ହୁ ମହାନିର୍ଦ୍ଦେଶକଙ୍କ ଏହି କେନ୍ଦ୍ର ପ୍ରତି ସମର୍ଥନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜ୍ଞାପନ
ପାରମ୍ପାରିକ ଔଷଧ ନିମନ୍ତେ ହୁ ବୈଶ୍ୱିକ କେନ୍ଦ୍ର ପାଇଁ ବିଶ୍ୱ ନେତୃବୃନ୍ଦ ଭାରତକୁ ଜଣାଇଲେ ଧନ୍ୟବାଦ
“ପାରମ୍ପରିକ ଔଷଧରୁ ହୁ ବୈଶ୍ୱିକ କେନ୍ଦ୍ର ଏ କ୍ଷେତ୍ରରେ ଭାରତକୁ ସ୍ୱୀକୃତି”
“ଭାରତ ଏହି ଭାଗିଦାରୀକୁ ସମଗ୍ର ମାନବତାର ସେବା ପାଇଁ ଏକ ବିରାଟ ଦାୟିତ୍ୱ ବିବେଚନା କରେ”
“ହୁ ର ଏହି ବୈଶ୍ୱିକ ପାରମ୍ପରିକ ଔଷଧ କେନ୍ଦ୍ର ଜାମନଗର ପାଇଁ ସ୍ୱାସ୍ଥ୍ୟ ସୁଧାର କ୍ଷେତ୍ରରେ ବୈଶ୍ୱିକ ପରିସ୍ଥିତି ଆଣିବ”
“ଏକ ଗ୍ରହ ଆମର ସ୍ୱାସ୍ଥ୍ୟ’ ସ୍ଲୋଗାନ ଦେଇ ହୁ ଭାରତୀୟ ଚିନ୍ତାଧାରା ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ଧାରା ପ୍ରବର୍ତ୍ତନ କରିଛି”
“ଭାରତୀୟ ପାରମ୍ପାରିକ ଭେଷଜ ପଦ୍ଧତି କେବଳ ଉପାଚାର ମଧ୍ୟରେ ସୀମିତ ନୁହେଁ । ଏହା ସାମଗ୍ରୀକ ଜୀବ ବିଜ୍ଞାନ”
 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯.୪.୨୦୨୧) ଗୁଜରାଟର ଜାମନଗରଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୈଶ୍ୱିକ ପାରମ୍ପାରିକ ଭେଷଜ କେନ୍ଦ୍ର (ଜିସିଟିଏମ୍‌) ଶିଳାନ୍ୟାସ କରିଛନ୍ତି । ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ ଘାବିୟେସସ୍‌ଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି । ଜିସିଟିଏମ ବିଶ୍ୱରେ ପ୍ରଥମ ଓ ଏକମାତ୍ର ପାରମ୍ପରିକ ଭେଷଜ କେନ୍ଦ୍ର ହେବ । ଏହା ଆନ୍ତର୍ଜାତିକ ବୈଶ୍ୱିକ ସୁଧାର କେନ୍ଦ୍ର ଭାବେ ବିବେଚିତ ହେବ । ବଙ୍ଗଳାଦେଶ, ଭୁଟାନ, ନେପାଳର ପ୍ରଧାନମନ୍ତ୍ରୀ ଓ ମାଲଡାଭିସ ରାଷ୍ଟ୍ରପତିଙ୍କ ଭିଡିଓ ବାର୍ତ୍ତା ଏହି ଅବସରରେ ପ୍ରସାରିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରୀ ସର୍ବାନନ୍ଦ ସୋନୱାଲ, ଶ୍ରୀ ମଞ୍ଜପାରା ମହେନ୍ଦ୍ର ଭାଇ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।

ଜାମନଗର ଏହି ବୈଶ୍ୱିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ ଘେବ୍ରିୟସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମହାନିର୍ଦ୍ଦେଶକ କହିଥିଲେ ଯେ ଏହା ବାସ୍ତବିକ ଏକ ବୈଶ୍ୱିକ ପ୍ରକଳ୍ପ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦୭ଟି ସଦସ୍ୟ ରାଷ୍ଟ୍ର ତଥା ସେମାନଙ୍କ ସରକାରୀ ପ୍ରତିନିଧି  ପାରମ୍ପାରିକ ଭେଷଜ କାର୍ଯ୍ୟକ୍ରମ ପାଇଁ ଭାରତ ଆସିବେ । ସେ କହିଥିଲେ ଯେ ପାରମ୍ପାରିକ ଔଷଧ ସାମଗ୍ରୀ ବିଶ୍ୱରେ ପ୍ରଚୁର ପରିମାଣରେ ଉପଲବ୍ଧ ଓ ବୈଶ୍ୱିକ କେନ୍ଦ୍ର ପାରମ୍ପାରିକ ଔଷଧ ପ୍ରଚଳକୁ ଫଳପ୍ରଦ କରିବ ।ବିଶ୍ୱର ଅନେକ ଅଞ୍ଚଳରେ ପାରମ୍ପରିକ ଔଷଧ ଉପଚାର ପ୍ରଥମେ କରାଯାଇଥାଏ ।  ନୂତନ କେନ୍ଦ୍ର ବିଭିନ୍ନ ତଥ୍ୟ, ନୂଆ ନୂଆର ପରିବର୍ତ୍ତିତ ଚିକିତ୍ସା ଓ ନିରନ୍ତରତା ଇତ୍ୟାଦି ପାରିମ୍ପାରିକ ଔଷଧ ଚିକିତ୍ସାରେ ପ୍ରୟୋଗ କରିବ ବୋଲି ସେ କହିଥିଲେ । କେନ୍ଦ୍ରର ପ୍ରମୁଖ ପାଂଚଟି କ୍ଷେତ୍ର ଗବେଷଣା, ନେତୃତ୍ୱ, ପ୍ରମାଣ ଓ ଶିକ୍ଷା, ତଥ୍ୟ ଓ ବିଶ୍ଲେଷଣ, ନିରନ୍ତରତା ଓ ବୈଷୟିକ ଜ୍ଞାନ ପ୍ରୟୋଗ ରହିବ ବୋଲି ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ କହିଥିଲେ ।

ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ମରିସସ୍‌କୁ ଏହି ଅବସରରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ ଭାରତୀୟ ଭେଷଜ ପଦ୍ଧତିର  ଗୁରୁତ୍ୱ ତଥା ବିଭିନ୍ନ ସଂସ୍କୃତିରେ ଔଷଧୀୟ ଗୁଳ୍ମରାଜିର ଭୂମିକା ଉପରେ ଆଲୋକପାତ କରିଥିଲେ । ଏଭଳି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଏହାହିଁ  ପ୍ରକୃଷ୍ଠ ସମୟ ବୋଲି ସେ କହିଥିଲେ । ଏଭଳି କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଅବଦାନ ତଥା ନେତୃତ୍ୱର ସେ ପ୍ରଶଂସା କରିଥିଲେ । “ଆମେ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ଭାରତବାସୀଙ୍କ ନିଷ୍କପଟ ଅବଦାନ ପାଇଁ ଗଭୀରଭାବେ କୃତଜ୍ଞ ବୋଲି ଶ୍ରୀ ପ୍ରବୀଣ କୁମାର ଜଗନ୍ନାଥ କହିଥିଲେ। ୧୯୮୯ ମସିହା ପରଠାରୁ ମରିସସ୍‌ରେ ଆୟୁର୍ବେଦକୁ ଆଇନଗତ ସ୍ୱୀକୃତି ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ । ଜାମନଗରରେ ଆୟୁର୍ବେଦ ପଢିବା ପାଇଁ ମରିସସ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଯୋଗାଇ ଥିବାରୁ ସେ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ  ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଡକ୍ଟର ଟେଡ୍ରସ ଘାବ୍ରିୟେସସ୍‌ଙ୍କୁ ତାଙ୍କ ବକ୍ତବ୍ୟ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ।  ପ୍ରଧାନମନ୍ତ୍ରୀ ଡକ୍ଟର ଟେଡ୍ରସ ଘାବ୍ରିୟେସସ୍‌ଙ୍କ ଭାରତ ସହ ସମ୍ପର୍କ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପାରିକ ଭେଷଜ କେନ୍ଦ୍ର ସ୍ଥାପନା ଦିଗରେ ବ୍ୟକ୍ତିଗତ ଅବଦାନ ନେଇ ସେ କୃତଜ୍ଞତା ଜଣାଇଥିଲେ । ତାଙ୍କର ଭାରତଠାରୁ ରଖିଥିବା ଆଶା ଆକାଂକ୍ଷା ନିଶ୍ଚୟ ପୂରଣ ହେବ ବୋଲି ସେ ମହାନିର୍ଦ୍ଦେଶକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ମରିସସ୍ ସହ ପ୍ରାୟ ତିନିଦଶନ୍ଧି ଧରି ଆମର ସମ୍ପର୍କ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ତାଙ୍କ ପରିବାର