ଭାରତରେ ଏହା ହେଉଛି ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଯୁଗ : ପ୍ରଧାନମନ୍ତ୍ରୀ
ଦେଶକୁ ସଂପୂର୍ଣ୍ଣ ନକ୍ସଲମୁକ୍ତ କରିବା ଆମର ଅଙ୍ଗୀକାର : ପ୍ରଧାନମନ୍ତ୍ରୀ
ଯେଉଁମାନେ ପଛୁଆ ସେମାନେ ହିଁ ଆମର ପ୍ରାଥମିକତା, କ୍ୟାବିନେଟ ପ୍ରଧାନମନ୍ତ୍ରୀ ଧନ-ଧନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛି ଯାହା ଅଧୀନରେ କୃଷି ଦୃଷ୍ଟିକୋଣରୁ ୧୦୦ଟି ସବୁଠାରୁ ପଛୁଆ ଜିଲ୍ଲା ଚିହ୍ନଟ କରାଯିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ବିହାରର ସମସ୍ତ ବାସିନ୍ଦାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ ପ୍ରାର୍ଥନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଚମ୍ପାରଣ ଭୂମି, ଏକ ଇତିହାସ ସୃଷ୍ଟି କରିଥିବା ଭୂମି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଭୂମି ମହାତ୍ମା ଗାନ୍ଧୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମିରୁ ପ୍ରେରଣା ଏବେ ବିହାରର ନୂତନ ଭବିଷ୍ୟତ ଗଢ଼ିବ। ଏହି ବିକାଶ ପଦକ୍ଷେପ ପାଇଁ ସେ ଉପସ୍ଥିତ ସମସ୍ତ ଲୋକଙ୍କୁ ଏବଂ ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଏକବିଂଶ ଶତାବ୍ଦୀ ଦ୍ରୁତ ବିଶ୍ୱ ପ୍ରଗତି ଦେଖୁଛି, ପୂର୍ବରୁ ପାଶ୍ଚାତ୍ୟ ଦେଶମାନଙ୍କର ଆଧିପତ୍ୟ ଥିବାବେଳେ ଏବେ ପ୍ରାଚ୍ୟ ଦେଶମାନଙ୍କ ଅଧିପତ୍ୟ ଆରମ୍ଭ ହୋଇଛି, ଯେଉଁମାନଙ୍କ ଭାଗିଦାରୀ ଓ ପ୍ରଭାବ ବି ବଢୁଛି । ସେ ଉଲ୍ଲେଖ କରିଥିଲେ ଯେ ପ୍ରାଚ୍ୟ ଦେଶଗୁଡ଼ିକ ଏବେ ବିକାଶରେ ନୂତନ ଗତି ହାସଲ କରୁଛନ୍ତି। ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ପ୍ରାଚ୍ୟ ଦେଶଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଗତି କରୁଛନ୍ତି, ସେହିପରି ଭାରତରେ ଏବେ ମଧ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଯୁଗ ଆସିଛି। ସେ ସରକାରଙ୍କ ସଂକଳ୍ପକୁ ପୁନଃଦୋହରାଇଥିଲେ ଯେ ଆଗାମୀ ସମୟରେ, ପୂର୍ବରେ ମୋତିହାରୀ ପଶ୍ଚିମରେ ମୁମ୍ବାଇ ପରି ସମାନ ଗୁରୁତ୍ୱ ହାସଲ କରିବ। ଶ୍ରୀ ମୋଦୀ ଗୁରୁଗ୍ରାମ ପରି ଗୟା, ପୁନେ ପରି ପାଟନା ଏବଂ ସୁରଟ ପରି ସନ୍ଥଳ ପରଗନାରେ ଶିଳ୍ପ ବିକାଶ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଜଳପାଇଗୁଡ଼ି ଏବଂ ଯାଜପୁରରେ ପର୍ଯ୍ୟଟନ ଜୟପୁର ପରି ନୂତନ ରେକର୍ଡ ସୃଷ୍ଟି କରିବ ଏବଂ ବୀରଭୂମିର ଲୋକମାନେ ବେଙ୍ଗାଲୁରୁର ଲୋକଙ୍କ ପରି ପ୍ରଗତି କରିବେ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, "ପୂର୍ବ ଭାରତକୁ ଆଗକୁ ବଢ଼ିବା ପାଇଁ, ବିହାରକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ପଡିବ। ଆଜି ବିହାରରେ ଦ୍ରୁତ ପ୍ରଗତି ସମ୍ଭବ କାରଣ କେନ୍ଦ୍ର ଏବଂ ରାଜ୍ୟରେ ଉଭୟ ସରକାର ଅଛନ୍ତି ଯେଉଁମାନେ ବିହାରର ବିକାଶ ପାଇଁ ପ୍ରତିବଦ୍ଧ।" ସେ ଏହାର ସମର୍ଥନରେ କେତେକ ତୁନଳାତ୍ମକ ତଥ୍ୟ ରଖିଥିଲେ : ପୂର୍ବବର୍ତ୍ତୀ ସରକାରଗୁଡ଼ିକର ୧୦ ବର୍ଷ ମଧ୍ୟରେ ଯେତେବେଳେ ସେମାନେ କେନ୍ଦ୍ରରେ କ୍ଷମତାରେ ଥିଲେ, ବିହାରକୁ କେବଳ ୨ ଲକ୍ଷ କୋଟି ଟଙ୍କା ମିଳିଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ ଏହା ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୁଦ୍ଧରେ ରାଜନୈତିକ ପ୍ରତିଶୋଧର ଏକ ପ୍ରକାର ଥିଲା। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ ୨୦୧୪ରେ କ୍ଷମତାକୁ ଆସିବା ପରେ, ତାଙ୍କ ସରକାର ବିହାର ବିରୁଦ୍ଧରେ ଏହି ପ୍ରତିଶୋଧର ରାଜନୀତିର ଅନ୍ତ ଘଟାଇଛି, ତାଙ୍କ ଶାସନ କାଳରେ ଗତ ୧୦ ବର୍ଷ ମଧ୍ୟରେ ବିହାରର ବିକାଶ ପାଇଁ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏହା ପୂର୍ବ ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିବା ପରିମାଣର ଚାରି ଗୁଣ , ଯାହାକି ଲୋକଙ୍କ କଲ୍ୟାଣ ଓ ବିକାଶମୂଳକ ପ୍ରକଳ୍ପ ପାଇଁ ବ୍ୟବହାର ହେଉଛି ବୋଲି ସେ କହିଥିଲେ।

 

ଦୁଇ ଦଶନ୍ଧି ପୂର୍ବେ ଥିବା ବିହାରର ହତାଶାକୁ ଆଜିର ପିଢ଼ି ହୃଦୟଙ୍ଗମ କରନ୍ତୁ ବୋଲି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବ ସରକାରଙ୍କ ସମୟରେ ବିକାଶ ଅଟକି ଯାଇଥିଲା ଏବଂ ଗରିବଙ୍କ ପାଇଁ ଆବଣ୍ଟିତ ଟଙ୍କା ସେମାନଙ୍କ ପାଖରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା। ତତ୍କାଳୀନ ନେତୃତ୍ୱକୁ ସମାଲୋଚନା କରି ସେ କହିଥିଲେ ଯେ ସେମାନଙ୍କର ଧ୍ୟାନ କେବଳ ଗରିବଙ୍କଠାରୁ ଟଙ୍କା ଲୁଟିବା ଉପରେ ଥିଲା। ସେ ବିହାରର ଲୋକଙ୍କ ଦୃଢ଼ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ଏବଂ ଏହାକୁ ଏପରି ଏକ ଭୂମି ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଅସମ୍ଭବକୁ ସମ୍ଭବ କରାଯାଇପାରିବ। ପୂର୍ବ ସରକାରଙ୍କ ଶୃଙ୍ଖଳରୁ ବିହାରକୁ ମୁକ୍ତ କରିବା ଏବଂ ଗରିବ ଲୋକଙ୍କ ନିକଟରେ ସିଧାସଳଖ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା ପାଇଁ ସେ ଲୋକଙ୍କ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସାରା ଦେଶରେ ୪ କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି, ଯେଉଁଥିରୁ ପ୍ରାୟ ୬୦ ଲକ୍ଷ ଘର କେବଳ ବିହାରରେ ନିର୍ମିତ ହୋଇଛି। ଏହି ସଂଖ୍ୟା ନରୱେ, ନ୍ୟୁଜିଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ। ଶ୍ରୀ ମୋଦୀ କହିଥିଲେ, "କେବଳ ମୋତିହାରୀ ଜିଲ୍ଲାରେ ପ୍ରାୟ ୩ ଲକ୍ଷ ପରିବାର ପକ୍କା ଘର ପାଇଛନ୍ତି ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଏହି ଅଞ୍ଚଳର ୧୨୦୦୦ ରୁ ଅଧିକ ପରିବାର ସେମାନଙ୍କର ନୂତନ ଘରର ଚାବି ପାଇଛନ୍ତି।" ଏହା ସହିତ, ୪୦୦୦୦ ରୁ ଅଧିକ ଗରିବ ପରିବାର, ଯେଉଁମାନେ ଅଧିକାଂଶ ଦଳିତ, ମହାଦଳିତ ଏବଂ ପଛୁଆ ସମ୍ପ୍ରଦାୟର, ପକ୍କା ଘର ନିର୍ମାଣ ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଣ୍ଠି ପାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଗୁଡ଼ିକର ଶାସନ କାଳରେ ଗରିବ ଲୋକଙ୍କ ପାଇଁ ଏପରି ଘର ପାଇବା କଳ୍ପନାତୀତ ଥିଲା। ସେ ସ୍ମରଣ କରିଥିଲେ ଯେ ତାଙ୍କ କାର୍ଯ୍ୟକାଳରେ ଲୋକମାନେ ଘରମାଲିକମାନେ ସେମାନଙ୍କୁ ଟାର୍ଗେଟ କରିବେ ବୋଲି ଭୟ କରି ସେମାନଙ୍କ ଘରକୁ ରଙ୍ଗ କରିବାକୁ ମଧ୍ୟ ଭୟ କରୁଥିଲେ। ସେ ଦୃଢ଼ତାର ସହିତ କହିଥିଲେ ଯେ ପୂର୍ବ ଶାସକ ଦଳର ନେତାମାନେ କେବେବି ଲୋକଙ୍କୁ ପକ୍କା ଘର ଯୋଗାଇ ପାରି ନଥିଲେ।

ବିହାରର ପ୍ରଗତି ପାଇଁ ଏହାର ମା’ ଏବଂ ଭଉଣୀମାନଙ୍କ ଶକ୍ତି ଏବଂ ଦୃଢ଼ ନିଷ୍ପତ୍ତିକୁ ଶ୍ରେୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ବିହାରର ମହିଳାମାନେ ତାଙ୍କ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପର ଗୁରୁତ୍ୱକୁ ସମ୍ପୂର୍ଣ୍ଣ ଭାବରେ ବୁଝନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ବହୁ ସଂଖ୍ୟକ ମହିଳାଙ୍କୁ ସେ ପ୍ରଶଂସା କରିଥିଲେ ଏବଂ ସେହି ଦିନଗୁଡ଼ିକୁ ମନେ ପକାଇଥିଲେ ଯେତେବେଳେ ସେମାନଙ୍କୁ ୧୦ ଟଙ୍କା ମଧ୍ୟ ଲୁଚାଇବାକୁ ପଡୁଥିଲା, ତାଙ୍କର ବ୍ୟାଙ୍କ ଖାତା ନଥିଲା ଏବଂ ବ୍ୟାଙ୍କରେ ପ୍ରବେଶ କରିବାକୁ ଅନୁମତି ନଥିଲା। ପ୍ରଧାନମନ୍ତ୍ରୀ ଗରିବଙ୍କ ସମ୍ମାନ ବିଷୟରେ ତାଙ୍କର ବୁଝାମଣାକୁ ପୁନରାବୃତ୍ତି କରିଥିଲେ ଏବଂ କିପରି ସେ ବ୍ୟାଙ୍କଗୁଡ଼ିକୁ ପ୍ରଶ୍ନ କରିଥିଲେ ଯେ ଗରିବମାନଙ୍କ ପାଇଁ ସେମାନଙ୍କର ଦ୍ୱାର କାହିଁକି ବନ୍ଦ ଥିଲା। ସେ ଜନଧନ ଆକାଉଣ୍ଟ ଖୋଲିବା ପାଇଁ ଆରମ୍ଭ ହୋଇଥିବା ବିଶାଳ ଅଭିଯାନ ଉପରେ ଆଲୋକପାତ କରିଥିଲେ, ଯାହା ମହିଳାମାନଙ୍କୁ ଅତ୍ୟନ୍ତ ଲାଭ ଦେଇଛି। ବିହାରରେ ବର୍ତ୍ତମାନ ପ୍ରାୟ ୩.୫ କୋଟି ମହିଳାଙ୍କର ଜନଧନ ଆକାଉଣ୍ଟ ଅଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ସରକାରୀ ଯୋଜନାରୁ ପାଣ୍ଠି ବର୍ତ୍ତମାନ ସିଧାସଳଖ ଏହି ଆକାଉଣ୍ଟଗୁଡ଼ିକୁ ସ୍ଥାନାନ୍ତରିତ ହେଉଛି। ସେ ଆହୁରି ସୂଚନା ଦେଇଥିଲେ ଯେ ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ସରକାର ସମ୍ପ୍ରତି ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବା ମା’ମାନଙ୍କ ପାଇଁ ମାସିକ ପେନସନ ୪୦୦ ଟଙ୍କାରୁ ରୁ ୧୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି। ଗତ ଦେଢ଼ ମାସରେ, ବିହାରରେ ୨୪୦୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ୧୦୦୦ କୋଟି ଟଙ୍କାରୁ ଅଧିକ ସହାୟତା ପାଇଛନ୍ତି। ସେ ଏହି ସଫଳତା ପାଇଁ ଜନଧନ ଆକାଉଣ୍ଟ ମାଧ୍ୟମରେ ମା' ଏବଂ ଭଉଣୀମାନଙ୍କର ଆର୍ଥିକ ସଶକ୍ତିକରଣକୁ ଶ୍ରେୟ ଦେଇଛନ୍ତି।

