“ଏହି ବିମାନ ବନ୍ଦର ସମ୍ପୂର୍ଣ୍ଣ ଅଞ୍ଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ କରିବ”
“ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଲୋକମାନଙ୍କୁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ଯୋଗାଇଦେବ ଏହି ବିମାନ ବନ୍ଦର”
“ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଉତ୍ତର ପ୍ରଦେଶ ଆଜି ଦେଶର ସବୁଠୁ ଭଲ ଯୋଗାଯୋଗ ସୁବିଧା ଥିବା ରାଜ୍ୟରେ ପରିଣତ ହୋଇପାରିଛି”
“ପ୍ରସ୍ତାବିତ ଭିତ୍ତିଭୂମି ନିର୍ମାଣ ଫଳରେ ଖୁର୍ଜା କଳାକାର, ମେରଟ୍ କ୍ରୀଡ଼ା ଉଦ୍ୟୋଗ, ସାହାରନପୁର ଫର୍ଣ୍ଣିଚର, ମୋରାଦାବାଦର ବ୍ରାସ ଶିଳ୍ପ, ଆଗ୍ରାର ଜୋତା ଶିଳ୍ପ ଏବଂ ପେଠା ଶିଳ୍ପକୁ ମିଳିବ ସହାୟତା”
“ପୂର୍ବ ସରକାରମାନେ ଉତ୍ତର ପ୍ରଦେଶକୁ କେବଳ ମିଥ୍ୟା ସ୍ୱପ୍ନ ଦେଖାଇଥିଲେ, ବର୍ତ୍ତମାନ ରାଜ୍ୟ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ତିଆରି କରୁଛି”
“ଭିତ୍ତିଭୂମି ଆମ ପାଇଁ ରାଜନୀତି ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ଶ୍ରୀ ସଞ୍ଜିବ ବାଲିୟାଁ, ଶ୍ରୀ ଏସପି ସିଂ ବାଘେଲ ଏବଂ ଶ୍ରୀ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ସମବେତ ଲୋକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ନୂତନ ଭାରତ ଆଜି ଶ୍ରେଷ୍ଠତମ ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛି । “ଉନ୍ନତ ସଡ଼କ, ଉନ୍ନତ ରେଳ ନେଟୱର୍କ, ଉନ୍ନତ ବିମାନ ବନ୍ଦର କେବଳ କେତେଗୁଡ଼ିଏ ଭିତ୍ତିଭୂମି ପ୍ରକଳ୍ପ ନୁହନ୍ତି, ବରଂ ଏଗୁଡ଼ିକ ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ କରିଥାନ୍ତି, ଲୋକମାନଙ୍କ ଜୀବନକୁ ବଦଳାଇ ଦେଇଥାନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ଉତ୍ତର ପ୍ରଦେଶର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ । ଏହି ବିମାନ ବନ୍ଦର ସମ୍ପୂର୍ଣ୍ଣ ଅଞ୍ଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ କରିବ ବୋଲି ସେ କହିଥିଲେ ।

ଏହି ଭିତ୍ତିଭୂମି ବିକାଶର ଆର୍ଥିକ ପ୍ରଭାବ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିମାନ ବନ୍ଦର ନିର୍ମାଣ ସମୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିମାନ ବନ୍ଦର ସୁପରିଚାଳନା ପାଇଁ ହଜାର ହଜାର ଲୋକମାନଙ୍କର ଆବଶ୍ୟକତା ଦେଖାଦେବ । ତେଣୁ “ଏହି ବିମାନ ବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ”, ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ସାତ ଦଶନ୍ଧି ପରେ, ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶକୁ ନିଜର ହକ୍ ମିଳିପାରୁଛି । ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଉତ୍ତର ପ୍ରଦେଶ ଆଜି ଦେଶରେ ସବୁଠୁ ଭଲ ଯୋଗାଯୋଗ ସୁବିଧା ଥିବା ରାଜ୍ୟରେ ପରିଣତ ହୋଇପାରିଛି । ସେ କହିଥିଲେ ଯେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ପରିଚାଳନାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ । ସେ ସୂଚନା ଦେଇଥିଲେ ଯେ ଏହି ବିମାନ ବନ୍ଦର ଠାରେ ନିର୍ମାଣ ହେବାକୁ ଥିବା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମଆରଓ) ସୁବିଧା ୪୦ ଏକର ସ୍ଥାନରେ ନିର୍ମାଣ କରାଯିବ । ଏହା ଶହ ଶହ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ବର୍ତ୍ତମାନ ଏସବୁ ସୁବିଧା ପାଇବା ଲାଗି ଭାରତକୁ ବିଦେଶରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

