ମିଶନ୍ ସ୍କୁଲ୍ ଅଫ୍ ଏକ୍ସିଲେନ୍ସ କାର୍ଯ୍ୟକ୍ରମ ଅନ୍ତର୍ଗତ 4500 କୋଟି ଟଙ୍କାରୁ ଅଧିକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଏବଂ ଦେଶକୁ ସମର୍ପିତ କରାଯାଇଛି
‘ବିଦ୍ୟା ସମୀକ୍ଷା କେନ୍ଦ୍ର 2.0’ ଏବଂ ଅନ୍ୟ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି
‘‘ଆମ ପାଇଁ ଗରିବଙ୍କ ପାଇଁ ଏକ ଘର କେବଳ ସଂଖ୍ୟା ନୁହେଁ ବରଂ ସମ୍ମାନର ପ୍ରତୀକ ଅଟେ’’
ଆଦିବାସୀ ଅଞ୍ଚଳର ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବା ସହିତ ଆମେ ଯୋଗ୍ୟତାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ
“ମୁଁ ଛୋଟା ଉଦେପୁର ସମେତ ସମଗ୍ର ଆଦିବାସୀ ଅଞ୍ଚଳର ମା ଏବଂ ଭଉଣୀମାନଙ୍କୁ କହିବାକୁ ଆସିଛି ଯେ ଆପଣଙ୍କର ଏହି ପୁଅ ଆପଣଙ୍କର ଅଧିକାର ସୁନିଶ୍ଚିତ କରିବାକୁ ଆସିଛି”

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ମଂଚ ଉପରେ ବିରାଜମାନ ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ସାଥୀ ଗୁଜରାଟ ଭାଜପାର ଅଧ୍ୟକ୍ଷ ଶ୍ରୀମାନ ସି. ଆର. ପାଟିଲ, ଗୁଜରାଟ ସରକାରରେ ସମସ୍ତ ମନ୍ତ୍ରିଗଣ, ରାଜ୍ୟ ପଂଚାୟତର ପ୍ରତିନିଧି ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,

କେମିତି ଅଛ ସମସ୍ତେ, ଟିକେ ଯୋରରେ କୁହନ୍ତୁ, ମୁଁ ବହୁତ ଦିନ ପରେ ବୋଡେଲୀକୁ ଆସିଛି । ପୂର୍ବରୁ ବର୍ଷକରେ ପ୍ରାୟ ଦୁଇ- ତିନି ଥର ଏଠାକୁ ଯିବା- ଆସିବା ହେଉଥିଲା ଆଉ ତା’ପୂର୍ବରୁ ମଧ୍ୟ ମୁଁ ଯେତେବେଳେ ସଂଗଠନର କାର୍ଯ୍ୟ କରୁଥିଲି ସେତେବେଳେ ପ୍ରତ୍ୟେକ ଦିନ ବୋଡେଲୀରେ ଘେରାଏ ବୁଲି ଆସୁଥିଲି । ଏବେ କିଛି ସମୟ ପୂର୍ବରୁ ହିଁ ଗାନ୍ଧିନଗରରେ ଉତ୍ସାହୀ ଗୁଜରାଟର 20 ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଥିଲି । 20 ବର୍ଷ ବିତିଗଲା, ଆଉ ଏବେ ମୋର ଆଦିବାସୀ ଭାଇ- ଭଉଣୀଙ୍କ ଗହଣରେ ବୋଡେଲୀ, ଛୋଟା ଉଦେପୁର, ପୂରା ଉମରଗାମରେ ଅମ୍ବାଜୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିସ୍ତୃତ ଅଂଚଳରେ ଅନେକ ବିକାଶମୂଳକ ପ୍ରକଳ୍ପ ପାଇଁ ଆପଣମାନଙ୍କର ଦର୍ଶନ କରିବାର ସୁଯୋଗ ମିଳିଛି । ଏବେ ଯେପରି ମୁଖ୍ୟମନ୍ତ୍ରୀ ମହାଶୟ କହିଲେ 500 କୋଟିରୁ ମଧ୍ୟ ଅଧିକ ଟଙ୍କାର ଭବିଷ୍ୟତ ପ୍ରକଳ୍ପ ପାଇଁ, କାହାର ଶିଳାନ୍ୟାସ ତ କାହାର ଲୋକାର୍ପଣ କରିବାର ମୋତେ ସୁଯୋଗ ମିଳିଛି । ଗୁଜରାଟର 22 ଜିଲ୍ଲା ଏବଂ 7500ରୁ ଅଧିକ ଗ୍ରାମ ପଂଚାୟତ, ଏବେ ସେଠାରେ ୱାଇ-ଫାଇ ପହଂଚାଇବାର କାର୍ଯ୍ୟ ଆଜି ଶେଷ ହୋଇଛି, ଆମେ ଇ-ଗ୍ରାମ, ବିଶ୍ୱ ଗ୍ରାମ ଆରମ୍ଭ କରିଥିଲୁ, ଏହା ଇ-ଗ୍ରାମ, ବିଶ୍ୱ ଗ୍ରାମର ହେଉଛି ଏକ ଝଲକ । ଏଥିରେ ଗାଁରେ ରହୁଥିବା ଲକ୍ଷ- ଲକ୍ଷ ଗ୍ରାମବାସୀଙ୍କ ପାଇଁ ଏହି ମୋବାଇଲ ଇଂଟରନେଟ ନୂଆ ନୁହେଁ, ଗାଁର ମାଆ- ଭଉଣୀ ମଧ୍ୟ ଏବେ ଏହାର ଉପଯୋଗ ଜାଣିଛନ୍ତି, ଆଉ ଯେଉଁ ପୁଅମାନେ ବାହାରେ ଚାକିରୀ କରୁଛନ୍ତି, ସେମାନେ ଏହା ମାଧ୍ୟମରେ ଭିଡିଓ କନଫରେନ୍ସରେ କଥା ହେଉଛନ୍ତି। ବହୁତ କମ୍ ମୂଲ୍ୟରେ ଉତମରୁ ଉତମ ଇଂଟରନେଟ ସେବା ଏବେ ଏଠାରେ ନିଜ ଗାଁରେ ମୋର ସମସ୍ତ ବୟସ୍କ, ଭାଇ- ଭଉଣୀଙ୍କୁ ମିଳିବାରେ ଲାଗିଛି । ଆଉ ଏହି ଉତମ ଉପହାର ପାଇଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଅଭିନନ୍ଦନ, ବହୁତ- ବହୁତ ଶୁଭକାମନା ।

 

