावना से परिपूर्ण हो।"