୧୭,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ପଞ୍ଚାୟତ ସ୍ତରରେ ସାଧାରଣ କ୍ରୟ ପାଇଁ ସମନ୍ୱିତ ଇଗ୍ରାମସ୍ୱରାଜ ଏବଂ ଜିଇଏମ୍‍ ପୋର୍ଟାଲ୍ ଉଦଘାଟନ କରିଛନ୍ତି
ପ୍ରାୟ ୩୫ ଲକ୍ଷ ସ୍ୱାମୀତ୍ୱ ସମ୍ପତ୍ତି କାର୍ଡ ହସ୍ତାନ୍ତର କରିଛନ୍ତି
ପିଏମଏୱାଇ - ଜି ଅଧୀନରେ ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ "ଗୃହ ପ୍ରବେଶ” ରେ ଅଂଶଗ୍ରହଣ କରିଛନ୍ତି
ପ୍ରାୟ ୨୩୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ଜଳ ଜୀବନ୍ ମିଶନ୍ ଅଧୀନରେ ପ୍ରାୟ ୭୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
“ପଞ୍ଚାୟତିରାଜ ଅନୁଷ୍ଠାନ ଗଣତନ୍ତ୍ରର ଆବେଗକୁ ପ୍ରୋତ୍ସାହିତ କରିବା ସହିତ ଆମ ନାଗରିକମାନଙ୍କ ବିକାଶ ଆକାଂକ୍ଷା ପୂରଣ କରୁଛି”
“ଅମୃତ କାଳରେ ଆମେ ଏକ ବିକଶିତ ଭାରତର ସ୍ୱପ୍ନ ଦେଖିଛୁ ଏବଂ ଏହାକୁ ସଫଳ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛୁ”
“୨୦୧୪ ପରଠାରୁ ଦେଶ ଏହାର ପଞ୍ଚାୟତଗୁଡିକର ସଶକ୍ତିକରଣର କରିଛି ଏବଂ ଫଳାଫଳ ଆଜି ଦୃଶ୍ୟମାନ ହେଉଛି”
“ଡିଜିଟାଲ ବିପ୍ଳବର ଏହି ଯୁଗରେ ପଞ୍ଚାୟତକୁ ମଧ୍ୟ ସ୍ମାର୍ଟ କରାଯାଉଛି”
“ପ୍ରତ୍ୟେକ ପଞ୍ଚାୟତ, ପ୍ରତ୍ୟେକ ଅନୁଷ୍ଠାନ, ପ୍ରତ୍ୟେକ ପ୍ରତିନିଧୀ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ବିକଶିତ
ସେ ୧୭,୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ରେୱା ଠାରେ ଜାତୀୟ ପଞ୍ଚାୟତି ରାଜ ଦିବସକୁ ସମ୍ବୋଧିତ କରିଛନ୍ତି । ସେ ୧୭,୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମା ବିନ୍ଧ୍ୟବାସିନୀଙ୍କୁ ଏବଂ ବୀର ଭୂମିକୁ ପ୍ରଣାମ ସହିତ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ସେ ତାଙ୍କର ପୂର୍ବ ଗସ୍ତ ଏବଂ ଏଠାରେ ଥିବା ଲୋକଙ୍କ ଭଲପାଇବାକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଭର୍ଚୁଆଲରେ ୩୦ ଲକ୍ଷରୁ ଅଧିକ ପଞ୍ଚାୟତ ପ୍ରତିନିଧୀଙ୍କ ଉପସ୍ଥିତି ଭାରତୀୟ ଗଣତନ୍ତ୍ରର ଏକ ସାହସିକ ଚିତ୍ର ବୋଲି କହିଛନ୍ତି । ସେ ଦର୍ଶାଇଛନ୍ତି ଯେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କ ପାଇଁ କାର୍ଯ୍ୟର ପରିସର ଭିନ୍ନ ହୋଇପାରେ କିନ୍ତୁ ଦେଶ ସେବା ସହିତ ନାଗରିକଙ୍କ ସେବା କରିବାର ସାଧାରଣ ଲକ୍ଷ୍ୟ ନେଇ ସମସ୍ତେ କାର୍ଯ୍ୟ କରନ୍ତି । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ପଞ୍ଚାୟତଗୁଡିକ ଗାଓଁ ୱର ଗରିବ - ଗ୍ରାମ ଏବଂ ଗରିବଙ୍କ ପାଇଁ ସରକାରଙ୍କ ଯୋଜନାକୁ ପୂର୍ଣ୍ଣ ଉତ୍ସର୍ଗର ସହିତ କାର୍ଯ୍ୟକାରୀ କରୁଛନ୍ତି ।

 

ପଞ୍ଚାୟତ ସ୍ତରରେ ସାଧାରଣ କ୍ରୟ ପାଇଁ ଇ-ଗ୍ରାମସ୍ୱରଜ ଏବଂ ଜିଇଏମ୍‍ ପୋର୍ଟାଲ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ପଞ୍ଚାୟତର କାର୍ଯ୍ୟକୁ ସହଜ କରିବ । ମଧ୍ୟପ୍ରଦେଶର ବିକାଶ ପାଇଁ ରେଳବାଇ, ଗୃହ, ଜଳ ଏବଂ ରୋଜଗାର ସଂକ୍ରାନ୍ତୀୟ ୧୭,୦୦୦ କୋଟି ଟଙ୍କାର ପ୍ରକଳ୍ପ ୩୫ ଲକ୍ଷ ସ୍ୱାମୀତ୍ୱ ସମ୍ପତ୍ତି କାର୍ଡ ବଣ୍ଟନ ବିଷୟରେ ସେ ଉଲ୍ଲେଖ କରିଛନ୍ତି ।

ସ୍ୱାଧୀନତାର ଅମୃତ କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ଉତ୍ସର୍ଗୀକୃତ ଭାବରେ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏକ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ ସେ ଭାରତର ଗ୍ରାମଗୁଡିକରେ ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଏବଂ ପଞ୍ଚାୟତ ରାଜ ବ୍ୟବସ୍ଥାର ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଦର୍ଶାଇଥିଲେ ଯେ ବର୍ତ୍ତମାନର ସରକାର ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ଏହାର ପରିସର ବିସ୍ତାର କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ପୂର୍ବ ସରକାରଗୁଡିକ ଯାହା  ୨୦୧୪ ପୂର୍ବର ପଞ୍ଚାୟତ ସହିତ ଭେଦଭାବ କରିଥିଲା, ପୂର୍ବ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସର ଅଭାବକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଅର୍ଥ ଆୟୋଗ ୭୦,୦୦୦ କୋଟିରୁ କମ୍ ମଞ୍ଜୁର କରିଛନ୍ତି ଯାହା ଦେଶର ବିକାଶକୁ ବିଚାର କଲାବେଳେ ଏକ ଅଳ୍ପ ପରିମାଣ ଥିଲା, କିନ୍ତୁ ୨୦୧୪ ପରେ ଏହି ଅନୁଦାନ ୨ ଲକ୍ଷ କୋଟିରୁ ଅଧିକ ବୃଦ୍ଧି କରାଯାଇଥିଲା । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପୂର୍ବରୁ ଏକ ଦଶନ୍ଧି ପୂର୍ବରୁ କେବଳ ୬୦୦୦ ପଞ୍ଚାୟତି ଭବନ ର୍ନିମାଣ ହୋଇଥିବାବେଳେ ବର୍ତ୍ତମାନର ସରକାର ଗତ ୮ ବର୍ଷରେ ୩୦,୦୦୦ ରୁ ଅଧିକ ପଞ୍ଚାୟତ ଭବନ ର୍ନିମାଣ କରିଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ୭୦ରୁ କମ୍‍ ଗ୍ରାମପଞ୍ଚାୟତରେ ଅପ୍ଟିକାଲ ଫାଇବର ସଂଯୋଗ ତୁଳନାରେ ୨ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଯାହା ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ଅପ୍ଟିକାଲ ଫାଇବର ସଂଯୋଗ ପାଇଲା । ଭାରତର ସ୍ୱାଧୀନତା ପରେ ପୂର୍ବ ସରକାରମାନେ ବିଦ୍ୟମାନ ପଞ୍ଚାୟତି ରାଜ ବ୍ୟବସ୍ଥାରେ ଦେଖାଯାଇଥିବା ବିଶ୍ୱାସର ଅଭାବକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ କଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ପୂର୍ବ ଶାସକ ତାଙ୍କ ଆଦର୍ଶ ପ୍ରତି କୌଣସି ଧ୍ୟାନ ଦେଇନଥିଲା ଯାହାଫଳରେ ପଞ୍ଚାୟତି ରାଜ ଦଶନ୍ଧି ଧରି ଅବହେଳିତ ରହିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ପଞ୍ଚାୟତ ଭାରତର ବିକାଶର ଜୀବନ ଶକ୍ତି ଭାବରେ ଉଭା ହୋଇଛି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପଞ୍ଚାୟତକୁ ଫଳପ୍ରଦ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରୁଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମ ଓ ସହର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଡିଜିଟାଲ ବିପ୍ଳବର ଏହି ଯୁଗରେ ପଞ୍ଚାୟତଗୁଡିକୁ ସ୍ମାର୍ଟ କରାଯାଉଛି । ପଞ୍ଚାୟତିରାଜ ଦ୍ୱାରା କରାଯାଉଥିବା ପ୍ରକଳ୍ପଗୁଡ଼ିକରେ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । ପ୍ରଧାନମନ୍ତ୍ରୀ ଅମୃତ ସରୋବରର ଉଦାହରଣ ଦେଇଛନ୍ତି ଯେଉଁଠାରେ କ୍ଷେତ୍ର ଚୟନ ଏବଂ ପ୍ରକଳ୍ପର ସମାପ୍ତି ଭଳି ସମସ୍ୟା ଜ୍ଞାନକୌଶଳ ବ୍ୟବହାର ସାହାଯ୍ୟରେ କରାଯାଉଛି । ସେ କହିଛନ୍ତି ଯେ ପଞ୍ଚାୟତ ସ୍ତରରେ ସାଧାରଣ କ୍ରୟ ପାଇଁ ଜିଇଏମ୍ ପୋର୍ଟାଲ୍ ପଞ୍ଚାୟତ ଦ୍ୱାରା କ୍ରୟକୁ ସହଜ ଏବଂ ସ୍ୱଚ୍ଛ କରିବ । ସ୍ଥାନୀୟ କୁଟୀର ଶିଳ୍ପ ସେମାନଙ୍କ ସାମଗ୍ରୀ ବିକ୍ରୟ ପାଇଁ ଏକ ଦୃଢ ବାଟ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନାରେ ଜ୍ଞାନକୌଶଳର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଯୋଜନା ଗ୍ରାମରେ ସମ୍ପତ୍ତି ଅଧିକାରର ଦୃଶ୍ୟପଟକୁ ବଦଳାଇ ବିବାଦ ଏବଂ ମକଦ୍ଦମାକୁ ହ୍ରାସ କରୁଛି ବୋଲି ସେ ସୂଚନା ଦେଇଛନ୍ତି । ଡ୍ରୋନ୍ ଜ୍ଞାନକୌଶଳର ବ୍ୟବହାର କୌଣସି ଭେଦଭାବ ବିନା ଲୋକଙ୍କ ପାଇଁ ସମ୍ପତ୍ତି ଦଲିଲ ସୁନିଶ୍ଚିତ କରୁଛି । ଦେଶର ୭୫ ହଜାର ଗାଁରେ ସମ୍ପତ୍ତି କାର୍ଡର କାର୍ଯ୍ୟ ସମାପ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ଦିଗରେ ଭଲ କାମ ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ ।

 