ଏଠାରେ ନିର୍ମାଣ ହେବାକୁ ଥିବା ସମନ୍ୱିତ ମଲ୍ଟି-ମୋଡାଲ କାର୍ଗୋ ହବ୍ ବିଷୟରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତର ପ୍ରଦେଶ ଭଳି ଚତୁର୍ଦ୍ଦିଗରୁ ଭୂଖଣ୍ଡ ଘେରି ରହିଥିବା ରାଜ୍ୟ ପାଇଁ ଏହି ବିମାନ ବନ୍ଦର ବିଶେଷ ଲାଭଜନକ ସାବ୍ୟସ୍ତ ହେବ । ଅଲିଗଡ଼, ମଥୁରା, ମେରଟ, ଆଗ୍ରା, ବିଜନୋର, ମୋରାଦାବାଦ ଏବଂ ବରେଲି ଭଳି ଶିଳ୍ପ କେନ୍ଦ୍ର ପାଇଁ ଏହି ହବ୍ ସୁବିଧା ଯୋଗାଇ ଦେବ । ସେ କହିଥିଲେ ଯେ, “ପ୍ରସ୍ତାବିତ ଭିତ୍ତିଭୂମି ନିର୍ମାଣ ଫଳରେ ଖୁର୍ଜା କଳାକାର, ମେରଟ୍ କ୍ରୀଡ଼ା ଉଦ୍ୟୋଗ, ସାହାରନପୁର ଫର୍ଣ୍ଣିଚର, ମୋରାଦାବାଦର ବ୍ରାସ ଶିଳ୍ପ, ଆଗ୍ରାର ଜୋତା ଶିଳ୍ପ ଏବଂ ପେଠା ଶିଳ୍ପକୁ ବ୍ୟାପକ ସହାୟତା ମିଳିପାରିବ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତରପ୍ରଦେଶକୁ ପୂର୍ବ ସରକାରମାନେ ଅବହେଳା ଓ ଅନ୍ଧକାର ମଧ୍ୟରେ ରଖିଥିଲେ। ପୂର୍ବ ସରକାରମାନେ ଉତ୍ତର ପ୍ରଦେଶକୁ କେବଳ ମିଥ୍ୟା ସ୍ୱପ୍ନ ଦେଖାଉଥିଲେ। କିନ୍ତୁ ଏବେ ଉତ୍ତର ପ୍ରଦେଶ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପୂର୍ବର ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାର ପଶ୍ଚିମ ଉତ୍ତର ପ୍ରଦେଶକୁ କିଭଳି ଭାବେ ଅଣଦେଖା କରି ଆସୁଥିଲେ ଜେୱର ବିମାନ ବନ୍ଦର ତାହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଦୁଇ ଦଶନ୍ଧି ପୂର୍ବରୁ ଉତ୍ତର ପ୍ରଦେଶରେ ଥିବା ବିଜେପି ସରକାର ଏହି ପ୍ରକଳ୍ପ ସମ୍ପର୍କରେ ପରିକଳ୍ପନା କରିଥିଲେ । କିନ୍ତୁ ପରେ ପୂର୍ବତନ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହି ବିମାନ ବନ୍ଦର ପ୍ରକଳ୍ପ ଝୁଲି ରହିଥିଲା । ଏପରିକି ପୂର୍ବରୁ ଉତ୍ତର ପ୍ରଦେଶରେ କ୍ଷମତାସୀନ ସରକାର ଏହି ବିମାନ ବନ୍ଦର ପ୍ରକଳ୍ପକୁ ବନ୍ଦ କରି ଦେବା ଲାଗି ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ମଧ୍ୟ ଲେଖିଥିଲେ । ଏବେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଆଜି ଆମେ ସେହି ସମାନ ବିମାନ ବନ୍ଦର ପାଇଁ ଭୂମି ପୂଜନ କରୁଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆମ ପାଇଁ ଭିତ୍ତିଭୂମି ରାଜନୀତିର ଅଂଶବିଶେଷ ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ । ପ୍ରକଳ୍ପଗୁଡ଼ିକ ଯେପରି ଅଟକି ରହିବ ନାହିଁ, ଝୁଲନ୍ତା ଅବସ୍ଥାରେ ରହିବ ନାହିଁ କିମ୍ବା ଦିଗହରା ହେବ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କିଭଳି ଭାବେ ସମ୍ପୂର୍ଣ୍ଣ ହେବ ତାହା ସୁନିଶ୍ଚିତ କରିବା ଲାଗି ଆମେ ପ୍ରୟାସ କରୁଛୁ।”

