କୋଭିଡ-19 ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ନିମନ୍ତେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍‌ ପ୍ଲାଟଫର୍ମ ଉପଲବ୍ଧ କରାଇବାର ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ
ପାଖାପାଖି 200 ନିୟୁତ ବ୍ୟବହାରକାରୀଙ୍କୁ ନେଇ ‘ଆରୋଗ୍ୟ ସେତୁ’ ଆପ୍ ଡେଭଲପର୍ସଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିବା ଏକ ପ୍ୟାକେଜ୍ : ପ୍ରଧାନମନ୍ତ୍ରୀ
100 ବର୍ଷରେ ଥରେ ଆସୁଥିବା ଏପରି ଏକ ମହାମାରୀର ଅନ୍ୟ କୌଣସି ଉଦାହରଣ ନାହିଁ, ଯେକୌଣସି ରାଷ୍ଟ୍ର, ଯେତେ ଶକ୍ତିଶାଳୀ ହେଉ ପଛେ ଏକାକୀ ଏପରି ବିପଦର ମୁକାବିଲା କରିପାରିବ ନାହିଁ : ପ୍ରଧାନମନ୍ତ୍ରୀ
ଆମକୁ ସାଥୀ ହୋଇ କାମ କରିବାକୁ ହେବ ଏବଂ ସାଥୀ ହୋଇ ଆଗକୁ ବଢ଼ିବାକୁ ହେବ : ପ୍ରଧାନମନ୍ତ୍ରୀ
ଭାରତ ନିଜ ଟିକାକରଣ ରଣନୀତି ଯୋଜନା ପ୍ରସ୍ତୁତ କରିବା ସମୟରେ ଡିଜିଟାଲ ଦୃଷ୍ଟିକୋଣ ଆପଣାଇଛି : ପ୍ରଧାନମନ୍ତ୍ରୀ
ସୁରକ୍ଷିତ ଏବଂ ବିଶ୍ୱସନୀୟ ପ୍ରମାଣ ଲୋକମାନଙ୍କୁ କେତେବେଳେ, କେଉଁଠି ଏବଂ କାହା ଦ୍ୱାରା ଟିକା ଦିଆଯାଇଛି ତାହା ଜାଣିବାରେ ସହାୟକ ହୋଇଥାଏ : ପ୍ରଧାନମନ୍ତ୍ରୀ
ଡିଜିଟାଲ ଦୃଷ୍ଟିକୋଣ ଟିକାକରଣର ଉପଯୋଗ ଜାଣିବା ଏବଂ ଟିକା ଅପଚୟକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ: ପ୍ରଧାନମନ୍ତ୍ରୀ
କୋୱିନ୍‌ ପ୍ଲାଟଫର୍ମକୁ ସମସ୍ତ ଦେଶଗୁଡ଼ିକ ପାଇଁ ଉପଲବ୍ଧ ହେଉଥିବା ଏକ ମୁକ୍ତ ସମ୍ବଳ ଭାବେ ପ୍ରସ୍ତୁତ କରାଯାଉଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍‌ ବିଶ୍ୱ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ କୋଭିଡ-19ର ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍‌ ପ୍ଲାଟଫର୍ମ ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।

ସବୁ ଦେଶରେ କୋଭିଡ ମହାମାରୀ କାରଣରୁ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରତି ସମବେଦନା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 100 ବର୍ଷ ମଧ୍ୟରେ ଏପରି ମହାମାରୀର କୌଣସି ଉଦାହରଣ ଦେଖିବାକୁ ମିଳିନାହିଁ। ଯେକୌଣସି ରାଷ୍ଟ୍ର, ଯେତେ ଶକ୍ତିଶାଳୀ ହେଉ ପଛେ ଏକାକୀ ଏହି ବିପଦର ସମ୍ମୁଖିନ ହେବାର ସମାଧାନ ପାଇପାରିବ ନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ, “କୋଭିଡ-19 ମହାମାରୀରୁ ଆମ ସମସ୍ତଙ୍କୁ ମିଳିଥିବା ସବୁଠୁ ବଡ଼ ଶିକ୍ଷାଟି ହେଉଛି ମାନବତା ଏବଂ ମାନବ କଲ୍ୟାଣ ଲାଗି ଆମକୁ ମିଳିମିଶି କାମ କରିବାକୁ ହେବ। ଆମ ସମସ୍ତଙ୍କୁ ହାତରେ ହାତ ମିଶାଇ ଆଗକୁ ବଢ଼ିବାକୁ ହେବ। ଆମ ସମସ୍ତଙ୍କୁ ପରସ୍ପର ଠାରୁ ଶିଖିବାକୁ ହେବ ଏବଂ ନିଜର ସର୍ବୋତ୍ତମ ପ୍ରଚଳନ ସମ୍ପର୍କରେ ପରସ୍ପରର ମାର୍ଗଦର୍ଶନ ମଧ୍ୟ କରିବାକୁ ହେବ।

