“ଆଧୁନିକୀକରଣ ଯୁଗରେ ମହାନଗରୀ ଗୁଡିକର କୀର୍ତ୍ତିରାଜିକୁ ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ”
“ଆମ ନଗରୀଗୁଡିକୁ ପରିସ୍କାର ଓ ସ୍ୱାସ୍ଥ୍ୟପଦ ରଖିବାକୁ ଆମେ ଉଦ୍ୟମ କରିବା ଦରକାର”
“ସହରୀ ଜୀବନର ମଧ୍ୟକୁ ନଦୀଗୁଡିକୁ ଅଣାଯିବା ଉଚିତ । ଏହା ଆପଣଙ୍କ ସହରକୁ ନୂତନ ଜୀବନ ଦେବ”
“ଆମର ସହରଗୁଡିକ ଆମର ଅର୍ଥନୀତିର ମୂଳପିଣ୍ଡ । ଆମେ ସହରଗୁଡିକୁ ଅର୍ଥନୀତିର ପେଣ୍ଠସ୍ଥଳରେ ପରିଣତ କରିବାକୁ ହେବ”
“ଏମଏସଏମ୍‌ଇକୁ ବିକାଶର ମଡେଲ ବନାଇବା ପାଇଁ ବିଚାରର ଆବଶ୍ୟକତା ରହିଛି”
“ବୈଶ୍ୱିକ ମହାମାରୀ ରାସ୍ତାକଡ ବିକାଳୀମାନଙ୍କ ଗୁରୁତ୍ୱକୁ ସୂଚାଇ ଦେଇଛି । ସେମାନେ ଆମ ଯାତ୍ରାରେ ଅଂଶବିଶେଷ । ଆମେ ସେମାନଙ୍କୁ ପଛରେ ଛାଡିଦେଇପାରିବା ନାହିଁ”
“କାଶୀ ପାଇଁ ପ୍ରସ୍ତାବ ଦେଲେ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ରହିବି ଓ ମୁଁ ଆପଣମାନଙ୍କର ପ୍ରଥମ ଛାତ୍ର ହେବି”
“ସର୍ଦ୍ଦାର ପଟେଲ ଅହମ୍ମଦାବାଦର ମେୟର ଥିଲେ ଓ ଦେଶ ତାଙ୍କୁ ଆଜି ମଧ୍ୟ ମନେ ରଖିଛି”
“ସର୍ଦ୍ଦାର ପଟେଲ ଅହମ୍ମଦାବାଦର ମେୟର ଥିଲେ ଓ ଦେଶ ତାଙ୍କୁ ଆଜି ମଧ୍ୟ ମନେ ରଖିଛି”

ହର ହର ମହାଦେବ, 

ନମସ୍କାର,

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ତଥା ଜନସାଧାରଣଙ୍କ ଉପଯୋଗୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ହରଦୀପ ସିଂହ ପୁରୀଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଶ୍ରୀ ଆଶୁତୋଷ ଟଣ୍ଡନଜୀ, ନୀଳକଣ୍ଠ ତିୱାରୀଜୀ, ଅଖିଳ ଭାରତ ମେୟର ପରିଷଦର ଅଧ୍ୟକ୍ଷ ଶ୍ରୀ ନବୀନ ଜୈନଜୀ, କାଶରୀରେ ଉପସ୍ଥିତ ଏବଂ ଦେଶର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ସମସ୍ତ ମେୟର ସାଥୀଗଣ, ଅନ୍ୟ ମହାନୁଭବଗଣ, ଭାଇ ଏବଂ ଭଉଣୀଗଣ,

ବାରାଣସୀର ସାଂସଦ ହିସାବରେ ମୋର ପ୍ରିୟ ବାରାଣସୀକୁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ସ୍ୱାଗତ କରୁଛି । ମୋ ପାଇଁ ଏହା ବହୁତ ସୌଭାଗ୍ୟର ଅବସର ହୋଇଥାନ୍ତା ଯେ ମୁଁ ସ୍ୱୟଂ ଏଠାରେ ରହି ଆପଣମାନଙ୍କୁ ସ୍ୱାଗତ ଓ ସମ୍ମାନିତ କରିବା । କିନ୍ତୁ ସମୟର କିଛି ସୀମିତତା କାରଣରୁ ମୁଁ ନିଜେ ଉପସ୍ଥିତ ରହି ଆପଣମାନଙ୍କୁ ସ୍ୱାଗତ କରିପାରିନାହିଁ । କିନ୍ତୁ ମୋର ପୂର୍ଣ୍ଣ ବିଶ୍ୱାସ ଯେ ବାରାଣସୀବାସୀ ଆପଣମାନଙ୍କୁ ଆତିଥ୍ୟ ପ୍ରଦାନ କରିବାରେ କୌଣସି ପ୍ରକାର ଅଭାବ ରଖିନଥିବେ । ଆପଣମାନଙ୍କୁ ପୂର୍ଣ୍ଣ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିବେ, ଆପଣମାନଙ୍କୁ ସ୍ୱାଗତ ପାଇଁ ଅବଶ୍ୟ ଚିନ୍ତା କରିଥିବେ ଏବଂ ଯଦି ସେଥିରେ କିଛି ତ୍ରୁଟି ରହିଯାଇଥିବ ତେବେ ତାହା ବାରାଣସୀବାସୀଙ୍କର ନୁହେଁ, ସେ ଦୋଷ ମୋର ଏବଂ ସେଥିପାଇଁ ଆପଣମାନେ ମୋତେ ନିଶ୍ଚିତ ରୂପେ କ୍ଷମା କରିବେ । ବାରାଣସୀରେ ଆପଣମାନଙ୍କ ଅବସ୍ଥାନକୁ ସମସ୍ତେ ମନଭରି ଉପଭୋଗ କରନ୍ତୁ । ଏକଜୁଟ ଭାବେ ଭାବୀ ଭାରତ ନିମନ୍ତେ, ଭାରତର ସହରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ନିଜ ନିଜ ଅନୁଭବକୁ ପରସ୍ପର ମଧ୍ୟର ବାଣ୍ଟନ୍ତୁ । ଏଭଳି ଅନେକ କିଛି କଥା ଅଛି ଯାହା ଆମେମାନେ ଅନ୍ୟମାନଙ୍କ ଠାରୁ ଶିକ୍ଷାଲାଭ କରିପାରିବା । ନିଜ ନିଜ ସହରକୁ ନିଜ ନିଜ ଢ଼ଙ୍ଗରେ ଏବଂ ଆଗକୁ ବଢ଼ାଇ ସୁନ୍ଦର ଭାବେ ଗଢ଼ିବା ନିମନ୍ତେ, ସ୍ପନ୍ଦିତ ସହର ଭାବେ ବିକଶିତ କରିବା ସକାଶେ, ଏକ ଜାଗ୍ରତ ଓ ପ୍ରଗତିଶୀଳ ସହର ନିର୍ମାଣ କରିବା ନିମନ୍ତେ କୌଣସି ଅବସରକୁ ଆମେ ଛାଡ଼ିବାନାହିଁ । ଏହା ମୋର ପୂର୍ଣ୍ଣ ବିଶ୍ୱାସ । ଆପଣମାନେ ସମସ୍ତ ମେୟର ପଦରେ ଅଭିଷିକ୍ତ ରହିଆସିଛନ୍ତି । ଆପଣମାନଙ୍କ କାର୍ଯ୍ୟକାଳ ଭିତରେ ନିଜ ସହରକୁ କିଛି ନା କିଛି ନୂଆ କଥା ଦେବାକୁ ଆପଣମାନଙ୍କ ମନରେ ଅବଶ୍ୟ ସ୍ୱପ୍ନ ରହିଥିବ । ଆପଣମାନେ ନିଶ୍ଚୟ ଚାହୁଁଥିବେ ଯେ ନିଜ ସହରପାଇଁ ଏଭଳି କିଛି କାର୍ଯ୍ୟ କରିଯିବେ ଯାହା ଫଳରେ ଆଗାମୀ ଦିନରେ, ୫, ୫୦ ଅବା ୨୦ ବର୍ଷ ପରେ ଯେତେବେଳେ କିଏ ଏହି ସହରକୁ ଆସିବ ସେ ଅବଶ୍ୟ ଆଲୋଚନା କରିବ ଯେ ଏଭଳି ସୁଫଳ ମିଳିବା ପାଇଁ ଅମୁକ ମେୟର ଏଭଳି କାର୍ଯ୍ୟ କରିଯାଇଛନ୍ତି । ଅବା କୌଣସି ଭଉଣୀ ମେୟର ଥିଲେ ଯେତେବେଳେ ଏହି ସହରରେ ଏଭଳି ବିକାଶମୂଳକ କାର୍ଯ୍ୟ ସଂପାଦିତ ହୋଇଥିଲା । ସେହି କାର୍ଯ୍ୟ ଏକ ସ୍ମୃତିରେ ପରିଣତ ହେବ, ଏକ ଦିଗ ପାଲଟିଯିବ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏହି ସ୍ୱପ୍ନ ରହିବା ମଧ୍ୟ ଆବଶ୍ୟକ । ଏଭଳି ସଂକଳ୍ପ ମଧ୍ୟ ରହିବା ଆବଶ୍ୟକ ଏବଂ ଏହି ସଂକଳ୍ପକୁ ସାକାର କରିବା ନିମନ୍ତେ ଆମେ ନିଜର ଶ୍ରମ ଓ ସାଧନ ଓ ଜୀବନକୁ ଲଗାଇଦେବା ଆବଶ୍ୟକ । ଜନସାଧାରଣ ଯେତେବେଳେ ଆମ ଉପରେ ବିଶ୍ୱାସ ରଖିଛନ୍ତି ଏବଂ ଆମ ଉପରେ ନଗରର ସମସ୍ତ ଦାୟିତ୍ୱ ସମର୍ପଣ କରିଛନ୍ତି ସେତେବେଳେ ଆମେମାନେ ମଧ୍ୟ ଏହାକୁ ଉତ୍ତମ ରୂପେ ସଂପାଦନ କରିବା ନିମନ୍ତେ ପ୍ରୟାସ କରିବା ଉଚିତ । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ସମସ୍ତେ ଏହି ଦିଗରେ ନିଶ୍ଚିତ ରୂପେ କିଛି ନା କିଛି କରୁଥିବେ । ଅବଶ୍ୟ ଏହାର ଉତ୍ତମ ପରିଣାମ ମିଳିବ । ସେଥିପାଇଁ ଆପଣମାନଙ୍କ ପ୍ରୟାସ ମଧ୍ୟ ଜାରି ରହିଥିବ । ମୁଁ ଆଜି ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ, ଉତ୍ତର ପ୍ରଦେଶ ସରକାରଙ୍କୁ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି ଯେ ଆପଣମାନେ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନିମନ୍ତେ ବନାରସକୁ ଚୟନ କରିଛନ୍ତି । ମୋର ବାରାଣସୀକୁ ଚୟନ କରିଛନ୍ତି । ଦେଶର ବିକାଶ ନିମନ୍ତେ ଆପଣମାନଙ୍କ ସଂକଳ୍ପ ସହିତ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ଯେତେବେଳେ ଯୋଡ଼ିହୋଇଯିବ ସେତେବେଳେ ଆପଣମାନେ କିଛି ନା କିଛି ନୂଆ ସଫଳତା ଅବଶ୍ୟ ପ୍ରାପ୍ତ ହେବେ । ନୂତନ ପ୍ରେରଣାର ସହିତ, ନୂତନ ଆଶାର ସହିତ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିବେ । ବାରାଣସୀରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ମୁଁ ଅନେକ ସମ୍ଭାବନାର ସହିତ ଯୋଡ଼ି ଦେଖୁଛି । ଗୋଟିଏ ପଟେ ବନାରସ ଭଳି ବିଶ୍ୱର ସବୁଠାରୁ ପ୍ରାଚୀନ ନଗରୀ ଭଳି ଗୋଟିଏ ସ୍ଥାନ ଏବଂ ଅନ୍ୟ ପଟେ ଆଧୁନିକ ଭାରତର ଅଧୁନିକ ସହରମାନଙ୍କର ରୂପରେଖ! ଏଇ ନିକଟରେ, ଯେତେବେଳେ ମୁଁ ବାରାଣସୀରେ ଥିଲି ସେତେବେଳେ ଏକଥା ମୁଁ କହିଥିଲି, ବାରାଣସୀର ବିକାଶ ସମଗ୍ର ଦେଶ ନିମନ୍ତେ ବିକାଶର ଏକ ରୋଡ଼ମ୍ୟାପ୍‌ ହୋଇପାରିବ । ଆମ ଦେଶରେ ଅଧିକତର ସହର ପାରମ୍ପରିକ ସହର ଭାବେ ରହିଛନ୍ତି, ପାରମ୍ପରିକ ଢ଼ଙ୍ଗରେ ହିଁ ବିକାଶ ଲାଭ କରିଛନ୍ତି । ଆଧୁନିକୀକରଣର ଏହି ସମୟରେ ଆମେ ସେହିସବୁ ସହରଗୁଡ଼ିକର ପ୍ରାଚୀନତାକୁ ମଧ୍ୟ ସେତିକି ପ୍ରାଧାନ୍ୟ ଦେବା ଉଚିତ । ଆମେ ନିଜର ପ୍ରାଚୀନ ସହରଗୁଡ଼ିକର ପ୍ରତି ଗଳିରେ ପ୍ରତିଟି ଖଣ୍ଡ ପଥର ସହ, ପ୍ରତି ମୁହୂର୍ତ୍ତରେ, ଇତିହାସର ପ୍ରତିଟି କାଳଖଣ୍ଡ ସହ ଜଡ଼ିତ ଏବଂ ସେଥିରୁ ଅନେକ କିଛି ଶିକ୍ଷା ଲାଭ କରିପାରିବା । ସେହିସବୁ ଗଳି, ପଥରଖଣ୍ଡ ଏବଂ ଐତିହାସିକ ଅନୁଭବକୁ ଆମେ ନିଜ ଜୀବନର ପ୍ରେରଣା ଭାବେ ମଧ୍ୟ ଗ୍ରହଣ କରିପାରିବା । ଆମର ଐତିହ୍ୟର ବୈଭବକୁ ଆପଣାଇବା, ସେସବୁକୁ ସୁରକ୍ଷିତ ରଖିବା ନିମନ୍ତେ ଆମକୁ ନୂଆ ନୂଆ ଉପାୟମାନ ଆପଣାଇବାକୁ ପଡ଼ିବ । ଆମେ ଚାହିଁଲେ ତାହାକୁ ନୂଆ ଢ଼ଙ୍ଗରେ ମଧ୍ୟ ବିକଶିତ କରିପାରିବା । ସେଥିରୁ ଅନେକ କଥା ଶିଖିପାରିବା । ସ୍ଥାନୀୟ କଳା କୌଶଳକୁ ଏହାରି ମାଧ୍ୟମରେ ଆଗକୁ ଆଗେଇ ନେଇଯିବାର ଉପାୟକୁ କିଭଳି ଭାବେ ସ୍ଥାନୀୟ କଳା କୌଶଳ ଏବଂ ଉତ୍ପାଦକୁ ସେହି ସହରର ପରିଚୟ ଭାବେ ଉପସ୍ଥାପିତ କରିପାରିବା ତାହା ଏକ ଅପୂର୍ବ ଅନୁଭବ । 

ସାଥୀଗଣ,

ଆପଣମାନେ ଯେତେବେଳେ ବାରାଣସୀ ସହର ବୁଲି ଦେଖିବେ, ଆପଣମାନଙ୍କ ଭିତରେ ଏଭଳି ଅନେକ ଲୋକ ଅଛନ୍ତି ଏବଂ ଏଠାକୁ ଆସିଛନ୍ତି ଯେଉଁମାନେ ପୂର୍ବରୁ କେବେ ନା କେବେ ଏଠାକୁ ଅବଶ୍ୟ ଆସିଥିବେ । ସେହି ପୁରୁଣା ସ୍ମୃତି ସହିତ ନୂତନ ପରିବର୍ତ୍ତନକୁ ଅବଶ୍ୟ ଆପଣମାନେ ଲକ୍ଷ୍ୟ କରନ୍ତୁ । ତୁଳନାତ୍ମକ ଦୃଷ୍ଟିରେ ଦେଖନ୍ତୁ । ଏଥି ସହିତ ଆପଣମାନଙ୍କ ମନରେ ନିଜ ସହର କଥା ମଧ୍ୟ ଉଠିବା ସ୍ୱାଭାବିକ । ଆପଣମାନେ ପ୍ରତି ମୁହୂର୍ତ୍ତରେ ଅନୁଭବ କରିପାରିବେ ଯେ ମୁଁ ଯେଉଁ ସହରରୁ ଆସିଛି, ସେଠାକାର ଗଳି ଏବଂ ବାରାଣସୀର ଏହି ଗଳି, ଅର୍ଥାତ୍‌, ମୁଁ ଏବେ ଯେଉଁ ସହରରେ ଠିଆହୋଇଛି ସେଠାକାର ନଦୀ ଏବଂ ସେଠାକାର ପ୍ରତିଟି କଥାକୁ ପ୍ରତି ମୁହୂର୍ତ୍ତରେ ତୁଳନା କରିବାର ପ୍ରୟାସ କରନ୍ତୁ । ଆପଣମାନଙ୍କ ସହିତ ଅନ୍ୟ ଯେଉଁ ମେୟରମାନେ ଉପସ୍ଥିତ ଥିବେ ସେମାନଙ୍କ ସହ ଏ ବିଷୟରେ ଆଲୋଚନା କରନ୍ତୁ । ସେମାନେ ନିଜ ନିଜ ସହରରେ କି କି କାର୍ଯ୍ୟ କରିଛନ୍ତି, କେଉଁଭଳି ଭାବେ ସେହିସବୁ କାର୍ଯ୍ୟ ସଂପାଦନ କରିଛନ୍ତି । ଆମ ସମସ୍ତଙ୍କ ଏଭଳି ଚର୍ଚ୍ଚାରୁ ନୂତନ ଚିନ୍ତାଧାରା ନୂତନ ନିର୍ଯ୍ୟାସ ସୃଷ୍ଟି ହୋଇପାରିବ ଯାହାକି ଆମକୁ ଆଗକୁ ଅଗ୍ରସର ହେବାର ମାର୍ଗ ପ୍ରଦର୍ଶନ କରିପାରିବ । ନୂତନ ପରିକଳ୍ପନାମାନ ମିଳିବ, ନୂତନ କାର୍ଯ୍ୟକ୍ରମର ସଂରଚନା ଲାଗି ପ୍ରେରଣା ମିଳିବ ଏବଂ ତଦନୁସାରେ ଆମେ ତାହା ପ୍ରସ୍ତୁତ କରିପାରିବା । ସେତେବେଳେ ଆମେମାନେ ନିଜ ନିଜ ସହରକୁ ଫେରିଯିବା ପରେ ସେଭଳି କାର୍ଯ୍ୟକ୍ରମରେ ନେତୃତ୍ୱ ଗ୍ରହଣ କରି ସେହିଭଳି କାର୍ଯ୍ୟକୁ ସଂପାଦନ କରିପାରିବା । ସେତେବେଳେ ଆପଣମାନଙ୍କ ସହରର ଲୋକମାନଙ୍କୁ, ଆପଣମାନଙ୍କ ରାଜ୍ୟକୁ ଏକ ନୂତନ ଆନନ୍ଦ ମିଳିବ ଏବଂ ନୂତନ ବିଶ୍ୱାସ ମଧ୍ୟ ପ୍ରାପ୍ତ ହେବ । ଏଥି ସହିତ ଆମକୁ ଏକଥା ମଧ୍ୟ ପ୍ରଚେଷ୍ଟା କରିବାକୁ ହେବ ଯେ ଆମକୁ କ୍ରମବିକାଶରେ ବିଶ୍ୱାସୀ ହେବାକୁ ପଡ଼ିବ, ଆଜି ଭାରତକୁ ବିପ୍ଳବର ଆବଶ୍ୟକତା ନାହିଁ । ଆମକୁ କାୟାକଳ୍ପର ଆବଶ୍ୟକତା ରହିଛି, ପୁରୁଣା ସବୁକିଛିକୁ ଭାଙ୍ଗିରୁଜି ଦେବା, ନିଃଶେଷ କରିଦେବା ଏହା ଆମର ମାର୍ଗ ନୁହେଁ । କିନ୍ତୁ ପୁରୁଣା ଯାହା କିଛି ରହିଛି ସେସବୁକୁ ସଂରକ୍ଷିତ କରି ରଖି ଆଧୁନିକତା ଆଡ଼କୁ କିଭଳି ଭାବେ ଅଗ୍ରସର ହୋଇପାରିବା, ଆଧୁନିକ ଯୁଗର ଆବଶ୍ୟକତାକୁ କିଭଳି ପ୍ରାପ୍ତ ହୋଇପାରିବା ସେଥି ନିମନ୍ତେ ଆମର ପ୍ରୟାସ ଶତତ ଜାରି ରହିବା ଆବଶ୍ୟକ । ଏବେ ଆପଣମାନେ ଦେଖନ୍ତୁ ସ୍ୱଚ୍ଛତା ଅଭିଯାନ ଜାରି ରହିଛି, ସମଗ୍ର ଦେଶରେ ପ୍ରତି ବର୍ଷ ସ୍ୱଚ୍ଛ ସହର ଚୟନର ଘୋଷଣା କରାଯାଉଛି । କିନ୍ତୁ ମୁଁ ଦେଖୁଛି, ଧୀରେ ଧୀରେ ଦେଶର କେତେକ ସହର ନିଜ ନିଜ ସ୍ଥାନ ସଂରକ୍ଷିତ ରଖିସାରିଲେଣି । ଏହା ଖୁସିର କଥା, ଭଲ କଥା । କିନ୍ତୁ ଅବଶିଷ୍ଟ ସହର ନିରାଶ ହୋଇ ବସିପଡ଼ିବା ଉଚିତ କଥା ନୁହେଁ । ଆମମାନଙ୍କୁ ଏକଥା ଭାବିବା ଅନୁଚିତ ଯେ ଭାଇ ସେ ପୁରସ୍କାର ତ ଅମୁକ ଅମୁକ ସହରକୁ ମିଳିବ । ଆମେ କାହିଁକି ଚିନ୍ତା କରିବା ? ସେମାନେ ଆଗକୁ ବଢ଼ି ଚାଲିଛନ୍ତି, ଆମେ କ’ଣ ସେଭଳି କରିପାରିବା ? ଏଭଳି ମାନସିକତା ମନରେ ଆସିବା ଅନୁଚିତ । ଆପଣମାନେ ସମସ୍ତ ମେୟରମାନେ ସଂକଳ୍ପ ଗ୍ରହଣ କରନ୍ତୁ ଯେ ଆସନ୍ତା ବର୍ଷ ସ୍ୱଚ୍ଛତା ପ୍ରତିଯୋଗିତାରେ ଆପଣ ଅନ୍ୟ କାହାଠାରୁ ପଛରେ ରହିବେନାହିଁ । ଆପଣମାନଙ୍କ ସହର ଅନ୍ୟ କାହାରିଠାରୁ ପଛରେ ପଡ଼ିବନାହିଁ । ଏହି ଦୃଢ଼ ସଂକଳ୍ପ ଗ୍ରହଣ କରନ୍ତୁ । କରି ପାରିବେ ନା ନାହିଁ? ମୁଁ ତ କହିବି ଆମର ହରଦୀପ ପୁରୀଜୀଙ୍କୁ ଏବେ ପ୍ରୟାସ କରିବା ଆବଶ୍ୟକ ଯେ ଯେଉଁମାନେ ଶ୍ରେଷ୍ଠ, ସ୍ୱଚ୍ଛ ସହର ହେବେ ସେମାନଙ୍କୁ ତ ପୁରସ୍କାର ଅବଶ୍ୟ ଦେବେ । ସ୍ୱୀକୃତି ପ୍ରଦାନ କରିବେ, ସମ୍ମାନିତ କରିବେ । କିନ୍ତୁ ଯେଉଁ ସହରମାନେ ଉତ୍ତମ ହେବାକୁ ଅଧିକ ପ୍ରୟାସ କରିଥିବେ ସେମାନଙ୍କୁ ମଧ୍ୟ ସ୍ୱୀକୃତି ପ୍ରଦାନ କରନ୍ତୁ । ଯେଉଁମାନେ ଆଦୌ କିଛି କାମ ନକରି ଚୁପ୍‌ ଚାପ୍‌ ବସିରହିଛନ୍ତି ସେମାନଙ୍କର ମଧ୍ୟ ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସେହିସବୁ ରାଜ୍ୟରେ ବିଜ୍ଞାପନ କରନ୍ତୁ ଯେ, ଲୋକମାନେ ଦେଖନ୍ତୁ ଏହିସବୁ ରାଜ୍ୟର ତିନୋଟି ସହର ଯେଉଁମାନେ ସ୍ୱଚ୍ଛତା ଦିଗରେ କିଛି କରିନାହାନ୍ତି ସେମାନେ ହେଲେ ଅମୁକ, ଅମୁକ ଏବଂ ଅମୁକ । ସେତେବେଳେ ଜନସାଧାରଣଙ୍କ ପକ୍ଷରୁ ଏତେ ମାତ୍ରାରେ ଚାପ ବଢ଼ିବ ଯେ ପ୍ରତ୍ୟେକଙ୍କୁ ଏ ଦିଗରେ କାର୍ଯ୍ୟ କରିବାକୁ ହେବ । ସେମାନେ ଏହା ଦ୍ୱାରା ପ୍ରେରିତ ହେବେ ଏବଂ ମୋର ପ୍ରତ୍ୟେକ ମେୟରଙ୍କ ନିବେଦନ ଯେ ଆପଣମାନେ କେବଳ ସ୍ୱଚ୍ଛତାକୁ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଭାବେ ଦେଖନ୍ତୁ ନାହିଁ । ଆପଣମାନେ କ’ଣ ପ୍ରତି ମାସରେ ବୋର୍ଡ଼ ତଳେ, ପ୍ରତି ବୋର୍ଡ ଦଳେ ସ୍ୱଚ୍ଛତାର ସ୍ପର୍ଦ୍ଧାକୁ ସ୍ୱୀକୃତି ପ୍ରଦାନ କରିପାରିବେ ନାହିଁ ? ଜୁରୀ ପ୍ରସ୍ତୁତ କରି ଚଳିତ ମାସରେ କେଉଁ କେଉଁ ବୋର୍ଡ଼ ସବୁଠାରୁ ଅଧିକ ସ୍ୱଚ୍ଛତାର ପୁରସ୍କାର ନେଉଛି ତାହା ପ୍ରସ୍ତୁତ କରିବେ । ଯଦି ସହରର ବୋର୍ଡ଼ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ, ବୋର୍ଡର କାଉନସିଲରମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଆସିବ ଏବଂ ଏହାର ପୁନଃପୌନିକ ପ୍ରତିକ୍ରିୟା, ଯାହାକି ସାମଗ୍ରିକ ସୁଫଳ ହେବ ତାହା ପୂରା ସହର ଉପରେ ପଡ଼ିବ ଏବଂ ସହରର ରୂପରେଖ ମଧ୍ୟ ବଦଳିବ । ସେଇଥିପାଇଁ ମୁଁ କହିବି ଯେ ସ୍ୱଚ୍ଛତାର ଅନ୍ୟ ଯେଉଁସବୁ ମହତ୍ତ୍ବ ରହିଛି, ସୌନ୍ଦର୍ଯ୍ୟକରଣ ବି, ଏ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରିବି । ବିଶ୍ୱରେ ଯେଉଁ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ହେଉଛି ସେ ସଂପର୍କରେ ମୋର କିଛି କହିବାର ନାହିଁ । କିନ୍ତୁ ଆମ ରାଜ୍ୟର ପୌର ବୋର୍ଡ଼ମାନଙ୍କ ମଧ୍ୟରେ କ’ଣ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ ନାହିଁ ? କେଉଁ ବୋର୍ଡ଼ ସବୁଠାରୁ ଅଧିକ ସୁନ୍ଦର? ସଫେଇ ମାନାଂକ ଦୃଷ୍ଟିରୁ କିଏ ସର୍ବାଗ୍ରେ ରହିଛି, ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ କିଏ ସର୍ବାଧିକ ପଦକ୍ଷେପ ଗ୍ରହଣ କରିଛି । ଆଉ କି କି ପଦକ୍ଷେପ ନିଆଯାଇପାରିବ ଇତ୍ୟାଦି । ପ୍ରତ୍ୟେକ ସହର ନିଜକୁ ସିଦ୍ଧ କରିବା ସକାଶେ ନିଜସ୍ୱ ଜୁରୀ ବୋର୍ଡ଼ ଗଠନ କରନ୍ତୁ । କାନ୍ଥକୁ କିଭଳି ଭାବେ ରଙ୍ଗାଯାଇପାରିବ, ଯେଉଁଠାରେ ଦୋକାନମାନ ଅଛି, ସେସବୁର ବୋର୍ଡ଼ କିଭଳି ଲାଗିବା ଦରକାର, ଗଳିଗୁଡ଼ିକର ସାଇନ ବୋର୍ଡ଼ର ରହିବ କିନ୍ତୁ ସେସବୁ କିଭଳି ଲେଖାଯିବ, ଠିକଣା କେମିତି ଭାବେ ଲେଖାଯାଏ । ଏଭଳି ଅନେକ କଥା ଅଛି । ଏହିସବୁ କଥାଗୁଡ଼ିକ ଉପରେ ଯଦି ଆପଣମାନେ ଲଗାତାର ଭାବେ ଚିନ୍ତା କରିବେ, ପ୍ରତିଟି ସହରକୁ ପରସ୍ପର ସହ ଯୋଡ଼ାଯାଇପାରିବ ଯେଭଳି କି ଏବେ ସେହିଭଳି ଗୋଟିଏ ପ୍ରତିଯୋଗିତାକୁ ସ୍ୱୀକୃତି ମିଳିଛି । ସ୍ୱାଧୀନତାର ଅମୃତ ମହୋତ୍ସବ, ଏବେ ସ୍ୱାଧୀନତାର ଅମୃତ ମହୋତ୍ସବରେ ତିନୋଟି କଥା କୁହାଯାଇଛି ଯାହାକି ସାଧାରଣ ଲୋକଙ୍କ ଜରିଆରେ ସଂପାଦନ କରାଯାଇପାରିବ । ଏକ - ଆଜାଦୀ କା ଅମୃତ ମହୋତ୍ସବର ରଙ୍ଗୋଲୀ ପ୍ରତିଯୋଗିତା । କିନ୍ତୁ ରଙ୍ଗୋଲୀ ମଧ୍ୟ ସୌନ୍ଦର୍ଯ୍ୟ ସହିତ ଜଡ଼ିତ । କିନ୍ତୁ ଏହା ହେଉଛି ସ୍ୱାଧୀନତାର ରଙ୍ଗୋଲି । ସ୍ୱାଧୀନତା ଆନ୍ଦୋଳନର କୌଣସି ନା କୌଣସି ଘଟଣାକୁ ଆମେ ଏହି ରଙ୍ଗୋଲି ସହିତ ଯୋଡ଼ିପାରିବା । ସମଗ୍ର ସହରରେ ଏଭଳି ରଙ୍ଗୋଲୀର ଆୟୋଜନ କରିପାରିବା । ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହାକୁ ଏକ ବିରାଟ ପ୍ରତିଯୋଗିତା ଭାବେ ଉପସ୍ଥାପନ କରନ୍ତୁ, ଦେଖନ୍ତୁ ଏଥିରେ କିଛି ପରିବର୍ତ୍ତନ ହୋଇପାରୁଛି ନା ନାହିଁ । ଏହିଭଳି ଭାବେ ଆପଣମାନଙ୍କ ସହରରେ ସ୍ୱାଧୀନତାର ଆନ୍ଦୋଳନରେ ଯାହା ଯାହା ଘଟଣାସବୁ ହୋଇଥିବ ସେହିସବୁ ପ୍ରସଙ୍ଗକୁ ନେଇ କିଛି କବିତା ଲେଖାଯାଇ ପାରିବ, ଆପଣମାନଙ୍କ ସହରରେ ସ୍ୱାଧୀନତା ଆନ୍ଦୋଳନରେ ଘଟିଥିବା ଘଟଣା ସମ୍ପର୍କୀତ କିଛି ଗୀତ ଲେଖି ତାହାକୁ ଲୋକମାନଙ୍କ ମଧ୍ୟରେ ପ୍ରସାରିତ କରିପାରିବେ । ଆପଣମାନଙ୍କ ରାଜ୍ୟ ଭିତରେ ଯେଉଁସବୁ ଘଟଣାମାନ ଘଟିଥିବା ତାହା ଉପରେ ଗୀତ ରଚନା କରିପାରିବେ, ଦେଶର ମହାନ ଘଟଣାବଳୀକୁ ଯୋଡ଼ି ଏହାର ଯଶଗାନ କରିପାରିବେ । ଆପଣମାନେ ଦେଖନ୍ତୁ, ପରିବର୍ତ୍ତନ ଆସୁଛି କି ନାହିଁ । ଏହିଭଳି ଭାବେ ଆମର ମାତାମାନଙ୍କୁ, ଭଉଣୀମାନଙ୍କୁ ମଧ୍ୟ ଏହି ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଡ଼ିବା ସକାଶେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇପାରିବ । ଆମର ଏଠାରେ ଏକ ପ୍ରାଚୀନ ପରମ୍ପରାରେ ଲୋରୀ ଗାଇବାର ପ୍ରଥା ରହିଛି । ଯେତେବେଳେ ନବଜାତ ଶିଶୁ ଜନ୍ମଲାଭ କରରୁଥିଲେ ସେତେବେଳେ ମହିଳାମାନେ ଲୋରୀ ଗାଉଥିଲେ । ପ୍ରତି ଘରେ ମାତା ଭଉଣୀମାନେ କ’ଣ ଆଜି ଆଧୁନିକ ଲୋରୀ ପ୍ରସ୍ତୁତ କରିପାରିବେ ନାହିଁ ? ଆଧୁନିକ ଭାବେ ଭାବୀ ଭାରତ କିଭଳି ହେବ, ୨୦୪୭ ମସିହାରେ ଯେତେବେଳେ ଦେଶ ତା’ର ସ୍ୱାଧୀନତାର ୧୦୦ ବର୍ଷ ପୂର୍ଣ୍ଣ ହେବ, ସେତେବେଳେ ସେମାନଙ୍କ ମନରେ କିଭଳି ସ୍ୱପ୍ନ ଥିବ ଯେଉଁ ଶିଶୁମାନେ ଆଜି ଜନ୍ମଲାଭ କରୁଛନ୍ତି, ଯେଉଁମାନଙ୍କୁ ସେମାନଙ୍କ ମାତାମାନେ ଲୋରୀ ଶୁଣାଉଛନ୍ତି ସେମାନେ ଉଜ୍ଜ୍ୱଳ ଭବିଷ୍ୟତର ଲୋରୀ ଶୁଣାନ୍ତୁ ଏବଂ ସେସବୁକୁ ସଂସ୍କାରିତ କରନ୍ତୁ । ଏବେଠାରୁ ସେଗୁଡ଼ିକୁ ସଂସ୍କାରିତ କରନ୍ତୁ ଯାହା ସୂଚୀତ କରିବ ଯେ ଦେଖ, ଆମେ ସଭିଏଁ ମିଳିମିଶି ୨୦୪୭ରେ ଯେତେବେଳେ ଭାରତ ତା’ର ସ୍ୱାଧୀନତାର ୧୦୦ତମ ବର୍ଷପୂର୍ତ୍ତି ମନାଇବ ସେତେବେଳେ ଏମିତି ଏମିତି କାର୍ଯ୍ୟକ୍ରମମାନ ଆୟୋଜନ କରିବୁ । କ’ଣ ଏଭଳି କାର୍ଯ୍ୟ ଆମେ କରିପାରିବା ନାହିଁ ! ଏବେ ଦେଖନ୍ତୁ, ଆମର ଏଠାରେ କାଲି ଆପଣମାନେ ଦେଖିଥିବେ, ସମ୍ଭବତଃ ଆପଣମାନଙ୍କୁ ଏହି ସୁଯୋଗ ମିଳିଥିବ ଅବା ଆଜି ଆପଣମାନଙ୍କର ଯିବାକୁ ଥିବ, ଗଙ୍ଗା ଘାଟ ଦର୍ଶନ ପାଇଁ । ଆପଣମାନଙ୍କ ଭିତରୁ ଅନେକେ ତାହା ଦେଖିଥିବେ । ସମଗ୍ର ବିଶ୍ୱରୁ ଏଠାକୁ ପର୍ଯ୍ୟଟକମାନେ ଆସୁଛନ୍ତି । କାଶୀର ଅର୍ଥନୀତିକୁ ଚଳାଇବା ନିମନ୍ତେ ମାତା ଗଙ୍ଗାଙ୍କର ଢ଼େର ଅବଦାନ ରହିଛି । ମାତା ଗଙ୍ଗାଙ୍କ ତଟରେ ଯାହା କିଛି ବି ହେଉଛି, ତାହା ଦ୍ୱାରା ବାରାଣସୀର ଅର୍ଥନୀତିକୁ ଶକ୍ତି ପ୍ରଦାନ କରୁଛି । ଆମେମାନେ କ’ଣ ଆମର ଆଖ ପାଖ ସହର ଯେଉଁଠାରେ ଏଭଳି ସୁଯୋଗ ରହିଛି ଯାହା କୌଣସି ନା କୌଣସି ନଦୀ ତଟରେ ଅବସ୍ଥିତ, ସେଠାରେ କ’ଣ ଏଭଳି କାର୍ଯ୍ୟ ଦୋହରାଇ ପାରିବା ନାହିଁ ? ଏହା ନିରାଟ ବାସ୍ତବତା ଯେ ସହର ଭିତର ଦେଇ ନଦୀ ଯାଇଥାଏ କିନ୍ତୁ କାଳକ୍ରମେ ସେହି ନଦୀ ନଷ୍ଟ ହୋଇଯାଇଥାଏ । ବେଳେ ବେଳେ ତ ଦୁର୍ଗନ୍ଧଯୁକ୍ତ ନାଳରେ ପରିଣତ ହୋଇଯାଇଥାଏ ଅଥବା ବର୍ଷାରେ ପାଣି ଆସିଲାବେଳେ ନଦୀ ଦୃଶ୍ୟ ହୋଇଥାଏ ଓ ପୁଣି ନଦୀ କୁଆଡ଼େ ଅଦୃଶ୍ୟ ହୋଇଯାଇଥାଏ । ଆମମାନଙ୍କୁ ସେଭଳି ନଦୀପ୍ରତି ଅତି ସମ୍ବେଦନଶୀଳ ମନୋଭାବ ପୋଷଣ କରିବା ଉଚିତ । ଆଜି ଯେତେବେଳେ ସମଗ୍ର ବିଶ୍ୱରେ ଜଳ ସଂକଟ ବିଷୟରେ ଆଲୋଚନା ହେଉଛି ସେତେବେଳେ ଆମେ ନଦୀମାନଙ୍କ ପ୍ରତି ନୂତନ ଭାବେ ଚିନ୍ତା କରିବାକୁ ହେବ । ଆଜି ଯେତେବେଳେ ସମଗ୍ର ବିଶ୍ୱ ଗ୍ଲୋବାଲ ୱାର୍ମିଂ, କ୍ଲାଇମେଟ୍‌ ଚେଞ୍ଜର ଆଲୋଚନା କରୁଛି ଏବଂ ଆମେ ଆମର ସହରମାନଙ୍କର ପାଶ୍ୱର୍ବର୍ତ୍ତୀ ନଦୀ ପ୍ରତି ଆଦୌ ସଚେତନ ନୁହେଁ, ସେହି ନଦୀକୁ ସୁରକ୍ଷିତ ରଖିବା,ସେହି ନଦୀର ଯତ୍ନ ନେବା, ସେହି ନଦୀର ମହତ୍ତ୍ୱକୁ ଯଦି ନବୁଝିବା, ତେବେ ଆମେ କିଭଳି ଭାବେ ନିଜକୁ ଗୌରବାନ୍ୱିତ ମନେକରିବା ?

ଆମେ କ’ଣ ଗୋଟିଏ କାମ କରିପାରିବା ନାହିଁ ? ପ୍ରତିବର୍ଷ ସାତ ଦିନ ଲାଗି ଯେତେବେଳେ ବି ଆପଣମାନଙ୍କର ସୁବିଧା ହେବ ନଦୀ ଉତ୍ସବ ମନାଇବା ? ନଦୀ ଉତ୍ସବ ମନାଇ ସମଗ୍ର ସହରକୁ ଏହି ଉତ୍ସବ ସହିତ ସଂଯୋଗ କରିପାରିବା ? ସେତେବେଳେ ଆମେ ନଦୀକୁ ସଫେଇ କରିପାରିବା ? ନଦୀର ଇତିହାସ ସଂପର୍କରେ କିଛି ଆଲୋଚନା କରିପାରିବା ? ନଦୀତଟରେ ହେଉଥିବା ଘଟଣାକୁ ନେଇ ଆଲୋଚନା କରିପାରିବା । ନଦୀମାନଙ୍କର ଗୁଣଗାନ କରିବା ଭଳି ପ୍ରସଙ୍ଗରେ ଆଲୋଚନା କରିପାରିବା । ବେଳେବେଳେ ନଦୀତଟକୁ ଯାଇ କିଛି ଉତ୍ସବର ଆୟୋଜନ କରିପାରିବ, କେତେବେଳେ ସେଠାରେ କବି ସମ୍ମିଳନୀର ଆୟୋଜନ କରିପାରିବା । ଅର୍ଥାତ୍‌, ମୋ କହିବା କଥା ହେଲା, ନଦୀକୁ କେନ୍ଦ୍ରରେ ରଖି ସହରର ବିକାଶ ଯାତ୍ରାକୁ ଆଗକୁ ଆଗେଇ ନେଇପାରିବା । ନଦୀକୁ ପୁଣି ଥରେ ଜୀବନ୍ତ ସ୍ଥାନ ପ୍ରଦାନ କରିପାରିବା । ଯେଉଁଠାରେ ନଦୀ ଅଛି ସେଠାରେ ଜୀବନ ଅଛି । ତେଣୁ ଏହାକୁ ଆମେ ଏଭଳି ଖାମଖିଆଲି ଭାବେ ଛାଡ଼ିଦେବା ଅନୁଚିତ । ଆପଣମାନେ ଦେଖନ୍ତୁ, ଆପଣଙ୍କ ସହରରେ ଏକ ନୂତନ ଜୀବନ ଆପେ ଆସିଯିବ, ନୂତନ ଉତ୍ସାହ ସୃଷ୍ଟି ହେବ । ନଦୀର ମହତ୍ତ୍ୱ କିଭଳି ବଢ଼ିପାରିବ ସେଥି ନିମନ୍ତେ ଆମକୁ ସଦାବେଳେ ପ୍ରଚେଷ୍ଟା ଜାରି ରଖିବା ଉଚିତ ।

ଏହିଭଳି ଭାବେ ଆପଣମାନେ ଦେଖିଥିବେ ଯେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ସଂପର୍କରେ ଆମେମାନେ ଆମର ସହରରେ କେତେ ସଜାଗ ରହିଛେ । ଆମେ ଦୋକାନୀମାନଙ୍କୁ ବୁଝାଇବ ପାରିବା, ବ୍ୟବସାୟୀମାନଙ୍କୁ ବୁଝାଇବା ଯେ ଆମର ସହରରେ ଆମେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ କେଉଁଠାରେ ହେଲେ ବ୍ୟବହାର କରିବାନାହିଁ । ଆମେ ଆମର ସକଳ ପ୍ରକାର ବ୍ୟବସ୍ଥାରୁ ଏହାକୁ ଉଚ୍ଛେଦ କରିଦେବା ଏବଂ ଗରିବ ଲୋକମାନଙ୍କ ଦ୍ୱାରା ପୁସ୍ତୁତ ଖବର କାଗଜରେ ପ୍ରସ୍ତୁତ ରଦ୍ଦି କାଗଜରେ ପ୍ରସ୍ତୁତ ଯେଉଁ ଛୋଟ ଛୋଟ ଥଳି ରହିଛି ଏହାର ଉପଯୋଗ କରିପାରିବା । ଏହାକୁ ଆମମାନଙ୍କୁ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ ଯେ ଘରକୁ କୌଣସି ପ୍ରକାର ପ୍ଲାଷ୍ଟିକ୍‌ ଥଳି କିଣି ନେବା ନାହିଁ । ଏ ଅଭ୍ୟାସ ଆମକୁ କରିବାକୁ ହେବ । ଏବେ ତ ସାରା ବିଶ୍ୱରେ ସର୍କୁଲାର ଇକୋନୋମୀର ମହତ୍ତ୍ୱ ବୃଦ୍ଧି ପାଇବାରେ ଲାଗିଛି, ବର୍ଜ୍ୟରୁ କିଭଳି ଶ୍ରେଷ୍ଠ ପଦାର୍ଥ ପ୍ରସ୍ତୁତ କରିପାରିବା ସେହି ଦିଗରେ ସମସ୍ତେ ବ୍ରତୀ ହେବା ଉଚିତ । ବେଳେବେଳେ ଏହାକୁ ନେଇ ସହରରେ ପ୍ରତିଯୋଗିତାମାନ ମଧ୍ୟ ଆୟୋଜନ କରାଯାଇପାରିବ ଯେ ଚାଲ ଭାଇ, ୱେଷ୍ଟରୁ କିଭଳି ବେଷ୍ଟ୍‌ ପ୍ରସ୍ତୁତ କରାଯାଇପାରୁଛି ଏହାକୁ ନେଇ ଏକ ପ୍ରଦର୍ଶନୀ, ଏହାର ଏକ ମାର୍କେଟିଂ ମେଳାର ଆୟୋଜନ କରାଯାଉ । ଯେତେସବୁ ଟାଲେଣ୍ଟ ଅଛନ୍ତି, ଡିଜାଇନର ଅଛନ୍ତି - ପୁରୁଣା ସାମଗ୍ରୀ ଆଡ଼କୁ ଆପଣମାନେ ଅବଶ୍ୟ ଦୃଷ୍ଟି ପକାଇଥିବେ । ସେସବୁ କେତେ ଭଲ । ସେଭଳି କେତେ ଭଲ ଭଲ ଚିଜ ଲୋକମାନେ ପ୍ରସ୍ତୁତ କରିଛନ୍ତି । ସେଗୁଡ଼ିକୁ ଗୋଟିଏ ଚୌକରେ ଯଦି ଏକତ୍ର କରି ରଖାଯାଏ, ତେବେ ସେସବୁ ଗୋଟିଏ ସ୍ମାରକ ହୋଇପାରିବ । ଆମକୁ ବର୍ଜ୍ୟ ପରିଚାଳନାକୁ ନେଇ ଏହାକୁ ଏକ ରାଜସ୍ୱ ଉପାର୍ଜନର ମଡ଼େଲ ପ୍ରସ୍ତୁତ କରିବାକୁ ହେବ । ସେହିସବୁ ମଡ଼େଲ କିଭଳି ପ୍ରସ୍ତୁତ କରାଯାଇପାରିବ ସେହି ଦିଗରେ ଆମକୁ କାମ କରିବାକୁ ହେବ ଏବଂ କିଛି ସହରରେ ତ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସ୍ୱେରେଜ୍‌ର ବର୍ଜ୍ୟ ଜଳକୁ କିପରି ଭାବେ ପୁନଃ ବ୍ୟବହାରକ୍ଷମ କରାଯାଇପାରିବ, ବଗିଚାରେ ଆଜି ଆମେମାନେ ଯେଉଁ ଜଳ ବ୍ୟବହାର କରୁଛୁ ତାହାକୁ ମଧ୍ୟ ପୁନଃ ବ୍ୟବହାରକ୍ଷମ କରାଯାଇପାରିବ । ଆପଣମାନେ କଳ୍ପନା କରନ୍ତୁ ଯଦି ଗାଁର କୃଷକମାନଙ୍କୁ ଜଳ ମିଳିବା ବନ୍ଦ୍‌ ହୋଇଯିବ ଏବଂ ଆମେ କହିବା ଯେ ସହରକୁ ଜଳ ଦିଅ, ତେବେ କିଭଳି ସ୍ଥିତି ଉତ୍ପନ୍ନ ହେବ!

ପାନୀୟ ଜଳ ବ୍ୟତୀତ ଆମେ ଜଳକୁ ଅନ୍ୟ ଯେଉଁସବୁ କାର୍ଯ୍ୟପାଇଁ ବ୍ୟବହାର କରୁ, ତାହାକୁ ଟ୍ରିଟମେଣ୍ଟ କରାଯାଇ ବଗିଚାରେ ବ୍ୟବହାର କରିହେବ । ଆହୁରି ଅନେକ ପ୍ରକାରେ ସେହିସବୁ ପୁନଃଚକ୍ରଣ ଜଳକୁ ବ୍ୟବହାର କରିହେବ । ତେଣୁ ଯାହା ୱେଷ୍ଟ ତାହାକୁ ମଧ୍ୟ ଆମେ ବେଷ୍ଟ ଭାବେ ପୁନଃଚକ୍ରଣ କରିପାରିବା । ପୁଣି ଯେଉଁ ଜଳ ଦୁର୍ଗନ୍ଧଯୁକ୍ତ ହୋଇଥିବ ତାହା ମଧ୍ୟ ପୁନଃଚକ୍ରଣ ଦ୍ୱାରା ଦୂର କରାଯାଇପାରିବ । ସହରକୁ ନିରାମୟ ରଖିବା ସକାଶେ ଏଥିରେ ପରିବର୍ତ୍ତନ ଆଣିବା ନିମନ୍ତେ ଏହା ବେଶ୍‌ ଉପକାରସିଦ୍ଧ ହୋଇପାରିବ । ଯଦି ଆମେ ସହରଗୁଡ଼ିକୁ ନିରାମୟ ନରଖୁ ତାହା ଆମ ପାଇଁ ହିଁ ଅପକାରୀ ହେବ । ତେଣୁ ଆମକୁ କେତେକ ପ୍ରତିଷେଧମୂଳକ କାର୍ଯ୍ୟପନ୍ଥା ଆପଣାଇବାକୁ ପଡ଼ିବ । ଏହା ଉପରେ ଜୋର ଦେବାକୁ ହେବ । ଆମେ ଯେତେ ହସ୍ପିଟାଲ ନିର୍ମାଣ କରୁ ପଛେ ସେସବୁ କମ୍‌ ପଡ଼ିବ ଯଦି ଆମେ ନିଜେ ନିରାମୟ ନରହିବା । ଏହା ସ୍ୱାଭାବିକ ମଧ୍ୟ । ତେଣୁ ଆମେ ଆମମାନଙ୍କ ସହରଗୁଡ଼ିକୁ କିଭଳି ଭାବେ ସ୍ୱଚ୍ଛ ରଖିବା ସେ ଦିଗରେ ସଦାବେଳେ ପ୍ରୟାସ ଜାରି ରଖିବା ଉଚିତ । ମୋର ଦୃଢ଼ ବିଶ୍ୱାସ ଯେ ଆମମାନଙ୍କ ଘରୁ ବାହାରୁଥିବା ବର୍ଜ୍ୟ ଓ ମଇଳାକୁ ନେଇ, ରୋଷେଇ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ନେଇ, ଗଳି ଓ ମହଲାର ମଇଳା ପର୍ଯ୍ୟନ୍ତ, ପୁଣି ପୁରୁଣା ଘର ଭଙ୍ଗାହେବାବେଳେ ଯେଉଁ ବର୍ଜ୍ୟ ବାହାରୁଛି ତାହା ପର୍ଯ୍ୟନ୍ତ ସମସ୍ତ ବର୍ଜ୍ୟବସ୍ତୁକୁ ଗୋଟିଏ ସ୍ଥାନରେ ଏକତ୍ର ପକାଇବା ଉଚିତ । ଏଣେ ତେଣେ ଫିଙ୍ଗିବା ଅନୁଚିତ । ଏ ଦିଗରେ ଆମମାନଙ୍କ ପ୍ରୟାସ ଏଭଳି ହେବା ଦରକାର ଯେ ଏହି ଦିଗରେ ଆମେ କିଭଳି ଭାବେ ଆଗକୁ ଆସିପାରିବା । ସେହିସବୁ ବର୍ଜ୍ୟକୁ ଉପଯୁକ୍ତ ଭାବେ ବି ନଷ୍ଟ କରିବାର ଉପାୟ କରିପାରିବା । ଏବେ ସୁରଟ ସହରରେ ଯେଭଳି ସ୍ୱେରେଜ୍‌ ଜଳ ଟ୍ରିଟମେଣ୍ଟର ଏକ ଅତ୍ୟାଧୁନିକ ମଡ଼େଲର ବିକାଶ ଘଟାଯାଇଛି । ସେଠାରେ ବର୍ଜ୍ୟ ଜଳକୁ ଟ୍ରିଟମେଣ୍ଟ କରାଯାଇ ଶିଳ୍ପସଂସ୍ଥାମାନଙ୍କୁ ବିକ୍ରି କରାଯାଉଛି ଏବଂ ଏହା ଦ୍ୱାରା ସ୍ଥାନୀୟ ପୌରସଂସ୍ଥାମାନଙ୍କର ମଧ୍ୟ ଅର୍ଥ ଉପାର୍ଜନ ହୋଇପାରୁଛି । ଦେଶର ଅନେକ ଗୁଡ଼ିଏ ସହରରେ ଏହି କାର୍ଯ୍ୟ ହେଉଥିବ । ମୋତେ ଯେତିକି କଥା ଜଣାଥିଲା ମୁଁ ଆପଣମାନଙ୍କ ସମ୍ମୁଖରେ ସେତିକି କଥା ଉପସ୍ଥାପନ କଲି । ଏଭଳି କାର୍ଯ୍ୟ ଦେଶର ଅନେକ ଗୁଡ଼ିଏ ସହରରେ ଆଜି କାର୍ଯ୍ୟକାରୀ କରାଯାଉଛି ଏବଂ ସେହି କାରଣରୁ ସେହିସବୁ ସହରମାନଙ୍କର ମଧ୍ୟ ଫାଇଦା ପହଞ୍ଚୁଛି । ଏବଂ ଆମର ପ୍ରୟାସ ଏହା ହେବା ଜରୁରି ଯେ ସହରର ରାଜସ୍ୱକୁ ଏହି ଦିଗରେ କିପରି ଆଗକୁ ନେଇଯାଇ ହେବ । ମୁଁ ଏକଥା କହିବାକୁ ଚାହେଁ ଯେ ପ୍ରତି ସହରର ଜନ୍ମଦିବସ ସମସ୍ତଙ୍କୁ ଜ୍ଞାତ ହେବା ଆବଶ୍ୟକ । ଆମର ସହରର ଜନ୍ମଦିନ କେବେ ତାହା ଆମେ ଜାଣିବା ଦରକାର । ନଚେତ୍‌ ପୁରୁଣା ନଥିକୁ ଖୋଜି ସେଥିରୁ ଏହାର ଉତ୍ପତ୍ତି ସମୟ ବାହାର କରିବା ବାଂଛନୀୟ । ତାହା କୌଣସି ନା କୌଣସି ରେକର୍ଡ଼ରେ ଅବଶ୍ୟ ଉଲ୍ଲେଖ ରହିଥିବ । ସହରର ଜନ୍ମଦିବସକୁ ବେଶ୍‌ ଜାକଜମକର ସହିତ ପାଳନ କରାଯିବା ଉଚିତ । ନିଜ ସହର ପ୍ରତି ଲୋକମାନଙ୍କ ମନରେ ଗୌରବର ଭାବନା ସୃଷ୍ଟି କରାଯିବା ଆବଶ୍ୟକ ।ଏଥି ସହିତ ଅନେକ ପ୍ରତିଯୋଗିତା ଏବଂ ମୋ ସହର କିଭଳି ହେବା ଉଚିତ, ସେପରି ଭାବନା ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଜନ୍ମିବା ଉଚିତ । ମୋ ସହରକୁ ମୁଁ ଏଭଳି ଭାବେ ବନେଇବି ସେଥିପାଇଁ ମୁଁ ଏଇ ଏଇ କାମ କରିବି, ସେ ଦିଗରେ ପ୍ରୟାସ କରିବି । ଯେପର୍ଯ୍ୟନ୍ତ ଆମେ ଏପରି ନକରିଛେ, ତା’ହେଲେ ଆମେ କ’ଣ କରିପାରିବା ? କେବଳ ଟିକସ ବଢ଼ାଇବା କି କମାଇବା, ଅମୁକ ଅମୁକ କାର୍ଯ୍ୟ ସଂପାଦନ କରିଛେ ? ଆମକୁ ଗଠନମୂଳକ କାର୍ଯ୍ୟ ଦିଗରେ ଆଲୋଚନା କରିବାକୁ ପଡ଼ିବ ।

ଏବେ ଯୋଗୀଜୀ ନିଜ ଭାଷଣ ପ୍ରସଙ୍ଗରେ ଏଲଇଡ଼ି ବଲ୍‌ବ୍‌ ସଂପର୍କରେ ଆଲୋଚନା କରୁଥିଲେ । ଆପଣମାନେ କ’ଣ ଏହି ସିଦ୍ଧାନ୍ତ ନେଇପାରିବେ ନାହିଁ ଯେ ମୋ ସହରରେ ଗୋଟିଏ ଗଳିରେ ସୁଦ୍ଧା, ଗୋଟିଏ ବିଜୁଳି ଖୁଣ୍ଟ ଏଭଳି ରହିବନାହିଁ ଯେଉଁଥିରେ ଏଲଇଡ଼ି ବଲବ୍‌ ଲାଗି ନଥିବ । ଆପଣମାନେ ଦେଖନ୍ତୁ ନଗରପାଳିକା ହେଉ ଅବା ମହାନଗରପାଳିକା, ବିଜୁଳିର ବିଲ୍‌ ଯେତେବେଳେ କମ୍‌ ହୋଇଯିବ ଏବଂ ଆଲୋକର ଉତ୍ସ ବଦଳିବ ସେତେବେଳେ ଆପଣ କିଛି ନୂଆ ଅନୁଭବ କରିବେ । ଏବେ ଏହି ବିରାଟ ଅଭିଯାନ ନିମନ୍ତେ ଆମକୁ ସ୍ଥିର କରିବାକୁ ପଡ଼ିବ ଯେ ଏହି କାର୍ଯ୍ୟ ମୋତେ ଦି’ମାସ ଭିତରେ, ତିନି ମାସ ଭିତରେ ପୂର୍ଣ୍ଣ କରିବାକୁ ହେବ । ଗୋଟିଏ ବି ବଲବ୍‌ ଏଭଳି ହେବନାହିଁ ଯାହା ଏଲଇଡ଼ି ବଲବ୍‌ ହୋଇନଥିବ । ଏହିଭଳି ଭାବେ ଆପଣମାନେ ନିଜ ନିଜ ମତଦାତାମାନଙ୍କୁ ନିଜର ସହରର ଲୋକମାନଙ୍କୁ ଖୁସି ରଖିବା ନିମନ୍ତେ ଅନେକ ପ୍ରକାର କାର୍ଯ୍ୟ କରିପାରିବେ । ପ୍ରତି ଘରେ ଏଲଇଡ଼ି ବଲବ୍‌ ଲଗା କାମ ହୋଇଥାଉ, ମଧ୍ୟମବର୍ଗ ପରିବାରଙ୍କ ଘରେ ଯଦି ଏଲଇଡ଼ି ବଲବ୍‌ ଲାଇଟ୍‌ ହେବ, ତେବେ ସେମାନଙ୍କର ବିଜୁଳି ବିଲ୍‌ ମଧ୍ୟ ଦୁଇଶହ, ପାଞ୍ଚଶହ, ହଜାର ଦୁଇ ହଜାର ଟଙ୍କା କମ୍‌ ଆସିବ । ମଧ୍ୟମ ବର୍ଗର ଲୋକମାନଙ୍କର ପଇସା କମିବ । ସେମାନେ ସେ ପଇସାକୁ ବଞ୍ଚାଇ ପାରିବେ । ଏଭଳି ପ୍ରୟାସ ଆମମାନଙ୍କୁ କରିବା ଦରକାର ଏବଂ ଏଭଳି ସମସ୍ତ କାର୍ଯ୍ୟ ନିମନ୍ତେ ନୂତନ ଯୋଜନା ମଧ୍ୟ ଉପଲବ୍ଧ ହେବା ଜରୁରି । ଏହିସବୁ ଉପଲବ୍ଧ ଯୋଜନାକୁ ଉପଯୋଗ କରି ଆମେ ସେହିସବୁ କାର୍ଯ୍ୟକୁ ଆଗକୁ ଆଗେଇ ନେଇପାରିବା । 

 

ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଦେଖନ୍ତୁ, ସହରର ବିକାଶ ବି ଜନଭାଗୀଦାରୀ ମାଧ୍ୟମରେ ହେବା ଆବଶ୍ୟକ । ତେଣୁ ଜନଭାଗୀଦାରୀ ଉପରେ ଆମକୁ ଅଧିକ ଗୁରୁତ୍ୱ ଆରୋପ କରିବାକୁ ପଡ଼ିବ । ଯେତିକି ମାତ୍ରାରେ ଜନଭାଗୀଦାରୀ ଏବେ ଆମେ କାର୍ଯ୍ୟକାରୀ କରୁଛେ ତାହାକୁ ବଢ଼ାଇବାକୁ ପଡ଼ିବ । ଆପଣମାନଙ୍କ ସହରରେ ଏସିସିର ୟୁନିଟ୍‌ମାନ ଚାଲୁଥିବ । ସ୍କୁଲରେ ତ ଏନସିସିର ୟୁନିଟମାନ ରହିଛି । ସେହିସବୁ କ୍ୟାଡେଟମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଆପଣମାନଙ୍କ ସହରରେ ଯେତେସବୁ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ରହିଛି, ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଥିବ, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଥିବ, କେଉଁଠି ସ୍ୱାମୀ ବିବେକାନନ୍ଦଜୀଙ୍କ ପ୍ରତିମୂର୍ତ୍ତି ଥିବ, କେଉଁଠି ସହୀଦ ବୀର ଭଗତ ସିଂହଜୀଙ୍କ ପ୍ରତିମୂର୍ତ୍ତି ଥିବ, କେଉଁଠି ମହାରାଣା ପ୍ରତାପଜୀଙ୍କ ପ୍ରତିମୂର୍ତ୍ତି ରହିଥିବ, କେଉଁଠି ଛତ୍ରପତି ଶିବାଜୀ ମହାରାଜଜୀଙ୍କ ଥିବ ଏବଂ ଆହୁରି ଅନେକ ପ୍ରତିମୂର୍ତ୍ତି ଥିବ, ସେସବୁ ପ୍ରତିମୂର୍ତ୍ତି ସ୍ଥାପନ କରିବା ବେଳେ ଆମମାନଙ୍କ ମନରେ ବେଶ୍‌ ଉତ୍ସାହ ଉଦ୍ଦୀପନା ଥାଏ । ସେହିସବୁ ପ୍ରତିମୂର୍ତ୍ତି ସ୍ଥାପନରେ ଆମେ ବେଶ୍‌ ଆଗ୍ରହ ପ୍ରକଟ କରିଥାଉ । କିନ୍ତୁ ସ୍ଥାପନ ହୋଇସାରିବା ପରେ କେହି ଆଉ ସେ ଆଡ଼କୁ ବୁଲି ଚାହାନ୍ତି ନାହିଁ । ବର୍ଷକରେ ଗୋଟିଏ ଦିନ ଯେତେବେଳେ ସେହି ମହାପୁରୁଷଙ୍କ ଜନ୍ମଦିନ ଆମେ ଦେଖୁ ଯେ ସେଠାରେ ଲୋକ ରୁଣ୍ଡ ହୋଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଜଣାନ୍ତି । ଆମେ ଚାହିଁଲେ କ’ଣ ଆମର ଏନସିସି କ୍ୟାଡେଟମାନଙ୍କୁ ଦଳ ଦଳ କରି ପ୍ରତିଦିନ ସେହିସବୁ ଷ୍ଟାଚ୍ୟୁ ଚାରିପାଖ ପରିସରକୁ ସଫାସୁତୁରା କରିବା କାର୍ଯ୍ୟ କରିପାରିବା ନାହିଁ ? ପୁଣି ସେହିସବୁ ପିଲାମାନଙ୍କୁ ସେହି ପ୍ରତିମୂର୍ତ୍ତି ନିକଟରେ ଏକଜୁଟ କରି ତାଙ୍କ ଉପରେ ପାଞ୍ଚମିନିଟ ଭାଷଣ ଦେଇପାରିବା । ପ୍ରତିଦିନ ନୂଆ ନୂଆ ପିଲା ସେଠାକୁ ଆସିବେ ତ ସେମାନେ ମଧ୍ୟ ଜାଣିବାକୁ ପାଇବେ ଯେ ଏହା କେଉଁ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି । ଏ ମହାପୁରୁଷ ଦେଶ ପାଇଁ ଏଇ ଏଇ କାର୍ଯ୍ୟ କରିଥିଲେ । ଏବଂ ଆଜି ମୋର ପାଳି, ମୁଁ ଆଜି ଏହି ଚୌକକୁ ସଫାସୁତୁରା କରିବାର ସୁଯୋଗ ପାଇଛି । କଥାଟି ଛୋଟ କିନ୍ତୁ ସମଗ୍ର ସହରକୁ ପରିବର୍ତ୍ତନ କରିବାରେ ଏହା ବେଶ୍‌ ଶକ୍ତି ପ୍ରଦାନ କରେ । 