ଛିଣ୍ଡୱାରାର ବିକାଶ ପ୍ରତି ଉଦାସୀନତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି ରାଜନୈତିକ ଦଳର ଚିନ୍ତାଧାରାକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତା ପରେ ଗ୍ରାମାଞ୍ଚଳର ମୌଳିକ ଆବଶ୍ୟକତାକୁ ଅଣଦେଖା କରି ଶାସକ ଦଳ ଗ୍ରାମାଞ୍ଚଳର ଗରିବଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶର ଅଧା ଜନସଂଖ୍ୟା ରହୁଥିବା ଗ୍ରାମଗୁଡିକୁ ଭେଦଭାବ କଲେ ଦେଶ ଅଗ୍ରଗତି କରିପାରିବ ନାହିଁ । ସେ କହିଛନ୍ତି ୨୦୧୪ ପରେ ଗ୍ରାମୀଣ ଅର୍ଥନୀତି, ଗ୍ରାମଗୁଡିକରେ ସୁବିଧା ଏବଂ ଗ୍ରାମଗୁଡିକର ଆଗ୍ରହକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ସେ କହିଛନ୍ତି ଯେ ଉଜ୍ୱଳା ଏବଂ ପିଏମ ଆବାସ ଭଳି ଯୋଜନା ଗ୍ରାମରେ ଗଭୀର ପ୍ରଭାବ ପକାଇଛି । ସେ କହିଛନ୍ତି ଯେ ୪.୫ କୋଟି ଘର ମଧ୍ୟରୁ ପିଏମଏୱାଇ ର ୩ କୋଟି ଘର ଗ୍ରାମାଞ୍ଚଳରେ ଅଛି ଏବଂ ଏହା ମହିଳାଙ୍କ ନାମରେ ରହିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ର୍ନିମିତ ପ୍ରତ୍ୟେକ ଘରର ମୂଲ୍ୟ ୧ ଲକ୍ଷରୁ ଅଧିକ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସେମାନଙ୍କୁ ‘ଲକ୍ଷପତି ଦିଦି’ (କୋଟିପତି) କରି ଦେଶରୁ କୋଟି କୋଟି ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ୪ ଲକ୍ଷରୁ ଅଧିକ ପରିବାର ଆଜି ପକ୍କା ଘରେ ଗୃହ ପ୍ରବେଶ  କରିଛନ୍ତି ଏବଂ ବର୍ତ୍ତମାନ ଘରର ମାଲିକ ହୋଇଥିବା ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ବିଷୟରେ ମଧ୍ୟ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେ ବିଦ୍ୟୁତ ସଂଯୋଗ କରିଥିବା ୨.୫ କୋଟି ଘର ମଧ୍ୟରୁ ଅଧିକାଂଶ ଘର ଗ୍ରାମାଞ୍ଚଳରେ ଏବଂ ହର ଘର ଜଳ ଯୋଜନା ଅଟେ ଯାହା ଦ୍ୱାରା ୯ କୋଟିରୁ ଅଧିକ ଗ୍ରାମ୍ୟ ପରିବାରକୁ ଜଳ ସଂଯୋଗ ହୋଇଛି । ସେ ଦର୍ଶାଇଛନ୍ତି ଯେ ମଧ୍ୟପ୍ରଦେଶରେ ପୂର୍ବର ୧୩ଲକ୍ଷ ତୁଳନାରେ ବର୍ତ୍ତମାନ ପ୍ରାୟ ୬୦ ଲକ୍ଷ ଘରକୁ ଟ୍ୟାପ ଜଳ ସଂଯୋଗ କରାଯାଇଛି ।

ବ୍ୟାଙ୍କ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଅଧିକାଂଶ ଗ୍ରାମୀଣ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ କିମ୍ବା ବ୍ୟାଙ୍କରୁ କୌଣସି ସେବା ପାଇନାହାନ୍ତି । ଫଳସ୍ୱରୂପ, ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଥିଲେ ଯେ ହିତାଧିକାରୀଙ୍କୁ ପଠାଯାଇଥିବା ଆର୍ଥିକ ସହାୟତା ସେମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଲୁଟ୍ ହୋଇଯାଉଥିଲା । ଜନ ଧନ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗ୍ରାମାଞ୍ଚଳର ୪୦ କୋଟିରୁ ଅଧିକ ପରିବାର ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ଏବଂ ଇଣ୍ଡିଆ ପୋଷ୍ଟ ଅଫିସ୍ ମାଧ୍ୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ବ୍ୟାଙ୍କଗୁଡିକର ପ୍ରସାର ବ୍ୟାପକ ହୋଇଛି । ସେ ବ୍ୟାଙ୍କ ମିତ୍ରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ ବ୍ୟାଙ୍କ ସଖୀମାନଙ୍କୁ ତାଲିମ ଦିଆଯାଇଛି ଯାହା ଗାଁର ଲୋକଙ୍କୁ ଚାଷ ହେଉ କିମ୍ବା ବ୍ୟବସାୟ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ।

 

ପୂର୍ବ ସରକାରଙ୍କ ଦ୍ୱାରା ଭାରତର ଗ୍ରାମଗୁଡିକରେ ହୋଇଥିବା ଅନ୍ୟାୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗ୍ରାମଗୁଡିକ ଭୋଟ୍ ବ୍ୟାଙ୍କ ଭାବରେ ବିବେଚନା କରାଯାଉ ନ ଥିବାରୁ ଗ୍ରାମଗୁଡିକରେ ଟଙ୍କା ଖର୍ଚ୍ଚକୁ ଏଡାଇ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ବର୍ତ୍ତମାନର ସରକାର ହର ଘର ଜଳ ଯୋଜନାରେ ୩.୫ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରି ଗ୍ରାମଗୁଡିକର ବିକାଶର ଦ୍ୱାର ଖୋଲିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଦଶନ୍ଧି ଧରି ଅସମ୍ପୂର୍ଣ୍ଣ ଥିବା ଜଳସେଚନ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବଂ ହଜାର ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଅଭିଯାନ ପାଇଁ ଖର୍ଚ୍ଚ ହେଉଛି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅଧୀନରେ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ସିଧାସଳଖ ସେହି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି ଯେଉଁଠାରେ ମଧ୍ୟପ୍ରଦେଶର ପ୍ରାୟ ୯୦ ଲକ୍ଷ କୃଷକ ଏହି ଯୋଜନାର ଅଂଶ ଭାବରେ ୧୮,୫୦୦ କୋଟି ଟଙ୍କା ପାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରେୱାର କୃଷକମାନେ ମଧ୍ୟ ଏହି ପାଣ୍ଠିରୁ ପ୍ରାୟ ୫୦୦ କୋଟି ଟଙ୍କା ପାଇଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏମଏସପି ବୃଦ୍ଧି ବ୍ୟତୀତ ହଜାର ହଜାର କୋଟି ଟଙ୍କା ଗ୍ରାମରେ ପହଞ୍ଚିଥିବାବେଳେ କରୋନା ଅବଧିରେ ସରକାର ଗତ ତିନିବର୍ଷ ଧରି ଗରିବ ଲୋକଙ୍କୁ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟରେ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି ।

ମୁଦ୍ରା ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ଗତ କିଛି ବର୍ଷ ମଧ୍ୟରେ ୨୪ ଲକ୍ଷ କୋଟି ଟଙ୍କା ସହାୟତା ଯୋଗାଇ ଗ୍ରାମରେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଗ୍ରାମରେ ମହିଳାମାନେ ବହୁ ସଂଖ୍ୟାରେ ହିତାଧିକାରୀ ଭାବେ ରୋଜଗାର କରନ୍ତି ସେହି ଗ୍ରାମରେ କୋଟି କୋଟି ଲୋକ ନିଯୁକ୍ତି ପାଉଛନ୍ତି । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶର ୫୦ ଲକ୍ଷରୁ ଅଧିକ ମହିଳାଙ୍କ ସମେତ ୯ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି ଏବଂ ସରକାର ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ବ୍ୟାଙ୍କ ଗ୍ୟାରେଣ୍ଟି ବିନା ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ "ଦିଦି କେଫ୍‍”  ବିଷୟରେ ଉଲ୍ଲେଖ କରି କହିଛନ୍ତି, ମହିଳାମାନେ ବର୍ତ୍ତମାନ ଅନେକ କ୍ଷୁଦ୍ର ଶିଳ୍ପଗୁଡିକର ପରିଚାଳନା କରୁଛନ୍ତି । ମଧ୍ୟପ୍ରଦେଶର ମହିଳା ଶକ୍ତିକୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇବା ସହ ଗତ ପଞ୍ଚାୟତ ର୍ନିବାଚନରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ପ୍ରାୟ ୧୭,୦୦୦ ମହିଳା ପଞ୍ଚାୟତ ପ୍ରତିନିଧୀ ଭାବରେ ର୍ନିବାଚିତ ହୋଇଥିବା ସୂଚନା ଦେଇଛନ୍ତି ।

ଆଜି ଆରମ୍ଭ ହୋଇଥିବା "ସ୍ୱାମୀତ୍ୱ ଅଭିଯାନ୍‌” ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବକା ବିକାଶ ମାଧ୍ୟମରେ ବିକାଶିତ ଭାରତ ହାସଲ କରିବା ପାଇଁ ଏହା ଏକ ଦୃଢ ପଦକ୍ଷେପ ହେବ । ପ୍ରତ୍ୟେକ ପଞ୍ଚାୟତ, ପ୍ରତ୍ୟେକ ଅନୁଷ୍ଠାନ, ପ୍ରତ୍ୟେକ ପ୍ରତିନିଧୀ, ଦେଶର ପ୍ରତ୍ୟେକ ନାଗରିକ ଏକ ବିକଶିତ ଭାରତ ପାଇଁ ଏକଜୁଟ ହେବାକୁ ପଡ଼ିବ । ପ୍ରତ୍ୟେକ ମୌଳିକ ସୁବିଧା ଶୀଘ୍ର ଏବଂ କୌଣସି ଭେଦଭାବ ବିନା ୧୦୦% ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ପଞ୍ଚାୟତକୁ ନୂତନ କୃଷି ପ୍ରଣାଳୀ ବିଷୟରେ ସଚେତନତା କରିବାକୁ ପଡିବ । ବିଶେଷ କରି ପ୍ରାକୃତିକ ଚାଷର ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କ୍ଷୁଦ୍ର କୃଷକ, ମତ୍ସ୍ୟଜୀବୀ ଏବଂ ପଶୁପାଳନ ପାଇଁ ଏହି ପଦକ୍ଷେପରେ ପଞ୍ଚାୟତର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି । ଯେତେବେଳେ ଆପଣ ପ୍ରତ୍ୟେକ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଜଡିତ ହେବେ, ଜାତିର ସାମୂହିକ ପ୍ରୟାସ ଦୃଢ ହେବ । ଏହା ଅମୃତ କାଳରେ ଏକ ବିକଶିତ ଭାରତ ର୍ନିମାଣ ପାଇଁ ଶକ୍ତି ହେବ ।

ଆଜିର ପ୍ରକଳ୍ପଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଛିଣ୍ଡୱାରା-ନୈନପୁର-ମାଣ୍ଡଲା ଦୁର୍ଗ ରେଳ ଲାଇନର ବିଦ୍ୟୁତିକରଣ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଦ୍ୱାରା ଏହି ଅଞ୍ଚଳର ଲୋକଙ୍କ ଦିଲ୍ଲୀ-ଚେନ୍ନାଇ ଏବଂ ହାୱାଡା-ମୁମ୍ବାଇ ସହ ସଂଯୋଗକୁ ଆହୁରି ସହଜ କରାଯିବ ଏବଂ ଆଦିବାସୀ ଲୋକେ ମଧ୍ୟ ଉପକୃତ ହେବେ । ସେ ମଧ୍ୟ ନୂତନ ଟ୍ରେନ୍ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକି ଆଜି ଛିଣ୍ଡୱାରା-ନୈନପୁର ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଏବଂ କହିଛନ୍ତି ଯେ ଅନେକ ସହର ଓ ଗ୍ରାମ ସିଧାସଳଖ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟ ସହିତ ସିଓନୀରେ ସଂଯୋଗ ହେବ ଏବଂ ନାଗପୁର ଏବଂ ଜବଲପୁର ଯିବା ମଧ୍ୟ ସହଜ ହେବ । ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସମୃଦ୍ଧ ବନ୍ୟଜନ୍ତୁଙ୍କୁ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ସଂଯୋଗ ବୃଦ୍ଧି ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ହେଉଛି ଡବଲ ଇଞ୍ଜିନ ସରକାରଙ୍କ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ରବିବାର ଦିନ ୧୦୦ ଟି ଅଧ୍ୟାୟ ପୂରଣ କରୁଥିବା "ମନ କି ବାତ୍‍” କାର୍ଯ୍ୟକ୍ରମ ପ୍ରତି ଦେଖାଯାଇଥିବା ଭଲପାଇବା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମନ କି ବାତ୍‍ରେ ମଧ୍ୟପ୍ରଦେଶର ବିଭିନ୍ନ ସଫଳତା ବିଷୟରେ ଉଲ୍ଲେଖ କରିବା ସହ ସମସ୍ତଙ୍କୁ ୧୦୦ ତମ ଧାରାବାହିକରେ ଯୋଗଦେବାକୁ ଅନୁରୋଧ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଫଗନ୍ କୁଲସ୍ତେ, ସ୍ୱାଧୀ ନିରଂଜନା ଜ୍ୟୋତି, ଶ୍ରୀ କପିଲ ମୁରେଶ୍ୱର ପାଟିଲ, ସାଂସଦ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରି ଦେଶର ସମସ୍ତ ଗ୍ରାମ ସଭା ଓ ପଞ୍ଚାୟତି ରାଜ ଅନୁଷ୍ଠାନକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପଞ୍ଚାୟତ ସ୍ତରରେ ସାଧାରଣ କ୍ରୟ ପାଇଁ ଏକ ସମନ୍ୱିତ ଇଗ୍ରାମସ୍ୱରାଜ ଏବଂ ଜିଇଏମ୍ ପୋର୍ଟାଲର ଉଦଘାଟନ କରିଥିଲେ । ଇଗ୍ରାମସ୍ୱରାଜର ଉଦ୍ଦେଶ୍ୟ - ସରକାରୀ ଇ ମାର୍କେଟପ୍ଲେସ୍ ଏକୀକରଣ ହେଉଛି ପଞ୍ଚାୟତମାନଙ୍କୁ ଜିଇଏମ୍ ମାଧ୍ୟମରେ ସେମାନଙ୍କର ସାମଗ୍ରୀ ଏବଂ ସେବା କ୍ରୟ କରିବାରେ ସକ୍ଷମ କରିବା, ଇଗ୍ରାମସ୍ୱରାଜ ପ୍ଲାଟଫର୍ମକୁ ବ୍ୟବହାର କରିବା ।