ବିଶ୍ୱ ସମୁଦାୟ ସହ ଅଭିଜ୍ଞତା, ବିଶେଷଜ୍ଞତା ଓ ସମ୍ବଳ ବାଣ୍ଟିବା ପ୍ରତି ଭାରତର ପ୍ରତିବଦ୍ଧତାକୁ ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏଥିସହିତ ସେ ବିଶ୍ୱ ପ୍ରଚଳନଗୁଡ଼ିକୁ ଶିଖିବା ଲାଗି ଭାରତର ଉତ୍ସୁକତାକୁ ମଧ୍ୟ ବ୍ୟକ୍ତ କରିଥିଲେ। ମହାମାରୀ ବିରୋଧରେ ଏହି ଲଢ଼େଇରେ ପ୍ରଯୁକ୍ତିର ମହତ୍ୱ ଉପରେ ଜୋର ଦେଇ ଶ୍ରୀ ମୋଦୀ କହିଥିଲେ ଯେ ସଫ୍ଟୱେର୍ ଏଭଳି ଏକ କ୍ଷେତ୍ର ଯେଉଁଥିରେ ସମ୍ବଳର କୌଣସି ଅଭାବ ନାହିଁ। ସେଥିପାଇଁ ଭାରତ ପ୍ରଯୁକ୍ତି ଦୃଷ୍ଟିରୁ ସମର୍ଥ ହେବା କ୍ଷଣି ନିଜର କୋଭିଡ ଟ୍ରାକିଂ ଓ ଟ୍ରେସିଂ ଆପ୍‌କୁ ଏକ ମୁକ୍ତ ସମ୍ବଳ ଉତ୍ସରେ ପରିଣତ କରି ଦେଇଥିଲା। ସେ କହିଥିଲେ ଯେ ପାଖାପାଖି 200 ନିୟୁତ ବ୍ୟବହାରକାରୀଙ୍କ ସହିତ ‘ଆରୋଗ୍ୟ ସେତୁ’ ଆପ୍ ଡେଭଲପର୍ସଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିବା ଏକ ପ୍ୟାକେଜ୍‌ରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ବିଶ୍ୱ ଦର୍ଶକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଭାରତରେ ଉପଯୋଗ ହେବା ପରେ ସମସ୍ତେ ଏହାକୁ ନେଇ ସୁନିଶ୍ଚିତ ହୋଇପାରିବେ ଯେ ଗତି ଏବଂ ବ୍ୟାପକତା ଦୃଷ୍ଟିକୋଣରୁ ଏହାର ବାସ୍ତବ ଦୁନିଆରେ ପରୀକ୍ଷଣ ହୋଇସାରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟିକାକରଣ ଉପରେ ଗୁରୁତ୍ୱାରୋପ କରି ଭାରତ ନିଜର ଟିକାକରଣ ରଣନୀତିର ଯୋଜନା ପ୍ରସ୍ତୁତି କରିବା ସମୟରେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଦୃଷ୍ଟିକୋଣ ଆପଣାଇଛି। ଏହାଫଳରେ ଲୋକମାନଙ୍କୁ ଏହା ପ୍ରମାଣିତ କରିବାରେ ସହାୟତା ମିଳିପାରିଛି ଯେ ମହାମାରୀ ପରବର୍ତ୍ତୀ ବିଶ୍ୱ ପାଇଁ ଦ୍ରୁତ ଗତିରେ ସ୍ବାଭାବିକ ସ୍ଥିତି ବଜାୟ ରଖିବା ଲାଗି ସେମାନଙ୍କୁ ଟିକା ଦିଆଯାଇଛି। ସୁରକ୍ଷିତ ଏବଂ ଭରସାଯୋଗ୍ୟ ପ୍ରମାଣ ଲୋକମାନଙ୍କୁ ଏହା ଜାଣିବାରେ ସହାୟକ ହୋଇଛି ଯେ ସେମାନଙ୍କୁ କେତେବେଳେ, କେଉଁଠି ଏବଂ କାହାଦ୍ୱାରା ଟିକା ଦିଆଯାଇଛି। ଡିଜିଟାଲ ଦୃଷ୍ଟିକୋଣ ଟିକାକରଣର ଉପଯୋଗ ଜାଣିବା ଏବଂ ଟିକା ଅପଚୟକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା ଲାଗି ଭାରତୀୟ ଦର୍ଶନର ଅନୁରୂପ କୋଭିଡ ଟିକାକରଣ ପ୍ଲାଟଫର୍ମ କୋୱିନ୍‌କୁ ଏକ ମୁକ୍ତ ସମ୍ବଳ ଉତ୍ସ ଭାବେ ପ୍ରସ୍ତୁତ କରାଯାଇଛି। ଖୁବଶୀଘ୍ର ଏହା ସବୁଦେଶ ପାଇଁ ଉପଲବ୍ଧ ହେବ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆଜି ଏହି ସମ୍ମିଳନୀ ବିଶ୍ୱ ଦର୍ଶକମାନଙ୍କ ସମ୍ମୁଖରେ ଏହି ମଞ୍ଚକୁ ପ୍ରସ୍ତୁତ କରିବା ଦିଗରେ ପ୍ରଥମ ପଦକ୍ଷେପ ଅଟେ। ଭାରତରେ କୋଭିଡ ଟିକାର 350 ନିୟୁତ ଡୋଜ୍ ଦିଆଯାଇସାରିଛି। ଏଥିରେ ବିଗତ କିଛି ଦିନ ପୂର୍ବରୁ ଗୋଟିଏ ଦିନରେ 90 ଲକ୍ଷ ଟିକା ଦିଆଯିବାର ରେକର୍ଡ ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ ଟିକା ନେଉଥିବା ଲୋକମାନଙ୍କୁ କିଛି ପ୍ରମାଣିତ କରିବା ଲାଗି କାଗଜ ଖଣ୍ଡ ନେଇ ଯିବାର ଆବଶ୍ୟକତା ନାହିଁ, କାରଣ ସବୁକିଛି ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ଇଚ୍ଛୁକ ଦେଶଗୁଡ଼ିକୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସଫ୍ଟୱେର୍‌ କ୍ଷମତାକୁ ଅନୁକୂଳ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ। “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ” ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଲେ ହିଁ ମାନବଜାତି ଏହି ମହାମାରୀ ବିରୋଧରେ ନିଶ୍ଚିତ ଭାବେ ବିଜୟ ହାସଲ କରିପାରିବ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆଶା ସହିତ ନିଜର ଅଭିଭାଷଣ ସମାପ୍ତ କରିଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”