ସେରିଂଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ
୨୦୨୪ ମସିହା ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରିବା ପରେ ସେରିଂ ତୋଗ୍‌ବେଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।
ଭାରତକୁ ଏକ ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଏବଂ ଭୁଟାନବାସୀଙ୍କ ବିକାଶ ଯାତ୍ରାରେ ଏକ ମୂଲ୍ୟବାନ ସହଯୋଗୀ ବୋଲି ଅଭିହିତ କଲେ ପ୍ରଧାନମନ୍ତ୍ରୀ ସେରିଂ ତୋଗ୍‌ବେ
ଆସନ୍ତା ସପ୍ତାହରେ ଭୁଟାନ ଗସ୍ତରେ ଯିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକୁ କଲେ ଗ୍ରହଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀଠାରେ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ସେରିଂ ତୋଗବେଙ୍କୁ ସାକ୍ଷାତ କରିଛନ୍ତି

 

ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ଏବେ ସରକାରୀ ଗସ୍ତରେ ଭାରତ ଆସିଛନ୍ତି । ୨୦୨୪ ମସିହା ଫେବୃଆରୀ ମାସରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲାପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ।

ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରର କାର୍ଯ୍ୟପ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହିସବୁ କ୍ଷେତ୍ର ମଧ୍ୟରେ ଭିତ୍ତିଭୂମି ବିକାଶ, ସଂଯୋଗୀକରଣ , ଶକ୍ତି, ଜଳଶକ୍ତି କ୍ଷେତ୍ରରେ ସହଯୋଗ, ଜନଜନ ସଂପର୍କ ଓ ଭାବ ଆଦାନ ପ୍ରଦାନ ଏବଂ ବିକାଶମୂଳକ ସହଯୋଗ ଆଦି ସାମିଲ । ଭାରତ-ଭୁଟାନ ବନ୍ଧୁତାର ବିଶେଷ ଓ ସ୍ୱତନ୍ତ୍ର ସଂପର୍କକୁ ଆହୁରି ସୁଦୃଢ କରିବା ନିମନ୍ତେ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

 

ଭୁଟାନ ପ୍ରଧାନମନ୍ତ୍ରୀ ଭୁଟାନର ବିକାଶ କାର୍ଯ୍ୟକ୍ରମରେ ଭାରତର ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଏବଂ ମୂଲ୍ୟବାନ ସହଭାଗିତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

 

ଭୁଟାନ ନରେଶଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ସପ୍ତାହରେ ଭୁଟାନ ଗସ୍ତରେ ଯିବାପାଇଁ ଆମନ୍ତ୍ରଣ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph