"ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି"
ଆଜି ଜମ୍ମୁ-କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ
"ଆଜି ବିଶ୍ୱ ଏକ ନୂତନ ଯୋଗ ଅର୍ଥନୀତି ଉଭା ହେଉଥିବା ଦେଖୁଛି"
"ବିଶ୍ୱ ଯୋଗକୁ ବିଶ୍ୱ କଲ୍ୟାଣର ଏକ ଶକ୍ତିଶାଳୀ ଏଜେଣ୍ଟ ଭାବରେ ଦେଖୁଛି"
"ଯୋଗ ଆମକୁ ଅତୀତର ବୋଝ ବିନା ବର୍ତ୍ତମାନ ମୁହୂର୍ତ୍ତରେ ବଞ୍ଚିବାରେ ସାହାଯ୍ୟ କରେ"
"ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନର ନୂଆ ପଥ ପ୍ରଦର୍ଶନ କରୁଛି"
"ଯୋଗ ଆମକୁ ଅନୁଭବ କରିବାରେ ସାହାଯ୍ୟ କରେ ଯେ ଆମର କଲ୍ୟାଣ ଆମ ଚାରିପାଖରେ ଥିବା ବିଶ୍ୱର କଲ୍ୟାଣ ସହିତ ଜଡିତ" ;
"ଯୋଗ କେବଳ ଏକ ଶାସ୍ତ୍ର ନୁହେଁ ବରଂ ଏକ ବିଜ୍ଞାନ ମଧ୍ୟ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ ଏବଂ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଓ ସାଧନା ଭୂମି ଜମ୍ମୁ ଓ କଶ୍ମୀରରେ ଉପସ୍ଥିତ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଜି ଜମ୍ମୁ ଓ କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ସମସ୍ତ ନାଗରିକ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଜାତିସଂଘରେ ଭାରତର ପ୍ରସ୍ତାବକୁ ରେକର୍ଡ ୧୭୭ ଟି ଦେଶ ସମର୍ଥନ କରିଛନ୍ତି । ୨୦୧୫ରେ କର୍ତ୍ତବ୍ୟ ପଥରେ ଯୋଗ କରୁଥିବା ୩୫,୦୦୦ ଲୋକ ଏବଂ ଗତବର୍ଷ ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୧୩୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବା ପରେ ହୋଇଥିବା ରେକର୍ଡ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଯୋଗ ସାର୍ଟିଫିକେସନ୍ ବୋର୍ଡ ଦ୍ୱାରା ଭାରତର ୧୦୦ ରୁ ଅଧିକ ଅନୁଷ୍ଠାନ ଏବଂ ୧୦ଟି ପ୍ରମୁଖ ବିଦେଶୀ ଅନୁଷ୍ଠାନକୁ ସ୍ୱୀକୃତି ମିଳିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

 

ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ଆକର୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯୋଗର ଉପଯୋଗିତାକୁ ମଧ୍ୟ ଲୋକମାନେ ସ୍ୱୀକୃତି ଦେଉଛନ୍ତି ବୋଲି ଆଲୋକପାତ କରି ସେ କହିଥିଲେ ଯେ ବିଶ୍ୱର କୌଣସି ନେତା ନାହାନ୍ତି ଯିଏ ତାଙ୍କ ବାର୍ତ୍ତାଳାପ ସମୟରେ ଯୋଗ ବିଷୟରେ ଆଲୋଚନା କରିନାହାନ୍ତି । ‘‘ବିଶ୍ୱର ସମସ୍ତ ନେତା ମୋ ସହିତ କଥାବାର୍ତ୍ତା ସମୟରେ ଯୋଗ ପ୍ରତି ଗଭୀର ଆଗ୍ରହ ପ୍ରକାଶ କରନ୍ତି’’, ସେ କହିଥିଲେ। ଯୋଗ ବିଶ୍ୱର କୋଣ ଅନୁକୋଣରେ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସମଗ୍ର ବିଶ୍ୱରେ ଯୋଗର ବଢୁଥିବା ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦୧୫ ରେ ତୁର୍କମେନିସ୍ତାନ ଗସ୍ତ ସମୟରେ ଏକ ଯୋଗ କେନ୍ଦ୍ରର ଉଦଘାଟନ କରିଥିବା କଥା ମନେ ପକାଇଥିଲେ ଏବଂ ଯୋଗ ଆଜି ଦେଶରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି । ତୁର୍କମେନିସ୍ତାନର ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିଗୁଡ଼ିକ ଯୋଗ ଥେରାପିକୁ ଅନ୍ତର୍ଭୁକ୍ତ କରିଛନ୍ତି, ସାଉଦି ଆରବ ଏହାକୁ ସେମାନଙ୍କ ଶିକ୍ଷା ବ୍ୟବସ୍ଥାର ଏକ ଅଂଶ କରିଛି ଏବଂ ମଙ୍ଗୋଲିଆନ୍ ଯୋଗ ଫାଉଣ୍ଡେସନ୍ ଅନେକ ଯୋଗ ବିଦ୍ୟାଳୟ ଚଳାଉଛି। ୟୁରୋପରେ ଯୋଗର ଗ୍ରହଣୀୟତା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧.୫ କୋଟି ଜର୍ମାନ ନାଗରିକ ଯୋଗ ଅଧ୍ୟାପକ ହୋଇଛନ୍ତି । ସେ ଆହୁରି ମଧ୍ୟ ସ୍ମରଣ କରିଥିଲେ ଯେ ଜଣେ ୧୦୧ ବର୍ଷୀୟ ଫ୍ରାନ୍ସ ଯୋଗ ଶିକ୍ଷୟିତ୍ରୀ ଥରେ ବି ଭାରତ ଆସି ନଥିଲେ ମଧ୍ୟ ଯୋଗରେ ତାଙ୍କର ଅବଦାନ ପାଇଁ ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ଆଜି ଗବେଷଣାର ବିଷୟ ପାଲଟିଛି ଏବଂ ଏକାଧିକ ଗବେଷଣା ନିବନ୍ଧ ପ୍ରକାଶିତ ହୋଇସାରିଛି।

ବିଗତ ୧୦ ବର୍ଷ ମଧ୍ୟରେ ଯୋଗର ସମ୍ପ୍ରସାରଣ ହେତୁ ଯୋଗ ବିଷୟରେ ପରିବର୍ତ୍ତିତ ଧାରଣାକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ଏକ ନୂତନ ଯୋଗ ଅର୍ଥନୀତି ବିଷୟରେ କହିଥିଲେ । ଯୋଗ ପର୍ଯ୍ୟଟନ ପ୍ରତି ବଢୁଥିବା ଆକର୍ଷଣ ଏବଂ ପ୍ରକୃତ ଯୋଗ ଶିଖିବା ପାଇଁ ଭାରତ ଆସିବାକୁ ଲୋକମାନଙ୍କର ଇଚ୍ଛା ବିଷୟରେ ସେ ଉଲ୍ଲେଖ କରିଥିଲେ । ଯୋଗ ରିଟ୍ରିଟ୍, ରିଜୋର୍ଟ, ବିମାନବନ୍ଦର ଏବଂ ହୋଟେଲରେ ଯୋଗ ପାଇଁ ଉତ୍ସର୍ଗୀକୃତ ସୁବିଧା, ଯୋଗ ପୋଷାକ ଓ ଉପକରଣ, ବ୍ୟକ୍ତିଗତ ଯୋଗ ପ୍ରଶିକ୍ଷକ ଓ ଯୋଗ ଏବଂ ମାଇଣ୍ଡଫୁଲନେସ୍ ୱେଲନେସ୍ ଅଭିଯାନ କରୁଥିବା କମ୍ପାନୀଗୁଡିକ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏସବୁ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ମାର୍ଗ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

 

ଚଳିତ ବର୍ଷର ଆଇୱାଇଡିର ବିଷୟବସ୍ତୁ 'ଯୋଗ ଫର ସେଲ୍ଫ ଆଣ୍ଡ ସୋସାଇଟି'ର ବିଷୟବସ୍ତୁ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ଯୋଗକୁ ବିଶ୍ୱ ମଙ୍ଗଳର ଏକ ଶକ୍ତିଶାଳୀ ଏଜେଣ୍ଟ ଭାବରେ ଦେଖୁଛି ଏବଂ ଏହା ଆମକୁ ଅତୀତର ବୋଝ ବିନା ବର୍ତ୍ତମାନରେ ବଞ୍ଚିବାରେ ସକ୍ଷମ କରେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯୋଗ ଆମକୁ ଏହା ଅନୁଭବ କରିବାରେ ସାହାଯ୍ୟ କରେ ଯେ ଆମର କଲ୍ୟାଣ ଆମ ଚାରିପାଖରେ ଥିବା ବିଶ୍ୱର କଲ୍ୟାଣ ସହିତ ଜଡ଼ିତ । ଆମେ ଭିତରୁ ଶାନ୍ତ ରହିଲେ, ଆମେ ବିଶ୍ୱ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇପାରିବା।

ଯୋଗର ବୈଜ୍ଞାନିକ ଦିଗ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ସୂଚନାର ଅତ୍ୟଧିକ ମୁକାବିଲା କରିବା ଏବଂ ଧ୍ୟାନ ବଜାୟ ରଖିବା ଉପରେ ଆଲୋକପାତ କରିଥିଲେ କାରଣ ଏକାଗ୍ରତା ହେଉଛି ସବୁଠାରୁ ବଡ ଶକ୍ତି । ସେଥିପାଇଁ ସେନାଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ କ୍ଷେତ୍ରରେ ଯୋଗକୁ ଅନ୍ତର୍ଭୁକ୍ତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମହାକାଶଚାରୀମାନଙ୍କୁ ଯୋଗ ଏବଂ ଧ୍ୟାନ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । କଏଦୀମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ପ୍ରସାର କରିବା ପାଇଁ ଜେଲରେ ମଧ୍ୟ ଯୋଗର ବ୍ୟବହାର କରାଯାଉଛି। ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନର ନୂତନ ମାର୍ଗ ରଚନା କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

 

ଯୋଗରୁ ମିଳିଥିବା ପ୍ରେରଣା ଆମ ପ୍ରୟାସକୁ ସକାରାତ୍ମକ ଶକ୍ତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଯୋଗ ପ୍ରତି ଜମ୍ମୁ ଓ କଶ୍ମୀର, ବିଶେଷ କରି ଶ୍ରୀନଗରବାସୀଙ୍କ ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ କହିଲେ ଯେ ଏହା କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ । ବର୍ଷା ପାଗ ସତ୍ତ୍ୱେ ବାହାରକୁ ଆସି ସମର୍ଥନ ଜଣାଇବା ପାଇଁ ଲୋକଙ୍କ ମନୋବଳକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଜମ୍ମୁ-କଶ୍ମୀରରେ ୫୦,୦୦୦ରୁ ୬୦,୦୦୦ ଲୋକଙ୍କୁ ଯୋଗ କାର୍ଯ୍ୟକ୍ରମ ସହିତ ଯୋଡ଼ିବା ବହୁତ ବଡ଼ କଥା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରି ଜମ୍ମୁ ଓ କଶ୍ମୀରବାସୀଙ୍କ ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ବିଶ୍ୱର ସମସ୍ତ ଯୋଗ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପୃଷ୍ଠଭୂମି

୨୧ ଜୁନ୍ ୨୦୨୪ରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀନଗରର ଏସକେଆଇସିସିଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ । ଯୁବ ମନ ଓ ଶରୀର ଉପରେ ଯୋଗର ଗଭୀର ପ୍ରଭାବକୁ ଚଳିତ ବର୍ଷର କାର୍ଯ୍ୟକ୍ରମ ଦର୍ଶାଉଛି। ଯୋଗ ଅଭ୍ୟାସରେ ହଜାର ହଜାର ଲୋକଙ୍କୁ ଏକାଠି କରିବା, ବିଶ୍ୱସ୍ତରରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଏହି ଉତ୍ସବର ଲକ୍ଷ୍ୟ ।

 

୨୦୧୫ ରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ, ରାଞ୍ଚି, ଲକ୍ଷ୍ନୌ, ମହୀସୁର ଏବଂ ଏପରିକି ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟ ସମେତ ବିଭିନ୍ନ ପ୍ରସିଦ୍ଧ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ପାଳନର ନେତୃତ୍ୱ ନେଉଛନ୍ତି ।

ଚଳିତ ବର୍ଷର ବିଷୟବସ୍ତୁ 'ନିଜ ପାଇଁ ଓ ସମାଜ ପାଇଁ ଯୋଗ' ବ୍ୟକ୍ତିଗତ ଏବଂ ସାମାଜିକ କଲ୍ୟାଣ କୁ ପ୍ରୋତ୍ସାହିତ କରିବାର ଭୂମିକା ଉପରେ ଆଲୋକପାତ କରିଛି। ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରର ଅଂଶଗ୍ରହଣ ଏବଂ ଗ୍ରାମାଞ୍ଚଳରେ ଯୋଗର ପ୍ରସାରକୁ ପ୍ରୋତ୍ସାହିତ କରିବ ।

 

Click here to read full text speech

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
12 Years Of Digital Revolution: How PM Modi’s Vision Democratised Technology For India’s Weakest Sections

Media Coverage

12 Years Of Digital Revolution: How PM Modi’s Vision Democratised Technology For India’s Weakest Sections
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of the government dedicated to trust, development, and public welfare
June 09, 2026

Prime Minister Shri Narendra Modi today stated that the past 12 years of the government have been dedicated to trust, development, and public welfare. The Prime Minister noted that with the blessings of 140 crore countrymen and the spirit of Nation First, no stone has been left unturned in empowering the youth, women, and farmer brothers and sisters.

Shri Modi observed that it is the result of relentless efforts that today the country has gained a new identity across the world, from infrastructure to the digital revolution. To realize the resolution of a Viksit Bharat, the Prime Minister affirmed that the government will continue to move forward on this path of service, good governance, and prosperity.

The Prime Minister posted on X:

"हमारी सरकार के बीते 12 वर्ष विश्वास, विकास और जनकल्याण को समर्पित रहे हैं। 140 करोड़ देशवासियों के आशीर्वाद और राष्ट्र प्रथम की भावना से हमने युवाओं, महिलाओं और अपने किसान भाई-बहनों को सशक्त बनाने में कोई कोर-कसर नहीं छोड़ी है। यह हमारे अथक प्रयासों का ही परिणाम है कि इंफ्रास्ट्रक्चर से लेकर डिजिटल क्रांति तक आज देश को दुनियाभर में एक नई पहचान मिली है। विकसित भारत के संकल्प को साकार करने के लिए हम सेवा, सुशासन और समृद्धि के इसी पथ पर निरंतर आगे बढ़ते रहेंगे।

#12YearsOfSeva"