ମୋର ପ୍ରିୟ ପରିବାରଜନ,

ମୁଁ ଛୋଟେ ଉଦେପୁରରେ, ଅବା ବୋଡେଲୀର ଆଖପାଖ ବୁଲି ଆସିଲି, ତେବେ ଏଠାରେ ସବୁ ଲୋକ ଏପରି କହନ୍ତି ଯେ ଆମର ଛୋଟେ ଉଦେପୁର ଜିଲ୍ଲା, ମୋଦୀ ସାହାବ ଦେଇଥିଲେ, ଏପରି କହନ୍ତି ନା, କାରଣ ମୁଁ ଯେତେବେଳେ ଏଠାରେ ଥିଲି, ସେତେବେଳେ ଛୋଟେ ଉଦେପୁରରୁ ବଡୋଦା ଯିବା ଏତେ ଦୀର୍ଘ ଥିଲା, ଏହି କଥା ମୋତେ ଜଣାଥିଲା, ଏତେ ଅସୁବିଧା ହେଉଥିଲା, ତେଣୁ ଏଥିପାଇଁ ମୁଁ ସରକାରଙ୍କୁ ହିଁ ଆପଣଙ୍କ ଘର ଅଗଣାକୁ ନେଇ ଆସିଲି । ଲୋକ ଆଜି ମଧ୍ୟ ମନେ ପକାଉଛନ୍ତି ଯେ ନରେନ୍ଦ୍ର ଭାଇ ଅନେକ ବଡ଼- ବଡ଼ ଯୋଜନାମାନ, ବଡ଼- ବଡ଼ ପ୍ରକଳ୍ପ, ନିଜ ସମ୍ପୂର୍ଣ୍ଣ ଉମରଗ୍ରାମରୁ ଅମ୍ବାଜୀ ଆଦିବାସୀ କ୍ଷେତ୍ରରେ ଆରମ୍ଭ କଲେ, କିନ୍ତୁ ମୁଁ ତ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ହିଁ ଏଠାକାର ମାଟି ସହିତ ସମ୍ପର୍କ ରଖିଥିଲି, ଏଠାକାର ଗାଁ ସହିତ ସମ୍ପର୍କ ଥିଲା । ଏଠାକାର ଆଦିବାସୀ ପରିବାରଙ୍କ ସହିତ ମୋର ସମ୍ପର୍କ ରହିଥିଲା, ଆଉ ଏହା ସବୁ ମୁଖ୍ୟମନ୍ତ୍ରୀ ଅବା ପ୍ରଧାନମନ୍ତ୍ରୀ ହେବା ପରେ ହୋଇଛି, ଏପରି ନୁହେଁ, ଏହା ପୂର୍ବରୁ ମଧ୍ୟ ହୋଇଛି । ଆଉ ସେତେବେଳେ ତ’ ମୁଁ ଏକ ସାମାନ୍ୟ କାର୍ଯ୍ୟକର୍ତା ଭାବେ ବସରେ ଆସୁଥିଲି ଆଉ ଛୋଟା ଉଦେପୁର ଆସୁଥିଲି, ସେତେବେଳେ ଏଠାରେ ଲେଲେ ଦାଦାଙ୍କ ଝୋପଡ଼ିକୁ ଯାଉଥିଲି, ଆଉ ଲେଲେ ଦାଦା, ଏଠାରେ ବହୁତ ଲୋକ ଥିବେ ଯେଉଁମାନେ ଲେଲେ ଦାଦାଙ୍କ ସହିତ କାର୍ଯ୍ୟ କରିଥିବେ ଏବଂ ଏପଟେ ଦହୋଦରୁ ଉମରଗାଁର ସମ୍ପୂର୍ଣ୍ଣ କ୍ଷେତ୍ର ଦେଖନ୍ତୁ, ପୁଣି ତାହା ଲିମଡି ହେଉ, ସନ୍ତରାମପୁର ହେଉ, ଝାଲୋଦ ହେଉ, ଦାହୋଦ ହେଉ, ଗୋଧ୍ରା, ହାଲୋଲ, କାଲୋଲ ସେତେବେଳେ ମୋର ଏହି ରୁଟ୍ ହିଁ ଯିବା- ଆସିବାର ମାର୍ଗ ଥିଲା, ବସରେ ଆସିବା ଏବଂ ସମସ୍ତଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ କରି ଚାଲିଯିବା । କେବେ ଖାଲି ସମୟ ମିଳିଲା, ତେବେ କାୟାବରୋହଣେଶ୍ୱର ଯାଉଥିଲି, ଭୋଲେନାଥଙ୍କ ଚରଣରେ ପ୍ରଣାମ କରି ବୁଲି ଆସୁଥିଲି । କଇ ମେରେ ମାଲସର ମେଁ କହୋ ୟା ମେରେ ପୋରଗାମ କହୋ, ୟା ପୋର ମେଁ, ଅବା ନାରେଶ୍ୱରକୁ ମଧ୍ୟ ମୁଁ ଅନେକ ସମୟରେ ଯାଉଥିଲି । କରନାଛି ଅନେକ ଥର ଯାଉଥିଲି, ସାବଲୀ ମଧ୍ୟ ଏବଂ ସାବଲୀରେ ତ’ ଶିକ୍ଷାର ଯେଉଁ କାର୍ଯ୍ୟକ୍ରମ ହେଉଥିଲା, ସେତେବେଳେ ଜଣେ ସ୍ୱାମିଜୀ ଥିଲେ, ଅନେକ ଥର ତାଙ୍କ ସହିତ ସତସଙ୍ଗ କରିବାର ସୁଯୋଗ ମିଳିଥିଲା, ଭାଦରବା, ଦୀର୍ଘ ସମୟ ପର୍ଯ୍ୟନ୍ତ ଭାଦରବାର ବିକାଶ ଯାତ୍ରା ସହିତ ସାମିଲ ହେବାର ସୁଯୋଗ ମିଳିଲା । ଏହାର ଅର୍ଥ ଏହା ଯେ ମୋର ଏହି ବିସ୍ତାର ସହିତ ସମ୍ପର୍କ ଏତେ ବଡ଼ ନିକଟତର ରହିଥିଲା, ଅନେକ ଗାଁରେ ରାତିରେ ରହୁଥିଲି । ଅନେକ ଗାଁରେ ସାକ୍ଷାତ କରିବାକୁ ପଡ଼ୁଥିଲା ଆଉ କେବେ ତ’ ସାଇକେଲରେ ପୁଣି କେବେ ପାଦରେ ଚାଲି- ଚାଲି, ପୁଣି କେବେ ବସ୍ ରେ, ଯାହା ମିଳୁଥିଲା, ତାହାକୁ ନେଇ ଆପଣମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିଲି । ଆଉ ଅନେକ ପୁରୁଣା ବନ୍ଧୁ ଅଛନ୍ତି ।

ଆଜି ମୁଁ ସି.ଆର ପାଟିଲ ଏବଂ ଭୂପେନ୍ଦ୍ର ଭାଇଙ୍କୁ କୃତଜ୍ଞତା ଜଣାଉଛି, ଯେତେବେଳେ ମୋତେ ଭିତରକୁ ଜିପ୍‌ରେ ଆସିବାର ସୁଯୋଗ ମିଳିଲା, ସେତେବେଳେ ବହୁତ ପୁରୁଣା ଲୋକଙ୍କର ଦର୍ଶନ କରିବାର ସୁଯୋଗ ମିଳିଲା, ସମସ୍ତଙ୍କୁ ମୁଁ ଦେଖିଲି, ବହୁତ ପୁରୁଣା ଲୋକ ଆଜି ମନେ ପଡ଼ିଗଲେ, ଅନେକ ପରିବାର ସହିତ ସମ୍ପର୍କ ରହିଥିଲା, ଅନେକ ଘରେ ବସା- ଉଠା ହେଉଥିଲା ଆଉ ମୁଁ ଛୋଟା ଉଦେପୁର ନୁହେଁ, ଏଠାକାର ସ୍ଥିତି ପରିସ୍ଥିତି ଏହି ସବୁକୁ ବହୁତ ନିକଟରୁ ଦେଖିଛି, ସମଗ୍ର ଆଦିବାସୀ ଅଂଚଳକୁ ବହୁତ ଭଲଭାବେ ଜାଣିଛି । ଆଉ ଯେତେବେଳେ ମୁଁ ସରକାରକୁ ଆସିଛି, ସେତେବେଳେ ମୋତେ ଅନୁଭବ ହୋଇଛି ଯେ ମୋତେ ଏହି ସମଗ୍ର ଅଂଚଳର ବିକାଶ କରିବାର ଅଛି, ଆଦିବାସୀ ଅଂଚଳର ବିକାଶ କରିବାର ଅଛି, ଏଥିପାଇଁ ଅନେକ ବିକାଶ ଯୋଜନା ନେଇକରି ମୁଁ ଆସିଲି ଆଉ ଏହି ଯୋଜନାଗୁଡ଼ିକର ଲାଭ ମଧ୍ୟ ମିଳୁଛି । ଅନେକ କାର୍ଯ୍ୟକ୍ରମ ମଧ୍ୟ ଲାଗୁ କରାଯାଇଛି ଏବଂ ଆଜି ତାହାର ସକରାତ୍ମକ ଲାଭ ମଧ୍ୟ ତୃଣମୂଳ ସ୍ତରରେ ଦେଖିବାକୁ ମିଳୁଛି । ଏଠାରେ ମୋତେ ଚାରି-ପାଂଚ ଛୋଟ- ଛୋଟ ପିଲା ହିଁ କହିବି, କାରଣ 2001- 2002ରେ ଯେତେବେଳେ ସେମାନେ ଛୋଟ- ଛୋଟ ପିଲା ହୋଇଥିବେ, ସେତେବେଳେ ମୁଁ ସେମାନଙ୍କର ହାତ ଧରି ସେମାନଙ୍କୁ ସ୍କୁଲ ନେଇ ଯାଇଥିଲି, ଆଜି ସେମାନଙ୍କ ମଧ୍ୟରୁ ଅନେକ ଡାକ୍ତର ହୋଇ ଯାଇଥିବେ ତ କିଏ ଶିକ୍ଷକ ହୋଇ ଯାଇଥିବେ, ଆଉ ସେହି ପିଲାମାନଙ୍କ ସହିତ ଆଜି ମୋତେ ମିଶିବାର ସୁଯୋଗ ମିଳିଗଲା । ଆଉ ଯେତେବେଳେ ମନରେ ସାକ୍ଷାତ କରିବାର ବିଶ୍ୱାସ ଦୃଢ଼ ହୋଇଥାଏ ଆଉ ଆପଣ ସଦ୍ଦିଚ୍ଛାର ସହିତ, ସଦଭାବନାର ସହିତ ବାସ୍ତବରେ କିଛି କରିବାର ଭୂମିକା ସହ କୌଣସି ମଧ୍ୟ ଛୋଟ କାର୍ଯ୍ୟ କରିଛନ୍ତି, ତେବେ ଏପରି ଲାଗିଥାଏ ନା, ଏପରି ଆଜି ମୁଁ ନିଜ ଆଖି ସାମ୍ନାରେ ଦେଖୁଛି । ଏତେ ବଡ଼ ଶାନ୍ତି ମିଳୁଛି, ମନକୁ ଏତେ ଶାନ୍ତି ମିଳିଥାଏ, ଏତେ ବଡ଼ ସନ୍ତୋଷ ହୋଇଥାଏ ଯେ ସେହି ସମୟର ପରିଶ୍ରମ ଆଜି ପରିଣାମ ଆଣିଛି। ଉତ୍ସାହ ଏବଂ ଉଦ୍ଦୀପନା ସହିତ ଆଜି ଏହି ପିଲାମାନଙ୍କୁ ଦେଖିଲି, ସେତେବେଳେ ଆନନ୍ଦିତ ହୋଇଗଲି ।

