2 Crore Rural houses built so far, efforts will be on to accelerate the speed of rural housing this year: PM
Key of the house opens doors of dignity, confidence, safe future, new identity and expanding possibilities : PM
Light House projects shows a new direction to the housing sector in the country : PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ ମୋଦୀ ଆଜି ବିଶ୍ୱ ଆବାସିକ ଟେକ୍‍ନୋଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍‍ନୋଲଜି ଚାଲେଞ୍ଜ (ଜିଏଚ୍‍ଟିସି) କାର୍ଯ୍ୟକ୍ରମ ଅଧୀନରେ 6ଟି ରାଜ୍ୟରେ ଲାଇଟ ହାଉସ୍‍ ପ୍ରକଳ୍ପ ବା ଏଲଏଚପିଏସ୍‍ର ଶୁଭ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜଭୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର୍ଯ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେ ମଧ୍ୟ ଏହି ଅବସରରେ ଅଭିନବ ନିର୍ମାଣ ଟେକ୍‍ନୋଲଜି ଉପରେ ଏକ ପ୍ରମାଣନ ପାଠ୍ୟକ୍ରମକୁ ଉନ୍ମୋଚନ କରିଥିଲେ । ଏହି ପାଠ୍ୟକ୍ରମର ନାମ ରଖାଯାଇଛି ନିଉ ଆଫଡେବଲ ଭ୍ୟାଲିଡେଟେଡ ରିସର୍ଚ୍ଚ ଇନୋଭେସନ ଟେକ୍‍ନୋଲଜି ଫର୍‍ ଇଣ୍ଡିଆନ୍‍ ହାଉସିଂ ବା ନବରୀତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ଉତ୍ତର ପ୍ରଦେଶ, ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ନୂତନ ଶକ୍ତି ସହିତ ଆଗକୁ ବଢିବାର ଦିନ । ଏହି ଦିନଟିରେ ଆମକୁ ଆମ ନୂଆ ସଂକଳ୍ପର ସିଦ୍ଧି ପାଇଁ କାର୍ଯ୍ୟ କରିବାକୁ ପଡିବ । ଆଜି ମଧ୍ୟ ଦେଶ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ନୂଆ ଟେକ୍‍ନୋଲଜିରେ ଘର ତିଆରି କରିବାର ସାଧନ ପାଇଛି । ସେ କହିଛନ୍ତି ଯେ ଏହି ଯୋଜନାରେ ଯେଉଁ ଆବାସଗୁଡିକ ନିର୍ମିତ ହେବ ତାହାକୁ ବୈଷୟିକ ଭାଷାରେ ଲାଇଟ ହାଉସ ବୋଲି କୁହାଯାଉଛି; କିନ୍ତୁ ଏହି 6ଟି ପ୍ରକଳ୍ପ ବାସ୍ତବରେ ବତିଘର ଭଳି ଦେଶର ଆବାସ କ୍ଷେତ୍ରକୁ ନୂଆ ମାର୍ଗ ପ୍ରଦାନ କରୁଛି ।

ପ୍ରଧାନମନ୍ତ୍ରୀ ଏହିସବୁ ଲାଇଟ ହାଉସ ପ୍ରୋଜେକ୍ଟକୁ ବର୍ତ୍ତମାନର ସରକାରଙ୍କ ଆଭିମୁଖ୍ୟର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଗୋଟିଏ ସମୟରେ ଆବାସ ନିର୍ମାଣ ଯୋଜନା କେନ୍ଦ୍ର ସରକାରଙ୍କ ଅଗ୍ରାଧିକାର ତାଲିକାରେ ନ ଥିଲା । ଗୃହ ନିର୍ମାଣର ମାନ ଏବଂ ଟିକିନିଖି ବ୍ୟାପାର ସଂପର୍କରେ ସରକାର ଅଧିକ ଅନୁଧ୍ୟାନ କରୁ ନ ଥିଲେ । ଏବେ ଏ କ୍ଷେତ୍ରରେ ଦେଶ ଏକ ଭିନ୍ନ ଦୃଷ୍ଟିକୋଣ ଆପଣେଇଛି । ଭିନ୍ନ ପଥ ଏବଂ ଉନ୍ନତ ଟେକ୍‍ନୋଲଜିର ସାହାଯ୍ୟ ନେଇ ଏସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର କରିବା ଉପରେ ଦେଶ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଓ ସଂପୃକ୍ତ ମନ୍ତ୍ରଣାଳୟ ବିରାଟ ତଥା ଅଚଳାୟତନମାନ ନିର୍ମାଣ କରିବାକୁ ଚାହୁଁନାହାନ୍ତି । ଆବଶ୍ୟକ କାମଚଳା ଏବଂ ଛୋଟ ଢାଞ୍ଚାମାନ ତିଆରି କରିବାକୁ ଗୁରୁତ୍ୱ ଦେଉଛନ୍ତି ; ଯାହା ଷ୍ଟାର୍ଟଅପ୍‍ ଭଳି ଉଦ୍ୟୋଗ ମାଧ୍ୟମରେ ସହଜ ଓ ସୁବିଧାରେ କରିହେବ । ଏହି ଲାଇଟ ହାଉସ ପ୍ରକଳ୍ପରେ ଭାଗ ନେବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ 50ରୁ ଅଧିକ ଇନୋଭେଟିଭ ନିର୍ମାଣକାରୀ କଂପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଆହ୍ୱାନ ଆମକୁ ନୂଆ ଟେକ୍‍ନୋଲଜି ସହିତ ଇନୋଭେସନ ଓ ଇନ୍‍କ୍ୟୁବେସନ କ୍ଷେତ୍ରରେ ପରୀକ୍ଷା ନୀରିକ୍ଷା ପାଇଁ ସୁଯୋଗ ଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ପରବର୍ତ୍ତୀ ପର୍ଯ୍ୟାୟର 6ଟି ଲାଇଟ ହାଉସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଶର ବିଭିନ୍ନ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି । ଏହିସବୁ ପ୍ରକଳ୍ପ ଅତ୍ୟାଧୁନିକ ଟେକ୍‍ନୋଲଜି ଏବଂ ନବସୃଜନର ପ୍ରକ୍ରିୟାରେ ନିର୍ମିତ ହେବ । ଏହାଦ୍ୱାରା ପ୍ରକଳ୍ପର ନିର୍ମାଣ ସମୟ ଯଥେଷ୍ଟ ହ୍ରାସ ପାଇବ ଏବଂ ସମୁଦାୟ ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ ହୋଇପାରିବ । ଏହି ପ୍ରକଳ୍ପରେ ସୁଲଭ ଏବଂ ଆରାମଦାୟକ ଘର ଗରିବ ଲୋକମାନଙ୍କ ପାଇଁ ତିଆରି ହେବ । ସେ ଆହୁରି କହିଛନ୍ତି ଯେ ଏହିସବୁ ଲାଇଟ ହାଉସ୍‍ର ନିର୍ମାଣ କୌଶଳରେ ନବସୃଜନ ଓ ଅଭିନବତା ରହିବ । କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ଇନ୍ଦୋରରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ଘରଗୁଡିକର କାନ୍ଥ ଇଟା ଏବଂ ସିମେଣ୍ଟରେ ତିଆରି ହେବ ନାହିଁ । ତା ବଦଳରେ ପ୍ରିଫେବ୍ରିକେଟେଡ ସ୍ୟାଣ୍ଡଉଇଜ ପ୍ୟାନେଲ ସିଷ୍ଟମ ଲାଗିବ । ସେହିଭଳି ରାଜକୋଟରେ ନିର୍ମିତ ହେବାକୁ ଥିବା ଲାଇଟ ହାଉସଗୁଡିକ ଫରାସୀ ଟେକ୍‍ନୋଲଜିରେ ତିଆରି କରାଯିବ । ସେହି ଘରଗୁଡିକ ଗୋଟିଏ ଚଟାଣ ଉପରେ ଏକୀକୃତଭାବେ ନିର୍ମିତ ହେବ । ଏଥିରେ କଂକ୍ରିଟ ବ୍ୟବହାର କରାଯିବ ଓ ଏକାଧିକ ଟନେଲ ଏହା ମଧ୍ୟରେ ରହିବ । ଏହିସବୁ ଘରଗୁଡିକ ପ୍ରାକୃତିକ ବିପତ୍ତିକୁ ସମ୍ଭାଳିବାରେ ବିଶେଷ ସହାୟକ ହେବ । ଶ୍ରୀ ମୋଦୀ କହିଛନ୍ତି ଯେ ଚେନ୍ନଇରେ ଆମେରିକା ଏବଂ ଫିନ୍‍ଲାଣ୍ଡ ଟେକ୍‍ନୋଲଜି ବ୍ୟବହାର କରାଯାଇ ଏହି ଘରଗୁଡିକ ନିର୍ମାଣ କରାଯିବ । ଏଥିରେ ପ୍ରିକାଷ୍ଟ କଂକ୍ରିଟ ସିଷ୍ଟମ ବ୍ୟବହୃତ ହେବ ଏବଂ ଏହାଦ୍ୱାରା ଘରଗୁଡିକ ଶସ୍ତା ଓ ସହଜରେ ତିଆରି ହୋଇପାରିବ । ସେହିଭଳି ରାଞ୍ଚିରେ ନିର୍ମିତ ହେବାକୁ ଥିବା ଏହି ଘରଗୁଡିକରେ ଜର୍ମାନୀର ଥ୍ରିଡି ନିର୍ମାଣ କୌଶଳ ଉପଯୋଗ ହେବ । ଏଥିରେ ପ୍ରତ୍ୟେକ କୋଠରିକୁ ସ୍ୱତନ୍ତ୍ରଭାବେ ତିଆରି କରାଯିବ ଏବଂ ତା ପରେ ସବୁ କୋଠରିଗୁଡିକୁ ମିଶାଇ ଗୋଟିଏ ଘରରେ ପରିଣତ କରାଯିବ । ଖେଳନାର ଲେଗୋ ବ୍ଲକକୁ ଯୋଡି ଯେପରି ଢାଞ୍ଚା ତିଆରି କରାଯାଏ ଏହିସବୁ ଘର ସେହି ଢାଞ୍ଚାରେ ତିଆରି ହେବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅଗରତଲାରେ ଇସ୍ପାତ ଢାଞ୍ଚାରେ ଘର ନିର୍ମିତ ହେଉଛି ଏବଂ ଏଥିରେ ନ୍ୟୁଜିଲାଣ୍ଡର ଟେକ୍‍ନୋଲଜି ବ୍ୟବହାର କରାଯାଉଛି । ଏହିସବୁ ଘର ଶକ୍ତିଶାଳୀ ଭୂମିକମ୍ପକୁ ସମ୍ଭାଳିବାରେ ସମର୍ଥ । ସେହିଭଳି ଲକ୍ଷ୍ନୌରେ ଏହିସବୁ ଘର ତିଆରି କରିବାକୁ କାନାଡା ଟେକ୍‍ନୋଲଜିର ପ୍ରୟୋଗ କରାଯାଉଛି । ଏଥିପାଇଁ ଘରେ ପ୍ଲାଷ୍ଟର କିମ୍ବା ରଙ୍ଗର ଆବଶ୍ୟକତା ପଡିବ ନାହିଁ । ପୂର୍ବରୁ ପ୍ରସ୍ତୁତ ହୋଇଥିବା କାନ୍ଥଗୁଡିକୁ ସିଧାସଳଖ ଆଣି ଏଥିରେ ଲଗାଇ ଦିଆଯିବ ଏବଂ ଏହାଦ୍ୱାରା ନିର୍ମାଣ କାର୍ଯ୍ୟ ଅତି ଦ୍ରୁତଗତିରେ ହୋଇପାରିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବଛାଯାଇଥିବା ସ୍ଥାନଗୁଡିକରେ ମାତ୍ର 12 ମାସ ମଧ୍ୟରେ ଏହି ଯୋଜନାରେ ହଜାର ହଜାର ଘର ତିଆରି ହେବ ଏବଂ ସେ ସବୁ ଇନ୍‍କ୍ୟୁବେସନ କେନ୍ଦ୍ରଭାବେ କାର୍ଯ୍ୟ କରିବ । ଆମ ସ୍ଥପତି, ଘରର ନକ୍ସାଙ୍କନକାରୀ, ଯନ୍ତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଏହିସବୁ କେନ୍ଦ୍ରରୁ ନୂଆ ଟେକ୍‍ନୋଲଜି ଓ ତାହାର ପ୍ରୟୋଗ ସଂପର୍କରେ ଅନେକ କିଛି ଶିଖିପାରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ଏକ ସାର୍ଟିଫିକେଟ କୋର୍ସ  ଆରମ୍ଭ କରାଯିବା ନେଇ ଘୋଷଣା କରିଥିଲେ । ଏହାଦ୍ୱାରା ନୂଆ ଟେକ୍‍ନୋଲଜି ବିଷୟରେ ଲୋକେ ଅବଗତ ହେବା ସହିତ ନିଜର ଦକ୍ଷତା ବୃଦ୍ଧି କରିବାର ସୁଯୋଗ ପାଇବେ ଏବଂ ଏହା ଦେଶର ନିର୍ମାଣ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ଆହୁରି ମଧ୍ୟ ଏହାଦ୍ୱାରା ଲୋକେ ଗୃହ ନିର୍ମାଣ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ଟେକ୍‍ନୋଲଜି ଏବଂ ସାମଗ୍ରୀ ପାଇବାର ସୁଯୋଗ ପାଇବେ ବୋଲି ଶ୍ରୀ ମୋଦୀ ମତ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଆଶା ଇଣ୍ଡିଆ’ କାର୍ଯ୍ୟକ୍ରମ ଆଧୁନିକ ଆବାସ ଟେକ୍‍ନୋଲଜି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‍ ଏବଂ ଏ  ସଂକ୍ରାନ୍ତ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦିଷ୍ଟ । ଏହି ନୂଆ ତଥା ସୁଲଭ ଟେକ୍‍ନୋଲଜି ମାଧ୍ୟମରେ ଏକବିଂଶ ଶତାବ୍ଦୀର ଗୃହ ନିର୍ମାଣ କରାଯିବ ଏବଂ ଏହିସବୁ ଘର ଆପଣାଛାଏଁ ଭାରତକୁ ଆଗେଇ ନେବେ । ସେ କହିଛନ୍ତି ଯେ ଏହି ଅଭିଯାନ ଅଧୀନରେ 5ଟି ଶ୍ରେଷ୍ଠ ଟେକ୍‍ନିକ୍‍ ବଛାଯାଇଛି ଏବଂ ତଦନୁସାରେ ନିର୍ମାଣ କାର୍ଯ୍ୟ କରାଯାଉଛି । ସେ ଆହୁରି କହିଛନ୍ତି ଯେ ଦେଶର ସହରାଞ୍ଚଳରେ ବସବାସ କରୁଥିବା ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଲୋକଙ୍କ ସବୁଠୁ ବଡ଼ ସ୍ୱପ୍ନ ହେଲା ନିଜର ଖଣ୍ଡିଏ ଘର କରିବା । ତେବେ ବିଗତ ବର୍ଷଗୁଡିକରେ ଲୋକେ ଏହି ଘରଖଣ୍ଡିଏ କରିବାର ବିଶ୍ୱାସ ହରାଉଛନ୍ତି । ଯେଉଁମାନଙ୍କୁ ଏହି ଘର ଖଣ୍ଡିଏ କିଣିବାର ଆଶା ଓ ବିଶ୍ୱାସ ମିଳୁଛି ତାହା ମଧ୍ୟ କ୍ରମବର୍ଦ୍ଧିଷ୍ଣୁ ଚାହିଦା ଏବଂ ମାତ୍ରାଧିକ ମୂଲ୍ୟ ଯୋଗୁଁ ସମ୍ଭବ ହୋଇପାରୁନାହିଁ । ଆହୁରି ମଧ୍ୟ ଘରବାଡି କ୍ରୟ କ୍ଷେତ୍ରରେ ବିଭିନ୍ନ ବିବାଦ ଓ ମାଲିମକଦ୍ଦମା ଲାଗି ରହୁଥିବାରୁ ଅନେକ ଲୋକ ନିରୁତ୍ସାହିତ ହେଉଛନ୍ତି ଏବଂ ଘର କିଣିବାକୁ ଭୟ କରୁଛନ୍ତି । ଯେଉଁମାନେ ଋଣଆଣି ଘର କିଣିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଦ୍ୱୈତ ଅସୁବିଧାର ସମ୍ମୁଖୀନ । ବ୍ୟାଙ୍କରୁ ମଧ୍ୟ ସହଜରେ ଋଣ ମିଳୁନାହିଁ । ଯଦି ଋଣ ମିଳୁଛି ସେଥିପାଇଁ ଚଢା ସୁଧ ଦେବାକୁ ପଡୁଛି । ଏହା ଫଳରେ ଘର ଖଣ୍ଡିଏ କିଣିବା ପାଇଁ ଆଶାୟୀଙ୍କ ବିଶ୍ୱାସ ତୁଟି ଯାଉଛି ଏବଂ ଆଶା ମଉଳିଯାଉଛି । ତେବେ ଗତ 6 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଯେଉଁ ଉଦ୍ୟମ ହୋଇଛି ସେ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ବିଭିନ୍ନ ସରକାରୀ ପଦକ୍ଷେପ ଯୋଗୁଁ ଘର ଖଣ୍ଡିଏ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପୁନର୍ବାର ବିଶ୍ୱାସ ଓ ଆସ୍ଥା ସୃଷ୍ଟି ହୋଇଛି । ଜଣେ ସାଧାରଣ ଲୋକ ଏବେ ଘର ଖଣ୍ଡିଏ କିଣିବାକୁ ସୁଯୋଗ ପାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଘର ଦେଶର ସହରାଞ୍ଚଳଗୁଡିକରେ ଖୁବ୍‍ କମ୍‍ ସମୟରେ ତିଆରି ହୋଇପାରିଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣରେ ଉଭୟ ନବସୃଜନ ଏବଂ ସ୍ଥାନୀୟ ଆବଶ୍ୟକତା ତଥା ଗୃହ ମାଲିକଙ୍କ ଆଶା ଆକାଂକ୍ଷାକୁ ବିଚାରକୁ ନେଇ ଘରଗୁଡିକ ତିଆରି କରାଯାଉଛି । ଏହି ଘରଗୁଡିକ ଏକ ପୂର୍ଣ୍ଣାଙ୍ଗ ପ୍ୟାକେଜରେ ତିଆରି ହେଉଛି । ପ୍ରତ୍ୟେକ ଘରକୁ ବିଜୁଳି, ପାଣି ଓ ଗ୍ୟାସ୍‍ ସଂଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସେହିଭଳି ଜିଓଟ୍ୟାଗିଂ ଓ ଡିବିଟି ବ୍ୟବସ୍ଥା ଦ୍ୱାରା ଏ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବା ସହଜ ହୋଇଛି । ଫଳରେ ହିତାଧିକାରୀମାନେ ଉପକୃତ ହୋଇପାରୁଛନ୍ତି ।

ମଧ୍ୟବିତ୍ତ ଶ୍ରେଣୀର ଲାଭ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବର୍ଗର ଲୋକମାନେ ଗୃହଋଣର ସୁଧ ଉପରେ ରିଆତି ପାଉଛନ୍ତି । ସେଥିପାଇଁ 25 ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିରୁ ଅର୍ଥ ଯୋଗାଣ ବ୍ୟବସ୍ଥା କରାଯାଇ ଅସଂପୂର୍ଣ୍ଣ ଆବାସିକ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରାଯାଉଛି । ଫଳରେ ମଧ୍ୟବିତ୍ତ ପରିବାରଗୁଡିକ ଏହାଦ୍ୱାରା ଉପକୃତ ହେଉଛନ୍ତି । ଘର ମାଲିକମାନଙ୍କ ପାଇଁ ‘ରେରା’ ଭଳି ଆଇନ ବେଶ୍‍ ସହାୟକ ହୋଇଛି । ଏହା ସେମାନଙ୍କ ବିଶ୍ୱାସ ଫେରାଇ ଆଣିପାରିଛି । ନିଜର କଷ୍ଟାର୍ଜିତ ଧନ ଘର କିଣିବା ପାଇଁ ଜମାକରି ଠକେଇର ସମ୍ମୁଖୀନ ହେବା ଭୟ ଆଉ ଲୋକଙ୍କର ନାହିଁ । ‘ରେରା’ ବ୍ୟବସ୍ଥା ଏହି ଗୃହ କ୍ରେତାମାନଙ୍କ ଅର୍ଥକୁ ସୁରକ୍ଷିତ କରିଛି ଏବଂ ସେମାନେ ଠିକ୍‍ ସମୟରେ ଘର ପାଇବାକୁ ହକ୍‍ଦାର ହୋଇଛନ୍ତି । ସେ କହିଛନ୍ତି ଯେ ‘ରେରା’ ଅଧୀନରେ ଦେଶରେ 60 ହଜାର ଆବାସିକ ପ୍ରକଳ୍ପ ପଞ୍ଜୀକୃତ ହୋଇଛି ଏବଂ ହଜାର ହଜାର ମାମଲା ଏହାଦ୍ୱାରା ସମାହିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଘରର ଚାବି ପାଇବାର ଅର୍ଥ ନୁହେଁ, ଏହାର ମାଲିକାନା ହାସଲ କରିବା । ଏହି ଚାବିରେ ଘରର ଦ୍ୱାର ଖୋଲିବା ସହିତ ଆହୁରି ଅନେକ ସୁବିଧା ସୁଯୋଗର ଦ୍ୱାର ଖୋଲିଯାଏ । ଏହି ଚାବି ଘର ସହିତ ମର୍ଯ୍ୟାଦା, ବିଶ୍ୱାସ, ନିରାପଦ ଭବିଷ୍ୟତ, ନୂଆ ପରିଚୟ ଏବଂ ସଂପ୍ରସାରିତ ସମ୍ଭାବନାର ଦ୍ୱାର ଖୋଲିଥାଏ । ସମସ୍ତଙ୍କ ପାଇଁ ଘର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କାମ କରାଯାଉଛି ଏବଂ ଏହା ଦେଶର ଗରିବ ଓ ମଧ୍ୟବିତ୍ତ ବର୍ଗର କୋଟି କୋଟି ଲୋକଙ୍କ ଜୀବନରେ ଗଠନମୂଳକ ପରିବର୍ତ୍ତନ ଆଣୁଛି ବୋଲି ସେ କହିଛନ୍ତି ।

କରୋନା ମହାମାରୀ ସମୟରେ ଦେଶରେ ଯେଉଁ ନୂଆ ସ୍କିମ୍‍ ‘ସୁଲଭ ଭଡ଼ାଘର ଯୋଜନା’ କାର୍ଯ୍ୟକାରୀ ହୋଇଥିଲା ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର ବିଭିନ୍ନ ଶିଳ୍ପସଂସ୍ଥା ଏବଂ ଅନ୍ୟାନ୍ୟ ନିବେଶକଙ୍କ ସହ ଏ ନେଇ କଥାବାର୍ତ୍ତା କରୁଛନ୍ତି । ଯେଉଁସବୁ ଶ୍ରମିକ ଗ୍ରାମାଞ୍ଚଳ ଏବଂ ବାହାର ରାଜ୍ୟରୁ କାମ କରିବାକୁ ଆସୁଛନ୍ତି ସେମାନଙ୍କୁ ସୁଲଭ ମୂଲ୍ୟରେ ଏହିସବୁ ଭଡ଼ାଘର ଯୋଗାଇ ଦେବା ପାଇଁ ଉଦ୍ୟୋଗଜଗତ ଏବଂ ନିବେଶକଙ୍କ ସହ କଥାବାର୍ତ୍ତା ଚାଲିଛି । ଶ୍ରମିକମାନେ ଯେଉଁ ଘରେ ରୁହନ୍ତି ସାଧାରଣତଃ ତାହା ଅସ୍ୱାସ୍ଥ୍ୟକର ଓ ଅମର୍ଯ୍ୟାଦାଜନକ । ତାହାର ଅବସାନ ଘଟାଇ ଶ୍ରମିକମାନଙ୍କୁ ସହର ବା ସେମାନେ କାମ କରୁଥିବା ସ୍ଥାନର ଆଖପାଖରେ ସୁଲଭ ମୂଲ୍ୟରେ ସର୍ବନିମ୍ନ ସୁବିଧା ଥିବା ବାସପୋଯୋଗୀ ଭଡ଼ାଘର ଯୋଗାଇ ଦେବାକୁ କାର୍ଯ୍ୟ ଚାଲିଛି । ଆମର ଶ୍ରମଜୀବୀ ବନ୍ଧୁମାନେ ମର୍ଯ୍ୟାଦାର ସହ ବାସ କରନ୍ତୁ ଏହା ଆମର ଦାୟିତ୍ୱ ଏବଂ ଆମେ ଏ  ଦିଗରେ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସରକାର ରିଅଲ ଇଷ୍ଟେଟ କ୍ଷେତ୍ରକୁ ଯୋଗାଇ ଦେଉଥିବା ସାହାଯ୍ୟ ସହଯୋଗ ସଂପର୍କରେ ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି ଯେ ଶସ୍ତା ଘର ଉପରେ ଟିକସ ପରିମାଣକୁ 8 ଶତାଂଶରୁ 1 ଶତାଂଶକୁ ହ୍ରାସ କରାଯାଇଛି । ସେହିଭଳି ଜିଏସ୍‍ଟି ହାରକୁ 12 ଶତାଂଶରୁ 5 ଶତାଂଶକୁ ଏ କ୍ଷେତ୍ରରେ ହ୍ରାସ କରାଯିବା ସହିତ ଏହାକୁ ଭିତ୍ତିଭୂମି କ୍ଷେତ୍ରର ମର୍ଯ୍ୟାଦା ଦିଆଯାଇଛି । ଫଳରେ ଏହି ଉଦ୍ୟୋଗର ପ୍ରାୟୋଜକ ଓ ନିବେଶକ ବ୍ୟାଙ୍କରୁ ସୁବିଧାରେ ଋଣ ପାଇପାରୁଛନ୍ତି । ନିର୍ମାଣ ଉଦ୍ୟୋଗକୁ ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ଫଳରେ ନିର୍ମାଣ ପରମିଟ୍‍ ପ୍ରଦାନର ବିଶ୍ୱ ତାଲିକାରେ ଭାରତ 185 ସ୍ଥାନରୁ ଉଠି 27ରେ ପହଞ୍ଚିଛି । ଏବେ ନିର୍ମାଣ ଆଦେଶ ପ୍ରଦାନ ବ୍ୟବସ୍ଥା ଅନ୍‍ଲାଇନରେ ସଂପନ୍ନ ହେଉଛି ଏବଂ ଦେଶର 2000 ସହରରେ ଏହି ସୁବିଧା ଉପଲବ୍‍ଧ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମୀଣ ଭାରତରେ 2 କୋଟିରୁ ଅଧିକ ଆବାସିକ ୟୁନିଟ ନିର୍ମିତ ହୋଇଛି । ଚଳିତବର୍ଷ ଗ୍ରାମ୍ୟ ଆବାସ ନିର୍ମାଣ ପ୍ରକ୍ରିୟାର ବେଗ ବଢାଇବାକୁ ଉଦ୍ୟମ କରାଯିବା ସଂପର୍କରେ ସେ ସୂଚନା ଦେଇଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From the lens of FM Nirmala Sitharaman: Weaving a fabric of enterprise on the loom of traditional skills

Media Coverage

From the lens of FM Nirmala Sitharaman: Weaving a fabric of enterprise on the loom of traditional skills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the great revolutionary Mangal Pandey ji
July 19, 2026

Prime Minister Shri Narendra Modi today, paid tributes to the great revolutionary Mangal Pandey ji on his birth anniversary. Shri Modi remarked that his courageous life continues to fill every Indian with pride even today, and his saga of valor will keep inspiring every generation of the nation.

Shri Modi posted on X;

महान क्रांतिकारी मंगल पांडे जी को उनकी जयंती पर शत-शत नमन। मातृभूमि के स्वाभिमान और सम्मान की रक्षा के लिए उन्होंने अपना सर्वस्व न्योछावर कर दिया। उनका साहसिक जीवन आज भी हर भारतीय को गर्व से भर देता है। राष्ट्रभक्ति से ओतप्रोत उनकी शौर्यगाथा देश की हर पीढ़ी को प्रेरित करती रहेगी।