ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଭାରତ-କେନ୍ଦ୍ର ଏସିଆ ଡାଇଲଗ ଚତୁର୍ଥ ବୈଠକର ନିଷ୍କର୍ସ ବାବଦରେ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ
ପ୍ରଧାନମନ୍ତ୍ରୀ ଆର୍ଥିକ ଆନ୍ତଃଯୋଗାଯୋଗ, ସଂଯୋଗ,ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ, ନୂତନ ଓ ଅଭୁ୍ୟଦୟ କ୍ଷେତ୍ରରେ ସହଯୋଗ ବାବଦରେ ଦୃଷ୍ଟିକୋଣ ଜଣାଇଲେ
ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଦୃଢ଼ ଭାରତ-କେନ୍ଦ୍ର ଏସିଆ ସହଯୋଗ ଆଞ୍ଚଳିକ ଓ ବୈଶ୍ୱିକ ଆହ୍ୱାନର ସମ୍ମୁଖିନ ହେବା ଲାଗି ବଳ ଦେବ
କେନ୍ଦ୍ର ଏସିଆ ନେତୃବୃନ୍ଦ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଲଢ଼େଇକୁ ସମର୍ଥନ କଲେ
ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀକୁ କେନ୍ଦ୍ର ଏସିଆ ଦେଶର ନେତାସମୂହଙ୍କୁ ନିମନ୍ତ୍ରଣ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି କାଜାଖସ୍ତାନ ରିପବ୍ଲିକ, କିରଗିଜ ରିପବ୍ଲିକ, ରିପବ୍ଲିକ ଅଫ ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ରିପବ୍ଲିକ ଅଫ ଉଜବେକିସ୍ତାନର ବିଦେଶମନ୍ତ୍ରୀ ମିଳିତ ଭାବେ ଭେଟିଛନ୍ତି । 

ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଭାରତ-କେନ୍ଦ୍ର ଏସିଆ ଡାଇଲଗର ବୈଠକର ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ବାବଦରେ ମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଭାରତ ପାଇଁ ସର୍ବଦା କେନ୍ଦ୍ର ଏସୀୟ ଦେଶଗୁଡ଼ିକ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ । ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଐତିହାସିକ ସମ୍ପର୍କର ମୂଳଭିତ୍ତି ଆଧାରରେ ସେ ଆର୍ଥିକ ଆନ୍ତଃଯୋଗାଯୋଗ, ସଂଯୋଗ,ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ, ନୂତନ ଓ ଅଭୁ୍ୟଦୟ କ୍ଷେତ୍ରରେ ସହଯୋଗ ବାବଦରେ ଦୃଷ୍ଟିକୋଣ ଜଣାଇଲେ ।

ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଦୃଢ଼ ଭାରତ-କେନ୍ଦ୍ର ଏସିଆ ସହଯୋଗ ଆଞ୍ଚଳିକ ଓ ବୈଶ୍ୱିକ ଆହ୍ୱାନର ସମ୍ମୁଖିନ ହେବା ଲାଗି ବଳ ଦେବ ।

କେନ୍ଦ୍ର ଏସିଆର ନେତୃବୃନ୍ଦ ୨୨ ଏପ୍ରିଲ ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ସମର୍ଥନ କଲେ ।

ପ୍ରଧାନମନ୍ତ୍ରୀ ଭାରତରେ ହେବାକୁ ଥିବା ଦ୍ୱିତୀୟ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀକୁ ସମସ୍ତ କେନ୍ଦ୍ର ଏସିଆ ଦେଶର ନେତାସମୂହଙ୍କୁ ନିମନ୍ତ୍ରଣ କଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win