ଆଜି ସମଗ୍ର ବିଶ୍ୱ ବିକଶିତ ଭାରତ ପାଇଁ ଆମର ସଂକଳ୍ପ ବିଷୟରେ ଆଲୋଚନା କରୁଛି, ବିଶେଷ କରି ଭିତ୍ତିଭୂମିରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯାହା ଉପରେ ଏକ ବିକଶିତ ଭାରତର ନିର୍ମାଣ କରାଯାଉଛି : ପ୍ରଧାନମନ୍ତ୍ରୀ
ଆମେ ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡର ଦୃଷ୍ଟିକୋଣ ଉପରେ କାର୍ଯ୍ୟ କରିଛୁ, ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ସୃଷ୍ଟି କରିଛୁ : ପ୍ରଧାନମନ୍ତ୍ରୀ
ଆମକୁ 2047 ସୁଦ୍ଧା ଭାରତକୁ ବିକଶିତ କରିବାକୁ ପଡିବ, ଆମର ପଥ ହେଉଛି - ବିକାଶ ମାଧ୍ୟମରେ ସଶକ୍ତୀକରଣ, ନିଯୁକ୍ତି ମାଧ୍ୟମରେ ଆତ୍ମନିର୍ଭରଶୀଳତା ଏବଂ ପ୍ରତିକ୍ରିୟାଶୀଳତା ମାଧ୍ୟମରେ ସୁଶାସନ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଦୁର୍ଗାପୁରରେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ଇସ୍ପାତ ସହର ଭାବରେ ଜଣାଶୁଣା ଦୁର୍ଗାପୁର ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ କେନ୍ଦ୍ର ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି କହିଥିଲେ ଯେ, ଆଜି ସେହି ଭୂମିକାକୁ ଆହୁରି ମଜବୁତ କରିବାର ସୁଯୋଗ ଆସିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଗ୍ୟାସ- ଆଧାରିତ ପରିବହନ ଏବଂ ଗ୍ୟାସ - ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏବଂ ଏକ ଇସ୍ପାତ ସହର ଭାବରେ ଦୁର୍ଗାପୁରର ପରିଚୟକୁ ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ "ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ" ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ପଶ୍ଚିମବଙ୍ଗକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ସେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ବିଶ୍ୱସ୍ତରରେ ହେଉଥିବା ଆଲୋଚନା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ସଂକଳ୍ପ ଉପରେ ଘୂରି ବୁଲୁଛି। ସେ ଏହାକୁ ଭାରତରେ ହେଉଥିବା ପରିବର୍ତ୍ତନକାରୀ ରୂପାନ୍ତରଣକୁ ଶ୍ରେୟ ଦେଇଛନ୍ତି, ଯାହା ଏକ ବିକଶିତ ଭାରତ ପାଇଁ ମୂଳଦୁଆ ସ୍ଥାପନ କରୁଛି। ଏହି ପରିବର୍ତ୍ତନର ଏକ ପ୍ରମୁଖ ଦିଗ ହେଉଛି ସାମାଜିକ, ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ପରିବର୍ତ୍ତନ ବୋଲି ଉଲ୍ଲେଖ କରିବା ସହିତ ଶ୍ରୀ ମୋଦୀ ପ୍ରମୁଖ ସଫଳତା, ଯେପରିକି : ଗରିବଙ୍କ ପାଇଁ 4 କୋଟିରୁ ଅଧିକ ପକ୍କା ଘର, କୋଟି କୋଟି ଶୌଚାଳୟ, 12 କୋଟିରୁ ଅଧିକ ଟ୍ୟାପ୍ ପାଣି ସଂଯୋଗ, ହଜାର ହଜାର କିଲୋମିଟର ନୂତନ ରାସ୍ତା ଏବଂ ରାଜପଥ, ନୂତନ ରେଳ ଲାଇନ, ଛୋଟ ସହରରେ ବିମାନବନ୍ଦର ଏବଂ ପ୍ରତ୍ୟେକ ଗ୍ରାମ ଏବଂ ପରିବାର ପର୍ଯ୍ୟନ୍ତ ବ୍ୟାପକ ଇଣ୍ଟରନେଟ୍ ସଂଯୋଗ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ ।

 

ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଆଧୁନିକ ଭିତ୍ତିଭୂମି ପଶ୍ଚିମବଙ୍ଗ ସମେତ ପ୍ରତ୍ୟେକ ରାଜ୍ୟକୁ ଲାଭ ପହଞ୍ଚାଉଛି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଟ୍ରେନ୍ ସଂଯୋଗୀକରଣରେ ଅଭୂତପୂର୍ବ ପ୍ରଗତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ, କହିଥିଲେ ଯେ ଏହି ରାଜ୍ୟ ବହୁ ସଂଖ୍ୟକ ବନ୍ଦେ ଭାରତ ଟ୍ରେନ୍ ପରିଚାଳନା କରୁଥିବା ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ। ସେ କୋଲକାତା ମେଟ୍ରୋର ଦ୍ରୁତ ସମ୍ପ୍ରସାରଣ ଏବଂ ନୂତନ ରେଳ ଲାଇନ, ଟ୍ରାକ୍ ଦୋହରୀକରଣ ଏବଂ ବିଦ୍ୟୁତୀକରଣ ଉପରେ ଚାଲୁଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଥିଲେ ଯେ , ଅନେକ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି ଏବଂ ବହୁ ସଂଖ୍ୟକ ରେଳ ଓଭରବ୍ରିଜ୍ ନିର୍ମାଣ କରାଯାଉଛି। ଆଜି ପଶ୍ଚିମବଙ୍ଗରେ ଆଉ ଦୁଇଟି ରେଳ ଓଭରବ୍ରିଜ୍ ଉଦଘାଟନ କରାଯାଇଛି ବୋଲି ସେ ଘୋଷଣା କରିଥିଲେ, ଏବଂ କହିଥିଲେ ଯେ ଏହି ସମସ୍ତ ପ୍ରୟାସ ପଶ୍ଚିବଙ୍ଗର ଲୋକମାନଙ୍କ ଜୀବନକୁ ଯଥେଷ୍ଟ ସହଜ କରିବ।

ଏହି ଅଞ୍ଚଳର ବିମାନବନ୍ଦରକୁ ଉଡାଣ ଯୋଜନା ସହିତ ସଂଯୁକ୍ତ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସୂଚାଇଛନ୍ତି ଯେ , ଗତ ବର୍ଷ କେବଳ 5 ଲକ୍ଷରୁ ଅଧିକ ଯାତ୍ରୀ ଏହି ସୁବିଧାର ଲାଭ ଉଠାଇ ଯାତ୍ରା କରିଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ଭିତ୍ତିଭୂମି କେବଳ ସୁବିଧା ବୃଦ୍ଧି କରେ ନାହିଁ ବରଂ ହଜାର ହଜାର ଯୁବକଙ୍କ ପାଇଁ ନିଯୁକ୍ତି ମଧ୍ୟ ସୃଷ୍ଟି କରେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , ଏହି ପ୍ରକଳ୍ପ ଗୁଡ଼ିକରେ ବ୍ୟବହାର କରାଯାଉଥିବା କଞ୍ଚାମାଲର ଉତ୍ପାଦନ ମଧ୍ୟ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।

ଗତ ୧୦ ରୁ ୧୧ ବର୍ଷ ମଧ୍ୟରେ ଭାରତ ଗ୍ୟାସ ସଂଯୋଗୀକରଣରେ ଉଲ୍ଳେଖନୀୟ ଅଗ୍ରଗତି ହାସଲ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦଶନ୍ଧି ମଧ୍ୟରେ ସାରା ଦେଶରେ ଏଲପିଜି ଲୋକମାନଙ୍କ ଘରେ ପହଞ୍ଚିଛି, ଯାହା ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ସେ "ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡ୍" ଦୃଷ୍ଟିକୋଣ ଏବଂ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାର ଶୁଭାରମ୍ଭ ଉପରେ ସରକାର କରୁଥିବା କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ପଦକ୍ଷେପ ଅଧୀନରେ, ପଶ୍ଚିମବଙ୍ଗ ସମେତ ଛଅଟି ପୂର୍ବାଞ୍ଚଳ ରାଜ୍ୟରେ ଗ୍ୟାସ ପାଇପଲାଇନ ବିଛାଯାଉଛି। ଏହି ରାଜ୍ୟଗୁଡ଼ିକରେ ଶିଳ୍ପକୁ ଏବଂ ରୋଷେଇ ଘରକୁ ସୁଲଭ ପାଇପ ଗ୍ୟାସ ପହଞ୍ଚାଇବା ଲକ୍ଷ୍ୟ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , ଗ୍ୟାସ ଉପଲବ୍ଧତା ଯୋଗୁଁ ଯାନବାହାନ ସିଏନଜିରେ ଚାଲିପାରିବ ଏବଂ ଶିଳ୍ପଗୁଡ଼ିକୁ ଗ୍ୟାସ - ଆଧାରିତ ପ୍ରଯୁକ୍ତି ଗ୍ରହଣ କରିବାକୁ ସକ୍ଷମ କରିବ। ଦୁର୍ଗାପୁରର ଶିଳ୍ପ କ୍ଷେତ୍ର ଏବେ ଜାତୀୟ ଗ୍ୟାସ ଗ୍ରୀଡର ଅଂଶ ପାଲଟିଛି ବୋଲି କହିବା ସହିତ ଏହାକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ. ଏହି ପ୍ରକଳ୍ପ ନିକଟରେ ରହିଥିବା ଅଞ୍ଚଳର ଶିଳ୍ପଗୁଡ଼ିକୁ ଲାଭ ପ୍ରଦାନ କରିବ ଏବଂ ପଶ୍ଚିମବଙ୍ଗର ପ୍ରାୟ 30 ଲକ୍ଷ ପରିବାରକୁ ସୁଲଭ ପାଇପ ଗ୍ୟାସ ଯୋଗାଇବ। ସେ ଦୃଢ଼ ଭାବରେ କହିଥିଲେ ଯେ, ଏହା ଲକ୍ଷ ଲକ୍ଷ ପରିବାର, ବିଶେଷ କରି ମା' ଏବଂ ଭଉଣୀମାନଙ୍କ ଜୀବନକୁ ସହଜ କରିବ ଏବଂ ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।

 

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଦୁର୍ଗାପୁର ଏବଂ ରଘୁନାଥପୁରରେ ପ୍ରମୁଖ ଇସ୍ପାତ ଏବଂ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ନୂତନ ପ୍ରଯୁକ୍ତି ସହିତ ଉନ୍ନତ କରାଯାଇଛି, ଏହି ଶିଳ୍ପ ୟୁନିଟ୍ ଗୁଡ଼ିକରେ ପ୍ରାୟ 1,500 କୋଟି ଟଙ୍କାର ବିନିଯୋଗ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ଅଧିକ ଦକ୍ଷ ଏବଂ ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବାକୁ ସକ୍ଷମ। ଏହି ପ୍ରକଳ୍ପ ଗୁଡ଼ିକ ସଫଳ ଭାବେ ସମ୍ପୂର୍ଣ ହେବା ପାଇଁ ସେ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କାରଖାନା ହେଉ କିମ୍ବା ଏହାର କ୍ଷେତ୍ର, ପ୍ରତ୍ୟେକ ପ୍ରୟାସ ଏକମାତ୍ର ସଂକଳ୍ପ ଦ୍ୱାରା ପରିଚାଳିତ ହେଉଛି, ତାହା ହେଉଛି 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ସେ ସରକାରଙ୍କ ଆଗକୁ ବଢ଼ିବାର ମାର୍ଗ, ଯଥା : ବିକାଶ ମାଧ୍ୟମରେ ସଶକ୍ତୀକରଣ, ନିଯୁକ୍ତି ମାଧ୍ୟମରେ ଆତ୍ମନିର୍ଭରଶୀଳତା ଏବଂ ପ୍ରତିକ୍ରିୟାଶୀଳତା ମାଧ୍ୟମରେ ସୁଶାସନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଶ୍ରୀ ମୋଦୀ ଏହି ମୂଲ୍ୟବୋଧକୁ ବଜାୟ ରଖି ପଶ୍ଚିମବଙ୍ଗକୁ ଭାରତର ବିକାଶ ଯାତ୍ରାର ଏକ ଦୃଢ଼ ଇଞ୍ଜିନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ନିଜ ବକ୍ତବ୍ୟ ଶେଷ କରିଥିଲେ।

 

ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି. ଆନନ୍ଦ ବୋଷ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ଶ୍ରୀ ଶାନ୍ତନୁ ଠାକୁର, ଡକ୍ଟର ସୁକାନ୍ତ ମଜୁମଦାର କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ତୈଳ ଏବଂ ଗ୍ୟାସ, ବିଦ୍ୟୁତ୍, ସଡ଼କ ଏବଂ ରେଳ କ୍ଷେତ୍ର ସହିତ ସମ୍ଵନ୍ଧିତ ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିଥିଲେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ।

ଏହି କ୍ଷେତ୍ରରେ ତୈଳ ଏବଂ ଗ୍ୟାସ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ବାଙ୍କୁରା ଏବଂ ପୁରୁଲିଆ ଜିଲ୍ଲାରେ ପ୍ରାୟ 1,950 କୋଟି ଟଙ୍କା ମୂଲ୍ୟର ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍) ସିଟି ଗ୍ୟାସ୍ ବିତରଣ (ସିଜିଡି) ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ପରିବାର, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଉଦ୍ୟୋଗର ଉପଭୋକ୍ତାମାନଙ୍କୁ ପିଏନଜି ସଂଯୋଗ ପ୍ରଦାନ କରିବ, ଏବଂ ଖୁଚୁରା ଦୋକାନଗୁଡ଼ିକରେ ସିଏନଜି ଯୋଗାଇବ ଏବଂ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

 

ପ୍ରଧାନମନ୍ତ୍ରୀ ଦୁର୍ଗାପୁର - ହଳଦିଆ ପ୍ରାକୃତିକ ଗ୍ୟାସ ପାଇପଲାଇନର ଦୁର୍ଗାପୁରରୁ କୋଲକାତା ସେକ୍ସନକୁ (୧୩୨ କିଲୋମିଟର) ଦେଶ ଉଦ୍ଦ୍ୟେଶ୍ୟରେ ଲୋକାର୍ପିତ କରିଥିଲେ, ଯାହା ମହତ୍ୱାକାଂକ୍ଷୀ ଜଗଦୀଶପୁର - ହଳଦିଆ ଏବଂ ବୋକାରୋ - ଧାମରା ପାଇପଲାଇନର ଏକ ଅଂଶ ଭାବରେ ବିଛା ଯାଇଥିଲା, ଯାହା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା (ପିଏମୟୁଜି) ପ୍ରକଳ୍ପ ଭାବରେ ମଧ୍ୟ ଜଣାଯାଏ। ୧୧୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁର୍ଗାପୁରରୁ କୋଲକାତା ସେକ୍ସନ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ, ହୁଗଳି ଏବଂ ନଦିଆ ଜିଲ୍ଲା ଦେଇ ଗତି କରୁଛି। ଏହି ପାଇପଲାଇନ ଏହାର କାର୍ଯ୍ୟାନ୍ୱୟନ ପର୍ଯ୍ୟାୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପ୍ରଦାନ କରିଛି ଏବଂ ବର୍ତ୍ତମାନ ଏହି ଅଞ୍ଚଳର ଲକ୍ଷ ଲକ୍ଷ ପରିବାରକୁ ପ୍ରାକୃତିକ ଗ୍ୟାସ ଯୋଗାଣ ସୁବିଧା ଯୋଗାଇବ।

ସମସ୍ତଙ୍କ ପାଇଁ ସ୍ୱଚ୍ଛ ବାୟୁ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦୁର୍ଗାପୁର ଷ୍ଟିଲ୍ ଥର୍ମାଲ୍ ପାୱାର ଷ୍ଟେସନ୍ ଏବଂ ଦାମୋଦର ଭ୍ୟାଲି କର୍ପୋରେସନର ରଘୁନାଥପୁର ଥର୍ମାଲ୍ ପାୱାର ଷ୍ଟେସନ୍ ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରଣାଳୀ - ଫ୍ଲୁ ଗ୍ୟାସ୍ ଡିସଲଫ୍ୟୁରାଇଜେସନ୍ (ଏଫଜିଡି) ପୁନଃନିର୍ମାଣ କାର୍ଯ୍ୟକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଯାହାର ମୂଲ୍ୟ 1457 କୋଟି ଟଙ୍କାରୁ ଅଧିକ। ଏହା ସ୍ୱଚ୍ଛ ଶକ୍ତି ଉତ୍ପାଦନକୁ ସମର୍ଥନ କରି ଏବଂ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହି ଅଞ୍ଚଳକୁ ଲାଭ ପହଞ୍ଚାଇବ।

ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ବୃଦ୍ଧି କରି, ପ୍ରଧାନମନ୍ତ୍ରୀ ପୁରୁଲିଆରେ 390 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁରୁଲିଆ - କୋଟଶିଲା ରେଳ ଲାଇନ (36 କିଲୋମିଟର) ର ଦୋହରୀକରଣ କାର୍ଯ୍ୟକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ଜାମସେଦପୁର, ବୋକାରୋ ଏବଂ ଧାନବାଦରୁ ରାଞ୍ଚି ଏବଂ କୋଲକାତା ସହିତ ଶିଳ୍ପଗୁଡ଼ିକ ମଧ୍ୟରେ ରେଳ ସଂଯୋଗୀକରଣ ଏବଂ ମାଲବାହୀ ଟ୍ରେନ୍‌ଗୁଡ଼ିକର ଦକ୍ଷ ପରିବହନକୁ ଉନ୍ନତ କରିବ, ଯାତ୍ରା ସମୟକୁ ହ୍ରାସ କରିବ ଏବଂ ଶିଳ୍ପ ଏବଂ ବ୍ୟବସାୟ ପାଇଁ ଲଜିଷ୍ଟିକ୍ସ ସେବା ଉନ୍ନତ କରିବ।

ପ୍ରଧାନମନ୍ତ୍ରୀ ପଶ୍ଚିମ ବର୍ଦ୍ଧମାନର ତୋପସି ଏବଂ ପାଣ୍ଡବେଶ୍ୱରରେ 380 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସେତୁ ଭାରତମ୍ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଦୁଇଟି ରୋଡ୍ ଓଭର ବ୍ରିଜ୍ (ଆରଓବି) ଉଦଘାଟନ କରିଛନ୍ତି। ଏହା ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ରେଳ ଲେଭଲ କ୍ରସିଂରେ ଦୁର୍ଘଟଣାକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.