“ଆଧୁନିକୀକରଣ ଯୁଗରେ ମହାନଗରୀ ଗୁଡିକର କୀର୍ତ୍ତିରାଜିକୁ ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ”
“ଆମ ନଗରୀଗୁଡିକୁ ପରିସ୍କାର ଓ ସ୍ୱାସ୍ଥ୍ୟପଦ ରଖିବାକୁ ଆମେ ଉଦ୍ୟମ କରିବା ଦରକାର”
“ସହରୀ ଜୀବନର ମଧ୍ୟକୁ ନଦୀଗୁଡିକୁ ଅଣାଯିବା ଉଚିତ । ଏହା ଆପଣଙ୍କ ସହରକୁ ନୂତନ ଜୀବନ ଦେବ”
“ଆମର ସହରଗୁଡିକ ଆମର ଅର୍ଥନୀତିର ମୂଳପିଣ୍ଡ । ଆମେ ସହରଗୁଡିକୁ ଅର୍ଥନୀତିର ପେଣ୍ଠସ୍ଥଳରେ ପରିଣତ କରିବାକୁ ହେବ”
“ଏମଏସଏମ୍‌ଇକୁ ବିକାଶର ମଡେଲ ବନାଇବା ପାଇଁ ବିଚାରର ଆବଶ୍ୟକତା ରହିଛି”
“ବୈଶ୍ୱିକ ମହାମାରୀ ରାସ୍ତାକଡ ବିକାଳୀମାନଙ୍କ ଗୁରୁତ୍ୱକୁ ସୂଚାଇ ଦେଇଛି । ସେମାନେ ଆମ ଯାତ୍ରାରେ ଅଂଶବିଶେଷ । ଆମେ ସେମାନଙ୍କୁ ପଛରେ ଛାଡିଦେଇପାରିବା ନାହିଁ”
“କାଶୀ ପାଇଁ ପ୍ରସ୍ତାବ ଦେଲେ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ରହିବି ଓ ମୁଁ ଆପଣମାନଙ୍କର ପ୍ରଥମ ଛାତ୍ର ହେବି”
“ସର୍ଦ୍ଦାର ପଟେଲ ଅହମ୍ମଦାବାଦର ମେୟର ଥିଲେ ଓ ଦେଶ ତାଙ୍କୁ ଆଜି ମଧ୍ୟ ମନେ ରଖିଛି”
“ସର୍ଦ୍ଦାର ପଟେଲ ଅହମ୍ମଦାବାଦର ମେୟର ଥିଲେ ଓ ଦେଶ ତାଙ୍କୁ ଆଜି ମଧ୍ୟ ମନେ ରଖିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସର୍ବଭାରତୀୟ ମେୟର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏହି ଅବସରରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ  ନିକଟରେ ପ୍ରାଚୀନ ବାରଣାସୀଠାରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ କହିଥିଲେ । କାଶୀର ବିକାଶ କିପରି ସମଗ୍ର ଭାରତରେ ମାର୍ଗଦର୍ଶକ ହୋଇପାରିବ ସେ ଦେଇଥିବା ନିଜର ମନ୍ତବ୍ୟକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶର ଅଧିକାଂଶ ମହାନଗରୀ ପାରମ୍ପରିକ କୌଶଳରେ ବିକଶିତ ହୋଇଛି । ଏହି ଆଧୁନିକୀକରଣ ଯୁଗରେ ଏହି ସବୁ ସହରଗୁଡିକରେ କୀର୍ତ୍ତି ରାଜି ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ସହରଗୁଡିକ ଆମକୁ ଆମର ଐତିହ୍ୟର ସଂରକ୍ଷଣ ଓ ସ୍ଥାନୀୟ କୌଶଳ ଶିଖିବାର ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ପରିପାଟି ଭାଙ୍ଗିଦେବା ବଡ କଥା ନୁହେଁ, ବରଂ ପୁର୍ନବିନ୍ୟାସ ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଏଗୁଡିକ କରାଯିବା ଦରକାର ।