ଆପଣଙ୍କ କାର୍ଯ୍ୟାଳୟରେ, ଏହି ସ୍ୱାଧୀନତାର ଅମୃତ ମହୋତ୍ସବ ଆସିଛି । ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ସେତେବେଳେ ଆପଣମାନେ ଅତି କମ୍‌ରେ ନିଜ ସହରରେ ଯେଉଁଠାରେ ଚାରି ଦିଗକୁ ରାସ୍ତା ଲମ୍ବିଛି ସେଠାରେ ଗୋଟିଏ ଚୌକ ନିର୍ମାଣ କରିପାରିବେ । ଏଭଳି ବଢ଼ିଆ ଚୌକ ପବ୍ଳିକ - ପ୍ରାଇଭେଟ୍‌ ସହଭାଗୀତାରେ ନିର୍ମାଣ କରାଯାଇପାରିବ । ସେଥିରେ ସରକାରଙ୍କ ପୌର ସଂସ୍ଥାକୁ ଅର୍ଥ ବ୍ୟୟ କରିବାକୁ ପଡ଼ିବନାହିଁ । ଏହା ଜନଭାଗୀଦାରୀରେ ନିର୍ମିତ ହୋଇପାରିବ ଏବଂ ତାହା ମଧ୍ୟ ଜନଭାଗୀଦାରୀର ଏକ ସ୍ମାରକ ହୋଇପାରିବ । ତାହା ଏକ ସ୍ମରଣୀୟ ସ୍ମାରକ ହେବ ଯାହା ଆଜାଦୀ କା ଅମୃତ ମହୋତ୍ସବ ସହିତ ସଂଶ୍ଳିଷ୍ଟ ରହିବ, ସ୍ୱାଧୀନତା ଆନ୍ଦୋଳନକୁ ଅବା ଦେଶର କର୍ତ୍ତବ୍ୟ ଭାବକୁ ଉଜ୍ଜ୍ୱଳ ଭବିଷ୍ୟତର ଭାରତର କିଛି କାର୍ଯ୍ୟକୁ ଆପଣମାନେ ଚିନ୍ତା କରନ୍ତୁ । ସେହି ଚୌକରେ ସେସବୁକୁ ସୁଶୋଭିତ କରୁନ୍ତି । ଏହା ଉପରେ ପ୍ରତିଯୋଗିତାମାନ ଆୟୋଜନ କରୁନ୍ତି । କଳାକାରମାନଙ୍କୁ ଆମନ୍ତ୍ରଣ କରନ୍ତୁ, ସେମାନଙ୍କୁ କୁହନ୍ତୁ, ଭାଇ, ଆପଣମାନଙ୍କ ମନକୁ ଯେଉଁ ଚିନ୍ତାଧାରା ଆସୁଛି ସେହି ଅନୁସାରେ ଏହି ଚୌକକୁ ସଜାନ୍ତୁ । ସେହି ଅନୁସାରେ ଏହାର ଡିଜାଇନ୍‌ କରନ୍ତୁ । ଏଭଳି ପ୍ରତିଯୋଗିତାର ଆୟୋଜନ କରନ୍ତୁ । ସେମାନଙ୍କୁ ପୁରସ୍କୃତ କରନ୍ତୁ । ସେହିସବୁ କାରୁକାର୍ଯ୍ୟ ପ୍ରସ୍ତୁତକର୍ତ୍ତାଙ୍କ ଭିତରୁ ଶ୍ରେଷ୍ଠକୁ ଚୟନ କରନ୍ତୁ । ଏହା ଦ୍ୱାରା ସେମାନେ ନିଜ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ ଓ କାର୍ଯ୍ୟ ସେଠାରେ ରଖିଯିବେ । ମୋର ବିଶ୍ୱାସ ଏଭଳି ଅନେକ କାର୍ଯ୍ୟ ଅଛି, ଯାହା ଉପରେ ଆମେ ଗୁରୁତ୍ୱ ଆରୋପ କରିପାରିବା । ଏହା ଦ୍ୱାରା ଆପଣମାନଙ୍କ ସହରର ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିବ । ଆପଣମାନେ କ’ଣ ଚାହାନ୍ତି ନାହିଁ ଯେ ଆପଣଙ୍କ ସହରର ଏକ ନୂଆ ପରିଚୟ ସୃଷ୍ଟି ହେଉ ? ହୋଇପାରେ କୌଣସି ଏପରି ଏକ ସହର ଅଛି ଯାହା ତା’ର ବିଶେଷ ଖାଦ୍ୟ ସାମଗ୍ରୀ ନିମନ୍ତେ ସୁପରିଚିତ । ତାହାକୁ ନେଇ ଗର୍ବ କରି କହିପାରିବା ଯେ ଆମ ସହରର ବିଶେଷତ୍ୱ ହେଲା ଏହାର ସୁସ୍ୱାଦୁ ଖାଦ୍ୟ ଯାହା ସର୍ବତ୍ର ପ୍ରସିଦ୍ଧ । ଯେମିତି ବନାରସର ପାନ, ଯେଉଁଠି ବି ପଚାର ଲୋକମାନେ ବନାରସର ପାନ କଥା ଅବଶ୍ୟ କହିବେ । କେହି ଜଣେ ପୂର୍ବରୁ ଏଥିପାଇଁ ଅବଶ୍ୟ ଶ୍ରମ ସ୍ୱୀକାର କରିଥିବେ, ଆଜି ତାହା ସୁନାମରେ ପରିଣତ ହୋଇଛି । ହୋଇପାରେ, ଆପଣମାନେ ସମସ୍ତ ମେୟର ଏହାକୁ ପରୀକ୍ଷା କରିପାରନ୍ତି । ବନାରସର ପାନ କିଭଳି ଲାଗୁଛି । କିନ୍ତୁ ମୋର କହିବାର ଉଦ୍ଦେଶ୍ୟ ହେଲା, ଆପଣମାନଙ୍କ ସମସ୍ତଙ୍କ ସହରରେ ଏଭଳି କିଛି ନା କିଛି ଉତ୍ପାଦ ଅବଶ୍ୟ ରହିଛି, ଏଭଳି କିଛି ନା କିଛି ଐତିହାସିକ ସ୍ଥାନ ଥିବ, ତାହାକୁ ନେଇ ଆପଣମାନେ ନିଜ ସହରର ବ୍ରାଣ୍ଡିଂ କରିପାରିବେ, ସେହି ଉତ୍ପାଦକୁ ନିଜର ପରିଚୟରେ ପରିଣତ କରିପାରିବେ । 

ଯେପରିକି ଆପଣ କେତେବେଳେ ଦେଖିଥିବେ ଯେ ଆପଣ ଯେତେବେଳେ ଉତ୍ତର ପ୍ରଦେଶ ଆସିଥିବେ ସେଠାରେ ଗୋଟିଏ ବହୁତ ବଢ଼ିଆ କାର୍ଯ୍ୟକ୍ରମ ଚାଲିଥିଲା । ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ଏବଂ ସେମାନେ ମ୍ୟାପିଂ କରି କେଉଁ ଜିଲ୍ଲାରେ କେଉଁ ସାମଗ୍ରୀ ଅଧିକତର ଉକଲବ୍ଧ ଏବଂ ତାହା ବେଶ୍‌ ପ୍ରସିଦ୍ଧ, କେଉଁ ସାମଗ୍ରୀର କ’ଣ ମହତ୍ତ୍ୱ ରହିଛି, ଏହା ଉପରେ ଏକ ସ୍ମରଣିକା ବି ପ୍ରସ୍ତୁତ କରାଯାଇ ପାରିବ । ଯଦି ସମ୍ଭବପର ହେବ ତେବେ ସେଠାକାର ମୁଖ୍ୟମନ୍ତ୍ରୀ ମଧ୍ୟ ଆପଣମାନଙ୍କୁ ସେହି ମାନ୍ୟତା ପ୍ରଦାନ କରିପାରିବେ । ଆପଣମାନେ ଦେଖିବେ ଯେ ଏହାର କେତେ ମାତ୍ରାରେ ପ୍ରଭାବ ସୃଷ୍ଟି ହେବ । ଯେକୌଣସି କ୍ଷେତ୍ର ହୋଇଥାଉ । ତାହାକୁ ଖେଳକୁଦର ସାଧନ ଭାବେ ବିକଶିତ କରାଯାଇପାରିବ । ତାହା ଫଳରେ ସେହି ସ୍ଥାନର ପରିଚୟ ସୃଷ୍ଟି ହେବ । ଆପଣମାନେ ନିଜ ନିଜ ସହରର ବିଶେଷତା କ’ଣ ତାହା ପ୍ରଥମେ ଚିହ୍ନଟ କରନ୍ତୁ । ତାହା ଭାରତର ଯେକୌଣସି ବ୍ୟକ୍ତିକୁ ଆକୃଷ୍ଟ କରୁଥିବ । ଯେମିତିକି ବନାରସ ଶାଢ଼ୀ ପାଇଁ ପ୍ରସିଦ୍ଧ ହୋଇଛି । ବିଶ୍ୱର ଯେକୌଣସି ସ୍ଥାନରେ ଭାରତୀୟ ପରିବାରରେ ଯଦି ବିବାହ ଉତ୍ସବର ଆୟୋଜନ କରାଯାଇଥାଏ ତେବେ ମନ ହୁଏ ଯେ ବନାରସର ଶାଢ଼ୀ କିଣିବା । କେହି ଜଣେ ତ ଏହାର ବ୍ରାଣ୍ଡିଂ କରିଛନ୍ତି । ଆପଣମାନଙ୍କ ସହରରେ କ’ଣ ଏଭଳି କିଛି ସାମଗ୍ରୀ ନାହିଁ ଯାହା ସମଗ୍ର ଭାରତର କୋଣ ଅନୁକୋଣରେ ଲୋକମାନଙ୍କ ନିକଟରେ ପହଞ୍ଚାଯାଇ ପାରିବ ଏବଂ ସେସବୁ ଆଦୃତି ଲାଭ କରିବ । କିନ୍ତୁ ତାହା ଉତ୍ତମ ମାନଯୁକ୍ତ ହୋଇଥିବା ଆବଶ୍ୟକ । ହାଇଦ୍ରାବାଦର ଏହି ସାମଗ୍ରୀଟି ବଢ଼ିଆ, କୋଚିର ଏହି ଦ୍ରବ୍ୟଟି ବେଶ୍‌ ଆକର୍ଷଣୀୟ, ତିରୁଭନନ୍ତପୁରମ୍‌ର ଏହି ଦ୍ରବ୍ୟଟି ଖୁବ୍‌ ମନଲୋଭା, ଚେନ୍ନାଇର ଏହି ସାମ୍‌ଗ୍ରୀଟି ଖୁବ୍‌ ଚିତ୍ତାକର୍ଷକ । ଆପଣମାନଙ୍କ ସହର ଭିତରେ ଏଭଳି କ’ଣ ବିଶେଷତା ରହିଛି । ସଂପୂର୍ଣ୍ଣ ସହରବାସୀ ବସି ଏହା ସ୍ଥିର କରନ୍ତୁ – ହଁ, ଆମ ସହରର ଏହି ଦ୍ରବ୍ୟଟିକୁ ଆମେ ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିପାରିବା । ଏହାର ବିଶେଷ ସାମର୍ଥ୍ୟ ରହିଛି ଯାହା ଅନ୍ୟମାନଙ୍କୁ ଆକୃଷ୍ଟ କରିପାରିବ । ଆମ ପାଇଁ ବଡ଼ ସାଧନ ବନିପାରିବ । ତା’ପରେ ଏହାକୁ କିଭଳି ବଢ଼ାଯାଇପାରିବ ଆପଣମାନେ ତାହାର ଆର୍ଥିକ ଦିଗ କଥା ଚିନ୍ତା କରିପାରିାବ ଏବଂ ଏହାକୁ ଆର୍ଥିକ କାର୍ଯ୍ୟକଳାପର ଏକ ବିରାଟ ସାଧନରେ ପରିଣତ କରିହେବ । ସାରା ଦେଶରେ ଏହାର ପ୍ରଚାର ପ୍ରସାର ଦିଗରେ ପ୍ରୟାସ କରାଯାଇପାରିବ । ଏବେ ଆପଣମାନେ ଦେଖନ୍ତୁ ସହରମାନଙ୍କର ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ମୋବିଲିଟି କାରଣରୁ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏବେ ଆମକୁ କେତେ କେତେ ଫ୍ଲାଇଓଭର ନିର୍ମାଣ କରିବାକୁ ପଡ଼ୁଛି । କିନ୍ତୁ ତାହା ଆମର ସମସ୍ୟାକୁ ସମାଧାନ କରିପାରୁନାହିଁ । ଏବେ ଆପଣ ସୁରଟକୁ ଯାଆନ୍ତୁ । ପ୍ରତି ଶହେ ମିଟର ଅନ୍ତରରେ କୌଣସି ନା କୌଣସି ଗୋଟିଏ ଫ୍ଲାଇଓଭର ଆପଣମାନଙ୍କ ନଜରରେ ପଡ଼ିବ । ସମ୍ଭବତଃ ତାହା ଏକ ଫ୍ଲାଇଓଭର ନଗରୀରେ ପରିଣତ ହୋଇଛି । କିନ୍ତୁ ବାସ୍ତବତା ହେଲା ଯେତେ ଫ୍ଲାଇଓଭର ନିର୍ମାଣ କରନ୍ତୁନା କାହିଁକି, ସମସ୍ୟାର ସମାଧାନ କଦାପି ହୋଇପାରିବନାହିଁ । ଆମମାନଙ୍କୁ ଲୋକମାନଙ୍କୁ ଆତଯାତ ନିମନ୍ତେ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବସ୍ଥା, ମେଟ୍ରୋ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ପଡ଼ୁଛି । ଏ ଦିଗରେ କାର୍ଯ୍ୟ ଚାଲିଛି । ଆମ ଦେଶରେ ମେଟ୍ରୋ ରେଳସେବା ଉପରେ ଢ଼େର୍‌ କାର୍ଯ୍ୟ ଚାଲିଛି । କିନ୍ତୁ ଏହା ବ୍ୟତୀତ ମଧ୍ୟ ଆହୁରି ଅନେକ କାମ କରିବାକୁ ବାକି ଅଛି । ଆମ ସାମାଜିକ ଜୀବନରେ ସ୍ୱଭାବ କିଭଳି ସୃଷ୍ଟି କରିବାକୁ ହେବ ଏଥି ନିମନ୍ତେ ଆମେ କିଭଳି ପ୍ରୟାସ କରିବା ଯେତେବେଳେ କି ଆମେ ଏହିସବୁ କଥା ଉପରେ ଧ୍ୟାନ ନଦେବା ? ସେହିସବୁ କଥାର ମହତ୍ତ୍ୱକୁ ଆମକୁ ହୃଦୟଙ୍ଗମ କରିବାକୁ ହେବ । ଏବେ ଦିବ୍ୟାଙ୍ଗଜନଙ୍କ କଥା ଚିନ୍ତା କରନ୍ତୁ, ଆମ ସହରରେ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ଯାହା କିଛି ଆବଶ୍ୟକ ତାହା କରାଯାଉଛି । ଯେତେବେଳେ କୌଣସି ନୂତନ ଭବନ ନିର୍ମାଣ କରାଯାଉଛି, କୌଣସି ନୂତନ ସଡ଼କ ନିର୍ମିତ ହେଉଛି, କୌଣସି କ୍ରସ ସେକ୍ସନ ଆସୁଛି ସେଠାରେ ସେମାନଙ୍କ ଲାଗି ବିଶେଷ ବ୍ୟବସ୍ଥାମାନ କରାଯାଉଛି । ସୁଗମ୍ୟ ଭାରତ ଅଭିଯାନ ଅଧୀନରେ ଏହାର ସଂରଚନାର ନିୟମ ମାଧ୍ୟମରେ ମୁଁ ତାହା କାର୍ଯ୍ୟକାରୀ କରିବି ଯଦ୍ୱାରା ଦିବ୍ୟାଙ୍ଗ ଲୋକମାନଙ୍କ ନିମନ୍ତେ ସମାଜରେ ଉପଯୁକ୍ତ ସ୍ଥାନ ରହିଛି ବୋଲି ପ୍ରମାଣିତ ହେବ । ଆମେ ଯେତେବେଳେ କୌଣସି ଶୌଚାଳୟ ନିର୍ମାଣ କରୁଛେ, ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତା ମୁତାବକ ନିର୍ମାଣ କରିବା, ରାସ୍ତା ନିର୍ମାଣ କରାଯାଉଛି ତ ଦିବ୍ୟାଙ୍ଗଜନଙ୍କ ସକାଶେ ଯାହାକିଛି ସୁବିଧା ସୁଯୋଗ କରାଯିବା ଆବଶ୍ୟକ ତାହା କରାଯିବ, ବସ୍‌ରେ ଚଢ଼ିବା ଓ ଓହ୍ଲାଇବାକୁ ଯେଉଁ ପାହାଚମାନ ରହିବ, ସେଥିରେ ଦିବ୍ୟାଙ୍ଗଜନଙ୍କୁ ଯେପରି କୌଣସି ପ୍ରକାର ସମସ୍ୟା ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଶୌଚାଳୟ ନିର୍ମାଣ କରିବା ତ ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତା ପୂରଣ ଅନୁସାରେ କରିବା, ସଡ଼କ ନିର୍ମାଣ କରିବା ତ ସେମାନଙ୍କ ପାଇଁ ଯାହାକିଛି ସୁବିଧା ଆବଶ୍ୟତ ତାହା କରିବା, ବସ୍‌ରେ ଚଢ଼ିବା ଓ ଓହ୍ଲାଇବା ସକାଶେ ପାହାଚ ପ୍ରସ୍ତୁତ କଲାବେଳେ ଦିବ୍ୟାଙ୍ଗଜନଙ୍କ ପାଇଁ ଯେଭଳି କୌଣସି ପ୍ରକାର ଅସୁବିଧା ନହୁଏ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହିସବୁ କାର୍ଯ୍ୟ ଆମେ ଯୋଜନାଗୁଡ଼ିକର ସ୍ୱାଭାବର ଅଂଶବିଶେଷ ଭାବେ ଗ୍ରହଣ କରିବାକୁ ପଡ଼ିବ । ସେତେବେଳେ ଯାଇ ତାହା ସମ୍ଭବପର ହୋଇପାରିବ ଏବଂ ଗୋଟିଏ କଥା ସୁନିଶ୍ଚିତ ଯେ ଆମର ଇକୋନୋମିର ଯାହା ବାହକ ଶକ୍ତି, ତାହା ହେଲା ଆମର ସହର । ତେଣୁ ଆମମାନଙ୍କୁ ସହରଗୁଡ଼ିକୁ ସ୍ପନ୍ଦିତ ଅର୍ଥନୀତିର ହବ୍‌ ଭାବେ ପ୍ରସ୍ତୁତ କରିବା ଦରକାର । ସେଥିପାଇଁ ଆମର ଧ୍ୟାନ ଏଭଳି ହେବା ଆବଶ୍ୟକ ଯେ ଯେଉଁଠାରେ ନୂଆ ନୂଆ ଉଦ୍ୟୋଗମାନ ସ୍ଥାପନ କରାଯାଉଛି, ସେହିସବୁ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା । ଲୋକମାନଙ୍କ ରହିବା ସକାଶେ, ଶ୍ରମିକମାନଙ୍କ ରହିବା ସକାଶେ ପାଖାପାଖି ସ୍ଥାନ ରହିବା ଉଚିତ ଯଦ୍ୱାରା ସେମାନଙ୍କ ଦୀର୍ଘ ପଥ ଯାତାୟାତ କରିବାକୁ ପଡ଼ିବନାହିଁ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ ସେମାନଙ୍କ କାମ ବି ମିଳିପାରିବ ଏବଂ ସେଠାରେ ସେମାନଙ୍କର ରହିବାର ସୁବିଧା ରହିଥିବା ଆବଶ୍ୟକ । ଆମର ବିକାଶର ମଡ଼େଲରେ ଆମକୁ ଏଭଳି ସମନ୍ୱିତ କାର୍ଯ୍ୟପନ୍ଥା, ସାମଗ୍ରିକ କାର୍ଯ୍ୟପନ୍ଥାର ବ୍ୟବସ୍ଥା କରିବାକୁ ପଡ଼ିବ ଏବଂ ସେତେବେଳେ ଯାଇ ଆର୍ଥିକ କାର୍ଯ୍ୟକଳାପ ନିମନ୍ତେ ଯେକେହି ସହରକୁ ଆସିପାରିବେ । ସେମାନଙ୍କର ହୃଦ୍‌ବୋଧ ହେବଯେ ଏଠାରେ ସକଳ ପ୍ରକାର ସୁବ୍ୟବସ୍ଥା ରହିଛି । ସେମାନେ ଭାବିବେ ଯେ ସେଠାରେ ସବୁପ୍ରକାର ବ୍ୟବସ୍ଥା ରହିଛି, ମୁଁ ସେଠାରେ ନିଜର ଉଦ୍ୟୋଗ ସ୍ଥାପନ କରିପାରିବି, ନିଜର କାରଖାନା ସ୍ଥାପନ କରିପାରିବ ଏବଂ ମୁଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବି । ଉତ୍ପାଦନ କରିପାରିବି । ଆମର ବିକାଶ ମଡ଼େଲରେ ଏମଏସଏମଇକୁ କିଭଳି ଭାବେ ଅଧିକ ବଳ ଦିଆଯିବ ତାହା ଆମ ସମସ୍ତଙ୍କୁ ଚିନ୍ତା କରିବା ଆବଶ୍ୟକ । ଗୋଟିଏ କଥା ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସୂଚୀତ କରିବାକୁ ଚାହିଁବି ଏବଂ ମୁଁ ସମସ୍ତ ମେୟର ସାହାବମାନଙ୍କୁ ଯାହା କିଛି ସୂଚୀତ କରିବା ଆବଶ୍ୟକ ସେସବୁ ଆପଣମାନେ କରିପାରିବେ ଅବା ନପାରିବେ ତାହା ଆପଣମାନଙ୍କ ପ୍ରାୟରିଟି ହୋଇଥାଉ ଅବା ନଥାଉ କିନ୍ତୁ ଯଦି ଗୋଟିଏ କଥା ଆପଣମାନେ କରିପାରିବେ ତେବେ ଖୁବ୍‌ ଖୁସିର କଥା ହେବ । ସମସ୍ତଙ୍କୁ ଢ଼େର୍‌ ସନ୍ତୋଷ ପ୍ରାପ୍ତ ହେବ ଏବଂ ତାହା ହେଲା ପିଏମ ସ୍ୱନିଧି ଯୋଜନା ।