 

ମହିଳା ସଶକ୍ତିକରଣ ପଦକ୍ଷେପର ପ୍ରଭାବଶାଳୀ ଫଳାଫଳ ଉପରେ ଗୁରୁତ୍ୱାରୋପ କରି, ସାରା ଦେଶ ଏବଂ ବିହାରରେ 'ଲକ୍ଷପତି ଦିଦି'ଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଲକ୍ଷ୍ୟ ହେଉଛି ୩ କୋଟି ଲଖପତି ଦିଦି ସୃଷ୍ଟି କରିବା ଏବଂ ଏପର୍ଯ୍ୟନ୍ତ ୧.୫ କୋଟି ମହିଳା ଏହି ସଫଳତା ହାସଲ କରିଛନ୍ତି। ବିହାରରେ ୨୦ ଲକ୍ଷରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି ଏବଂ କେବଳ ଚମ୍ପାରଣରେ ୮୦,୦୦୦ ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ଶ୍ରୀ ମୋଦୀ ନାରୀ ଶକ୍ତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ୪୦୦ କୋଟି ଟଙ୍କା ସାମୁଦାୟିକ ନିବେଶ ପାଣ୍ଠି ଭାବରେ ଜାରି କରିବାର ଘୋଷଣା କରିଛନ୍ତି। ସେ ଶ୍ରୀ ନୀତିଶ କୁମାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା "ଜୀବିକା ଦିଦି" ଯୋଜନାକୁ ପ୍ରଶଂସା କରିଛନ୍ତି, ଯାହା ବିହାରର ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ପଥ ପ୍ରଶସ୍ତ କରିଛି।

ଭାରତର ପ୍ରଗତି ପାଇଁ ବିହାରର ପ୍ରଗତି ଅତ୍ୟାବଶ୍ୟକ ବୋଲି ତାଙ୍କ ଦଳର ଦୃଷ୍ଟିକୋଣକୁ ଦୋହରାଇ ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ବିହାର କେବଳ ସେତେବେଳେ ପ୍ରଗତି କରିବ ଯେତେବେଳେ ଏହାର ଯୁବପିଢ଼ି ପ୍ରଗତି କରିବେ। ସେ ଏକ ସମୃଦ୍ଧ ବିହାର ଏବଂ ପ୍ରତ୍ୟେକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିହାରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ପଦବୀରେ ନିଯୁକ୍ତି ଦେବା ପାଇଁ ଶ୍ରୀ ନୀତିଶ କୁମାର ସରକାରଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବିହାରର ଯୁବକମାନଙ୍କ ପାଇଁ ନିଯୁକ୍ତି ବୃଦ୍ଧି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂକଳ୍ପ ନିଆଯାଇଛି ଏବଂ କେନ୍ଦ୍ର ସରକାର ଏହି ପ୍ରୟାସଗୁଡ଼ିକୁ ପୂର୍ଣ୍ଣ ସମର୍ଥନ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି।

 

ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ କେନ୍ଦ୍ର ସରକାର ସମ୍ପ୍ରତି ଘରୋଇ କ୍ଷେତ୍ରରେ ପ୍ରଥମ ଥର ଚାକିରି ଖୋଜୁଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ପ୍ରମୁଖ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ, ଏକ ଘରୋଇ କମ୍ପାନୀରେ ପ୍ରଥମ ଚାକିରି ପାଇଥିବା ଯୁବକମାନଙ୍କୁ କେନ୍ଦ୍ର ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ। ଏହି ଯୋଜନା ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ ଏବଂ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପଦକ୍ଷେପରୁ ବିହାରର ଯୁବକମାନେ ଅତ୍ୟନ୍ତ ଲାଭବାନ ହେବେ। ଶ୍ରୀ ମୋଦୀ ମୁଦ୍ରା ଯୋଜନା ଭଳି ଯୋଜନା ମାଧ୍ୟମରେ ବିହାରରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଉଥିବା ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ କେବଳ ଗତ ଦୁଇ ମାସରେ ବିହାରରେ ମୁଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଋଣ ବଣ୍ଟନ କରାଯାଇଛି ଏବଂ ବିଶେଷକରି ଚମ୍ପାରଣରେ ୬୦,୦୦୦ ଯୁବକଙ୍କୁ ସେମାନଙ୍କର ସ୍ୱରୋଜଗାର ଉଦ୍ୟମକୁ ସମର୍ଥନ କରିବା ପାଇଁ ମୁଦ୍ରା ଋଣ ମିଳିଛି।

 

ଅନ୍ୟ ଦଳର ନେତାମାନେ କେବେବି ନିଯୁକ୍ତି ପ୍ରଦାନ କରିପାରିବେ ନାହିଁ, ବିଶେଷକରି ଯେଉଁମାନେ ଚାକିରି ପ୍ରଦାନ କରିବା ନାଁରେ ଲୋକଙ୍କ ଜମି ହଡ଼ପ କରନ୍ତି, ଶ୍ରୀ ମୋଦୀ ଲୋକମାନଙ୍କୁ ଲଣ୍ଠନ ଯୁଗ ଏବଂ ଆଜିର ବିହାର ମଧ୍ୟରେ ପାର୍ଥକ୍ୟ ମନେ ରଖିବାକୁ ଆହ୍ୱାନ କରିଥିଲେ, ଯାହା ନୂତନ ଆଶା ସହିତ ପ୍ରଜ୍ବଳିତ ହେଉଛି। ସେ ଏହି ପରିବର୍ତ୍ତନକୁ ମିଳିତ ସରକାରଙ୍କ ସହିତ ବିହାରର ଯାତ୍ରାକୁ ଶ୍ରେୟ ଦେଇଥିଲେ ଏବଂ କହିଥିଲେ ଯେ ମେଣ୍ଟ ପ୍ରତି ବିହାରର ସଂକଳ୍ପ ଦୃଢ଼ ଏବଂ ସ୍ଥିର।

 

ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ବର୍ଷଗୁଡ଼ିକରେ ନକ୍ସଲବାଦ ବିରୁଦ୍ଧରେ ନିଆଯାଇଥିବା ନିର୍ଣ୍ଣାୟକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯାହା ବିହାରର ଯୁବକମାନଙ୍କୁ ଅତ୍ୟନ୍ତ ଲାଭ ଦେଇଛି। ସେ କହିଥିଲେ ଯେ ଚମ୍ପାରଣ, ଔରଙ୍ଗାବାଦ, ଗୟା ଏବଂ ଜାମୁଇ ଭଳି ଜିଲ୍ଲା, ଯେଉଁଗୁଡ଼ିକ ପୂର୍ବରୁ ମାଓ ଅଧ୍ୟୁଷିତ ଥିଲେ, ଏବେ ସେଥିରେ ହ୍ରାସ ଆସିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏକଦା ମାଓ ହିଂସା ଦ୍ୱାରା କବଳିତ ଅଞ୍ଚଳର ଯୁବକମାନେ ଏବେ ବଡ଼ ସ୍ୱପ୍ନ ଦେଖୁଛନ୍ତି ଏବଂ ନକ୍ସଲବାଦର କବଳରୁ ଭାରତକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

 

ଶ୍ରୀ ମୋଦୀ କହିଥିଲେ ଯେ ଏହା ଏକ ନୂତନ ଭାରତ - ଏକ ଏପରି ଭାରତ ଯାହା ସ୍ଥଳ ଏବଂ ଆକାଶ ଉଭୟରୁ ସାମରିକ ଆକ୍ରମଣ କରି ଶତ୍ରୁମାନଙ୍କୁ ଦଣ୍ଡ ଦେବାରେ କୌଣସି ସୁଯୋଗ ଛାଡ଼ି ନଥାଏ। ସେ ମନେ ପକାଇଥିଲେ ଯେ ବିହାରର ମାଟିରୁ ହିଁ ସେ ଅପରେସନ ସିନ୍ଦୂର ଆରମ୍ଭ କରିବାକୁ ସଂକଳ୍ପ ନେଇଥିଲେ। ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ସେହି ଅପରେସନର ସଫଳତା ଦେଖୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର କ୍ଷମତା କିମ୍ବା ସମ୍ବଳର ଅଭାବ ନାହିଁ ଏବଂ ଆଜି ବିହାରର ସମ୍ବଳ ଏହାର ପ୍ରଗତି ପାଇଁ ମାଧ୍ୟମ ପାଲଟିଛି। ସେ ତାଙ୍କ ସରକାରଙ୍କ ପ୍ରୟାସ ପରେ ମାଖାନାର ମୂଲ୍ୟ ବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହାକୁ ମାଖାନା ଚାଷୀମାନଙ୍କୁ ବଡ଼ ବଜାର ସହିତ ସଂଯୋଗ କରିବା ପାଇଁ ଶ୍ରେୟ ଦେଇଥିଲେ। ସେ ଏହି କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରିବା ପାଇଁ ମାଖାନା ବୋର୍ଡ ଗଠନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ବିହାରର କୃଷି ସମୃଦ୍ଧିର ଉଦାହରଣ ଭାବରେ ଅନେକ ପ୍ରମୁଖ ଉତ୍ପାଦ - କଦଳୀ, ଲିଚୁ, ଲଙ୍କା, ଚାଉଳ, କଟାର୍ଣ୍ଣି ଚାଉଳ, ଜରଡାଲୁ ଆମ୍ବ ଏବଂ ମାଘାଇ ପାନ - ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଏବଂ ଅନ୍ୟାନ୍ୟ ଅନେକ ଉତ୍ପାଦ ବିହାରର ଚାଷୀ ଏବଂ ଯୁବକମାନଙ୍କୁ ବିଶ୍ୱ ବଜାର ସହିତ ସଂଯୋଗ କରିବ।

