କାନାଡ଼ାର କାନନାସକିସରେ ଜି-୭ ବୈଠକ ପରିପ୍ରେକ୍ଷୀରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବମ ପର୍ଦ୍ଦୋଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ଏହା ହେଉଛି ଏହି ଦୁଇ ଦେଶ ନେତାଙ୍କର ପ୍ରଥମ ସାକ୍ଷାତ । ଐତିହାସିକ ବିପୁଳ ବିଜୟ ଲାଗି ମେକ୍ସିକୋ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜ୍ଞାପନ କରିଛନ୍ତି ।

ଆତଙ୍କବାଦ ବିରୁଦ୍ଧରେ ଲଗାତର ଲଢେଇ ଲାଗି ମେକ୍ସିକୋ ପାଖରୁ ସହାୟତା ମିଳୁଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତ ଓ ମେକ୍ସିକୋ ଭିତରେ ଐତିହାସିକ ବନ୍ଧୁତା ଉପରେ ଗୁରୁତ୍ୱ ଦେଇ ବାଣିଜ୍ୟ, ପୁଞ୍ଜି ନିବେଶ, ଷ୍ଟାର୍ଟ ଅପ, ଆବିଷ୍କାର, ବିଜ୍ଞାନ ଓ ପ୍ରଯୁକ୍ତି ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ରାଜି ହୋଇଛନ୍ତି ।

 

ଉପକୂଳ ବାଣିଜ୍ୟ ସହ ଫାର୍ମାସିଟ୍ୟୁକାଲ, କୃଷି, ସ୍ୱାସ୍ଥ୍ୟ ପରି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଦୁଇ ନେତା ଆଲୋଚନା କରିଥିଲେ । ବିଶେଷକରି ଫାର୍ମାସିଟ୍ୟୁକାଲ କ୍ଷେତ୍ରରେ ମେଡିସିନ ତିଆରି କରିବାଠାରୁ ବିତରଣ ଯାଏ ଭାରତ ସହଯୋଗ କରିବ ବୋଲି ଆଲୋଚନା କରାଯାଇଥିଲା । କୃଷି ଓ ସ୍ୱାସ୍ଥ୍ୟ ଉପରେ ବି ଦୁଇ ନେତା ଦୀର୍ଘ ସମୟ ଧରି କଥା ହୋଇଥିଲେ ।

ଭାରତର ପ୍ରଯୁକ୍ତି ବିଦ୍ୟା, ଆବିଷ୍କାର, ଡିଜିଟାଲ ପ୍ଲାଟଫର୍ମକୁ ପ୍ରଶଂସା କରି ଆଗାମୀ ଦିନରେ ଏସବୁ କ୍ଷେତ୍ରରେ ସହଭାଗିତା ବଢିବ ବୋଲି ମେକ୍ସିକୋ ରାଷ୍ଟ୍ରପତି କହିଥିଲେ । ସେମି କଣ୍ଡକ୍ଟର, ଏଆଇ, କ୍ୱାଂଟମ, ବିରଳ ଖଣିଜ ପଦାର୍ଥ ପରି କ୍ଷେତ୍ରରେ ଉଭୟ ଦେଶ ଭିତରେ ବିଭିନ୍ନ ଦିଗ ଉନ୍ମୋଚନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କଳା, ସଂସ୍କୃତି, ପର୍ଯ୍ୟଟନ ପରି କ୍ଷେତ୍ରରେ ଉଭୟ ଦେଶର ଲୋକଙ୍କ ଭିତରେ ଭାବ ବିନିମୟ ହେଲେ ଦୁଇ ଦେଶ ଭିତରେ ସମ୍ପର୍କ ଆହୁରି ମଜଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରି ୨୦୧୬ରେ ତାଙ୍କ ମେକ୍ସିକୋ ଭ୍ରମଣ ଅନୁଭୂତି ପ୍ରଧାନମନ୍ତ୍ରୀ ବଖାଣିଥିଲେ । ଆଗାମୀ ଦିନରେ ଭାରତ ଆସିବାକୁ ମେକ୍ସିକୋ ରାଷ୍ଟ୍ରପତି ଶେନବଉମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମନ୍ତ୍ରଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Switch Mobility completes delivery of 100 electric buses to Mauritius in India’s largest e-bus export

Media Coverage

Switch Mobility completes delivery of 100 electric buses to Mauritius in India’s largest e-bus export
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Maha Bishuba Pana Sankranti
April 14, 2026

The Prime Minister, Narendra Modi has extended greetings on the occasion of Maha Bishuba Pana Sankranti.

In a post on X, he said,

“Happy Maha Bishuba Pana Sankranti!”