ମିଶନ୍ ସ୍କୁଲ୍ ଅଫ୍ ଏକ୍ସିଲେନ୍ସ କାର୍ଯ୍ୟକ୍ରମ ଅନ୍ତର୍ଗତ 4500 କୋଟି ଟଙ୍କାରୁ ଅଧିକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଏବଂ ଦେଶକୁ ସମର୍ପିତ କରାଯାଇଛି
‘ବିଦ୍ୟା ସମୀକ୍ଷା କେନ୍ଦ୍ର 2.0’ ଏବଂ ଅନ୍ୟ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି
‘‘ଆମ ପାଇଁ ଗରିବଙ୍କ ପାଇଁ ଏକ ଘର କେବଳ ସଂଖ୍ୟା ନୁହେଁ ବରଂ ସମ୍ମାନର ପ୍ରତୀକ ଅଟେ’’
ଆଦିବାସୀ ଅଞ୍ଚଳର ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବା ସହିତ ଆମେ ଯୋଗ୍ୟତାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ
“ମୁଁ ଛୋଟା ଉଦେପୁର ସମେତ ସମଗ୍ର ଆଦିବାସୀ ଅଞ୍ଚଳର ମା ଏବଂ ଭଉଣୀମାନଙ୍କୁ କହିବାକୁ ଆସିଛି ଯେ ଆପଣଙ୍କର ଏହି ପୁଅ ଆପଣଙ୍କର ଅଧିକାର ସୁନିଶ୍ଚିତ କରିବାକୁ ଆସିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବୋଡେଲି, ଛୋଟାଉଦେପୁରରେ 5200 କୋଟି ଟଙ୍କାରୁ ଅଧିକର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ଏଥିରେ ‘ମିଶନ୍ ସ୍କୁଲ୍ ଅଫ୍ ଏକ୍ସିଲେନ୍‌ସ’ କାର୍ଯ୍ୟକ୍ରମ ଅନ୍ତର୍ଗତ 4500 କୋଟି ଟଙ୍କାରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ, ‘ବିଦ୍ୟା ସମୀକ୍ଷା କେନ୍ଦ୍ର 2.0’ ର ଶିଳାନ୍ୟାସ ଏବଂ ଅନ୍ୟ ବିକାଶ ପ୍ରକଳ୍ପରେ ସାମିଲ୍ ହୋଇଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇଥିଲେ। ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ କିମ୍ବା ଯେଉଁଥି ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ସେଥିପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ ଜଣେ କାର୍ଯ୍ୟକର୍ତ୍ତା ଭାବରେ ତାଙ୍କର ଦିନ ଏବଂ ଏହି ଅଞ୍ଚଳର ଗ୍ରାମଗୁଡିକରେ ରହିଥିବା ସମୟକୁ ମନେ ପକାଇଥିଲେ | ଦର୍ଶକଙ୍କ ମଧ୍ୟରେ ଅନେକ ଜଣାଶୁଣା ଚେହେରା ଦେଖି ସେ ଖୁସି ବ୍ୟକ୍ତ କରିଥିଲେ | ସେ କହିଛନ୍ତି ଯେ ଏହି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ପରିସ୍ଥିତି ଏବଂ ଜୀବନ ସହ ସେ ଅତି ନିକଟରୁ ପରିଚିତ। ସେ ଯେତେବେଳେ ଦାୟୀତ୍ବ ଗ୍ରହଣ କଲେ ଏହି କ୍ଷେତ୍ର ତଥା ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ତାଙ୍କର ସଂକଳ୍ପ ବିଷୟରେ ସେ ଦର୍ଶକଙ୍କୁ କହିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିବା ଅନେକ ଯୋଜନାର ସକରାତ୍ମକ ପ୍ରଭାବ ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ସେହି ପିଲାମାନଙ୍କୁ ଦେଖିବାର ଆନନ୍ଦ ବିଷୟରେ କହିଥିଲେ, ଯେଉଁମାନେ ପ୍ରଥମ ଥର ପାଇଁ ସ୍କୁଲ ଦେଖିଲେ ଏବଂ ବର୍ତ୍ତମାନ ଜୀବନରେ ଶିକ୍ଷକ ଏବଂ ଇଞ୍ଜିନିୟର ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି ।

 