କୃଷକଙ୍କ ଅମଳ ଏବଂ ଆୟ ବୃଦ୍ଧି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି କହି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ସାରା ଦେଶର ଚାଷୀମାନଙ୍କୁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇଛି। ସେ ସୂଚନା ଦେଇଛନ୍ତି ଯେ କେବଳ ମୋତିହାରୀରେ, ୫ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନା ମାଧ୍ୟମରେ ୧୫୦୦ କୋଟି ଟଙ୍କାରୁ ଅଧିକ ପାଇଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାର କେବଳ ସ୍ଲୋଗାନ କିମ୍ବା ପ୍ରତିଶ୍ରୁତିରେ ସୀମିତ ରହିନଥାଏ, ବରଂ କରି ଦେଖାଏ। ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ସରକାର ପଛୁଆ ଏବଂ ଅତ୍ୟନ୍ତ ପଛୁଆ ସମ୍ପ୍ରଦାୟ ପାଇଁ କାମ କରିବା କଥା କୁହନ୍ତି, ଏହି ପ୍ରତିବଦ୍ଧତା ଏହାର ନୀତି ଏବଂ ନିଷ୍ପତ୍ତିରେ ମଧ୍ୟ ପ୍ରତିଫଳିତ ହୁଏ। ସେ କହିଛନ୍ତି ଯେ ତାଙ୍କର ମିଶନ ସ୍ପଷ୍ଟ: ପ୍ରତ୍ୟେକ ପଛୁଆ ବ୍ୟକ୍ତିଙ୍କୁ ପ୍ରାଥମିକତା, ସେ ପଛୁଆ ଅଞ୍ଚଳ ହେଉ କିମ୍ବା ପଛୁଆ ବର୍ଗ, ସେମାନେ ସରକାରଙ୍କ ପ୍ରାଥମିକତାର କେନ୍ଦ୍ରରେ ଅଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଦଶନ୍ଧି ଧରି ୧୧୦ ରୁ ଅଧିକ ଜିଲ୍ଲାକୁ ପଛୁଆ ଏବଂ ଅବହେଳିତ ବୋଲି ବିବେଚନା କରାଯାଇଛି ଏବଂ ତାଙ୍କ ସରକାର ଏହି ଜିଲ୍ଲାଗୁଡ଼ିକୁ ଆକାଂକ୍ଷୀ ଜିଲ୍ଲାର ମାନ୍ୟତା ଦେଇ ଏବଂ ସେମାନଙ୍କର ବିକାଶକୁ ତ୍ୱରାନ୍ୱିତ କରି ପ୍ରାଥମିକତା ଦେଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସୀମାନ୍ତ ଗ୍ରାମଗୁଡ଼ିକୁ ମଧ୍ୟ ଦୀର୍ଘ ସମୟ ଧରି "ଶେଷ ଗ୍ରାମ" ଭାବରେ ବିବେଚନା କରାଯାଉଥିଲା ଏବଂ ବିକାଶ ଦୃଷ୍ଟିରୁ ପଛରେ ପଡ଼ିଯାଇଥିଲା, କିନ୍ତୁ ସରକାର ସେଗୁଡ଼ିକୁ "ପ୍ରଥମ ଗ୍ରାମ" ଭାବରେ ପୁନଃପରିଭାଷିତ କରିଛନ୍ତି ଏବଂ ସେମାନଙ୍କର ବିକାଶକୁ ପ୍ରାଥମିକତା ଦେଇଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଓବିସି ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଓବିସି କମିଶନ ପାଇଁ ସାମ୍ବିଧାନିକ ମାନ୍ୟତା ଦାବି କରିଆସୁଥିଲେ - ଏହି ଦାବି ତାଙ୍କ ମିଳିତ ସରକାର ପୂରଣ କରିଛନ୍ତି। ଶ୍ରୀ ମୋଦୀ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସବୁଠାରୁ ଅବହେଳିତଙ୍କ ପାଇଁ ଜନମନ ଯୋଜନା ଆରମ୍ଭ କରିବା ବିଷୟରେ କହିଥିଲେ, ଯାହା ଅଧୀନରେ ସେମାନଙ୍କ ବିକାଶ ପାଇଁ ୨୫୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଦୃଷ୍ଟିକୋଣ ସହିତ ଜଡିତ ଏକ ନୂତନ ପ୍ରମୁଖ ପଦକ୍ଷେପ ଘୋଷଣା କରିଥିଲେ: ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା, ଯାହା କେନ୍ଦ୍ର କ୍ୟାବିନେଟ ଦ୍ୱାରା ସମ୍ପ୍ରତି ଅନୁମୋଦିତ ହୋଇଛି। ଏହି ଯୋଜନା ଅଧୀନରେ, କୃଷି କ୍ଷେତ୍ରରେ ସମୃଦ୍ଧ କିନ୍ତୁ ଉତ୍ପାଦକତା ଏବଂ କୃଷକ ଆୟରେ ପଛୁଆ ଥିବା ୧୦୦ ଟି ଜିଲ୍ଲାକୁ ଚିହ୍ନଟ ଏବଂ ପ୍ରାଥମିକତା ଦିଆଯିବ। ସେ କହିଥିଲେ ଯେ ଏହି ଜିଲ୍ଲାଗୁଡ଼ିକର ଚାଷୀମାନେ ଏହି ଯୋଜନା ଅଧୀନରେ ଲକ୍ଷ୍ୟଭିତ୍ତିକ ସହାୟତା ପାଇବେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ବିହାରର ଏକ ବଡ଼ ବର୍ଗ ସମେତ ସାରା ଦେଶର ପ୍ରାୟ ୧.୭୫ କୋଟି ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ।

 

ଶ୍ରୀ ମୋଦୀ ହଜାର ହଜାର କୋଟି ଟଙ୍କାର ଅଧିକ ରେଳ ଏବଂ ସଡ଼କ ପ୍ରକଳ୍ପ ପାଇଁ ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ବିହାରର ଲୋକଙ୍କ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ। ସେ ଦେଶବ୍ୟାପୀ ଚାରୋଟି ଭିନ୍ନ ଭିନ୍ନ ରୁଟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଅମୃତ ଭାରତ ଏକ୍ସପ୍ରେସ ଏବେ ମୋତିହାରୀ-ବାପୁଧାମରୁ ଦିଲ୍ଲୀର ଆନନ୍ଦ ବିହାର ପର୍ଯ୍ୟନ୍ତ ସିଧାସଳଖ ଚାଲିବ। ସେ ସୂଚନା ଦେଇଥିଲେ ଯେ ମୋତିହାରୀ ରେଳ ଷ୍ଟେସନକୁ ଆଧୁନିକ ସୁବିଧା ଏବଂ ଏକ ନୂତନ ରୂପ ସହିତ ପୁନଃବିକଶିତ କରାଯାଉଛି। ସେ କହିଥିଲେ ଯେ ଦରଭଙ୍ଗା-ନରକଟୀୟଗଞ୍ଜ ରେଳ ଲାଇନର ଦୋହରୀକରଣ ଏହି ରୁଟରେ ଯାତ୍ରା ସୁବିଧାକୁ ବହୁ ପରିମାଣରେ ଉନ୍ନତ କରିବ।

ଭାରତର ଆସ୍ଥା ଏବଂ ସାଂସ୍କୃତିକ ଐତିହ୍ୟ ସହିତ ଚମ୍ପାରଣର ଗଭୀର ସମ୍ପର୍କକୁ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ରାମ-ଜାନକୀ ପଥ ମୋତିହାରୀର ସତ୍ତରଘାଟ, କେଶରିଆ, ଚକିଆ ଏବଂ ମଧୁବନ ଦେଇ ଗତି କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସୀତାମାଢ଼ିରୁ ଅଯୋଧ୍ୟା ପର୍ଯ୍ୟନ୍ତ ବିକଶିତ ହେଉଥିବା ନୂତନ ରେଳ ଲାଇନ ଚମ୍ପାରଣରୁ ଭକ୍ତମାନଙ୍କୁ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ସକ୍ଷମ କରିବ। ସେ କହିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ବିହାରରେ ସଂଯୋଗକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରଗୁଡ଼ିକୁ ସମାଲୋଚନା କରି କହିଥିଲେ ଯେ ସେମାନେ ଦୀର୍ଘ ବର୍ଷ ଧରି ଗରିବ, ଦଳିତ, ପଛୁଆ ଏବଂ ଆଦିବାସୀଙ୍କ ନାମରେ ରାଜନୀତି କରି ଆସୁଛନ୍ତି ଏବଂ କହିଥିଲେ ଯେ ସେମାନେ କେବଳ ସମାନ ଅଧିକାରକୁ ଅସ୍ୱୀକାର କରିନାହାଁନ୍ତି ବରଂ ସେମାନଙ୍କ ପରିବାର ବାହାରେ ଥିବା ଲୋକଙ୍କୁ ମଧ୍ୟ ସମ୍ମାନ ଦେଖାଇ ନାହାଁନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଜି ବିହାର ସେମାନଙ୍କର ଅହଂକାର ସ୍ପଷ୍ଟ ଭାବରେ ଦେଖିପାରୁଛି। ବିହାରକୁ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟରୁ ରକ୍ଷା କରିବାକୁ ଆହ୍ୱାନ ଦେଇ, ଶ୍ରୀ ମୋଦୀ ବର୍ତ୍ତମାନର ବିହାର ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସମସ୍ତଙ୍କୁ ମିଳିତ ଭାବରେ ବିହାରର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେବାକୁ ଆହ୍ୱାନ କରିଥିଲେ। ସେ ଏକ ନୂତନ ବିହାର ନିର୍ମାଣ ପାଇଁ ଏକ ମିଳିତ ସଂକଳ୍ପ ନେଇ ଶେଷ କରିଥିଲେ ଏବଂ ଆଜି ଉଦଘାଟନ ହୋଇଥିବା ବିକାଶ ପ୍ରକଳ୍ପ ପାଇଁ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

ବିହାର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାଁ, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତନ ରାମ ମାଂଝି, ଶ୍ରୀ ଗିରିରାଜ ସିଂହ, ଶ୍ରୀ ରାଜୀବ ରଞ୍ଜନ ସିଂହ, ଶ୍ରୀ ଚିରାଗ ପାସୱାନ, ଶ୍ରୀ ରାମନାଥ ଠାକୁର, ଶ୍ରୀ ନିତ୍ୟାନନ୍ଦ ରାୟ, ଶ୍ରୀ ସତୀଶ ଚନ୍ଦ୍ର ଦୁବେ, ଡକ୍ଟର ରାଜ ଭୂଷଣ ଚୌଧୁରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମତ୍ସ୍ୟଚାଷ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ର ସହିତ ଜଡିତ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପିତ କରିଛନ୍ତି।

ସଂଯୋଗୀକରଣ ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦେଶକୁ ଅନେକ ରେଳ ପ୍ରକଳ୍ପ ଉତ୍ସର୍ଗ କରିଥିଲେ। ଏଥିରେ ସମସ୍ତିପୁର-ବାଛୱାରା ରେଳ ଲାଇନ ମଧ୍ୟରେ ସ୍ୱୟଂଚାଳିତ ସିଗନାଲିଂ ଅନ୍ତର୍ଭୁକ୍ତ, ଯାହା ଏହି ସେକ୍ସନରେ ଦକ୍ଷ ରେଳ ପରିଚାଳନାକୁ ସକ୍ଷମ କରିବ। ୫୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦରଭଙ୍ଗା-ସମସ୍ତିପୁର ଦୋହରୀକରଣ ପ୍ରକଳ୍ପର ଅଂଶ, ଦରଭଙ୍ଗା-ଥାଲୱାରା ଏବଂ ସମସ୍ତିପୁର-ରାମଭଦ୍ରପୁର ରେଳ ଲାଇନର ଦୋହରୀକରଣ ରେଳ ପରିଚାଳନାର କ୍ଷମତା ବୃଦ୍ଧି କରିବ ଏବଂ ବିଳମ୍ବ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ କେତେକ ରେଳ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ। ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାଟଳିପୁତ୍ରରେ ବନ୍ଦେ ଭାରତ ଟ୍ରେନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ। ଭଟନି-ଛାପରା ଗ୍ରାମୀଣ ରେଳ ଲାଇନ (୧୧୪ କିଲୋମିଟର) ଉପରେ ସ୍ୱୟଂଚାଳିତ ସିଗନାଲିଂ ସୁଗମ ରେଳ ପରିଚାଳନାକୁ ସକ୍ଷମ କରିବ। ଭଟନି-ଛପ୍ରା ଗ୍ରାମୀଣ ସେକ୍ସନରେ ଟ୍ରାକ୍ସନ ସିଷ୍ଟମକୁ ଉନ୍ନତ କରି, ଟ୍ରାକ୍ସନ ସିଷ୍ଟମ ଭିତ୍ତିଭୂମିକୁ ସୁଦୃଢ଼ କରି ଏବଂ ଶକ୍ତି ଦକ୍ଷତାକୁ ଉନ୍ନତ କରି ଟ୍ରେନଗୁଡ଼ିକର ଗତି ବୃଦ୍ଧି କରାଯିବ। ପ୍ରାୟ ୪୦୮୦ କୋଟି ଟଙ୍କା ମୂଲ୍ୟର ଦରଭଙ୍ଗା-ନରକଟିଆଗଞ୍ଜ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ବିଭାଗଗତ କ୍ଷମତା ବୃଦ୍ଧି କରିବ, ଅଧିକ ଯାତ୍ରୀ ଏବଂ ମାଲବାହୀ ଟ୍ରେନ ପରିଚାଳନାକୁ ସକ୍ଷମ କରିବ ଏବଂ ଉତ୍ତର ବିହାର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ।

ଏହି କ୍ଷେତ୍ରରେ ସଡ଼କ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ଏନଏଚ-୩୧୯ ର ଆରା ବାଇପାସର ଚାରି ଲେନ ପାଇଁ ଶିଳାନ୍ୟାସ କରିଥିଲେ, ଯାହା ଆରା-ମୋହନିଆ ଏନଏଚ-୩୧୯ ଏବଂ ପାଟନା-ବକ୍ସର ଏନଏଚ-୯୨୨କୁ ସଂଯୋଗ କରିବ, ନିର୍ବିଘ୍ନ ସଂଯୋଗୀକରଣ ସୁନିଶ୍ଚିତ କରିବ ଏବଂ ଯାତ୍ରା ସମୟ ହ୍ରାସ କରିବ।

 

