ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ବୀନାରେ ୫୦, ୭୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ
ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପରିସରର ଶିଳାନ୍ୟାସ
ନର୍ମଦାପୁରମ୍‌ଠାରେ ଶକ୍ତି ଓ ଅକ୍ଷୟ ଶକ୍ତି ନିର୍ମାଣ ଅଞ୍ଚଳ ନିମନ୍ତେ ଶିଳାନ୍ୟାସ ଓ ରତଲାମଠାରେ ବୃହତ ଶିଳ୍ପ ଉଦ୍ୟାନର ଭିତ୍ତିପ୍ରସ୍ତର ସ୍ଥାପନ
ଇନ୍ଦୋରଠାରେ ଦୁଇଟି ଆଇଟି ଉଦ୍ୟାନ ଓ ଛଅଟି ନୂତନ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ
“ଆଜିର ପ୍ରକଳ୍ପ ସମୂହ ଆମର ମଧ୍ୟପ୍ରଦେଶ ପ୍ରତି ସଂକଳ୍ପର ପ୍ରମାଣ”
“ପ୍ରତ୍ୟେକ ଦେଶ ଓ ରାଜ୍ୟ ନିମନ୍ତେ ପ୍ରଶାସନ ସ୍ୱଚ୍ଛ ହେବା ସହ ଦୁର୍ନୀତିର ମୂଳୋତ୍ପାଟନ ଆବଶ୍ୟକ”
“ଭାରତ ଦାସତ୍ୱର ମାନସିକତାକୁ ଛାଡି ଆସି ବର୍ତ୍ତମାନ ସ୍ୱାଧୀନ ଚେତାର ବିଶ୍ୱାସ ନେଇ ଆଗେଇ ଚାଲିଛି”
“ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ସନାତନ ଧର୍ମକୁ ଯେଉଁମାନେ ଭାଙ୍ଗିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରତି ଜନସାଧାରଣ ସତର୍କ ରହିବା ଆବଶ୍ୟକ”
“ଜି-୨୦ର ଅଭୂତପୂର୍ବ ସଫଳତା ହେଉଛି ୧୪୦ କୋଟି ଭାରତୀୟଙ୍କ ସଫଳତା”
“ବିଶ୍ୱକୁ ଏକାଠି କରିବାର ବିଶେଷଜ୍ଞତା ଭାରତ ପ୍ରଦର୍ଶନ କରିବା ସହ ବିଶ୍ୱାମିତ୍ର ଭାବେ ମୁଣ୍ଡ ଟେକୁଛି”
“ଅବହେଳିତ ଲୋକଙ୍କୁ ଅଗ୍ରାଧିକାର ହେଉଛି ସରକାରଙ୍କ ମୌଳିକ ମନ୍ତ୍ର”
“ମୋଦୀଙ୍କ ଟ୍ରାକ ରେକର୍ଡର ଗ୍ୟାରେଣ୍ଟି ଆପଣଙ୍କ ସାମ୍ନାରେ ଅଛି”
“ଅକ୍ଟୋବର ୫, ୨୦୨୩ରେ ରାଣୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୪-୯-୨୦୨୩)ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ ପରିସର ରହିଛି । ଏହା ୪୯ ହଜାର କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହା ବ୍ୟତୀତ ନର୍ମଦାପୁରମ୍ ଜିଲ୍ଲାରେ ଶକ୍ତି ଓ ଅକ୍ଷୟଶକ୍ତି ନିର୍ମାଣ ଅଞ୍ଚଳ, ଇନ୍ଦୋରରେ ଦୁଇଟି ଆଇଟି ଉଦ୍ୟାନ, ରତଲାମ୍‌ରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ନୂତନ ଶିଳ୍ପାଞ୍ଚଳ ଅନ୍ତର୍ଭୁକ୍ତ । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ହେଉଛି ଯୋଦ୍ଧାଙ୍କ ଭୂମି । ସେ ମଧ୍ୟପ୍ରଦେଶର ସାଗରକୁ ମାସକ ମଧ୍ୟରେ ଆସିଥିବାର ସୁଯୋଗ ପାଇଥିବାରୁ ସେଠାକାର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସେ ମଧ୍ୟ ସନ୍ଥ ରବିଦାସଜୀଙ୍କ ସ୍ମାରକୀସ୍ଥଳର ଶିଳାନ୍ୟାସ ପାଇଁ ଆସିଥିବାର ସ୍ମୃତିଚାରଣ କରିଥିଲେ । 

 

ଆଜିର ପ୍ରକଳ୍ପଗୁଡିକ ସେ ଅଞ୍ଚଳର ବିକାଶକୁ ନୂତନ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଏସବୁ ପ୍ରକଳ୍ପ ନିମନ୍ତେ ୫୦ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି ଯାହା କି ଦେଶର କେତେକ ରାଜ୍ୟର ବଜେଟର ପରିମାଣଠାରୁ ମଧ୍ୟ ଅଧିକ ବୋଲି କହିଥିଲେ । “ଏହା ଆମର ମଧ୍ୟପ୍ରଦେଶ ପ୍ରତି ଥିବା ସଂକଳ୍ପର ନିଦର୍ଶନ” ବୋଲି ସେ କହିଥିଲେ । 

ସ୍ୱାଧୀନତାର ଅମୃତକାଳରେ ଦେଶର ପ୍ରତ୍ୟେକ ନାଗରିକ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ସଂକଳ୍ପ ନେଇଥିôବା ପ୍ରଧାନମନ୍ତ୍ରୀ କହିଥିଲେ । ଆତ୍ମନିର୍ଭର ଭାରତର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପେଟ୍ରୋଲ, ଡିଜେଲ ଓ ପେଟ୍ରୋଲ ରସାୟନ ଦ୍ରବ୍ୟ ପାଇଁ ବିଦେଶ ଉପରେ ନିର୍ଭର କରୁଛି । 

ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପ୍ରକଳ୍ପ ଆତ୍ମ ନିର୍ଭରତା କ୍ଷେତ୍ରରେ ଏକ ସାର୍ଥକ ପ୍ରକଳ୍ପ । ପ୍ରଧାନମନ୍ତ୍ରୀ ପ୍ଲାଷ୍ଟିକ ସାମଗ୍ରୀ ଯଥା ପାଇପ୍‌, ଟ୍ୟାପ, ଆସବାବାପତ୍ର, ରଙ୍ଗ, କାର ଯନ୍ତ୍ରାଂଶ, ମେଡିକାଲ ଉପକରଣ, ପ୍ୟାକେଜ ସାମଗ୍ରୀ ଓ କୃଷି ଉପକରଣର ଉଦାହରଣ ଦେଇ ଏହି ସବୁ ଉତ୍ପାଦନରେ ପେଟ୍ରୋ ରସାୟନର ଏକ ମୁଖ୍ୟ ଭୂମିକା ଥିବା କହିଥିଲେ । “ମୁଁ ଗ୍ୟାରେଣ୍ଟି ଦେଉଛି ଯେ ବୀନା ତୈଳ ବିଶୋଧନାଗାରରେ ପେଟ୍ରୋଲ ରସାୟନ ପରିସରରେ ସମଗ୍ର ଅଞ୍ଚଳର ଅଭିବୃଦ୍ଧିରେ ସହାୟକ ହେବା ସହ ବିକାଶକୁ ଏକ ନୂତନ ଶିଖରରେ ପହଞ୍ଚାଇବ । ଏହା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଏହା କେବଳ ନୂତନ ଶିଳ୍ପ ଗଢି ଉଠିବାରେ ସହଯୋଗ କରିବ ନାହିଁ, ବରଂ କ୍ଷୁଦ୍ରଚାଷୀ ଓ ଉଦ୍ୟୋଗପତି ମାନଙ୍କୁ ସୁବିଧା ଯୋଗାଇବା ସହ ଯୁବକଯୁବତୀମାନଙ୍କ ନିମନ୍ତେ ହଜାର ହଜାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନିର୍ମାଣ କ୍ଷେତ୍ରକୁ ନେଇ ସେ କହିଥିଲେ ଯେ ଦଶଟି ନୂତନ ଶିଳ୍ପ କ୍ଷେତ୍ରରେ ଆଜିଠାରୁ କାମ ଆରମ୍ଭ ହେବାକୁ ଯାଉଛି । ନର୍ମଦାପୁରମ, ଇନ୍ଦୋର ଓ ରୀତଲାମରେ ପ୍ରକଳ୍ପଗୁଡିକ ମଧ୍ୟପ୍ରଦେଶର ଶିଳ୍ପ କ୍ଷମତା ବୃଦ୍ଧି କରିବା ସହ ସମସ୍ତଙ୍କ ପାଇଁ ସୁବିଧା ହେବ ।

 

ଶାସନର ସ୍ୱଚ୍ଛତା ସହ ଦୁର୍ନୀତିର ମୂଳପୋଛ ଯେକୌଣସି ଦେଶ ଓ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଏକଦା ମଧ୍ୟପ୍ରଦେଶକୁ କିପରି ଭଙ୍ଗୁର ଓ ଦୁର୍ବଳ ରାଜ୍ୟ କୁହାଯାଉଥିଲା ସେ ତା’ର ସ୍ମୃତିଚାରଣ କରିଥିଲେ । “ଯେଉଁମାନେ ଯୁଗ ଯୁଗ ଧରି ମଧ୍ୟପ୍ରଦେଶ ଶାସନରେ ଥିଲେ ସେମାନେ ରାଜ୍ୟକୁ ଅପରାଧ ଓ ଦୁର୍ନୀତି ବ୍ୟତୀତ ଆଉ କିଛି ଦେଇ ନ ଥିଲେ ବୋଲି କହିଥିଲେ । ରାଜ୍ୟରେ ଅପରାଧୀମାନଙ୍କ ଅବାଧ ବିଚରଣ ଓ ଜନସାଧାରଣଙ୍କ ଆଇନ ଶୃଙ୍ଖଳା ଉପରେ ଆସ୍ଥା ନ ଥିବାରୁ ଅନେକ କଳ କାରଖାନା ମାଲିକ ରାଜ୍ୟରୁ ଅନ୍ୟତ୍ର ପଳାଇଗଲେ ବୋଲି ସେ କହିଥିଲେ । 

ବର୍ତ୍ତମାନର ସରକାର ମଧ୍ୟପ୍ରଦେଶର ପରିସ୍ଥିତି ବଦଳାଇବାରେ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଇନ ଶୃଙ୍ଖଳାର ପୁନରୁଦ୍ଧାର କରି ଜନସାଧାରଣଙ୍କ ମନରୁ ଭୟ ଦୂର କରିବା, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ ଶକ୍ତି, ଯୋଗାଣର ଉଦାହରଣ ଦେଇଥିଲେ । ସଂଯୋଗୀକରଣର ଉନ୍ନତି ଯୋଗୁଁ ରାଜ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ଓ ବଡ ବଡ ଶିଳ୍ପମାନେ ସେମାନଙ୍କ କାରଖାନା ବସାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ଶିଖର ଛୁଇଁବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ । 

 

ଦାସତ୍ୱ ମାନସିକତାଠାରୁ ଦୂରେଇ ଯାଇ ସବ୍‌କା ପ୍ରୟାସ ବଳରେ ଆଗଉଥିବାରୁ ଆଜିର ନବଭାରତର ଦୃଢ ଅବସ୍ଥାନ୍ତର ହେଉଛି ବୋଲି ସେ କହିଥିଲେ । “ଭାରତ ଦାସତ୍ୱ ମାନସିକତାକୁ ପଛରେ ଛାଡି ବର୍ତ୍ତମାନ ସ୍ୱାଧୀନ ହେବାର ବିଶ୍ୱାସର ସହ ଚାଲିଛି” ବୋଲି ସେ କହିଥିଲେ । ଏହା ନିକଟରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରତିଫଳିତ ହୋଇଛି ଓ ଏହା ସମସ୍ତଙ୍କର ଲକ୍ଷ୍ୟ ହେବା ସହ ସମସ୍ତେ ଦେଶର ଏହି ସଫଳତାରେ ଗର୍ବିତ । ପ୍ରଧାନମନ୍ତ୍ରୀ ଜି-୨୦ ସଫଳତାର ଶ୍ରେୟ ଦେଶବାସୀଙ୍କୁ ଦେଇଥିଲେ । “ଏହା ୧୪୦ କୋଟି ଭାରତବାସୀଙ୍କ ସଫଳତା” ବୋଲି ସେ କହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବା ଦେଶର ବିବିଧତା ଓ ସାମର୍ଥ୍ୟର ପରିଚାୟକ ଓ ପ୍ରତିନିଧିଗଣ ଏଥିପାଇଁ ଖୁବ୍ ଖୁସି ଥିଲେ । ଜି-୨୦ର ପ୍ରଭାବ ଖଜୁରାହୋ, ଇନ୍ଦୋର ଓ ଭୋପାଳ ଉପରେ ପଡିଥିବାରୁ ବିଶ୍ୱର ନଜରର ମଧ୍ୟପ୍ରଦେଶ ଛବି ଉନ୍ନତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପଟରେ ନବଭାରତ ଏହାର ଦକ୍ଷତା ବଳରେ ବିଶ୍ୱକୁ ଏକାଠି କରି ବିଶ୍ୱାମିତ୍ର ସାଜୁଥିବା ବେଳେ , ଅନ୍ୟପଟରେ କେତେ ସଂଗଠନ ଦେଶ ଓ ସମାଜକୁ ଭାଗ ଭାଗ କରିବାକୁ ବଦ୍ଧ ପରିକର । 

ନିକଟରେ ଗଢି ଉଠିଥିବା ମେଣ୍ଟ ସମ୍ପର୍କରେ ଶ୍ରୀ ମୋଦି କହିଥିଲେ ଯେ ଦେଶର ମୂଲ୍ୟବୋଧ ପ୍ରତି ଆକ୍ରମଣ କରି ହଜାର ହଜାର ବର୍ଷ ପୁରୁଣା ଆଦର୍ଶ, ନୀତି ଓ ପରମ୍ପରା ଧ୍ୱଂସ କରିବା ନେଇ ସେମାନଙ୍କ ନୀତି ସୀମିତ । ନୂତନଭାବେ ଗଠିତ ମେଣ୍ଟ ସନାତମ ଧର୍ମର ବିନାଶ ଚାହାଁନ୍ତି । ଦେଶ ଅହଲ୍ୟାବାଈ ହୋଲକାର ତାଙ୍କର ସମାଜ ସେବା ଦ୍ୱାରା ଦେଶର ବିଶ୍ୱାସର ସୁରକ୍ଷା କରିଥିଲେ । ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କୁ ଆହ୍ୱାନ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଅସୃଶ୍ୟତାର ଆନ୍ଦୋଳନ ପଛରେ ଭଗବନା ରାମ ଓ ସ୍ମାମୀ ବିବେକାନନ୍ଦଙ୍କ ପ୍ରେରଣା ଥିଲା । ସେମାନେ ସମାଜର ବିଭିନ୍ନ ମନ୍ଦ କାର୍ଯ୍ୟ ନେଇ ଜନସାଧାରଣଙ୍କୁ ସତର୍କ କରାଉଥିବାବେଳେ, ଲୋକମାନ୍ୟ ତିଳକ ଦେଶ ମାତୃକାର ରକ୍ଷା ପାଇଁ ପଦକ୍ଷେପ ନେବା ସହ ସ୍ୱାଧୀନତାର ସଂଗ୍ରାମକୁ ଗଣେଶ ପୂଜା ସହ ଯୋଡିଥିଲେ । 

 

ପ୍ରଧାନମନ୍ତ୍ରୀ ସନାନତୀ ଶକ୍ତି ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାମାନଙ୍କୁ ଅନୁପ୍ରାଣୀତ କରିଥିଲେ ବୋଲି କହିବା ସହ ଏହା ସନ୍ଥ ରବି ଦାସ, ମାତା ସାବ୍ରୀ ଓ ମହର୍ଷି ବାଲ୍ମିକୀଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା ବୋଲି କହିଥିଲେ। ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ସନାତନୀକୁ ଯେଉଁମାନେ ଭାଙ୍ଗିବାକୁ ଚାହୁଁଛନ୍ତି ଏଭଳି ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ ସେ କହିଥିଲେ । 

ସରକାର ଦେଶଭକ୍ତ ଓ ଲୋକସେବା ପ୍ରତି ପ୍ରତିବଦ୍ଧ ବୋଲି ସେ କହିଥିଲେ । ଅବହେଳିତ ବ୍ୟକ୍ତି ବିଶେଷଙ୍କ ପ୍ରତି ଅଗ୍ରାଧିକାର ସରକାରଙ୍କ ମୌଳିକ ମନ୍ତ୍ର ଓ ଏଥିପ୍ରତି ସମ୍ବେଦନଶୀଳ । ପ୍ରଧାନମନ୍ତ୍ରୀ ମଧ୍ୟ ବୈଶ୍ୱିକ ମହାମାରୀ କାଳରେ ଅଶୀ କୋଟି ଲୋଙ୍କୁ ରାସନ ଯୋଗାଇବା ସହ ଜନ କଲ୍ୟାଣ ପଦକ୍ଷେପ ନେଇ ପ୍ରକାଶ କରିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ମଧ୍ୟପ୍ରଦେଶ ଯେପରି ସଫଳତାର ଶିଖର ଛୁଇଁବ ତାହା ଆମର ନିରବଚ୍ଛିନ୍ନ ଉଦ୍ୟମ, ମଧ୍ୟପ୍ରଦେଶର ପ୍ରତ୍ୟେକ ପରିବାର ଜବୀନ ସୁଖପଦ ହେବା ସହ ପ୍ରତ୍ୟେକ ଘରକୁ ସମୃଦ୍ଧି ଆସୁ । ମୋଦୀଙ୍କ ଟ୍ରାକ ରେକର୍ଡ ଆପଣମାନଙ୍କ ଆଗରେ ରହିଛି । ରାଜ୍ୟରେ ଗରିବଙ୍କ ନିମନ୍ତେ ୪୦ଲକ୍ଷ ପକ୍କା ଘର, ଶୌଚାଳୟର ଗ୍ୟାରେଣ୍ଟି, ମାଗଣା ଚିକିତ୍ସା ସୁବିଧା, ବ୍ୟାଙ୍କ ଖାତା ଓ ଧୂମହୀନ ରୋଷେଇ ଘର ଉପଲବ୍ଧ । ରକ୍ଷା ବନ୍ଧନ ଅବସରରେ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିବା ବିଷୟ ମଧ୍ୟ ସେ କହିଥିଲେ । “ଏଥିପାଇଁ ଉଜ୍ଜ୍ୱଳା ହିତାଧିକାରୀ ଭଉଣୀମାନେ ଏବେ ୪୦୦ଟଙ୍କା ଶସ୍ତାରେ ସିଲିଣ୍ଡର ପାଉଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । ସେଥିପାଇଁ କେନ୍ଦ୍ର ସରକାର ଗତକାଲି ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ୭୫ଲକ୍ଷ ଅଧିକ ଭଉଣୀ ଏବେ ମାଗଣା ଗ୍ୟାସ ସଂଯୋଗ ପାଇବେ । ଯେପରି କୌଣସି ଭଉଣୀ ଗ୍ୟାସ ସଂଯୋଗରୁ ବାଦ୍ ନ ପଡନ୍ତି, ତାହା ଆମର ଲକ୍ଷ୍ୟ” ବୋଲି ଶ୍ରୀ ମୋଦୀ କହିଥିଲେ । 

ସେ କହିଥିଲେ ଯେ ସରକାର ତାଙ୍କର ପ୍ରତ୍ୟେକ ଗ୍ୟାରେଣ୍ଟି ପୂରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମଧ୍ୟସ୍ଥିଙ୍କୁ ହଟାଇବା ଦ୍ୱାରା ହିତାଧିକାରୀ କୃଷକ ପୁରା ଫାଇଦା ପାଉଛନ୍ତି ଓ ସେ ଏ ବାବଦ ପିଏମ୍ କିଶାନ ସମାନନିଧିର ଉଦାହରଣ ଦେଇଥିଲେ । ଏହା ଦ୍ୱାରା ହିତାଧିକାରୀ ଚାଷୀର ସିଧାସଳଖ ବ୍ୟାଙ୍କ ଖାତାରେ ୨୮,୦୦୦ ଟଙ୍କା ଜମା ହେଉଛି । ଏହି ଯୋଜନା ବାବଦ ସରକାର ୨, ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

 

ଗତ ନଅବର୍ଷ ମଧ୍ୟରେ କେନ୍ଦ୍ର ସରକାର ଚାଷୀଙ୍କ ଖର୍ଚ୍ଚ ହ୍ରାସ ଦିଗରେ ଉଦ୍ୟମ କରି ସେମାନଙ୍କୁ ଶସ୍ତା ଦରରେ ସାର ଯୋଗାଉଛନ୍ତି ଓ ଗତ ନଅବର୍ଷରେ ଏ ବାବଦ ୧୦ଲକ୍ଷ କୋଟିଟଙ୍କା ଖର୍ଚ୍ଚ କରିଛନ୍ତି । ଆମେରିକା ଜଣେ ଚାଷୀ ଗୋଟିଏ ବସ୍ତା ୟୁରିଆ ୩ହଜାର ଟଙ୍କାରେ କିଣୁଥିବାବେଳେ ଭାରତୀୟ ଚାଷୀଙ୍କୁ ୩ଶହ ଟଙ୍କାକୁ କମ୍ ଦେବାକୁ ପଡୁଛିୁ । ଅତୀତରେ ୟୁରିଆ କ୍ର୍ରୟ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ହେରଫେର ଉଦାହରଣ ଦେଇ ବର୍ତ୍ତମାନ ସବୁ ଆଡେ ଏହା ସହଜରେ ଉପଲବ୍ଧ ହେଉଛି ବୋଲି କହିଥିଲେ । 

“ଜଳସେଚନର ମହତ୍ୱ ବୁନ୍ଦେଲଖଣ୍ଡ ବ୍ୟତୀତ ଅଧିକ ଆଉ କିଏ ଜାଣିଛି” ବୋଲି କହି ଡବଲ ଇଞ୍ଜିନ ସରକାର ବୁନ୍ଦେଲଖଣ୍ଡର ଜଳସେଚନ ଉପରେ କରିଥିବା କାର୍ଯ୍ୟ ନେଇ ଆଲୋକପାତ କରିଥିଲେ । କେନ୍‌-ବେଟୱା ଲିଙ୍କ କେନାଲ ବୁନ୍ଦେଲଖଣ୍ଡ ସମେତ ଅଞ୍ଚଳର ଅନେକ ଜିଲ୍ଲାର କୃଷକଙ୍କୁ ସାହାଯ୍ୟ କରିବ । ଦେଶରେ ଚାରିବର୍ଷ ମଧ୍ୟରେ ୧୦କୋଟି ନୂତନ ପରିବାରଙ୍କୁ ପାଇପ ପାଣି ଯୋଗାଉଥିବାବେଳେ ଏଥିରେ ମଧ୍ୟପ୍ରଦେଶର ୬୫ ଲକ୍ଷ ପରିବାର ଅଛନ୍ତି ।” ଅଟଳ ଭୂତଳ ଜଳଯୋଜନାରେ ବୁନ୍ଦେଲଖଣ୍ଡର ଜଳଉତ୍ସ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ । ସରକାର ଅଞ୍ଚଳର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କରିବା ସହ ଅକ୍ଟୋବର ୫, ୨୦୨୩ରେ ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଧୁମଧାମରେ ପାଳିତ ହେବ ବୋଲି କହିଥିଲେ । 

ଉଦ୍‌ବୋଧନର ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ ତାଙ୍କ ସରକାର କାଳରେ ଗରିବ, ଦଳିତ, ଅନଗ୍ରସର ଓ ଆଦିବାସୀ ସବୁଠାରୁ ଅଧିକ ସୁବିଧା ପାଇଥିବା ପ୍ରକାଶ କରିଥିଲେ । ଅବହେଳିତଙ୍କୁ ଅଗ୍ରାଧିକାର ଦେବାର ମଡେଲ ଯୋଗୁଁ ସବ୍‌କା ସାଥ୍‌, ସବ୍‌କା ବିକାଶ ଆଦି ବିଶ୍ୱକୁ ରାସ୍ତା ଦେଖାଉଛି ବୋଲି କହି ସରକାର ବିଶ୍ୱର ତୃତୀୟ ବୃହତମ ଅର୍ଥ ବ୍ୟବସ୍ଥା ହେବା ପାଇଁ ଉଦ୍ୟମ ଅବ୍ୟାହତ ରଖି୍‌ଥିବା ପ୍ରକାଶ କରିଥିଲେ । ଭାରତକୁ ତିନି ନମ୍ବରରେ ରଖିବା ଦିଗରେ ମଧ୍ୟପ୍ରଦେଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଗାମୀ ପାଂଚବର୍ଷ ମଧ୍ୟପ୍ରଦେଶକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବ ବୋଲି କହି ଶ୍ରୀ ମୋଦୀ ତାଙ୍କର ଉଦ୍‌ବୋଧନ ଶେଷ କରିଥିଲେ ।

ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହ୍ୱାନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଉପସ୍ଥିତ ଥିଲେ।  

 

ପୃଷ୍ଠଭୂମି- ରାଜ୍ୟରେ ଶିଳ୍ପ ବିକାଶକୁ ଗତି ଦେବାକୁ ଥିବା ବୀନା ତୈଳବିଶୋଧନାଗାରରେ ପ୍ରଧାନମନ୍ତ୍ରୀ ପେଟ୍ରେ ରସାୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିପିସିଏଲର ଏହି ବିଶୋଧନାଗାରରେ ପ୍ରକଳ୍ପି ପାଇଁ ପ୍ରାୟ ୪୯ହଜାର ଟଙ୍କା ଖର୍ଚ୍ଚ ହେବ । ଏହା ବାର୍ଷିକ କେଟିପିଏ ଇଥାଲନ ଓ ପ୍ରପିଲନ୍ ଉତ୍ପାଦନ କରିବ । କର୍ପାଶ, ପ୍ୟାକେଜିଂ, ଫାର୍ମା ଇତ୍ୟାଦି ପାଇଁ ଏହା ହେଉଛି ମୁଖ୍ୟ ଉତ୍ପାଦନ । ଏହା ଦେଶର ଆମଦାନୀ ହ୍ରାସ କରିବା ସହ ଦେଶକୁ ପେଟ୍ରୋଲିୟମ କ୍ଷେତ୍ରହରେ ଆତ୍ମ ନିର୍ଭର କରିବ ।

 କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ଶକ୍ତି ଓ ଅକ୍ଷୟ ଶକ୍ତି ପ୍ରସ୍ତୁତ ଜୋନର ଶିଳାନ୍ୟାସ ନର୍ମଦାପୁରମ୍ ଜିଲ୍ଲାରେ କରିଥିଲେ । ଇନ୍ଦୋରରେ ଦୁଇଟି ଆଇଟି ଓ ରତଲାମରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ସମତେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ଭଳି ମୋଟ ଦଶଟି ଶିଳ୍ପାଞ୍ଚଳ ଶିଳାନ୍ୟାସ କରିଥିଲେ ।

 

ନିର୍ମଦାପୁରମ୍ର ଶକ୍ତି ଓ ଅକ୍ଷୟ ଶକ୍ତି ଅଞ୍ଚଳ ୪୬୦କୋଟି ଟଙ୍କାର ବିକଶିତ ହେଉଥିବାବେଳେ ଇନ୍ଦୋର ଆଇଟି ପାର୍କ ୩ ଓ ୪କୋଟି ପାଇଁ ୫୫୦କୋଟି ବ୍ୟୟ ହୋଇ ଆଇଟି କ୍ଷେତ୍ରରେ ବିକାଶ ଘଟାଇବ । 

ରତଲାମର ବୃହତ ଶିଳ୍ପ ଉଦ୍ୟାନ ୪୬୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବା ସହ ଏହା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ ସହ ସଂଯୋଗ ହେବ ।

ସନ୍ତୁଳିତ ଆଞ୍ଚଳିକ ବିଶାକ ସମାନ ନିଯୁକ୍ତି ରାଜ୍ୟରେ ଦେବା ପାଇଁ ୬ଟି ଶିଳ୍ପାଞ୍ଚଳ ସାଜାପୁର, ଗୁନା, ମାଉଗଞ୍ଜ, ଅଗର ମାଲୱା, ନର୍ମଦାପୁରମ୍ ଓ ମକ୍ସିଠାରେ ୩୧୦କୋଟି ବ୍ୟୟରେ ବିକଶିତ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win