ବିଦ୍ୟାଳୟ, ରାସ୍ତା, ଗୃହ, ଏବଂ ଜଳର ଉପଲବ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ସମ୍ମାନର ଜୀବନର ଆଧାର ଏବଂ ମିଶନ ମୋଡରେ କାର୍ଯ୍ୟ କରିବା ତାଙ୍କର ପ୍ରାଥମିକତା ଅଟେ। ସେ କହିଛନ୍ତି ଯେ ଦେଶର ଗରିବ ଲୋକଙ୍କ ପାଇଁ 4 କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି। ସେ କହିଛନ୍ତି, “ଆମ ପାଇଁ ଗରିବଙ୍କ ପାଇଁ ଏକ ଘର କେବଳ ସଂଖ୍ୟା ନୁହେଁ ବରଂ ସମ୍ମାନର ପ୍ରତୀକ”। ସେ କହିଛନ୍ତି ଯେ ଏହି ଘରଗୁଡିକର ଡିଜାଇନ୍ ସମ୍ବନ୍ଧୀୟ ନିଷ୍ପତ୍ତି ହିତାଧିକାରୀଙ୍କୁ ଛାଡି ଦିଆଯାଇଛି ଏବଂ ଅଧିକାଂଶ ଘର ଘରର ମହିଳାଙ୍କ ନାମରେ ଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସେହିଭଳି, ପ୍ରତ୍ୟେକ ପରିବାର ପାଇପ୍ ପାଣି ପାଇ ଜୀବନର ସହଜତା ନିଶ୍ଚିତ କରୁଛନ୍ତି | ସେ କହିଛନ୍ତି ଯେ ଜଳ ଜୀବନ ମିଶନ ଅଧୀନରେ 10 କୋଟି ନୂତନ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ସେ ଦର୍ଶକଙ୍କୁ କହିଛନ୍ତି ଯେ ରାଜ୍ୟରେ କାର୍ଯ୍ୟ କରିବା ସମୟରେ ସଂଗୃହିତ ଅଭିଜ୍ଞତା ଜାତୀୟ ସ୍ତରରେ ମଧ୍ୟ ସହାୟକ ହେଉଛି। ସେ କହିଥିଲେ, “ଆପଣମାନେ ମୋର ଗୁରୁ’’।

ଶିକ୍ଷା କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜୁରାଟକୁ ଶୀର୍ଷରେ ରଖିବା ପାଇଁ ଆଜିର ପ୍ରକଳ୍ପ ଏକ ବଡ଼ ପଦକ୍ଷେପ ଏବଂ ମୁଖ୍ୟମନ୍ତ୍ରୀ ଭୁପେନ୍ଦର ପଟେଲଙ୍କ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମିଶନ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସ ଏବଂ ବିଦ୍ୟା ସମୀକ୍ଷା 2.0 ସ୍କୁଲରେ ଶିକ୍ଷା ଉପରେ ସକରାତ୍ମକ ପ୍ରଭାବ ପକାଇବ। ବିଦ୍ୟା ସମୀକ୍ଷା କେନ୍ଦ୍ର ବିଷୟରେ ବିଶ୍ୱ ବ୍ୟାଙ୍କର ଚେୟାରମ୍ୟାନଙ୍କ ସହ ହୋଇଥିବା ପାରସ୍ପରିକ ଆଲୋଚନାକୁ ମନେ ପକାଇ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଚେୟାରମ୍ୟାନ୍ ତାଙ୍କୁ ଭାରତର ପ୍ରତ୍ୟେକ ଜିଲ୍ଲାରେ ବିଦ୍ୟା ସମୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି ଏବଂ ଏହି ଉତ୍ତମ କାର୍ଯ୍ୟକୁ ସମର୍ଥନ କରିବାକୁ ବିଶ୍ୱ ବ୍ୟାଙ୍କ ପ୍ରସ୍ତୁତ ଅଛି। ସେ କହିଛନ୍ତି ଯେ ଏହିପରି ପଦକ୍ଷେପ ପ୍ରତିଭାବାନ ଛାତ୍ରଙ୍କ ସହିତ ସେହି ଲୋକମାନଙ୍କ ପାଇଁ ମଧ୍ୟ ବହୁ ଲାଭଦାୟକ ହେବ ଯେଉଁମାନଙ୍କ ନିକଟରେ ସମ୍ବଳର ଅଭାବ ରହିଛି। ସେ କହିଛନ୍ତି, ‘‘ଆମର ଲକ୍ଷ୍ୟ  ଆଦିବାସୀ ଅଞ୍ଚଳର ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବା ସହିତ ଆମେ ଯୋଗ୍ୟତାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ।’’