ସହ ରହିଛି ବୋଲି କହିବା ସହ ତାଙ୍କର ବକ୍ତବ୍ୟ ଓ ଉପସ୍ଥିତି ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ମୋଦୀ ଯେଉଁ ନେତୃବୃନ୍ଦଙ୍କ ଭିଡିଓ ବାର୍ତ୍ତା ପ୍ରସାରିତ ହେଲା ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ହୁ ର ବୈଶ୍ୱିକ ପାରମ୍ପାରିକ ଭେଷଜ କେନ୍ଦ୍ର ଏହି କ୍ଷେତ୍ରରେ ଭାରତର  ଅବଦାନ ପ୍ରତି ଏକ ସ୍ୱୀକୃତି” । ସେ ପୁନଃ କହିଥିଲେ ଯେ “ଭାରତ ଦେଇଥିବା ଏହି ଅଂଶୀଦାରିତା ଏକ ସମଗ୍ର ମାନବତା ନିମନ୍ତେ ଏକ ଗୁରୁଦାୟିତ୍ୱ” ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି କେନ୍ଦ୍ରର ସ୍ଥାନକୁ ନେଇ ଖୁସି ପ୍ରକଟ  କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ହୁ ର ଏହି ପାରମ୍ପାରିକ ଭେଷଜ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସ୍ୱାସ୍ଥ୍ୟ ସୁଧାର ନିମନ୍ତେ ଜାମନଗରର ଅବଦାନ ପାଇଁ ଏହା ବିଶ୍ୱରେ ପରିଚିତ ହେବ ।” ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବରୁ ବିଶ୍ୱର ପ୍ରଥମ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଜାମନଗରରେ ସ୍ଥାପିତ ହୋଇଥିଲା । ନଗରୀର ଗୁଣାତ୍ମକ ଆୟୁର୍ବେଦ ପ୍ରତିଷ୍ଠାନ ଓ ଶିକ୍ଷଣ ଓ ଗବେଷଣା କେନ୍ଦ୍ର ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଆମର ସର୍ବଶେଷ  ଲକ୍ଷ୍ୟ ହେଉଛି ସ୍ୱାସ୍ଥ୍ୟ ସୁଧାର । ଜୀବନରେ ରୋଗମୁକ୍ତି ଜୀବନର ଗୁରୁୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ, ମାତ୍ର ସର୍ବଶେଷ ଲକ୍ଷ୍ୟ ହେଉଛି ସୁଧାର । ସୁଧାରର ମହତ୍ୱ ବୈଶ୍ୱିକ ମହାମାରୀ କାଳରେ ଠିକ୍‌ଭାବେ ଅନୁଭୂତ ହୋଇଥିଲା ବୋଲି ଶ୍ରୀ ମୋଦୀ କହିଥିଲେ । “ଆଜି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ଯତ୍ନର ର ବିଭିନ୍ନ ଦିଗ ଖୋଜୁଛି । ମୁଁ ଖୁସି ଯେ ଗୋଟିଏ ଗ୍ରହ, ଆମର ସ୍ୱାସ୍ଥ୍ୟ ସ୍ଲୋଗାନ ଦେଇ ବିଶ୍ୱ ସ୍ୱାସ୍ଥ୍ୟ  ସଂଗଠନ ଏହାର ଭାରତୀୟ ପରିଭାଷା ‘ଗୋଟିଏ ପୃଥିବୀ ଗୋଟିଏ ସ୍ୱାସ୍ଥ୍ୟ’କୁ ପ୍ରୋତ୍ସାହନ ଦେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଭାରତୀୟ ପାରମ୍ପାରିକ ଭେଷଜ ପଦ୍ଧତି କେବଳ ଉପଚାରରେ ସୀମିତ ନୁହେଁ । ଏହା ସମଗ୍ର ଜୀବ ବିଜ୍ଞାନ ସର୍ବସ୍ୱ । ଆୟୁର୍ବେଦ ମାତ୍ର ଉପଚାର ଓ ରୋଗ ଭଲ ହେବା ମଧ୍ୟରେ ସୀମିତ ନୁହେଁ କହି ଶ୍ରୀ ମୋଦୀ ଆୟୁର୍ବେଦ କେବଳ ଉପଚାର ରୋଗ ଭଲ କରିବା ବ୍ୟତୀତ ସାମାଜିକ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ ଓ ଖୁସି, ପରିବେଶ ସ୍ୱାସ୍ଥ୍ୟ ସୁଧାର,ଦୟା,  କରୁଣା ଓ ଉତ୍ପାଦକତା ଦ୍ୱାରା ପରିପୂର୍ଣ୍ଣ ବୋଲି କହିଥିଲେ ।

