Not only other participants but also compete with yourself: PM Modi to youngsters
Khelo India Games have become extremely popular among youth: PM Modi
Numerous efforts made in the last 5-6 years to promote sports as well as increase participation: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ଭିଡିଓ ଲିଙ୍କ ଜରିଆରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି କେବଳ ଏକ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହୋଇନାହିଁ ବରଂ ଏହା ଭାରତର କ୍ରୀଡା ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟର ଆରମ୍ଭ । ଏଠାରେ ଆପଣମାନେ କେବଳ ଅନ୍ୟ ସହିତ ନୁହେଁ, ନିଜ ସହିତ ମଧ୍ୟ ପ୍ରତିଯୋଗୀତା କରୁଛନ୍ତି ।

ସେ କହିଥିଲେ, ମୁଁ ଆପଣଙ୍କ ସହିତ ଟେକ୍ନୋଲଜି ମାଧ୍ୟମରେ ଯୋଡି ହୋଇ ରହିଛି, କିନ୍ତୁ ଯେଉଁ ପରିବେଶ ଅଛି, ଯେଉଁ ଉତ୍ସାହ ଅଛି, ଯେଉଁ ଭାବନା ଅଛି, ଯେଉଁ ଶକ୍ତି ଅଛି, ତାହାକୁ ମୁଁ ଅନୁଭବ କରିପାରୁଛି । ଆଜି ଓଡିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି । ଭାରତ ଇତିହାସରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜିଠାରୁ ଆରମ୍ଭ ହେଉଛି । ଏହା ଭାରତୀୟ କ୍ରୀଡ଼ା ପାଇଁ କେବଳ ଏକ ଐତିହାସିକ ସୋପାନ ନୁହେଁ ବରଂ କ୍ରୀଡ଼ାର ଭବିଷ୍ୟତ ପାଇଁ ମଧ୍ୟ ଏକ ବହୁତ ବଡ଼ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ କହିଥିଲେ, ଖେଲୋ ଇଣ୍ଡିଆ ଅଭିଯାନ ଦେଶର କୋଣଅନୁକୋଣରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିଛି । ଏହା ଯୁବ ପ୍ରତିଭା ଚିହ୍ନଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । 2018ରେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରିବା ସମୟରେ ପ୍ରତିଯୋଗୀଙ୍କ ସଂଖ୍ୟା ସାଢ଼େ ତିନି ହଜାର ଥିଲା, ମାତ୍ର ତିନି ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ 6 ହଜାରରୁ ଅଧିକ ହୋଇଯାଇଛି, ଅର୍ଥାତ ପାଖାପାଖି ଦୁଇଗୁଣ ।

ପ୍ରଧାନମନ୍ତ୍ରୀ କହିଥିଲେ, ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ 80ଟି ରେକର୍ଡ ଭାଙ୍ଗିଥିଲା । ଏଥିମଧ୍ୟରୁ 56ଟି ରେକର୍ଡ କେବଳ ଆମର ଝିଅମାନେ ଭାଙ୍ଗିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଭିଯାନ ଫଳରେ ଛୋଟ ସହର, ଗାଁ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ସହରରୁ, ଗରିବ ପରିବାରରୁ ଆସିଥିବା କ୍ରୀଡ଼ା ପ୍ରତିଭା ସଫଳତା ହାସଲ କରିବାର ସୁଯୋଗ ପାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ଗତ 5-6 ବର୍ଷ ଧରି ଭାରତରେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଲଗାତାର ପ୍ରୟାସ କରାଯାଉଛି । ପ୍ରତିଭା ଚିହ୍ନଟ, ତାଲିମ କିମ୍ବା ଚୟନ ପ୍ରକ୍ରିୟା ହେଉ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଏମାନେ ହେଉଛନ୍ତି ସେହି ଖେଳାଳି ଯେଉଁମାନେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲାଗି ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ଯୋଜନାର ଲାଭ ପାଉଥିବା ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ଏସିଆନ ପାରା ଗେମ୍ସ, ଯୁବ ଅଲିମ୍ପିକ୍ସ ଭଳି ଭିନ୍ନ ଭିନ୍ନ ମୁକାବିଲାରେ 200ରୁ ଅଧିକ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ଆପଣମାନେ ନିଜ ପ୍ରଦର୍ଶନରେ ସୁଧାର ଆଣିବା ଏବଂ ନୂତନ ଉଚ୍ଚତା ହାସଲ କରିବା ଆହୁରି ଗୁରୁତ୍ୱପୂର୍ଣ୍ଣ ।

 

Click here to read PM's speech 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
National Technology Day Special: India’s patent boom is rewiring the auto industry

Media Coverage

National Technology Day Special: India’s patent boom is rewiring the auto industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 12, 2026
May 12, 2026

Building a Trusted India: Modi's Leadership in Finance, Manufacturing, and Global Partnerships