 

ବିଗତ ଦୁଇ ଦଶନ୍ଧି ଧରି ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ସରକାରଙ୍କ ଧ୍ୟାନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ବିଗତ ଦୁଇ ଦଶନ୍ଧି ପୂର୍ବରୁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅଭାବ ଦର୍ଶାଇଥିଲେ ଯାହାଦ୍ୱାରା ବହୁ ସଂଖ୍ୟାରେ ଡ୍ରପ୍ ଆଉଟ୍ ହୋଇଥିଲା | ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ସମୟରେ ରାଜ୍ୟର ଆଦିବାସୀ ବେଲ୍ଟ ଅଞ୍ଚଳରେ ଏକ ବିଜ୍ଞାନ ବିଦ୍ୟାଳୟର ଅନୁପସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। “ସରକାର ପରିସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି” ବୋଲି ଶ୍ରୀ ମୋଦୀ କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ 2 ଲକ୍ଷ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏବଂ 1.25 ଲକ୍ଷରୁ ଅଧିକ ଶ୍ରେଣୀଗୃହ ନିର୍ମାଣ କରାଯାଇଛି। ଆଦିବାସୀ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଜ୍ଞାନ, ବାଣିଜ୍ୟ ଏବଂ କଳା ପ୍ରତିଷ୍ଠାନର ଏକ ଉଦୀୟମାନ ନେଟୱାର୍କର ସାକ୍ଷୀ ରହିଛି। ସେ ସୂଚନା ଦେଇଛନ୍ତି ଯେ ସରକାର ଆଦିବାସୀ ଅଞ୍ଚଳରେ 25,000 ଶ୍ରେଣୀଗୃହ ଏବଂ 5 ଟି ନୂତନ ମେଡିକାଲ କଲେଜ ନିର୍ମାଣ କରିଛନ୍ତି ଏବଂ ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଏବଂ ବିର୍ସା ମୁଣ୍ଡା ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଏହି ଅଞ୍ଚଳରେ ଅନେକ ଦକ୍ଷତା ବିକାଶ ଅନୁଷ୍ଠାନ ମଧ୍ୟ ସ୍ଥାପନା କରାଯାଇଛି।

ନୂତନ ଜାତୀୟ ଶିକ୍ଷା ନୀତି ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାତୃଭାଷାରେ ଶିକ୍ଷା ଆଦିବାସୀ ଛାତ୍ରମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କୁ ସଶକ୍ତ କରିବ। ସେ 14 ହଜାରରୁ ଅଧିକ ପିଏମ ଶ୍ରୀ ବିଦ୍ୟାଳୟ ଏବଂ ଏକଲବ୍ୟ ଆବାସିକ ବିଦ୍ୟାଳୟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଆଦିବାସୀ ଅଞ୍ଚଳରେ ଜୀବନକୁ ପରିବର୍ତ୍ତନ କରୁଛି | ଏସସି / ଏସଟି ଛାତ୍ରବୃତ୍ତି ଛାତ୍ରମାନଙ୍କୁ ସାହାଯ୍ୟ କରୁଛି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଆଦିବାସୀ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୟାସ ହେଉଛି। ସୁଦୂର ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ଆଦିବାସୀ ଛାତ୍ରମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରୁଛି |

 

ଆଜିର ଦୁନିଆରେ କୌଶଳର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କୌଶଲ ବିକାଶ କେନ୍ଦ୍ରସମୂହ ଏବଂ କୌଶଲ ବିକାଶ ଯୋଜନାଙ୍କ ଅଧୀନରେ ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦେବା ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରା ଯୋଜନା ଅଧୀନରେ ଥିବା ବନ୍ଧକମୁକ୍ତ ଋଣ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଯାହା ପ୍ରଥମ ଥର ପାଇଁ ଉଦ୍ୟୋଗୀ ସୃଷ୍ଟି କରୁଛି। ବନ୍ଧନ କେନ୍ଦ୍ର ରାଜ୍ୟରେ ଲକ୍ଷ ଲକ୍ଷ ଆଦିବାସୀ ଉପକୃତ ହେଉଛନ୍ତି । ଆଦିବାସୀ ଉତ୍ପାଦ ଏବଂ ହସ୍ତତନ୍ତ ପାଇଁ ସେ ସ୍ୱତନ୍ତ୍ର ଆଉଟଲେଟ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

17 ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାରିକ, ଟେଲର, ଧୋବା, କୁମ୍ଭାର, କମାର, ବଣିଆ, ସୂତାର, ମାଲାକାର, ମୋଚି, ରାଜମିସ୍ତ୍ରୀ ଭଳି ଲୋକମାନେ ସ୍ୱଳ୍ପ ସୁଧରେ ଋଣ, ଉପକରଣ ଏବଂ ପ୍ରଶିକ୍ଷଣ ଳାଭ କରୁଛନ୍ତି। ଏହି କୌଶଳ ଏବଂ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଋଣ ପାଇଁ କୌଣସି ଗ୍ୟାରେଣ୍ଟିର ଆବଶ୍ୟକତା ନାହିଁ ବୋଲି କେବଳ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀ ତଥା ଯେଉଁମାନେ ଏକଦା ବଞ୍ଚିତ ହୋଇଥିଲେ ସେମାନେ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସହାୟତାରେ ଆଜି ବିକାଶର ଶିଖରରେ ପହଞ୍ଚି ପାରୁଛନ୍ତି। ସ୍ୱାଧୀନତାର ଏତେ ଦଶନ୍ଧି ପରେ ଆଦିବାସୀମାନଙ୍କ ଗୌରବକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ପାଇବା ବିଷୟରେ ଶ୍ରୀ ମୋଦୀ କହିଥିଲେ ଏବଂ ପ୍ରଭୁ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ବିଷୟରେ ଉଲ୍ଲେଖ କରିଥିଲେ ଯାହା ବର୍ତ୍ତମାନ ଜନ ଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଏ। ପୂର୍ବ ତୁଳନାରେ ଆଦିବାସୀ ଗୋଷ୍ଠୀ ପାଇଁ ବଜେଟକୁ  ପୂର୍ବ ତୁଳନାରେ 5 ଗୁଣା ବୃଦ୍ଧି କରାଯାଇଥିବା ବିଷୟରେ ସେ ସୂଚନା ଦେଇଛନ୍ତି।  

 

ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ କହିଥିଲେ ଯାହା ନୂତନ ସଂସଦ ଭବନରୁ ପାରିତ ହୋଇଥିବା ପ୍ରଥମ ଆଇନ ହୋଇଥିଲା। ଆଦିବାସୀ ଓ ମହିଳାମାନଙ୍କୁ କାହିଁକି ଏତେ ଦିନ ପର୍ଯ୍ୟନ୍ତ ଅଧିକାରରୁ ବଞ୍ଚିତ ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ମୁଁ ଛୋଟା ଉଦେପୁର ସମେତ ସମଗ୍ର ଆଦିବାସୀ ଅଞ୍ଚଳର ମା ଏବଂ ଭଉଣୀମାନଙ୍କୁ କହିବାକୁ ଆସିଛି ଯେ ଆପଣଙ୍କର ଏହି ପୁଅ ଆପଣଙ୍କର ଅଧିକାର ସୁନିଶ୍ଚିତ କରିବାକୁ ଆସିଛି।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସମସ୍ତ ମହିଳା ସଂସଦ ଓ ବିଧାନସଭାରେ ଅଂଶଗ୍ରହଣ କରିବା ପାଇଁ ରାସ୍ତା ଖୋଲିଛି। ସେ ଏସସି ଏବଂ ଏସଟି ସମ୍ପ୍ରଦାୟ ପାଇଁ ସଂରକ୍ଷଣ ପ୍ରଦାନ କରୁଥିବା ସମ୍ବିଧାନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ନୂତନ ଆଇନରେ ଏସସି / ଏସଟି ବର୍ଗର ମହିଳାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଏହି ଆଇନରେ ସ୍ବାକ୍ଷର କରାଯାଇଛି। 

 

ସମ୍ବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହାର ଆରମ୍ଭ ଚମତ୍କାର ଥିବାରୁ ଅମୃତ କାଳର ସଂକଳ୍ପ ପୂରଣ ହେବ।

ଏହି ଉତ୍ସବରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀମାନଙ୍କ ସହିତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସମଗ୍ର ଗୁଜରାଟରେ ସ୍କୁଲର ଭିତ୍ତିଭୂମିକୁ ବଡ଼ ଆକରରେ ପ୍ରୋତ୍ସାହନ ମିଳିଛି, କାରଣ ପ୍ରଧାନମନ୍ତ୍ରୀ ‘ମିଶନ୍ ସ୍କୁଲ୍ ଅଫ୍‌ ଏକ୍ସିଲେନ୍‌ସ’ କାର୍ଯ୍ୟକ୍ରମ ଅନ୍ତର୍ଗତ 4500 କୋଟି ଟଙ୍କାରୁ ଅଧିକର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଗୁଜରାଟ ସ୍କୁଲ୍ରେ ନିର୍ମିତ ହଜାର ହଜାର ନୂତନ ଶ୍ରେଣୀ, ସ୍ମାର୍ଟ କ୍ଲାସ, କମ୍ପୁଟର ଲ୍ୟାବ, ଏସଟିଇଏମ୍ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଲାବୋରାଟୋରି ଏବଂ ଅନ୍ୟ ଭିତ୍ତିଭୂମିକୁ ଲୋକାର୍ପଣ କରାଯିବ। ସେ ମିଶନ୍ ଅନ୍ତର୍ଗତ ଗୁଜରାଟର ସ୍କୁଲରେ ହଜାର ହଜାର ଶ୍ରେଣୀରେ ଉନ୍ନୟନ ଓ ମୂଳଦୁଆ ପକାଇଛନ୍ତି।

 

ପ୍ରଧାନମନ୍ତ୍ରୀ ମଧ୍ୟ ‘ବିଦ୍ୟା ସମୀକ୍ଷା କେନ୍ଦ୍ର 2.0’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ‘ବିଦ୍ୟା ସମୀକ୍ଷା କେନ୍ଦ୍ର’ର ସଫଳତା ଉପରେ ନିର୍ମିତ ହେବ ଯାହା ଗୁଜୁରାଟରେ ବିଦ୍ୟାଳୟଗୁଡ଼ିକର ନିରନ୍ତର ମନିଟରିଂ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବ। ‘ବିଦ୍ୟା ସମୀକ୍ଷା କେନ୍ଦ୍ର 2.0’ ଗୁଜୁରାଟର ସମସ୍ତ ଜିଲ୍ଲା ତଥା ବ୍ଲକରେ ବିଦ୍ୟା ସମୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭଦୋଦରା ଜିଲ୍ଲାର ତାଲୁକା ସିନୋରର ‘ଭଦୋଦରା ଦାଭୋଇ-ସିନୋର-ମାଲସର-ଆସା ରୋଡର ନର୍ମଦା ନଦୀ ପାର୍ଶ୍ୱରେ ନିର୍ମିତ ଏକ ନୂତନ ସେତୁ, ଚାବ ତାଲାବ ପୁନର୍ବିକାଶ ପ୍ରକଳ୍ପ ସହିତ ଦାହୋଦରେ ଜଳ ଯୋଗାଣ ପରିଯୋଜନା, ବଡୋଦରାରେ ଆର୍ଥିକ ଭାବରେ ଦୁର୍ବଳ ବର୍ଗ ପାଇଁ ପ୍ରାୟ 400 ନବନିର୍ମିତ ଆବାସ, ସମଗ୍ର ଗୁଜୁରାଟର 7500 ଗ୍ରାମରେ ଗ୍ରାମ ୱାଇ-ଫାଇ ପ୍ରକଳ୍ପ ଏବଂ ଦାହୋଦରେ ନବନିର୍ମିତ ଜବାହାର ନବୋଦୟ ବିଦ୍ୟାଳୟ ପରି ଅନେକ ବିକାଶ ମୂଳକ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଯେଉଁଥିରେ ସାମିଲ୍ ରହିଛି- ଛୋଟା ଉଦେପୁରରେ ଜଳଯୋଗାଣ ପ୍ରକଳ୍ପ, ଗୋଧରା, ପଞ୍ଚମହଲରେ ଏକ ଫ୍ଲାଇଓଭର ବ୍ରିଜ୍ ଏବଂ ଦାହୋଦରେ ଏଫଏମ ରେଡିଓ ଷ୍ଟୁଡିଓ, ଯାହାକୁ କେନ୍ଦ୍ର ସରକାରଙ୍କ ବ୍ରଡ୍‌କାଷ୍ଟିଂ ଇନଫ୍ରାଷ୍ଟ୍ରକଚର ଆଣ୍ଡ ନେଟୱର୍କ ଡେଭଲପମେଣ୍ଟ (ବିଆଇଏନଡି)’ ଯୋଜନା  ଅନ୍ତର୍ଗତ ନିର୍ମାଣ କରାଯିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."