ପ୍ରଧାନମନ୍ତ୍ରୀ ୮୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏନଏଚ-୩୧୯ର ପାରାରିଆରୁ ମୋହନିଆ ପର୍ଯ୍ୟନ୍ତ ଚାରି ଲେନ ସେକ୍ସନକୁ ମଧ୍ୟ ଉଦଘାଟନ କରିଥିଲେ। ଏହା ଏନଏଚ-୩୧୯ର ସେହି ଅଂଶ ଯାହା ଆରା ସହରକୁ ଏନଏଚ-୦୨ (ସ୍ୱର୍ଣ୍ଣ ଚତୁର୍ଭୁଜ) ସହିତ ସଂଯୋଗ କରେ। ଏହା ସାମଗ୍ରୀ ଏବଂ ଯାତ୍ରୀ ପରିବହନକୁ ଉନ୍ନତ କରିବ। ଏହା ବ୍ୟତୀତ, ଏନଏଚ-୩୩୩ସିରେ ସରୱାନରୁ ଚକାଇ ପର୍ଯ୍ୟନ୍ତ ଏକ ଦୁଇ ଲେନ ବିଶିଷ୍ଟ ପକ୍କା ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି, ଯାହା ସାମଗ୍ରୀ ଏବଂ ଲୋକଙ୍କ ପରିବହନକୁ ସହଜ କରିବ ଏବଂ ବିହାର ଏବଂ ଝାଡ଼ଖଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଦରଭଙ୍ଗାରେ ନୂତନ ସଫ୍ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) ଏବଂ ଆଇଟି /ଆଇଟିଇଏସ /ଇଏସଡିଏମ ଶିଳ୍ପ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପାଟନାରେ ଏସଟିପିଆଇର ଅତ୍ୟାଧୁନିକ ଇନକ୍ୟୁବେସନ୍ ସୁବିଧାର ଉଦଘାଟନ କରିଛନ୍ତି। ଏହି ସୁବିଧାଗୁଡ଼ିକ ଆଇଟି ସଫ୍ଟୱେର୍ ଏବଂ ସେବା ରପ୍ତାନିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ଏକ ଟେକ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମଧ୍ୟ ପୋଷଣ କରିବ ଏବଂ ନବସୃଜନ, ଆଇପିଆର ଏବଂ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବ।

 

ବିହାରରେ ମତ୍ସ୍ୟ ଏବଂ ଜଳପାଳନ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସଓ୍ବାଇ) ଅଧୀନରେ ମଞ୍ଜୁର ହୋଇଥିବା ମତ୍ସ୍ୟ ବିକାଶ ପ୍ରକଳ୍ପଗୁଡ଼ିକର ଏକ ଶୃଙ୍ଖଳାର ଉଦଘାଟନ କରିଛନ୍ତି। ଏହି ଅବସରରେ, ବିହାରର ବିଭିନ୍ନ ଜିଲ୍ଲାରେ ନୂତନ ମତ୍ସ୍ୟପାଳନ ହ୍ୟାଚେରୀ, ବାୟୋଫ୍ଲକ୍ ୟୁନିଟ୍, ଅଳଙ୍କାରିକ ମାଛ ଚାଷ, ସମନ୍ୱିତ ଜଳପାଳନ ୟୁନିଟ୍ ଏବଂ ମାଛ ଖାଦ୍ୟ ମିଲ୍ ସମେତ ଆଧୁନିକ ମତ୍ସ୍ୟପାଳନ ଭିତ୍ତିଭୂମି ଆରମ୍ଭ କରାଯିବ। ଏହି ଜଳକୃଷି ପ୍ରକଳ୍ପଗୁଡ଼ିକ ବିହାରର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି, ମାଛ ଉତ୍ପାଦନ ବୃଦ୍ଧି, ଉଦ୍ୟୋଗକୁ ପ୍ରୋତ୍ସାହିତ ଏବଂ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ।

ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ନେଟୱାର୍କର ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଜେନ୍ଦ୍ର ନଗର ଟର୍ମିନାଲ (ପାଟନା) ରୁ ନୂଆଦିଲ୍ଲୀ, ବାପୁଧାମ ମୋତିହାରୀରୁ ଦିଲ୍ଲୀ (ଆନନ୍ଦ ବିହାର ଟର୍ମିନାଲ), ଦରଭଙ୍ଗା ରୁ ଲକ୍ଷ୍ନୌ (ଗୋମତୀ ନଗର) ଏବଂ ମାଲଦା ଟାଉନରୁ ଲକ୍ଷ୍ନୌ (ଗୋମତୀ ନଗର) ଭାୟା ଭାଗଲପୁର ପର୍ଯ୍ୟନ୍ତ ଚାରୋଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଏହି ଅଞ୍ଚଳରେ ଯୋଗାଯୋଗକୁ ଉନ୍ନତ କରିବ।

 

ପ୍ରଧାନମନ୍ତ୍ରୀ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏଓ୍ବାଇ-ଏନଆରଏଲଏମ) ଅଧୀନରେ ବିହାରର ପ୍ରାୟ ୬୧,୫୦୦ ସ୍ୱୟଂ ସହାୟକ ଗୋଷ୍ଠୀକୁ ୪୦୦ କୋଟି ଟଙ୍କା ମଧ୍ୟ ପ୍ରେରଣ କରିଛନ୍ତି। ମହିଳା-କୈନ୍ଦ୍ରିକ ବିକାଶ ଉପରେ ବିଶେଷ ଧ୍ୟାନ ଦେଇ, ୧୦ କୋଟିରୁ ଅଧିକ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡାଯାଇଛି।

ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ ଅଧୀନରେ ୧୨,୦୦୦ ହିତାଧିକାରୀଙ୍କୁ ଚାବି ପ୍ରଦାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ୪୦,୦୦୦ ହିତାଧିକାରୀଙ୍କୁ ୧୬୦ କୋଟି ଟଙ୍କାରୁ ଅଧିକ ରାଶି ପ୍ରେରଣ କରିଥିଲେ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exclusive: Just two friends in a car, says Putin on viral carpool with PM Modi

Media Coverage

Exclusive: Just two friends in a car, says Putin on viral carpool with PM Modi
NM on the go

Nm on the go

Always be the first to hear from the PM. Get the App Now!
...
India–Russia friendship has remained steadfast like the Pole Star: PM Modi during the joint press meet with Russian President Putin
December 05, 2025

Your Excellency, My Friend, राष्ट्रपति पुतिन,
दोनों देशों के delegates,
मीडिया के साथियों,
नमस्कार!
"दोबरी देन"!

आज भारत और रूस के तेईसवें शिखर सम्मेलन में राष्ट्रपति पुतिन का स्वागत करते हुए मुझे बहुत खुशी हो रही है। उनकी यात्रा ऐसे समय हो रही है जब हमारे द्विपक्षीय संबंध कई ऐतिहासिक milestones के दौर से गुजर रहे हैं। ठीक 25 वर्ष पहले राष्ट्रपति पुतिन ने हमारी Strategic Partnership की नींव रखी थी। 15 वर्ष पहले 2010 में हमारी साझेदारी को "Special and Privileged Strategic Partnership” का दर्जा मिला।

पिछले ढाई दशक से उन्होंने अपने नेतृत्व और दूरदृष्टि से इन संबंधों को निरंतर सींचा है। हर परिस्थिति में उनके नेतृत्व ने आपसी संबंधों को नई ऊंचाई दी है। भारत के प्रति इस गहरी मित्रता और अटूट प्रतिबद्धता के लिए मैं राष्ट्रपति पुतिन का, मेरे मित्र का, हृदय से आभार व्यक्त करता हूँ।