ମୋର ପରିବାରଜନ,

ଭଲ ସ୍କୁଲ ହୋଇଗଲା, ଭଲ ସଡ଼କ ନିର୍ମାଣ ହୋଇଗଲା, ଭଲ ଉତମ ପ୍ରକାରର ଘର ମିଳିବାକୁ ଲାଗିଲା, ପାଣିର ସୁବିଧା ହେବାକୁ ଲାଗିଲା, ଏହି ସବୁ ଜିନିଷ ଗୁଡ଼ିକର ଗୁରୁତ୍ୱ ରହିଛି, କିନ୍ତୁ ଏହା ସାଧାରଣ ପରିବାରଙ୍କର ଜୀବନକୁ ପରିବର୍ତିତ କରି ଦେଇଥାଏ, ଏହା ଗରିବ ପରିବାରର ବିଚାର କରିବାର ଶକ୍ତିକୁ ମଧ୍ୟ ପରିବର୍ତିତ କରି ଦେଇଥାଏ, ଆଉ ସବୁବେଳେ ଗରିବଙ୍କୁ ଘର, ପିଇବା ପାଣି, ସଡକ, ବିଜୁଳି, ଶିକ୍ଷା, ମିଳୁ ଏଥିପାଇଁ ମିଶନ ମୋଡରେ କାମ କରିବା ଉପରେ ଆମ ସରକାରଙ୍କର ପ୍ରାଥମିକତା ରହିଛି । ଗରିବମାନଙ୍କ ପାଇଁ ଆହ୍ୱାନ କିଭଳି ହୋଇଥାଏ, ତହା ମୁଁ ବେଶ ଭଲଭାବେ ଜାଣିଛି । ଆଉ ତାହାର ସମାଧାନ ପାଇଁ ମଧ୍ୟ ଲଢେଇ କରି ଚାଲିଛି । ଏତେ କମ୍ ସମୟରେ ସାରା ଦେଶରେ ଆଉ ମୋର ଗୁଜରାଟର ପ୍ରିୟ ଭାଇ- ଭଉଣୀ, ଆପଣମାନଙ୍କ ଗହଣରେ ବଡ଼ ହୋଇଛି, ଏହି କାରଣରୁ ମୋତେ ଆଜି ଆତ୍ମ ସନ୍ତୋଷ ମିଳୁଛି ଯେ, ସାରା ଦେଶର ଗରିବଙ୍କ ପାଇଁ 4 କୋଟିରୁ ଅଧିକ ପକ୍କା ଘର ଆମେ ନିର୍ମାଣ କରି ସେମାନଙ୍କୁ ଯୋଗାଇ ଦେଇଛୁ । ପୂର୍ବ ସରକାରମାନଙ୍କ ସମୟରେ ଗରିବମାନଙ୍କର ଘର ତିଆରି ହୋଇଥାଏ ତେବେ ଜଣେ ଗରିବଙ୍କ ପାଇଁ 1 ଘର ଗଣା ଯାଉଥିଲା, ଏକ ପରିସଂଖ୍ୟାନ ଥିଲା । 100,200, 500, 1000 ଯାହା ମଧ୍ୟ ହେଉ ତାହା, ଆମ ପାଇଁ ଘର ନିର୍ମାଣ ହେଉ ଅର୍ଥାତ ଗଣତିର କଥା ହୋଇ ନ ଥାଏ, ଘର ନିର୍ମାଣ ହେଉ ଅର୍ଥାତ ଘରର ସଂଖ୍ୟା ପୂରଣ କରିବାର କାର୍ଯ୍ୟ ହୋଇ ନ ଥାଏ, ଆମ ପାଇଁ ତ’ ଗରିବଙ୍କ ଗୃହ ନିର୍ମାଣ ହେଉ ଅର୍ଥାତ ସେମାନଙ୍କଉ ଗରିମା ମିଳୁ, ସେଥିପାଇଁ ଆମେ କାର୍ଯ୍ୟ କରିଥାଏ, ଗରିମା ପୂର୍ଣ୍ଣ ଜୀବନ ଜୀଅଁନ୍ତୁ ସେଥିପାଇଁ ଆମେ କାର୍ଯ୍ୟ କରିଥାଉ । ଆଉ ଏହି ଘର ମୋର ଆଦିବାସୀ ଭାଇ- ଭଉଣୀଙ୍କୁ ମିଳୁ, ଆଉ ସେଥିରେ ମଧ୍ୟ ସେମାନଙ୍କୁ ଏପରି ଘର ଆବଶ୍ୟକ ସେପରି ଘର ନିର୍ମାଣ କରି ଦେବା, ଏପରି ନୁହେଁ ଯେ, ଆମେ ଚାରି କାନ୍ଥ ବିଶିଷ୍ଟ ଘର ନିର୍ମାଣ କରି ଦେଇ ଦେବା, ଏପରି ନୁହେଁ, ଆଦିବାସୀମାନଙ୍କୁ ସ୍ଥାନୀୟ ସାଧାନଗୁଡିକ ଭଳି ନିର୍ମାଣ ହେଉ ସେଭଳି, ଆଉ ମଝିରେ ଦଲାଲ ନାହାନ୍ତି, ସିଧାସଳଖ ସରକାରଙ୍କଠାରୁ ସେମାନଙ୍କ ଜମା ଖାତାରେ ଅର୍ଥ ଜମା ହେବ, ଆପଣ ନିଜ ଇଛା ଅନୁସାରେ ଏଭଳି ଘର  ନିର୍ମାଣ କରିବେ ଭାଇ, ଆପଣମାନଙ୍କୁ ଛେଳି ବାନ୍ଧିବା ପାଇଁ ସ୍ଥାନ ଦରକାର ସେଥିରେ ଥାଉ, ସେଥିରେ କୁକୁଡା ରଖିବାର ଜାଗା ଦରକାର ତାହା ମଧ୍ୟ ଥାଉ, ଆପଣଙ୍କ ଇଛା ଅନୁସାରେ ନିଜର ଘର ହେଉ, ଏଭଳି ଆମର ଭୂମିକା ରହିଛି । ଆଦିବାସୀ ହୁଅନ୍ତୁ, ଦଳିତ ହୁଅନ୍ତୁ, ପଛୁଆବର୍ଗ ହୁଅନ୍ତୁ, ସେମାନଙ୍କ ପାଇଁ ଘର ମିଳୁ, ସେମାନଙ୍କର ଆବଶ୍ୟକତା ପାଇଁ ଘର ମିଳୁ, ଆଉ ସେମାନଙ୍କର ନିଜସ୍ୱ ଚେଷ୍ଟାରେ ତିଆରି ହେଉ, ସରକାର ଅର୍ଥ ଯୋଗାଇଦେବେ । ଏଭଳି ଲକ୍ଷ- ଲକ୍ଷ ଘର ନିଜର ଭଉଣୀମାନଙ୍କର ନାମରେ ହୋଇଛି, ଆଉ ଗୋଟିଏ- ଗୋଟିଏ ଘର ଦେଢ- ଦେଢ, ଦୁଇ- ଦୁଇ ଲକ୍ଷରେ ତିଆରି ହୋଇଛି, ଅର୍ଥାତ ମୋ ଦେଶର କୋଟି କୋଟି ଭଉଣୀ ଏବଂ ମୋର ଦେଶର ଗୁଜରାଟର ଲକ୍ଷ- ଲକ୍ଷ ଭଉଣୀ ଯେଉଁମାନେ ଏବେ ଲକ୍ଷପତି ଦିଦି ହୋଇ ଯାଇଛନ୍ତି, ଦେଢ- ଦୁଇ ଲକ୍ଷର ଘର ସେମାନଙ୍କ ନାମରେ ହୋଇଗଲା, ଏଥିପାଇଁ ତ’ ସେମାନେ ଲକ୍ଷପତି ଦିଦି ହୋଇଗଲେ । ମୋ ନାମରେ ଏବେ ଘର ନାହିଁ, କିନ୍ତୁ ମୁଁ ଦେଶର ଲକ୍ଷ- ଲକ୍ଷ ଝିଅମାନଙ୍କ ନାମରେ ଘର କରି ଦେଇଛି।