ଆୟୁର୍ବେଦ ହେଉଛି ଜୀବନର ଜ୍ଞାନ ଓ ପଞ୍ଚମ ବେଦ ଭାବେ ବିଦିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତ୍ତମ ସ୍ୱାସ୍ଥ୍ୟ ସହ ସନ୍ତୁଳିତ ଆହାରର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ଆମର ପୂର୍ବଜମାନେ ଖାଦ୍ୟକୁ ରୋଗର ଅଭୟ  ଉପଚାର ବୋଲି ଉପଦେଶମାନ ଦେଇଥାଆନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଏହା ଗର୍ବର ବିଷୟ ଯେ, ଜାତିିସଂଘ ପକ୍ଷରୁ ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ ବର୍ଷଭାବେ ଘୋଷଣା କରାଯାଇଛି । ଏହି ପଦକ୍ଷେପ ମାନବତା ନିମନ୍ତେ ହିତକାରୀ ହେବ ବୋଲି ସେ କହିଥିଲେ ।

ବୈଶ୍ୱିକ ମହାମାରୀ ମୁକାବିଲା ନିମନ୍ତେ ଆୟୁର୍ବେଦ, ୟୁନାନୀ, ସିଦ୍ଧ ଭଳି ପାରମ୍ପାରିକ ଚିକିତ୍ସା ପଦ୍ଧତିର ବହୁ ଚାହିଦା ରହିଛି । ସେହିପରି ଯୋଗ ମଧ୍ୟ ବିଶ୍ୱବ୍ୟାପୀ ମଧୁମେହ, ପୃଥୁଳତ୍ୱ ଓ ମାନସିକ ଅବସାଦ ଦୂର କରିବାରେ ଫଳପ୍ରଦ ହୋଇଛି । ଏହା ମାନସିକ ସନ୍ତୁଳନ ରକ୍ଷା କରିବାରେ ସମର୍ଥ ହେଉଛି ।

ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ର ପାଇଁ ୫ଟି ଲକ୍ଷ୍ୟ ରହିଛି ବୋଲି କହିଥିଲେ, ପ୍ରଥମ ହେଉଛି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ପାରମ୍ପାରିକ ଜ୍ଞାନ ପଦ୍ଧତିର ଡାଟାବେସ୍ ସୃଷ୍ଟି କରିବା, ଦ୍ୱିତୀୟରେ ଜିସିଟିଏମ, ଆନ୍ତର୍ଜାତିକ ମାନ ପରୀକ୍ଷା ଓ ପ୍ରମାଣନ ପାଇଁ ବ୍ୟବହାର କରିପାରିଲେ ଏହି ପାରମ୍ପାରିକ ଔଷଧ ପ୍ରତି ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ତୃତୀୟ ଜିସିଟିଏମ୍ ଏପରି ଏକ ମଞ୍ଚ ତିଆରି କରିବା ଦରକାର ଯାହାଫଳରେ ବୈଶ୍ୱିକ ବିଶେଷଜ୍ଞମାନେ ପାରମ୍ପାରିକ ଭେଷଜ ପଦ୍ଧତି ଉପରେ ସେମାନଙ୍କ ଜ୍ଞାନ ବିନିମୟ  କରିପାରିବେ । ଏଥିପାଇଁ ସେ ମଧ୍ୟ ଏକ ପାରମ୍ପାରିକ ଭେଷଜ ପଦ୍ଧତିର ଏକ ଉତ୍ସବ ପାଳନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଚତୁର୍ଥରେ ଜିସିଟିଏମ ପାରମ୍ପରିକ ଔଷଧପତ୍ର ଉପରେ ଗବେଷଣା ପାଇଁ ପାଣ୍ଠି ଯୋଗାଡ କରିବ । ଶେଷର ଜିସିଟିଏମ୍ କେତେକ ନିର୍ଦ୍ଦିଷ୍ଟ ରୋଗର ଉପଚାର ନିମନ୍ତେ ଏପରି ଏକ ଖସଡା ପ୍ରସ୍ତୁତ କରିବ ଯାହାଫଳରେ ରୋଗୀମାନେ ଉଭୟ ପାରମ୍ପାରିକ ଓ ଆଧୁନିକ ଔଷଧରୁ ରୋଗୀମାନେ ସୁବିଧା ପାଇପାରିବେ ।

ଶ୍ରୀ ମୋଦୀ ଭାରତୀୟ ମନ୍ତ୍ର “ବସୁଧୈବ କୁଟୁମ୍ବ କମ୍‌’ର ଅବତାରଣା କରି ସମଗ୍ର ବିଶ୍ୱ ସୁସ୍ଥ ରହିବାକୁ କାମନା କରିଥିଲେ । ଡବ୍ଲୁଏଚଓ ଓ ଜିସିଟିଏମର ମିଳିତ ପ୍ରୟାସ ଦ୍ୱାରା ଏହି ପରମ୍ପରା ଆହୁରି ସମୃଦ୍ଧ ହେବ ବୋଲି ସେ କହିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.