Friends,

पिछले आठ दशकों में विश्व में अनेक उतार चढ़ाव आए हैं। मानवता को अनेक चुनौतियों और संकटों से गुज़रना पड़ा है। और इन सबके बीच भी भारत–रूस मित्रता एक ध्रुव तारे की तरह बनी रही है।परस्पर सम्मान और गहरे विश्वास पर टिके ये संबंध समय की हर कसौटी पर हमेशा खरे उतरे हैं। आज हमने इस नींव को और मजबूत करने के लिए सहयोग के सभी पहलुओं पर चर्चा की। आर्थिक सहयोग को नई ऊँचाइयों पर ले जाना हमारी साझा प्राथमिकता है। इसे साकार करने के लिए आज हमने 2030 तक के लिए एक Economic Cooperation प्रोग्राम पर सहमति बनाई है। इससे हमारा व्यापार और निवेश diversified, balanced, और sustainable बनेगा, और सहयोग के क्षेत्रों में नए आयाम भी जुड़ेंगे।

आज राष्ट्रपति पुतिन और मुझे India–Russia Business Forum में शामिल होने का अवसर मिलेगा। मुझे पूरा विश्वास है कि ये मंच हमारे business संबंधों को नई ताकत देगा। इससे export, co-production और co-innovation के नए दरवाजे भी खुलेंगे।

दोनों पक्ष यूरेशियन इकॉनॉमिक यूनियन के साथ FTA के शीघ्र समापन के लिए प्रयास कर रहे हैं। कृषि और Fertilisers के क्षेत्र में हमारा करीबी सहयोग,food सिक्युरिटी और किसान कल्याण के लिए महत्वपूर्ण है। मुझे खुशी है कि इसे आगे बढ़ाते हुए अब दोनों पक्ष साथ मिलकर यूरिया उत्पादन के प्रयास कर रहे हैं।

Friends,

दोनों देशों के बीच connectivity बढ़ाना हमारी मुख्य प्राथमिकता है। हम INSTC, Northern Sea Route, चेन्नई - व्लादिवोस्टोक Corridors पर नई ऊर्जा के साथ आगे बढ़ेंगे। मुजे खुशी है कि अब हम भारत के seafarersकी polar waters में ट्रेनिंग के लिए सहयोग करेंगे। यह आर्कटिक में हमारे सहयोग को नई ताकत तो देगा ही, साथ ही इससे भारत के युवाओं के लिए रोजगार के नए अवसर बनेंगे।

उसी प्रकार से Shipbuilding में हमारा गहरा सहयोग Make in India को सशक्त बनाने का सामर्थ्य रखता है। यह हमारेwin-win सहयोग का एक और उत्तम उदाहरण है, जिससे jobs, skills और regional connectivity – सभी को बल मिलेगा।

ऊर्जा सुरक्षा भारत–रूस साझेदारी का मजबूत और महत्वपूर्ण स्तंभ रहा है। Civil Nuclear Energy के क्षेत्र में हमारा दशकों पुराना सहयोग, Clean Energy की हमारी साझा प्राथमिकताओं को सार्थक बनाने में महत्वपूर्ण रहा है। हम इस win-win सहयोग को जारी रखेंगे।

Critical Minerals में हमारा सहयोग पूरे विश्व में secure और diversified supply chains सुनिश्चित करने के लिए महत्वपूर्ण है। इससे clean energy, high-tech manufacturing और new age industries में हमारी साझेदारी को ठोस समर्थन मिलेगा।

Friends,

भारत और रूस के संबंधों में हमारे सांस्कृतिक सहयोग और people-to-people ties का विशेष महत्व रहा है। दशकों से दोनों देशों के लोगों में एक-दूसरे के प्रति स्नेह, सम्मान, और आत्मीयताका भाव रहा है। इन संबंधों को और मजबूत करने के लिए हमने कई नए कदम उठाए हैं।

हाल ही में रूस में भारत के दो नए Consulates खोले गए हैं। इससे दोनों देशों के नागरिकों के बीच संपर्क और सुगम होगा, और आपसी नज़दीकियाँ बढ़ेंगी। इस वर्ष अक्टूबर में लाखों श्रद्धालुओं को "काल्मिकिया” में International Buddhist Forum मे भगवान बुद्ध के पवित्र अवशेषों का आशीर्वाद मिला।

मुझे खुशी है कि शीघ्र ही हम रूसी नागरिकों के लिए निशुल्क 30 day e-tourist visa और 30-day Group Tourist Visa की शुरुआत करने जा रहे हैं।

Manpower Mobility हमारे लोगों को जोड़ने के साथ-साथ दोनों देशों के लिए नई ताकत और नए अवसर create करेगी। मुझे खुशी है इसे बढ़ावा देने के लिए आज दो समझौतेकिए गए हैं। हम मिलकर vocational education, skilling और training पर भी काम करेंगे। हम दोनों देशों के students, scholars और खिलाड़ियों का आदान-प्रदान भी बढ़ाएंगे।

Friends,

आज हमने क्षेत्रीय और वैश्विक मुद्दों पर भी चर्चा की। यूक्रेन के संबंध में भारत ने शुरुआत से शांति का पक्ष रखा है। हम इस विषय के शांतिपूर्ण और स्थाई समाधान के लिए किए जा रहे सभी प्रयासों का स्वागत करते हैं। भारत सदैव अपना योगदान देने के लिए तैयार रहा है और आगे भी रहेगा।

आतंकवाद के विरुद्ध लड़ाई में भारत और रूस ने लंबे समय से कंधे से कंधा मिलाकर सहयोग किया है। पहलगाम में हुआ आतंकी हमला हो या क्रोकस City Hall पर किया गया कायरतापूर्ण आघात — इन सभी घटनाओं की जड़ एक ही है। भारत का अटल विश्वास है कि आतंकवाद मानवता के मूल्यों पर सीधा प्रहार है और इसके विरुद्ध वैश्विक एकता ही हमारी सबसे बड़ी ताक़त है।

भारत और रूस के बीच UN, G20, BRICS, SCO तथा अन्य मंचों पर करीबी सहयोग रहा है। करीबी तालमेल के साथ आगे बढ़ते हुए, हम इन सभी मंचों पर अपना संवाद और सहयोग जारी रखेंगे।

Excellency,

मुझे पूरा विश्वास है कि आने वाले समय में हमारी मित्रता हमें global challenges का सामना करने की शक्ति देगी — और यही भरोसा हमारे साझा भविष्य को और समृद्ध करेगा।

मैं एक बार फिर आपको और आपके पूरे delegation को भारत यात्रा के लिए बहुत बहुत धन्यवाद देता हूँ।