 

ସାଥୀଗଣ,

ପୂର୍ବରୁ ପାଣିର ସ୍ଥିତି କିଭଳି ଥିଲା, ଏହା ଗୁଜରାଟର ଗାଁର ଲୋକ ଭଲ ଭାବେ ଜାଣିଛନ୍ତି, ନିଜ ଆଦିବାସ ଅଂଚଳରେ ତ’ କହିଥାନ୍ତି ଯେ ସାହେବ, ତଳୁ ପାଣି କେବେ ଉପରକୁ ଆସିଥାଏ, ଆମେ ତ’ ପାହାଡିଆ ଅଂଚଳରେ ରହିଥାଏ, ଆଉ ଆମର ସେଠାରେ କେଉଁଠାରୁ ପାଣି ଉପରକୁ ଆସିବ, ଏହି ଜଳ ସଂକଟର ଆହ୍ୱାନକୁ ମଧ୍ୟ ଆମେ ନିଜ ହାତକୁ ନେଲୁ ଏବଂ ଯଦିଓ ତଳୁ ଉପରକୁ ପାଣି ଆଣିବାକୁ ପଡୁ ତେବେ, ଆମେ ଉପରକୁ ଆଣିଲୁ ଆଉ ଘରେ ଘରେ ପାଣି ପହଂଚାଇବାର କଷ୍ଟ ଉଠାଇଲୁ ଏବଂ ଆଜି ପାଇପ ଯୋଗେ ପାଣି ପହଂଚୁ, ତାହାର ବ୍ୟବସ୍ଥା କଲୁ, ନ ହେଲେ ତ’ ଗୋଟିଏ ଗୋଟିଏ ହ୍ୟାଣ୍ଡ ପମ୍ପ ଲାଗୁଥିଲା, ତିନି ମାସରେ ଖରାପ ହୋଇ ଯାଉଥିଲା ଏବଂ ତିନିମାସ ପର୍ଯ୍ୟନ୍ତ ମରାମତି ହେଉ ନ ଥିଲା, ଏଭଳି ଦିନ ଆମେ ଦେଖିଛୁ ଭାଇ । ଆଉ ପାଣି ବିଶୁଦ୍ଧ ହୋଇ ନ ଥିବ ତେବେ ଅନେକ ରୋଗ ନେଇ କରି ଆସିଥାଏ, ଆଉ ପିଲାମାନଙ୍କର ବିକାଶରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଆଜି ଗୁଜରାଟରେ ଘରେ- ଘରେ ପାଇପ ଯୋଗେ ପାଣି ପହଂଚାଇବାର ଭଗୀରଥ ପ୍ରୟାସ ଆମେ ସଫଳତା ପୂର୍ବକ କରିଛୁ, ଆଉ ମୁଁ କାର୍ଯ୍ୟ କରିବା ଭିତରେ ଶିଖିଛି, ଆପଣମାନଙ୍କ ଗହଣରେ ରହି ଯାହା କିଛି ଶିଖିବାକୁ ମିଳିଲା, ଆପଣଙ୍କ ସାଙ୍ଗରେ କାନ୍ଧରେ କାନ୍ଧ ମିଳାଇ ଯେଉଁ କାର୍ଯ୍ୟ ମୁଁ କଲି, ତାହା ଆଜି ମୋତେ ଦିଲ୍ଲୀରେ ବହୁତ କାମରେ ଆସୁଛି ଭାଇମାନେ । ଆପଣମାନେ ତ ହେଉଛନ୍ତି ମୋର ଗୁରୁଜନ, ଆପଣମାନେ ମୋତେ ଯାହା ଶିଖାଇଛନ୍ତି, ତାହା ମୁଁ ସେଠାରେ ଯେତେବେଳେ ଲାଗୁ କରୁଛି, ସେତେବେଳେ ଲୋକଙ୍କୁ ଲାଗୁଛି, ଏହା ବାସ୍ତବରେ ପ୍ରକୃତ ସମସ୍ୟାର ସମାଧାନ ଆପଣ ନେଇକରି ଆସିଛନ୍ତି, ସେହି କାରଣରୁ ଏଠାରେ ଆପଣମାନଙ୍କ ଗହଣରେ ରହି ମୁଁ ସୁଖ- ଦୁଃଖ ଦେଖିଛି ଆଉ ତାହାର ସମାଧାନର ପଥ ବାହାର କରିଛି ।

ଚାରି ବର୍ଷ ପୂର୍ବେ ଜଳ ଜୀବନ ମିଶନ ଆମେ ଆରମ୍ଭ କଲୁ । ଆଜି 10 କୋଟି, ଟିକେ ଚିନ୍ତା କରନ୍ତୁ, ଯେତେବେଳେ ମାଆ- ଭଉଣୀମାନଙ୍କୁ ତିନି- ତିନି କିଲୋମିଟର ବାଟ ପାଣି ଆଣିବାକୁ ଯିବାକୁ ପଡ଼ିଥାଏ, ଆଜି 10 କୋଟି ପରିବାରରେ ପାଇପ ଯୋଗେ ଘରେ ପାନୀୟ ଜଳ ପହଂଚୁଛି, ରୋଷେଇ ଘର ପର୍ଯ୍ୟନ୍ତ ପାଣି ପହଂଚୁଛି ଭାଇ, ମାଆ- ଭଉଣୀମାନେ ଆଶୀର୍ବାଦ ଦେଉଛନ୍ତି ସେହି କାରଣରୁ ଏହା ସମ୍ଭବ ହେଉଛି । ଆପଣଙ୍କର ଛୋଟେ ଉଦେପୁରରେ, ଆପଣଙ୍କର କୱାଁଟ ଗାଁରେ ଆଉ ମୋର ତ ମନେଅଛି ଯେ କୱାଁଟ ଗାଁକୁ ଅନେକ ଥର ଆସୁଥିଲି। ଏକ ସମୟରେ କୱାଁଟ ବହୁତ ପଛରେ ଥିଲା । ଏବେ କିଛି ଲୋକ ମୋତେ ସାକ୍ଷାତ କରିବାକୁ ଆସିଥିଲେ, ମୁଁ ପଚାରିଲି ମୋତେ କୁହନ୍ତୁ ଯେ କୱାଁଟରେ ଦକ୍ଷତା ବିକାଶର କାର୍ଯ୍ୟ ଚାଲୁଛି ନା ଚାଲୁ ନାହିଁ? ତେଣୁ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, ଏହା ଆମର ପ୍ରବୃତି, ଏହା ଆମର ଭଲପାଇବା- ଆନ୍ତରିକତାର ଭାବ, କୱାଁଟରେ ଆଂଚଳିକ ଜଳ ଯୋଗାଣର କାର୍ଯ୍ୟ ପୂରଣ କରାଗଲା ଆଉ ଏଥିଯୋଗୁଁ 50 ହଜାର ଲୋକଙ୍କ ପର୍ଯ୍ୟନ୍ତ, 50 ହଜାର ଘର ପର୍ଯ୍ୟନ୍ତ ପାଇପ ଯୋଗେ ପାଣି ପହଂଚାଇବାର କାର୍ଯ୍ୟ ହୋଇଛି ।