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ଆମ ଦେଶରେ କେତେକ ରାଜନୈତିକ ଦଳ କେବଳ ସେମାନଙ୍କ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି । “ଏପରି ଲୋକମାନଙ୍କର ଚିନ୍ତାଧାରା ହେଉଛି-ନିଜର ସ୍ୱାର୍ଥ, ନିଜର ଏବଂ ନିଜ ପରିବାରର ବିକାଶ । ଅନ୍ୟପକ୍ଷରେ ଆମେ କେବଳ ରାଷ୍ଟ୍ର ପ୍ରଥମ ଭାବନା ନେଇ କାମ କରିଥାଉ । ସବକା ସାଥ-ସବକା ବିକାଶ, ସବକା ବିଶ୍ୱାସ-ସବକା ପ୍ରୟାସ, ଆମର ମନ୍ତ୍ର”, ପ୍ରଧାନମନ୍ତ୍ରୀ କହିଥିଲେ ।

 

 

 

 

 

 

ସରକାର ନିକଟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଲିକା ଦେଇଥିଲେ । ସେ କହିଥିଲେ ଯେ ଆମେ ୧୦୦ କୋଟିରୁ ଅଧିକ କୋଭିଡ ଟିକା ଦେବାର ମାଇଲଖୁଣ୍ଟ ହାସଲ କରିଛୁ । ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ହ୍ରାସ ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଉତ୍ତର ପ୍ରଦେଶରେ କୁଶୀନଗର ବିମାନ ବନ୍ଦର, ୯ଟି ମେଡ଼ିକାଲ କଲେଜ ନିର୍ମାଣ ଓ ଉଦଘାଟନ, ମହୋବାରେ ନୂତନ ନଦୀ ବନ୍ଧ ଓ ଜଳସେଚନ ପ୍ରକଳ୍ପ, ଝାନସିଠାରେ ପ୍ରତିରକ୍ଷା କରିଡର ଏବଂ ତତସଂକ୍ରାନ୍ତ ପ୍ରକଳ୍ପ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ, ଜନଜାତୀୟ ଗୌରବ ଦିବସ ସମାରୋହ, ଭୋପାଳରେ ଆଧୁନିକ ରେଳ ଷ୍ଟେସନ, ମହାରାଷ୍ଟ୍ରର ପଣ୍ଢରପୁରରେ ଜାତୀୟ ରାଜପଥ ଏବଂ ଆଜି ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଶିଳାନ୍ୟାସ ଆଦି ବିକାଶମୂଳକ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତୀ ଉଲ୍ଲେଖ କରିଥିଲେ । “ଆମର ଦେଶଭକ୍ତି ଓ ରାଷ୍ଟ୍ର ସେବା ସମ୍ମୁଖରେ କେତେକ ରାଜନୈତିକ ଦଳଗୁଡ଼ିକର ସ୍ୱାର୍ଥପର ନୀତି ତିଷ୍ଠି ରହିପାରିବ ନାହିଁ”, ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Mann Ki Baat: PM Modi praises Mumbai man for creating specialised website to know India's history

Media Coverage

Mann Ki Baat: PM Modi praises Mumbai man for creating specialised website to know India's history
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour