ଭାରତ ସାମୁଦ୍ରିକ କ୍ଷେତ୍ରରେ ଶକ୍ତିଶାଳୀ ହେବା ସହ ନୀଳ ଅର୍ଥନୀତିରେ ବିଶ୍ୱରେ ଅଗ୍ରଣୀ ହେବାକୁ ଲକ୍ଷ୍ୟରଖିଛି : ପ୍ରଧାନମନ୍ତ୍ରୀ
୨୦୩୦ସୁଦ୍ଧା ଭାରତ ୨୩ଟି ଜଳପଥ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ୪୦୦ ପୁଞ୍ଜି ବିନିଯୋଗକ୍ଷମ ପ୍ରକଳ୍ପର ତାଲିକା ପ୍ରସ୍ତୁତ କରିଛି । ଏଥିରେ ୨.୨୫ଲକ୍ଷ କୋଟିର ପୁଞ୍ଜିବିନିଯୋଗ ସାମ୍ଭବନା ରହିଛି -ପ୍ରଧାନମନ୍ତ୍ରୀ
ସରକାର ଜଳପଥରେ କରୁଥିବା ପୁଞ୍ଜିନିବେଶ ଆଗରୁ କେବେ ଦେଖା ନ ଥିଲା-ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଡେନମାର୍କ ପରିବହନ ମନ୍ତ୍ରୀ ବେନି ଏଙ୍ଗେଲବେଚ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ଲାଲ ମାଣ୍ଡଭିୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ମୁଖୀ ଭାରତର ଏହି ଯାତ୍ରାରେ ସାମିଲ ହେବାକୁ ବିଶ୍ୱକୁ ନିମନ୍ତ୍ରଣ ଜଣାଇଛନ୍ତି । ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ଜାରି ରଖିଥିବାବେଳେ, ବ୍ଲୁ ଅର୍ଥନୀତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭିତ୍ତିଭୂମି ଉନ୍ନୀତ କରି ସଂସ୍କାର ଜରିଆରେ ଭାରତ ଆତ୍ମନିର୍ଭର ଭାରତର ରାସ୍ତାକୁ ଆହୁରି ମଜବୁତ କରିବ ।

ଧୀରେ ସୁସ୍ଥେ ହେଲେ ମଧ୍ୟ ସମଗ୍ର କ୍ଷେତ୍ରକୁ ଗୋଟିଏ ଭାବି ଦେଶ ଆଗକୁ ଆଗକୁ ଚାଲିଛି । ଦେଶର ପ୍ରମୁଖ ବନ୍ଦରଗୁଡିକର ମାଲପରିବହନ ସାମର୍ଥ୍ୟ ୨୦୧୪ରେ ୮୭୦ ମିଲିୟନ ଟନ୍ ଥିବାବେଳେ, ବର୍ତ୍ତମାନ ତାହା ୧୫୫୦ମିଲିୟନ ଟନ୍‌ରେ ପହଞ୍ଚିଛି । ଭାରତୀୟ ବନ୍ଦରଗୁଡିକରେ ଏବେ ପ୍ରତ୍ୟକ୍ଷ ମାଲ ଖଲାସ, ମାଲପ୍ରବେଶ ହେବା ସହ ପୋର୍ଟ କମ୍ୟୁନିଟି ସିଷ୍ଟମ(ପିସିଏସ୍‌)କୁ ତଥ୍ୟ ଆଦାନ ପ୍ରଦାନ ପାଇଁ ଉନ୍ନୀତ କରାଯାଇଛି । ପଣ୍ୟବାହୀ ଜାହାଜ ପ୍ରବେଶ ଓ ପ୍ରସ୍ଥାନ ବାବଦ ପ୍ରତୀକ୍ଷା ସମୟ ଆମ ବନ୍ଦରରେ ହ୍ରାସ ପାଉଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ଥାଇ ବୃହତ ବନ୍ଦର ଭାଦୱାନ, ପାରାଦୀପ ଓ ଦିନଦୟାଲ ବନ୍ଦ କାଣ୍ଡଲାକୁ ବିକାଶିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମ ସରକାର ଜଳପଥରେ ଯେତେ ପୁଞ୍ଜିନିବେଶ କରୁଛନ୍ତି, ସେପରି ଆଗରୁ କେବେ ହୋଇ ନ ଥିଲା । ଦେଶୀୟ ଜଳପଥରେ ପରିବହନ କମ୍ ବ୍ୟୟ ସାପେକ୍ଷ ହେବା ସ୍ଥଳେ ପରିବେଶ ଦୃଷ୍ଟିରୁ ମଧ୍ୟ ଅନୁକୂଳ । ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେ ୨୩ଟି ଜଳପଥ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛୁ । ସେ ଆହୁରି କହିଛନ୍ତି ଯେ, ଦେଶରେ ବୃହତ ଉପକୂଳରେ ୧୮୯ଟି ବତୀଘର ରହିଛି ।

“୭୮ଟି ବତୀଘର ସଂଲଗ୍ନ ଅଂଚଳରେ ଆମେ ପର୍ଯ୍ୟଟନର ବିକାଶ ପାଇଁ ଏହି ଯୋଜନା ତିଆରି କରିଛୁ । ବର୍ତ୍ତମାନ ରହିଥିବା ବତୀଘର ଗୁଡିକ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳକୁ ଏକ ଅନନ୍ୟ ସାମୁଦ୍ରିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଏପରି ପଦକ୍ଷେପର ମୂଳ ଉଦ୍ଦେଶ୍ୟ” ବୋଲି ଶ୍ରୀ ମୋଦି କହିଛନ୍ତି । କୋଚି୍‌, ମୁମ୍ବାଇ, ଗୁଜରାଟ ଓ ଗୋଆରେ ନଗର ଜଳ ପରିବହନ ପ୍ରଣାଳୀ ଆରମ୍ଭ କରାଯାଇଥିବା ସେ ଘୋଷଣା କରିଥିଲେ ।

ସରକାର ନିକଟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ପରିଣତ କରିଥିବାରୁ ସାମୁଦ୍ରିକ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି ଏବଂ ଏ କ୍ଷେତ୍ରରେ ବିକାଶ ସାମଗ୍ରିକ ଭାବେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ସରକାର ଦେଶରେ ଜାହାଜ ନିର୍ମାଣ ଓ ମରାମତି ବଜାର ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜାହାଜ କାରଖାନଗୁଡିକୁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ବନ୍ଦର, ଜାହାଜ ଜଳପଥ ମନ୍ତ୍ରଣାଳୟ ଚାରିଶହ ବିନିଯୋଗକ୍ଷମ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପଗୁଡିକରେ ପ୍ରାୟ ୨ଲକ୍ଷ ୨୫ହଜାର କୋଟି ଟଙ୍କାର ବିନିଯୋଗ ହୋଇପାରିବ । ଭାରତୀୟ ସାମୁଦ୍ରିକ ଦୃଶ୍ୟପଟକୁ ସରକାର ଅଗ୍ରାଧିକାର ଦେଉଥିବା ସେ କହିଛନ୍ତି ।

ସାଗର ମନ୍ଥନ ସାମୁଦ୍ରିକ ବାଣିଜ୍ୟିକ ଭୂଭାଗ ସଚେତନତା କେନ୍ଦ୍ର ମଧ୍ୟ ଆଜିଠାରୁ ଆରମ୍ଭ କରାଯାଇଛି । ଏହି ତଥ୍ୟ ପଦ୍ଧତି ସାମୁଦ୍ରିକ ସୁରକ୍ଷା, ଖୋଜିବା ଓ ଉଦ୍ଧାର ସାମର୍ଥ୍ୟ ନିରାପତ୍ତା ଓ ସାମୁଦ୍ରିକ ବାତାବରଣ ନିରାପତ୍ତା ଅଧିକ ପ୍ରଭାବୀ ଢଙ୍ଗରେ ପାଳନ କରିବ ।

ସରକାର ବନ୍ଦରଭିତ୍ତିକ ବିକାଶ ନିମନ୍ତେ ସାଗରମାଳା ପ୍ରକଳ୍ପ ୨୦୧୬ରେ ଘୋଷଣା କରିଛନ୍ତି ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ପ୍ରାୟ ଛଅଲକ୍ଷ କୋଟି ଟଙ୍କାର ୫୭୪ଟି ପ୍ରକଳ୍ପ ୨୦୧୫ରୁ ୨୦୩୫ମଧ୍ୟରେ ତ୍ୱରାନ୍ୱିତ କରିବା ପାଇଁ ଚିହ୍ନଟ କରାଯାଇଛି । ୨୦୨୨ ମସିହା ସୁଦ୍ଧା ଉଭୟ ଉପକୂଳରେ ଜାହାଜ ମରାମତି ପୁଞ୍ଜ ନିର୍ମାଣ କରାଯିବ । ଘରୋଇ ଜାହାଜ ପୁନଃପ୍ରକ୍ରିୟାକରଣ ଶିଳ୍ପ ଜରିଆରେ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରାଯିବ । ହଂକଂ ଆର୍ନ୍ତଜାତିକ କନଭେନସନ ଅନୁସାରେ ଭାରତ ପୁନଃପ୍ରକ୍ରିୟାକରଣ ଜାହାଜ ଆଇନ-୨୦୧୯ ପ୍ରଣୟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରି ବିଶ୍ୱର ଶ୍ରେଷ୍ଠ ବିଷୟଗୁଡିକୁ ଆମେ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଛନ୍ତି । ବିମଷ୍ଟେକ ମାଧ୍ୟମରେ ବାଣିଜ୍ୟ ଓ ଆର୍ଥିକ ସଂଯୋଗ ଉପରେ କାମ ଜାରି ରଖିବା ସହ ଭାରତ ଆଗାମୀ ୨୦୨୬ ମସିହା ସୁଦ୍ଧା ପାରସ୍ପାରିକ ରାଜିନାମା ଲାଗୁ କରିବ ।

ବିଭିନ୍ନ ଦ୍ୱୀପର ଭିତିଭୂମି ଓ ପରିବେଶର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମୁଦ୍ରିକ କ୍ଷେତ୍ରରେ ଅକ୍ଷୟଶକ୍ତିର ଉପଯୋଗ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ପ୍ରମୁଖ ବନ୍ଦରଗୁଡିକରେ ସରକାର ସୌର ଓ ପବନ ଶକ୍ତି ସମ୍ପନ୍ନ ଶକ୍ତି ଉପଯୋଗ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦେଶରେ ତିନିଟି ପର୍ଯ୍ୟାୟରେ ଭାରତୀୟ ବନ୍ଦରଗୁଡିକରେ ଏହାର ଉପଯୋଗ ହେଲେ ଆଗାମୀ ୨୦୩୦ ସୁଦ୍ଧା ବ୍ୟବହାରର ଶତକଡା ୬୦ଭାଗ ଅକ୍ଷୟ ଶକ୍ତି ଉତ୍ସରୁ ଉପଯୋଗ ହେବ ।

ଉପସଂହାରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପୁଞ୍ଜିନିବେଶକାରୀଙ୍କୁ ଏତିକି କହୁଛନ୍ତି ଯେ, “ଭାରତର ଦୀର୍ଘ ଉପକୂଳ ଆପଣମାନଙ୍କ ପ୍ରତୀକ୍ଷାରେ ଅଛି, ଭାରତର ପରିଶ୍ରମୀ ଜନସାଧାର ଆପଣମାନଙ୍କ ଅପେକ୍ଷାରେ ଅଛନ୍ତି । ଭାରତ ଆପଣମାନଙ୍କ ବାଣିଜ୍ୟିକ ଲକ୍ଷ୍ୟଭୂମି ହେଉ । ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଭାରତୀୟ ବନ୍ଦର ଆପଣଙ୍କ ବନ୍ଦର ବିବେଚିତ ହେଉ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.