 

ସାଥୀଗଣ,

ଶିକ୍ଷା କ୍ଷେତ୍ରରେ ନିରନ୍ତର ନୂଆ- ନୂଆ ପ୍ରୟୋଗ କରିବା ଏହି ପରମ୍ପରା ଗୁଜରାଟ ବହୁତ ବ୍ୟାପକ ସଂଖ୍ୟାରେ କରିଛି, ଆଜି ମଧ୍ୟ ଯେଉଁ ପ୍ରକଳ୍ପ ଆରମ୍ଭ ହୋଇଛି, ତାହା ସେହି ଦିଗରେ ଉଠାଯାଇଥିବା ବଡ଼ ପଦକ୍ଷେପ, ଆଉ ଏଥିପାଇଁ ମୁଁ ଭୁପେନ୍ଦ୍ର ଭାଇ ଆଉ ତାଙ୍କ ସମଗ୍ର ଟିମକୁ ଶୁଭେଚ୍ଛା ଜଣାଉଛି । ମିଶନ ସ୍କୁଲ ଅଫ୍ ଏକ୍ସିଲେନ୍ସି ଏବଂ ବିଦ୍ୟା ସମୀକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ ଯାଉଥିବା ପିଲାମାନଙ୍କ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇବ । ଆଉ ମୁଁ ଏବେ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲି । ସେ କିଛି ଦିନ ପୂର୍ବେ ବିଦ୍ୟା ସମୀକ୍ଷା କେନ୍ଦ୍ର ଦେଖିବା ପାଇଁ ଗୁଜରାଟ ଆସିଥିଲେ । ସେ ମୋତେ ଅନୁରୋଧ କରୁଥିଲେ ଯେ ମୋଦୀ ସାହାବ, ଆପଣଙ୍କୁ ଏହି ବିଦ୍ୟା ସମୀକ୍ଷା କେନ୍ଦ୍ର ହିନ୍ଦୁସ୍ତାନର ପ୍ରତ୍ୟେକ ଜିଲ୍ଲାରେ କରିବା ଉଚିତ, ଯାହା ଆପଣ ଗୁଜରାଟରେ କରିଛନ୍ତି । ଆଉ ବିଶ୍ୱ ବ୍ୟାଙ୍କ ଏଭଳି ଭଲ କାର୍ଯ୍ୟରେ ସାମିଲ ହେବାକୁ ଚାହୁଁଛି । ଜ୍ଞାନ ଶକ୍ତି, ଜ୍ଞାନ ସେତୁ ଏବଂ ଜ୍ଞାନ ସାଧନା, ଏଭଳି ଯୋଜନାଗୁଡ଼ିକ ପ୍ରତିଭାଶାଳୀ, ଆବଶ୍ୟକ କରୁଥିବା ବିଦ୍ୟାର୍ଥୀମାନଙ୍କୁ, ପୁଅ-ଝିଅମାନଙ୍କୁ ବହୁତ ଲାଭ ପହଂଚାଇବ । ଏଥିରେ ପ୍ରତିଭାକୁ ପ୍ରୋତ୍ସାହିତ କରାଯିବ । ଆମର ଆଦିବାସୀ ଅଂଚଳରେ ଯୁବକ ମାନଙ୍କ ସାମ୍ନାରେ ବହୁତ ଉତ୍ସବ ପାଳନ କରିବାର ଅବସର ଆସୁଛି ।

ମୋର ପରିବାରଜନ ବିଗତ 2 ଦଶକ ଧରି ଗୁଜରାଟରେ ଶିକ୍ଷା ଏବଂ କୌଶଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଆପଣ ସମସ୍ତେ ଜାଣିଛନ୍ତି ଯେ 2 ଦଶକ ପୂର୍ବେ ଗୁଜରାଟରେ ଶ୍ରେଣୀଗୃହର ସ୍ଥିତି ଏବଂ ଶିକ୍ଷକମାନଙ୍କର ସଂଖ୍ୟା କ’ଣ ଥିଲା । ଅନେକ ପିଲା ପ୍ରାଥମିକ ଶିକ୍ଷା ମଧ୍ୟ ଶେଷ କରି ପାରୁ ନ ଥିଲେ, ସେମାନଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ୁଥିଲା, ଉମରଗାମରୁ ନେଇ ଅମ୍ବାଜୀ ପର୍ଯ୍ୟନ୍ତ ସମଗ୍ର ଆଦିବାସୀ ଅଂଚଳରେ ସ୍ଥିତି ଏତେ ଖରାପ ଥିଲା, ସେ ପର୍ଯ୍ୟନ୍ତ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇ ନଥିଲି, ସେଠାରେ କୌଣସି ବିଜ୍ଞାନ ବିଷୟର ସ୍କୁଲ ନଥିଲା । ଭାଇ ଏବେ ବିଜ୍ଞାନ ବିଷୟର ସ୍କୁଲ ନାହିଁ, ତେବେ ମେଡିକାଲ ଏବଂ ଇଞ୍ଜିନିୟରିଂରେ ସଂରକ୍ଷଣ କରି ଦିଅ, ରାଜନୀତି କରି ଦିଅ କିନ୍ତୁ ଆମେ ପିଲାମାନଙ୍କର ଭବିଷ୍ୟତର ମଙ୍ଗଳ କରିବାର କାର୍ଯ୍ୟ କରିଛୁ । ସ୍କୁଲ ମଧ୍ୟ କମ୍ ଅଛି ଆଉ ସେଥିରେ ସୁବିଧା ମଧ୍ୟ ନାହିଁ, ବିଜ୍ଞାନର କୌଣସି ଚିହ୍ନ- ବର୍ଣ୍ଣ ନାହିଁ ଆଉ ଏହିସବୁ ସ୍ଥିତି ଦେଖି ଆମେ ଏହାକୁ ବଦଳାଇବାର ନିଷ୍ପତି ନେଲୁ । ବିଗତ ଦୁଇ ଦଶକରେ ଶିକ୍ଷକମାନଙ୍କର ନିଯୁକ୍ତି ପାଇଁ ୨ ଲକ୍ଷ ଶିକ୍ଷକ ନିଯୁକ୍ତି ଅଭିଯାନ ଚାଲିଲା । ଏକ ଲକ୍ଷ 25 ହଜାରରୁ ଅଧିକ ନୂତନ ଶ୍ରେଣୀଗୃହ ନିର୍ମାଣ କରାଗଲା । ଶିକ୍ଷାକ୍ଷେତ୍ରରେ କରାଯାଇଥିବା କାର୍ଯ୍ୟର ସବୁଠାରୁ ଅଧିକ ଲାଭ ଆଦିବାସୀ ଅଂଚଳକୁ ମିଳିଲା । ଏବେ ମୁଁ ସୀମାବର୍ତୀ ଅଂଚଳକୁ ଯାଇଥିଲି, ଯେଉଁଠାରେ ଆମର ସେନାବାହିନୀର ଲୋକ ଅଛନ୍ତି । ଏହା ମୋ ପାଇଁ ଆଶ୍ଚର୍ଯ୍ୟ ଏବଂ ଖୁସିର କଥା ଥିଲା ଯେ ପ୍ରାୟ ପ୍ରତ୍ୟେକ ସ୍ଥାନରେ ମୋତେ ମୋର ଆଦିବାସୀ ଅଂଚଳର କୌଣସି ନା କୌଣସି ଜବାନ ସୀମାରେ ଠିଆ ହୋଇ ଦେଶରକ୍ଷା କରୁଥିବା ମିଳି ଯାଉଥିଲେ ଆଉ ଆସି କହୁଥିଲେ, ସାର ଆପଣ ମୋ ଗାଁକୁ ଆସିଛନ୍ତି, ମୋତେ ଏହା ଶୁଣି କେତେ ଆନନ୍ଦ ଆସିଥାଏ । ବିଗତ ଦୁଇ ଦଶକରେ ବିଜ୍ଞାନ କୁହନ୍ତୁ, ବାଣିଜ୍ୟ କୁହନ୍ତୁ, ଡଜନ- ଡଜନ ସ୍କୁଲ ଏବଂ କଲେଜର ଏକ ବଡ଼ ନେଟୱର୍କ ଆଜି ଏଠାରେ ବିକଶିତ ହେଉଛି । ନୂଆ- ନୂଆ କଳା ମହାବିଦ୍ୟାଳୟ ଖୋଲିଛି । କେବଳ ଆଦିବାସୀ ଅଂଚଳରେ, ଭାଜପା ସରକାର 25 ହଜାର ନୂତନ ଶ୍ରେଣୀଗୃହ, 5 ମେଡିକାଲ କଲେଜ ନିର୍ମାଣ କରିଛନ୍ତି, ଗୋବିନ୍ଦଗୁରୁ ବିଶ୍ୱବିଦ୍ୟାଳୟ ଏବଂ ବିର୍ସାମୁଣ୍ଡା ବିଶ୍ୱବିଦ୍ୟାଳୟ ଉଚ୍ଚ ଶିକ୍ଷା ସ୍ତରକୁ ଉପରକୁ ଉଠାଇବାର କାର୍ଯ୍ୟ କରିଛି । ଆଜି ଏହି ଅଂଚଳରେ କୌଶଳ ବିକାଶ ସହିତ ଜଡ଼ିତ ଅନେକ ପ୍ରୋତ୍ସାହନ ପ୍ରସ୍ତୁତ କରାଯାଇଛି ।

 

ମୋର ପରିବାରଜନ,

ଅନେକ ଦଶକ ପରେ ଦେଶରେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହୋଇଛି । ଆମେ 30 ବର୍ଷ ଧରି ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କଲୁ ଆଉ ସ୍ଥାନୀୟ ଭାଷାରେ ଶିକ୍ଷା ଉପରେ ଧ୍ୟାନ ଦେଲୁ । ଏହାକୁ ଏଥିପାଇଁ ଗୁରୁତ୍ୱ ଦିଆଗଲା, କାରଣ ଯଦି ପିଲାମାନଙ୍କୁ ସ୍ଥାନୀୟ ଭାଷାରେ ଶିକ୍ଷା ଲାଭ କରିବାର ସୁଯୋଗ ମିଳିବ ତେବେ ବହୁତ କମ୍ ପରିଶ୍ରମ କରିବାକୁ ହୋଇଥାଏ ଆଉ ଏହି କଥାକୁ ଭଲ ଭାବରେ ବୁଝି ପାରି ଥାଆନ୍ତି । ସାରା ଦେଶରେ 14 ହଜାରୁ ଅଧିକ ପିଏମଶ୍ରୀ ସ୍କୁଲ, ଏକ ଅତ୍ୟାଧୁନିକ ନୂତନ ପ୍ରକାରର ସ୍କୁଲ ନିର୍ମାଣ କରିବାର ଅଧ୍ୟୟନ ଆରମ୍ଭ କରିଛୁ । ବିଗତ 9 ବର୍ଷରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଆଦିବାସୀ ଅଂଚଳରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ବହୁତ ବଡ଼ ଯୋଗଦାନ ଦେଇଛନ୍ତି ଆଉ ସେମାନଙ୍କ ଜୀବନରେ ପରିବର୍ତନର ସର୍ବାଙ୍ଗୀନ ପ୍ରୟାସ ପାଇଁ ଆମେ ଏହି କେନ୍ଦ୍ର ସ୍ଥାପିତ କରିଛୁ । ଏସସି- ଏସଟି ଛାତ୍ରମାନଙ୍କ ପାଇଁ ଛାତ୍ରବୃତିରେ ମଧ୍ୟ ଆମେ ଖୁବ ପ୍ରଗତି କରିଛୁ । ଆମର ପ୍ରୟାସ ରହିଛି ଯେ ମୋର ଆଦିବାସୀ ଅଂଚଳର ଛୋଟ- ଛୋଟ ଗାଁକୁ, ଆଦିବାସୀ ଅଂଚଳର ଯୁବକମାନଙ୍କ ମଧ୍ୟରେ ଷ୍ଟାଟ-ଅପ୍ ର ଦୁନିଆକୁ ଆଗକୁ ଅଣାଯାଉ । କମ୍ ବୟସରେ ହିଁ ସେମାନଙ୍କର ଋଚି ପ୍ରଦୌଗିକି, ବିଜ୍ଞାନରେ ହୋଇଯାଉ, ଏଥିପାଇଁ ସେମାନେ ଦୂର- ଦୂରାନ୍ତର ଜଙ୍ଗଲରେ ମଧ୍ୟ ସ୍କୁଲରେ ଏକ ଅପରିବର୍ତନୀୟ ଟିଙ୍କରିଂ ଲ୍ୟାବ ନିର୍ମାଣ କରିବାର କାର୍ଯ୍ୟ କରିଛନ୍ତି । ଫଳରେ ଯଦି ଏହାଦ୍ୱାରା ମୋର ଆଦିବାସୀ ପିଲାମାନଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଋଚି ବଢ଼ିବ ତେବେ ଭବିଷ୍ୟତରେ ସେମାନେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଦୃଢ଼ ସମର୍ଥକ ମଧ୍ୟ ସୃଷ୍ଟି କରିବେ ।

ମୋର ପରିବାରଜନ,

ସମୟ ବଦଳିଯାଇଛି, ଯେତିକି ସାର୍ଟିଫିକେଟର ଗୁରୁତ୍ୱ ବଢ଼ି ଯାଇଛି, ସେତିକି ମଧ୍ୟ କୌଶଳର ଗୁରୁତ୍ୱ ବଢ଼ି ଯାଇଛି, କିଭଳି କୌଶଳ ଆପଣମାନଙ୍କ ହାତରେ ଅଛି, କୌଶଳ ବିକଶିତ କରୁଥିବା ଲୋକ ତୃଣମୂଳ ପର୍ଯ୍ୟନ୍ତ କିଭଳି କାର୍ଯ୍ୟ କରୁଛନ୍ତି, ଆଉ ଏଥିପାଇଁ କୌଶଳ ବିକାଶର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି । କୌଶଳ ବିକାଶ ଯୋଜନା ଦ୍ୱାରା ଆଜି ଲକ୍ଷ- ଲକ୍ଷ ଯୁବକମାନେ ଲାଭାନ୍ୱିତ ହେଉଛନ୍ତି । ଥରେ ଯଦି ଯୁବକମାନେ କାମ ଶିଖି ନେଇ ଥାଆନ୍ତି, ତେବେ ସେମାନଙ୍କୁ ନିଜ ରୋଜଗାର ପାଇଁ ମୁଦ୍ରା ଯୋଜନାରେ ବିନା କୌଣସି ଗ୍ୟାରେଂଟିରେ ବ୍ୟାଙ୍କ ଲୋନ୍ ମିଳି ଯାଉଛି, ଯେତେବେଳେ ଋଣ ମିଳି ଯାଉଛି ସେତେବେଳେ ତାହାର ଗ୍ୟାରେଂଟି କିଏ ଦେବ, ଏହା ଆପଣମାନଙ୍କର ମୋଦୀର ହେଉଛି ଗ୍ୟାରେଂଟି । ସେମାନଙ୍କୁ ନିଜର କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ ଆଉ ନା କେବଳ ନିଜେ ରୋଜଗାର କରିବା ଉଚିତ ବରଂ ଅନ୍ୟ ଚାରି ଜଣ ଲୋକଙ୍କୁ ମଧ୍ୟ ରୋଜଗାର ଦେବା ଆବଶ୍ୟକ । ବନବନ୍ଧୁ କଲ୍ୟାଣ ଯୋଜନା ମାଧ୍ୟମରେ କୌଶଳ ପ୍ରଶିକ୍ଷଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଗୁଜରାଟରେ 50ରୁ ଅଧିକ ଆଦିବାସୀ ଗ୍ରାମରେ ଆଜି ଆଇଟିଆଇ ଏବଂ ଦକ୍ଷତା ବିକାଶର ବଡ଼- ବଡ଼ କେନ୍ଦ୍ର ଚାଲୁ ରହିଛି । ଆଜି ଆଦିବାସୀ ଅଂଚଳରେ ବନ ସମ୍ପଦ କେନ୍ଦ୍ର ଚାଲୁ ରହିଛି, ଯେଉଁଥିରେ 11 ଲକ୍ଷରୁ ଅଧିକ ଆଦିବାସୀ ଭାଇ- ଭଉଣୀ ବନ ଧନ କେନ୍ଦ୍ରରେ ଶିକ୍ଷା ଲାଭ କରୁଛନ୍ତି, ରୋଜଗାର କରୁଛନ୍ତି, ଆଉ ନିଜର ବ୍ୟବସାୟ ବିକଶିତ କରୁଛନ୍ତି। ଜନଜାତୀୟ ସହଯୋଗୀମାନଙ୍କ ପାଇଁ ସେମାନଙ୍କ କୌଶଳ ପାଇଁ ନୂତନ ବଜାର ରହିଛି । ସେହି କଳାର ଉତ୍ପାଦନ ପାଇଁ ସେମାନଙ୍କର ଚିତ୍ରକଳା ପାଇଁ, ସେମାନଙ୍କର କଳାତ୍ମକତା ପାଇଁ ବିଶେଷ ଦୋକାନ ଖୋଲିବାର କାର୍ଯ୍ୟ ଚାଲୁ ରହିଛି ।

 

ସାଥୀଗଣ,

ଆମେ ତୃଣମୂଳ ସ୍ତରରେ କିଭଳି କୌଶଳ ବିକାଶ ଉପରେ ଗୁରୁତ୍ୱ ଦେଉଛୁ, ଏହାର ସଦ୍ୟ ଉଦାହରଣ ଆପଣମାନେ ଏବେ ଦେଖିଥିବେ । ବିଶ୍ୱକର୍ମା ଜୟନ୍ତି ଦିନ 17 ତାରିଖରେ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରାଗଲା, ଆଉ ଏହି ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଆଖ- ପାଖ, ଯଦି ଆପଣ କୌଣସି ମଧ୍ୟ ଗାଁକୁ ଦେଖିବେ, ତେବେ ଗାଁରେ ବସବାସ କରୁଥିବା କିଛି ଲୋକଙ୍କ ବିନା ଏହା ହେଉ ନ ଥିବ, ଏଥିପାଇଁ ଆମ ପାଖରେ ସେମାନଙ୍କ ପାଇଁ ଏକ ଶବ୍ଦ ଅଛି ‘ନିବାସୀ’ ଯାହା ନିବାସ ସ୍ଥାନ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଯଦି ଆପଣ ହେଉଛନ୍ତି କୁମ୍ଭାର, ବାରିକ, ଦର୍ଜୀ, ଧୋବା, କମାର, ସୁର୍ଣ୍ଣକାର, ମାଳ- ଫୁଲ ତିଆରି କରୁଥିବା ଭାଇ- ଭଉଣୀ, ଘର ନିର୍ମାଣ କରୁଥିବା କାରିଗର, ଘର ତିଆରି କରୁଛନ୍ତି, ଯେଉଁମାନଙ୍କୁ ହିନ୍ଦୀରେ ରାଜମିସ୍ତ୍ରୀ କୁହନ୍ତି, ଭିନ୍ନ- ଭିନ୍ନ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ କୋଟି- କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ କରାଯାଇଛି । ସେମାନଙ୍କର ପାରମ୍ପରିକ ପାରିବାରିକ ବ୍ୟବସାୟରେ ସେମାନଙ୍କୁ ପ୍ରଶିକ୍ଷଣ ମିଳୁ, ସେମାନଙ୍କୁ ଆଧୁନିକ ଉପକରଣ ମିଳୁ, ସେମାନଙ୍କ ପାଇଁ ନୂଆ- ନୂଆ ଡିଜାଇନ ମିଳୁ, ଆଉ ସେମାନେ ଯାହା ମଧ୍ୟ ଉତ୍ପାଦନ କରନ୍ତୁ ତାହା ବିଶ୍ୱ ବଜାରରେ ବିକ୍ରି ହେଉ, ଏହି ଦେଶର ଗରିବ ଏବଂ ସାଧାରଣ ପରିଶ୍ରମୀ ଲୋକଙ୍କ ପାଇଁ ଆମେ ଏତେ ବଡ଼ କାର୍ଯ୍ୟ ଆରମ୍ଭ କରିଛୁ ଆଉ ଏହି କାରଣରୁ ମୂର୍ତିକାରମାନେ ସେହି ପରମ୍ପରାକୁ ଆଗକୁ ବଢ଼ାଇ ଅଛନ୍ତି, ଯାହା ହେଉଛି ଏକ ବହୁତ ବଡ଼ ସମୃଦ୍ଧ ପରମ୍ପରା । ଆଉ ଏବେ ଆମେ କାର୍ଯ୍ୟ କରିଛୁ ଫଳରେ ସେମାନଙ୍କୁ କୌଣସି ଚିନ୍ତା କରିବାକୁ ନ ପଡ଼ୁ । କିନ୍ତୁ ଆମେ ସ୍ଥିର କରିଛୁ ଯେ ପରମ୍ପରା, ଏହି କଳାର ଅନ୍ତ ହେବା ଉଚିତ ନୁହେଁ, ଗୁରୁ-ଶିଷ୍ୟ ପରମ୍ପରା ଜାରି ରହିବା ଉଚିତ ଏବଂ ପିଏମ ବିଶ୍ୱକର୍ମାର ଲାଭ ଏଭଳି ଲକ୍ଷ- ଲକ୍ଷ ପରିବାର ପର୍ଯ୍ୟନ୍ତ ପହଂଚିବା ଆବଶ୍ୟକ ଯେଉଁମାନେ ସଚ୍ଚୋଟତାର ସହିତ କାର୍ଯ୍ୟ କରି ପାରିବାରିକ ଜୀବନ ଜୀଉଁଛନ୍ତି । ଏଭଳି ଅନେକ ଉପକରଣଗୁଡ଼ିକ ମାଧ୍ୟମରେ ସରକାର ସେମାନଙ୍କ ଜୀବନକୁ ସମୃଦ୍ଧ କରିବାର କାର୍ଯ୍ୟ କାରୁଛନ୍ତି । ସେମାନଙ୍କର ଚିନ୍ତା ବହୁତ କମ୍ ସୁଧ ହାରରେ ଲକ୍ଷ- ଲକ୍ଷ ଟଙ୍କାର ଋଣ ପାଇବାର ଅଛି । ଏପରିକି ଆଜି ସେମାନଙ୍କୁ ଯେଉଁ ଋଣ ମିଳିବ, ସେଥିରେ ମଧ୍ୟ କୌଣସି ଗ୍ୟାରେଂଟିର ଆବଶ୍ୟକତା ନାହିଁ । କାରଣ ମୋଦୀ ସେମାନଙ୍କର ଗ୍ୟାରେଂଟି ନେଇଛନ୍ତି । ଏହାର ଗ୍ୟାରେଂଟି ସରକାର ନେଇଛନ୍ତି ।

ମୋର ପରିବାରଜନ,

ଦୀର୍ଘ ସମୟ ଧରି ଯେଉଁ ଗରିବ, ଦଳିତ, ଆଦିବାସୀମାନଙ୍କୁ ବଂଚିତ ରଖା ଯାଇଥିଲା, ଅଭାବରେ ରଖା ଯାଇଥିଲା, ଆଜି ସେମାନେ ଅନେକ ଯୋଜନା ଅଧୀନରେ ଅନେକ ପ୍ରକାରର ବିକାଶ ଦିଗରେ ଆଶାବାଦୀ ଚିନ୍ତାଧାରା ନେଇ ଆଗକୁ ବଢ଼ୁଛନ୍ତି । ସ୍ୱାଧୀନତାର ଏତେ ଦଶକ ପରେ ଆଦିବାସୀ ଗୌରବର ସମ୍ମାନ କରିବାର ସୁଯୋଗ ମିଳିଲା । ଏବେ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଦିବସ, ଏହାକୁ ସମଗ୍ର ହିନ୍ଦୁସ୍ତାନ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରୁଛି । ଆମେ ଏହି ଦିଗରେ କାର୍ଯ୍ୟ କରିଛୁ । ଭାଜପା ସରକାର ଆଦିବାସୀ ସମୁଦାୟର ବଜେଟ ବିଗତ ସରକାରଙ୍କ ତୁଳନାରେ 5ଗୁଣ ବଢ଼ାଇ ଦେଇଛନ୍ତି । କିଛି ଦିନ ପୂର୍ବେ ଦେଶ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛି । ଭାରତର ନୂତନ ସଂସଦ ଭବନରେ କାଯ୍ୟ ଆରମ୍ଭ ହେଲା ଆଉ ନୂତନ ସଂସଦ ଭବନରେ ପ୍ରଥମ ଆଇନ ନାରୀଶକ୍ତି ବନ୍ଦନ ଆଇନ ପ୍ରସ୍ତୁତ ହେଲା । ଆପଣମାନଙ୍କ ଆଶୀର୍ବାଦରୁ ଆମେ ତାହାକୁ ପୂରଣ କରିବା ସକ୍ଷମ ହେଲୁ, ଆଉ ପୁଣି ମଧ୍ୟ ଯେଉଁ ଲୋକ ଏହି ବିଷୟରେ ବଡ଼- ବଡ଼ କଥା କହୁଥିଲେ, ସେମାନଙ୍କୁ ଟିକେ ପଚାରନ୍ତୁ ଯେ ଆପଣ ଏତେ ଦଶକ ପର୍ଯ୍ୟନ୍ତ କାହିଁକି ବସି ରହିଥିଲେ, ମୋର ମାଆ- ଭଉଣୀମାନଙ୍କୁ ଯଦି ପୂର୍ବରୁ ସେମାନଙ୍କର ଅଧିକାର ଦିଆ ଯାଇଥାଆନ୍ତା, ତେବେ ସେମାନେ କେତେ ଆଗକୁ ବଢ଼ି ଯାଇଥାଆନ୍ତେ, ଏଥିପାଇଁ ମୋତେ ଲାଗୁଛି ଯେ ସେମାନେ ଏଭଳି ପ୍ରତିଶୃତି ପୂରଣ କରି ନାହାଁନ୍ତି । ମୁଁ ଜବାବ ଦେଉଛି, ମୋର ଆଦିବାସୀ ଭାଇ ଭଉଣୀ ଯେଉଁମାନେ ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ଛୋଟ- ଛୋଟ ସୁବିଧା ଗୁଡ଼ିକରୁ ବଂଚିତ ଥିଲେ, ମୋର ମାଆମାନେ, ଭଉଣୀମାନେ, ଝିଅମାନେ ଦଶକ- ଦଶକ ଧରି ନିଜ ଅଧିକାରରୁ ବଂଚିତ ଥିଲେ ଆଉ ଆଜି ଯେତେବେଳେ ମୋଦୀ ଗୋଟିଏ ପରେ ଗୋଟିଏ ସମସ୍ତ ପ୍ରତିବନ୍ଧକ ହଟାଉଛନ୍ତି ତେବେ ସେମାନଙ୍କୁ ଏହା କହିବାକୁ ପଡ଼ୁଛି ଯେ ନୂଆ- ନୂଆ ଚାଲ୍ ଖେଳିବା ପାଇଁ ଯୋଜନା ତିଆରି କରା ହେଉଛି, ଏହା ହେଉଛି ବାଂଟିବାର ଯୋଜନା, ସମାଜକୁ ବିଭ୍ରାନ୍ତ କରିବା ପାଇଁ ଏହି ଯୋଜନା ହେଉଛି । ମୁଁ ଛୋଟା ଉଦେପୁରରୁ ଏହି ଦେଶର ଆଦିବାସୀ ମାଆ ଓ ଭଉଣୀମାନଙ୍କୁ କହିବାକୁ ଆସିଛି, ଆପଣମାନଙ୍କର ଏହି ପୁଅ ବସିଛି, ଆପଣମାନଙ୍କ ଅଧିକାର ଉପରେ ଗୁରୁତ୍ୱ ଦେବାପାଇଁ ଗୋଟି- ଗୋଟି କରି ଆମେ ଏଭଳି କରୁଛୁ । ଆପଣ ସମସ୍ତ ଭଉଣୀମାନଙ୍କ ପାଇଁ ସଂସଦ ଏବଂ ବିଧାନସଭା ମଧ୍ୟରେ ଅଧିକରୁ ଅଧିକ ଭାଗିଦାରୀର ପଥ ଖୋଲି ଦିଆ ଯାଇଛି । ନିଜର ସମ୍ବିଧାନ ଅନୁସାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ ମଧ୍ୟ ସେଠାରେ ଭଉଣୀମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହା ଦ୍ୱାରା ସେଥିରେ ମଧ୍ୟ ସେମାନଙ୍କୁ ସୁଯୋଗ ମିଳୁ । ନୂତନ ଆଇନରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଭଉଣୀମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ କଥା ଏକ ବଡ଼ ସଂଯୋଗର ବିଷୟ ଯେ ଆଜି ଦେଶର ଏହି ଆଇନକୁ ଅନ୍ତିମ ରୂପ କିଏ ଦେବ । ସଂସଦ ତ’ ପାସ୍ କରି ଦେଲା, କିନ୍ତୁ ତାହା ଉପରେ ଅନ୍ତିମ ନିଷ୍ପତି କିଏ ନେବ? ଏହା ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ମହୋଦୟା ଯିଏ ଆଜି ରାଷ୍ଟ୍ରପତି ପଦରେ ବିରାଜମାନ ଅଛନ୍ତି, ସେ ଏହା ଉପରେ ନିଷ୍ପତି ନେବେ ଆଉ ଏହା ଆଇନ ପାଲଟି ଯିବ । ଆଜି ଛୋଟା ଉଦେପୁରର ଆଦିବାସୀ ଅଂଚଳରେ ଆପଣ ସମସ୍ତ ଭଉଣୀମାନଙ୍କୁ ଯେତେବେଳେ ସାକ୍ଷାତ କରୁଛି, ସେତେବେଳେ ବହୁତ ବ୍ୟାପକ ସଂଖ୍ୟାରେ ଯେଉଁ ଭଉଣୀମାନେ ଆସିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ପ୍ରଣାମ କରୁଛି, ଆଉ ସ୍ୱାଧୀନତାର ଅମୃତକାଳରେ ଏହି ଶୁଭାରମ୍ଭ କେତେ ଭଲ ଭାବେ ହୋଇଛି, କେତେ ଉତମ ରୂପେ ହୋଇଛି, ଯେ ଆପଣମାନେ ସଂକଳ୍ପ ସିଦ୍ଧି ହେବାରେ ଏବେ ଏହି ମାଆମାନଙ୍କର ଆଶୀର୍ବାଦ ଆମକୁ ନୂତନ ଶକ୍ତି ପ୍ରଦାନ କରିବ, ନୂଆ- ନୂଆ ପ୍ରକଳ୍ପରେ ଆମେ ସମସ୍ତେ ଏହି ଅଂଚଳର ବିକାଶ କରିବା, ଆଉ ଏତେ ବ୍ୟାପକ ସଂଖ୍ୟାରେ ଆସି ଆପଣମାନେ ଯେଉଁ ଆଶୀର୍ବାଦ ଦେଲେ ଏଥିପାଇଁ ଆପଣ ସମସ୍ତଙ୍କୁ ଆନ୍ତରିକତାର ସହ କୃତଜ୍ଞତା ଜଣାଉଛି । ସମ୍ପୂର୍ଣ୍ଣ ଶକ୍ତିର ସହିତ ଦୁଇ ହାତ ଉପରକୁ କରି ମୋ ସହିତ କୁହନ୍ତୁ- ଭାରତ ମାତା କୀ ଜୟ, ଆମର ବୋଡେଲୀର ସ୍ୱର ତ’ ଉମରଗାମରୁ ଅମ୍ବାଜୀ ପର୍ଯ୍ୟନ୍ତ ପହଂଚିବା ଦରକାର ।

 

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ବହୁତ- ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
PM Modi offers prayers at Arulmigu Subramaniyaswamy Temple, Thirupparankundram in Madurai
March 01, 2026

The Prime Minister, Shri Narendra Modi, visited and offered prayers at the Arulmigu Subramaniyaswamy Temple in Thirupparankundram, Madurai today.

During his visit to the sacred temple, the Prime Minister sought blessings for the peace, prosperity, and well-being of all citizens. The Prime Minister expressed his hope that Lord Murugan would continue to guide us with strength, courage, and wisdom.

The Prime Minister shared his sentiments with the invocation, "Vetrivel Muruganukku Arogara!"

The Prime Minister Shared on X:

"Vetrivel Muruganukku Arogara!

Prayed at the Arulmigu Subramaniyaswamy Temple, Thirupparankundram, Madurai.

Sought blessings for peace, prosperity and the well-being of all. May Lord Murugan always guide us with strength, courage and wisdom."