ଆପଣମାନେ ଉତ୍ତମ ରୂପେ ଜାଣିଛନ୍ତି ଯେ ପ୍ରତି ସହରରେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ବୁଲାବିକାଳୀମାନେ ଅଛନ୍ତି ଯେଉଁମାନେ ଠେଲା ଧରି ନିଜର ବ୍ୟବସାୟ କରିଥାନ୍ତି । ସେମାନଙ୍କର ପ୍ରତ୍ୟେକଙ୍କ ଜୀବନରେ ବେଶ୍‌ ମହତ୍ୱ ରହିଛି । ମାଇକ୍ରୋ ଇକୋନୋମିରେ ବି ସେମାନଙ୍କର ଏକ ବିଶେଷ ଶକ୍ତି ଭାବେ ସ୍ଥାନ ରହିଛି । କିନ୍ତୁ ସେମାନେ ସବୁଠାରୁ ଉପେକ୍ଷିତ ଅବସ୍ଥାରେ ରହିଥାନ୍ତି, କେହି ସେମାନଙ୍କ କଥା ପଚାରିବାକୁ ନଥାନ୍ତି । ସେମାନେ ବିଚରା ଖୁବ୍‌ ଅଧିକ ହାର ସୁଧରେ ସାହୁକାରମାନଙ୍କ ଠାରୁ ଟଙ୍କା କରଜ ନେଇଥାନ୍ତି, ନିଜର ଘର ଚଳାଇଥାନ୍ତି । ନିଜ ଉପାର୍ଜନର ଅଧା ପଇସା ସେମାନେ ସୁଧ ପରିଶୋଧରେ ଖର୍ଚ୍ଚ କରିଥାନ୍ତି । ସେମାନେ ଗରିବୀ ସହିତ ସାରା ଜୀବନ ଲଢ଼ି ଚାଲିଥାନ୍ତି । ସେମାନେ ପରିଶ୍ରମ କରନ୍ତି ସତ । ଦିନସାରା ଚିତ୍କାର କରି କରି ସାହି ଗଳିରେ ନିଜର ବେପାର କରିଥାନ୍ତି । ନିଜର ସାମଗ୍ରୀ ବିକ୍ରି କରିଥାନ୍ତି । କେହି କେବେ ସେମାନଙ୍କ କଥା ଚିନ୍ତା କରିଛନ୍ତି କି ? ଆମେ ସେମାନଙ୍କ କଥା ଚିନ୍ତା କରିଛୁ । ସେଇମାନଙ୍କ ଲାଗି ପିଏମ ସ୍ୱନିଧି ଯୋଜନା କାର୍ଯ୍ୟକାରୀ କରାଯାଉଛି ଏବଂ କରୋନା କାଳରେ ତ ବଡ଼ ବଡ଼ ବ୍ୟବସାୟୀମାନଙ୍କୁ ଆମେ ଦେଖିଛେ । କିନ୍ତୁ ଏହି କ୍ଷୁଦ୍ର ବ୍ୟବସାୟୀମାନଙ୍କ ବିନା ଆମେ କଦାପି ଜୀବନ ବଂଚିପାରିବାନାହିଁ । ଜୀବନ ବଂଚିବା ମୁସ୍କିଲ୍‌ । କାରଣ, କରୋନା ସମୟରେ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନମାନ ବନ୍ଦ୍‌ ଥିଲା । କିନ୍ତୁ ଏହି ଲୋକମାନେ ସେମାନଙ୍କ ବ୍ୟବସାୟ ସହିତ ଥିଲେ । ସେମାନଙ୍କ ଉପସ୍ଥିତି କଥା ପୂର୍ବରୁ ମାଲୁମ ପଡ଼ୁନଥିଲା କିନ୍ତୁ ଯେତେବେଳେ ଦୁଇଦିନ ପର୍ଯ୍ୟନ୍ତ ପରିବାବାଲା ନଆସୁଥିଲା, ସେତେବେଳେ ଆମେ ବଡ଼ ସମସ୍ୟାରେ ପଡ଼ିଯାଉଥିଲୁ । ପୁଣି ଆମେ ଚିନ୍ତା କରୁଥିଲୁ ଯେ ଆରେ ପରିବାବାଲା ଆସିଲାନି, କ୍ଷୀରବାଲା ଆସିଲାନି, ହକର ଆସିଲାନି, ଘରକାମ କରୁଥିବା ଲୋକ ଆସିଲାନି, ରେଷେଇଆ ଆସିଲାନି, ଧୋବା ଆସିଲାନି, ସେତେବେଳେ ହତାଶାରେ ଆମ ଦେହରୁ ଝାଳ ବୋହିଯାଉଥିଲା । 

କରୋନା ସମୟରେ ଆମର ଏହି ଯେଉଁ ସାହାଯ୍ୟକାରୀ ଲୋକଙ୍କର ସଂପୂର୍ଣ୍ଣ ବର୍ଗ ରହିଛି ଯେଉଁମାନଙ୍କ ଉପରେ ଭରସା କରି ଆମ ଜୀବନ ଆଗକୁ ବଢ଼ିଥାଏ । ସେମାନେ କେତେ ମୂଲ୍ୟବାନ, କେତେ ମହତ୍ତ୍ୱପୂର୍ଣ୍ଣ ଏହା ଆମକୁ ବୁଝାଇ ଦେଇଛି ଯେ ସେମାନଙ୍କ ଶକ୍ତିରେ ହିଁ ଆମେ ଜୀବନ ବଂଚିପାରିବା । ତେଣୁ ଆମର ମଧ୍ୟ ସେମାନଙ୍କ ପ୍ରତି କିଛି ଦାୟିତ୍ୱ ରହିଛି ଯେ ଆମେ ସେମାନଙ୍କ ଆମ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବା ଉଚିତ । ଆମେ ସେମାନଙ୍କୁ କେତେବେଳେ ସୁଦ୍ଧା ଏକଲା ଛାଡ଼ିଦେବା ଉଚିତ ହେବନାହିଁ । ଏହା ଆମର ନିଜର ହିଁ ଯାତ୍ରାର ଏକ ଅଂଶବିଶେଷ । ସେମାନଙ୍କ ସମସ୍ୟାକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖିବା ଏବଂ ସେମାନଙ୍କ ଲାଗି ପିଏମ ସ୍ୱନିଧି ଯୋଜନା ଆମେ ଆଣିଛୁ । ପିଏମ ସ୍ୱନିଧି ଯୋଜନା ଏକ ଅତି ଉତ୍ତମ ବ୍ୟବସ୍ଥା । ଆପଣମାନେ ନିଜ ନିଜ ସହରରେ ଏହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସେମାନଙ୍କ ମୋବାଇଲ ଫୋନ୍‌ ମାଧ୍ୟମରେ ଆର୍ଥିକ କାରବାର କରିବା ଶିଖାଇ ଦିଅନ୍ତୁ । ବ୍ୟାଙ୍କରୁ ସେମାନଙ୍କୁ ଟଙ୍କା ମିଳିବ । କିଛି ବେପାରୀ ତ ସେମାନଙ୍କ ଠାରୁ ମାଲ ନେବାକୁ ଯାଇଥାନ୍ତି । ଯେଉଁଠାରେ ପନିପରିବା ବିକ୍ରି ହେଉଛି, ସକାଳେ ସେମାନେ ବଜାରକୁ ଯାଇ ୫୦୦ ଟଙ୍କାର ପନିପରିବା ନେଇ ନିଜ ନିଜ ଲରିରେ ଭରିଥାନ୍ତି । ସେଇ ପଇସା ସେମାନେ ନିଜ ମୋବାଇଲ୍‌ ଫୋନ୍‌ ଜରିଆରେ ଦେଇପାରିବେ । ଯେତେବେଳେ ଜଣେ ଠେଲାବାଲା ୨୦୦ ରୁ ୩୦୦ ଘରକୁ ବୁଲି ପରିବା ବିକ୍ରିକରୁଛି, ସେମାନଙ୍କ ଠାରୁ ମଧ୍ୟ ସେ ମୋବାଇଲ ଫୋନ ଜରିଆରେ ପଇସା ନେଇପାରିବେ । ଡିଜିଟାଲ କାରବାର କରିପାରିବେ । ଯଦି ଏହାର ୧୦୦ ପ୍ରତିଶତ ଡିଜିଟାଲ ରେକର୍ଡ଼ ବନିପାରିବ ତା’ହେଲେ ଜଣାପଡିବ , ବ୍ୟାଙ୍କବାଲା ମଧ୍ୟ ଜାଣି ପାରିବେ ଯେ ସେମାନଙ୍କର କାରବାର ବେଶ୍‌ ଭଲ ରହିଛି । ଏବେ ସେମାନଙ୍କୁ ବ୍ୟାଙ୍କରୁ ୧୦୦୦୦ ଟଙ୍କା ମିଳୁଛି, ଯାହା ସେମାନେ ୨୦୦୦୦ ଟଙ୍କା କରିଦେବେ । ୨୦୦୦୦ ଟଙ୍କା ଦେଇଥିଲେ ତାହାକୁ ୫୦୦୦୦ ଟଙ୍କାକୁ ବଢ଼ାଇଦେବେ । ମୁଁ ତ ଏକଥା କହିଥିଲି ଯେ ଯଦି ଆପଣ ୧୦୦ ପ୍ରତିଶତ ଡିଜିଟାଲ କାରବାର ହୋଇପାରୁଛି ତାହା ଉପରେ ଜିରୋ ପ୍ରତିଶତ ସୁଧ ଆସିବ । 

ଆମର ଠେଲାବାଲା ବେପାରୀମାନଙ୍କ ନିମନ୍ତେ ଏତେ ବଡ଼ ଆର୍ଥିକ କାରବାର ଯେତେବେଳେ ବିନା ସୁଧରେ ମିଳିପାରିବ, ମୋର ପୂର୍ଣ୍ଣ ବିଶ୍ୱାସ ଯେ ସେମାନେ ଆହୁରି ଭଲ ବ୍ୟବସାୟ କରିପାରିବେ । ନିଜ ପରିବାରର ପିଲାଛୁଆଙ୍କ ପଢ଼ା ଉପରେ ଧ୍ୟାନ ଦେବେ, ସେମାନେ ଉତ୍ତମ ମାନର ସାମଗ୍ରୀ ବିକ୍ରି କରିବା ଆରମ୍ଭ କରିବେ, ଅଧିକରୁ ଅଧିକ ବେପାର କରିବାକୁ ମନ ବଳାଇବେ । ଏହା ଫଳରେ ଆପଣମାନଙ୍କ ସହରରେ ସେମାନେ ଏହିଭଳି ଭାବେ ଲୋକମାନଙ୍କ ସେବା ଉତ୍ତମ ରୂପେ କରିପାରିବେ । ଆପଣମାନେ କ’ଣ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ପ୍ରାଥମିକତା ପ୍ରଦାନ କରିପାରିବେ ନାହିଁ ? ପବିତ୍ର କାଶୀ ନଗରୀରେ ମା ଗଙ୍ଗାଙ୍କ ତଟରେ ଆପଣ ଏହି ସଂକଳ୍ପ ନେଇ ଯାଆନ୍ତି ଯେ ଏହି ୨୦୨୨ ମସିହାରେ ଯେତେବେଳେ ଜାନୁଆରୀ ୨୬ ତାରିଖ ଦିନ ଗଣତନ୍ତ୍ର ଦିବସ ଆସିବ, ୨୬ ଜାନୁଆରୀ ପୂର୍ବରୁ ଆମେ ଏହି କାର୍ଯ୍ୟ କରି ଦେଖାଇବୁ । ୨୬ ଜାନୁଆରୀ ପୂର୍ବରୁ ଆମର ସହରର ୨୦୦, ୫୦୦, ୧୦୦୦, ୨୦୦୦ ଯେଉଁଠାରେ ଯେତେବି ଉଠା ବ୍ୟବସାୟୀ ଅଛନ୍ତି ସେମାନଙ୍କର ବ୍ୟାଙ୍କ ଜମାଖାତା ଖୋଲାଯାଉ, ସେମାନଙ୍କୁ ଡିଜିଟାଲ କାରବାରର ତାଲିମ ପ୍ରଦାନ କରାଯାଉ । ସେମାନେ ଯେଉଁସବୁ ବ୍ୟାପାରୀମାନଙ୍କ ଠାରୁ ମାଲ କିଣୁଛନ୍ତି ସେମାନଙ୍କୁ ବି ଡ଼ିଜିଟାଲ ଟ୍ରେନିଂ ଦିଆଯିବ । ଯେଉଁଠାକୁ ଯାଇ ସେମାନେ ନିଜର ମାଲ ବିକ୍ରି କରୁଛନ୍ତି ସେମାନଙ୍କୁ ଡିଜିଟାଲ ଟ୍ରେନିଂ ଦିଆଯିବ । ଦେଖୁ ଦେଖୁ ଦେଶର ଡିଜିଟାଲ କାରବାର ବଢ଼ିଯିବ । ମୋର ପ୍ରିୟ ଠେଲାଗାଡ଼ିରେ ବ୍ୟବସାୟ କରୁଥିବା ଭାଇଭଉଣୀମାନଙ୍କୁ ସର୍ବନିମ୍ନ ସୁଧରେ ଅର୍ଥ ମିଳିପାରିବ । ଯେଉଁଠାରେ ସମ୍ଭବ ସେମାନଙ୍କୁ ଶୂନ ହାର ସୁଧରେ ଅର୍ଥ ପ୍ରଦାନ କରାଯିବ ଉଚିତ । ଏହା ଫଳରେ ସେମାନଙ୍କ ବ୍ୟବସାୟ ବୃଦ୍ଧି ନିମନ୍ତେ ସବୁଠାରୁ ବଡ଼ ସହାୟତା ସେମାନେ ପାଇପାରିବେ । 

ସାଥୀଗଣ, ଏହି ପ୍ରସଙ୍ଗରେ ଆହୁରି ଅନେକ କଥା ମନକୁ ଆସୁଛି । ଆପଣମାନେ ଏଠାକୁ କାଶୀ ନଗରୀକୁ ଆସିଛନ୍ତି, କାଶୀକୁ ଅତି ନିକଟରୁ ଦେଖିବେ ଏବଂ ଅନେକ ନୂଆ ନୂଆ ପରାମର୍ଶ ଓ ଚିନ୍ତନ ଆପଣମାନଙ୍କ ମନରେ ରହିଛି । ଯଦି ଆପଣମାନେ ମୋତେ ଏଭଳି କିଛି ପରାମର୍ଶ ପଠାଇବେ ତେବେ ମୋତେ କାଶୀରେ କାର୍ଯ୍ୟ କରିବା ସକାଶେ ଢ଼େର୍‌ ସହାୟତା ମିଳିପାରିବ । ଆପଣମାନେ ମେୟର ହିସାବରେ ସଂପାଦନ କରିଥିବା କାର୍ଯ୍ୟ ଏବଂ ଆପଣମାନଙ୍କୁ ଯଦି ଲାଗୁଥିବ ଯେ ମୋଦୀଜୀ କାଶୀରେ ଏହି କାର୍ଯ୍ୟ କରନ୍ତୁ ତେବେ ଆପଣମାନେ ମୋତେ ସେହି ପରାମର୍ଶ ପଠାଇପାରିବେ । ଯଦି ସେଭଳି କିଛି ପରାମର୍ଶ ଆପଣମାନେ ମୋତେ ଦେବେ, ତେବେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି । କାରଣ ମୁଁ ତ ଆପଣମାନଙ୍କ ଠାରୁ କିଛି ଶିକ୍ଷା ଲାଭ କରିବାକୁ ଚାହେଁ । ଆପଣମାନେ ସମସ୍ତେ ମୋତେ ଏଠାକୁ ଆମନ୍ତ୍ରଣ କରିଛନ୍ତି । ଏଇଥିପାଇଁ ଆମନ୍ତ୍ରଣ କରିଛନ୍ତି ଯେ ଆପଣମାନେ ଆମର କାଶୀବାଲାଙ୍କୁ କିଛି ଶିଖାନ୍ତୁ, କିଛି ବୁଝାନ୍ତୁ । ଯାହା କିଛି ନୂଆ କାମ ଆପଣମାନେ କରିଛନ୍ତି ସେମାନଙ୍କୁ ବତାନ୍ତୁ । ଆମେ କାଶୀରେ ତାହା ଅବଶ୍ୟ ପ୍ରବର୍ତ୍ତନ କରିବୁ । ଆପଣମାନଙ୍କ ଠାରୁ ଶିଖିବୁ । ଆପଣମାନଙ୍କ ଠାରୁ କିଛି ଶିଖି ଆମେ ଅବଶ୍ୟ କାଶୀରେ ତାହା ଲାଗୁ କରିବୁ ଏବଂ ମୁଁ ହେବି ଏହାର ପ୍ରଥମ ବିଦ୍ୟାର୍ଥୀ । ମୁଁ ଏହାକୁ ଶିଖିବି । ପର କଥା ଯେ ଆମେ ସମସ୍ତେ ରାଜନୀତି ସହିତ ସଂଶ୍ଳିଷ୍ଟ ବ୍ୟକ୍ତି । ଆପଣମାନଙ୍କୁ ସମସ୍ତଙ୍କୁ ଏକଥା ଅବଶ୍ୟ ଜ୍ଞାତ ଥିବ ଯେ ଏହା ଏଭଳି ଏକ ପଦବୀ ଯେଉଁଠି ରାଜନୀତିକ ଜୀବନରେ ଆଗକୁ ବଢ଼ିବାକୁ ଢେର୍‌ ଅବସର ମିଳିଥାଏ । ଆପଣମାନଙ୍କୁ ସମସ୍ତଙ୍କୁ ଅବଶ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯେତେବେଳେ ଅହମ୍ମଦାବାଦ ସହର ଖୁବ୍‌ ଛୋଟ ଥିଲା ଏକ ନଗରପାଳିକା ଥିଲା ସେତେବେଳେ ସେହି ସହରରେ ପରାଧୀନ ଭାରତରେ ସର୍ଦ୍ଦାର ସାହାବ ସେଠାକାର ମେୟର ଥିଲେ । ଅଧ୍ୟକ୍ଷ ହୋଇଥିଲେ ଏବଂ ସେହିଠାରୁ ତାଙ୍କର ଜନସେବାର ଯାତ୍ରା ଆରମ୍ଭ ହୋଇଥିଲା । ଆଜି ମଧ୍ୟ ଦେଶ ତାଙ୍କ ସେବା ଓ ତ୍ୟାଗକୁ ସ୍ମରଣ କରୁଛି । ଏପରି ଅନେକ ନେତା ଅଛନ୍ତି ଯେଉଁମାନଙ୍କ ଜୀବନର ପ୍ରାରମ୍ଭ କୌଣସି ନା କୌଣସି ପୌରସଂସ୍ଥାରୁ ଆରମ୍ଭ ହୋଇଥିବ, କୌଣସି ନଗରପାଳିକାରୁ ଆରମ୍ଭ ହୋଇଥିବ । କୌଣସି ମହାନଗର ପାଳିକାରୁ ଆରମ୍ଭ ହୋଇଥିବ । ଆପଣମାନଙ୍କ ଜୀବନ ମଧ୍ୟ ଏଭଳି ଏକ ପର୍ଯ୍ୟାୟରେ ରହିଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନଙ୍କ ରାଜନୈତିକ ଜୀବନ ମଧ୍ୟ ଉଜ୍ଜ୍ୱଳ ହେଉ, ଭବିଷ୍ୟତ ଉଜ୍ଜ୍ୱଳ ହେଉ । ଆପଣମାନେ ସଂପୂର୍ଣ୍ଣ ସମର୍ପଣ ଭାବର ସହିତ ନିଜ ନିଜ କର୍ତ୍ତବ୍ୟ ସଂପାଦନ କରନ୍ତୁ । ନିଜ ନିଜ କ୍ଷେତ୍ରର ବିକାଶ ସହିତ ସଂଶ୍ଳିଷ୍ଟ ହୁଅନ୍ତୁ । ନିଜ ନିଜ ସହରକୁ ଆଧୁନିକ କରିବା ଦିଗରେ ବ୍ରତୀ ହୁଅନ୍ତୁ । ପଦପଦବୀ ସମ୍ଭାଳନ୍ତୁ । ଆମକୁ କ୍ଷମତାର ଆବଶ୍ୟକତା ଅଛି ଏବଂ ବିକାଶର ମଧ୍ୟ ଆବଶ୍ୟକତା ରହିଛି । ପୂରା ସ୍ୱପ୍ନକୁ ଧରି ଆମକୁ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ମୋ ତରଫରୁ ପୁଣି ଥରେ କାଶୀରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ କାଶୀରେ ଆପଣମାନଙ୍କର ସମସ୍ତଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କରାଯିବ । ଆପଣମାନଙ୍କ ଅବସ୍ଥାନ ସୁବନ୍ଦୋବସ୍ତ କରାଯିବ । କାଶୀର ଲୋକ ଖୁବ୍‌ ଆତିଥ୍ୟପ୍ରିୟ । ସେମାନେ ଆପଣଙ୍କୁ ଆତିଥ୍ୟ ପ୍ରଦାନରେ କୌଣସି କମି ରଖିବେନାହିଁ । ଆପଣମାନେ କେବେ ଆତିଥ୍ୟର କମି ଅନୁଭବ କରିବେନାହିଁ । ସୁଖଦ ଅନୁଭୂତି ଓ ସେମାନଙ୍କ ଶ୍ରଦ୍ଧା ନେଇ ଆପଣମାନେ ନିଜ ନିଜ ସହରକୁ ବାହୁଡ଼ିବେ ।

ବହୁତ ବହୁତ ଧନ୍ୟବାଦ । ବହୁତ ବହୁତ ଶୁଭକାମନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India adds 1.26 million credit cards in July as spending rises; HDFC, SBI lead the way

Media Coverage

India adds 1.26 million credit cards in July as spending rises; HDFC, SBI lead the way
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.