ସରକାରଙ୍କ ଯୋଜନାକୁ ସୁନିଶ୍ଚିତ କରିବା ଦିଗରେ ଲୋକଙ୍କ ଅଂଶଗ୍ରହଣକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ‘ବିକାଶ କି ଔର ସାଝେ କଦମ’ ନାମକ ଏକ ଅଭିଯାନ ଉନ୍ମୋଚନ କରିଛନ୍ତି । ଶେଷ ମାଇଲରେ ପହଞ୍ଚିବା ଉପରେ ଧ୍ୟାନ ଦେଇ ଅଭିଯାନର ବିଷୟବସ୍ତୁ ଅନ୍ତର୍ଭୂକ୍ତ ବିକାଶ ହେବ ।

ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ ପ୍ରାୟ ୩୫ ଲକ୍ଷ ସ୍ୱାମୀତ୍ୱ ସମ୍ପତ୍ତି କାର୍ଡ ମଧ୍ୟ ପ୍ରଦାନ କରିଛନ୍ତି । ଏଠାରେ ବଣ୍ଟନ ହୋଇଥିବା ସମେତ ଦେଶର ସ୍ୱାମୀତ୍ୱ ସ୍କିମ୍‍ ଅଧୀନରେ ପ୍ରାୟ ୧.୨୫ କୋଟି ସମ୍ପତ୍ତି କାର୍ଡ ବଣ୍ଟନ କରାଯାଇଥିଲା । ‘ସମସ୍ତଙ୍କ ପାଇଁ ଗୃହ' ହାସଲ କରିବାର ଲକ୍ଷ୍ୟ ପୂରଣ ଦିଗରେ ଏକ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମନ୍ତ୍ର ଆବାସ ଯୋଜନା - ଗ୍ରାମୀଣ ଅଧୀନରେ ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ‘ଗୃହ ପ୍ରବେଶ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ୨୩୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡିକରେ ମଧ୍ୟପ୍ରଦେଶରେ ଶତପ୍ରତିଶତ ରେଳ ବିଦ୍ୟୁତିକରଣ ସହିତ ବିଭିନ୍ନ ଲାଇନର ଦୋହରୀକରଣ, ଗଜ୍ ରୂପାନ୍ତର ଏବଂ ବିଦ୍ୟୁତିକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ସେ ଗ୍ୱାଲିଅର୍ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜଜ ଜୀବନ ମିଶନ ଅଧୀନରେ ପ୍ରାୟ ୭୦୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's pace of economic growth shows that its Viksit Bharat dream is not out of reach

Media Coverage

India's pace of economic growth shows that its Viksit Bharat dream is not out of reach
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a mishap in Rewa, Madhya Pradesh
September 02, 2026

Prime Minister Shri Narendra Modi today expressed deep grief over the loss of lives due to a mishap in Rewa, Madhya Pradesh. The Prime Minister extended his condolences to those who have lost their loved ones and prayed for the swift recovery of the injured.

In a post on X, the Prime Minister's Office shared:

"The loss of lives due to a mishap in Rewa, Madhya Pradesh is saddening. My thoughts are with those who have lost their loved ones. Praying for the swift recovery of the injured: PM @narendramodi"