ପ୍ରଧାନମନ୍ତ୍ରୀ ସହରମାନଙ୍କ ମଧ୍ୟରେ ସ୍ୱଚ୍ଛତା ପାଇଁ ସୁସ୍ଥ ପ୍ରତିଯୋଗିତା ନିମନ୍ତେ ଆହ୍ୱାନ ଜଣାଇଥିଲେ ଓ କହିଥିଲେ ଯେ ଏଥିରେ ଆଚମ୍ବିତ ମଧ୍ୟ ହେବାରେ ନାହିଁ ଯେ ସହରଗୁଡିକ ଉଭୟ ଶ୍ରେଷ୍ଠ ପ୍ରଦର୍ଶନ ଓ ସ୍ୱଚ୍ଛତା ଉଭୟ ପାଇଁ ନିଜ ନିଜ ମଧ୍ୟରେ ଭବିଷ୍ୟତରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ମଧ୍ୟ ପରିସ୍କାର ଓ ପରିଚ୍ଛନ୍ନତା ସହ ସହରଗୁଡିକର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ  ଆରୋପ କରିଥିଲେ । ସେ ମେୟରମାନଙ୍କୁ ନିଜ ନିଜ ସହରର ୱାର୍ଡଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ପାଇଁ ନିବେଦନ କରିଥିଲେ ।

ସେ ମଧ୍ୟ ମେୟରମାନଙ୍କୁ ଆଜାଦୀ କା ଅମ୍ରିତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମ ବିଷୟବସ୍ତୁ ଥାଇ ରଙ୍ଗୋଲୀ ପ୍ରତିଯୋଗିତା, ସ୍ୱାଧୀନତା ସଂଗ୍ରାମ ଉପରେ ସଙ୍ଗୀତ ପ୍ରତିଯୋଗିତା, ନାନାବାୟା ଗୀତ ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମ ଯାହା ସେ ମନ୍ କୀ ବାତ ଓ ତାଙ୍କ ଭାଷଣ ମାଧ୍ୟମରେ ପରାମର୍ଶ  ଦେଇଛନ୍ତି ତାହା କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ମେୟରମାନଙ୍କ ସହରର ଜନ୍ମଦିବସ ଖୋଜି ବାହାର କରି ତାହା ପାଳନ କରିବାକୁ କହିଥିଲେ । ନଦୀଗୁଡିକର ଗୌରମମୟ ଐତହ୍ୟିକୁ ସୁଦୂର ପ୍ରସାରୀ କଲେ, ଲୋକମାନେ ଏହା ଦ୍ୱାରା ଗର୍ବିତ ହେବା ସହ ତାହାକୁ ସଫାସୁତୁରା ମଧ୍ୟ ରଖିବେ ।  “ନଦୀଗୁଡିକ ସହରୀ ଜୀବନର କେନ୍ଦ୍ରବିନ୍ଦୁ କରାଯିବା ଦରକାର । ଏହା ହେଲେ ଯାଇ ତାହା ଆପଣମାନଙ୍କ ସହରକୁ ନୂଆ ଜୀବନ ଦେବ” ବୋଲି କହିଥିଲେ । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ପାଇଁ ଅଭିଯାନ ଶକ୍ତିଶାଳୀ କରିବା ପାଇଁ ସେ ମେୟରମାନଙ୍କୁ  କହିଥିଲେ । ବଜ୍ୟବସ୍ତୁରୁ ଧନ ସୃଷ୍ଟି କରିବା ପାଇଁ ପନ୍ଥା ଖୋଜିବା ପାଇଁ ସେ ମେୟରମାନଙ୍କୁ କହିବା ସହ ଆମର ସହରଗୁଡିକ ସ୍ୱଚ୍ଛ ଓ ସୁସ୍ଥ ହେବା ଦରକାର ଓ ସେ ଦିଗରେ ଆମର ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ ।

ରାସ୍ତା ଓ ଘରେ ଏଲଇଡି ବଲର ବହୁଳ ପ୍ରୟୋଗ ଉପରେ ସେ ମେୟରମାନଙ୍କୁ କହିଥିଲେ । ଏହାକୁ ଏକ ଅଭିଯାନଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ ଆମେ ସବୁବେଳେ ପ୍ରଚଳିତ ଯୋଜନାଗୁଡିକୁ  ନୂତନ ବ୍ୟବହାର ପାଇଁ  ନେଇ ଆଗକୁ ବଢିବା ଦରକାର । ଆଜାଦୀ କା ଅମ୍ରିତ ମହୋତ୍ସବ କାଳରେ ସହରର ସମରଶିକ୍ଷାର୍ଥୀମାନଙ୍କୁ ନେଇ ପ୍ରତିମୂତ୍ତି ଗୁଡିକୁ ସଫାସୁତୁରା କାର୍ଯ୍ୟ କରିବା ସହ ମହାନ୍ ବ୍ୟକ୍ତିମାନଙ୍କ ଉପରେ ତର୍କ ପ୍ରତିଯୋଗିତା କରିବାକୁ ମେୟରମାନଙ୍କୁ କହିଥିଲେ । ମେୟରମାନେ ସହରରେ ସ୍ଥାନ ଚିହ୍ନଟ କରି କୀର୍ତ୍ତିରାଜି ସ୍ଥାପନ ପିପିପି ମୋଡରେ କରିବାକୁ ପରାମର୍ଶ ଦେଇଥିଲେ । ସହରୀ ଜୀବନର ବିଭିନ୍ନ ସମସ୍ୟାକୁ ନେଇ ଜନସାଧାରଣଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିବାକୁ କହିଥିଲେ । ସାଧାରଣ ପରିବହନ ବ୍ୟବସ୍ଥାର ସଦୁପଯୋଗ ନେଇ ସେ ପରାମର୍ଶ ଦେଇ ଦେବାସହ ମେୟରମାନେ ସୁଗମ୍ୟ ଭାରତ ଅଭିଯାନ ଅନୁସାରେ ସହରଗୁଡିକୁ ଦିବ୍ୟାଙ୍ଗମାନଙ୍କ ସୁବିଧା ପାଇଁ ଉପଯୋଗ କରିବାକୁ  ମଧ୍ୟ କହିଥିଲେ ।

ସେ କହିଥିଲେ “ଆମର ସହରଗୁଡିକ ଆମ ଅର୍ଥନୀତିର ମୂଳପିଣ୍ଡ । ଆମ ସହରଗୁଡିକୁ ଅର୍ଥନୀତିକ ବ୍ୟବସ୍ଥାର ପେଣ୍ଠସ୍ଥଳ କରିବାକୁ ହେବ ।” ସେ ସେମାନଙ୍କୁ ସାମଗ୍ରୀକ ବ୍ୟବସ୍ଥା ଦ୍ୱାରା ସମସ୍ତ ସୁବିଧା ଏପରି ବିକଶିତ ହେବ ଯାହା ଆର୍ଥିକ କାର୍ଯ୍ୟକଳାପଗୁଡିକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ ।

ଏମଏସ୍‌ଏମଇକୁ ବିକାଶର ମଡେଲ ଭାବେ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଦୃଢ ଯୁକ୍ତି ବାଢିଥିଲେ । “ରାସ୍ତାକଡ ବିକ୍ରେତାମାନେ ଆମ ଯାତ୍ରାର ସହଯାତ୍ରୀ । ସବୁବେଳେ ଆମେ ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କ ପାଇଁ ଆମେ ପିଏମ୍ ସ୍ୱନିଧି ଯୋଜନା ପ୍ରବର୍ତ୍ତନ କରିଛୁ । ଏହି ଯୋଜନା ଖୁବ ଭଲ । ଆପଣମାନଙ୍କ ସହରରେ ଏହାର ତାଲିକା ବନାଇ ସେମାନଙ୍କୁ ମୋବାଇଲ ଫୋନ ଦେଣନେଣ ପାଇଁ ଶିକ୍ଷା ଦିଅନ୍ତୁ । ଏଗୁଡିକ ବ୍ୟାଙ୍କ ଅର୍ଥ ପ୍ରଦାନ ଦିଗରେ ବେଶ୍ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୈଶ୍ୱିକ ମହାମାରୀ କାଳରେ ସେମାନଙ୍କ ଗୁରୁତ୍ୱ ବେଶ୍ ଉପଲବ୍ଧ ହୋଇଥିଲା ।

କାଶୀର ବିକାଶ ଲାଗି ମେୟରମାନଙ୍କୁ ପ୍ରସ୍ତାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । “ମୁଁ ଆପଣମାନଙ୍କ ପ୍ରସ୍ତାବ ପାଇଁ କୃତଜ୍ଞ ରହିବି ଓ ମୁଁ ଆପଣମାନଙ୍କ ପ୍ରଥମ ବିଦ୍ୟାର୍ଥୀ ହେବି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ଦ୍ଦାର ପଟେଲ ଅହମ୍ମଦାବାଦର ପ୍ରଥମ ମେୟର ଥିଲେ ଓ ଦେଶବାସୀ ତାଙ୍କୁ ଏବେ ବି ମନେ ରଖିଛନ୍ତି । ମେୟର ପଦବୀ ଏକ ଅର୍ଥପୂର୍ଣ୍ଣ ରାଜନୀତିକ ପେଶା ପାଇଁ ଉତ୍ତମ ସୋପାନ ଯାହାଦ୍ୱାରା ଆପଣ ଦେଶବାସୀଙ୍କ ସେବା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."